ମହିଳା ଦିବସର ଅନୁଚିନ୍ତା

--------------
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ସୀମିତ ଅଧ୍ୟୟନ ଆଧାରରେ ତଥା ସ୍ଵଳ୍ପ ଜ୍ଞାନର ପ୍ରତିଫଳନରେ, ବିଶେଷ କରି ଜଣେ ଓଡ଼ିଆ ଭାବେ କେବଳ ନୁହେଁ ,ଜଣେ ବିଶ୍ୱର ନାଗରିକ ଭାବରେ ଆଜିର ଦିବସରେ  ପ୍ରଥମେ ସ୍ମରଣକୁ ଆସନ୍ତି ଚିର ବନ୍ଦନୀୟ ତଥା ଆମଭାଷାର କାଳଜୟୀ ସାରସ୍ଵତ ସାଧକ, ମହାପୁରୁଷ  ପଞ୍ଚସଖାଙ୍କ ଅନ୍ୟତମ ସନ୍ଥକବି ବଳରାମ ଦାସ  ଏବଂ ମହାନ୍ ସ୍ବାଧୀନତା ସଂଗ୍ରାମୀ , ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ, ବହୁମୁଖି ପ୍ରତିଭାଦୀପ୍ତା ସରଳା ଦାସ , ସେମାନଙ୍କ ଅମୃତ  ଅମ୍ଲାନ ସ୍ମୃତି ପ୍ରତି ଜଣାଉଛୁ କୋଟି  କୋଟି ପ୍ରଣାମ ⇃ .'"ଶ୍ରୀୟା ଚଣ୍ଡାଳୁଣୀ 'ରେ ସେ ଯେଉଁ ସୁବାର୍ତ୍ତା ସମାଜକୁ ଦେଇଛନ୍ତି , ତାହା ହିଁ ବିଶ୍ବରେ ପ୍ରଥମ ସାମାଜିକ ନ୍ୟାୟ ସୁବାର୍ତ୍ତା । ନାରୀ ଙ୍କୁ ବନ୍ଦନୀୟା , ପୁଜ୍ୟନୀୟା , ପରାମର୍ଶ ପ୍ରଦାୟିନୀ ତଥା ସମ୍ମାନାଷ୍ପଦା ବୋଲି  ଉଲେଖ୍ୟ କରିଥିଲେ ⇂ ଆମ ଶାସ୍ତ୍ରରେ ଅଛି ---'ଯତ୍ର  (jatra) ନାର୍ଯ୍ୟଷୁ ପୁଜୟେତ ,ରାମନ୍ତେ ତତ୍ର ଦେବତା ' ।ପରବର୍ତ୍ତୀ  ସମୟରେ ରାଜା ରାମ ମୋହନ ରାୟ ,ସ୍ୱାମୀ ଦୟାନନ୍ଦ ସରସ୍ବତୀ,ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ( Bidyasagar )ଙ୍କ ଭୂମିକାକୁ ସ୍ମରଣ କରି ସେମାନଙ୍କ ଅମ୍ଲାନ ସ୍ମୃତି ପ୍ରତି ମଧ୍ୟ  ଜଣାଉଛି କୋଟି ପ୍ରଣାମ ।ପରବର୍ତ୍ତୀ ସମୟ ରେ ୧୧୪ ବର୍ଷ ତଳେ ଆମେରିକାର ନ୍ୟୁୟର୍କରେ ଓ ଠିକ୍ ୧୦୮ ବର୍ଷ ତଳେ ରୁଷିଆରେ ୧୯୧୭ରେ ଓ ୧୯୭୫,ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ଶ୍ରମଜୀବୀ ମହିଳା ଦିବସ ପାଳିତ ହେବା ଓ ୧୯୯୬ରେ ଏହା  ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପ୍ରତି ବର୍ଷ ଏକ ନିର୍ଦ୍ଧିଷ୍ଟ ବିଷୟର ଶୀର୍ଷକରେ ପାଳିତ ହୋଇଆସୁଛି । ସେହିପରି  ଆଜି ଯେଉଁ ମହିୟସୀ ମହିଳାମାନଙ୍କ କୀର୍ତ୍ତି ଓ କୃତି ସ୍ବତଃ ସ୍ମୃତିରେ ପ୍ରଥମେ ଉଜ୍ଜୀବିତ ହୁଏ , ସେମାନଙ୍କ ମଧ୍ୟରେ  ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀ  ଅନ୍ୟତମ ।‌ ଅନେକ କ୍ଷେତ୍ରରେ ଏହି ମହିୟସୀ ପ୍ରଥମ ଓଡ଼ିଆ । ଆସନ୍ତା  ନବବର୍ଷ ମହୋତ୍ସବ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ଚାରଣ ସମୟରେ ଚଳନ୍ତି ସମୟର  ଜଣେ ପରମ ସମ୍ମାନନୀୟା ମହିୟସୀ ଙ୍କୁ  " ସରଳା ଦେବୀ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯିବାର ଘୋଷଣା କରୁଛୁ ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଐତିହାସିକ ଵୀରାଙ୍ଗନା ପୂଜ୍ୟା ସରଳା ଦେବୀ  ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ। ସେଇଟା ଥିଲା ତାଙ୍କ ସାନ ଯାଆଙ୍କର ବାପ ଘର । ସ୍ଥାନ ବଦଳାଇଲେ କାଳେ ଗର୍ଭସ୍ଥ ଶିଶୁଟି ବଞ୍ଚିଯିବ , ସେତିକି ତାଙ୍କର ଆଶା ଥିଲା। ସେଇଟି ଥିଲା କଟକ ସହରର ରାଜକିଶୋର ଦାସଙ୍କ ଘର । ଏହି୧୯୦୪ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଝିଅଟିଏ ଭୂମିଷ୍ଠ ହେଲା । ସେଇ ମୁହୂର୍ତ୍ତରେ ପଦ୍ମାବତୀ ଦେଇ ସାନଯାଆ ହେମନ୍ତ କୁମାରୀଙ୍କ ହାତକୁ ଟେକିଦେଇଥିଲେ। ଫଳରେ ସେହି ଦିନ ଠାରୁ ସରଳା ହେଲେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦ କାନୁନଗୋଙ୍କ ଝିଅ ।ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ସେ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ। ସେତେବେଳେ ସେ ଥିଲେ ଗଡଜାତ ମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ତାଙ୍କ ସମୟରେ ଓଡ଼ିଶା , ବଙ୍ଗଳା ଓ ବିହାର ଗୋଟିଏ ପ୍ରଦେଶ ଥିଲା। ପିତା ବାଳମୁକୁନ୍ଦ ଡେପୁଟି ମାଜିଷ୍ଟ୍ରେଟ ଚାକିରୀ କରିଥିବାରୁ ଏହି ତିନୋଟି ଯାକ ପ୍ରଦେଶ ତାଙ୍କର କର୍ମସ୍ଥଳ ଥିଲା।ଫଳରେ ମାତା ହେମନ୍ତ କୁମାରୀ ଏହି ତିନୋଟି ପ୍ରଦେଶରେ ରହିବାର ସୁଯୋଗ ପାଇଥିଲେ ଓ ତାଙ୍କର ଦୃଷ୍ଟିଭଙ୍ଗୀ ଉନ୍ନତ ହୋଇପାରିଥିଲା । ସେଥିପାଇଁ ସେ ସରଳାଙ୍କୁ ମାର୍ଜିତ ଓ ଶିକ୍ଷିତ କରିବା ପାଇଁ ସବୁ ଚେଷ୍ଟା କରୁଥିଲେ । ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢା ବନ୍ଦ କରିଦେଇଥିଲେ । ମାତ୍ର ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଦେଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରୀ ହୋଇଥିବାରୁ "ଧ କହିଲେ କାମୁଡି ପକାଇବା" ନୀତିରେ ସ୍ୱଚେଷ୍ଟାରେ ପାଠରେ ବହୁତ୍ ଆଗକୁ ମାଡିଚାଲିଲେ । ସରଳା ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ ।ସରଳା ଦେବୀ ପିଲାଟି ବେଳୁଶାନ୍ତ,ସରଳ,ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ । ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ,ନାରୀ ମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା । ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେ ସମୟରେ ସେ ଦିଅଁ ଦେବତା,ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । କିନ୍ତୁ ଥରେ କେଉଁ ଏକ ପୁରାଣରେ "ନାରୀ ନର୍କର ଦ୍ୱାର" ବୋଲି ଲେଖାଥିବା ଜାଣିବା ପରେ ସେହି ସମୟରୁ ସେ ଏହାକୁ ଘୃଣା କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା ସେ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ ।ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ୍ ବହି ଓ ପତ୍ର ପତ୍ରିକା ପଢି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ ,ସେ ଏହା ବୁଝିପାରିଥିଲେ । ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ "ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା" ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା ।ବୟସ ପ୍ରାପ୍ତ ହେଲାରୁ, ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର  ସଂଗ୍ରାମୀ ଯୁବକ ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଅଭିଜାତ ପରିବାରରେ ଜନ୍ମ ହୋଇଥିବା ସରଳା , ଜମିଦାର ପରିବାରକୁ ବୋହୁ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ । ମଣିକାଞ୍ଚନ ପରି ଏ ଦୁହିଁଙ୍କର ସଂଯୋଗ ଘଟିଥିଲା । ସେ ସମୟରେ ସେ ପତ୍ନୀ ସରଳାଙ୍କ ପାଇଁ ବାଧକ ନହୋଇ ସାଧକ ହୋଇଥିଲେ । ଏକ ପକ୍ଷରେ ନିଜର ଦୃଢ଼ ଆତ୍ମବିଶ୍ୱାସ ଓ ସ୍ୱାମୀଙ୍କର ମହାନତା ପୂର୍ଣ୍ଣ ସହଯୋଗ ତାଙ୍କୁ ନୂତନ ପ୍ରେରଣା ଯୋଗାଇଥିଲା । ସେ ଇଚ୍ଛା କରିଥିଲେ ଅନ୍ୟମାନଙ୍କ ପରି ସାଂସାରିକ ଭୋଗ ବିଳାସରେ ନିଜ ଜୀବନ କଟାଇପାରିଥାନ୍ତେ , କିନ୍ତୁ ପରଦା ପ୍ରଥା ମାନି ଘର ଭିତରେ ନିଜକୁ ଆବଦ୍ଧ ରଖିବାରେ ତାଙ୍କ ମନ ମାନି ନଥିଲା । ପ୍ରତିଦିନ ଘର କାମ ସାଙ୍ଗକୁ ଖବରକାଗଜ ପଢ଼ିବା ତାଙ୍କର ନିୟମିତ ଅଭ୍ୟାସ ଥିଲା । ସେ ଉଚ୍ଚଶିକ୍ଷିତା ହୋଇନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସଚେତନ କରିଦେଇଥିଲା । ନିଷ୍ଠୁର ଇଂରେଜ ଶାସନରୁ ନିଜ ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାଲାଗି ସଂକଳ୍ପବଦ୍ଧ ହୋଇଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ କୁଳବଧୂର ପରଦା ଆଡେଇ ଦେଇ ପଦାକୁ ବାହାରି ଆସିଥିଲେ । ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ସେଥିରେ ସେ ଯୋଗଦେଇଥିଲେ । ଏତେ ବଡ଼ ଶୋଭାଯାତ୍ରା ସହର ପରିକ୍ରମା କଲାବେଳେ ସେଥିରେ ଏକମାତ୍ର ମହିଳାଙ୍କୁ ଦେଖି ରକ୍ଷଣଶୀଳ ଲୋକଙ୍କର ଆଖି ଖୋସି ହୋଇଯାଇଥିଲା । ଏଥିରେ ମଧ୍ୟ ତାଙ୍କ ସ୍ୱାମୀ ଓ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ।୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦ୍ୱୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ।ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । " ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ।ଏବଂ ସେସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା । ବିଧାନ ସଭାରେ ବାଲ୍ୟ ବିବାହ ଆଇନ୍ର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାରକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ ।ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ , ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦେଶକ ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ।ଗାନ୍ଧିଜୀଙ୍କ ପ୍ରଭାବ ସରଳା ଦେବୀ , ରମା ଦେବୀ , ଶୈଳବାଳା ଦାସ , ରେବା ରାୟ ଓ କୁନ୍ତଳା କୁମାରୀ ଆଦି ପ୍ରମୁଖ ନାରୀନେତ୍ରୀଙ୍କ ଉପରେ ପଡ଼ିଥିଲା ।ସେମାନେ ନାରୀମାନଙ୍କର ସାମୂହିକ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ଲେଖା,ଶିକ୍ଷା ଓ ସଭାସମିତିଦ୍ୱାରା ନାରୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଆଲୋକପାତ କରୁଥିଲେ ।ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା ।ସେହି ଅଧିବେଶନରେ ହିଁ ଉତ୍କଳ ମହିଳା ସମ୍ମିଳନୀ ," ନିଖିଳ ଭାରତୀୟ ମହିଳା ସଂଘ"ର ଶାଖା ରୂପେ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା ।ଏହାର ସଫଳତା ତାଙ୍କୁ ଅଧିକ ଗଠନମୂଳକ କାମ କରିବା ପାଇଁ ବିଶେଷ ଉତ୍ସାହିତ କରିଥିଲା ।ସେ ଓଡ଼ିଶାର ନାରୀ ଓ ସେମାନଙ୍କ ସମସ୍ୟା ବିଷୟରେ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରବନ୍ଧମାନ ଲେଖି ପ୍ରକାଶ କରିଥିଲେ । ଯେହେତୁ ଏସବୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଆଲୋଚନା ହେଉଥିଲା, ତେଣୁ ତାଙ୍କର ଜାଗରଣର ବାର୍ତ୍ତା ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚି ପାରିଥିଲା । ୧୯୨୪ ମସିହାର କଟକ ନାରୀ ସମ୍ମିଳନୀରେ ଯୋଗଦେବା ପରେ ସେ କଟକ ସ୍ୱରାଜ୍ୟ ଆଶ୍ରମର ମହିଳା ସଭା ଓ ସଂଗଠନ କାମରେ ଲାଗିପଡିଥିଲେ ।ସେ ବୁଝିପାରିଥିଲେ ଯେ ନାରୀର ଉନ୍ନତିରେ ହିଁ ଦେଶର ଉନ୍ନତି ନିହିତ । କିନ୍ତୁ ଏହି ସମୟରେ ଭାରତର ରାଜନୈତିକ ଆନ୍ଦୋଳନ ଭିନ୍ନ ମୋଡ ନେଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକାର ଦେଲେ ।
ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ଶ୍ରୀମତୀ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ "ମାନ୍ଦ୍ରାଜ୍ ମେଲ୍"ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ।ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବାବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ ।ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫ କରିନେଇଥିଲେ ,ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ ।୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ,ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ଗଡଜାତ ରାଜା ଓ ଜମିଦାରମାନେ ଇରେଜମାନଙ୍କର ଦୃଢ଼ ସମର୍ଥକ ଥିଲେ । ଜମିଦାରମାନେ ଚାଷୀମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ଚଳାଉଥିଲେ । ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା । ସେଥିପାଇଁ କଂଗ୍ରେସ ଦଳ ଭିତରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀ ଲୋକେ "ଉତ୍କଳ କଂଗ୍ରେସ ସାମ୍ୟବାଦୀ ସଂଘ" ନାମରେ ଏକ ନୂଆ ସଂଗଠନ ଗଢିଥିଲେ । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ମାଳତୀ ଚୌଧୁରୀ ପ୍ରମୁଖ ଥିଲେ ଏହି ସଂଘର ପ୍ରତିଷ୍ଠାତା । ଏମାନେ ସମସ୍ତେ କାର୍ଲମାର୍କସ୍ଙ୍କ ସାମ୍ୟବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶର ରାଜନୈତିକ ସ୍ୱାଧୀନତା ସହିତ ଲୋକଙ୍କ ଆର୍ଥିକ ସ୍ୱାଧୀନତା କିପରି ଆସିପାରିବ, ସେଥିପାଇଁ ସେମାନେ ଲାଗିପଡିଥିଲେ । ଜମିଦାର ଓ ସାହୁକାରମାନଙ୍କ ଶୋଷଣରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ ସେମାନେ ଚାଷୀମାନଙ୍କୁ ଏକାଠି କରୁଥିଲେ । ସରଳା ଦେବୀ କଂଗ୍ରେସ ସାମ୍ୟବାଦୀ କର୍ମୀ ମାନଙ୍କ ସହ ମିଶି ଚାଷୀମାନଙ୍କୁ ସଂଗଠିତ କରୁଥିଲେ । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସେ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନ ସଭା ମଧ୍ୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଲୋକେ ଯେପରି ବନ୍ୟା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ । ମୋଗଲବନ୍ଦୀର ଜମିଦାରଙ୍କ ଭଳି ଗଡଜାତର ରାଜାମାନେ ମଧ୍ୟ ପ୍ରଜାମାନଙ୍କୁ ବେଠି ଖଟାଇ ନାନା ପ୍ରକାର ଟିକସ ଆଦାୟ କରି ହନ୍ତସନ୍ତ କରୁଥିଲେ । ସରଳା ଦେବୀ ବିଧାନ ସଭା ଭିତରେ ଓ ବାହାରେ ଏହି ଗଡଜାତ ରାଜମାନଙ୍କର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସରଳା ଦେବ କମ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ "ପରିଚାରିକା" ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ଶ୍ରୀମତୀ ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ , କୋକିଳ ଦେବୀ , ପ୍ରମିଳା ସୁନ୍ଦରୀ ଦେଇ , ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା "ପରିଚାରିକା"ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ "ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି - ଶୈବ୍ୟା" , "କଳ୍ପିତ ମୃତ୍ୟୁ" ଓ "ପ୍ରତୀକ୍ଷା" ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା ।ତାଙ୍କ ଭିତରେ ସର୍ଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା "ଅଳକା" ଠାରୁ ଆରମ୍ଭ କରି "ସରକାର","ନବ ଭାରତ" ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । "ହିନ୍ଦୁସ୍ତାନ ଗ୍ରନ୍ଥମାଳା" ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ "ସବିତା" ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ "ଭାରତୀୟ ମହିଳା ପ୍ରସଙ୍ଗ" ନାମରେ। ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା ।୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକକଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା ।ଏଥିରେ ବିଶ୍ୱ ତଥା ଭାରତ ର୍ ବିପ୍ଲବିଣୀ ନାରୀମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା । ଏହାବ୍ୟତୀତ "ରାୟ ରାମନନ୍ଦ" ,"ସରଳା ମହାଭାରତରେ ନାରୀ ଚରିତ୍ର" , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ । ତାଙ୍କର ସାରସ୍ଵତ ସୃଷ୍ଟି ମଧ୍ୟରେ "ଉତ୍କଳର ନାରୀ ସମସ୍ୟା, ୧୯୩୪,ନାରୀର ଦାବି, ୧୯୩୪
ଭାରତୀୟ ମହିଳା ପ୍ରସଙ୍ଗ, ୧୯୩୫,ରବିନ୍ଦ୍ର ପୂଜା,
ବୀର ରମଣୀ, ୧୯୪୯,ବିଶ୍ୱ ବିପ୍ଳବିଣୀ, ୧୯୩୦
ବାସନ୍ତୀ,ରାୟ ରାମାନନ୍ଦ,ଗାଁ କଥା ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି ।ସରଳା ଦେବୀ ପ୍ରାୟ ୯ ବର୍ଷ କାଳ ବିଧାନ ସଭାରେ ରହି ବିଭିନ୍ନ ପ୍ରଗତିଶୀଳ ଆଇନ୍ ପାସ୍ କରିବାରେ ସହାୟତା କରିଥିଲେ । କିଛିଦିନ ସେ ବିଧାନ ସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ମଧ୍ୟ ଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିର ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ , ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର , ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଛି ଓ  ରହିଥିବ ।

ବନ୍ଦନୀୟ ଦାଶେ

-------
ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ, ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଲୋକସେବକ ମଣ୍ଡଳର ପ୍ରାକ୍ତନ ସଭାପତି ବରେଣ୍ୟ ବିଶ୍ଵନାଥ ଦାଶ ( ୦୮-୦୩-୧୮୮୯ -୦୨-୦୬-୧୯୮୪)ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସମର୍ପିତ କାଣ୍ଡାରୀ,ଓଡିଶାର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାଶ, ୧୮୮୯ ମସିହା, ମାର୍ଚ୍ଚ ମାସ ୮ ତାରିଖରେ ପୋଲସରା ନିକଟସ୍ଥ ବେଲଗାଁରେ ବରେଣ୍ୟ ମଧୁସୂଦନ ଦାଶଙ୍କ ପୁତ୍ର ଭାବେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଛାତ୍ର ଜୀବନରେ ଜମିଦାରମାନଙ୍କ ଅତ୍ୟାଚାର ବିରୁଦ୍ଧରେ କୃଷକ ମାନଙ୍କୁ ସଙ୍ଗଠିତ କରି ଏକ ଗଣ ଆନ୍ଦୋଳନ ଗଢିତୋଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ପଢୁଥିବା ସମୟରେ ଅଗଷ୍ଟ ୧୧ ତାରିଖ ,୧୯୧୧ ମସିହାରେ ଖୁଦିରାମ ଫାଶୀ ଦିବସ ପାଳନର ନେତୃତ୍ବ ନେଇଥିଲେ ।୧୯୦୮ ମସିହା, ଅଗଷ୍ଟ ୧୧ରେ ଖୁଦିରାମଙ୍କୁ ଫାଶୀ ଦିଆଯାଇଥିଲା । ଏହି ସମୟରେ ପୋଲିସ ଆସି ପହଞ୍ଚିଲେ । ଛାତ୍ରଛାତ୍ରୀ ମାନେ ଛତ୍ରଭଙ୍ଗ ଦେଲେ, ହେଲେ ସେ ଦେଖିଲେ ଜଣେ ତାଙ୍କ ତଳ ଶ୍ରେଣୀରେ ପଢ଼ୁଥିବା ଛାତ୍ର ତାଙ୍କ ପଛରେ ଛିଡ଼ା ହୋଇଛି ।‌ସେ ତାଙ୍କୁ କହିଲେ ତୁ ପଳା, ମାତ୍ର ପିଲାଟି କହିଥିଲେ, ଆପଣ ଆମ ନେତା, ଆପଣଙ୍କୁ ଛାଡି ମୁଁ ଯିବି ନାହିଁ । ଦୁଇ ଜଣଙ୍କୁ ପୋଲିସ ଧରି ବାଡେଇଲେ ଓ ଏଥିପାଇଁ ପ୍ରଧାନ ଶିକ୍ଷକ ଵେଣୀମାଧବ ଦାସଙ୍କୁ ଦାୟୀ କରି ବଙ୍ଗ ପ୍ରଦେଶାନ୍ତର୍ଗତ ନଦିଆ ଜିଲ୍ଲା ର କୃଷ୍ଣନଗର ସ୍କୁଲକୁ ବଦଳି କରାଇଦିଆଗଲା । ସେ ପିଲା ଥିଲେ ସୁଭାଷ ଚନ୍ଦ୍ର ବୋଷ ,ଯିଏ ପରବର୍ତ୍ତୀ ସମୟରେ ହେଲେ ବିଶ୍ବଵୀର ନେତାଜୀ, ଯିଏ ବିଶ୍ଵରେ ଏକ ମାତ୍ର ବ୍ୟକ୍ତି, ଯାହାଙ୍କ ଜନ୍ମ୍ ତାରିଖ, ମସିହା ଜଣା, ମାତ୍ର ମୃତ୍ୟୁ କେବେ , ଏଯାବତ୍ କେହି କହିପାରୁନାହାନ୍ତି, ଏହା ବୋଧେ ଅମୃତ ମହୋତ୍ସବ ପାଳନ ଅବଧି୍ରେ ବିଧାତା ର ଚରମ ରସିକତା ନା ସ୍ଵାଧୀନୋତ୍ତର ଭାରତର ଶାସନ ବ୍ୟବସ୍ଥାର ବିଫଳତା ? ୧୯୫୦ ମସିହା ରୁ ଯେତେ ଯେତେ କମିଶନ ବସିଛି,ସେତେ ସେତେ ତଥ୍ୟ,ତାରିଖ ମିଳିଛି । ସେହି ଆନ୍ଦୋଳନ ବେଳେ ପ୍ରଧାନ ଶିକ୍ଷକ ଵେଣୀମାଧବଙ୍କ ବଦଳି ପରେ ବିଶ୍ବନାଥଙ୍କ ନେତୃତ୍ବରେ ହେଲା ଛାତ୍ର ଆନ୍ଦୋଳନ । ପୋଲିସ ଛାତ୍ରାବାସରେ ପ୍ରବେଶ କରି ସମସ୍ତ ଙ୍କୁ ତଡ଼ି ଦେଲା ଏବଂ ବିଶ୍ବନାଥଙ୍କ ଵାକ୍ସ ଅଣ୍ଡାଳି ଯେଉଁ ବହିଟି ପାଇଲେ, ତାହା ଥିଲା " ଗୀତା" । ବ୍ରିଟିଶ ପୋଲିସ ତାହା ଜାଣି ନପାରି କହିଲା ଏହି ବହି କେଉଁ ସନ୍ତ୍ରାସବାଦୀ ସଙ୍ଗଠନର ? ଏହାକୁ ପଢ଼ି ତୁ ଆନ୍ଦୋଳନ କରୁଛୁ ? ବିଶ୍ଵନାଥ କହିଲେ ଏହା ଆମର ଧର୍ମଗ୍ରନ୍ଥ " ଗୀତା", ଏହାକୁ ଛୁଇଁଲେ ସମଗ୍ର ଦେଶରେ ନିଆଁ ଜଳିବ । ବିଶ୍ଵନାଥଙ୍କୁ ସମର୍ଥନ କରି ସୁଭାଷ କହିଲେ, କେବଳ ନିଆଁ ଜଳିବ ନାହିଁ, ତୁମ ଇଂରେଜ ଶାସନର ପତନ ହେବ, ଜଣେ କେହି ବଞ୍ଚିକରି ଲଣ୍ଡନ ଫେରିବ ନାହିଁ ।‌ ଡରିଗଲେ ପୋଲିସ ବାହିନୀ ଏବଂ କୈାଣସି ଖାନତଲାସ ନକରି ଫେରିଗଲେ । ଏହି ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ ଭାରତ ଗୌରବ ମଧୁସୂଦନ ଏବଂ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସହିତ ପରିଚୟ ହୋଇ ପ୍ରଭାବିତ ହୋଇଥିଲେ ଏବଂ ଓଡ଼ିଆ ଭାଷା ଭାଷୀ ଏକତ୍ରିତ ଆନ୍ଦୋଳନରେ ଝାସ ଦେଇଥିଲେ । ସେଠାରୁ କଲିକତା ଯାଇ ଆଇନ ପଢୁଥିବା ସମୟରେ କଲିକତା ଛାତ୍ର ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ସେଠାରୁ ଫେରି ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ଆନ୍ଦୋଳନର ନେତୃତ୍ଵ ନେଲେ । ୧୯୨୧ ମସିହାରେ ସେ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୩୦ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ସେହି ସମୟରେ ଉତ୍କଳ ସମ୍ମିଳନୀ,କୃଷକ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ୧୯୩୬ , ମାର୍ଚ୍ଚ ୩ ତାରିଖରେ ( ଅପ୍ରେଲ ୧ ନୁହେଁ)ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠ କଙ୍ଗ୍ରେସ ଦଳର ନେତା ଭାବେ ( ମହତାବଙ୍କ ଚକ୍ରାନ୍ତ ଫଳରେ ପଣ୍ଡିତ ନୀଳକଣ୍ଠ ନ ହୋଇପାରିବାରୁ) ନିର୍ବାଚିତ ହୋଇ ୧୯୩୭ରେ ପ୍ରଥମ ସରକାରର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପୂର୍ବରୁ ସାମ୍ବିଧାନିକ କାରଣରୁ କେନ୍ଦ୍ରୀୟ ନେତୃତ୍ବର ନିର୍ଦ୍ଦେଶରେ ସରକାର ଗଠନ କରିବାକୁ ମନାକଲେ, ଫଳରେ ସଂଖ୍ୟା ନ୍ୟୁନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ବରେ ସରକାର ଗଠିତ ହେଇଥିଲା ଏବଂ ତିନି ମାସ ପରେ ୧୯୩୭, ଜୁଲାଇ ୧ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ । ସେହି ପରାଧୀନ ସମୟରେ, ସୀମିତ ସମ୍ବଳରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଥିଲେ । ୧୯୬୨ ରୁ ୧୯୬୭ ମସିହା , ଦୀର୍ଘ ପାଞ୍ଚ ବର୍ଷ ସେ ଦେଶର ବୃହତମ ରାଜ୍ୟ ଉତ୍ତରପ୍ରଦେଶର ରାଜ୍ୟପାଳ ହୋଇଥିଲେ । ବିଜୁ ପଟ୍ଟନାୟକ ଓ ରାଧାନାଥ ରଥଙ୍କ ଅନୁରୋଧରେ ୧୯୭୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଶପଥ ଗ୍ରହଣ କରିଥିଲେ ଏବଂ ବିଭିନ୍ନ ଘଟଣାକ୍ରମେ ୧୯୭୨, ଜୁନ ୧୩ ତାରିଖରେ ଇସ୍ତଫା ଦେଇଥିଲେ । ଉତ୍ତର ପ୍ରଦେଶ ରାଜଭବନରେ ବିଶାଳ ଶିବ ମନ୍ଦିର କୁହେ ଅନେକ ଇତିହାସ, ଯାହା ଅନାଲୋଚିତ । ତାଙ୍କର କୀର୍ତ୍ତି ଓ କୃତି ଲେଖିଵସିଲେ ବିରାଟ ଗ୍ରନ୍ଥ ହେବ । ଏହି ମହାପୁରୁଷଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ମାର୍ଚ୍ଚ ୫ ତାରିଖ


--------
ମାର୍ଚ୍ଚ ମାସ,୫ତାରିଖ ,ଭାରତ ଇତିହାସର ଏକ ସ୍ମରଣୀୟ ତଥା ଗୁରୁତ୍ୱପୂର୍ଣ୍ଣ ଦିବସ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୩୦ ମସିହାରେ ବ୍ରିଟିଶ୍ ସରକାର ଭାରତର ଶାସନ ସଂସ୍କାର ସମ୍ୱନ୍ଧରେ ଆଲୋଚନା କରିବା ପାଇଁ ତାଙ୍କ ମନୋନୀତ ପ୍ରତିନିଧିମାନଙ୍କୁ ନେଇ ପ୍ରଥମ ଗୋଲ୍‌ଟେବୁଲ୍ ବୈଠକ ଡକାଇଥିଲେ ମାତ୍ର , ଏହି ବୈଠକକୁ କଂଗ୍ରେସ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା । ବୈଠକ ଶେଷରେ ଭାରତର ଭବିଷ୍ୟତ ଶାସନ ଖସଡ଼ା ସମ୍ପର୍କରେ ଯେଉଁ ଘୋଷଣା କଲେ ତାକୁ ବିଚାରକୁ ନେବା ପାଇଁ ମହାତ୍ମାଗାନ୍ଧୀ ଓ କଂଗ୍ରେସ୍ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲ୍‌ରୁ ଖଲାସ କରି ଦିଆଯାଇଥିଲା । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ  ଗାନ୍ଧି -ଇରଉଇନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସନ୍ଧିର ସର୍ତ୍ତ ଅନୁସାରେ ସମଗ୍ର ଦେଶରେ ରାଜନୈତିକ ବନ୍ଦୀମାନେ ଖଲାସ ହେଲେ । ସେତେବେଳେ ବିହାରର ହଜାରୀବାଗ ଜେଲ୍‌ରେ ଆବଦ୍ଧ ଥିବା ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇଥିଲେ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ  ଯେଭଳି ବିପୁଳ ପ୍ରଶଂସନୀୟ ଓ ଐତିହାସିକ ସମ୍ୱର୍ଦ୍ଧନା ଜଣାଇଥିଲେ, ତାହା ଅବର୍ଣ୍ଣନୀୟ । ସେମାନେ ପ୍ରଥମେ ବାଲେଶ୍ୱରଠାରେ ଓହ୍ଲାଇ ଶ୍ରୀଜଙ୍ଗ ଗ୍ରାମକୁ ଯାଇଥିଲେ ଓ ସେଠାରେ ଶ୍ରୀଜଙ୍ଗ ଅଧିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ପୋଲିସର ଅତ୍ୟାଚାର କାହାଣୀ ଶୁଣି ଅଭିଭୂତ ହୋଇ ଯାଇଥିଲେ । ତା’ପରେ ସେମାନେ କଟକରେ ପହଞ୍ଚାଇବା ପରେ ସେମାନଙ୍କୁ ଅଦ୍ଭୂତପୂର୍ବ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳକୁ କଂଗ୍ରେସର କେନ୍ଦ୍ର କାର୍ଯ୍ୟାଳୟ କଟକରେ ସ୍ୱରାଜ ଆଶ୍ରମରେ ଇଂରେଜ ସରକାର ତାଲା ପକାଇ ବନ୍ଦ କରି ଦେଇଥିଲେ ଓ ସବୁ କାଗଜପତ୍ର ନେଇ ଯାଇଥିଲେ । ତେଣୁ କଂଗ୍ରେସ ସଂଗ୍ରାମୀମାନେ ଆସି କଟକ ଜୈନମନ୍ଦିରରେ ଅସ୍ଥାୟୀ ଭାବରେ ରହି କାର୍ଯ୍ୟ କରିଥିଲେ ।କଟକ ଠାରେ କାଠଯୋଡ଼ି ନଦୀ ବାଲିଠାରେ ଆଚାର୍ଯ୍ୟ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀମତୀ ରମାଦେବୀ ବାନରସେନାଙ୍କ ନିଷ୍ଠାପର ଆନ୍ଦୋଳନ ଓ ସେମାନଙ୍କ ଉପରେ ଅତ୍ୟାଚାର କାହାଣୀ ବର୍ଣ୍ଣନା କଲାବେଳେ ସେଠାରେ ଉପସ୍ଥିତ ଜନତାଙ୍କ ଭିତରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା  ବୋଲି ମହାନ୍ ସ୍ଵାଧୀନତା ସଂଗ୍ରାମୀ ବଳରାମ ମହାନ୍ତିଙ୍କ ଠାରୁ ଶୁଣିଥିଲୁ ଓ ତଥ୍ୟ ସନ୍ନିବେଶିତ ଆଲେଖ୍ୟ ପାଠ କରିଥିଲୁ ।୧୯୩୧ ,କରାଚି କଂଗ୍ରେସ ଅଧିବେଶନ ପରେ ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅତିରିକ୍ତ ସଭ୍ୟ ଭାବରେ ପ୍ରଥମଥର ପାଇଁ ଓଡ଼ିଶାରୁ  ତ୍ୟାଗ ବୀର ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମନୋନୀତ ହୋଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ଏହା  ସେତେବେଳେ ଥିଲା ଅତ୍ୟନ୍ତ ଆନନ୍ଦର ବିଷୟ , ଅତ୍ୟନ୍ତ ଗୌରବର ସୁବାର୍ତ୍ତା ।

ଇତିହାସର ଛିଣ୍ଡା ଫର୍ଦ୍ଦ -୪

-----------
ବିଗତ ଚାରି ଦଶନ୍ଧି ଧରି ଆମେ ପ୍ରାମାଣିକ ତଥ୍ୟ ଆଧାରରେ ଦୃଢ଼ ଭାବରେ ପ୍ରକାଶ କରିଆସୁଅଛୁ ଯେ  ଓଡ଼ିଆମାନେ ହିଁ ବିଶ୍ଵର ପ୍ରଥମ ନୌ- ବାଣିଜ୍ୟ ସଂସ୍କୃତିର ଜାତି । ଏହି ଆଧାରରେ ମଧ୍ୟ ବିଶ୍ବର ପ୍ରଥମ ଉପନିବେଶବାଦ ସଂସ୍କୃତିର ଓଁକାର ଧ୍ଵନି ପ୍ରଦାୟକ ।  ହଜାର ହଜାର ବର୍ଷ ପରେ ମଧ୍ୟ ଏବେବି ଆମେ ଦେଖି ଆସିଛୁ ଓଡ଼ିଆ ଛାପ ବିଶ୍ଵର ଅନେକ ସ୍ଥାନରେ ଦୃଶ୍ୟମାନ । ଅଶି ଦଶକର ଶେଷାର୍ଦ୍ଧରେ ଯେତେବେଳେ ଶ୍ରୀଲଙ୍କାରେ ସଂଘର୍ଷ ଘଟିଥିଲା , ସେତେବେଳେ ଆମେ କହିଥିଲୁ ଏହା ଶ୍ରୀଲଙ୍କା ମାଟିରେ ଓଡ଼ିଆ - ତାମିଲ ଵଂଶୋଦ୍ଭବ ମାନଙ୍କ ମଧ୍ୟରେ ଲଢେ଼ଇ ।  ଗତବର୍ଷ ଆମେ  ଦୃଢ଼ ଭାବରେ କହିଥିଲୁ ଯେ  ରୁଷିଆ ସେନା ଓଡ଼ିଆ ବଂଶୋଦ୍ଭବଙ୍କ ମାଟି ଓଡେଶାକୁ ଦଖଲ କରିବା ପାଇଁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅନେକ ମନ୍ଦିର, ଯାତ୍ରା ମଞ୍ଚ ବା ଥିଏଟର ପ୍ରେକ୍ଷାଳୟ , ଓଡେଶା ଅପେରା ପ୍ରେକ୍ଷାଳୟ ଉପରେ ବୋମାମାଡ କରି ଧ୍ଵଂସ ବିଧ୍ବସ୍ତ କରିଦେଇଥିଲେ। ବୀର ଓଡ଼ିଆ ପାଇକଙ୍କ ଉତ୍ତରାଧିକାରୀ ମାନେ ସେଠାରେ କିଭଳି ଲଢେଇ କରିଆସୁଛନ୍ତି , ତା'ର ଚଳମାନ ଦୃଶ୍ୟ ( ଭିଡିଓ) ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ସଂରକ୍ଷିତ ଏବଂ ତାହାକୁ ଓଡ଼ିଆ ମାଟିରେ ଓଡ଼ିଆମାନେ କିପରି ଜଗନ୍ନାଥଙ୍କ ଶ୍ରୀମନ୍ଦିର ସଙ୍କଟାପନ୍ନ ,ରତ୍ନ ଭଣ୍ଡାର ଲୁଟ୍, ଚତୁଃପାର୍ଶ୍ଵରେ ସୀମା ଦଖଲ, ଲକ୍ଷଲକ୍ଷ କୋଟି ଟଙ୍କାର ଖଣି ଡକାୟତି, ଲୋକତନ୍ତ୍ରର ହତ୍ୟା , ପଡୋଶୀ ମାନଙ୍କ ଦ୍ଵାରା ଖାଉଟି ବଜାର ଦଖଲ ,କୃଷି ପ୍ରଧାନ ରାଜ୍ୟରେ ଜମି ପଡିଆ ଆଦି ବହୁବିଧ ସମସ୍ୟାରେ ପଡ଼ି ଉତ୍କଳ ଜନନୀ ଚିତ୍କାର କରୁଥିବା ସମୟରେ ବୀର ଓଡ଼ିଆଙ୍କ ଧୀର ଦାୟାଦ ମାନଙ୍କ ଭିକାରୀ ସଂସ୍କୃତି ଆହରଣ ପୂର୍ବକ ନିରବତା ସହିତ ତୁଳନା କରନ୍ତୁ । ଆଜି ଓଡେଶାର ସାଧାରଣ ଜନତା କେବଳ ନୁହେଁ , ଯୁବକ, ଯୁବତୀ, ଛାତ୍ରଛାତ୍ରୀ ହାତରେ ଅସ୍ତ୍ର ଧରି ମାତୃଭୂମିର ସ୍ବାଧୀନତା ପାଇଁ ଲଢେଇ କରୁଛନ୍ତି , ତାହା ମଧ୍ୟ ଦୟାକରି ଦେଖନ୍ତୁ । ଯଦି ଏହି ଦୃଶ୍ୟ ସାମାନ୍ୟ ମୂଳ ମାଟିକୁ ପ୍ରଭାବିତ କରି ପାରିବ , ତେବେ ହିଁ ଓଡ଼ିଆ ଓ ଓଡ଼ିଶାର ଐତିହ୍ୟ  ତଥା ସ୍ବାଭିମାନ, ଅସ୍ମିତା ବୋଧ ଉଜ୍ଜୀବିତ ହୋଇ ବୀର ଓଡ଼ିଆଙ୍କ ଧୀର ଦାୟାଦ ନୁହେଁ , ବୀର ଦାୟାଦଙ୍କ ପରିଚୟ ପରବର୍ତ୍ତୀ ପିଢି ପାଇପାରିବେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ  କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବର ପ୍ରଥମ ନୌବାଣିଜ୍ୟ ପରମ୍ପରାର ଜାତି ଓଡିଆ । ଏହାକୁ ବହୁ ବିଳମ୍ବରେ ସ୍ବୀକାର କଲେ ବିଜାତୀୟ ଐତିହାସିକ ମାନେ । ପ୍ରାଚୀନ ଭୂଗୋଳ-ବିତ୍ ଟୋଲେମି ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ ଉଲ୍ଲେଖ କରିଥିବା କିଛି ବନ୍ଦରର ନାମ ହେଲା ନାନିଗାଇନ (ପୁରୀ), କନ୍ନଗାର (କୋଣାର୍କ), କଟିକର୍ଦାମ (କଟକ) । ଟୋଲେମିଙ୍କ ଲେଖାରେ କିନ୍ତୁ ଅନେକ ମୂଖ୍ୟ ବନ୍ଦର ଯଥା ମାଣିକପାଟଣା, କଳିଙ୍ଗପାଟଣା, ପାଲୁର, ପିଥୁଣ୍ଡ, ଚେଲିତାଳା, ଖଳକଟ୍ଟପାଟଣା ଆଦିର ଉଲ୍ଲେଖ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ, ଅର୍ଥାତ୍ ଖ୍ରୀଷ୍ଟାବ୍ଦ ନବମ ଓ ଦଶମ ଶତାବ୍ଦୀରେ ଆରବୀୟ ମାନଙ୍କ ଦ୍ୱାରା ଲିଖିତ ବିବରଣୀରେ ଓଡ଼ିଶା, ଗଞ୍ଜାମ, କଳିଙ୍ଗନଗର, କେଳକଣ, ଅଲ୍-ଲାଭା, ନୁବିନ୍ ଆଦି ସ୍ଥାନର ଉଲ୍ଲେଖ ରହିଛି । ପୁଣି ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀରେ ବାଲେଶ୍ୱର, ପିପିଲି, ଗଞ୍ଜାମ, ହରିଶପୁର, ଚାନ୍ଦବାଲି ଓ ଧାମରା ମୂଖ୍ୟ ବନ୍ଦର ଭାବେ ଜଣାଶୁଣା ଥିଲେ । ବିଗତ ଦିନରେ ସୁବାର୍ତ୍ତାର ଅଗ୍ରଲେଖରେ ଆମେ ଉଲ୍ଲେଖ କରିଥିଲୁ ଯେ ଗୋଳବାଇ ଶାସନରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରସ୍ତର ଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୩୦୦), ତା’ ପରବର୍ତ୍ତୀ ସମୟ ବା ତାମ୍ରଯୁଗ ଓ ତା’ ପରବର୍ତ୍ତୀ ଲୌହଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୯୦୦) ସମୟର ଅନେକ ଅବଶେଷାଂଶ ପ୍ରାପ୍ତ ହୋଇଛି । ଏଠାରେ ଆବିଷ୍କୃତ ପୁରାତନ ଉପକରଣରୁ ଜଣାପଡେ ଯେ ଏହା ଏକ ପ୍ରାଚୀନ ବୋଇତ ନିର୍ମାଣ କେନ୍ଦ୍ର ଥିଲା । ମାଛକଣ୍ଟା, ବନିଶୀ କଣ୍ଟା ଓ ମାଛ ଧରିବାରେ ବ୍ୟବହୃତ ଅନ୍ୟ ଉପକରଣର ଅବଶେଷାଂଶ, ସେ ସମୟରେ ମାଛ ମାରିବା ଏକ ପ୍ରମୁଖ ଜୀବିକା ଥିଲା ବୋଲି ଇଙ୍ଗିତ କରନ୍ତି । ତାମ୍ରଯୁଗୀୟ ସାମଗ୍ରୀମାନଙ୍କ ସହିତ ଭିଏତନାମରୁ ମିଳିଥିବା ତତ୍କାଳୀନ ସାମଗ୍ରୀମାନଙ୍କର ସାମଞ୍ଜସ୍ୟ ଥିବାରୁ ଏହି ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଥିଲା ବୋଲି ଅନୁମାନ କରିବା ଭୁଲ ନୁହେଁ ।  ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ  ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୪୦୦ ପର୍ଯ୍ୟନ୍ତ ଶିଶୁପାଳଗଡ ତୋଷାଳି ନାମରେ ଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଅଳ୍ପ ସମୟ ପାଇଁ କଳିଙ୍ଗନଗର ନାମରେ ଅଭିହିତ ହେଉଥିଲା ବୋଲି କେତେକ ଐତିହାସିକ ମତ ପୋଷଣ କରିଛନ୍ତି ସତ୍ୟ ମାତ୍ର ସେମାନେ ଯେଉଁ ମତାମତ ଦେଇଛନ୍ତି ଯେ ଏହା ଏକ ସମୟରେ ଅଶୋକଙ୍କର ପ୍ରାନ୍ତୀୟ ରାଜଧାନୀ ମଧ୍ୟ ଥିଲା  , ତାହା  କୌଣସି ପ୍ରାମାଣିକ ତଥ୍ୟ ଆଧାରରେ ନୁହେଁ, ଏକ କପୋଳକଳ୍ପିତ କାହାଣୀକୁ ରୂପାନ୍ତରିତ କରାଯାଇଛି । କାରଣ
ପରବର୍ତ୍ତୀ ସମୟର ଇତିହାସ ପ୍ରମାଣ ଅଭାବରୁ ଅଧିକ ସ୍ପଷ୍ଟ ନୁହଁ । କେବେ ଉତ୍ତର କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ ଭଳି ଦୁଇଟି ରାଜ୍ୟର ଗଠନ ହୋଇଥିଲା ତ କେବେ ଦୁଇଟି ରାଜ୍ୟ ମିଳିତ ହୋଇ କଳିଙ୍ଗ ନାମରେ ଅଭିହିତ ହେଉଥିଲେ । କେବେ କଳିଙ୍ଗ ସ୍ୱାଧୀନ ରାଜ୍ୟଭାବେ ପରିଗଣିତ ହେଉଥିଲା ତ ପୁଣି କେବେ ପଡୋଶୀ ଓଡିଆ ଭାଷା ଭାଷୀ ରାଜ୍ୟଦ୍ୱାରା ଶାସିତ ହେଉଥିଲା ।  ବିଦେଶୀ ଓ ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଭଗାରି ଜାତିର ଐତିହାସିକ ମାନେ କୌଣସି ପ୍ରକାରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ ନକରି
ଲେଖି ଯାଇଛନ୍ତି ଯେ  ୭୦୦ରୁ ୧୦୦୦ ଯାଏଁ ଓଡ଼ିଶାର ଉତ୍ତର-ପୂର୍ବ ପ୍ରାନ୍ତ ଉତ୍କଳ ନାମରେ ଜଣାଯାଉଥିଲା । ଏହି ସମୟରେ ଉତ୍କଳ ଭୌମକର ବଂଶଦ୍ୱାରା ଶାସିତ ହେଉଥିଲା । ଏହି ଶାସକମାନେ ଖ୍ରୀଷ୍ଟାବ୍ଦ ୮୧୦ରୁ ୮୫୦ ପର୍ଯ୍ୟନ୍ତ ବଙ୍ଗର ପାଳବଂଶୀୟ ଶାସକ ଦେବପାଳଙ୍କ ଅଧୀନରେ ରହିଥିଲେ କିନ୍ତୁ ଉତ୍କଳ ଦେବପାଳଙ୍କ ପରବର୍ତ୍ତୀ ଶାସକମାନଙ୍କ କବଳରୁ ନିଜର ସ୍ୱାଧୀନତା ହାସଲ କରିଥିଲା ।କିଛି ବର୍ଷ ପାଇଁ (୧୦୧୨-୧୦୪୪) ଉତ୍କଳ ତାମିଲ୍ ଚୋଳ ସାମ୍ରାଜ୍ୟର ରାଜା ରାଜେନ୍ଦ୍ର ଚୋଳଙ୍କ ଅଧୀନକୁ ଆସିଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ଅନନ୍ତ ବର୍ମନ୍ ଚୋଡ଼ଗଙ୍ଗଦେବ ୧୦୭୮ରୁ ୧୧୯୧ ମଧ୍ୟରେ ଏହି ଅଞ୍ଚଳକୁ କରାୟତ  କରିଥିଲେ । ସେ ନିଜ ରାଜଧାନୀ କଳିଙ୍ଗ ନଗରରୁ କଟକକୁ ସ୍ଥାନାନ୍ତରିତ କରିଥିଲେ । ଓଡ଼ିଶାର ରାଜନୈତିକ ଓ ସାମରିକ ଶକ୍ତି ସବୁ ସମୟରେ ସ୍ଥିର ନଥିଲା ଏବଂ ୧୫୬୮ ରେ ଓଡ଼ିଶା ପୁଣି ତାର ସ୍ୱାଧୀନତା ହରାଇଲା। ଶେଷ ସ୍ୱାଧୀନ ରାଜା ଥିଲେ ମୁକୁନ୍ଦ ଦେବ। ଏହା ଅର୍ଦ୍ଧ ସତ୍ୟ ।  ୧୦୭୫ ମସିହାରୁ ୧୪୬୫ ପର୍ଯ୍ୟନ୍ତର ଇତିହାସ କ'ଣ ଥିଲା ?  ଦିଗ୍ ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ଐତିହାସିକ ମାନେ ସଠିକ୍ ମୂଲ୍ୟାଙ୍କନ କରିଛନ୍ତି ? ବୋଇତ ନିର୍ମାଣର  ନିୟମାବଳୀ ସମ୍ବନ୍ଧରେ ସଂସ୍କୃତ ଭାଷାରେ ଲିଖିତ ଯୁକ୍ତିକଳ୍ପତରୁରେ ବିବରଣୀ ରହିଛି ।  ରାଜା ଭୋଜ ନିଜ ସମୟରେ ସେ ସ୍ଥାନରେ ମିଳୁଥିବା କାଠ ବ୍ୟବହାର କରି ଅନେକ ବୋଇତ ନିର୍ମାଣ କରାଇଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲିଖିତ । ଦୁଇ ହଜାର ବର୍ଷ ତଳେ  ଆଜିର ଗୋଳବାଇ ଥିଲା ଚିଲିକା  ଉପକୂଳ ଏବଂ ଏବେ ତ
ଗୋଳବାଇରୁ ମିଳିଛି ବଢ଼େଇମାନଙ୍କଦ୍ୱାରା ବ୍ୟବହୃତ ଉପକରଣର ଅବଶେଷାଂଶ  ଏବଂ  ପ୍ରମାଣିତ ଯେ ଗୋଳବାଇ ଠାରେ ଗୋଟିଏ ନୁହେଁ ,ଅନେକ ପ୍ରକାର ବୋଇତ ନିର୍ମାଣର ଭିନ୍ନ ଭିନ୍ନ କାରଖାନା । ଆମର ଜନ୍ମ ଚିଲିକା କୂଳରେ ଏବଂ ପୁରାଣ ପ୍ରସିଦ୍ଧ ଦଧିଭଦ୍ରା , ଆଜିର ମୃତ ପ୍ରାପ୍ତ ତଥା ରାଜଧାନୀର ମଳ ମୂତ୍ର, ବର୍ଜ୍ୟବସ୍ତୁ ଦ୍ବାରା ବିଷାକ୍ତ ଦୟା ନଦୀର ପାଣି ପିଇ ଆମେ ବଢିଛୁ । ଆମ ପିଲାଦିନ ସମୟରେ  ଚିଲିକା ଥିଲା ଆମ ଗାଁର ପଡା ଗ୍ରାମ, ଏବେ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ନୂଆଗାଁ ପାଖରେ । ଏବେ ସେଠାରୁ ବୋଧେ ଚିଲିକା କୂଳ ୧୫ କିମି । ଅତଏବ  ବର୍ତ୍ତମାନର
ଗୋଳବାଇ ଠାରୁ  ଚିଲିକାର ଦୂରତା ୩୦ କିଲୋମିଟର । ଏଥିରୁ କାରଖାନା ଥିବା ସମୟ ସହଜରେ ହିସାବ କରିହେବ ।  
ମକାରେ ଲଦା ବୋଇତମାନଙ୍କର ଚିତ୍ର ଅଙ୍କିତ ହୋଇଥିବା ପୋଡାମାଟିର ସିଲ୍-ମୋହର ବନଗଡ ଓ ଚନ୍ଦ୍ରକେତୁଗଡରୁ ଉଦ୍ଧାର କରାଯାଇଛି । ଓଡ଼ିଶାରେ ମିଳିଥିବା ଅନ୍ୟାନ୍ୟ ବୋଇତ ସମ୍ବନ୍ଧୀୟ ଚିହ୍ନ ହେଲା ବୋଇତ ଚିତ୍ରଯୁକ୍ତ କଳାକୃତି ( ଅର୍ଥାତ୍ ଦୁଇଟି ବୋଇତ ଥିବା ଏହି କଳାକୃତି ପ୍ରଥମେ ବ୍ରହ୍ମେଶ୍ୱର ମନ୍ଦିର ନିକଟରୁ ମିଳିଥିଲା ଯାହାକୁ ବର୍ତ୍ତମାନ ଓଡ଼ିଶାର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯାଇଛି) । ଏହି ବୋଇତଗୁଡିକ ଗୋଟିଏ ମାସ୍ତୁଲ୍-ବିଶିଷ୍ଟ ଓ ଏମାନଙ୍କର ପାଲଗୁଡିକ ବର୍ଗାକାର ।ଗୋଟିଏ ବୋଇତରେ ହାତୀ ବୁହା ହେଉଥିବା ବେଳେ ସେଥିରେ ନାବିକ ଓ ଅନ୍ୟ ଯାତ୍ରୀମାନେ ବସିଥିବା ମଧ୍ୟ ପ୍ରଦର୍ଶିତ ହୋଇଛି ।
ଭୌଗୋଳିକ ପ୍ରମାଣ ସୂଚିତ କରେ ଯେ ପ୍ଲେଷ୍ଟୋସିନ୍ ସମୟର ପରବର୍ତ୍ତୀ ପର୍ଯ୍ୟାୟରେ ଚିଲିକା ହ୍ରଦ କଳିଙ୍ଗ ସାଗରର ଏକ ଅଂଶ ଥିଲ , ଅର୍ଥାତ୍ ୧୦ ହଜାର ବର୍ଷ ତଳେ ଥିଲା ବୋଲି ଏବେ ପ୍ରମାଣିତ । ଚିଲିକା କୂଳରେ ବନ୍ଦର ଜାଗାମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍‌ ଆସି ମହଜୁଦ୍‌ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ରାଜ୍ୟ ଭିତରକୁ। ମାଲ୍‌ ରହିବା ସ୍ଥାନକୁ ମାଲୁଦ ,ଏହି ନାମରେ ଏବେ ପାରିକୁଦରେ ମାଲୁଦ ବୋଲି ଜଣାଶୁଣା ଗାଁ ବିଦ୍ୟମାନ । ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରି ହେବାକୁ ପଡ଼େ। ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତମାନଙ୍କୁ ଦିଗ୍‌ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ। ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକପାଟଣା ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ। ଭାବକୁଣ୍ଡଳେଶ୍ବର ମନ୍ଦିରର ଇତିହାସ ହେଉ ଅବା ଗୋଟିଏ ଦିନର କିଛି ମୁହୂର୍ତ୍ତ ପାଇଁ ମହୋଦଧି ବା କଳିଙ୍ଗ ସାଗରର ପାଣି ମିଠା ହେବା ଠାରୁ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ପତିତପାବନ ପତାକା ପବନ ବୋହୁ ଥିବା ଦିଗର ବିପରିତ ଦିଗରେ ଉଡ଼ିବା ଆଦି ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଆସୁଥିବା ଘଟଣା ସମୂହର ବୈଜ୍ଞାନିକ ଭିତ୍ତିଭୂମି ନିର୍ଣ୍ଣୟ କରିବାରେ କ'ଣ ବିଫଳ ନୁହେଁ ବିଶ୍ବ ବିଜ୍ଞାନ ଜଗତ ? ବର୍ତ୍ତମାନ ଚିଲିକାର ସ୍ଥିତି କ'ଣ ? ବିଗତ ଦିନରେ ସୁବାର୍ତ୍ତାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କେବଳ ଜଣେ ମାତ୍ର ବ୍ୟକ୍ତି ମାଟି ମନସ୍କ, ଭାଷା ସାହିତ୍ୟ ପ୍ରାଣ ଅଧ୍ୟାପକ କାଶୀନାଥ ନାୟକଙ୍କ ବ୍ୟତୀତ ଅନ୍ୟ କାହା ଉପରେ ଏହି ଆଲେଖ୍ୟ ଆଲୋଚନା ପ୍ରଭାବ ପକାଇ ନଥିବା ସମ୍ପର୍କରେ ଆମେ ଦୃଢ ନିଶ୍ଚିତ ।
ଯେଉଁ ଚିଲିକା କୁ ଦେଖି ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହିଥିଲେ  " ରହ ରହ କ୍ଷଣେ ବାଷ୍ପୀୟଶକଟ , ଦେଖିବି ଚିଲିକା ଚାରୁ ଚିତ୍ରପଟ ." , ଯାହାକୁ ଦେଖି କବିବର ରାଧାନାଥଙ୍କ  କାବ୍ୟିକ ପ୍ରାଣରେ ପ୍ରତିଧ୍ୱନିତ ହୋଇଥିଲା " ଉତ୍କଳ କମଳା ବିଳାସ ଦୀର୍ଘିକା , ମରାଳ ମାଳିନୀ ନୀଳାମ୍ବୁ ଚିଲିକା" ଏବେ "ଗରଳ ଗାଳିନୀ ଗୋଳାମ୍ବୁ ଚିଲିକା" । ଏହା ନିର୍ବିବାଦୀୟ ସତ୍ୟ ଯେ ଅପୂର୍ବ ଜୈବବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଆସିଥିଲା, ଏବେବି ଆସୁଛି । ଅପରପକ୍ଷରେ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ବିଭିନ୍ନ  ନଦୀନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ  ନୁହେଁ , ତୀବ୍ର ଗତିରେ ପୋତି ହେବାରେ ଲାଗିଛି  । ସେହିପରି ଲବଣ ମାତ୍ରାରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ ଅନାବନା ଗଛ ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିଆସୁଛି । କେଉଁ ଅନାଦି ଅନନ୍ତ କାଳରୁ ଚିଲିକା ସନ୍ନିକଟ ଅଧିବାସୀଗଣ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀମାନଙ୍କୁ ବିଭିନ୍ନ ଚିରାଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟକରି ପେଟ ପୋଷିଥାନ୍ତି। ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବବିଭିନ୍ନତା କ୍ଷୟର ଏକ ମୁଖ୍ୟ କାରଣ । ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରି ଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟଟକଙ୍କ ଆଗମନ , ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିକରିଛି । ୨୦୧୦ ମସିହାରେ ଡଲଫିନକୁ ଦେଖିବାକୁ ନ ମିଳିବାରୁ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଇଛି ଏମାନଙ୍କ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ଉପରେ। ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗ।ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ ବାଧା ସୃଷ୍ଟିକରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହୁଏନାହିଁ । ଏବେ ନିକଟର ଆମେ ପୁଅ -ଵୋହୂ ଙ୍କୁ ନେଇ ଯାଇଥିଲୁ , ଯାହା ଦେଖିଲୁ ,ଆମ ହୃଦୟ ବିଦାରିତ ହୋଇଥିଲା । ନିକଟରେ ଏହି ଅଞ୍ଚଳର ଜଣେ ସମର୍ପିତ ସମାଜସେବୀ ସମ୍ମାନନୀୟ ସତ୍ୟପ୍ରିୟ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ, ତାଙ୍କର ପ୍ରତିମୂର୍ତ୍ତି ଅନାବରଣ କରି ଯେଉଁ ଶ୍ରଦ୍ଧାବଚନାର୍ପଣ ବକ୍ତବ୍ୟ ଦେଇଥିଲୁ , ସେଥିରେ ଯେଉଁ ତଥ୍ୟାର୍ପିତ ଆହ୍ବାନ ଦେଇଥିଲୁ , ତାହାର ପ୍ରଭାବ କଲା ନାହିଁ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କୁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ।ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟତମ କାରଣ। ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେଉଛି। ସେହିପରି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣରେ ଥିବା ପାଲୁର ଦ୍ୱିତୀୟ ଶତାବ୍ଦୀର ଏକ ମହତ୍ତ୍ୱପୂର୍ଣ୍ଣ ବନ୍ଦର । ପ୍ରତ୍ନତାତ୍ତ୍ୱିକ ଖନନ ପରେ ପାଲୁରରୁ ମିଳିଥିବା ଚାଇନାମାଟିର ପାତ୍ର ଓ ତତ୍କାଳୀନ ରୋମରେ ନିର୍ମିତ ପାତ୍ରର ଭଗ୍ନାବଶେଷ ଏହା ଏକ ପ୍ରମୁଖ ଅନ୍ତର୍ଜାତୀୟ ବନ୍ଦର ହୋଇଥିବାର ସଙ୍କେତ ଦେଇଥାଏ । ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମୋହର ମଧ୍ୟ ମିଳିଛି । ତନ୍ମଧ୍ୟରୁ ଏକ ଅଦ୍ଭୁତ ମୋହରର ଏକ ପାର୍ଶ୍ୱରେ  କୁଷାଣ ରାଜାଙ୍କ ଚିତ୍ର, ବ୍ରାହ୍ମି ଲିପିରେ ଲେଖା ରହିଛି ଓ ଅପର ପାର୍ଶ୍ୱରେ ରୋମାନ ପରି ମୁଣ୍ଡ, ରୋମାନ ଭାଷାର ଲେଖା ରହିଛି । ରୋମାନ ସମ୍ରାଟ ତାଇବେରିୟସଙ୍କ ସମୟର ଏକ ମୁଦ୍ରା ଶାଳିହୁନ୍ଦମ୍ ପାଖରେ ଓ ଅନ୍ୟ ସ୍ଥାନମାନଙ୍କରେ ମିଳିଥିବା ରୋମାନ ମୁଦ୍ରାରୁ ରୋମ୍ ସାମ୍ରାଜ୍ୟ ସହିତ ଥିବା ବାଣିଜ୍ୟିକ ସମ୍ପର୍କ ସ୍ପଷ୍ଟ ପ୍ରତିଫଳିତ ହୁଏ । ଦକ୍ଷିଣ-ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କର ସ୍ଥାପନା ପ୍ରଥମ ଶତାବ୍ଦୀରୁ କିମ୍ବା ତା’ର ବହୁ ପୂର୍ବରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ପରବର୍ତ୍ତୀ ସମୟରେ ମିଳିଥିବା ତଥ୍ୟରେ ଦ୍ୱାଦଶ ଶତାବ୍ଦୀର ସିଂହଳୀ ମୁଦ୍ରା ଓ ଚତୁର୍ଦ୍ଦଶ ଶତାବ୍ଦୀର ଚୀନି ମୁଦ୍ରା ମଧ୍ୟ ଉଲ୍ଲେଖଯୋଗ୍ୟ । ସୁମାତ୍ରାର କୋଚିନାଠାରେ ମିଳିଥିବା ଏକା ପ୍ରକାରର ମୁଦ୍ରା ସୁମାତ୍ରା, ସିଂହଳ ଓ କଳିଙ୍ଗ ମଧ୍ୟରେ ଥିବା ତ୍ରିକୋଣୀୟ ବ୍ୟବସାୟିକ ସମ୍ପର୍କର ସୂଚନା ଦିଏ । ସାମୁଦ୍ରିକ ବ୍ୟବସାୟରେ ଅନେକ ଜୀବନ ଓ ଧନହାନିର ଆଶଙ୍କା ଲାଗିରହିଥାଏ । ତତ୍କାଳୀନ ସମୟରେ କଳିଙ୍ଗ, ସିଆମ୍ ଓ ଜାଭାର ରାଜାମାନେ ସାମୁଦ୍ରିକ ତସ୍କରମାନଙ୍କୁ ଦମନ କରିବା ପାଇଁ ସମୟ ସମୟରେ ସାମରିକ ନିରୀକ୍ଷକ ଦଳମାନଙ୍କୁ ନିୟୋଜିତ କରୁଥିଲେ । ବହୁ ପୁରାତନ କାଳରୁ ଚିଲିକା ତଟସ୍ଥିତ ମାଣିକପାଟଣା ବନ୍ଦର ବିକାଶର ଚରମ ସୀମାରେ ପହଞ୍ଚିଥିଲା ଓ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ପ୍ରତ୍ନତାତ୍ତ୍ୱିକ ଖନନରୁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ପାତ୍ର, ସିଂହଳ ଓ ଚୀନର ମୁଦ୍ରା ଇତ୍ୟାଦି ଆବିଷ୍କାର ହୋଇଛି । ନୂତନ ଯୁଗର ବସ୍ତୁମାନଙ୍କ ମଧ୍ୟରେ ଚୀନର ନୀଳ ରଙ୍ଗରେ ଚିତ୍ରିତ ହୋଇଥିବା ଚାଇନାମାଟିର ପାତ୍ର ଓ ଆରବର ଚିକ୍କଣ ମାଟିପାତ୍ର  ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ମସଜିଦର ଅଭିଲେଖ କୁହେ ଯେ ସେଠାରେ ନାବିକ ଓ ବ୍ୟବସାୟୀମାନେ ସମୁଦ୍ରଯାତ୍ରା ପୂର୍ବରୁ ପ୍ରାର୍ଥନା କରୁଥିଲେ । ଖୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ବିଭିନ୍ନ ଅଭିଲେଖରୁ ଜଣାଯାଏ ଯେ ଏକଦା କଳିଙ୍ଗର ହାତୀ, ବହୁମୂଲ୍ୟ ପ୍ରସ୍ତର, ହାତୀଦାନ୍ତ, ଗୋଲମରିଚ, ଗୁଆ, ବସ୍ତ୍ରାଦି ପାଇଁ ସିଂହଳ ବଜାରରେ ଖୁବ୍ ଚାହିଦା ଥିଲା । ବଦଳରେ କଳିଙ୍ଗ ମୁକ୍ତା ଓ ରୁପା ଆମଦାନୀ କରୁଥିଲା । କଳିଙ୍ଗ ବିଭିନ୍ନ ସ୍ଥାନକୁ ମକା ଓ ଧାନ ମଧ୍ୟ ରପ୍ତାନୀ କରୁଥିଲା । କଳିଙ୍ଗର ବ୍ୟବସାୟୀମାନେ ଭୂମଧ୍ୟସାଗର ଅଞ୍ଚଳରେ ଚାହିଦା ଥିବା ମସଲା ଜାତୀୟ ଜିନିଷ ଓ ଚନ୍ଦନ କାଠ ମଧ୍ୟ ଆମଦାନୀ କରି କିଛି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ ଓ ଏକ ବଡ଼ ଅଂଶ ଭୂମଧ୍ୟସାଗର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କୁ ରପ୍ତାନୀ କରୁଥିଲେ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କରେ ଏକ ପ୍ରସ୍ତର ଖୋଦିତ ଚିତ୍ରରେ ଡଙ୍ଗା ଉପରେ ଏକ ଜିରାଫର ଚିତ୍ର ଅଛି । ଅନୁମାନ କରାଯାଏ ଯେ କଳିଙ୍ଗ ଆରବ ବଣିକଙ୍କ ସହାୟତାରେ ଆଫ୍ରିକା ସହିତ ବାଣିଜ୍ୟ କାରବାର କରୁଥିଲା । ଠିକ୍ ସେହିପରି

ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା। କଳିଙ୍ଗର ସମୁଦ୍ର ତଟରେ ମନ୍ନଦ, କୋଣାଗାର, କଟିକର୍ଦମ, ପାଲୁର, ଆଫେତାରିଆନ୍‌, ତାମ୍ରଲିପ୍ତି ପ୍ରଭୃତି ବନ୍ଦର ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିଲା ବୋଲି ବିଶ୍ୱପ୍ରସିଦ୍ଧ ଭୌଗୋଳିକ ଓ ନୌବିତ୍‌ ଜି.ଇ. ଜେରିନି ସ୍ୱରଚିତ ରିସର୍ଚେସ୍‌ ଅନ୍‌ ଟଲେମିକ୍‌ ଜିଓଗ୍ରାଫିରେ ବର୍ଣ୍ଣନା କରିଛନ୍ତି। ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍‌ ଟଲେମି ବର୍ଣ୍ଣନା କରିଯାଇଛନ୍ତି୤ ସେହି ବନ୍ଦରର ନାମ ମନ୍ନଦ ଥିଲା। ମହାନଦୀ ମୁହାଣରେ ରହିଥିବା ଯୋଗୁଁ ତାହାର ନାମ ମନ୍ନଦ ରଖାଯାଇଥିଲା। ଚୀନ ଦେଶର ରାଜକନ୍ୟା ବୌଦ୍ଧତନ୍ତ୍ର ବିଷୟରେ ଜ୍ଞାନ ଆହାରଣ କରିବା ନିମନ୍ତେ ନୌଯାନରେ କଳିଙ୍ଗ ସାଗରରେ ଆସି ଏକ ବୃହତ୍‌ ନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେ ପାଲିଙ୍କିଦ୍ୱାରା ତତ୍କାଳୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ଯାତ୍ରା କରି ତନ୍ତ୍ରଶିକ୍ଷା ଲାଭ କରିଥିଲେ ଓ ସେହି ମାର୍ଗରେ ଚୀନକୁ ନୌଯାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ନଦ ବନ୍ଦର ଦେଇ ଚୀନର ରାଜକୁମାରୀ ମହାନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦରରେ ପହଞ୍ଚିଥିଲେ ବୋଲି ବର୍ଣ୍ଣନା ରହିଛି।
ଅପରପକ୍ଷରେ ବର୍ମା ବା ବ୍ରହ୍ମଦେଶ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ କଳିଙ୍ଗରାଟ୍ (କଳିଙ୍ଗରାଷ୍ଟ୍ରର ଅପଭ୍ରଂଶ) ନାମରେ ସର୍ବବିଦିତ ଥିଲା । ବହୁ ପ୍ରାଚୀନ ସମୟରୁ ଏହାର ଦକ୍ଷିଣ ମୋନ୍ ଅଞ୍ଚଳରେ ବାହାରୁ ଆସିଥିବା ଲୋକଙ୍କଦ୍ୱାରା ଏକ ସଭ୍ୟତାର ପ୍ରତିଷ୍ଠା ହେବାର ପ୍ରମାଣ ମଧ୍ୟ ମିଳେ । ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀ ବେଳକୁ କାଲାଇମ୍ୟୋ, ଆରାକାନ୍ ନଦୀ ଉପତ୍ୟକାସ୍ଥ ଅଞ୍ଚଳ ଓ ମର୍ତ୍ତବାନ୍ ଚତୁଃପାର୍ଶ୍ୱର ପେଗୁ ଅଞ୍ଚଳ କଳିଙ୍ଗଦ୍ୱାରା ଶାସିତ ହେଉଥିଲା । ରେଙ୍ଗୁନ୍ ନିକଟବର୍ତ୍ତୀ ତାନ୍ତେ ଅଞ୍ଚଳର ଭୂଖନନରୁ ଆବିଷ୍କୃତ ଯାହାଜର ଭଗ୍ନାବଶେଷରୁ ଏହି ଅଞ୍ଚଳ ମଧ୍ୟ କଳିଙ୍ଗର ବଣିକଙ୍କ ଅଧୀନରେ ଥିବାର ଅନୁମାନ କରାଯାଏ । ସ୍ଥାନମାନଙ୍କ ନାମ ଓ ସ୍ଥାପତ୍ୟ କଳାରେ ସମାନତା ସାଗର ପାରି ଦେଶର ଲୋକଙ୍କ ସହିତ ସମ୍ପର୍କ ବିଷୟରେ ସଙ୍କେତ ଦିଏ । ବ୍ରହ୍ମଦେଶର ଧର୍ମାଭିଲେଖ ବୁଦ୍ଧାଗତରେ ମଧ୍ୟ ପ୍ରଥମେ କଳିଙ୍ଗର ବୌଦ୍ଧ ଧର୍ମାବଲମ୍ବୀ ବଣିକଙ୍କ ସହ ବ୍ୟବସାୟ, ବୌଦ୍ଧ ଧର୍ମପ୍ରଚାରକଙ୍କ ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ପ୍ରଚାର ଓ ପରବର୍ତ୍ତୀ ସମୟରେ ଖ୍ରୀ. ୪ର୍ଥରୁ ୭ମ ଶତାବ୍ଦୀ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ବର୍ମାରେ କଳିଙ୍ଗର ରାଜନୈତିକ ପ୍ରଭାବ ବିସ୍ତାର ସମ୍ପର୍କରେ ବର୍ଣ୍ଣନା ରହିଛି । ପେଗୁରୁ ପ୍ରାପ୍ତ ହିନ୍ଦୁ ଧର୍ମର ଚିହ୍ନ ଥିବା ମୁଦ୍ରାମାନ ମଧ୍ୟ ଏହି ସମ୍ପର୍କର ପୁଷ୍ଟି କରିଥାନ୍ତି ।   ଏପରିକି  ଓଡିଆ ବିଦ୍ୱେଷୀ ଐତିହାସିକ ମାନେ ସତ ଲୁଚେଇବାକୁ ଯାଇ ମଧ୍ୟ କେତେକ ତଥ୍ୟ ଦେଇ ଯାଇଛନ୍ତି , ଯେପରି କି ଆର୍. ଡି. ବାନାର୍ଜୀଙ୍କ ମତରେ କଳିଙ୍ଗର ହିନ୍ଦୁମାନେ ଜାଭା ଦ୍ୱୀପରେ ହିନ୍ଦୁ ସଂସ୍କୃତିର ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଳିଙ୍ଗରୁ ବାହାରିଥିବା ଏକ ବଣିକଦଳ ଖ୍ରୀ.ପୂ. ୭୫ରେ ଏଠାରେ ଏକ ଜନବସତି ସ୍ଥାପନ କରିଥିଲେ ‍। କେତେକ ଲୋକକଥା ଅନୁସାରେ ଏହି ସମୟରେ ପ୍ରାୟ ୨୦,୦୦୦ ଲୋକଙ୍କ ଜନବସତି ରହିଥିବା ଅତ୍ୟୁକ୍ତି ପରି ଲାଗିପାରେ । ସମଗ୍ର ଜାଭା ଦ୍ୱୀପରେ ଖ୍ରୀ. ୪ର୍ଥ ଶତାବ୍ଦୀ ବେଳକୁ ଏହି ବିଦେଶୀମାନଙ୍କଦ୍ୱାରା ହିନ୍ଦୁ ଧର୍ମର ପ୍ରତିଷ୍ଠା ଓ ପ୍ରଚାର ଘଟିଥିଲା । ଚୀନର ଐତିହାସିକମାନେ ଚୀନରେ ତାଙ୍ଗ୍ ରାଜବଂଶର ଶାସନ ବେଳେ (ଖ୍ରୀ. ୬୧୮-୯୦୬) ଜାଭାରେ ରାଜୁତି କରୁଥିବା ବଂଶର ନାମ ହୋ-ଲିଙ୍ଗ୍ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ) ବୋଲି କହିଛନ୍ତି । ଜାଭାର ଏହି ରାଜବଂଶ ସେ କାଳର କଳିଙ୍ଗର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ବୋଲି ଅନୁମାନ କରାଯାଇପାରେ । ଆରବର ଐତିହାସିକମାନେ ଖ୍ରୀ. ୮ମ ଶତାବ୍ଦୀରେ ଜାଭାରେ ଶାସନ କରୁଥିବା ଓ କାମ୍ବୋଡିଆ, ଚମ୍ପାରେ ପ୍ରଭାବ ବିସ୍ତାର କରିଥିବା ଶୈଳେନ୍ଦ୍ର ବଂଶ କଳିଙ୍ଗରୁ ବୋଲି କହିଛନ୍ତି । ରାଜା କୁଟିଙ୍କର ପ୍ରାସାଦରେ ଥିବା ସେବକମାନଙ୍କୁ ଚମ୍ପା ଓ କଳିଙ୍ଗରୁ ଅଣାଯାଇଥିଲା ବୋଲି ଖ୍ରୀ. ୮୪୦ର ଏକ ତାମ୍ରଫଳକରେ ଲିଖିତ ଅଛି ।  ଖ୍ରୀ. ୧୦୧୯ରୁ ୧୦୪୨ ପର୍ଯ୍ୟନ୍ତ ଜାଭାରେ ଶାସନ କରିଥିବା ରାଜା ଐରଲଙ୍ଗଙ୍କ ସମୟରେ ତାଙ୍କ ରାଜ୍ୟକୁ ଆସିଥିବା ଲୋକଙ୍କ ମଧ୍ୟରେ କିଛି ଲୋକ କ୍ଲିଙ୍ଗ (“କଳିଙ୍ଗ” ଶବ୍ଦର ଆଉ ଏକ ଅପଭ୍ରଂଶ)ରୁ ଥିଲେ ବୋଲି  ଅଭିଲେଖରୁ ଜଣା ପଡିଛି । ଗତ ଦୁଇ ବର୍ଷ ତଳେ ଆମେ ଦକ୍ଷିଣ କୋରିଆ ଯାଇଥିଲୁ ।  ତାହାର ଇତିହାସ ଜାଣିଲୁ ଯେ ସେଠାରେ ଶୈଳଜା ଡେନସିଟ ହେଉଛି ଇତିହାସ ସିଦ୍ଧ । ଏଥିରୁ କ'ଣ ପ୍ରମାଣ ମିଳୁଛି । ଅଗ୍ରଲେଖର କଳେବର ବୃଦ୍ଧି ଯୋଗୁଁ  ପରବର୍ତ୍ତୀ ଆଲେଖ୍ୟ ଆଲୋଚନାରେ ଅବଶିଷ୍ଟାଂଶ ଉଲ୍ଲେଖ କରିବୁ ।

ଆଗ୍ନେୟ ଆହ୍ଵାନ

-------------------
ସେ ଦିନ ଥିଲା ୨୯, ଅପ୍ରେଲ, ୧୯୫୮ । ଆମ ଭାଷାରେ ଏହି ଦିନଟିର ଇତିହାସ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଆହ୍ବାନ , ଏହି ଇଂରାଜୀ ତାରିଖ ଅପ୍ରେଲ,୨୯ ଟି ମଧ୍ୟ ପ୍ରତ୍ୟେକ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ ତାରିଖ । ଏଠାରେ ଇତିହାସର ଏକ ଛିନ୍ନ ପୃଷ୍ଠାର  ଅପୁଛନୀୟ ବିଷୟବସ୍ତୁକୁ ଉପସ୍ଥାପନ କରି ଯୁବ ପିଢ଼ିଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରୁଅଛୁ । ମୁକ୍ତି ଆନ୍ଦୋଳନ ସମୟରେ, ଅର୍ଥାତ୍ ସ୍ବାଧୀନତା ଲାଭ ପୂର୍ବରୁ ଭାରତୀୟମାନେ ଯେଉଁ ସବୁ ପ୍ରାପ୍ତିର ଆଶାରେ ମୂହ୍ୟମାନ ହୋଇଥିଲେ, ସ୍ବାଧୀନତା ପ୍ରାପ୍ତି ପରେ ଜନତାଙ୍କ ଆଶା ଆକାଂକ୍ଷା ଶରତ ସକାଳର କୁହୁଡି ପରି ଅଚିରେ ପରାହତ ହେଲା ଏବଂ ସ୍ବାଧୀନତା ଲାଭରେ ଆନନ୍ଦ ଉଛ୍ବାସର ଆଲୋକ ପ୍ଲାବିତ ଆକାଶ ଧୀରେ ଧୀରେ ନିରାଶର ପାଣ୍ଡୁରିତ ବିବର୍ଣ୍ଣତାରେ ପର୍ଯ୍ୟବେସିତ ହୋଇଥିଲା । ଏହି ଅପଦୃଶ୍ୟକୁ ଅବଲୋକନ କରି , ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଅଵର୍ତ୍ତମାନରେ ଜାତୀୟ ସରକାରଙ୍କ କାର୍ଯ୍ୟକଳାପରେ ବୀତସ୍ପୃହ ହୋଇ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ  , ଓଡ଼ିଶାର ଗାନ୍ଧୀ ଭାବେ ସମ୍ବୋଧିତ ଚିର ବନ୍ଦନୀୟ ଗୋପବନ୍ଧୁ ଚୌଧୁରୀ "ଆମେ କାହାକୁ ଭୋଟ ଦେବୁନାହିଁ" ଶୀରୋନାମାରେ ଗୋଟିଏ ପ୍ରଚାର ପତ୍ର ଛପେଇ ବଣ୍ଟନ କରିଥିଲେ ।  କଳ୍ପିତ ସ୍ବରାଜର ବିନ୍ଦୁଏ ଚିତ୍ର ନ ଦେଖି ସର୍ବଦା ମ୍ରିୟମାଣ ହୋଇପଡ଼ିଥିବା ମହାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଜୀବନର ଗୋଟିଏ ଦିନର ଇତିହାସ ଏଠାରେ ଉଲ୍ଲେଖଯୋଗ୍ୟ । ସେ ଦିନ ଥିଲା ଅପ୍ରେଲ ୨୯,୧୯୫୮ । ସକାଳୁ ଉଠି ବଗିଚା କାମ ଦାମ ସାରି  ଲେଉଟିଆ ଶାଗ ତୋଳି ଆଣି କାଟି ନିଜେ ଭାଜି ,ଗାଧୋଇ ସାରି ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ଶାଗ ପଖାଳ ଖାଇ ଦୁହେଁ ଭୁବନେଶ୍ୱର ବାହାରିଲେ ସଭାରେ ଯୋଗ ଦେବାକୁ । ସଭାର ସ୍ଥିତି ଏବଂ ଉପସ୍ଥିତ ବ୍ୟକ୍ତି ମାନଙ୍କ ମଧ୍ୟରେ ପରସ୍ପରକୁ ମଦ୍ୟପ ଆକ୍ଷେପ, ପ୍ରତି ଆକ୍ଷେପ ଶୁଣି ବିରକ୍ତ ହୋଇ କହିଲେ ଏହି ଚରିତ୍ର ରହିଲେ ଆମେ ଓଡ଼ିଆମାନେ କେବେବି ଉନ୍ନତି କରିପାରିବା ନାହିଁ । ମହାତ୍ମା ଗାନ୍ଧୀ ଓଡ଼ିଶା ବାସୀଙ୍କ ସମ୍ପର୍କରେ ଯାହା କହିଯାଇଛନ୍ତି , ତାହା ଯଦି ଆମକୁ ଭେଦ କରିନାହିଁ , ତେବେ ଆମ ଭବିଷ୍ୟତ ଅନ୍ଧକାର । ବିରକ୍ତି ପ୍ରକାଶ କରି  ଅତ୍ୟନ୍ତ ଭାରି ହୃଦୟରେ ମର୍ମାହତ ମହାତ୍ମା ଗୋପବନ୍ଧୁ ,ଆଚାର୍ଯ୍ୟ ହରିହରଙ୍କ ସହିତ କଟକ ଫେରିବା ବେଳେ ଭୁବନେଶ୍ୱର ରାଜପଥରେ କେବଳ ବିଦେଶୀ ମଦର ବିଜ୍ଞାପନ ନୁହେଁ , ବିଦେଶୀ ମଦ ଦୋକାନ ଦେଖି ଅତ୍ୟନ୍ତ ବ୍ୟଥିତ ହୋଇ କହିଲେ - " ହରି ଭାଇନା  ! ସ୍ବରାଜ ଏଇଥିପାଇଁ ଆସିଲା ?"  ଘରକୁ ଫେରି କିଛି ନଖାଇ ଶୋଇ ପଡିଲେ । ସେହି ରାତିରେ ହୃଦଯନ୍ତ୍ରଣା ଅନୁଭବ କଲେ । ତାଙ୍କ କଣ୍ଠ ନିଃସୃତ ଶେଷ କଥା ଥିଲା " ଓଃ ମୁଁ କ'ଣ ଦେଖୁଛି ?"  ସମାଜର ଗତି କୁଆଡ଼େ ଯାଉଛି ?  କିଛି ମୂହୁର୍ତ୍ତ ନିରବ ରହି ପୁନଃ କହିଲେ "କି ସୁନ୍ଦର ଆଲୋକ,କି ଦିବ୍ୟ ଆଲୋକ , ଆସିଲ ଯଦି ପ୍ରଭୁ ମୋତେ ତୁମ କୋଳକୁ ନେଇଯାଅ, ଦୟାମୟ,କରୁଣାମୟ ,ତୁମରି ଇଛା ପୂରଣ ହେ..ଉ ,ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।  ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ "  ପୂଣ୍ୟାତ୍ମା ଗୋପ ବାବୁ ଈଶ୍ବର ଦର୍ଶନ ଲାଭ କଲେ ।" ଏହା ଏଠାରେ ଉପସ୍ଥାପନ କରିବାକୁ ଯାଉଛୁ, ଯେତେବେଳେ ଆମେ ସାମ୍ପ୍ରତିକ ଭୟଙ୍କର ପରିସ୍ଥିତି ଦେଖି, "ଶ୍ରୋତା ବକତା କେହି ନାହିଁ ରୋଦନ କରୁ କାହିଁ ପାଇଁ " ବାକ୍ୟଟି ପ୍ରତିଧ୍ବନିତ ହେଉଛି । ନିଃସଙ୍ଗ ପଦାତିକ ଭାବେ କ'ଣ ଲଢେଇ କରି ହେବ ? ଭାରତ ଗୌରବ ମଧୁସୂଦନଙ୍କ  " ମାଆ ମାଆ ବୋଲି କେତେ ମୁଁ ଖୋଜିଲି.....ଭାଇ ଭାଇ ବୋଲି କେତେ ମୁଁ ଡାକିଲି... ଉତ୍ତର ଦେଉ ନା‌ହାନ୍ତି... ବିନିଦ୍ର ରଜନୀର ମାର୍ମିକ ବେଦନା କ'ଣ ସତରେ କାହା ହୃଦୟକୁ ସ୍ପର୍ଷ କରିବ ? ୯୫ ବର୍ଷ ତଳେ ଓଡ଼ିଆ ଭାଷା ସାହିତ୍ୟ ର ସାଗ୍ନିକ ଜମଦଗ୍ନି  ତଥା ବ୍ୟକ୍ତିଗତ ଭାବେ ଆମର ଦୀକ୍ଷା ଗୁରୁ , ନିଆଁଖୁଣ୍ଟାର ପ୍ରତିଷ୍ଠାତା ସମ୍ପାଦକ ଚିର ବନ୍ଦନୀୟ
ଗୋଦାବରୀଶ ମହାପାତ୍ରଙ୍କ ବୁକୁଫଟା ଆହ୍ବାନ କ'ଣ ପ୍ରଭାବିତ ହେଲା ଏହି ଅବଧି ମଧ୍ୟରେ? ସେ ଆହ୍ବାନ ଥିଲା -
"ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର !
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ।
ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ
ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ।
ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ,
ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ?
ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ
ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେଇ ଉତ୍କଳ।
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ
ଗଜପତି ବୀର ବେରାର ଭେଦିଲା ଜୟ ଗୌରବ ଗାନେ ।
ଦୁର୍ବାର ଗଡ଼, ଦେବରକୋଣ୍ଡା କହେ ଆଜି ସେହି କଥା
ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା।
ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି,
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ଖଣ୍ଡାକୁଶଳ ଖଣ୍ଡାୟତର ଦୁର୍ବାର କରବାଳେ
ଅଜେୟ ବଙ୍ଗ-ବାହିନୀ ଶୋଇଲେ ଶତଗଡ଼ ପ୍ରାନ୍ତରେ।
ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ,
ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ।
ଜାଗ କଙ୍କାଳ, ଜାଗ କଙ୍କାଳ,ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
କଥା କହ କଥା କହ କଙ୍କାଳ! ସେ କେତେ ଯୁଗର କଥା,
ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା।
ବିଜୟୀ ବିଜୟନଗର ମାଗିଲା ଶରଣ ଚରଣ ତଳେ,
ବାହାମନୀ ପତି ଯବନ, ଶମନ କାତରେ ଲୁଚିଲା ଘରେ।
ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ା ମୁଖେ ହସ
ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ।
ଶମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ;
ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ।
ଉଠ କଙ୍କାଳ, ଭେଦି ମହାକାଳ, ଜାଗ ଦୁର୍ବଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।
ବେଳନାହିଁ, ବେଳ ନାହିଁ, କଙ୍କାଳ ! ଟେକ ଚଞ୍ଚଳ ମଥା
ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା।
ବାଜିଉଠୁ ବାରେ ମରଣ-ବିଜୟୀ ବଂଶୀ ସେ ବୁକୁତଳେ,
ଧୂର୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ।
ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି
ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି।" ।

ମହାକୁମ୍ଭର ମହାଶିକ୍ଷା

-------------------------
ଗତ ଫେବୃଆରୀ,୨୮ ତାରିଖ, ଶୁକ୍ରବାର, ରାତି ୮ ଘଣ୍ଟା ସମୟରେ ଭୁବନେଶ୍ବର ଦୂରଦର୍ଶନର ପରିକ୍ରମା କାର୍ଯ୍ୟକ୍ରମରେ " ଏକତାର ମହାକୁମ୍ଭ - ନୂଆ ଯୁଗର ଆରମ୍ଭ" ଶୀର୍ଷକରେ ସିଧା ପ୍ରସାରଣ ଆଲୋଚନାରେ ଜଣେ ଆଲୋଚକ ଭାବେ ଯୋଗଦେଇ ନିଜର ଯେଉଁ ମତାମତ ଦେଇଥିଲୁ , ତାହାକୁ ଉପଜିବ୍ୟ କରି  ଉପରୋକ୍ତ ଶୀର୍ଷକରେ ଅଗ୍ରଲେଖ ଲେଖୁଥିବା ସମୟରେ ସମାଜରେ ବୌଦ୍ଧିକ ବନ୍ଧ୍ୟାକରଣର ଚିତ୍ର ହେଉଛି ପ୍ରତିଫଳିତ ।  ଗତ ଜାନୁଆରୀ ୧୩ ତାରିଖରୁ  ୪୫ ଦିନ ଧରି ଚାଲିଥିବା ଏହି ମେଳାର ପରିସମାପ୍ତିର ଗୋଟିଏ ଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦ୍ୱାରା " ଏକତାର ମହାକୁମ୍ଭ ,ନୂଆ ଯୁଗର ଆରମ୍ଭ" ଶୀର୍ଷକରେ ଦେଶରେ ପ୍ରକାଶିତ ସମସ୍ତ ସ୍ବୀକୃତି ପ୍ରାପ୍ତ ଦୈନିକ ଖବରକାଗଜରେ  ସମସ୍ତ ସ୍ବୀକୃତି ପ୍ରାପ୍ତ ଭାଷାରେ ପ୍ରକାଶ ପାଇଥିଲା । ବିଗତ ଦୁଇ ମାସ ଧରି ମୁଦ୍ରିତ ଓ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମରେ ବ୍ୟାପକ ଭାବେ ଆଲୋଚନା ହୋଇଆସିଛି ଏବଂ ଦୁଇ ବର୍ଷ ଧରି ଏହାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି  ଏଵଂ ଅନେକ ପଣ୍ଡିତ ମାନେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ମଧ୍ୟ କରିଛନ୍ତି ।  ମେଳା ସରିବା ପରେ ଏହାକୁ କ୍ଷମତା ରାଜନୀତିକରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ,ଶାସକ ଦଳର ସାଂସଦମାନେ , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ତାଙ୍କ ସରକାର ଙ୍କ ମନ୍ତ୍ରୀ, ବିଧାୟକ , ବିଭିନ୍ନ ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମାନେ  ସଫଳତାର ଉଦଘୋଷଣା କୁ ବିଭିନ୍ନ ରଙ୍ଗ ବେରଙ୍ଗ ମିଶ୍ରିତ ଭାଷାରେ ବର୍ଣନା କରିଥିବା ବେଳେ ବିରୋଧୀମାନେ ମୃଦୁ ସମାଲୋଚନା କରିଛନ୍ତି , ବିଶେଷ କରି ଦଳାଚକଟା ଘଟଣାକୁ ଆଧାର କରି । ସେହିପରି ତଥାକଥିତ ଗଣମାଧ୍ୟମ ମାନେ ସେମାନଙ୍କ ଆନୁଗତ୍ୟ ଆଧାରରେ ମହାକୁମ୍ଭ ମେଳା ସମ୍ପର୍କରେ ଆଲୋଚନା କରିଛନ୍ତି ।  ଯେଉଁ ମାନେ ଆଲୋଚନା କରିଛନ୍ତି , ସେମାନେ ପ୍ରାୟତଃ ଆୟୋଜନ, ପରିଚାଳନା , ଅଂଶଗ୍ରହଣ , ଅର୍ଥନୈତିକ ଫାଇଦା , ମେଳାରେ ମାଳି ବିକୁଥିବା ନୀଳ ନୟନା ଝିଅଟିଏ ରାତାରାତି ମୋନାଲିସା ନାମରେ ଚଳଚିତ୍ରର ନାୟିକା ହେବା ଠାରୁ କମ୍ପୁଟର ବାବା ମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଇଛନ୍ତି ।  ରାଜନୈତିକ, ପୌରାଣିକ, ଐତିହାସିକ , କିମ୍ବଦନ୍ତୀ ଆଧାରିତ , ଅର୍ଥନୈତିକ , ପ୍ରଶାସନିକ ଆଲୋଚନା ହୋଇଛି ବ୍ୟାପକ ସତ୍ୟ ମାତ୍ର, ଯେଉଁ ତତ୍ତ୍ଵ ଆଲୋଚନା ହେବା କଥା ତାହା କେଉଁଠି ବା କିଏ ଆଲୋଚନା କରିଛନ୍ତି , ତାହା ଆମେ ପଢି ନାହୁଁ କି ଗୁଗୁଲ୍ ସମ୍ବାଦରୁ ମଧ୍ୟ ପାଇ ନାହୁଁ  ।  ତାହା ହେଲା ହଜାର ହଜାର ବର୍ଷ ତଳେ ଆମର ପୂର୍ବଜ ମାନଙ୍କ ଦ୍ବାରା ଭୂମି
ରୁ ଭୂମା ଗବେଷଣା ଆଧାରିତ   ତତ୍ତ୍ଵ । ଏହା ଆଲୋଚନା ହୋଇଥିଲେ ଭାରତ କିଭଳି ଏହି କ୍ଷେତ୍ରରେ ମଧ୍ୟ ବିଶ୍ବ ଗୁରୁ , ତାହା ହୋଇଥାନ୍ତା ପ୍ରମାଣିତ । ସେହିପରି ଏହାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ , ମାନବତାବାଦୀ ଦୃଷ୍ଟିଭଙ୍ଗୀ ଠାରୁ ଆରମ୍ଭ କରି ବସୁଧୈବ କୁଟୁମ୍ବକମ୍ ଦର୍ଶନ , ପରିବେଶ ସନ୍ତୁଳନତା ଜ୍ଞାନ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରାଗଲା ନାହିଁ । କେଉଁ ଆଧାରରେ କୁମ୍ଭ , କେଉଁ ଆଧାରରେ ମହାକୁମ୍ଭ , କେଉଁ ଅନୁପାତରେ ନିର୍ଣ୍ଣୟ   ସମ୍ପର୍କରେ ଆଲୋଚନା ହୋଇଥିଲେ ଆମ ପୂର୍ବପୁରୁଷ ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତି ଙ୍କ ଅବସ୍ଥିତି ସମ୍ପର୍କରେ ଥିଲେ ଜ୍ଞାନବନ୍ତ , ତାହା ହୋଇଥାନ୍ତା ପ୍ରମାଣିତ । ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଗଲା ଯେ ୧୪୪ ବର୍ଷ ପରେ ପଡ଼ିଛି ମହାକୁମ୍ଭ , ଏଥିରେ ବୁଡ଼ ପକାଇଲେ ସକଳ ପାପ ନାଶନ ହୋଇ ବୈକୁଣ୍ଠ ପ୍ରାପ୍ତ ହେବ , ୪୫ କୋଟି ଲୋକ ବୁଡ଼ ପକାଇବାର ସମ୍ଭାବନା ଅଛି , ବ୍ୟାପକ ସୁବନ୍ଦୋବସ୍ତ କରାଯାଇଛି , ଲୋକେ ଶୃଙ୍ଖଳିତ ଭାବେ ପ୍ରୟାଗରାଜର ତ୍ରିବେଣୀରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରନ୍ତୁ । ଏହାର ପ୍ରଭାବରେ ପ୍ରଭାବିତ ହୋଇ ୪୫ କୋଟି ଅଟକଳ ଥିବା ଯାଗାରେ ସରକାରୀ ହିସାବରେ , ବିଶେଷ କରି କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ)  ହିସାବରେ ୬୭ କୋଟି ଲୋକେ ବୁଡ଼ ପକାଇଛନ୍ତି । ଅତଏବ ୧୨ ବର୍ଷରେ କେମିତି ପଡେ କୁମ୍ଭ  ଏବଂ  ୧୨ ଟି କୁମ୍ଭ ପରେ ସୂର୍ଯ୍ୟ - ଚନ୍ଦ୍ର - ବୃହସ୍ପତି ଙ୍କ ଅବସ୍ଥିତି ଆଧାରରେ ୧୨ ର ବର୍ଗ ୧୪୪ ବର୍ଷ ପରେ ପଡ଼ିଥାଏ ମହାକୁମ୍ଭ , ଏହାର ଭୌମ ପ୍ରଭାବ ଉପରେ ଗବେଷଣା କରି ତଥ୍ୟାର୍ପଣ କରିଥିଲେ ଭାରତୀୟ ମାନଙ୍କ ପ୍ରତ୍ୟେକ ପର୍ବପର୍ବାଣୀ , ମେଳା ମହୋତ୍ସବ ପାଳନ ଭିତରେ କିଭଳି ଧର୍ମୀୟ ଭାବନା ସହିତ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସଂଯୁକ୍ତ , ତାହା ବିଶ୍ବବାସୀ ଜାଣିବାକୁ ପାଇଥାନ୍ତେ । ବ୍ୟକ୍ତିଗତ ଭାବେ ଆମେ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧିରେ ଅନେକ ଆଲେଖ୍ୟ ଆଲୋଚନାରେ ବିଭିନ୍ନ  ପର୍ବପର୍ବାଣୀର ବୈଜ୍ଞାନିକ ଭିତ୍ତିଭୂମି ଉପରେ ଆଲୋକପାତ କରିଛୁ , ଯଦିଓ ଏହା  ହୋଇ ନାହିଁ ପ୍ରଭାବିତ ବୋଲି  ଆମେ ଦୃଢ ନିଶ୍ଚିତ । ଏହାର ପ୍ରମୁଖ କାରଣ " ସୁବାର୍ତ୍ତା" ଏକ କ୍ଷୁଦ୍ର ଗଣମାଧ୍ୟମ ଏବଂ ଓଡିଆ ଭାଷାରେ ପ୍ରକାଶିତ । ଅପରପକ୍ଷରେ ସାମ୍ପ୍ରତିକ ସମୟରେ
ନକରାତ୍ମକ ବିଜ୍ଞାପନ ତୀବ୍ର ଗତିରେ ଗାଣିତିକ ପ୍ରକ୍ରିୟାରେ ପ୍ରଚାର ପ୍ରସାର ଲାଭ କରୁଥିବା ବେଳେ ସକରାତ୍ମକ ତଥ୍ୟ ସଙ୍କେତ ପାଇ ନଥାଏ ଜନ୍ମଗ୍ରହଣୀୟତା , ଏହାହିଁ ଅପ୍ରିୟ ସତ୍ୟ । ହଁ , ଏହା ନିର୍ବିବାଦୀୟ ସତ୍ୟ ଯେ ଉତ୍ତର ପ୍ରଦେଶର ପ୍ରୟାଗ ରାଜ ଠାରେ ଦୀର୍ଘ ୪୫ ଦିବସ ବ୍ୟାପୀ ଚାଲିଥିବା ମହାକୁମ୍ଭ ଅନେକ ଦୃଷ୍ଟିକୋଣରୁ  ବିଶ୍ବ ଇତିହାସରେ ସୃଷ୍ଟି କରିଛି ଅନେକ କୀର୍ତ୍ତିମାନ । କେବଳ ଧର୍ମ, ବିଶ୍ବାସ ଓ ଆସ୍ଥା କୁ ନେଇ ନୁହେଁ , ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ଊପଜିବ୍ୟ କରି ୧୪୪ ବର୍ଷ ପରେ ଅନୁଷ୍ଠିତ ମହାକୁମ୍ଭରେ ୬୫ କୋଟି, ସରକାରୀ ହିସାବରେ ୬୭ କୋଟି ଶ୍ରଦ୍ଧାଳୁ, ସେମାନଙ୍କ ମଧ୍ୟରେ ବିଭିନ୍ନ ଜାତି,ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରୟାଗ ରାଜ ର ତ୍ରିବେଣୀ ସଙ୍ଗମ ଓ ଗଙ୍ଗା ଘାଟରେ ବୁଡ଼ ପକାଇବା ନିଶ୍ଚିତ ଭାବେ ଏକ କୀର୍ତ୍ତି ମାନ , ଯାହା ଆମେରିକାର ଲୋକସଂଖ୍ୟାର ଦୁଇ ଗୁଣରୁ ଉର୍ଦ୍ଧ୍ୱ ।  ଯଥାର୍ଥରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ପରିଚାଳନା ବା ମ୍ୟାନେଜମେଣ୍ଟ ପେଷାଦାର ଯୋଜନା ଏବଂ ନୀତି ବିଶେଷଜ୍ଞ ମାନଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ପ୍ରଧାନମନ୍ତ୍ରୀ ଙ୍କ ବକ୍ତବ୍ୟ ପୂର୍ବରୁ ସମ୍ବାଦ ପ୍ରକାଶ ପାଇଥିଲା ଯେ ହାର୍ଭାର୍ଡ, କଲମ୍ବିଆ ବିଶ୍ଵବିଦ୍ୟାଳୟ, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ,କ୍ୟାଟୋ ବିଶ୍ବବିଦ୍ୟାଳୟ ସମେତ ଅନେକ ଶିକ୍ଷାନୁଷ୍ଠାନର ଗବେଷକ ଓ ଶିକ୍ଷାବିତ୍ ମାନେ ମହାକୁମ୍ଭ ଉପରେ ଗବେଷଣା ଆରମ୍ଭ କରିଲେଣି । ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ  ବିଶ୍ବ ଇତିହାସରେ କୌଣସି ସ୍ଥାନରେ ଏଭଳି ବ୍ୟାପକତାର ଉଦାହରଣ ଦେଖିବାକୁ ମିଳେ ନାହିଁ । ସେହିପରି ୧୪୪ ବର୍ଷ ତଳେ ପଡିଥିବା ମହାକୁମ୍ଭ ସମୟରେ ଭାରତ ଥିଲା ବ୍ରିଟିଶ ଶାସନାଧୀନ । ସ୍ବାଧୀନତା ପରେ ଏହା ପ୍ରଥମ ମହାକୁମ୍ଭ ଏବଂ ବିଶାଳ ସଂଖ୍ୟାର ଶ୍ରଦ୍ଧାଳୁମାନଙ୍କ ଆଧ୍ୟାତ୍ମିକ ସଂଯୁକ୍ତିକରଣର ସଫଳତା ବିଶାଳ ଭାରତର ପ୍ରଶାସନିକ ଶକ୍ତି ପ୍ରଦର୍ଶନର ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିବା ସମ୍ପର୍କରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ ।୪୫ ଦିନରେ ୧୫ ହଜାର ରୁ ଅଧିକ ରେଳ ଚଳାଚଳ ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବା ବେଳେ ଆୟୋଜନକାରୀ ପ୍ରାଧିକରଣ ଓ  ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ଵାଧୀନ ସରକାରଙ୍କ ସଫଳ ପରିଚାଳନା ବ୍ୟବସ୍ଥା ସମସ୍ତ ଙ୍କୁ ଚକିତ କରିଛି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ୭୩ ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ଦୂତାବାସ ଅଧିକାରୀ ଓ ସେମାନଙ୍କର ପରିବାର ସଦସ୍ୟ, ୧୧୮ ଜଣିଆ ବିଦେଶୀ ପ୍ରତିନିଧି ମଣ୍ଡଳୀ ମହାକୁମ୍ଭ ମେଳା ପରିଦର୍ଶନ କରିଥିବାବେଳେ ଭୂଟାନର ରାଜା ସଙ୍ଗମରେ ବୁଡ଼ ପକାଇଥିଲେ ।  ଦଳାଚକଟା ଭଳି କେତେକ ଅବାଞ୍ଛନୀୟ ଘଟଣା ସତ୍ତ୍ୱେ ଏତେ ସଂଖ୍ୟକ ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ଅନନ୍ୟ ଉଦାହରଣ ସୃଷ୍ଟି କରିଛି , ଯାହାର ଶ୍ରେୟାଧିକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଓ ତାଙ୍କ ସରକାର । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଏହି ବୈଶ୍ବିକ ମେଳା ପାଇଁ ଦୁଇ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ମାତ୍ର ବାସ୍ତବରେ ଏହା ବହୁ ପୂର୍ବରୁ , ଯାହା ଆଲୋଚନା ହୋଇନାହିଁ । ପ୍ରଥମେ ଆହ୍ଲାବାଦ ର ନାମ ପରିବର୍ତ୍ତନ କରି କରାଗଲା ପ୍ରୟାଗ ରାଜ । ଯଦି ତାହା ହୋଇ ନଥାନ୍ତା , ତେବେ କ'ଣ  କୁହାଯାଇଥାନ୍ତା ? ଆହ୍ଲାବାଦ ର କୁମ୍ଭମେଳା , ଏହା କ'ଣ ପ୍ରମାଣ କରିଥାନ୍ତା ? ଅନ୍ୟ ଧର୍ମୀୟ ସ୍ଥାନରେ ଅନ୍ୟ ଏକ ଧର୍ମର ମହାମେଳା ବୋଲି ଆକ୍ଷେପ,ପ୍ରତ୍ୟାକ୍ଷେପ ହୋଇଥାନ୍ତା, ଏହା ନିଃସନ୍ଦେହ । ସେହିପରି ପ୍ରୟାଗ ରାଜ ସହର ଓ କୁମ୍ଭ କ୍ଷେତ୍ରର  ୪୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳକୁ ୨୫ଟି ଭାଗରେ ବା ସେକ୍ଟର ରେ ବିଭକ୍ତ କରାଯିବା ସହିତ ପ୍ରତିଟି ସଡକ,ସ୍ନାନଘାଟ, ଅସ୍ଥାୟୀ ପୋଲ,ମୁଖ୍ୟ ରାସ୍ତାରେ ଥିବା ଉଚ୍ଚ ପୋଲ ବା  ଓଭରବ୍ରିଜ ଆଦିର ସୁରକ୍ଷାରେ ୨୭ ଶହରୁ ଅଧିକ ପ୍ରକ୍ଷେସ୍ମିତ ବା ସିସିଟିଭି କ୍ୟାମେରା, କୃତ୍ରିମ ବୁଦ୍ଧିମତ୍ତା ବା ଏ ଆଇ ସଞ୍ଚାଳିତ ଉଚ୍ଚ ଶକ୍ତି ସମ୍ପନ୍ନ ଚିତ୍ରୋତ୍ତୋଳକ ବା କ୍ୟାମେରା ନିୟୋଜିତ, ମହାକୁମ୍ଭ ପରିସରରେ ସମନ୍ଵିତ ନିୟନ୍ତ୍ରଣ ଓ ନେତୃତ୍ବ କେନ୍ଦ୍ର ବା କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ସେଣ୍ଟର ଦ୍ବାରା ୧୭ ଟି ପକ୍ଷୀଯାନ ବା ଡ୍ରୋନ କେନ୍ଦ୍ର ପରିଚାଳନା, ସୂଚନା କେନ୍ଦ୍ର,ବୁଲା ଭଟକା କେନ୍ଦ୍ର , ଅସ୍ଥାୟୀ ଚିକିତ୍ସାଳୟ ବା ସମସ୍ତ ସୁବିଧା ସୁଯୋଗ ଥିବା ହସ୍ପିଟାଲ , ଦେଢ଼ ଲକ୍ଷ ଅସ୍ଥାୟୀ ତମ୍ବୁ ଘର,୪୫୦ କିଲୋମିଟର ଅସ୍ଥାୟୀ ସଡକ ପଥ,୧୨ କିଲୋମିଟର ବ୍ୟାପୀ ସ୍ନାନଘାଟ, ୧୮ ବର୍ଗ କିଲୋମିଟର ଅଞ୍ଚଳରେ ଯାନବାହାନ ରଖିବା ପାଇଁ ବ୍ୟବସ୍ଥା , ସୁରକ୍ଷା ଓ ଆଇନ ଶୃଂଖଳା ସୁରକ୍ଷା ପାଇଁ ୫୬ ଟି ଅସ୍ଥାୟୀ ଆରକ୍ଷୀ କେନ୍ଦ୍ର ବା ଥାନା ,୪୦ ହଜାର ଆରକ୍ଷୀ ବାହିନୀ,୫୦ ଅଗ୍ନିଶମ କେନ୍ଦ୍ର ,୧୪ ଟି ସୀମା ସୁରକ୍ଷାବାହିନୀ ବା ବାଟାଲିୟନ , ଅର୍ଦ୍ଧ ସାମରିକ ବାହିନୀ ମୁତୟନ  ଆଦି ବହୁବିଧ ବ୍ୟବସ୍ଥାର ପରିସଂଖ୍ୟାନ ମଧ୍ୟ ସୃଷ୍ଟି କରିଛି ବିଶ୍ବ କୀର୍ତ୍ତିମାନ । ମହାକୁମ୍ଭ କେବଳ ଧର୍ମ ବିଶ୍ବାସ ନୁହେଁ , ବ୍ୟବସାୟ ଓ ରୋଜଗାରର ମହାପନ୍ଥା ପାଲଟିଥିଲା ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଲାଭ ପରିମାଣ ସୃଷ୍ଟି କରିଛି କୀର୍ତ୍ତି ମାନ । କାରଣ ଏହି ବୈଶ୍ବିକ ମେଳାରେ ସରକାରୀ ହିସାବରେ ଖର୍ଚ୍ଚ ହୋଇଛି  ୭,୪୦୦ କୋଟି, ଆଦାୟ ହୋଇଛି ସରକାରୀ ହିସାବରେ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ଏବଂ ଏଥିରେ ବେସରକାରୀ ଆୟ ମିଶିଲେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ବୋଧେ ଏହି ସତ୍ୟ ତଥ୍ୟ ସମ୍ପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି " ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ  ପେଷାଦାର ଯୋଜନା ଏବଂ ନୀତି ବିଶେଷଜ୍ଞଙ୍କ ପାଇଁ ଏକ ଅଧ୍ୟୟନର ବିଷୟ" ।  ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ସହିତ ଆମେ ଏକମତ ଯେ ଭକ୍ତି ଆନ୍ଦୋଳନର ସନ୍ଥମାନେ ସମଗ୍ର ଭାରତବର୍ଷରେ ଆମର ସାମୁହିକ ସଙ୍କଳ୍ପର ଶକ୍ତିକୁ ଚିହ୍ନଟ କରିଥିଲେ ଏବଂ ପ୍ରୋତ୍ସାହିତ କରିଥିଲେ । ସ୍ବାମୀ ବିବେକାନନ୍ଦ ଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ ମାନଙ୍କ ପର୍ଯ୍ୟନ୍ତ ସନ୍ଥ ସମାଜକୁ ସାମୁହିକ ସଙ୍କଳ୍ପର ଶକ୍ତି ବିଷୟରେ ସୂଚିତ କରି ଯାଇଛନ୍ତି । ଆମର ଏଠାରେ ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ କହି ରଖୁ ଯେ ସ୍ବାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ଙ୍କ ବହୁ ପୂର୍ବରୁ ତ୍ରୟୋଦଶ ଶତାବ୍ଦୀରେ ବିଶ୍ବ ବିଖ୍ୟାତ ଟୀକାକାର ଜଗଦ ଗୁରୁ  ଶ୍ରୀଧର ସ୍ବାମୀ ଙ୍କ ଠାରୁ ଆରମ୍ଭ କରି ଅତିବଡ଼ି ଜଗନ୍ନାଥ , ସନ୍ଥ ଅଚ୍ୟୁତ, ସନ୍ଥ ଅରକ୍ଷିତ,ସନ୍ଥ ବଳରାମ
ସନ୍ଥ ଯଶୋବନ୍ତ ,ସନ୍ଥ ଶିଶୁ ଅନନ୍ତ , ପ୍ରଭୃତି ମହାତ୍ମା ମାନେ ଏହି ତତ୍ତ୍ଵ ସମାଜାର୍ପିତ କରି ଯାଇଛନ୍ତି ।  ଏଥି ପୂର୍ବରୁ ଆମର ବେଦ ବେଦାନ୍ତ ରେ ଭାରତୀୟ ମହାନ୍ ପରମ୍ପରା ସାମାଜିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୁବିସ୍ତୃତ ଭାବେ ଆଲୋଚିତ ହୋଇଛି । ହଁ , ଏହା ନିଶ୍ଚିତ ଭାବେ ସଭିଏଁ ସ୍ବୀକାର କରିବାକୁ ବାଧ୍ୟ ହେବେ ଯେ ଏହି ବୈଶ୍ବିକ ମେଳା ବା ମହାକୁମ୍ଭ ଭାରତୀୟ ଜାତୀୟ ଚେତନାକୁ ସୁଦୃଢ଼ କରିଛି ।

ଶ୍ରୋତା ବକତା କେହି ନାହିଁ ରୋଦନ କରୁ କାହିଁ ପାଇଁ ?-୩

-----------------------------------
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହିତ ସାମ୍ପ୍ରତିକ ସମୟରେ ଏହି କ୍ଷେତ୍ର ସମୂହର ସ୍ଥିତି ଦେଖି ,ଏକ ତୁଳନାତ୍ମକ ଚିତ୍ର ପର୍ଯ୍ୟାୟ ଓ ଚନା କଲେ ଯେ କେହି ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆଙ୍କର ହୃଦାଘାତ ହେବା ସମ୍ଭାବନା ଅଧିକ । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏସବୁ ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିଵ୍ୟ କରି ଲୋକନୃତ୍ୟର ସୃଷ୍ଟି ହୋଇଥିଲା । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଥିଲା। ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଉଥିଲା । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହେଉଥିଲା । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦/୫୫ ବର୍ଷ ତଳେ ଆମେ ବହୁ ମେଳା,ମେଳଣରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ ନାଚ,ଛଉ ନୃତ୍ୟ, ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢେ଼ଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ, ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର - ଶବରୁଣୀ ନାଚ,କେଳା-କେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ, ଘୁଡୁକି ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ ନାଚ ଠାରୁ ଅନେକ ଲୀଳା ଯଥାଲୀଳା
ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା
ରାଧା ମାନ ଲୀଳା ସମେତ ଅନେକ ଲୀଳା ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ ,ଚକୁଳିଆ ପଣ୍ଡା , ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା "ପାଲା" ର ସ୍ଥିତି ଅଧୁନା ବିପନ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନାଗାନାଚର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ର ବିଶେଷତ୍ଵ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆ ମାନଙ୍କ ସାମରିକ କଳା ପରମ୍ପରା ତଥା ପାଇକ ପରମ୍ପରା ବିଜଡ଼ିତ ।ନାଗା ନାଚ ରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ବର ପରିଚୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତି ରେ ସଂଯୁକ୍ତ ହୋଇରହିଛି । ଏବେ ନିକଟରେ " ନାଗାର୍ଜୁନ ବେଶ" ହୋଇଥିଲା ।ନାଗାର୍ଜୁନ ବେଶ ବା ପର୍ଶୁରାମ ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତି ରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ , ବିଶେଷ କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆ ମାନଙ୍କ ମହନୀୟ ସ୍ବାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ ଦର୍ପିତ ଵେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ଏହା ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ ଦୃଷ୍ଟିକୋଣ ରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖ ରେ ଆମ ଜେଜେ ମା ୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି । ଅତଏବ ଆଲୋଚନା କରିବା ଏହି ବେଶ ର ବିଶେଷତ୍ଵ କ'ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ, ତା'ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ବାନ କରୁଛୁ ।ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।ଏହି ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ଯ ଶିବ ଅନେକ ଦିବ୍ଯ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।ନାଗା ସନ୍ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତ ର ଅବଧି ବୋଧେ ଆଠଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷା ରେ ତାଙ୍କର ଗୁରୁ ଶିଶୁ ଅନନ୍ତ ଦାସ ଓ ଯାଜପୁର ନରହରି ଦାସ ଙ୍କ ଠାରୁ ଶିକ୍ଷା ଲାଭ କରି " ରାମ ଚରିତ ମାନସ" ଲେଖିଥିଲେ । ସେହି ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।
" ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ଵିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା .।
××××××××
ମେଳଣରେ ନାଗାନାଚ ଆଗରୁ ପାଲା ବାଲା,କେଳାକେଳୁଣୀ, ଶବର ଶବରୁଣୀ,ବାରିକ ବାରିକିଆଣୀ,ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ,ବୃଷଭ,କଳାଘୋଡା,ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ ନୃତ୍ୟ ର ଏକ ବାତାବରଣ ସୃଷ୍ଟି ହେଉଥିଲା ।
ସେହିପରି ଏବେ ଦଣ୍ଡ ନାଚ ର ସ୍ଥିତି କିପରି ଭାବରେ ହଜିଯାଇଛି, ତାହା ଆମେ ଦେଖୁଛେ ।ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।
ସେହିପରି ଆମ ଲୋକକଳା ବା ଲୋକନୃତ୍ୟ ସଂସ୍କୃତି ରେ ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ‌ଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍‌ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି । ମାତ୍ର କ୍ଷମତା ରାଜନୀତିରେ ଅଦୃଶ୍ୟ କଣ୍ଢେଇ ନାଚର ପ୍ରଭାବରେ ପ୍ରଭାବିତ ଓଡ଼ିଶାର ଜନଜୀବନ ।ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା। ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି । ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ , ଷଢେ଼ଇକଳା ଛଉ ନୃତ୍ୟ ର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି। ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା ।ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି। ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ " ଡାଲଖାଇ" । ଡାଲଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା । ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ସେହିପରି
ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି
ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ ସମ୍ପର୍କ । ଆମର ଜେଜେ ବାପା ସ୍ବର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଦରରେ ହୋଇଆସୁଥିବା ବାଦୀ ପାଲାର ଜଣେ ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ । ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ, ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ବନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବାର ସୌଭାଗ୍ୟ ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି " ହରି ନାଥ ବଦନ,ଅଧରେ ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ..." । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା କରିଥିଲେ । ଏହି ଷୋଳ ପାଲା ଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ।ଦାଗର ପାଲା ,ଶ୍ବେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାର୍ଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି ।

ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ ।
ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ ।
ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି ।
ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ।
ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ ।
ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ
ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:
"ରଜନୀର ଅବଶେଷେ ଗ୍ରାମର
ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନ ର ଉପଭୋକ୍ତା ଙ୍କ ସଂଖ୍ୟା ଖୁବ୍ ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପରପକ୍ଷରେ
ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା । ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ବ ପ୍ରସିଦ୍ଧ ହୋଇଥିବା ଆମ ଗାଁ ପାଖ ର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ । ସେହିପରି ଘୁଡୁକି, କେତେକ ସ୍ଥାନରେ କୁହାଯାଉଥିଲା "ଧୁଡୁକି" ନାଚ । ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି ହୁଏ ସମ୍ଭବତଃ ଏଥିପାଇଁ ଏଇ ବାଦ୍ୟଯନ୍ତ୍ରର ନାମ ଘୁଡୁକି ବା ‘ଧୁଡୁକି’ ବୋଲି କୁହାଯାଏ । ‘ଧୁଡୁକି’ ଶବ୍ଦର ଅର୍ଥ ପ୍ରକାଶ କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ କୁହାଯାଇଛି – “ଗୋଟିଏ ବଡ଼ ନଜର ଗୁନ୍ନା ଗୁମ୍ଫା ମୁହଁରେ ବନ୍ଧାଯାଇଥା ଚମଡ଼ାର ମଝିରେ ଗୋଟିଏ ଛିଦ୍ର ହୋଇ ତହିଁରେ ଗୋଟିଏ ତନ୍ତୁବାୟ ସୂତ୍ର ସଲଗ୍ନ ଥାଏ । ଉକ୍ତ ନଳକୁ ବାଆଁ କାଖରେ ଜାକି ସୂତାର ମୁକୁଳା ମୁଣ୍ଡକୁ ବାଁ ହାତରେ ଟାଣିଧରି ଡାହାଣ ହାତରେ ଆଙ୍ଗୁଠି ଦ୍ଵାରା ସେ ସୂତାକୁ ବଜାଇଲେ ଟଙ୍ଗ୍ ଟଙ୍ଗ୍ ବା ଧୁଡ ଧୁଡ ଶବ୍ଦ ହୁଏ । । କେଳାମାନେ ଗୀତ ବୋଲି ଗୀତର ତାଳ ଅନୁସାରେ ଏହି ଯନ୍ତ୍ର ବଜାନ୍ତି । ଗଞ୍ଜାମରେ ଘୁଡ଼ୁକିର ପ୍ରସ୍ତୁତି ଟିକିଏ ଭିନ୍ନ । ଗଞ୍ଜାମର କଳାପ୍ରାଣ ବ୍ୟକ୍ତିମାନେ ଲୋକବାଦ୍ୟ ପ୍ରସ୍ତୁତ କଲାବେଳେ ସତର୍କ ଦୃଷ୍ଟି ଦେଇଥାନ୍ତି, ଯାହାଦ୍ଵାରା ଲୋକବାଦ୍ୟ ଦୀର୍ଘସ୍ଥାୟୀ ଓ ବାକ୍ୟରୁ ଜାତ ଶବ୍ଦ ସୁମଧୁର ହୋଇଥାଏ । କେଉଁ କାଠରେ ତିଆରି ହେଲେ କି ପ୍ରକାର ସୃଷ୍ଟି ହେବ ଏଥପାଇଁ ମଧ୍ୟ ସେମାନେ ସଚେତନ ଥାଆନ୍ତି । ପ୍ରକାଶଥାଉକି, ଦାସକାଠିଆ ପାଇଁ ଶିଶୁଆ କାଠ ବ୍ୟବହାର ହେଲାବେଳେ ଢୁମ୍ପାବାଦ୍ୟ ପାଇଁ ମୋହି କଣ୍ଟା ବାଉଁଶ ବ୍ୟବହୃତ ହୁଏ । କେଉଁ କାଠକୁ ପାଣି ଭିତରେ କିଛିଦିନ କସେଇବାକୁ ହୁଏତ କେଉଁ କାଠର ମଞ୍ଜରୁ ସିଧାସଳଖ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଏ । ଘୁଡ଼ୁକି ପାଇଁ କିଆ, ପଣସ, ଗମ୍ଭାରୀ, ବାବୁଲ, ବକୁଲ, ନିମ ଗଛର ମଞ୍ଜ ଅଂଶକୁ ବ୍ୟବହାର କରାଯାଏ । ଘୁଡୁକିପାଇଁ ବ୍ୟବହୃତ କାଠକୁ ପାଣି ତଳ ପଙ୍କ ଭିତରେ ୨୦/୨୫ ଦିନ ପୋତି ଦିଆଯାଏ । ଏହାଦ୍ଵାରା କାଠକୁ ଆଉ କେବେ ପୋକ ଧରେ ନାହିଁ । ଟାଣ ହୁଏ । ବାଦ୍ୟଯନ୍ତ୍ର ମଧ୍ୟ ଦୀର୍ଘସ୍ଥାୟୀ ହୁଏ । ଏହି କାଠଗଣ୍ଠିକୁ ପାଣିରୁ ବାହାର କରି ସେଥୁରୁ ଘୁଡୁକି ପାଇଁ ଅଡ଼ା ପ୍ରସ୍ତୁତ କରାଯାଏ । ଏହି ଅଡ଼ା ମାପଯନ୍ତ୍ର କାଠଅଡ଼ା ପରି । କିନ୍ତୁ ଏହାର ଦୁଇ ପାଖ ଖୋଲାଥାଏ । ଏହାର ଲମ୍ବା ୧ ଫୁଟ ୧୦ ଇଞ୍ଚ । ଏହାର ଖୋଲା ମୁହଁର ଗୋଟିଏ ପଟର ବ୍ୟାସ ୫ ଇଞ୍ଚ । ଏହି ପଟରେ ଚମଡ଼ା ସଂଲଗ୍ନ କରାଯାଏ । ଅନ୍ୟପଟର ବ୍ୟାସ ୪.୫ ଇଞ୍ଚ । ଏହାର ମୁହଁ ଖୋଲା ରହେ । ବାଦକର ରୁଚି ଅନୁସାରେ ଏହି ଦୈର୍ଘ୍ୟ ଏବଂ ବ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।
ଘୁଡ଼ୁକିରେ ବ୍ୟବହୃତ ଅନ୍ୟାନ୍ୟ ଚମଡ଼ା ଅପେକ୍ଷା ଗୋଧି ଚମଡ଼ାକୁ ପ୍ରାଧାନ୍ୟ ଦିଆଯାଏ, କାରଣ ହେଲା ଏହି ଚମଡ଼ାରୁ ସୃଷ୍ଟି ହେଉଥ‌ିବା ଶବ୍ଦ ଶ୍ରୁତିମଧୁର । ଆଜିକାଲି ଛେଳି ଚମଡ଼ା ମଧ୍ୟ ବ୍ୟବହୃତ ହେଉଛି । କିଆକାଠ ଅଡ଼ା ପାଇଁ ଗୋଧି ଚମଡ଼ା ଏବଂ ପଣସ, ଗମ୍ଭାରୀ ଆଦି କାଠ ପାଇଁ ଛେଳି ଚମଡ଼ା ବ୍ୟବହାର କଲେ ମଧୁର ସ୍ଵର ସୃଷ୍ଟି ହୁଏ । ଅଡ଼ାର ଅଧିକ ବ୍ୟାସଥିବା ଖୋଲା ମୁହଁରେ ଚମଡ଼ା ଢାଙ୍କୁଣି କରାଯାଏ । ଏଥିପାଇଁ ଆପୁଚି ଦ୍ୱାରା ପ୍ରସ୍ତୁତ ସ୍ଵତନ୍ତ୍ର ଅଠା ବ୍ୟବହୃତ ହୋଇଥାଏ । ଚମଡ଼ାର ଠିକ୍ କେନ୍ଦ୍ର ବିନ୍ଦୁରେ ତନ୍ତ ସୂତା ଗଲାପରି ଏକ କଣା କରାଯରାଏ । ତନ୍ତସୂତାର ଗୋଟିଏ ପାର୍ଶ୍ଵକୁ ଏକ ଇଞ୍ଚିଆ ଏକ ଛୋଟ କାଠିରେ ତନ୍ତସୂତାକୁ ବାନ୍ଧି ଛିଦ୍ର ଦେଇ ତନ୍ତସୂତାର ଅପରମୁହଁକୁ ଗଳେଇ ଦିଆଯାଏ । ଏହି ତନ୍ତସୂତାର ଲମ୍ବା ଘୁଡ଼ିକି ବାଦ୍ୟର ହାତ ଲମ୍ବା ଉପରେ ନିର୍ଭର କରେ । ସୂତାର ଏହି ମୁଣ୍ଡକୁ କୁନ୍ଦ କରାଯାଇଥିବା ୭ ଇଞ୍ଚ ଲମ୍ବାର ଏକ କାଠିର ମଧ୍ଯ ଭାଗର ରନ୍ଧ୍ର ଦେଇ ବାହାରକୁ ନିଆଯାଏ ଏବଂ ଅବଶିଷ୍ଟ ତନ୍ତ୍ର ସୂତାକୁ ଗୁଡ଼େଇ ଦିଆଯାଏ ।
କ୍ରମଶଃ

ବିସ୍ମୃତ ବିସ୍ମୟ ପ୍ରତିଭା


----------------------
ଆମେ ଧାରାବାହିକ ଭାବେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦୃଢ଼ତାର ସହ କହି ଓ ଲେଖି ଆସିଛୁଯେ ଓଡ଼ିଶାର ଇତିହାସ ଏଯାବତ୍ ସଠିକ୍ ତଥ୍ୟାଧାରରେ ଆଲୋଚନା ହୋଇନାହିଁ କି ଲେଖା  ମଧ୍ୟ ହୋଇନାହିଁ । ଓଡ଼ିଶାର ଇତିହାସ ଲେଖିଲେ ବିଜେତା ବ୍ରିଟିଶ ଜାତି ଓ ସେମାନଙ୍କ ବୁକୁଚାଵୁହା ଭଗାରି ଜାତିର ଐତିହାସିକ  ହିଞ୍ଜିଡାମାନେ । ଏହା ମଧ୍ୟ ନିର୍ଵିଵାଦୀୟ ସତ୍ୟ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ, ସେତେବେଳେ ସେ ନିଜକୁ  ସର୍ବୋକୃଷ୍ଟ,ମହାନ୍ ରୂପରେ ମିଥ୍ୟା ତଥ୍ୟାଧାରରେ ଆଛାଦିତ କରି ନିଜ ଜାତି ବା ଦେଶକୁ ମହିମା ମଣ୍ଡିତ କରାଇଥାଏ ଓ ପରାଜିତକୁ ନଗଣ୍ୟ, ହୀନ ଦୃଷ୍ଟିରେ ମସୀଲିପ୍ତ କରିଥାଏ ।   ଯଦି ଇତିହାସ ସଠିକ୍  ଲେଖାଯାଇଥାନ୍ତା, ତେବେ ସେମାନେ ଲେଖି ନଥାନ୍ତେ ଯେ ଦେଶମୁକ୍ତି ଆନ୍ଦୋଳନରେ ଓଡ଼ିଆଙ୍କ ଖଡ଼ି ପଡିନି ।  ଆମେ ବିଗତ କୋଡିଏ ବର୍ଷ ଧରି ଏହି ଅପମାନର ଵୌଦ୍ଧିକ ପ୍ରତିଶୋଧ ନେବାପାଇଁ ଏଯାବତ୍ ଯେତିକି ତଥ୍ୟ ସଂଗ୍ରହ କରିଛୁ, ସେଥିରେ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଗର୍ବୋତଫୁଲିତ ଭାବେ କହିପାରୁ ଯେ  ଓଡ଼ିଆମାନେ  ସମଗ୍ର ବିଶ୍ୱର ୪୩ ଟି କ୍ଷେତ୍ରରେ ଵିଶ୍ବଗୁରୁ ଏବଂ ଭାରତର ମୁକ୍ତି ଆନ୍ଦୋଳନରେ ଯେକୌଣସି ରାଜ୍ୟ  ବା ଯେକୌଣସି ଜାତି ଠାରୁ ଢେର୍ ଆଗରେ । ଏହା ପଢି ଆମ ରାଜ୍ୟର କେତେକ ଚରଣପନ୍ଥୀ ଆତ୍ମଶ୍ଲାଘାପ୍ରବଣ ଵ୍ୟର୍ଥଜନ୍ମା ମାନେ ଆମକୁ ଅତ୍ୟଧିକ ଭାବ ପ୍ରବଣ ଅବା ଜନମ ଵାହାଦୁରିଆ କିମ୍ବା ମିଥ୍ୟାବାଦୀ ବିଶେଷଣରେ ବିଭୂଷିତ କରିବାର ସମ୍ଭାବନା ଥିବାରୁ ସତ୍ତର୍କ ହୋଇ ସମସ୍ତ ପ୍ରମାଣ ସହ ଧାରାବାହିକ ଭାବେ ଉପସ୍ଥାପନ କରିଚାଲିଛୁ,,କିଏ ପଢୁ ଅବା ନପଢୁ । ଅର୍ଥାତ୍ ଘଣ୍ଟ ବାଡାଇବା ଆମର ଧର୍ମ,କିଏ ଶୁଣୁ ଅବା ନଶୁଣୁ, କିଏ ଗାଳି ଦେଉ ଅବା ମିଥ୍ୟାରୋପ ପ୍ରଚାର ପ୍ରସାର କରୁ, ସେଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇ ନାହୁଁ କି ଦେବାର ମଧ୍ୟ ସମ୍ଭାବନା ନାହିଁ ।
ଆଜି ର ଆଲୋଚନାରେ ଆମେ ଏଭଳି ଜଣେ ଵିଶ୍ବ ବିଖ୍ୟାତ ଓଡ଼ିଆଙ୍କ କୀର୍ତ୍ତି ଓ କୃତି ଉପସ୍ଥାପନ କରିବାକୁ ଯାଉଛୁ, ଯିଏ ଆମ ଭାଷାରେ ବୋଧେ ସମଗ୍ର ଦେଶରେ ସର୍ବାଧିକ ଅନାଲୋଚିତ, ଅବହେଳିତ । ତାଙ୍କର ସନ୍ତାନ ଆଜି ଓଡ଼ିଶାର ଜଣେ ଜନାଦୃତା ଵୁଦ୍ଧିବାଦୀ, ପ୍ରବୀଣ ସାରସ୍ଵତ ସାଧିକା ଏବଂ ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମ୍ମୀ ଅହଙ୍କାର ଵିଵର୍ଜିତା ପ୍ରାଧ୍ୟାପିକା କଳା ଭୂଷିତା ।  ଦେଶର ସ୍ବାଧୀନତା ପାଇଁ ନିଜର ନବବିବାହିତା ପତ୍ନୀ, ଏକ ମାସର କନ୍ୟା, ଘର ଦ୍ବାର ତ୍ୟାଗ କରି , ବ୍ରାହ୍ମଣରୁ ପଠାଣ ଭାବେ ନିଜକୁ ପରିଚିତ କରାଇ ଲଣ୍ଡନରେ ସ୍ଵକୀୟ ସଂଘର୍ଷ ଆଧାରରେ ଏକ ଵିଶ୍ବ ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଭାବରେ ଏଭଳି ଜନପ୍ରିୟ ଥିଲେ, ଯାହାଙ୍କୁ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ , ଡ଼ଃ ଆମ୍ବେଦକର କେବଳ ସମ୍ମାନ ଦେଉନଥିଲେ, ଭାରତ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ସହ ପରାମର୍ଶ ଗ୍ରହଣ କରୁଥିଲେ । ସେମାନଙ୍କ ପାଇଁ ସେ ଥିଲେ ବିଶ୍ୱର ବିଶିଷ୍ଟ ଶ୍ରମିକ ନେତା ସୁରତ୍ ଅଲ୍ଲୀ ।  ଏ ସୁରତ୍ ଅଲ୍ଲୀ କିଏ ଜାଣନ୍ତି ?  କଟକ ଜିଲ୍ଲା ,ସାଲେପୁର ନିକଟସ୍ଥ ଖଣ୍ଡସାହି ଗ୍ରାମରେ ୧୯୦୧ ମସିହାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ବିପ୍ଲବୀ ବୀର । ରେଭେନ୍ସା ମହାବିଦ୍ୟାଳୟରେ ଛାତ୍ର ଥିବା ସମୟରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍ପର୍ଶରେ ଆସିବା ପରେ  ୧୯୨୧ ମସିହାରେ  ବିଜ୍ଞାନର ସ୍ନାତକ ଶିକ୍ଷା ସମାପ୍ତ ନ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ।  ବିଦେଶୀ ଲୁଗା ଦୋକାନ ଓ ମଦ ଦୋକାନ ଆଗରେ ପିକେଟିଂ କରି ପୋଲିସ ଦ୍ବାରା ଗିରଫ ହୋଇ ପୋଲିସ ଜୁଲମରେ ଅବର୍ଣ୍ଣନୀୟ ନିର୍ଯାତନାର ଶିକାର ହୋଇଥିଲେ ।  ଭାରତ ଗୌରବ ମଧୁବାବୁଙ୍କ ଓକିଲାତି ବୁଦ୍ଧି ରୁ ଜେଲ୍ ରୁ ମୁକ୍ତ ହୋଇ "ଯୁବକ"ଶୀର୍ଷକ ରେ ଏକ ବ୍ରିଟିଶ ଶାସନ ବିରୋଧି ଲିଥୋ ପତ୍ରିକା ପ୍ରକାଶ  କରିବା ସହିତ ଯୁବକ ମାନଙ୍କୁ ଗରିଲା ଯୁଦ୍ଧ କୌଶଳ ଶିକ୍ଷା ଦେଲେ ଏବଂ ସ୍ବାଧୀନତା ଆନ୍ଦୋଳନକୁ ତୀବ୍ର ତେଜସ୍କ୍ରିୟ କରିଥିଲେ । ବ୍ରିଟିଶ ଶାସକ ବିଚଳିତ ହୋଇ ପଡ଼ିଲେ । ଏପଟେ ପୁଅ ପାଠ ଛାଡି ଆନ୍ଦୋଳନରେ ସାମିଲ ହୋଇଥିବା ଶୁଣି ନନା( ପିତା) କଟକ ଆସି ଜବରଦସ୍ତ ତାଙ୍କୁ ଗାଁ କୁ ନେଇଗଲେ, ଭାବିଲେଯେ  ଵିଵାହ କରିଦେଲେ ବୋଧେ ପୁଅ ଘର ଧରିଯିବ  । ଯୋଜନାବଦ୍ଧ ଭାବେ ତାଙ୍କ ନନା   ଶ୍ରୀମତୀ ଦେବୀ ନାମ୍ନୀ କନ୍ୟା ସହ ତାଙ୍କର ବିବାହ କରାଇଦେଲେ ।  ଆଚରଣ ଓ ଉଚ୍ଚାରଣ ସିଦ୍ଧ ଯୁବକ,  ପତ୍ନୀ ଆଣିଥିବା ସମସ୍ତ ପାଟଶାଢ଼ୀ ପୋଡ଼ି ଦେଇ , ଖଦୀ ଲୁଗା ପିନ୍ଧିବା ପାଇଁ ଦେଇଥିଲେ ଓ ସେ ପିନ୍ଧିବା ପରେ ଚତୁର୍ଥୀ କର୍ମ ହୋଇଥିଲା । ବାସର ରାତିରେ ନବବିବାହିତା ପତ୍ନୀଙ୍କୁ ନିଜ ମନକଥା ପ୍ରକାଶ କରି  କହିଲେ ଯେ ମୋ'ର ଜୀବନ ଦେଶ ପାଇଁ, ତୁମର ସହଯୋଗର ପ୍ରତିଶ୍ରୁତି ମିଳିଲେ ତୁମକୁ ପତ୍ନୀ ରୂପେ ଗ୍ରହଣ କରିବି ବୋଲି କହି ତାଙ୍କର ସମ୍ମତି ଆଣିଲେ ।  ବିବାହ ପରେ ସେ ରାଇସୁଙ୍ଗୁଡା ଠାରେ ଏକ ବୈପ୍ଳବିକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ତାହାର ନାମ ଦେଲେ "" ନିର୍ଭୟ ନିଳୟ"  ଏବଂ ସେହିଠାରେ "ଗଣପତି ବିଦ୍ୟାଳୟ"ସ୍ଥାପନ କରିଥିଲେ ।  ଏହି ସମୟରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା, ଯାହାର ନାମକରଣ କରିଥିଲେ କୃଷ୍ଣ ବଲ୍ଲରୀ ।  ଏହି ସମୟରେ ଶୁଣିବାକୁ ପାଇଲେ ଯେ ତାଙ୍କର ଆଦର୍ଶ, ତାଙ୍କର ନେତା  ପଣ୍ଡିତ ଗୋପବନ୍ଧୁଙ୍କର ହୋଇଛି
ଅକାଳ ବିୟୋଗ । ମ୍ରିୟମାଣ   ଓ ନିର୍ବାକ  ହୋଇଗଲେ । ଏଭଳି ସମୟର ସୁଯୋଗ ନେଇ ବ୍ରିଟିଶ ପ୍ରଶାସନ ତାଙ୍କୁ ୧୯୨୦, ଫେବୃଆରୀ ୨୬ ତାରିଖର ଢେଙ୍କାନାଳ ଛାତ୍ରାବାସ ପୋଡ଼ି ଅଭିଯୋଗରେ ,୧୯୨୧ ମାର୍ଚ୍ଚ ୨୦ରେ ଆଠଗଡ଼ ଛାତ୍ରାଵାସ ପୋଡ଼ି,୧୯୨୧ ଏପ୍ରିଲ୧୪ରେ ରେଭେନ୍ସା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୋଡ଼ି, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ୟୁନିଅନ ଜ୍ୟାକ ପତାକା ପୋଡ଼ି ପ୍ରଭୃତି ୧୭ଟି ଅଭିଯୋଗରେ ଗିରଫ ପାଇଁ ପୋଲିସ ପାଗଳ ଭଳି ଖୋଜୁଛନ୍ତି  ବୋଲି ଜାଣିବାକୁ ପାଇଲେ । ଛଦ୍ମବେଶରେ କଲିକତା ଯାଇ ବିପ୍ଲବୀ ସୂର୍ଯ୍ୟ ସେନଙ୍କ ସହିତ ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କ ପାଖରେ ପହଞ୍ଚିଲେ । ସେଠାରେ ତାଙ୍କର ସଙ୍ଗଠନରେ ସାମିଲ ହୋଇଥିଲେ ।  ୧୯୩୦  ମସିହା,ମେ,୧୨ତାରିଖ ଦିନ ଚିଟାଗଙ୍ଗରେ ଥିବା ଇଂରେଜ ମାନଙ୍କ ଅସ୍ତ୍ରାଗାର ଲୁଣ୍ଠନ କଲେ । ପୋଲିସ ତନାଘନାରେ ସେ ଆତ୍ମଗୋପନରେ ଛଦ୍ମବେଶରେ ବର୍ମା  ପଳାଇଗଲେ ଏବଂ ଜଣେ ଉଚ୍ଚ ପଦାଧିକାରୀଙ୍କ  ଘରେ ରୋଷେଇଆ ଭାବେ କାର୍ଯ୍ୟ କଲେ । ମାସେ କାମକରି ଦରମା ଧରି ନିଜର କଳ୍ପିତ ଯୋଜନା ଆଧାରରେ ବର୍ମା ବନ୍ଦରରେ ଖଲାସି କାମ କଲେ । ପୋଲିସ ବର୍ମାରେ ତାଙ୍କୁ ଖୋଜିବା ଜାଣି ଦାଢ଼ି ରଖି ନିଜ ନାଁ ରଖିଥିଲେ ଇବ୍ରା଼ହିମ୍ ଖାଁ ।  ସେ ଦେଖିଲେ ଯେ ବନ୍ଦରରେ ପୋଲିସ ତାଙ୍କୁ ଖୋଜୁଛି, ତାଙ୍କ ନାଁ ପଚାରି ବୁଝୁଛି, ତେଣୁ ପୋଲିସ ଆଖି ରେ ଧୂଳି ଦେଇ  ବନ୍ଦର ଶ୍ରମିକ ଭାବେ ସିଂହଳ ପଳେଇଲେ ।‌  ସେଠାରେ ବନ୍ଦର ଶ୍ରମିକ ସଂଘ ଗଠନ କଲେ ଓ ତାହା ବିଭିନ୍ନ ଦେଶକୁ ସମ୍ପ୍ରସାରିତ ହେଲା ଏବଂ ବିଶ୍ଵ ସଙ୍ଗଠନ ହେଲା ଓ ସର୍ବସମ୍ମତିକ୍ରମେ ସେ ଏହାର ସମ୍ପାଦକ ହେଲେ । ମୁଖ୍ୟ କାର୍ଯ୍ୟାଳୟ ହେଲା ଲଣ୍ଡନ । ସେ ଲଣ୍ଡନ ଯାଇ କାର୍ଯ୍ୟାଳୟରେ ସୁରକ୍ଷା ଦୃଷ୍ଟିରୁ ନାମ ପରିବର୍ତ୍ତନ କରି ହେଲେ ସୁରତ ଅଲ୍ଲୀ । ଶ୍ରମିକ ଭାବେ କାମ କରିବା ସହିତ ପୋଷାକ ବିକ୍ରି କରି କିଛି ଅର୍ଥ ସଞ୍ଚୟ କରି ଗୋଟିଏ ପୁରୁଣା ଟାଇପ୍ ମେସିନ କିଣି ବନ୍ଦର ଶ୍ରମିକ ମାନଙ୍କ ସମସ୍ୟା ଉପରେ ଏକ ନିବନ୍ଧ  ରଏଟର ସମ୍ବାଦପତ୍ରକୁ ପଠାଇଥିଲେ ।‌  ପ୍ରକାଶିତ ଏହି ପ୍ରବନ୍ଧ ଟି ଏତେ ଉଚ୍ଚ କୋଟୀର ତଥା ବାସ୍ତବ ତଥ୍ୟାଧାରରେ , ଶବ୍ଦାଡମ୍ବରରେ ଏତେ ଧାନାଢ୍ୟ ହୋଇଥିଲା ଯେ  ତାହା ସେତେବେଳର ସମୟରେ ବିଶ୍ବଚର୍ଚ୍ଚିତ ହୋଇଥିଲା ।  ଏହା ପରେ ବିଶ୍ଵ ନୌବାଣିଜ୍ୟ ସଙ୍ଗଠନର କର୍ମକର୍ତ୍ତା ମାନେ ତାଙ୍କୁ ନିବେଦନ କଲେ ଯେ ସେ ଶ୍ରମିକ ଭାବେ ଖଲାସୀ  କାର୍ଯ୍ୟ ନକରି ବିଶ୍ବ ସଙ୍ଗଠନର ଦାୟିତ୍ଵ ନିର୍ବାହ କରନ୍ତୁ, ସଂଘ ଆପଣଙ୍କ ଦାୟିତ୍ଵ ନେଉଛି ।  ସମଗ୍ର ବିଶ୍ବ ବୁଲି ସଙ୍ଗଠନ କଲେ ଓ ସଙ୍ଗଠନର ମୁଖ୍ୟ ଭାବେ ସମ୍ମାନ ପାଇଲେ । ବ୍ରିଟେନର ସମସ୍ତ ରାଜନେତା, ପଦାଧିକାରୀ ତାଙ୍କୁ ଅଦ୍ଭୂତପୂର୍ଵ ସମ୍ମାନ ଦେଉଥିଲେ ।
ଏପଟେ  ଗାଁ ରେ ଦୀର୍ଘ ବର୍ଷ ଧରି ନ ଫେରିବାରୁ ଜ୍ଞାତି କୁଟୁମ୍ବ ମାନେ ପଳାଶ ପତ୍ରରେ ଶୁଦ୍ଧ ହେଲେ ସତ ମାତ୍ର ତାଙ୍କ ବୁଢି ମା କହିଲେ ମୋ ମନ କହୁଛି ଯେ ମୋ ପୁଅ ବଞ୍ଚିଛି ।  ସ୍ତ୍ରୀ ଶ୍ରୀମତୀ ଦେବୀ ମନାକଲେ ବିଧବା ହେବାକୁ ।  ମାତ୍ର ବିଧି ର ବିଧାନ ଭିନ୍ନ । ଏସବୁ କଥା ଭୁଲି ଯାଇଥିଲେ ଏହି ସଂଗ୍ରାମୀ ଯୁବକ ସୁରତ ଅଲ୍ଲୀ । ବ୍ରିଟେନରେ ଥିବା ପ୍ରବାସୀ ଭାରତୀୟ ମାନଙ୍କୁ ସଙ୍ଗଠିତ କଲେ । ପ୍ରଥମେ ଏନ୍ ଜି ରଙ୍ଗା ସେଠାରେ ପହଞ୍ଚି  ତାଙ୍କ ସହିତ ସଙ୍ଗଠନରେ ସହଯୋଗ କରିଥିଲେ । ପରେ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଭୃତି ବିଭିନ୍ନ ସମୟରେ ତାଙ୍କ ସହିତ ଆଲୋଚନା କେବଳ ନୁହେଁ, ତାଙ୍କ ଘରେ ରହୁଥିଲେ । ଏପରିକି ପଣ୍ଡିତ ନେହେରୁଙ୍କ ପତ୍ନୀ କମଳା ନେହେରୁ ଚିକିତ୍ସା ପାଇଁ ତାଙ୍କ ପାଖରେ ଥିବା ସମୟରେ ଇନ୍ଦିରା ଗାନ୍ଧୀ ମଧ୍ୟ ଥିଲେ ।  ଏହା ପରେ ତାଙ୍କର ସଂଗ୍ରାମର ଇତିହାସ ବ୍ୟାପକ । ଦେଶ ସ୍ବାଧୀନ ହେଲା, ସେପଟେ ବିଶ୍ଵ ସଙ୍ଗଠନ ର ଦାୟିତ୍ଵ ବଢିଲା । ୧୯୪୯ ମସିହାରେ ରେଭେନ୍ସା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ, ଯିଏ ତାଙ୍କ ଗାଁ ର  ବାସିନ୍ଦା,ସେହି  ବ୍ରହ୍ମାନନ୍ଦ ମିଶ୍ର ଗବେଷଣା(ପିଏଚଡ଼ି ) କରିବାକୁ ଲଣ୍ଡନ ଗଲେ ।  ଟେମସ୍ ନଦୀ କୂଳରେ ବୁଲୁଥିବା ସମୟରେ ସେଠାରେ ଏକ ଆଲୋଚନା ସଭା ପାଖକୁ କୌତୁହଳ ବଶତଃ ଯାଇ ଦେଖିଲେ ଯେ ଯାହାଙ୍କୁ ସମସ୍ତେ ଶୁଣୁଛନ୍ତି, ତାଙ୍କ ମୁହଁ ଚିହ୍ନା ଚିହ୍ନା ଲାଗୁଛି । ସେ ପଚାରି ବୁଝିଲେ ଯେ ସେ ହେଉଛନ୍ତି ବିଶ୍ଵ ବନ୍ଦର ଶ୍ରମିକ ସଂଘ ସଭାପତି ଏବଂ ବ୍ରିଟେନର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ନାମ ସୁରତ ଅଲ୍ଲୀ । ତା ପରଦିନ ଦୈନିକ ଖବରକାଗଜ ରେ ତାଙ୍କର ଫଟୋଚିତ୍ର ସହ ଆଲୋଚନାର ବିବରଣୀ ପ୍ରକାଶ ପାଇଥାଏ । ଅଧ୍ୟାପକ ବ୍ରହ୍ମାନନ୍ଦ ବାବୁ ବହୁ ସମୟ ଚିନ୍ତା କରି ଅନୁମାନ କଲେ ଯେ ଇଏ ତାଙ୍କ ଗାଁ ର ସେହି ବିପ୍ଲବୀ ଯୁବକ, ଯିଏ ୨୧ ବର୍ଷତଳେ ନିଖୋଜ ହୋଇଯାଇଥିଲେ , ତାଙ୍କ ମୁହଁ ସହିତ ମିଶୁଛି । ଅଧ୍ୟାପକ ମିଶ୍ର ସେହି ଫଟୋଚିତ୍ରକୁ   ତାଙ୍କର ସାନଭାଇ , ଯିଏ ସେତେବେଳେ କଟକର ପ୍ରତିଷ୍ଠିତ ଯୁବ ଅଧିବକ୍ତା, ତାଙ୍କ ପାଖକୁ ପଠାଇଲେ । ସାନଭାଇ ଏହି ଫଟୋଚିତ୍ର ନେଇ  ନିଜ ବୋଉ ଙ୍କୁ ଦେଖାଇଲେ । ୨୪ ବର୍ଷ ତଳେ ଖଦି ପୋଷାକ ପିନ୍ଧା ଯୁବକ ସହ ଫଟୋଚିତ୍ର ରେ କୋଟ ଟାଏ ପିନ୍ଧା ସାହେବଙ୍କ ର ତୁଳନା କେହି କରି ପାରିଲେ ନାହିଁ ମାତ୍ର ମାଆ କହିଲେ ଏଇ ମୋ ହଜିଲା ପୁଅ  ଗଣ୍ଠିଧନ। ମାଆ ଚିହ୍ନଟ କଲେ କପାଳ କୁ ଦେଖି । କାରଣ ପିଲା ଦିନେ ସେ ଦୁଷ୍ଟାମୀ କରି ପନିକି ଉପରେ ପଡିଯାଇଥିଲେ । ତାଙ୍କ କପାଳରେ ସେହି କଟା ଦାଗ ଦେଖେଇ ମାଆ କହିଲେ ଏ ମୋ ପୁଅ । ଏହା ପରେ ଦୃଢ଼ ନିଶ୍ଚିତ ହୋଇ ସାନ ଭାଇ   ରାଜକୃଷ୍ଣ ବୋଷ ଙ୍କୁ ଫଟୋଚିତ୍ର ଦେଖାଇବାରେ ସେ ବି ଚିହ୍ନଟ କଲେ ଓ  ଦୁହେଁ ଭାରତର ଲଣ୍ଡନରେ ଅବସ୍ଥାପିତ ପ୍ରଥମ ରାଷ୍ଟ୍ରଦୂତ କୃଷ୍ଣ ମେନନଙ୍କୁ ଏହା ଜଣାଇଲେ । କୃଷ୍ଣ ମେନନ କହିଲେ ସେ ଗତକାଲି ସୁରତ ଅଲ୍ଲୀଙ୍କ ସହ କଥା ହୋଇଥିଲେ । ତା ପରେ ସେ ତାଙ୍କୁ ଟେଲିଫୋନରେ ଡକାଇଲେ ଓ କହିଲେ ଆପଣ ଙ୍କ ଅସଲ ପରିଚୟ ପାଇଛି । ଆପଣଙ୍କ ମାଆ ଙ୍କ ଦେହ ଅତ୍ୟନ୍ତ ଖରାପ । ସେ କେବଳ ଆପଣଙ୍କ ନାଁ ଜପୁଛନ୍ତି ।  ଶୀଘ୍ର ଆପଣ ନିଜ ଗାଁ କୁ ଯାଆନ୍ତୁ । ଆଉ କାଳ ବିଳମ୍ବ ନକରି ସେ ଫେରିଲେ ଭାରତ । କଲିକତାରେ ପହଞ୍ଚି ସତ୍ୟପାଠ(ଆଫିଡେବିଟ ) କରି ନିଜ ଅସଲି ନାମ ବଂଶିଧର ମିଶ୍ର ବୋଲି ଜଣାଇ  ,୧୯୫୧ମସିହାରେ ପୁନଃ ପଇତା ପିନ୍ଧି ଫେରିଲେ କଟକ , ପହଞ୍ଚିଥିଲେ ନିଜ ସାନଭାଇ ଅଧିବକ୍ତା ଶ୍ରୀନିବାସ ମିଶ୍ରଙ୍କ ଘରେ ।  ତତ୍ ପରଦିନ ମହାନଦୀ ରେ ଲଞ୍ଚ ଯୋଗେ ଗାଁ କୁ ଫେରିବା ଶୁଣି ଲୋକମାନେ ଵାଜାବାଣ ବଜାଇ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଲେ । ଦୁଇ ଯୁଗ ଅର୍ଥାତ୍ ଠିକ୍୨୪ ବର୍ଷ ପରେ ଗାଁ ମାଟି କୁ ଚୁମ୍ବନ ଦେଇ  ଭୋ ଭୋ ହୋଇ କାନ୍ଦିଲେ ।  ମାଆ ଆତ୍ମହରା ହୋଇ ଚେତାଶୂନ୍ୟ ହୋଇଗଲେ । ବିଧବା ବେଶ ତ୍ୟାଗ କରି ପତ୍ନୀ ହେଲେ ସଧବା । କୋଟ,ଟାଏ ଫିଙ୍ଗି ,ଚିରୁଟ ଫୋପାଡି ଖଦୀ ବସ୍ତ୍ର ପରିଧାନ ସହିତ ଧରିଲେ ବଟୁଆ । ଠିକ୍ ଦୁଇବର୍ଷ ପରେ ତାଙ୍କର ଝିଅଟିଏ ଜନ୍ମ ଲାଭ କଲା, ଯାହା ନାଁ ଦେଲେ " ମିତୁ  ", ବିଦ୍ୟାଳୟରେ ନାମ ଉଲ୍ଲେଖ ରହିଲା ସଂଘମିତ୍ରା ମିଶ୍ର । ଆଜି ଏହି ବିପ୍ଲବୀ ବୀର ଙ୍କ ସନ୍ତାନ ଓଡ଼ିଆ ସାରସ୍ଵତ ଜଗତର ବଦ୍ଧାନୁସୟୀ ପୂଣ୍ୟାତ୍ମା, ଅହଙ୍କାର ଵିଵର୍ଜିତା, ବହୁମୁଖି ପ୍ରତିଭାଦୀପ୍ତା , ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେବା ନିବୃତ୍ତା ଓଡ଼ିଆ ବିଭାଗୀୟ ମୁଖ୍ୟ ବରେଣ୍ୟା ସଂଘମିତ୍ରା ମିଶ୍ର ଓ ଜାମାତା ହେଉଛନ୍ତି ଭୁବନେଶ୍ୱରର ସୁପରିଚିତ ଭେଷଜ ବିଦ୍ୟା ବିଶାରଦ, ଭୁବନେଶ୍ୱର ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ଡାକ୍ତର ଜଗନ୍ନାଥ ମହାପାତ୍ର । ସମୟେ ସମୟେ ଆମ ଭିତରେ ଶ୍ମଶାନ ବୈରାଗ୍ୟ ବା ପ୍ରସୂତି ବୈରାଗ୍ୟ ଆସିଥାଏ , ଏପରିକି ସହଧର୍ମିଣୀ ଅଣେଇ ଦେଇଥାନ୍ତି, ତାହାକୁ ସମାଧାନ କରାଇଥାନ୍ତି ଆମର ଚିର ବନ୍ଦନୀୟ ବଂଶୀଧର ମିଶ୍ର, ଗୋପାଳ ପ୍ରହରାଜ, ଭାରତ ଗୌରବ ମଧୁସୂଦନ, ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ , ଉତ୍କଳ ରତ୍ନ ବିଶ୍ବନାଥ, ଜଗବନ୍ଧୁ ସିଂହଙ୍କ ଠାରୁ ବିପ୍ଲବୀପ୍ରାଣନାଥ ,ଗଣନାଥ , ନାଗଭୂଷଣଙ୍କ ଭଳି ମହାତ୍ମାମାନଙ୍କ ଅମ୍ଲାନ ସ୍ମୃତି । ସଂଗ୍ରାମୀ ବଂଶୀଧର ମିଶ୍ରଙ୍କୁ ଏ ଜାତି ତ ଜୀବଦ୍ଦଶାରେ ଦେଲାନି, ଦେଉନାହିଁ , ବୋଧେ ଦେବାର ନାହିଁ ତାଙ୍କ ଅବର୍ତ୍ତମାନରେ । ଏମାନଙ୍କ ନିକଟରେ ତ ଆମେ ବାମନ,ଅତି କ୍ଷୁଦ୍ରାତି କ୍ଷୁଦ୍ର ଜୀବ । ସେମାନଙ୍କୁ ତ ମସୀଲିପ୍ତ କରିବା ସମୟରେ ସମାଜ ନିରବଦ୍ରଷ୍ଟା ସାଜିଥିଲା , ସେମାନଙ୍କ ନିକଟରେ ଆମେ କ'ଣ ? ପାରାନୋଇଆ ରୋଗାକ୍ରାନ୍ତ ,ଚରଣ ବଂଶଧର ଗନ୍ଧିଆ ପଟ୍ଟନାୟକମାନେ ସବୁ ସମୟରେ ଜନମତ ବିଭ୍ରାନ୍ତ କରିବାରେ ସଫଳ ହୁଅନ୍ତି ,ବିନା ପ୍ରତିରୋଧ, ପ୍ରତିବାଦରେ ।

ବିଶ୍ୱ ଗଣିତ ଦିବସର ଅନୁଚିନ୍ତା

----------
ଆଜି ବିଶ୍ବ ଗଣିତ ଦିବସ ଏବଂ ଆମେ ଜଣେ ଗଣିତ ଶାସ୍ତ୍ରର ଛାତ୍ର ଭାବେ ଦିବସ ପାଳନର ବିଶେଷତା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ବିଧେୟ ତଥା ଆମର କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ । ସୁବାର୍ତ୍ତାର ଜନ୍ମଲଗ୍ନ ଠାରୁ ପ୍ରତି ବର୍ଷ ଆଜିର ଦିନରେ ବିଭିନ୍ନ ଗାଣିତିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ଆସିଛୁ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଆଜି ଜଣେ ବିଶ୍ଵର ମହାନ୍ ଗଣିତଜ୍ଞଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇ ଏକ ଅନାଲୋଚିତ ତଥ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେହି ମହାନ୍ ବ୍ୟକ୍ତି ହେଉଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ବିଶ୍ଵ ବିଖ୍ୟାତ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀ କୃଷ୍ଣ ତୀର୍ଥ ମହାରାଜା । ସେ କେବଳ ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ନଥିଲେ, ଥିଲେ ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଜାତୀୟ ସଂହତିର ମୂର୍ତ୍ତିମନ୍ତ ପ୍ରତୀକ, ଧର୍ମ ନିରପେକ୍ଷତାର ପ୍ରତିଭୂ । ବ୍ରିଟିଶ ଶାସକ ଦ୍ବାରା ୧୯୨୧ ମସିହାରେ କରାଚି ଠାରେ ଖିଲାଫତ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ । ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ତାଙ୍କ ସଂଗ୍ରାମର ଇତିହାସ ଏଯାବତ୍ ଯେଭଳି ଅନାଲୋଚିତ ଠିକ୍ ସେହିପରି ବାସ୍ତବରେ କମ୍ପ୍ୟୁଟର ବିଜ୍ଞାନର ଏହି ସୂତ୍ର ପ୍ରଦାତାଙ୍କ ସମ୍ପର୍କିତ ଇତିହାସ ମଧ୍ୟ ଅନାଲୋଚିତ, ତାଙ୍କର ବୈଦିକ ଗଣିତ ରହସ୍ୟ ଇତିହାସ ମଧ୍ୟ ଅନାଲୋଚିତ ଭାରତରେ । ଭାରତରେ , ଏପରିକି ଓଡ଼ିଶାରେ ବୋଲି ଉଲ୍ଲେଖ କରିବାର କାରଣ , ତାଙ୍କର ବୈଦିକ ଗଣିତ ଶାସ୍ତ୍ରକୁ ଆମେରିକା,ଜର୍ମାନ ପ୍ରଭୁତି ଦେଶରେ ଗ୍ରହଣ କରିଛନ୍ତି , ତାକୁ ଆଧାର କରି ଗବେଷଣା, ଉଦ୍ଭାବନ କରିଛନ୍ତି ଏବଂ ସେହି ସବୁ ଦେଶର ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ୍ୟପୁସ୍ତକରେ ସ୍ଥାନିତ କରିଛନ୍ତି । ନାସା ବୈଜ୍ଞାନିକ ମାନେ ଗ୍ରହଣ କରି ସଫଳତା ପାଇଲେ, ମଙ୍ଗଳାୟନ ସୂତ୍ର ପ୍ରକାଶ ପାଇଲା । କମ୍ପ୍ୟୁଟର ବିଜ୍ଞାନର ଜନକ ଭାବେ ପରିଚିତ ଆଲାନ୍ ତୁରୀଙ୍ଗଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୯୧୨ ମସିହାରେ , ଯେତେବେଳେ ତାଙ୍କ ପିତା ଥିଲେ ଏଠାର ପ୍ରଶାସନିକ ଅଧିକାରୀ । କିଭଳି ଗୋବର୍ଦ୍ଧନ ପୀଠରୁ ଏହି ପାଠ ଚୋରି ହେଲା ଓ କୁଆଡେ ଗଲା,ତା ପରେ କ'ଣ ହେଲା ତାହା ଗବେଷଣା ହେଲା ନାହିଁ, କାରଣ ଆମେ ସେଭଳି କରିବା ପାଇଁ ମାନସିକତା ରଖେନାହିଁ । ୮୮ ବର୍ଷ ଅତିବାହିତ ହେବାକୁ ଯାଉଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର, ମାତ୍ର ୧୯୨୫, ନଭେମ୍ବର ୫ ତାରିଖରେ ଜଣାପଡ଼ିଲା, ଖବରକାଗଜରେ ପ୍ରକାଶ ପାଇଥିଲା ଓଡ଼ିଶାରୁ ଚୋରି ହୋଇ ଯାଉଥିବା ଦୁଇଟି ପୋଥି, ମୂର୍ତ୍ତି ଭର୍ତ୍ତି ଜାହାଜ ଜବତ ହୋଇ ଆଜି ର ଗୁଜରାଟର ୟୁସୁଫ ଭଣ୍ଡାରରେ ଜଉମୁଦ ଦିଆ ହୋଇରହିଛି, ତାହା ଉଦ୍ଧାର ହୋଇପାରିଲା ନାହିଁ । ଜାତି ଯେତେବେଳେ ପ୍ରତିବାଦ ବିହୀନ, ପ୍ରତିକ୍ରିୟା ଶୂନ୍ୟ ହୋଇଯାଏ, ସେତେବେଳେ ଯେଉଁ ସ୍ଥିତି ଉପୁଜେ, ତାହା ଇତିହାସ ରେ ବାରମ୍ବାର ଉଦାହରଣ ସହିତ ଉଲ୍ଲେଖ ରହିଛି । ସେ ଯାହା ହେଉ ଆଜି ବିଶ୍ଵ ଗଣିତ ଦିବସରେ ମଧ୍ୟ ଆମେ ସେହି ମହାନ୍ ଗଣିତଜ୍ଞ, ଯାହାଙ୍କ ଜୟନ୍ତୀ ଅବସରରେ ବିଶ୍ବ ଗଣିତ ଦିବସ ଭାବେ ପାଳନ କରୁଛେ, ସେ କିଏ ଏବଂ ଓଡ଼ିଶା ସହିତ, ବିଶେଷ କରି ପୁରୀ ସହିତ କିଭଳି ସମ୍ପର୍କ, ତାହା ବି ହୋଇନାହିଁ ଆଲୋଚନା , ସେ ଯାହା ହେଉ , ଆଜି ସେହି କାଳଜୟୀ ପ୍ରାଜ୍ଞ ରାମାନୁଜମଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଏବେ ଦେଖନ୍ତୁସଂଖ୍ୟା ର ଖେଳ ଇଂରାଜୀ ଅଙ୍କରେ -
1 x 8 + 1 = 9
12 x 8 + 2 = 98
123 x 8 + 3 = 987
1234 x 8 + 4 = 9876
12345 x 8 + 5 = 98765
123456 x 8 + 6 = 987654
1234567 x 8 + 7 = 9876543
12345678 x 8 + 8 = 98765432
123456789 x 8 + 9 = 987654321
1 x 9 + 2 = 11
12 x 9 + 3 = 111
123 x 9 + 4 = 1111
1234 x 9 + 5 = 11111
12345 x 9 + 6 = 111111
123456 x 9 + 7 = 1111111
1234567 x 9 + 8 = 11111111
12345678 x 9 + 9 = 111111111
123456789 x 9 +10= 1111111111
9 x 9 + 7 = 88
98 x 9 + 6 = 888
987 x 9 + 5 = 8888
9876 x 9 + 4 = 88888
98765 x 9 + 3 = 888888
987654 x 9 + 2 = 8888888
9876543 x 9 + 1 = 88888888
98765432 x 9 + 0 = 888888888
ଏବଂ
1 x 1 = 1
11 x 11 = 121
111 x 111 = 12321
1111 x 1111 = 1234321
11111 x 11111 = 123454321
111111 x 111111 = 12345654321
1111111 x 1111111 = 1234567654321
11111111 x 11111111 = 123456787654321
111111111 x 111111111 = 12345678987654321
ଠିକ୍ ସେହିପରି ଅନ୍ୟ ଏକ ସଂଖ୍ୟା ଗଣିତ ଖେଳ, ମାତ୍ର ଜୀବନ ଗତି ପଥର ମାର୍ଗ ଦର୍ଶନ । କରାଯାଉ
A = 1 ; B = 2 ; C = 3 ; D = 4 ,E = 5 ; F = 6 ; G = 7 ; H = 8 ;I = 9 ; J = 10 ; K = 11 ; L = 12
M = 13 ; N = 14 ; O = 15 ; P = 16 ;
Q = 17 ; R = 18 ; S = 19 ; T = 20 ;
U = 21 ; V = 22 ; W = 23 ; X =24 ;
Y = 25 ; Z = 26.
Then, ତାପରେ
H+A+R+D+W+O+R+K
=8+1+18+4+23+15+18+11 = 98%
K+N+O+W+L+E+D+G+E
=11+14+15+23+12+5+4+7+5=96%
L+O+V+E
= 12+15+22+5 = 54%
L+U+C+K ;
=12+21+3+11 = 47%
None of them makes 100%.
Then what makes 100%?
Is it Money ?
NO , ମୋଟେ ନୁହେଁ
M+O+N+E+Y
= 13+15+14+5+25
=72%
ନେତୃତ୍ବ ବା Leadership ?
ନା, ମୋଟେ ନୁହେଁ,Not at all
L+E+A+D+E+R+S+H+I+P
=12+5+1+4+5+18+19+8+9+16=97%
ପ୍ରତି ସମସ୍ୟାର ସମାଧାନ ଅଛି, ଯଦି ଆମେ ଆମର ମାନସିକତାର ପରିବର୍ତ୍ତନ କରିପାରିବା , ଅର୍ଥାତ୍
Every problem has a solution, only if we perhaps change our
"ATTITUDE"...
A+T+T+I+T+U+D+E
1+20+20+9+20+21+4+5
= 100%
It is therefore OUR ATTITUDE towards Life and Work that makes
OUR Life 100% Successful.
Amazing mathematics
With each alphabet getting a number, in chronological order, as above, study the following, and bring down the total to a single digit and see the result yourself
Hindu -
S h r e e K r i s h n a
19+8+18+5+5+11+18+9+19+8+14+1
=135
=1+3+5 = 9
Muslim
M o h a m m e d
13+15+8+1+13+13+5+4
= 72
= 7+2 = 9
Jain
M a h a v i r
13+1+8+1+22+9+18
=72
= 7+2= 9
Sikh
G u r u N a n a k
7+21+18+21+14+1+14+1+11
=108
=1+0+8 = 9
Parsi
Z a r a t h u s t r a
26+1+18+1+20+8+21+19+20+18+1
=153
=1+5+3 = 9
Buddhist
G a u t a m
7+1+21+20+1+13
=63
= 6+3 = 9
Christian
E s a M e s s i a h
5+19+1+13+5+19+19+9+1+8
=99
9+9=18
1+8 = 9
Each one ends with number 9
ଆମେ ନବ ଗ୍ରହରେ ବିଶ୍ବାସ କରିଆସିଛେ ।
ଅତଏବ ଗଣିତ ଶାସ୍ତ୍ର କୁହେ , ଆମର ସ୍ରଷ୍ଟାଙ୍କ ଭାଷା ହେଉ ଅବା ପ୍ରକୃତି ହେଉ , ସମସ୍ତେ ଶିକ୍ଷା ଦେଇଛନ୍ତି ଏକ ବ୍ରହ୍ମ , ଦ୍ଵିତୀୟ ନାସ୍ତି, ଅର୍ଥାତ୍ ଭଗବାନ ଏକ । କିଏ କେଉଁ ନାମରେ ସମ୍ବୋଧନ କରିପାରେ । ଅତଏବ,So
THAT IS NATURE'S CREATION TO SHOW THAT GOD IS ONE . ଅପରପକ୍ଷରେ ବେଦରେ ବର୍ଣ୍ଣିତ, ଯୁଗ ଯୁଗ ଧରି ଜନଗ୍ରହଣୀୟତା ପ୍ରାପ୍ତ ,ଆମ ଭାଷାରେ ସର୍ବୋତ୍ତମ ଶ୍ଳୋକର ମର୍ମାର୍ଥାନୁଯାୟୀ ବ୍ରହ୍ମଙ୍କୁ ବିଭକ୍ତ କରାଯାଇ ନପାରେ । ଉକ୍ତ ଶ୍ଲୋକ ଟି ହେଲା
"ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ, ପୂର୍ଣ୍ଣତ୍ୟୁ ପୂର୍ଣ୍ଣମୁଦଚ୍ୟତେ,
*ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାବଶିଷ୍ୟତେ"।
ଅର୍ଥାତ୍,ବ୍ରହ୍ମ ଅନନ୍ତ ଅଟନ୍ତି।ବ୍ରହ୍ମର ଅଂଶ ହୋଇଥିବା ପ୍ରତ୍ୟେକ ପ୍ରାଣୀ ମଧ୍ୟ ଅନନ୍ତ ସତ୍ତାର ଏକ ଅଂଶବିଶେଷ।ବ୍ରହ୍ମ ବିଭକ୍ତ ହୋଇ ମଧ୍ୟ ଅବିଭକ୍ତ, ଅପର୍ଯ୍ୟାପ୍ତ ଏବଂ ଅପରିବର୍ତ୍ତିତ , ଯାହା ରାମାୟଣ ରେ ରାଜା ଦଶରଥଙ୍କ ପୁତ୍ରେଷ୍ଠୀ ଯଜ୍ଞ ଚରୁ ର ବିଭକ୍ତି କରଣ ରେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ବୃତ୍ତାନ୍ତରେ ଉଲ୍ଲେଖିତ।ଶ୍ରୀମଦ୍ଭଗବତ୍ ଗୀତାର ସପ୍ତମ ଅଧ୍ୟାୟ ୨୪ତମ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଏକ ଏବଂ ଅଭିନ୍ନ। ଅଜ୍ଞାନତା ବଶତଃ ମନୁଷ୍ୟ ତାଙ୍କୁ ବିଭିନ୍ନ ରୂପରେ ପୂଜା କରେ। ଏହା ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ୟେକ ପ୍ରାଣୀ ଭଗବତ୍ ସତ୍ତାର ଅଧିକାରୀ । ତଥାପି ଯେଉଁମାନଙ୍କ ଠାରେ ବିଲକ୍ଷଣ ପ୍ରତିଭା ଦେଖାଯାଏ ସେମାନଙ୍କୁ ଅବତାର ବୋଲି ମନୁଷ୍ୟ ସମାଜ ବିଶ୍ବାସ କରିଆସିଛି । ଅତଏବ ଏହି ନିର୍ବିବାଦୀୟ ସତ୍ୟକୁ ଗ୍ରହଣ କଲେ ବିଶ୍ବରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ଦଙ୍ଗା ସୃଷ୍ଟି, ଲକ୍ଷଲକ୍ଷ କ'ଣ କୋଟି କୋଟି ଧନ ଜୀବନ ହାନି ହେବ କି ? ବିଶ୍ବ ସମ୍ମୁଖୀନ ହେଉଥିବା ଭୟଙ୍କର ସମସ୍ୟା ସମାଧାନ ହୋଇପାରିବ ନାହିଁ କି ? ଆମେ ଜାଣୁ ଯେ ଆମର ଏହି ଉପସ୍ଥାପନଟି କାହାର ଦୃଷ୍ଟି ଆକର୍ଷଣ ବର୍ତ୍ତମାନ କରିବ ନାହିଁ ମାତ୍ର, ଏହା ଯେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ହେବ ବିକଳ୍ପ ବିହୀନ ଆହରଣୀୟ ଦର୍ଶନ, ଏଥିରେ ସାମାନ୍ୟ ସନ୍ଦେହ ନାହିଁ । ଏହି ସତ୍ୟକୁ ଆମେ ଆମର ଉତ୍ତରାଧିକାରୀ ପୁଅ - ଝିଅକୁ ବୁଝାଇଛୁ । ଅନ୍ୟ କେତେକଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଛୁ ଓ ବୋଧେ ହୋଇଚାଲିବୁ । ସାମ୍ପ୍ରତିକ ଭୟଙ୍କର ପରିସ୍ଥିତିକୁ ଦେଖି, ଅନୁଭବ କରି ମ୍ରିୟମାଣ ହୋଇପଡ଼ିଥିବା ସମୟରେ ଅତ୍ୟନ୍ତ ଭାରି ହୃଦୟରେ ଏହା ଉପସ୍ଥାପନ କରି ଆଶା କରୁଛୁ ଯେ ଟିକେ ପଢ଼ିବା ହେବେ ଓ ସାମାନ୍ୟ ଚିନ୍ତା କରିବା ହେବେ । ପାରାନୋଇଆ ରୋଗାକ୍ରାନ୍ତ କୁଭାଷ ଭାଷାରେ ଆମେ ମୋଟେ ଭାବ ପ୍ରବଣ ଓଡ଼ିଆ ବା ବିଷଧାରୀ ଓଡ଼ିଆ ନୋହୁଁ, ଆମେ ଅଧ୍ୟୟନ କରି କହିଥାଉ ଯେ ଶତାଧିକ କ୍ଷେତ୍ରରେ ପୂର୍ବଜ ଓଡିଆମାନେ ବିଶ୍ବଗୁରୁ ।

ମୁକଂ କରୋତି ବାଚାଳଂ

--------------------------
" ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିମ୍ , ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।" , ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା କିଏ ବୋଲି ପ୍ରଶ୍ନ କରାଗଲେ ,ଆମ ଭାଷାରେ ଭାରତର ବୋଧେ ଶତକଡ଼ା ୯୯.୯୯ ଲୋକେ ଏହା ବ୍ୟାସକୃତ  ଅବା ଆଦି ଶଙ୍କରାଚାର୍ଯ୍ୟକୃତ ବୋଲି ଉତ୍ତର ଦେବେ । ମାତ୍ର ଏହି ଧ୍ୟାନ ମନ୍ତ୍ରର ସ୍ରଷ୍ଟା ଯେ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନ  ତଥା ବିଶ୍ବ ବିଖ୍ୟାତ  ଗୀତା ଭାଷ୍ୟକାର, ପ୍ରଜ୍ଞା ପୁରୁଷ,ସନାତନ ଧର୍ମର ମାର୍ଗଦର୍ଶକ ତଥା ଭକ୍ତି ଓ ଜ୍ଞାନ ସମୀକରଣରେ  ବିଭେଦ ଗ୍ରସ୍ତ ସନାତନୀ ଗୋଷ୍ଠୀମାନଙ୍କ ମଧ୍ୟରେ ସମନ୍ଵୟ ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ , ତାହା ଅନେକ ଜାଣିଲେ ନାହିଁ । ପରାଧୀନ ଭାରତବର୍ଷରେ , ଯାହା ଯାହା ଭଲ , ତାହାକୁ ଅପହରଣ କରି ଭଗାରୀମାନେ ମିଥ୍ୟା ତଥା କପୋଳକଳ୍ପିତ ତଥ୍ୟାଧାରରେ ନିଜର ବୋଲି ଯେପରି ଦାବି ସାବ୍ୟସ୍ତ କଲେ , ଠିକ୍ ସେହିପରି ଯାହା ଯାହା ସବୁ ଖରପ , ତାହାକୁ ଓଡ଼ିଆମାନଙ୍କର ବୋଲି ମଧ୍ୟ ସାବ୍ୟସ୍ତ କରି ଯାଇଛନ୍ତି ।  ଭରତ ମୁନି, ବିଷ୍ଣୁଶର୍ମା ,କବି କାଳିଦାସ, କବିରାଜ ଜୟଦେବ,ଚୈତନ୍ୟ , ତୁଳସୀ ଦାସ ଙ୍କ ଠାରୁ ଆରମ୍ଭ କରି ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ ଏହାର ତାଲିକା । ସମସ୍ତ ପୁରାଣ ଶାସ୍ତ୍ରଗତ,ନଥିଗତ, ପାରିପାର୍ଶ୍ବିକ ସ୍ଥିତି, ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଆମେ ଓଡିଆମାନେ ଏଯାବତ ଏଥିପ୍ରତି ଦୃଷ୍ଟି ନ ଦେବାରୁ ,ଅପରମାନେ ସ୍ଵକୀୟ ଢୋଲ ପିଟି,ମହୁରୀ  ବଜାଇ,ଶଙ୍ଖ ଫୁଙ୍କି ବାଃ ବାଃ ନେଲେ ଓ ନେଉଛନ୍ତି  । ଯେପରି ବଙ୍ଗାଳି ମାନେ କବିରାଜ ଜୟଦେବଙ୍କ ଠାରୁ ଆରମ୍ଭ କରି ଚୈତନ୍ୟଙ୍କ ସମ୍ବନ୍ଧୀୟ ହେଉ ଅବା ସତ୍ୟ, ତ୍ରେତୟା, ଦ୍ଵାପର ଯୁଗରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଥିବା କଳିଙ୍ଗ ସାଗର ବା ମହୋଦଧି କୁ ବଙ୍ଗୋପସାଗର କରାଇ ଦେବାରେ ସଫଳ ହେବା , ଏ ସବୁର ଇତିହାସ ବ୍ୟାପକ । ବିଗତ ୪୪ବର୍ଷ ଧରି ଅନେକ ଘାତ, ପ୍ରତିଘାତ, ଲହୁ ଲୁହାଣ ସଂଘର୍ଷ ଭିତରେ ସାମାନ୍ୟ କିଛି ସଫଳତା ପାଇଥିବାବେଳେ , ଅନେକ କ୍ଷେତ୍ରରେ ସଫଳତା ହେଉଛି ପ୍ରଲମ୍ବିତ । ଏହାର ପ୍ରମୁଖ କାରଣ "ବାଉଁଶ ଓ କୁରାଢି ଉପାଖ୍ୟାନ । ସହଯୋଗ ଅବା ପ୍ରୋତ୍ସାହନ ତ ନାହିଁ , ଅଛି ବିରୋଧାଭାସ, ଅଛି ମସିଲୀପ୍ତ କରିବା ସହିତ ମିଥ୍ୟାରୋପ ,କଟୁ ତିକ୍ତ ମିଶ୍ରିତ ସମାଲୋଚନା, ଏପରିକି ପେଟପାଟଣା ଉପରେ ଧାରାବାହିକ ଆକ୍ରମଣ ।   ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ସମୟରେ ଆମ ଭିତରେ ସୃଷ୍ଟି ହେଉଥିବା ମାର୍ମିକ ବେଦନା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ ।  ଏହା ସର୍ବଜନ ବିଦିତ ଯେ ଆଦି ଶଙ୍କରାଚାର୍ଯ୍ୟ (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଅଷ୍ଟମ ଶତାବ୍ଦୀର  ଇତିହାସ ସିଦ୍ଧ ଭାରତୀୟ ବୈଦଜ୍ଞ ଓ ଧର୍ମଗୁରୁ  । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ ଓ ଅଦୈତ ବେଦାନ୍ତର ପ୍ରଚାର ମଧ୍ୟ କରିଥିଲେ ।ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨୦ ଖ୍ରୀଷ୍ଟାବ୍ଦରେ ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ । ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ । ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । କିଛିଦିନ ପରେ ମାତାଙ୍କର ଦେହାନ୍ତ ହେବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ଆଦୃତ ହୋଇଥିଲା । ସେ ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ । ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟମାନଙ୍କଦ୍ୱାରା ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ । ଉତ୍ତରରେ ବଦରକା ଯୋଚୀଶୀମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠଟିର ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଦକ୍ଷିଣର କର୍ଣ୍ଣାଟକରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ରହିବା ପାଇଁ । ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟନାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ 'ଦଶନାମୀ' (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ 'ଶଙ୍କରଃ ଶଙ୍କରଃ ସାକ୍ଷାତ୍' ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ତାଙ୍କର ୩୨ ବର୍ଷ ବୟସରେ କେଦାରନାଥରେ ଦେହାନ୍ତ ହୋଇଥିଲା।  ଏଠାରେ ପ୍ରଶ୍ନ ଉଠେ  ତାଙ୍କର ବୌଦ୍ଧଧର୍ମ ବିରୋଧରେ  ଅଭିଯାନର କେନ୍ଦ୍ରସ୍ଥଳ କେଉଁଠି ଥିଲା ?  ଯଯାତି କେଶରୀଙ୍କ ରାଜତ୍ଵ ସମୟରେ ଏହା କିପରି ସମ୍ଭବ ହେଲା ? ଏବିଷୟରେ ଇତିହାସ ନିରବ , ଯେଭଳି ଓଡିଶା ଓ ଓଡିଆ ଆଧାରିତ ଅନେକ ପ୍ରସଙ୍ଗ ଭଳି ।  କୌଣସି ଐତିହାସିକ, ଗବେଷକମାନେ ଏହି କାଳଖଣ୍ଡ ଠାରୁ ଦ୍ବାଦଶ ଶତାବ୍ଦୀ, ଏପରିକି ଆଚାର୍ଯ୍ୟ ରାମାନୁଜ ( ୧୦୭୭-୧୧୫୭) , ଯିଏ ବୈଷ୍ଣବ ଧର୍ମ ପ୍ରଚାର କରି ଭକ୍ତି ପ୍ରଧାନ " ବିଶିଷ୍ଟାଦ୍ବୈତ ବାଦ ର ପ୍ରସାର କରିଥିଲେ ବୋଲି ଉଲ୍ଲେଖ ରହିଛି । ସେ ଆସି ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ (ଖ୍ରୀ:ଅ: ୧୦୭୮-୧୧୪୭) ଙ୍କୁ ରାଜା କରାଇ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠା କରାଇଥିଲେ ଏବଂ  ରାଜାଙ୍କର ପ୍ରମୁଖ ପରାମର୍ଶଦାତା ବା ପ୍ରଧାନମନ୍ତ୍ରୀ ଥିଲେ । ଶାସନ ଭାର ଗ୍ରହଣ କରିବା ମାତ୍ରକେ ତାଙ୍କର ପ୍ରଥମ କାର୍ଯ୍ଯ ଥିଲା ଓଡିଆ ଭାଷା ବିଲୋପ । ରାମାନୁଜ ଙ୍କ ପରାମର୍ଶରେ ଚୋଡ଼ଗଙ୍ଗ ଦେବ ଘୋଷଣା କଲେ ଯେ ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ ତାମିଲ , ସଂସ୍କୃତ  ।  ସେତେବେଳେ ଏହାର ପ୍ରତିବାଦ କରି ମହାନ୍ ସଂସ୍କୃତ ଶାସ୍ତ୍ର ବିଶାରଦ ହାଡୁ ପଣ୍ଡିତ ଶୁଳି ଦଣ୍ଡାଦେଶ ପାଇଥିଲେ ।  ଜୁନ୍ ୨୯ ,୧୪୩୫ ପର୍ଯ୍ୟନ୍ତ ଓଡ଼ିଶାର ଶାସନର ଭାଷା ଥିଲା ସଂସ୍କୃତ ଓ ତାମିଲ । ଯେଉଁ ଦିନ  , ଅର୍ଥାତ୍ ୨୯-୬-୧୪୩୫ ରେ ବିନ୍ଦୁସାଗର କୂଳରେ କପିଳେନ୍ଦ୍ରଦେବ ଙ୍କ ରାଜାଭିଶେକ ହେଲା ,   ପ୍ରଥମ ଘୋଷଣା ଥିଲା " ମୁଁ ରାଜା ନୁହେଁ , ରାଉତ , ଆଜି ଠାରୁ ଓଡ଼ିଶାର ଶାସନର ଭାଷା ହେବ " ଓଡିଆ ଭାଷା " ।  ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ  କପିଳେନ୍ଦ୍ର ଦେବ (୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଯଶସ୍ବୀ ଦିଗବିଜୟୀ ସମ୍ରାଟ ଥିଲେ ।ତାଙ୍କ ସମୟରେ ଓଡ଼ିଶା ତଥା ଉତ୍କଳ ଭୂଖଣ୍ଡ ଉତ୍ତରରେ ଗଙ୍ଗା ନଦୀ ଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି କପିଳେନ୍ଦ୍ରଦେବ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ । ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ତ୍ରିଚିନାପଲ୍ଲିନିକଟରେ ଥିବା ଗୋଦାବରୀ ଯାଏଁ ଅଞ୍ଚଳ ଅଧୀକାର କରିଥିଲେ ଓ "ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧୀ" ଧାରଣ କରିଥିଲେ ।  "ଗୌଡେଶ୍ବର"ର ଅର୍ଥ ଗୌଡ ଅର୍ଥାତ୍ ବଙ୍ଗର ଅଧୀଶ୍ବର । "ନବକୋଟି କର୍ଣାଟ କଳବର୍ଗେଶ୍ୱର"ର ଅର୍ଥ କର୍ଣାଟ (ବିଜୟନଗର ସାମ୍ରାଜ୍ଯ) ଏବଂ କଳବର୍ଗ (ବାହମନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀ ନାମ ଥିଲା ଗୁଲବର୍ଗ)ର ନଅକୋଟି ଅଧିବାସୀଙ୍କର ପ୍ରଭୁ ।   ଏଥିରୁ ପ୍ରମାଣିତ ଯେ ସେତେବେଳେ ଭାରତର ଲୋକସଂଖ୍ୟାରେ ନଅ କୋଟି  ଲୋକଙ୍କ ଶାସକ ଥିଲେ ଗଜପତି କପିଳେନ୍ଦ୍ରଦେବ ।  ୧୮୭୨ ରେ  ବ୍ରିଟିଶ ଶାସନ ଭାରତରେ ସେମାନଙ୍କ ପ୍ରଥମ  ଜନଗଣନା କରିଥିଲେ । ସେତେବେଳେ ଭାରତର ଲୋକସଂଖ୍ୟା ଥିଲା ୨୩ କୋଟି ୮୩ ଲକ୍ଷ,୯୬ ହଜାର , ୩୨୭ । ଏହି ତଥ୍ୟ ଜନଗଣନା ଇତିହାସରେ ଉପଲବ୍ଧ ।  ଆଜି ମାତ୍ର ୧୨୪ ବର୍ଷ ପରେ ବିଭାଜିତ ଭାରତ ( ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ବର୍ମା ଆଦି ଦେଶ ସ୍ଵତନ୍ତ୍ର) ର ଲୋକ ସଂଖ୍ୟା ୧୪୩କୋଟି ୮୧ଲକ୍ଷ । ଏହି ଅନୁପାତ କୁ ଉପଜିବ୍ୟ କରି ହିସାବ କଲେ ୧୪୬୧ ରେ ଭାରତର ଲୋକସଂଖ୍ୟା କେତେ ଥିବ ? ସେଥିରୁ ନଅ କୋଟି ଲୋକଙ୍କ ଶାସକ ଥିଲେ କପିଳେନ୍ଦ୍ରଦେବ । ବିଶାଳ ସାମ୍ରାଜ୍ୟର ଅଧିପତି କପିଳେନ୍ଦ୍ରଦେବଙ୍କୁ ମଧ୍ୟ ଭାରତ ଇତିହାସ ଯଥୋଚିତ ମୂଲ୍ୟାଙ୍କନ କରିନାହିଁ । ଅତଏବ ଅନେକ ଦୃଷ୍ଟିକୋଣରୁ ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର " ଓଡ଼ିଶାର ଇତିହାସ ଏଯାବତ ଲେଖା ଯାଇନାହିଁ ଏବଂ ନଲେଖା ଯିବାର କାରଣ ଦର୍ଶାଇ କହି ଓ ଲେଖି ଆସିଛୁ ଯେ" ବିଜେତା ଯେବେ ପରାଜିତର ଇତିହାସ ଲେଖେ,ସେତେବେଳେ ସେ ନିଜକୁ ମହିମା ମଣ୍ଡିତ କରିଥାଏ , ପରାଜିତକୁ ମସିଲୀପ୍ତ କରିଥାଏ " । ଏହି ନ୍ୟାୟରେ ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ବର୍ତ୍ତମାନ ଆମେ ଜଗଦଗୁରୁ ଶ୍ରୀଧର ସ୍ବାମୀ ଙ୍କ ପ୍ରସଙ୍ଗକୁ ଉପଜିବ୍ୟ କରି ଆଲୋଚନା କରିବା ପାଇଁ ଯାଉଛୁ । ମହାନ୍ ସନ୍ଥ ଅତିବଡ଼ୀ ଜଗନ୍ନାଥ ଦାସ ଯାହାଙ୍କ ଦ୍ବାରା ପ୍ରଭାବିତ ହୋଇ ଓଡିଆ ଭାଗବତ ରଚନା କଲେ ସେ ହେଉଛନ୍ତି  ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ବୋଲି ସ୍ବୀକାର କରି ସ୍ବାମୀଙ୍କର ଜନ୍ମ , ଜନ୍ମମାଟି ଏବଂ ତାଙ୍କର କୃତି ଓ କୀର୍ତ୍ତି ସମ୍ବନ୍ଧରେ ଦ୍ବାଦଶ ସ୍କନ୍ଦ ରେ ଲେଖି ଯାଇଛନ୍ତି -"ଶ୍ରୀଧର ନାମେ ବିପ୍ଳବର, ମୟୂର ଗ୍ରାମେ ଜନ୍ମ ତାର, ଶ୍ରୀ ଭାଗବତ ଯେ ପୁରାଣ , ଅଷ୍ଟାଦଶ ସଶ୍ରଶ୍ଲୋକେଣ ,ତା ଟିକା ଚଉ ବିଂଶ ସସ୍ର,କରି ଶ୍ରୀଧର ପ୍ରକାଶ , ବିପ୍ର କୁଳରେ ଜନ୍ମ ହୋଇ, ଜଗନ୍ନାଥ ଯେ ନାମ ବହି ,ପ୍ରାକୃତ ବନ୍ଧେ ଭାଗବତ, କହିଲେ ସର୍ବଜନହିତ।"  ଏହା ମଧ୍ୟ ସତ୍ୟ ଯେ ଉତ୍କଳ ଜନନୀଙ୍କ ପୂର୍ବଜ ବରପୁତ୍ର ମାନେ, ଏପରିକି ସନ୍ଥ ମହାତ୍ମାମାନେ ସେମାନଙ୍କ ସଠିକ୍ ପରିଚୟ ଅବା କୃତିତ୍ବ ସମ୍ପର୍କରେ ପ୍ରାୟତଃ ଉଲ୍ଲେଖ କରି ନଥାନ୍ତି , ଯାହାର ଫାଇଦା ନିଅନ୍ତି ଯଶଃ କାଙ୍ଗାଳି ଭଗାରିମାନେ । କିନ୍ତୁ ସେମାନଙ୍କ ସୃଷ୍ଟି ମଧ୍ୟରେ ଏଭଳି ତଥ୍ୟ ଦେଇଥାନ୍ତି ଯେ ଜଣେ ଏକଗ୍ରଚିତ୍ତ ପାଠକ , ସମୀକ୍ଷକ, ଗବେଷକ ସହଜରେ ଜାଣିପାରନ୍ତି । ସେହିପରି ଲୋକକଥା , ପରବର୍ତ୍ତୀ ସମୟରେ ଲେଖକ,ଆଲୋଚକ ମାନଙ୍କ ଦ୍ବାରା ଉଲ୍ଲେଖ ରହିଥାଏ ।‌ ଶ୍ରୀଧର ସ୍ବାମୀ ଙ୍କ ଜନ୍ମ ମାଘ ଶୁଳ୍କ ସପ୍ତମୀ , ମସିହା ହିସାବରେ ୧୩୨୫ ଖ୍ରୀଷ୍ଟାବ୍ଦରେ , ବୁଢାବଳଙ୍ଗର ଉପନଦୀ ବଡସୋନା ଓ ଗଙ୍ଗ ହାର ନଦୀ ମଧ୍ୟବର୍ତ୍ତୀ ଉପତ୍ୟକାର ମୟୂର ଗ୍ରାମ , ଯାହା  ସାତଶହ ବର୍ଷ ମଧ୍ୟରେ ଅପଭ୍ରଂଶ ହୋଇ ଏବେ ମରେଇ ଗାଁ ଭାବେ ପରିଚିତ ।   ହରିହର ଶତପଥୀ ଙ୍କ ପୁତ୍ର ପିଉସା ଘରକୁ ପୁଅ ହୋଇ ଯିବାରୁ ସାଙ୍ଗିଆ  ବଦଳି ହୋଇଥିଲା ପତି ।  ପିତା ହରିହର ଜଣେ ପଣ୍ଡିତ ଥିଲେ ଏବଂ ଅଥର୍ବ ବେଦୀ,ଶାଣ୍ଡଲ୍ୟ ଗୋତ୍ର ଥିଲା ମାତ୍ର ପାଳନ କର୍ତ୍ତା  ପତି ପରିବାର ଥିଲେ ଯଜୁର୍ବେଦୀ ।  ନୀଳଗିରି ଅଞ୍ଚଳର ଘନବନରାଜି ଓ ପାହାଡ ପୁଷ୍କରିଣୀ ନଦୀନାଳ ସୁଶୋଭିତ, ହଂସ ଚକ୍ରବାକ୍ କୋଇଲି,କୁମ୍ଭାଟୁଆ, ମୟୂର କଳରବରେ ରମଣୀୟ ସ୍ଥାନ ହୋଇଥିବାରୁ ଏ ଅଞ୍ଚଳର ନାମ ଥିଲା " ରମଣୀୟ" , ଯାହା ଅପଭ୍ରଂଶ ହୋଇ ଅଧୁନା ରେମୁଣା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ରେମୁଣା ସେତେବେଳର ରମଣୀୟ ଥିଲା ଦକ୍ଷିଣ ଭାରତ ଓ ଉତ୍ତରଭାରତର ଏକମାତ୍ର ସଯୋଗକାରୀ ରାସ୍ତା "ଜଗନ୍ନାଥ ସଡ଼କ" ପାର୍ଶ୍ଵରେ ଅବସ୍ଥିତ ଥିଲା ଏବଂ ସମଗ୍ର ଭାରତବର୍ଷର ସଂସ୍କୃତ ଭାଷା ଶିକ୍ଷାର ଏକ ପ୍ରମୁଖ ପୀଠ । ଋଷିପ୍ରାଣ ପରମାନନ୍ଦ ପୁରୀ ସେହି ସମୟରେ ଖୀରଚୋରା ଗୋପୀନାଥ ଙ୍କ ଦର୍ଶନରେ ଆସି ରେମୁଣାରେ ଅବସ୍ଥାନ କରୁଥିଲେ । ଇଷ୍ଟଦେବତା ନୃସିଂହ ଙ୍କ ଆଶୀର୍ବାଦ ବା ପ୍ରସାଦରୁ ଏହି ଠାରେ ହିଁ ଗୁରୁ ଶିଷ୍ୟଙ୍କର ମଣି-କାଂଚନ ସଂଯୋଗ ହୋଇଥିଲା । ସେହିପରି ନିଜେ ଶ୍ରୀଧର ସ୍ବାମୀ ଲେଖି ଯାଇଛନ୍ତି ଯେ " ବ୍ରହ୍ମବେଦେ ଚ ନିଷ୍ଣାତଃ ,କୃତୀ ହରିହରାତ୍ମଜଃ , ପ୍ରାୟଶ୍ଚିତ ତ୍ରୟଂ ହ୍ୟେତତ୍, ନୃସିଂହାନୁଗ୍ରହତା୍ କୃତଃ ।"  ରେମୁଣାରେ ଶିକ୍ଷା ଶେଷ କରି ଗୁରୁ ପରମାନନ୍ଦ ଙ୍କ ଉପଦେଶ କ୍ରମେ ସେ କାଶୀଧାମରେ ପହଞ୍ଚିଲେ । ତତ୍କାଳୀନ କାଶୀର ରାଜା ଜୟଚନ୍ଦ୍ର ପ୍ରଜାମାନଙ୍କ ମଧ୍ୟରେ ଗୀତା ଜ୍ଞାନ  ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତାର ସରଳ ସୁବୋଧ ଟିକା ପ୍ରଣୟନ ନିମନ୍ତେ ଏକ  ପଣ୍ଡିତ ସମ୍ମିଳନୀର ଆୟୋଜନ କରିଥିଲେ । ଦେଶ ବିଦେଶରୁ ବହୁ  ପଣ୍ଡିତବର୍ଗ
ଏଥିରେ ଯୋଗଦେଇଥିଲେ , ଯେଉଁ ମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲେ ପଣ୍ଡିତ ଶ୍ରୀଧର ଏବଂ ସିଏ ଏକ ଟିକା ରଚନା କରି ଦାଖଲ କରିଥିଲେ । ରାଜା ଜୟଚନ୍ଦ୍ର ଯଦିଓ ଜଣେ ସଂସ୍କୃତ ଶାସ୍ତ୍ରବନ୍ତ ଥିଲେ , ତଥାପି ସିଏ ଟିକା ସମୀକ୍ଷା ପାଇଁ ପଣ୍ଡିତ ମଣ୍ଡଳୀ ଗଠନ କଲେ । ପଣ୍ଡିତ ମାନେ ଭିନ୍ନ ଭିନ୍ନ ମତ ଦେବା ସମୟରେ ଶାସ୍ତ୍ର ବିଶୃଙ୍ଖଳିତ ଆଚରଣରେ ବ୍ୟତିବ୍ୟସ୍ତ ହୋଇ କହିଥିଲେ ସମସ୍ତ ଟୀକା ବିଶ୍ବେଶ୍ବର ବା କାଶୀ ବିଶ୍ଵନାଥଙ୍କ ସମ୍ମୁଖରେ ରଖି ଦିଆଯାଉ ।  କାଶୀ ବିଶ୍ଵନାଥ ଙ୍କ ପାଖରେ ସବୁ ରଖାଯାଇ ମନ୍ଦିରରେ ଜଉମୁଦ ଦିଆଗଲା , ଆସନ୍ତାକାଲି ସକାଳେ ମନ୍ଦିର ଦୁଆର ଖୋଲା ଯିବ , ପ୍ରଭୁ ଙ୍କ ଦ୍ବାରା ଯାହାଙ୍କର ଟିକା ଗୃହୀତ ହେବ , ତାହାଙ୍କୁ ଶ୍ରେଷ୍ଠ ଟୀକାକାରର ସ୍ବୀକୃତି ସହିତ ପୁରସ୍କୃତ କରାଯିବ ।  ଭଗବାନ ବିଶ୍ବନାଥ ମୁଖ୍ୟ ପୁରୋହିତ ଙ୍କୁ ସ୍ବପ୍ନାଦେଶ ଦେଲେ " ବ୍ୟାସୋ ବେତ୍ତି ଶୁକୋ ବେତ୍ତି,ରାଜା ବେତ୍ତି ନ ବେତ୍ତି ବା , ଶ୍ରୀଧରଃ ସକଳଂ ବେତ୍ତି, ଶ୍ରୀନୃସିଂହ ପ୍ରସାଦତଃ " । ପରଦିନ ସକାଳେ ଜଉମୁଦ କାଢି ମନ୍ଦିର ଖୋଲି ରାଜା ଦେଖିଲେ ଯେ ଶ୍ରୀଧର ଙ୍କ ରଚିତ ଟୀକା ବିଶେଶ୍ୱରଙ୍କ ନାଭି କମଳରେ ଥୁଆ ହୋଇଛି । ରାଜା ଜୟଚନ୍ଦ୍ର ଏହା ଦେଖି ଭାବ ବିହ୍ୱଳ ହୋଇ ପ୍ରଭୁଙ୍କୁ ସ୍ରଷ୍ଟାଙ୍ଗ ପ୍ରଣିପାତ କଲେ । କାଶୀ ରେ ଅପରିଚିତ,ଅନାମଧ୍ୟେୟ ଯୁବକ ଟି ରାତାରାତ ବଡ ପଣ୍ଡିତର ମାନ୍ୟତା ପାଇ ରେମୁଣା ଫେରି ପୁନଃ ଅଧ୍ୟୟନ କରି ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଗଲେ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ଠାରୁ ସନ୍ୟାସ ଦୀକ୍ଷା ନେଇ ନୃସିଂହ ମନ୍ତ୍ରରେ ଦିକ୍ଷୀତ ହେଲେ ଓ ମନ୍ତ୍ର ସାଧନା କରୂ ସିଦ୍ଧି ପ୍ରାପ୍ତ ହୋଇଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଗୋବର୍ଦ୍ଧନ ପୀଠର ପ୍ରଥମ ପୀଠାଧୀଶ ସ୍ବାମୀ ପଦ୍ମପାଦ ମଧ୍ୟ ଜଣେ ନୃସିଂହ ସାଧକ ଥିଲେ । ସନ୍ୟାସ ନେଲା ପରେ ଗୁରୁ ପରମ୍ପରା ଅନୁଯାୟୀ ଶ୍ରୀଧର ପତି ଶ୍ରୀଧର ସ୍ବାମୀ ରୂପେ ପରିଚିତି ପାଇଥିଲେ ।
ଗୋବର୍ଦ୍ଧନ ପୀଠାଧୀଶ ରାମକୃଷ୍ଣାନନ୍ଦ ସ୍ବାମୀଙ୍କ ତିରୋଧାନ ପରେ ଶଙ୍କରାନନ୍ଦ ମଠର ମଠାଧୀଶ ଭାବେ ଶ୍ରୀଧର ସ୍ବାମୀ ଅଭିଷିକ୍ତ ହୋଇଥିଲେ ।  ୭୫ ବର୍ଷ ବୟସରେ ୧୪୦୦ ମସିହାରେ କପିଳାସ ବ୍ରହ୍ମଚାରୀ ଆଶ୍ରମରେ ଇହଲୀଳା ସମ୍ବରଣ କରିଥିଲେ , ଏବେବି ଅକ୍ଷତ ଅବସ୍ଥାରେ ତାଙ୍କର ସମାଧି ସ୍ତୁପ ରହିଛି ।  ତାଙ୍କର ସୃଷ୍ଟି ସମୂହ ମଧ୍ୟରେ ଶ୍ରୀମଦ ଭଗବଦ୍ ଗୀତାର " ସୁବୋଧିନୀ ଟୀକା" ,ଭାବାର୍ଥ ଦୀପିକା,ଆତ୍ମପ୍ରକାଶିକା, ବାଳବୋଧିନୀ ଠାରୁ ଆରମ୍ଭ କରି ଅନେକ , ଯାହା ମଧ୍ୟ ଏପର୍ଯ୍ୟନ୍ତ ଛପା ଯାଇନାହିଁ ।   ଏଠାରେ ପ୍ରସଙ୍ଗକ୍ରମେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଏହାଙ୍କ ସୃଷ୍ଟି ସମୂହ କୁ ପଢି ଗଜପତି କପିଳେନ୍ଦ୍ରଦେବ ଙ୍କ ଦ୍ବାରା ତଡିପାର ଦଣ୍ଡରେ ଦଣ୍ଡିତ ହୋଇ  ନଦୀୟାରେ ବସବାସ କରୁଥିବା ପଣ୍ଡିତ ଉପେନ୍ଦ୍ର ମିଶ୍ରଙ୍କ ନାତି ବିଶ୍ବମ୍ବର ମିଶ୍ର , ଚୈତନ୍ୟ ନାମ ଧାରଣ କରି ୧୫୧୦ରେ ଓଡ଼ିଶା ଆସିଥିଲେ । ୧୪୬୩ ରେ ଚରିତ୍ରହୀନ ଵ୍ଯୁରହବ ବ୍ରାହ୍ମଣ ଜଗନ୍ନାଥ ମିଶ୍ରଙ୍କର ୧୪୮୭ ରେ ଜନ୍ମିତ କନିଷ୍ଠ ପୁତ୍ର ବିଶ୍ବମ୍ବର କିଭଳି ଚୈତନ୍ୟ ହେଲେ , କେଉଁ କାରଣରୁ ଓଡ଼ିଶା ଆସିଥିଲେ , ତାହା ସୁବାର୍ତ୍ତା ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ସମର୍ପିତ ସାଥି , ଐତିହାସିକ ଗବେଷକ, ଅଧିବକ୍ତା, ବିଧାୟକ, ନାଟ୍ୟକାର ଜଗବନ୍ଧୁ ସିଂହ ଙ୍କ ପ୍ରାଚୀନ ଉତ୍କଳ ପୁସ୍ତକରେ ବିସ୍ତୃତ ଭାବେ ବର୍ଣିତ ତଥ୍ୟ ଆଧାରରେ ପ୍ରକାଶ କରିଥିଲା । ସେହି ଚୈତନ୍ୟ ଚରିତାମୃତ ରେ ସେ ଶତକଣ୍ଠ ରେ ସ୍ବୀକାର କରିଛନ୍ତି ।  ଅତିବଡ଼ି ଜଗନ୍ନାଥ ଦାସଙ୍କର ସମସାମୟିକ ନୟାଗଡର ଭକ୍ତ କବି ମାଧବ ପଟ୍ଟନାୟକଙ୍କ ସ୍ବରଚିତ ନବାକ୍ଷରୀ " ବୈଷ୍ଣବ ଲୀଳାମୃତ ( ୧୫୩୫ ରେ ଲିଖିତ) ଶ୍ରୀଧର ସ୍ବାମୀ ଙ୍କ ବିଷୟରେ ଲେଖି ଯାଇଛନ୍ତି -;
"ଏଥୁ ଅନ୍ତେ ଶୁଣ ରସ, ଶ୍ରୀ ଭାଗବତ ଗୀତ ରସ, ଶ୍ରୀଧର ନାମେ ବିପ୍ରବର,ମରେଇ ଗ୍ରାମେ ଜନ୍ମ ତାର, ଭାବାର୍ଥ ଦୀପିକା ରଚନ୍ତି,ଭକତି ମାର୍ଗରେ ତା ମତି, ରେମୁଣା କଟକେଣ ରହି, ଗୋପୀନାଥ ମୂର୍ତ୍ତି ସେବଇ,ପଢି ଗୋପାଳ ତାପିନୀ,ପିପ୍ପଳ ସୂତ୍ର ବଖାଣ....' ।
ଅତଏବ ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କ ର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଆନ୍ଧ୍ର କହୁଛି ଆମର, ଗୁଜରାଟ କହୁଛି ଆମର ଶ୍ରୀଧର ସ୍ବାମୀ , ଅଥଚ ଆମେ ଓଡିଆ ନିରବ,ନିର୍ଲିପ୍ତ ରହିବା ଆଉ କେତେ ଦିନ ?

ସାମାଜିକ ନ୍ୟାୟ

------------
୨୬ ନଭେମ୍ବର,୨୦୦୭ରେ ଜାତିସଂଘ ସାଧାରଣ ପରିଷଦ ୨୦ ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିବାପରେ  ଗତ ୨୦୦୯ ମସିହାରୁ ଏହି ଦିବସରେ ବିଭିନ୍ନ ଲକ୍ଷ କୁ ଉପଜିବ୍ୟ କରି ଶୀର୍ଷକ ଆଧାରରେ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ଜାତିସଙ୍ଘର ଉଦ୍ଦେଶ୍ୟ ଉଲ୍ଲେଖ ରହିଛି ଯେ ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା ଦୂର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ସମସ୍ତ ପ୍ରଦତ୍ତ ତଥ୍ୟକୁ ଊପଜିବ୍ୟ କରି ସୁସ୍ଥ ମସ୍ତିଷ୍କରେ ସାରସ୍ବତ ପ୍ରମାଣ ସହିତ ଆମେ ଦାମ୍ଭିକତା ସହିତ କହିପାରୁ ଯେ ସନ୍ଥ ବଳରାମ ଦାସ ହେଉଛନ୍ତି ବିଶ୍ବର ପ୍ରଥମ ସାମାଜିକ ନ୍ୟାୟ ଦର୍ଶନ ପ୍ରଦାୟକ ।  ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ଜାତିସଂଘ ବର୍ଷକରେ ଗୋଟିଏ ତାରିଖକୁ ଆନ୍ତର୍ଜାତିକ ସାମାଜିକ ନ୍ୟାୟ ଦିବସ  ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କଲା ?   ମଣିଷ ମଣିଷ ଭିତରେ ଜାତିଗତ ,ବର୍ଣ୍ଣଗତ, ଧର୍ମଗତ,ଲିଙ୍ଗ ଗତ, ଭାଷା ଗତ, ଆଞ୍ଚଳିକ ବିଭେଦାୟନ, ପରସ୍ପରକୁ ମସୀଲିପ୍ତ କରିବାର ଘୃଣ୍ୟ ମାନସିକତା, ବିଶେଷ କରି ଋଢିମନ୍ତ ସାମାଜିକ ଅବ୍ୟବସ୍ଥା , ଯାହା ମଧ୍ୟ କୌଣସି ପ୍ରାନ୍ତୀୟ, ପ୍ରାଦେଶିକ, ଦେଶୀୟ ଅସମାନତା ସମସ୍ୟା ନୁହେଁ , ଏପରିକି  ଦେଶ ଦେଶ ମଧ୍ୟରେ ଶାନ୍ତି, ସହାବସ୍ଥାନ ପ୍ରତିଷ୍ଠା କରିବାରେ ସାମାଜିକ ନ୍ୟାୟର ଭୂମିକା ରହିଛି ବୋଲି ହୃଦବୋଧ ହେବା ପରେ । ଲିଙ୍ଗଗତ, ବୟସ, ଜାତି, ଧର୍ମ, ସମ୍ପ୍ରଦାୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ସାମାଜିକ ବାଧା ଯେ ହଜାର ହଜାର ବର୍ଷ ଧରି ସମାଜରେ ବିଭେଦାୟନ ସୃଷ୍ଟି କରୁଛି , ସେ ସମ୍ପର୍କରେ ଆମେ ସମସ୍ତେ ଏକମତ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ  ସନ୍ଥ ବଳରାମ ଦାସ ଓଡ଼ିଆ ସାହିତ୍ୟର ପଞ୍ଚସଖା(ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ମଧ୍ୟରେ  ଅନ୍ୟତମ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
ସନ୍ଥ ଵଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l  ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟ ରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ (ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l ସନ୍ଥ ବଳରାମ ଦାସ ଥିଲେ ଯୋଗଜନ୍ମା ପୁଣ୍ୟ ପୁରୁଷ। ତତ୍କାଳୀନ କୁସଂସ୍କାର ଗ୍ରସ୍ତ ସମାଜରେ ସଂସ୍କାର ଆଣିବା ପାଇଁ ସେ ରଚନା କରି ଯାଇଛନ୍ତି ଅନେକ ଗୁଡିଏ ଗ୍ରନ୍ଥ ଯେମିତି କି “ବିରାଟ ଗୀତା” ଯହିଁରେ ସେ ମହାଭାରତର ଗୀତା ସଦୃଶ ଜୀବନଧାରଣର ମାନ ଶିକ୍ଷା ଦେଇଛନ୍ତି ଗୀତ ଛଳରେ। ତାଙ୍କ ରଚିତ “ଲକ୍ଷ୍ମୀ ପୁରାଣ”ରେ ସେ ଜାତି ପ୍ରଥାର ବିରୋଧ କରିବା ସହିତ ନାରୀ ଶକ୍ତିର ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି। ନାରୀ ନିର୍ଯ୍ୟାତନାର କୁପରିଣାମ ଦର୍ଶାଇବା କରିବା ସହିତ ନାରୀଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରାଇଛନ୍ତି। “ବ୍ରହ୍ମାଣ୍ଡ ଭୂଗୋଳ” ରେ ସେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ଦର୍ଶନ କରି ବ୍ରହ୍ମ ଏକାକ୍ଷର ମନ୍ତ୍ର ର ମହିମା ବୁଝାଇଛନ୍ତି। “ଭାବ ସମୁଦ୍ର” ରେ ମଣିଷକୁ ଭାବର ସମୁଦ୍ର ମଧ୍ୟରେ ଲୀନ ହୋଇ ପ୍ରଭୁକୃପା ଲାଭ କରିବାର ବାଟ ମଧ୍ୟ ଦେଖାଇଛନ୍ତି। ସନ୍ଥ ବଳରାମ ଦାସଙ୍କ ଲେଖା ଗୁଡିକ ମୁଖ୍ୟତଃ ସେ ସମୟରେ ଓଡିଶା କୁ କବଳିତ କରି ରଖିଥିବା ଜାତିପ୍ରଥା, କୁସଂସ୍କାର, ସାମାଜିକ ଅସାମଞ୍ଜସ୍ୟ ଇତ୍ୟାଦିକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାଯାଏ।
ଜଣେ ତତ୍ତ୍ୱଜ୍ଞ ଏବଂ ମୁକ୍ତ ବିଚାରଧାରା ର ସନ୍ଥ ହିସାବରେ ଭକ୍ତ ବଳରାମ ଦାସ ଅଗ୍ରଗଣ୍ୟ। “ଭାବ ସମୁଦ୍ର”, “ବଟ ଅବକାଶ”, “ଭକ୍ତି ଚନ୍ଦ୍ରିକା”, “ବ୍ରହ୍ମାଣ୍ଡ ଭୂଗୋଳ”, “ବିରାଟ ଗୀତା”, “ଗୁପ୍ତ ଗୀତା”, “ଭବିଷ୍ୟତ ମାଳିକା” ଏବଂ “ଶରୀର ତତ୍ତ୍ୱ”, “ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ” ଇତ୍ୟାଦି ତାଙ୍କର ଏକ ଶହ ଆଠଟି କୃତି ରହିଛି। ତହିଁରୁ ତାଙ୍କ ଦ୍ୱାରା ଲିଖିତ “ଜଗମୋହନ ରାମାୟଣ” ବା ଦାଣ୍ଡି ରାମାୟଣ, “ଶ୍ରୀମହାଲକ୍ଷ୍ମୀ ପୁରାଣ” ବା “ମାଣବସା କଥା” ଓଡ଼ିଶାର ଘରେ ଘରେ ପ୍ରଚଳିତ ଏବଂ ତଦ୍ ଆଧାରରେ ପାଳିତ ମଧ୍ୟ । ସମସ୍ତ ଦୃଷ୍ଟିକୋଣରୁ ସନ୍ଥ ବଳରାମ ମହିଳା ସଶକ୍ତିକରଣ  ଓ ସାମାଜିକ ନ୍ୟାୟ ଦର୍ଶନର ଆଦ୍ୟ ପ୍ରବକ୍ତା ।  ବିଗତ ଛଅ ଶହ ବର୍ଷ  ତଳେ ହଜାର ହଜାର ବର୍ଷ ଧରି ପାଳିତ ହୋଇଆସୁଥିବା  ମହାଲକ୍ଷ୍ମୀ ପୂଜାର ସଂସ୍କାର ବିଧି ସ୍ଥାପନ କରି ଯାଇଛନ୍ତି ସନ୍ଥ ବଳରାମ । ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ  ଅତି ସରଳ ସୁବୋଧଗମ୍ୟ ଭାଷାରେ ବର୍ଣନା କରାଯାଇଛି । ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ମାଆ ଲକ୍ଷ୍ମୀ ସର୍ତ୍ତ ରଖିଥିଲେ -:
"ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆ ଖୋଇ ହେବେ
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ
ହାଡିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ
ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ
ତେବେ ବଡଦେଉଳ କୁ ଯିବି ଜଗନ୍ନାଥ ।।"
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ସର୍ତ୍ତ ସେବେଠାରୁ ପାଳିତ ହୋଇଆସୁଛି । ପଞ୍ଚଦଶ ଶତାବ୍ଦୀରେ ସମାଜ ସାଧାରଣତଃ ପୁରୁଷ ପ୍ରାଧାନ୍ୟ ଥିଲା , ନାରୀ ଶକ୍ତି ଅବଦମିତ ରହିବା ଯୋଗୁଁ ସାମାଜିକ ପ୍ରଗତି ଥିଲା ଅତ୍ୟନ୍ତ ମନ୍ଥର ।  ତେଣୁକରି ସନ୍ଥ ବଳରାମ ଏହି ନିର୍ବିବାଦୀୟ ସତ୍ୟ କୁ ଉପଲବ୍ଧି କରି  ଜନ ସଚେତନତା ଜାଗ୍ରତ କରିବା ପାଇଁ , ବିଶେଷ କରି ଧର୍ମାତ୍ମା ଓଡିଆ ମାନଙ୍କୁ ସଚେତନ କରିବା ପାଇଁ ଲକ୍ଷ୍ମୀ ଠାକୁରାଣୀଙ୍କୁ  ମୁଖ୍ୟ ଚରିତ୍ର କରି  ରଚନା କରିଥିଲେ ଲକ୍ଷ୍ମୀ ପୁରାଣ । ଏହି ପୁରାଣ ମାଧ୍ୟମରେ  ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ବର୍ଷ ତଳେ ସନ୍ଥ ବଳରାମ କେବଳ ମହିଳା ସଶକ୍ତିକରଣ , ସାମାଜିକ ନ୍ୟାୟ ପ୍ରତିଷ୍ଠା ବା ସ୍ବଚ୍ଛ ସମାଜର ଆହ୍ବାନ ଦେଇ ଯାଇ ନାହାନ୍ତି , ଅଧିକନ୍ତୁ ଅନେକ ସାମାଜିକ ଋଢିମନ୍ତ ଅବ୍ୟବସ୍ଥା ବିରୋଧରେ ସାରସ୍ବତ ଅଭିଯାନ ସହିତ ସାମାଜିକ ସଂହତି ପାଇଁ ଦେଇଛନ୍ତି ବୈପ୍ଳବିକ ଆହ୍ବାନ , ଆଧ୍ୟାତ୍ମିକ ଚେତାବନୀ , ମହିମା ମଣ୍ଡିତ କରିଛନ୍ତି ମାଆ ଲକ୍ଷ୍ମୀ ଠାକୁରାଣୀଙ୍କୁ , ସୁଦଶା ବ୍ରତ ପୂଜନ ସମୟରେ ଅମରକୋଷରେ ବର୍ଣିତ " ଲକ୍ଷ୍ମୀ ପଦ୍ମାଳୟା ପଦ୍ମା, କମଳା ଶ୍ରୀହରିପ୍ରିୟା , ଇନ୍ଦିରା ଲୋକମାତା ମାଆ ,କ୍ଷୀରାବ୍ଧି ତନୟା ରମା" ର କରି ଯାଇଛନ୍ତି ମର୍ମାନ୍ବେଷଣ । ଯେପରିକି
"ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।ନମସ୍ତେ କମଳା ମାଗୋ ଅତି ଦୟାବତୀ
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।
ତୋର ଦୟାବଳେ ମାଗୋ ଦରିଦ୍ର ଜନର
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।"
ଏବେ ନିକଟରେ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର କୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡିଆ ପୁଅ ଶ୍ରଦ୍ଧେୟ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ "ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତୀକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ ଲୋକଭାଷାରେ ପରିଣତ କରିବାକୁ ପଡ଼ିବ,ତେବେ ଯାଇ ଏହା ଆମ ସମାଜର ସଂସ୍କୃତ ଭାଷାକୁ ଆଗକୁ ନେଇଥିବା ମହାପୁରୁଷଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ।" ଶ୍ରୀଯୁକ୍ତ ପ୍ରଧାନ ମଧ୍ୟ କହିଥିଲେ ଯେ"ଲକ୍ଷ୍ମୀ ପୁରାଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଓ ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣକାରୀ ଏବଂ ନାରୀ ସଶକ୍ତୀକରଣ ଯୋଜନାରେ ପ୍ରତିଫଳିତ ହୋଇଛି। ପାଞ୍ଚଶହ ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ମହିଳା ସଶିକ୍ତକରଣର କଥା କହିଥିଲେ। ସମାଜିକ ସମରସତା, ଛୁଆଁ ଅଛୁଆଁ ଭେଦଭାବ, ମହିଳା ଅଧିକାର, ନାରୀ ସଶକ୍ତିକରଣ, ଅଧିକାରବାଦ ଏବଂ ସ୍ୱଚ୍ଛ ଭାରତ ଲକ୍ଷ୍ମୀ ପୁରାଣର ସାମାଜିକ ତତ୍ତ୍ୱ ଅଟେ। ଏହା ଥିଲା ସମାଜ ଜୀବନର ନିଚ୍ଛକ ପ୍ରତିଫଳନ। ଅତୀତରେ ମହାତ୍ମା ଗାନ୍ଧୀ ପୁରୀ ଆସି ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ନ ଥିବାରୁ ଏହାର ବିରୋଧ କରିଥିଲେ । ମାତ୍ର ଗାନ୍ଧିଙ୍କ ଓଡ଼ିଶା ଆସିବାର ପାଖାପାଖି ଅନେକ ବର୍ଷ ପୂର୍ବରୁ ସିଦ୍ଧ ବଳରାମ ଦାସ ଜାତିପ୍ରଥା ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି।" ଅତଏବ  ବିଭିନ୍ନ ପ୍ରକାର ବିଭେଦାୟନକୁ ସାମାଜିକ କବର ଦେଲେ ହିଁ ଆମେ ସହଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିପାରିବା। ଏଥିପାଇଁ ନିଷ୍ପକ୍ଷ ଜଗତୀକରଣ ପାଇଁ ସାମାଜିକ ନ୍ୟାୟ ଉପରେ କରାଯାଇଥିବା ଘୋଷଣାନାମାକୁ ଆନ୍ତର୍ଜାତିକ ଶ୍ରମ ସଂଘ( ଆଇଏଲ୍‌ଓ) ଗ୍ରହଣ କରିବା ଦ୍ୱାରା ସାମାଜିକ ନ୍ୟାୟ ପ୍ରତି ଜାତିସଂଘର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହି ଘୋଷଣାନାମା ୧୦ ଜୁନ୍‌,୨୦୦୮ରେ କରାଯାଇଥିଲା । ସମସ୍ତଙ୍କ ପାଇଁ ନିଯୁକ୍ତି, ସାମାଜିକ ସୁରକ୍ଷା, ସାମାଜିକ ବକ୍ତବ୍ୟ ଏବଂ ମୌଳିକ ନୀତି ଓ ଅଧିକାର ଉପରେ ଏହା ଗୁରୁତ୍ୱ ଦିଏ। ପୂର୍ବରୁ ଆଇଏଲ୍‌ଓ ଦ୍ୱାରା ୧୯୪୪ ଏବଂ ୧୯୯୮ରେ ଦୁଇଟି ଘୋଷଣା କରାଯାଇଥିଲେ ମଧ୍ୟ ୨୦୦୮ ଘୋଷଣାନାମା ଜଗତୀକରଣ ଯୁଗରେ ଏକ ନୂଆ ଦିଶା ଦେଖାଇଛି। ଏକ ଜଟିଳ ରାଜନୈତିକ ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇଥିଲା ଓ ଏଥିପାଇଁ ଏକ ବିସ୍ତୃତ ସହମତି ପ୍ରକାଶ ପାଇଥିଲା।ବିଶ୍ୱରେ ୨୦୦୮ ପରେ ନିଯୁକ୍ତି ହାର ବାର୍ଷିକ ୦.୧ ପ୍ରତିଶତ ବୃଦ୍ଧି ପାଉଛି। ଏହା ୨୦୦୦ରୁ ୨୦୦୭ ମଧ୍ୟରେ ଥିଲା ୦.୯ ପ୍ରତିଶତ। ଏବେ ସୁଦ୍ଧା ୬୦ ପ୍ରତିଶତ ଶ୍ରମିକଙ୍କ ପାଖରେ କୌଣସି ପ୍ରକାର କାମ ଉପଲବ୍ଧ ହୋଇପାରିନି। ୪୫ ପ୍ରତିଶତରୁ ସାମାନ୍ୟ ଅଧିକ ଶ୍ରମିକ ସ୍ଥାୟୀ ଓ ପୂରା ଦରମା ପାଉଛନ୍ତି ଏବଂ ଏହା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନିଯୁକ୍ତି ପାଇବା ଯୋଗ୍ୟ ବୟସରେ ୨୦୧୮ରେ ୨୦୧ ମିଲିୟନ ଲୋକ କାମ ପାଇ ନ ଥିବାବେଳେ ୨୦୧୯ରେ ୨୧୨ ମିଲିୟନ ଲୋକ କାମ ନ ପାଇ ରହିଛନ୍ତି। ଏଣୁ ୨୦୩୦ ସୁଦ୍ଧା ୬୦୦ ମିଲିୟନ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସାମାଜିକ ନ୍ୟାୟ ଦ୍ୱାରା ଏହା ସମ୍ଭବ ହୋଇପାରିବ। ବିଶ୍ୱରେ ୫ ଜଣରେ ଜଣେ ଶ୍ରମିକ ଏବେ ଘୋର ଦାରିଦ୍ର୍ୟ ମଧ୍ୟରେ ବଞ୍ଚୁଛନ୍ତି। ଏଣୁ ୨୦୨୦ରେ ଏହି ଦିବସର ସ୍ଲୋଗାନ୍‌ ରହିଛି ‘ ସାମାଜିକ ନ୍ୟାୟ ପାଇବା ପାଇଁ ଅସମାନତା ଦୂର କରିବା’। ଗରିବମାନେ ଅର୍ଥନୈତିକ ବିକାଶରୁ ସମାନ ଭାବେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶ- ଦେଶ ଓ ମଣିଷ -ମଣିଷଙ୍କ ଭିତରେ ଥିବା ଅସମାନତା ସାମାଜିକ ଏକତା ଦୁର୍ବଳ କରିବାରେ ଲାଗିଛି। ଏହା ସେମାନଙ୍କୁ ସେମାନଙ୍କ ଅଧିକାର ପାଇବାରେ ବାଧା ସୃଷ୍ଟି କରୁଛି ଓ ଅର୍ଥନୀତି ଉପରେ ମଧ୍ୟ ବୋଝ ପାଲଟୁଛି। ଏଣୁ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରିଲେ ଦାରିଦ୍ର୍ୟ ହଟିଯିବ। ତା’ ପାଇଁ ସମୟ ଏବେ ଉପନୀତ। ବିଶ୍ୱର ବିକାଶ ଓ ମାନବିକତାର ପ୍ରତିଷ୍ଠା ପାଇଁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ " ସୁବାର୍ତ୍ତା" ର କାମନା।

ଯୁଗ ସ୍ରଷ୍ଟା ରାମକୃଷ୍ଣ - ୨

ସମାଜକୁ ଅସଂଖ୍ୟ ମୂଲ୍ୟବାନ ଉପଦେଶ  ଦେଇଥାଆନ୍ତି । ବିଶେଷ କରି ନିମ୍ନରେ  ଆମେ ଉପସ୍ଥାପନ କରିବାକୁ ଯାଉଛୁ । ସହୃଦୟ ବନ୍ଧୁ ବର୍ଗଙ୍କ ଧୈର୍ଯ୍ୟ ପରୀକ୍ଷା କରିବାର ଧୃଷ୍ଟତା କରୁଛୁ । କାରଣ ଏତେ ଦୀର୍ଘ ଉପସ୍ଥାପନ କେହି ପଢନ୍ତି ନାହିଁ ବୋଲି ବିଗତ ଦିନର ଅଭିଜ୍ଞତା ଆଧାରିତ  ଆମର ଏହି ମତ ।
୧-ଈଶ୍ୱରଙ୍କ ନାମଗୁଣ ଗାନ ସର୍ବଦା କରିବାକୁ ହୁଏ ଏବଂ ସତ୍‌ସଙ୍ଗ ମଧ୍ୟ କରିବାକୁ ହୁଏ ।
୨- ବେଳେବେଳେ ନିର୍ଜନକୁ ଯାଇ ତାଙ୍କର ଧ୍ୟାନ ଓ ଚିନ୍ତା କରିବା ଦରକାର । ପ୍ରଥମ ଅବସ୍ଥାରେ ବେଳେବେଳେ ନିର୍ଜନ ନ ହେଲେ ଈଶ୍ୱରଙ୍କ ଉପରେ ମନୋନିବେଶ କରିବା କଠିନ ହୋଇଥାଏ ।
୩ -ଧ୍ୟାନ କରିବ ମନରେ,କୋଣରେ ଓ ବନରେ ।
୪. ସର୍ବଦା ସତ୍‌ ଅସତ୍‌ ବିଚାର କରିବ । ଈଶ୍ୱର ହିଁ ସତ୍‌, ଅର୍ଥାତ୍‌ ନିତ୍ୟ ବସ୍ତୁ; ଆଉସବୁ ଅସତ୍‌, ଅନିତ୍ୟ ।
୫. ବିଚାର କରୁ କରୁ ମନ ଭିତରୁ ଅନିତ୍ୟ ବସ୍ତୁ ତ୍ୟାଗ କରିବ ।
୬. ସବୁ କାମ କରିବ, କିନ୍ତୁ ମନ ଈଶ୍ୱରଙ୍କ ନିକଟରେ ରଖିବ ।
୭. ଈଶ୍ୱରଙ୍କ ପାଦପଦ୍ମରେ ଭକ୍ତିଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତା’ ହେଲେ ଆହୁରି ବନ୍ଧନରେ ପଡ଼ିବ ।
୮. ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ତା’ନ ହେଲେ ହାତରେ ଅଠା ଲାଗିବ । ଈଶ୍ୱର-ଭକ୍ତିର ତେଲ ଲଗାଇ ସଂସାର କାର୍ଯ୍ୟରେ ହାତ ଦେବାକୁ ହୁଏ ।
୯. ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତା’କୁ ଯଦି ପାଣିରେ ଢାଳିଦେବ, ତା’ ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର-ପାଣିରେ ରଖିଲେ ତାହା ମିଶିବ ନାହିଁ, ଭାସି ଉଠିବ ।
୧୦. ବିଚାର କରିବା ଖୁବ୍‌ ଦରକାର । କାମ-କାଞ୍ଚନ ଅନିତ୍ୟ, ଈଶ୍ୱର ଏକମାତ୍ର ନିତ୍ୟ ବସ୍ତୁ-ଏହାର ନାମ ବିଚାର ।
୧୧. ଈଶ୍ୱର-ଦର୍ଶନ ନିଶ୍ଚିତ ସମ୍ଭବ । ବେଳେବେଳେ ନିର୍ଜନ-ବାସ, ତାଙ୍କର ନାମଗୁଣ ଗାନ, ବସ୍ତୁ-ବିଚାର-ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ ।
୧୨. ଖୁବ୍‌ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କୁ ଦେଖିପାରିବ ।
୧୩. ବିଷୟୀର ବିଷୟ ଉପରେ, ମା’ର ସନ୍ତାନ ଉପରେ, ଆଉ ସତୀର ପତି ଉପରେ ଆକର୍ଷଣ-ଏହି ତିନି ଆକର୍ଷଣ ଏକ ହେଲେ ଯାଇ ଭଗବାନ ଦେଖା ଦିଅନ୍ତି ।
୧୪. ଅସଲ କଥା, ଈଶ୍ୱରଙ୍କ ପ୍ରତି ପ୍ରୀତିର ଟାଣ ରଖିବାକୁ ହେବ ।
୧୫. ବିଶ୍ୱାସ ଆସିଲେ ହେଲା । ବିଶ୍ୱାସଠାରୁ ଅଧିକ କିଛି ନାହିଁ।
୧୬. ଜ୍ଞାନୀଗଣ ଯାହାକୁ ବ୍ରହ୍ମ କହନ୍ତି, ଯୋଗୀଗଣ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତଗଣ ତାହାଙ୍କୁ ହିଁ ଭଗବାନ କହନ୍ତି ।
୧୭. କାଳୀ କ’ଣ କଳା ! ଦୂରରେ, ତେଣୁ କଳା; ବୁଝିପାରିଲେ କଳା ନୁହନ୍ତି ।
୧୮. ମନ ହେଉଛି ସବୁ । ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମନକୁ ଯେଉଁ ରଙ୍ଗରେ ରଙ୍ଗେଇବ, ତାହା ସେହି ରଙ୍ଗ ଧରିବ ।
୧୯. ଭଗବାନ ନାମ ଜପିଲେ ମଣିଷର ଦେହ ମନ ସବୁ ଶୁଦ୍ଧ ହୋଇଯାଏ ।
୨୦. ସଂସାରରେ ରହି ଈଶ୍ୱର ଲାଭ ହେବ ନାହିଁ କାହିଁକି ? ଜନକଙ୍କର ତ ହୋଇଥିଲା ।
୨୧. ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ଈଶ୍ୱରଙ୍କ ପ୍ରତି ଅନୁରାଗ ହେଲେ ହେଲା ।
୨୨. ସଚ୍ଚିଦାନନ୍ଦ ଅସଲ ଗୁରୁ; ସେ ଶିକ୍ଷା ଦେବେ ।
୨୩. କର୍ମ ତ୍ୟାଗ କରିବ କାହିଁକି ? ଈଶ୍ୱରଙ୍କ ଚିନ୍ତା, ତାଙ୍କ ନାମଗୁଣ ଗାନ, ନିତ୍ୟକର୍ମ-ଏହିସବୁ କଲେ ହେଲା ।
୨୪. କର୍ମଯୋଗ ଅତ୍ୟନ୍ତ କଠିନ । ଭକ୍ତିଯୋଗ ହିଁ ଯୁଗଧର୍ମ ।
୨୫. ଚୈତନ୍ୟଦେବ କହିଥିଲେ-ଈଶ୍ୱରଙ୍କ ନାମର ମାହାତ୍ମ୍ୟ ବହୁତ; ଶୀଘ୍ର ଫଳ ନ ମିଳିପାରେ, କିନ୍ତୁ କେବେ ନା କେବେ ତା’ର ଫଳ ନିଶ୍ଚୟ ମିଳିବ ।
୨୬. ପୂର୍ଣ୍ଣଜ୍ଞାନର ଲକ୍ଷଣ-ପୂର୍ଣ୍ଣଜ୍ଞାନରେ ମଣିଷ ଚୁପ୍‌ ହୋଇଯାଏ।
୨୭. କବୀର କହୁଥିଲେ ନିରାକାର ମୋର ବାପ, ସାକାର ମୋର ମା’ । ଯେ ସାକାର, ସେ ହିଁ ନିରାକାର ।
୨୮. ତୁମମାନଙ୍କ ପାଇଁ ଭକ୍ତିପଥ ଉତ୍ତମ ଓ ସହଜ ।
୨୯. ପୂର୍ବଜନ୍ମର ସଂସ୍କାର ମାନିବାକୁ ହୁଏ ।
୩୦. ଯାହାର ବୈରାଗ୍ୟ ତୀବ୍ର, ସେ ଭଗବାନ ବ୍ୟତୀତ ଆଉ କିଛି ଚାହେଁ ନାହିଁ ।
୩୧. ଯେ ଈଶ୍ୱର ଲାଭ କରିଛନ୍ତି, ସେ ଠିକ୍‌ ଦେଖନ୍ତି ନାରୀଗଣ ମା’ ବ୍ରହ୍ମମୟୀଙ୍କ ଅଂଶ, ତେଣୁ ମା’ ଭାବି ସେମାନଙ୍କୁ ପୂଜା କରନ୍ତି ।
୩୨. ‘ମୁଁ’ ମଲେ ଜଞ୍ଜାଳ ଯିବ । ‘ମୁଁ ଅକର୍ତ୍ତା’ ଏହି ବୋଧ ଆସିଲେ ସେ ଜୀବନ୍ମୁକ୍ତ ହୋଇଯିବ ।
୩୩. ‘ପ୍ରଭୁ, ବିନା ଅନୁରାଗ, କରି ଯଜ୍ଞଯାଗ, ତୁମକୁ କି ଜାଣି ହେବ ? ଏହି ଅନୁରାଗ, ଏହି ପ୍ରେମ, ଏହି ପରାଭକ୍ତି, ଏହି ପ୍ରୀତି ଯଦି ହୁଏ, ତା’ ହେଲେ ସାକାର ନିରାକାର ଉଭୟର ସାକ୍ଷାତକାର ହୁଏ ।
୩୪. ଅଭିମାନଶୂନ୍ୟ ହେବା ବଡ଼ କଠିନ । ପିଆଜ ରସୁଣକୁ କୌଣସି ପାତ୍ରରେ ରଖିବା ପରେ ପାତ୍ରଟିକୁ ଶହେଥର ଧୋଇଲେ ମଧ୍ୟ ତା’ର ଗନ୍ଧ ଯେପରି କୌଣସିମତେ ଯାଏ ନାହିଁ, ସେହିପରି ଅଭିମାନର ଲେଶ କିଛି ନା କିଛି ରହିଯାଏ ।
୩୫. ସହସ୍ର ଚେଷ୍ଟା କର, କିନ୍ତୁ ତାଙ୍କର କୃପା ନ ହେଲେ କିଛି ହେବ ନାହିଁ । କୃପା ନ ହେଲେ ତାଙ୍କର ଦର୍ଶନ ମିଳିବ ନାହିଁ । କୃପା ହେଲେ ଦର୍ଶନ ମିଳିବ । ସେ ଜ୍ଞାନସୂର୍ଯ୍ୟ । ଚିତ୍ତଶୁଦ୍ଧି ପ୍ରୟୋଜନ । ଈଶ୍ୱରଙ୍କୁ ପ୍ରାର୍ଥନା କର । ପ୍ରାର୍ଥନାରେ ଶକ୍ତି ବହୁତ।
୩୬. ମିଥ୍ୟା ଆଦୌ ଭଲ ନୁହେଁ । ଯେଉଁମାନେ ସତ୍‌, ଅଭିନୟରେ ମଧ୍ୟ ତାଙ୍କ ପକ୍ଷରେ ମିଥ୍ୟା କଥା ବା କାର୍ଯ୍ୟ ଭଲ ନୁହେଁ ।
୩୭. ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେଉଁ କାମ କରୁଛି, ସେସବୁ ଭଲ । ଦୟା ଅତି ଭଲ, ସର୍ବଭୂତରେ ସମାନ ପ୍ରୀତି ହିଁ ଦୟା ।
୩୮. ଯାହାର ମନ, ପ୍ରାଣ, ଅନ୍ତରାତ୍ମା ଈଶ୍ୱରଙ୍କ ନିକଟରେ ଅର୍ପିତ, ସେ ପ୍ରକୃତ ସାଧୁ ।
୩୯. ସାଧୁସଙ୍ଗ, ତାଙ୍କର ନାମ, ଗୁଣଗାନ, ତାଙ୍କୁ ସର୍ବଦା ପ୍ରାର୍ଥନା କରିବା ଈଶ୍ୱର ଲାଭରେ ସାହାଯ୍ୟ କରେ ।
୪୦. ଯଦି ପାଗଳ ହେବ ତ ସାଂସାରିକ ବସ୍ତୁ ପାଇଁ ପାଗଳ ହେବ କାହିଁକି ? ଯଦି ପାଗଳ ହେବ ତ ଭଗବାନଙ୍କ ପାଇଁ ପାଗଳ ହୁଅ ।
୪୧. ଅନାସକ୍ତ ଭାବରେ କର୍ମ କରିଯିବାର ନାମ କର୍ମଯୋଗ । ବଡ଼ କଠିନ । ଏବେ ତ କଳିଯୁଗ, -ସହଜରେ ଆସକ୍ତି ଆସିଯାଏ ।
୪୨. କଳିରେ ଭକ୍ତିଯୋଗ, ନାରଦୀୟ ଭକ୍ତି । ଭଗବାନଙ୍କ ନାମ, ଗୁଣଗାନ ଓ ବ୍ୟାକୁଳ ହୋଇ ପ୍ରାର୍ଥନା କର, ‘ହେ ପ୍ରଭୁ ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ, ମୋତେ ଦେଖା ଦିଅ ।‘
୪୩. ଜୀବନର ଉଦ୍ଦେଶ୍ୟ ଭଗବତ୍‌ ପ୍ରାପ୍ତି । କର୍ମ ତ ଆଦିକାଣ୍ଡ; ତାହା ଜୀବନର ଉଦ୍ଦେଶ୍ୟ ନୁହେଁ । ତେବେ ନିଷ୍କାମ କର୍ମ ଗୋଟିଏ ଉପାୟ କିନ୍ତୁ ଉଦ୍ଦେଶ୍ୟ ନୁହେଁ ।
୪୪. ଜ୍ଞାନଯୋଗରେ ଜ୍ଞାନୀ ବ୍ରହ୍ମକୁ ଜାଣିବାକୁ ଚାହେଁ-ବ୍ରହ୍ମ ସତ୍ୟ ଜଗତ୍‌ ମିଥ୍ୟା-ଏହି ବିଚାର କରେ । ବିଚାରର ଶେଷ ଯେଉଁଠି, ସେଠାରେ ସମାଧି ହୁଏ ଓ ବ୍ରହ୍ମଜ୍ଞାନ ଲାଭ ହୁଏ ।
୪୫. କର୍ମଯୋଗ-କର୍ମ କଲାବେଳେ ଭଗବାନଙ୍କ ନିକଟରେ ମନକୁ ଅର୍ପିତ କରିବା । ଭଗବାନଙ୍କ ନିକଟରେ ଫଳ ଅର୍ପଣ କରି ପୂଜା-ଜପ କରିଯିବାର ନାମ ମଧ୍ୟ କର୍ମଯୋଗ । ଭଗବତ୍‌-ଲାଭ କର୍ମଯୋଗର ଉଦ୍ଦେଶ୍ୟ ।
୪୬. ଭକ୍ତିଯୋଗ-ଭଗବାନଙ୍କ ନାମଗୁଣ କୀର୍ତ୍ତନ ପ୍ରଭୃତି କରି ତାଙ୍କ ନିକଟରେ ମନକୁ ନିବିଷ୍ଟ କରିବା ।
୪୭. ଭଗବତ୍‌-ଲାଭ ପାଇଁ ସଂସାରରେ ରହି ଗୋଟିଏ ହାତରେ ଭଗବତ୍‌ ପାଦପଦ୍ମ ଧରି ରଖିଥିବ, ଅନ୍ୟ ହାତରେ କର୍ମ ।
୪୮. ଅଧର୍ମ ଅର୍ଥାତ୍‌ ଅସତ୍‌ କର୍ମ । ଧର୍ମ ଅର୍ଥାତ୍‌ ବୈଧୀ କର୍ମ- ଏତେ ଦାନ କରିବାକୁ ହେବ, ଇତ୍ୟାଦି ।
୪୯. ଅବତାରଙ୍କ ଭିତରେ ତାଙ୍କର ବିଶେଷ ଶକ୍ତିର ପ୍ରକାଶ; ସେହି ଶକ୍ତି ବେଳେବେଳେ ପୂର୍ଣ୍ଣଭାବରେ ଥାଏ । ଶକ୍ତି ହିଁ ଅବତାର । ଅବତାରଙ୍କୁ ଦେଖିବା ଅର୍ଥ ତାଙ୍କୁ ଦେଖିବା ।
୫୦. କେବଳ ପାଣ୍ଡିତ୍ୟରେ କ’ଣ ହେବ ? ବହି, ଶାସ୍ତ୍ର-ଏସବୁ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ବତାଇଦିଏ । ଶାସ୍ତ୍ରର ମର୍ମ ଗୁରୁଙ୍କ ମୁହଁରୁ ଶୁଣି ସାଧନ କରିବାକୁ ହୁଏ ।
୫୧. ସେ ଶୁଦ୍ଧ ବୁଦ୍ଧିର ଗୋଚର । ଶୁଦ୍ଧ ବୁଦ୍ଧି, ଶୁଦ୍ଧ ଆତ୍ମା ଏକ । ଋଷିଗଣ ଶୁଦ୍ଧ ବୁଦ୍ଧି, ଶୁଦ୍ଧ ମନଦ୍ୱାରା ଶୁଦ୍ଧ ଆତ୍ମାର ସାକ୍ଷାତକାର କରିଥିଲେ ।
୫୨. ବ୍ରହ୍ମ ଓ ଶକ୍ତି ଅଭେଦ । ତାଙ୍କୁ ହିଁ ମୁଁ ଶକ୍ତି କହେ, କାଳୀ କହେ ।...ବ୍ରହ୍ମ ଓ କାଳୀ ଅଭେଦ, ଯେପରି ଅଗ୍ନି ଓ ଦାହିକା ଶକ୍ତି । ଅଗ୍ନି କଥା ଭାବିଲେ ହିଁ ଦାହିକା-ଶକ୍ତିର କଥା ଭାବିବାକୁ ହୁଏ ।
୫୩. ଜନକ ନିର୍ଲିପ୍ତ ବୋଲି ତାଙ୍କର ଅନ୍ୟ ନାମ ବିଦେହ, ଅର୍ଥାତ୍‌ ତାଙ୍କର ଦେହବୁଦ୍ଧି ନାହିଁ । ସେ ସଂସାରରେ ରହି ମଧ୍ୟ ଜୀବନ୍ମୁକ୍ତ ହୋଇଥିଲେ ।
୫୪. ଜପଦ୍ୱାରା ଭଗବତ୍‌-ପ୍ରାପ୍ତି ହୁଏ । ନିର୍ଜନରେ, ଗୋପନରେ ତାଙ୍କର ନାମ ଜପୁ ଜପୁ ତାଙ୍କ କୃପା ମିଳେ । ତା’ପରେ ଦର୍ଶନ ।
୫୫. ସବୁ କାମ ଛାଡ଼ି ସନ୍ଧ୍ୟାବେଳେ ତୁମେ ତାଙ୍କୁ ଡ଼ାକ ।
୫୬. ଭକ୍ତିଦ୍ୱାରା ସବୁ ମିଳେ । ଯେଉଁମାନେ ବ୍ରହ୍ମଜ୍ଞାନ ଚାହାନ୍ତି, ସେମାନେ ଯଦି ଭକ୍ତିପଥ ଧରି ଥାଆନ୍ତି, ତା’ହେଲେ ବ୍ରହ୍ମଜ୍ଞାନ ମଧ୍ୟ ପାଆନ୍ତି ।
୫୭. ଅସଲ କଥା ହେଲା ବିଶ୍ୱାସ । (ଗୁରୁବାକ୍ୟରେ) ବିଶ୍ୱାସ ହେବା ଦରକାର, ବାଳକର ବିଶ୍ୱାସ ଭଳି ।
୫୮. ନାମ କଅଣ କମ୍‌ ? ସେ ଏବଂ ତାଙ୍କ ନାମରେ ଫରକ୍‌ ନାହିଁ । ନାମ ଓ ନାମୀ ଅଭେଦ ।
୫୯. ଯେ ପାପ ହରଣ କରନ୍ତି ସେ ହରି । ହରି ତ୍ରିତାପ ହରଣ କରନ୍ତି । ଚୈତନ୍ୟଦେବ ହରିନାମ ପ୍ରଚାର କରିଥିଲେ । ହରିନାମର ଅପାର ମାହାତ୍ମ୍ୟ ।
୬୦. କାହାରି ନିନ୍ଦା କର ନାହିଁ-ପୋକ ମାଛିର ମଧ୍ୟ ନୁହେଁ । ଯେପରି ଭକ୍ତି ପ୍ରାର୍ଥନା କରିବ, ସେହିପରି ଏହା ମଧ୍ୟ କହିବ-‘ମୁଁ ଯେପରି କାହାରି ନିନ୍ଦା ନ କରେ ।‘
୬୧. ଅନ୍ନ ଦାନ ଠାରୁ ଜ୍ଞାନ ଦାନ, ଭକ୍ତି ଦାନ ଆହୁରି ବଡ଼ । ଚୈତନ୍ୟଦେବ ସେଥିପାଇଁ ଆଚଣ୍ଡାଳ ଭକ୍ତି ବିତରଣ କରିଥିଲେ।
୬୨. ନାରୀଙ୍କର ଲଜ୍ଜା ହିଁ ଭୂଷଣ ।
୬୩. ସତ୍ୟ ହିଁ କଳିର ତପସ୍ୟା । ଯେଉଁମାନେ ବିଷୟକର୍ମ କରନ୍ତି-ଅଫିସ କାମ ହେଉ ବା ବ୍ୟବସାୟ ହେଉ-ସେମାନେ ମଧ୍ୟ ସତ୍ୟରେ ରହିବା ଉଚିତ୍‌ ।
୬୪. ଯେପରି ପାଦରେ ଜୋତା ଥିଲେ ଲୋକ ସ୍ୱଚ୍ଛନ୍ଦରେ କଣ୍ଟା ଉପରେ ମଧ୍ୟ ଚାଲିଯାଏ, ସେହିପରି ତତ୍ତ୍ୱଜ୍ଞାନ ଲାଭ କଲେ ମଣିଷ ଏହି କଣ୍ଟକମୟ ସଂସାରରେ ଅନାୟାସରେ ବିଚରଣ କରିପାରେ ।
୬୫. ସାକାର ଓ ନିରାକାର କିପରି ଜାଣ ? ଯେପରି ପାଣି ଓ ବରଫ । ଯେତେବେଳେ ପାଣି ଜମାଟ ବାନ୍ଧି ରହେ, ସେତେବେଳେ ସାକାର, ଆଉ ଯେତେବେଳେ ତରଳି ପାଣି ହୁଏ, ସେତେବେଳେ ନିରାକାର ।
୬୬. ପାଣି ଗୋଳିଆ ଥିଲେ ଚନ୍ଦ୍ର-ସୂର୍ଯ୍ୟର ପ୍ରତିବିମ୍ବ ସେଥିରେ ଠିକ୍‌ ଦେଖାଯାଏ ନାହିଁ । ସେହିଭଳି ‘ମାୟା’ ଅର୍ଥାତ୍‌ ‘ମୁଁ’ ଓ ‘ମୋର’ ଏହି ବୋଧ ଯେତେବେଳ ଯାଏ ନ ଯିବ, ସେତେବେଳ ଯାଏ ଆତ୍ମାର ସାକ୍ଷାତ୍‌କାର ହେବ ନାହିଁ ।
୬୭. ରେଳଗାଡ଼ିର ଇଞ୍ଜିନ ଆପେ ଚାଲିଯାଏ ଏବଂ କେତେଗୁଡ଼ିଏ ମାଲଗାଡ଼ିକୁ ମଧ୍ୟ ଟାଣି ନେଇଯାଏ । ଅବତାରଗଣ ସେହିପରି ସହସ୍ର ସହସ୍ର ଲୋକଙ୍କୁ ଭଗବାନଙ୍କ ନିକଟକୁ ନେଇଯାଆନ୍ତି ।
୬୮. ଯେ ମୂଳା ଖାଇଥାଏ, ତା’ର ହାକୁଟିରେ ମୂଳାର ଗନ୍ଧ ମିଳେ । ସେହିପରି ଯେ ଧାର୍ମିକ ତା’ ସହିତ ଆଳାପ କଲେ ସେ କେବଳ ଧର୍ମପ୍ରସଙ୍ଗ କରେ ଏବଂ ଯେ ବିଷୟୀ, ସେ କେବଳ ବିଷୟ ଚର୍ଚ୍ଚା କରେ ।
୬୯. ସୂର୍ଯ୍ୟର କିରଣ ସବୁ ଜାଗାରେ ସମାନ ଭାବରେ ପଡ଼ିଲେ ମଧ୍ୟ ପାଣି, ଦର୍ପଣ ବା କୌଣସି ସ୍ୱଚ୍ଛ ପଦାର୍ଥରେ ବେଶୀ ପ୍ରକାଶିତ ହୁଏ । ସେହିପରି ଭଗବାନ ସକଳ ହୃଦୟରେ ସମାନ ଥିଲେ ମଧ୍ୟ ସାଧୁମାନଙ୍କ ହୃଦୟରେ ତାଙ୍କର ବେଶି ପ୍ରକାଶ ଦେଖାଯାଏ ।
୭୦. ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ବାଘ ମୁହଁକୁ ଯିବା ଉଚିତ୍‌ ନୁହେଁ । ସେହିଭଳି ଦୁଷ୍ଟ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ସଙ୍ଗ କରିବା ଉଚିତ୍‌ ନୁହେଁ ।
୭୧. ସତ୍‌ଲୋକର ରାଗ କିଭଳି ଜାଣ ? ଯେପରି ପାଣିର ଗାର । ପାଣି ଉପରେ ଗାର କାଟିଲେ ଯେପରି ସଙ୍ଗେ ସଙ୍ଗେ ମିଳେଇଯାଏ, ସେହିପରି ସତ୍‌ ଲୋକର ରାଗ କ୍ଷଣକ ପରେ ଶାନ୍ତ ହୋଇଯାଏ ।
୭୨. ମଣିଷ ଓ ମାନହୁଁସ୍‌ । ଯେଉଁମାନେ ଭଗବାନଙ୍କ ପାଇଁ ବ୍ୟାକୁଳ ସେମାନେ ମାନହୁଁସ୍‌ । ଆଉ ଯେଉଁମାନେ କାମ-କାଞ୍ଚନରୂପକ ବିଷୟରେ ମତ୍ତ, ସେମାନେ ସବୁ ସାଧାରଣ ମଣିଷ ।
୭୩. ‘ତାକ୍‌ ତେରେ କେଟେ ତାକ୍‌’ ତାଳ ମୁହଁରେ କହିବା ସହଜ, କିନ୍ତୁ ହାତରେ ବଜାଇବା କଠିନ । ସେହିଭଳି ଧର୍ମକଥା ମୁହଁରେ କହିବା ସହଜ, କିନ୍ତୁ କାମରେ କରିବା କଠିନ  
୭୪. ଲୁଚକାଳି ଖେଳରେ ଯେପରି ବୁଢ଼ୀକୁ ଛୁଇଁଲେ ଚୋର ହୁଅନ୍ତି ନାହିଁ, ସେହିପରି ଭଗବାନଙ୍କ ପାଦପଦ୍ମ ଛୁଇଁଲେ ଆଉ ସଂସାରରେ ଆବଦ୍ଧ ହେବାକୁ ପଡ଼େ ନାହିଁ ।
୭୫. ସଂସାରରେ ଥାଇ ମଧ୍ୟ ଯିଏ ସାଧନା କରିପାରନ୍ତି, ସେ ବୀର ସାଧକ । ବୀର ପୁରୁଷ ଯେପରି ମୁଣ୍ଡରେ ବୋଝ ବୋହି ମଧ୍ୟ ଚାରିଆଡ଼କୁ ଅନାଇଁ ପାରନ୍ତି, ବୀର ସାଧକ ମଧ୍ୟ ସେହି ଭଳି ସଂସାରର ବୋଝ କାନ୍ଧରେ ବୋହି ଭଗବାନଙ୍କ ନିକଟରେ ମନ ନିବିଷ୍ଟ କରିପାରନ୍ତି ।
୭୬. ପାଣିରେ ନୌକା ରହିଲେ କ୍ଷତି ନାହିଁ । କିନ୍ତୁ ନୌକା ଭିତରେ ପାଣି ଯେପରି ନ ପଶେ, ତା’ ହେଲେ ନୌକା ବୁଡ଼ିଯିବ । ସାଧକ ସଂସାରରେ ରହୁ, କ୍ଷତି ନାହିଁ, କିନ୍ତୁ ସାଧକର ମନ ଭିତରେ ଯେପରି ସଂସାର ନ ରହେ ।
୭୭. ମନ ମୁହଁ ଏକ କରିବା ହେଉଛି ପ୍ରକୃତ ସାଧନା । ନ ହେଲେ ମୁହଁ କହୁଛି- ‘ହେ ଭଗବାନ, ତୁମେ ମୋର ସର୍ବସ୍ୱ ଧନ’-ଆଉ ମନ ଭିତରେ ବିଷୟକୁ ସର୍ବସ୍ୱ ଜ୍ଞାନ କରି ବସି ରହିଛି । ଏଭଳି ଲୋକଙ୍କ ସକଳ ସାଧନା ବିଫଳ ହୁଏ ।
୭୮. ବାସନାର ଲେଶ ମାତ୍ର ଥିଲେ ଭଗବାନଙ୍କୁ ଲାଭ କରି ହୁଏ ନାହିଁ, ଯେପରି ସୂତା ଭିତରେ କେଉଁଠି ଟିକେ ଆଁଶୁଥିଲେ ଛୁଞ୍ଛିରେ ଗଳେ ନାହିଁ । ମନ ଯେତେବେଳେ ବାସନା ଶୂନ୍ୟ ହୋଇ ଶୁଦ୍ଧ ହୁଏ, ସେତେବେଳେ ଯାଇ ସଚ୍ଚିଦାନନ୍ଦ ପ୍ରାପ୍ତି ହୁଏ ।
୭୯. ଯେପରି ପବନ ବାଜି ପାଣି ହଲିଲେ ପ୍ରତିବିମ୍ବ ଠିକ୍‌ ଦେଖାଯାଏ ନାହିଁ, ସେହିପରି ମନ ସ୍ଥିର ନ ହେଲେ ସେଥିରେ ଭଗବାନଙ୍କର ପ୍ରକାଶ ହୁଏ ନାହିଁ ।
୮୦. ସହ୍ୟ ଗୁଣଠାରୁ ଆଉ ଗୁଣ ନାହିଁ । ଯେ ସହେ, ସେ କେବଳ ରହେ । ଯେ ନ ସହେ, ସେ ନାଶ ହୁଏ । ସକଳ ବର୍ଣ୍ଣ ଭିତରେ ‘ସ’ ତିନୋଟି-ଶ, ଷ, ସ ।
୮୧. ଲକ୍ଷ ଲକ୍ଷ ଟଙ୍କାର ହୀରା, ମୋତି ବଜାରରେ ମିଳିବ, କିନ୍ତୁ କୃଷ୍ଣଙ୍କୁ ଅର୍ପିତ ମନ କେତୋଟି ମିଳିବ ?
୮୨. ସନ୍ଧ୍ୟା ଆହ୍ନିକ ସେତିକି ଦିନ ଯାଏ ଦରକାର, ଯେତେ ଦିନ ଯାଏ ତାଙ୍କ ପାଦପଦ୍ମରେ ଭକ୍ତି ପ୍ରେମ ନ ହୋଇଛି ଓ ତାଙ୍କ ନାମ ଜପୁ ଜପୁ ଆଖିରୁ ଅଶ୍ରୁ ନ ଝରିଛି, ଆଉ ଶରୀର ରୋମାଞ୍ଚିତ ନ ହୋଇଛି ।
୮୩. ଅହଲ୍ୟା କହିଥିଲେ-‘ହେ ରାମ ! ଯଦି ଶୂକର ଯୋନିରେ ମୋର ଜନ୍ମ ହୁଏ, ତା’ ବି ମୁଁ ସ୍ୱୀକାର କରିବି, କିନ୍ତୁ ଯେପରି ତୁମର ଶ୍ରୀପାଦପଦ୍ମରେ ମୋର ଅଚଳା ଶ୍ରଦ୍ଧାଭକ୍ତି ରହେ । ଆଉ ଅଧିକ କିଛି ମୁଁ ଚାହେଁ ନାହିଁ ।’
୮୪. ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ଜୋର କରି ଜାତି ତ୍ୟାଗ କରିବା ଉଚିତ ନୁହେଁ ।
୮୫. ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ ।
୮୬. ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ ।
ଏହି ମହାପୁରୁଷ ,ପରମ ପୂଜ୍ୟ ପରମହଂସଙ୍କ ୧୯୦ ତମ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ଯୁଗ ସ୍ରଷ୍ଟା ରାମକୃଷ୍ଣ - ୧

-----------------
ଏହା ନିର୍ବିବାଦୀୟ ସତ୍ୟ ଯେ ଯୁଗ
ସ୍ରଷ୍ଟା,ଯୁଗ ଜୟୀ , ମହାନ୍ ଆଧ୍ୟାତ୍ମିକ ସାଧକ , ସର୍ବକାଳୀନ ସାମାଜିକ ସୁବାର୍ତ୍ତା ପ୍ରଦାୟକ ରାମକୃଷ୍ଣ ପରମହଂସଙ୍କ ଅମୃତ ଜୀବନାଲେଖ୍ୟ, ତାଙ୍କର ମହାମାନବୀୟ ଦର୍ଶନ , ନୀତି ଶିକ୍ଷା ପିଢ଼ି ପରେ ପିଢି ମାନବ ସମାଜ ପାଇଁ  ଶିକ୍ଷଣୀୟ ତଥା କଲ୍ୟାଣକାରୀ  । ସାଧକ ରାମକୃଷ୍ଣ  ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲ, ଛଅ ଫାଲ୍‌ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮ ଫେବୃଆରୀ,୧୮୩୬) । ତାଙ୍କ ପିତାଙ୍କ ନାମ ଖୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । ପଣ୍ଡିତ ଖୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ବଂଶାବଳୀ ଅନୁଧ୍ୟାନ କଲେ ଠିକ୍  ବିଶ୍ବକବି ରବୀନ୍ଦ୍ର ନାଥ ଠାକୁରଙ୍କ ଭଳି ସାକ୍ଷୀଗୋପାଳ ନିକଟବର୍ତ୍ତୀ କୌଣସି ଵ୍ରାହ୍ମଣ ଶାସନ ଗ୍ରାମରୁ ତାଙ୍କ ପୂର୍ବପୁରୁଷ  ଯାଇଥିଲେ  । ପଣ୍ଡିତଙ୍କ ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ ଖୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଆକବରଙ୍କ ଦରବାରରେ ସାକ୍ଷୀଗୋପାଳ ନିକଟବର୍ତ୍ତୀ ସମସରପୁର ଶାସନ, ଯାହା ପ୍ରଥମ ଓଡିଆ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ରଙ୍କ ଗାଁ, ସେହି ଗ୍ରାମର ବାଜପେୟୀଙ୍କ ତନ୍ତ୍ର ବିଦ୍ୟା କିଭଳି ଚମତ୍କୃତ କରିଥିଲା, ତାହା ଇତିହାସ ରେ ବର୍ଣ୍ଣିତ । ଅତଏବ ଏହାକୁ ବିଚାରକୁ ନେଲେ ପଣ୍ଡିତ ଙ୍କ ଗ୍ରାମ ସମସରପୁର ହୋଇଥିବାର ଅନୁମାନ କରୁ । ଠିକ୍ ସେହିପରି ରାମକୃଷ୍ଣଙ୍କ ମାତା ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁର ଠାରୁ ପ୍ରାୟ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ ଖୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା । ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ଖୁଦିରାମ !  ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । ଖୁଦିରାମ କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରିବ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ?’ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୃପ୍ତ ହେବି ।’ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ  ଅନୁଭୂତ ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ ଖୁଦିରାମ ନବଜାତକର ନାମ ଗଦାଧର ରଖିଥିଲେ । ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ଗଣିତ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାପୂଜୀର ଦାୟିତ୍ଵ ଗ୍ରହଣ କରିଥିଲେ । ଫୁଲ ତୋଳି ମାଳା ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କାର୍ଯ୍ୟ କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କ ର ଭଗବଦ୍‌ଭାବରେ ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍‌ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଏହା ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ । ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍‌ ଅନ୍ତର ଭିତରେ ଏକ ଅଦ୍ଭୂତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା  ହୋଇଯାଇଥିଲେ। ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ- ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା ।
ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପାଖ ପଡ଼ିଶାର ଆବାଳ ବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ ।ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁ ସନ୍ଥ ସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ , ମୁଖସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ, ଶ୍ରୀମଦ୍‌ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା । ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍‌ଧ ହୋଇ ଯାଉଥିଲେ ।ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ଭେଦଭାବବୋଧ ନ ଥିଲା । ଦଳିତ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ ।ଘରେ ରହି ଗଦାଇର ପାଠ ପଢ଼ା ହେଉ ନାହିଁ ବୋଲି ବିଚାର କରି  ତାଙ୍କୁ  ତାଙ୍କ  ବଡ଼ଭାଇ ରାମକୁମାର କଲିକତା ଝାମାପୁକୁରସ୍ଥିତ ତାଙ୍କ ଟୋଲକୁ ପଢ଼ିବା ପାଇଁ ନେଇ ଗଲେ । ସେତେବେଳେ ତାଙ୍କ ବୟସ ସତର ବର୍ଷ । କିନ୍ତୁ ପାଠ ପଢ଼ାରେ ତାଙ୍କର ସେପରି ଉତ୍ସାହ ଦେଖାଗଲା ନାହିଁ । ବାଲ୍ୟକାଳରୁ ଧର୍ମସମ୍ବନ୍ଧୀୟ ବିଷୟ ଛଡ଼ା ଅନ୍ୟ କେଉଁ ପାଠରେ ତାଙ୍କର ମନ ଲାଗୁ ନ ଥିଲା । ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା । ବଡ଼ଭାଇଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ସହଜ କଣ୍ଠରେ ଉତ୍ତର ଦେଲେ, ‘ଏ ସବୁ ଚାଉଳ-କଦଳୀ ବନ୍ଧା ବିଦ୍ୟା ମୁଁ ଶିଖିବି ନାହିଁ । ମୁଁ ଏପରି ବିଦ୍ୟା ଅର୍ଜନ କରିବାକୁ ଚାହେଁ, ଯେଉଁଥିରେ ଯଥାର୍ଥ ଜ୍ଞାନ ଲାଭ କରି ମାନବଜୀବନ ସାର୍ଥକ ହେବ ।’ କଲିକତା ଆସି ଶ୍ରୀରାମକୃଷ୍ଣ ଝାମାପୁକୁର ଓ ଅନ୍ୟାନ୍ୟ ସ୍ଥାନରେ କେତେ ଦିନ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ ।ରାଣୀ ରାସମଣି ବହୁ ଅର୍ଥବ୍ୟୟରେ ଗଙ୍ଗାକୂଳବର୍ତ୍ତୀ ଦକ୍ଷିଣେଶ୍ୱରରେ ବିଭିନ୍ନ ମନ୍ଦିର ନିର୍ମାଣ କରି ଶ୍ରୀରାଧାଗୋବିନ୍ଦ ଓ ମା’କାଳୀଙ୍କ ବିଗ୍ରହ ସ୍ଥାପନ କଲେ । ୧୨୬୨ ସାଲର ଜ୍ୟେଷ୍ଠ ୧୮ ତାରିଖ ଗୁରୁବାର ସ୍ନାନଯାତ୍ରା ଦିନ (ଇଂରାଜୀ ମେ,ମାସ ୩୧ ତାରିଖ,୧୮୫୫ ) ଶ୍ରୀ ରାମକୃଷ୍ଣଙ୍କ ବଡ଼ଭାଇ ପଣ୍ଡିତ ରାମକୁମାର କାଳୀମନ୍ଦିରର ପ୍ରଥମ ପୂଜକ ରୂପେ ନିଯୁକ୍ତ ହେଲେ । ରାମକୃଷ୍ଣ ମଧ୍ୟ ବେଳେ ବେଳେ କଲିକତାରୁ ସେଠାକୁ ଆସୁଥିଲେ ଏବଂ ଘଟଣାଚକ୍ରରେ କିଛି ଦିନ ପରେ ନିଜେ ମଧ୍ୟ ପୂଜା-କାର୍ଯ୍ୟରେ ବ୍ରତୀ ହେଉଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୧/୨୨ ବର୍ଷ । କେତେ ଦିନ ପୂଜା କଲା ପରେ ଶ୍ରୀରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା- ‘ମୁଁ କାହାର ପୂଜା କରୁଛି  ? ମା’ ପାଷାଣମୟୀ ନା ଚିନ୍ମୟୀ ? ଯଦି ଚିନ୍ମୟୀ, ତା’ ହେଲେ ମୋତେ କାହିଁକି ଦେଖା ଦେଉ ନାହାନ୍ତି । ଏତେ ତ ଡାକୁଛି, କେତେ ତ କାନ୍ଦୁଛି ।’ କ୍ରମଶଃ ତାଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା । ସବୁବେଳେ ‘ମା’ ଦେଖା ଦିଅ, ମା’ ଦେଖା ଦିଅ’ କହି ଅତି ବ୍ୟାକୁଳ ହୋଇ କାନ୍ଦୁଥିଲେ । ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଉଥିଲେ । ଏପରିକି ସନ୍ଧ୍ୟାରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ଆର୍ତ୍ତନାଦ କରି ଡାକୁଥିଲେ, ‘ଏତେ ଦିନ ତ ବିତିଗଲା ମା’, ତଥାପି ତୋର ଦେଖା ପାଇଲି ନାହିଁ । ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା!’ ଭୂଇଁରେ ଏତେ ଜୋର୍‌ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା । ସେଥିପ୍ରତି ଏହି ଦିବ୍ୟ-ଉନ୍ମାଦଙ୍କର ଆଦୌ ଖିଆଲ ରହୁ ନ ଥିଲା । ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ । ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା । ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନେ ହେଲା- ‘ମା’ଙ୍କର ଦର୍ଶନ ଯେତେବେଳେ ପାଇଲି ନାହିଁ, ସେତେବେଳେ ଏ ଜୀବନ ରଖି ଆଉ ଲାଭ କ’ଣ? ହଠାତ୍‌ ସେ ଉନ୍ମାଦ ଭଳି ମନ୍ଦିର କାନ୍ଥରୁ ମା’ଙ୍କ ଖଣ୍ଡାଟି ଟାଣି ଆଣି କହିଲେ, ‘ଆଜି ଏଇଠି ଏ ଜୀବନ ବଳି ଦେବି ।’ ଏହା କହି ନିଜକୁ ବଧ କରିବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍‌ ମା’ କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ଧରି ତାଙ୍କୁ ଦର୍ଶନ ଦେଲେ । ଅନ୍ତରରେ ଓ ବାହାରେ ବରାଭୟା ମୂର୍ତ୍ତିରେ ମା’ଙ୍କୁ ଦେଖି ରାମକୃଷ୍ଣ ସଂଜ୍ଞାହୀନ ହୋଇ ପଡ଼ିଗଲେ । ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ ।ଏହି ପ୍ରଥମ ଦର୍ଶନ ପରେ ଶ୍ରୀରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା; ସତେ ଯେପରି ମା’ଙ୍କୁ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ସାଙ୍ଗରେ କଥା କହୁଥିଲେ, ହସୁଥିଲେ । ନାନା ଭାବରେ ମା’ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ । ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି । ସେ ଚିନ୍ମୟୀରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରା ଦେଇ ଲୀଳାନନ୍ଦ-ରସରେ ତାଙ୍କୁ ବୁଡ଼ାଇ ରଖିଲେ । ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା । ଗଦାଧର ଉନ୍ମାଦ ହୋଇଯାଇଛି; ମନ୍ଦିରରେ ଆଉ ପୂଜାର୍ଚ୍ଚନା କରୁ ନାହିଁ; ସବୁବେଳେ ମା’, ମା’, ମା’, ବୋଲି କାନ୍ଦୁଛି; ଆହାର ନିଦ୍ରା ଛାଡ଼ିଛି; ପାଗଳଭଳି କାନ୍ଧରେ ଠେଙ୍ଗା ଧରି ଘୂରି ବୁଳୁଛି; କାଙ୍ଗାଳୀମାନଙ୍କ ଅଇଁଠା ଖାଉଛି-ଏହିସବୁ କଥା ଶୁଣି କାମାର ପୁକୁରରେ ତାଙ୍କ ଜନନୀ ଚନ୍ଦ୍ରମଣି ବିଶେଷ ଉଦ୍‌ବିଗ୍ନ ହୋଇପଡ଼ିଥିଲେ । ସେ ଭାବିଲେ, ଗଦାଇର ପିଲାବେଳର ବାୟୁରୋଗ ପୁଣି ହୁଏତ ବାହରିଛି । ତେଣୁ ଚିକିତ୍ସା ପାଇଁ ଗଦାଧରକୁ କାମାରପୁକୁରକୁ ଡକାଇ ଆଣିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ସାମାନ୍ୟ ଉପଶମ ମଧ୍ୟ ହେଲା ନାହିଁ । ତେଣୁ ଆତ୍ମୀୟସ୍ୱଜନଙ୍କ ପରାମର୍ଶରେ ବିବାହର ଚେଷ୍ଟା ଚାଲିଲା । କିନ୍ତୁ କେଉଁଠି ହେଲେ ମନଲାଖି କନ୍ୟାପାତ୍ରୀ ମିଳିଲା ନାହିଁ । ଏସବୁ ଦେଖି ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନଦେଲେ- ‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ପାତ୍ରୀ କୁଟାବନ୍ଧା ହୋଇ ରହିଛି, ସେଇଠି ଯାଇ ଦେଖ ।’ଲୋକ ପଠାଇ କନ୍ୟାର ସନ୍ଧାନ ନେଲେ । ଦୁଇ ତରଫର ସମ୍ମତି ହେଲା; ପରବର୍ତ୍ତୀ ବୈଶାଖ ମାସର ଏକ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଶ୍ରୀରାମକୃଷ୍ଣଙ୍କର ତେଇଶ ବର୍ଷ ପୂର୍ଣ୍ଣ ହୋଇଛି, ସାରଦାମଣି ମାତ୍ର ପାଞ୍ଚ ବର୍ଷର ବାଳିକା । ଜୟରାମବାଟୀର ନାରୀଗଣ କୁହାକୁହି ହେଲେ ‘ଆହା! ସାରଦାର କପାଳ ଖରାପ, ବରର ପୁଣି ମୁଣ୍ଡ-ପାଗଳ ଦୋଷ ଅଛି ।’ ବିବାହ ପରେ ଶ୍ରୀରାମକୃଷ୍ଣ କେତେଦିନ କାମାରପୁକୁରରେ ଥିଲେ ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯାଇ ନାନା ସାଧନା କରୁଥିଲେ । ରାତି ପାହି ଯାଉଥିଲା ସେ ସାଧନାରେ । ସେତିକିବେଳେ କୁଳପ୍ରଥାନୁସାରେ ତାଙ୍କୁ କିଛି ଦିନ ପାଇଁ ଶ୍ୱଶୁରଘର ଜୟରାମବାଟୀକୁ ଯିବାକୁ ପଡ଼ିଥିଲା । ଏକ ଶୁଭ ଦିନରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମାରପୁକୁରକୁ ଫେରି ଆସିଥିଲେ । ସେତେବେଳକୁ ସାରଦାଦେବୀ ସପ୍ତମ ବର୍ଷରେ ପଦାର୍ପଣ କରିଥାଆନ୍ତି । ପାଲିଙ୍କିରେ ବସି ଆସିଲାବେଳେ ଶ୍ରୀରାମକୃଷ୍ଣ ସ୍ତ୍ରୀଙ୍କୁ କହିଲେ-‘କେହି ଯଦି ପଚାରେ, ତୁମକୁ ମୁଁ ଭଲ ପାଏ କି ନାହିଁ, କହିବ ଖୁବ୍‌ ଭଲ ପାଏ ।’ ସାତ ବର୍ଷ ବୟସର ବଧୂ ସାରଦାମଣି କେବଳ ମୁଣ୍ଡ ହଲାଇ ସ୍ୱାମୀଙ୍କ କଥା ଅନୁମୋଦନ କଲେ ।ଏହାର କେତେ ଦିନ ପରେ ପ୍ରାୟ ସୁସ୍ଥ ଶରୀରରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଦକ୍ଷିଣେଶ୍ୱରକୁ ଫେରିଆସିଲେ, ଏବଂ ସାରଦାମଣି ବାପଘରକୁ ଫେରିଯାଇ ନିଜ ପିତାମାତାଙ୍କ ସେବାରେ ବ୍ରତୀ ହେଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ପୁଣି ତୀବ୍ର ସାଧନା ଆରମ୍ଭ କଲେ; ଫଳରେ ତାଙ୍କର ଉନ୍ମାଦନା ଆରମ୍ଭ ହେଲା ଆହୁରି ତୀବ୍ର ରୂପରେ-ସେହି ଗାତ୍ରଦାହ, ସେହି ଅସ୍ଥିରତା, ସବୁବେଳେ ଛାତି ଲାଲ ହୋଇ ରହୁଥିଲା, ଆଖିର ପଲକ ପଡ଼ୁ ନଥିଲା, ସବୁବେଳେ ମା’ ମା’ ବୋଲି ଡାକି କାନ୍ଦୁଥିଲେ ।...ମନ୍ଦିରର କର୍ମଚାରୀ ଓ ବିଶେଷତଃ ରାଣୀ ରାସମଣିଙ୍କ ଜାମାତା ମଥୁରବାବୁ ବିସ୍ମୟ ପ୍ରକାଶ କଲେ । ବାହା ହେଲା ପରେ ତ ମନଟା ବାଗକୁ ଆସିବା କଥା, କିନ୍ତୁ ବର୍ତ୍ତମାନ ଦେଖୁଛୁ ଠିକ୍‌ ତା’ର ଓଲଟା ହେଉଛି । ଏଥିରେ ଶ୍ରୀରାମକୃଷ୍ଣଙ୍କ ପ୍ରତି ମଥୁରବାବୁଙ୍କର ଶ୍ରଦ୍ଧା-ଭକ୍ତି ଆହୁରି ବଢ଼ିଗଲା । ସେ କଲିକତାର ବିଖ୍ୟାତ ବୈଦ୍ୟମାନଙ୍କୁ ଡାକି ତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଲେ । ଜନୈକ ପ୍ରବୀଣ ବୈଦ୍ୟ କହିଲେ, ‘ଏହାଙ୍କର ତ ଦିବ୍ୟଉନ୍ମାଦ ଅବସ୍ଥା, ଏହା ଯୋଗଜ ବ୍ୟାଧି! ଔଷଧରେ ଏ ତ ଭଲ ହେବ ନାହିଁ ।’ ତାହା ହିଁ ସତ୍ୟ ହେଲା । ରୋଗର ଉପଶମ ହେବା ଦୂରେ ଥାଉ, ବରଂ ଦିନକୁ ଦିନ ସେହି ଉନ୍ମାଦ ଅବସ୍ଥା ବଢ଼ି ଚାଲିଲା ।ଇତି ମଧ୍ୟରେ ମଥୁରବାବୁଙ୍କର ଏକ ଅଲୌକିକ ଦର୍ଶନ ହେଲା । ସେ ଶ୍ରୀରାମକୃଷ୍ଣଙ୍କ ଭିତରେ ମା’କାଳୀ ଓ ଦେବାଦିଦେବ ମହାଦେବଙ୍କର ଦର୍ଶନ ପାଇଲେ । ଏହି ଦର୍ଶନ ପରେ ମଥୁରବାବୁଙ୍କର ସନ୍ଦେହ ଭାଙ୍ଗିଲା । ସେହିଦିନଠାରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଶ୍ରୀରାମକୃଷ୍ଣଙ୍କୁ ନରଦେହଧାରୀ ଦେବତା ବୋଲି ଜ୍ଞାନ କରି ଭକ୍ତି ଓ ସେବା କରୁଥିଲେ ।ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ମନ୍ଦିରରେ ଭବତାରିଣୀଙ୍କ ପୂଜାରେ ବ୍ରତୀ ହେଲେ । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ । ଆଳତି କରୁଛନ୍ତି ତ କରୁଛନ୍ତି; ଆଳତି ଆଉ ଶେଷ ହେଉ ନାହିଁ । ପୂଜା କରିବାକୁ ବସିଲେ ପୂଜା ଆଉ ଶେଷ ହୁଏ ନାହିଁ । ହୁଏତ ଦେବୀଙ୍କ ପାଦରେ ଫୁଲ ଦେବାକୁ ଯାଇ ନିଜ ମୁଣ୍ଡ ଉପରେ ଫୁଲ ରଖନ୍ତି । ଦେବୀଙ୍କୁ ନୈବେଦ୍ୟ ନିବେଦନ କରି କହନ୍ତି, ‘ମୋତେ ଖାଇବାକୁ କହୁଛୁ! ହଉ, ମୁଁ ତା’ ହେଲେ ଖାଉଛି, ଆଉ ତୁ ବି ଖାଆ!’ କହି ନିଜେ ଟିକିଏ ଖାଇ ସେହି ନୈବେଦ୍ୟ ଦେବୀଙ୍କ ମୁହଁ ନିକଟରେ ଟେକି ଧରନ୍ତି । ଦେବୀଙ୍କୁ ଶଯ୍ୟା ନିବେଦନ କରିବାକୁ ଯାଇ ନିଜେ ସେହି ଶଯ୍ୟାରେ ଶୋଇ ପଡ଼ନ୍ତି! ଏପରି ଅନେକ କଥା  ।କ୍ରମେ ସେ ଆଉ ପୂଜା କରିପାରିଲେ ନାହିଁ, ଉନ୍ମାଦ ଭଳି ବ୍ୟବହାର କରିବାକୁ ଲାଗିଲେ । ମଥୁରବାବୁ ତାଙ୍କୁ ମହାପୁରୁଷ ଜ୍ଞାନ କରି ତାଙ୍କର ସେବାଯତ୍ନ କରିବାକୁ ଲାଗିଲେ ଓ ଅତଃପର ଅନ୍ୟ ବ୍ରାହ୍ମଣଙ୍କଦ୍ୱାରା ମା’ କାଳୀଙ୍କ ନିତ୍ୟପୂଜାର ବ୍ୟବସ୍ଥା କଲେ ।ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ । ‘ଲୋଷ୍ଟ୍ର ଓ କାଞ୍ଚନ ସମାନ’ ଏହି ଜ୍ଞାନରେ ପ୍ରତିଷ୍ଠିତ ହେବା ପାଇଁ ସେ ‘ଟଙ୍କା-ମାଟି ମାଟି-ଟଙ୍କା’ କହି ସମବୁଦ୍ଧିରେ ଟଙ୍କା ଓ ମାଟି ଗଙ୍ଗାଜଳରେ ନିକ୍ଷେପ କଲେ । କାଞ୍ଚନ ପ୍ରତି ଆସକ୍ତି ତାଙ୍କର ଚିରଦିନ ପାଇଁ ଦୂର ହେଲା । ଦିନେ ଶ୍ରୀରାମକୃଷ୍ଣ ମା’ କାଳୀଙ୍କୁ କହିଲେ, ‘ମା’, ମୁଁ ଲେଖାପଢ଼ା ଜାଣେ ନାହିଁ, ଶାସ୍ତ୍ର ଜାଣେ ନାହିଁ । ତୁ ଦୟା କରି ମୋତେ ସବୁ ଧର୍ମର, ସବୁ ଶାସ୍ତ୍ରର ସାର କହି ଦେ ।’ ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ । କ୍ରମେ କ୍ରମେ ସକଳ ସାଧନାରେ ସିଦ୍ଧିଲାଭ କରି ସେ ଉପଲବ୍‌ଧି କଲେ ଯେ ସବୁ ଧର୍ମ ସତ୍ୟରେ ପ୍ରତିଷ୍ଠିତ, ସବୁ ଧର୍ମର ଲକ୍ଷ୍ୟ ଈଶ୍ୱରଲାଭ । ‘ଯେତେ ମତ, ସେତେ ପଥ’-ସବୁ ଧର୍ମ ସେହି ଏକ ପରମେଶ୍ୱରଙ୍କ ନିକଟକୁ ନେଇ ଯାଏ ।...ଜଣେ ଭୈରବୀ ବ୍ରାହ୍ମଣୀ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କୁ ତନ୍ତ୍ରମତରେ ବହୁ ସାଧନା କରାଇଲେ ଏବଂ ତାଙ୍କୁ ଗୌରାଙ୍ଗ ଭାବି ଶ୍ରୀଚୈତନ୍ୟଚରିତାମୃତ ପ୍ରଭୃତି ବୈଷ୍ଣବ ଗ୍ରନ୍ଥସବୁ ପଢ଼ି ଶୁଣାଇଲେ । ଏହି ସନ୍ନ୍ୟାସିନୀ ତନ୍ତ୍ରଶାସ୍ତ୍ରରେ ବିଶେଷ ପାରଦର୍ଶିନୀ ଥିଲେ ଓ ସବୁ ସାଧନାରହସ୍ୟ ମଧ୍ୟ ଜାଣିଥିଲେ । ତାଙ୍କ ଉପଦେଶାନୁଯାୟୀ ଶ୍ରୀରାମକୃଷ୍ଣ ପ୍ରଧାନ ଚୌଷଠି ପ୍ରକାର ତନ୍ତ୍ର-ସାଧନାରେ ସିଦ୍ଧିଲାଭ କଲେ । କୌଣସି ସାଧନାରେ ସିଦ୍ଧିଲାଭ କରିବାକୁ ତାଙ୍କୁ ତିନି ଦିନରୁ ବେଶୀ ସମୟ ଲାଗି ନାହିଁ । ଏହି ସମୟରେ ଦଶଭୁଜାଠାରୁ ଆରମ୍ଭ କରି ଦ୍ୱିଭୁଜା ପର୍ଯ୍ୟନ୍ତ କେତେ ଯେ ଦେବଦେବୀଙ୍କ ମୂର୍ତ୍ତି ସେ ଦର୍ଶନ କରିଥିଲେ ତା’ର ଠିକଣା ନାହିଁ ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ ।’ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେତେବେଳେ ଛ’ ମାସ ପର୍ଯ୍ୟନ୍ତ ସେ ସର୍ବତ୍ର ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ । ଶ୍ରୀଗୌରାଙ୍ଗଙ୍କୁ ଧ୍ୟାନଚିନ୍ତା କରି ଶ୍ରୀରାମକୃଷ୍ଣ ତାଙ୍କର ମଧ୍ୟ ଦର୍ଶନ ଲାଭ କଲେ । ଭାବଚକ୍ଷୁରେ ଶ୍ରୀଗୌରାଙ୍ଗଙ୍କ ମହାସଂକୀର୍ତ୍ତନ ଦଳକୁ ମଧ୍ୟ ଦେଖିଲେ ।ତା’ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କ ର ଉପାସନା କଲେ । ପୁଣି ରାମମନ୍ତ୍ର ରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ‘ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । ସେ ଈଶ୍ୱରଙ୍କ ପାଇଁ ପାଗଳ- ଚୈତନ୍ୟଦେବଙ୍କ ଆସନରେ ବସିବାର ଯୋଗ୍ୟ ।’ ଭୈରବୀ ବ୍ରାହ୍ମଣୀ, ବୈଷ୍ଣବଚରଣ, ଗୌରୀ ପଣ୍ଡିତ ପ୍ରଭୃତି ଦେଖିଲେ ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଶ୍ରୀଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ ସମାଧିସ୍ଥ, କେତେବେଳେ ବା ଅର୍ଦ୍ଧବାହ୍ୟଦଶା, ପୁଣି କେତେବେଳେ ବାହ୍ୟଦଶା ।
ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା’ ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ । ଆପଣା ଶିଷ୍ୟକୁ ତିନିଦିନ କାଳ ସେହି ନିର୍ବିକଳ୍ପ ସମାଧିରେ ଅବସ୍ଥାନ କରିବା ଦେଖି ତୋତାପୁରୀ ଯୌଗିକ ପ୍ରକ୍ରିୟାରେ ଶିଷ୍ୟଙ୍କ ମନକୁ ସହଜ ଅବସ୍ଥାକୁ ଫେରାଇ ଆଣିଲେ । ତା’ପରେ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ସହଜ ହୋଇଗଲା । ସେ ଏକଦା ଛଅ ମାସ କାଳ ନିର୍ବିକଳ୍ପ ସମାଧିରେ ମଗ୍ନ ଥିଲେ ।ଏହିଭଳି ଭାବରେ ଦୀର୍ଘ ବାର ବର୍ଷ ନିରନ୍ତର ସାଧନାଦ୍ୱାରା ହିନ୍ଦୁଧର୍ମର ସକଳ ପ୍ରକାର ଧର୍ମମତର ସାଧନାରେ ସିଦ୍ଧିଲାଭ କରି ସେ ପରମହଂସ ଶ୍ରୀରାମକୃଷ୍ଣ ହେଲେ । ଗୋଟିଏ ଗୋଟିଏ ମତରେ ସିଦ୍ଧିଲାଭ କରି ସେ କିଛି କାଳ ସେହି ଭାବରେ ତନ୍ମୟ ହୋଇ ରହୁଥଲେ । ସେତେବେଳେ ସେହିସବୁ ମତର ସାଧକଗଣ ଭାରତର ନାନା ପ୍ରାନ୍ତରୁ ଆସି ଶ୍ରୀରାମକୃଷ୍ଣଙ୍କ ନିକଟରୁ ସାଧନୋପଦେଶ ଗ୍ରହଣ ନିମନ୍ତେ ଦକ୍ଷିଣେଶ୍ୱରରେ ସମବେତ ହେଉଥିଲେ । ଏହି ବାରବର୍ଷ କାଳ ସେ ନିମିଷକ ପାଇଁ ମଧ୍ୟ ଶୋଇ ନାହାନ୍ତି । ଏହି ଦୀର୍ଘ ସମୟରେ ତାଙ୍କର ଆହାରାଦିର ମଧ୍ୟ କୌଣସି ନିୟମ ନ ଥିଲା । ଦିନରାତି ଯେ କିଭଳି କଟି ଯାଉଥିଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନ ଥିଲା । ସେ ବହୁ ଦିବ୍ୟଶକ୍ତିର ଅଧିକାରୀ ହୋଇଥିଲେ, ଇଚ୍ଛାମାତ୍ରକେ ଯେ କୌଣସି ଲୋକର ମନରେ ଧର୍ମଭାବର ସଞ୍ଚାର କରିପାରୁଥିଲେ, ସ୍ପର୍ଶମାତ୍ରକେ ଲୋକଙ୍କୁ ସମାଧିସ୍ଥ କରି ଦେଉଥିଲେ । ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା ।ସେ ସମାଧିଭୂମିରୁ ତାଙ୍କ ମନକୁ ଜୀବକଲ୍ୟାଣ ପାଇଁ ତଳକୁ ଟାଣି ଆଣି ମା’ ମା’ ବୋଲି କାନ୍ଦୁଥିଲେ । ସର୍ବଦା ମା’ଙ୍କ ସଂଗେ କଥା କହୁଥିଲେ । ମା’ଙ୍କ ନିକଟରୁ ଉପଦେଶ ମାଗୁଥିଲେ-ମଣିଷର ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ମା’ଙ୍କ ନିକଟରେ କେତେ ପ୍ରାର୍ଥନା କରୁଥିଲେ । କହୁଥିଲେ, ‘ମା’, ତୋ’ରି କଥା କେବଳ କହ, କେବଳ ତୋ’ରି କଥା ଶୁଣିବି । ମୁଁ ଶାସ୍ତ୍ର ଜାଣେ ନାହିଁ, ସାହିତ୍ୟ ଜାଣେ ନାହିଁ, ତୁ ବୁଝାଇଲେ ଯାଇ ବିଶ୍ୱାସ କରିବି ।’ ଶ୍ରୀରାମକୃଷ୍ଣ ଜାଣିଥିଲେ, ଯିଏ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ ସେ ହିଁ ମା’, କାଳୀ ।ଜଗନ୍ମାତା ଶ୍ରୀରାମକୃଷ୍ଣଙ୍କୁ କହିଥିଲେ, ‘ତୁ ଆଉ ମୁଁ ଏକ । ତୁ ଭକ୍ତି ଘେନି ଭାବମୁଖରେ ଥା, ଜୀବ ମଙ୍ଗଳ ପାଇଁ ତୋ ନିକଟକୁ ବହୁ ଭକ୍ତ ଆସିବେ, ତୁ ସେମାନଙ୍କର କଲ୍ୟାଣ କର । କେତେ ଶୁଦ୍ଧସତ୍ତ୍ୱ, କାମନାଶୂନ୍ୟ ଭକ୍ତ ତୋ ନିକଟକୁ ଆସିବେ ।... ତୋ ନିକଟକୁ ଆସି ସେମାନେ ଭକ୍ତିଲାଭ କରିବେ, ଜ୍ଞାନଲାଭ କରିବେ ।ଶ୍ରୀରାମକୃଷ୍ଣଙ୍କ ମାତୃଭକ୍ତି ଅନନ୍ୟାସାଧାରଣ । ସେ ମାତା ଚନ୍ଦ୍ରମଣିଙ୍କୁ ଜଗଜ୍ଜନନୀଙ୍କ ରୂପାନ୍ତର ଜ୍ଞାନରେ ସେବାପୂଜାଦି କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାର ଓ ରାମେଶ୍ୱରଙ୍କ ସ୍ୱର୍ଗଲାଭ ପରେ ମାତା ଚନ୍ଦ୍ରାମଣି ପୁତ୍ରଶୋକରେ ଅଧୀର ହୋଇ ପଡ଼ିଥିଲେ । କେତେ କାଳ ପରେ ଶ୍ରୀରାମକୃଷ୍ଣ ତାଙ୍କ ମା’ଙ୍କୁ ଦକ୍ଷିଣେଶ୍ୱର କାଳୀବାଡ଼ିକୁ ନେଇ ଆସି ନିଜ ପାଖରେ ରଖିଥିଲେ । ପ୍ରତିଦିନ ପ୍ରତ୍ୟୁଷରେ ଉଠି ପ୍ରଥମେ ମା’ଙ୍କ ନିକଟକୁ ଯାଉଥିଲେ ଏବଂ ଅସୀମ ଶ୍ରଦ୍ଧା ସହକାରେ ତାଙ୍କ ପଦଧୂଳି ଗ୍ରହଣ କରି କୁଶଳ ପ୍ରଶ୍ନ ପଚାରୁଥିଲେ । ନାନା ଭାବରେ ସେବାଯତ୍ନ କରି ଜନନୀଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ତାଙ୍କର ଚେଷ୍ଟା ଥିଲା ଅନ୍ତହୀନ ।ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦିଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । କାଶୀରେ ଶ୍ରୀରାମକୃଷ୍ଣ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ୱାମୀଙ୍କ ସଙ୍ଗରେ ସାକ୍ଷାତ କରି ତାଙ୍କୁ ପାୟସ ନିବେଦନ କରିଥିଲେ । କାଶୀରୁ ମଥୁରବାବୁଙ୍କ ସହିତ ସେ ପ୍ରୟାଗକୁ ଯାଇଥିଲେ ଓ ସଙ୍ଗମରେ ସ୍ନାନ କରି ସେଠାରେ ତ୍ରିରାତ୍ର ବାସ କରିଥିଲେ । ସେଠାରୁ କାଶୀ ଫେରି ଆସି ବୃନ୍ଦାବନକୁ ଗଲେ ।ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳ ଦେଖି ‘କୃଷ୍ଣ’ ‘କୃଷ୍ଣ’ ଉଚ୍ଚାରଣ କରି ସେ କାନ୍ଦି କାନ୍ଦି ଆକୁଳ ହୋଇଗଲେ । ମଥୁରାର ଧ୍ରୁବଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ସେ ଭାବସ୍ଥ ହେଲେ । ଶ୍ରୀବୃନ୍ଦାବନରେ ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଗୃହମୁଖୀ ଧେନୁପଲ ସହ ଶ୍ରୀକୃଷ୍ଣ ଯମୁନା ପାର ହୋଇ ଆସୁଥିବା ପ୍ରଭୃତି ଲୀଳା ସେ ଭାବଚକ୍ଷୁରେ ଦର୍ଶନ କରିଥିଲେ । ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହ ସାକ୍ଷାତ ହେଲାକ୍ଷଣି ସେହି ବୃଦ୍ଧା ତପସ୍ୱିନୀ ତାଙ୍କୁ ସେଠାରେ ରହିବା ପାଇଁ ଜିଦ୍‌ କଲେ । ଶ୍ରୀରାମକୃଷ୍ଣ ମଧ୍ୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ତାଙ୍କ ଅଦର୍ଶନରେ ବୃଦ୍ଧା ଜନନୀ ଶୋକାନ୍ୱିତା ହେବେ ଭାବି ସେ ବୃନ୍ଦାବନରେ ରହିଲେ ନାହିଁ । ଏଥିରୁ ଶ୍ରୀରାମକୃଷ୍ଣଙ୍କ ଗଭୀର ମାତୃଭକ୍ତିର ପରିଚୟ ମିଳେ । ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍‌ଥିତ କଲେ ଏବଂ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କହିଲେ, ‘ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା ।’ ଏହା ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ନିଦର୍ଶନ ।ଶ୍ରୀରାମକୃଷ୍ଣ କହିଥିଲେ, ‘ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି ।’ ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ‘ମା’ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା’ ମୋତେ ଜଣାଇ ଦେ ।‘ ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍‌ ମୁଗ୍‌ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍‌ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ । ମନ୍ଦିରକୁ ଯିବା ବନ୍ଦ କରିଦେଲେ । ଏହି ଭାବରେ ତିନୋଟି ଦିନ ସାଧନା କଲାପରେ ଏକ ଦୀର୍ଘ ଶ୍ମଶ୍ରୁଧାରୀ ସୁଗମ୍ଭୀର ଜ୍ୟୋତିର୍ମୟ ପୁରୁଷପ୍ରବରଙ୍କ ଦିବ୍ୟଦର୍ଶନ ସେ ଲାଭ କରିଥିଲେ । ତା’ପରେ ତାଙ୍କ ମନ ତୁରୀୟ ନିର୍ଗୁଣ ବ୍ରହ୍ମରେ ଲୀନ ହୋଇ ଯାଇଥିଲା ।
ତେରଶହ ବର୍ଷ ପୂର୍ବେ ମହମ୍ମଦ ସଗୁଣ ଏକେଶ୍ୱରବାଦ ପ୍ରଚାର କରିଥିଲେ । ତାଙ୍କର ପ୍ରଧାନ ଉପଦେଶ, ‘ଏକ ଈଶ୍ୱର, ଏକ ଧର୍ମ ।’ ତାହା ବେଦାନ୍ତର ସଗୁଣ ବ୍ରହ୍ମର ନାମାନ୍ତର ମାତ୍ର । ଆପାତଃଦୃଷ୍ଟିରେ ଯାହା ବହୁ ଧର୍ମ, ତାହା ହିଁ ପାରମାର୍ଥିକ ଦୃଷ୍ଟିରେ ଏକ ଧର୍ମ । ମହମ୍ମଦ ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ ଭିତରେ ସମାହିତ ହୋଇଗଲେ । ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ । ଜୀବନର ଶେଷ ଭାଗରେ କାଶୀପୁର ଉଦ୍ୟାନରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଆପଣା ଛବିକୁ ଦେଖାଇ କହିଥିଲେ, ‘ଏହି ମୂର୍ତ୍ତିର ପୂଜା ଘରେ ଘରେ ହେବ ।’ ଆଉ ତାଙ୍କର ଅଭୟ ବାଣୀ-‘ଯାହାଙ୍କର ଶେଷ ଜନ୍ମ, ସେମାନଙ୍କୁ ଏଠାକୁ (ତତ୍‌ ପ୍ରଚାରିତ ଉଦାର ଧର୍ମ ମତକୁ ) ଆସିବାକୁ ପଡ଼ିବ ।’ଏହାର ପ୍ରାୟ ସାତବର୍ଷ ପରର ଘଟଣା । ଶ୍ରୀରାମକୃଷ୍ଣ ଦିନେ ବ୍ୟାକୁଳ ହୋଇ ଭବତାରିଣୀ ମା’ଙ୍କୁ କହିଲେ, ‘ମା’, ତୋର ଖ୍ରୀଷ୍ଟିୟାନ ଭକ୍ତଗଣ ତୋତେ କିପରି ଡାକନ୍ତି, ତାହା ମୁଁ ଦେଖିବି, ମୋତେ ଦେଖା ।’ କେଇଟା ଦିନ ପରେ ଶ୍ରୀରାମକୃଷ୍ଣ କଲିକତା ଯାଇ ଏକ ଗୀର୍ଜାର ଦ୍ୱାରରେ ଛିଡ଼ା ହୋଇ ଉପାସନା ଦେଖି ଫେରିଆସି କହିଲେ, ‘ମୁଁ ଖାଜାଞ୍ଚି ଡରରେ ଭିତରକୁ ଯାଇ ବସିଲି ନାହିଁ; ଭାବିଲି କେଜାଣି ଅବା ମୋତେ କାଳୀଙ୍କ ଘରେ ଆଉ ପଶିବାକୁ ଦେବ ନାହିଁ ।’ ଏତିକି ବେଳେ ଦିନେ ସେ ମନ୍ଦିର ନିକଟସ୍ଥ ଯଦୁ ମଲ୍ଲିକଙ୍କ ବଗିଚାକୁ ଯାଇ ବୈଠକଖାନାରେ ବସି ମେରୀଙ୍କ କୋଳରେ ଯୀଶୁଙ୍କ ଛବିଟିକୁ ତନ୍ମୟ ହୋଇ ଦେଖୁଥିଲେ । ହଠାତ୍‌ ଦେଖିଲେ ଛବି ଖଣ୍ଡକ ଜ୍ୟୋତିର୍ମୟ ହୋଇ ଉଠୁଛି ଏବଂ ଦେବଜନନୀ ଓ ଦେବଶିଶୁଙ୍କ ଅଙ୍ଗରୁ ଦିବ୍ୟ ଜ୍ୟୋତି ବିଚ୍ଛୁରିତ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରୁଛି । ଏହି ଭାବମଗ୍ନ ଅବସ୍ଥାରେ ସେ କାଳୀବାଟୀକୁ ଫେରି ଆସିଲେ ।ତିନି ଦିନ କାଳ ସେହି ତନ୍ମୟତା ରହିଲା । ଏହି କେତୋଟି ଦିନ ସେ କାଳୀମନ୍ଦିରକୁ ଯାଇ ନାହାନ୍ତି । ଶେଷଦିନ ଯୀଶୁଙ୍କ ଭାବରେ ବିଭୋର ହୋଇ ପଞ୍ଚବଟୀ ତଳେ ସେ ପଦଚାରଣ କରୁଛନ୍ତି, ଦେଖିଲେ ଗୌରବର୍ଣ୍ଣ ଏକ ଦେବମାନବ ମୂର୍ତ୍ତି ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି । ତାଙ୍କ ହୃଦୟରେ ଧ୍ୱନିତ ହେଲା, ଏହି ଯେ ସେହି ଈଶାମସି । ସେହି ପରମପୁରୁଷ ଧୀର ପଦଚାଳନାରେ ଆଗେଇ ଆସି ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କର ଶରୀର ମଧ୍ୟରେ ଲୀନ ହୋଇଗଲେ । ଶ୍ରୀରାମକୃଷ୍ଣଙ୍କ ମନ ବ୍ରହ୍ମସମୁଦ୍ରରେ ନିମଗ୍ନ ହେଲା ।ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ଶ୍ରୀରାମକୃଷ୍ଣ କହିଥିଲେ- ‘ସେ ଦଶାବତାରଙ୍କ ମଧ୍ୟରୁ ଜଣେ । ବ୍ରହ୍ମ ଅଟଳ ଅଚଳ ନିଷ୍କ୍ରିୟ ବୋଧସ୍ୱରୂପ । ବୁଦ୍ଧି ଯେତେବେଳେ ଏହି ବୋଧସ୍ୱରୂପରେ ଲୀନ ହୁଏ, ସେତେବେଳେ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେତେବେଳେ ମଣିଷ ବୁଦ୍ଧ ହୋଇଯାଏ ।’ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍‌ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍‌ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ । ତାଙ୍କ କୋଠରୀରେ ଅନ୍ୟାନ୍ୟ ଦେବଦେବୀଙ୍କର ଆଲେଖ୍ୟ ସହ ମହାବୀର ତୀର୍ଥଙ୍କରଙ୍କର ଗୋଟିଏ ପ୍ରସ୍ତରମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଥିଲା । (Cont.....)

ବେଦାନ୍ତ ତଦନ୍ତ

------------------
ବିଗତ ୧୫ ବର୍ଷ ଧରି " ସୁବାର୍ତ୍ତା" ର ଅଗ୍ରଲେଖ ଓ ବିଭିନ୍ନ ଆଲେଖ୍ୟ ଆଲୋଚନାରେ ଏକ ନିର୍ଦ୍ଦିଷ୍ଟ ବାକ୍ୟ " ଓଡ଼ିଶାର ଚତୁର୍ଦ୍ଦିଗେ ବୁଲୁଛି ତଦନ୍ତ, ସମସ୍ତ ତଦନ୍ତ କିନ୍ତୁ ବିଗଳିତ ଦନ୍ତ" ଭିନ୍ନ ଭିନ୍ନ ତଦନ୍ତ ଆଧାରିତ ପ୍ରସଙ୍ଗରେ ବ୍ୟବହାର କରି ଆସିଛୁ ।   ବିଗତ ପାଞ୍ଚ ଦଶନ୍ଧିରେ ପ୍ରାୟ ୩୬୭ ଟି ବିଭିନ୍ନ ପ୍ରକାର ତଦନ୍ତ , ଯାଞ୍ଚ , ଅନୁଧ୍ୟାନ କମିଟି ଗଠିତ ହୋଇ ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ତ ନୁହେଁ ,ବରବାଦ ହୋଇଥିଲେ ମଧ୍ୟ ଶତକଡା ଏକ ଭାଗ ଦୁର୍ନୀତି, ଠକେଇ, ଡକାୟତି ଅର୍ଥ ଫେରସ୍ତ ଆସିନାହିଁ କି କୌଣସି ରାଜନେତା , ପ୍ରଶାସନିକ ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇ ନାହାନ୍ତି କି ଆୟୁକ୍ତ ବା ତଦନ୍ତ କମିଶନଙ୍କ ପ୍ରସ୍ତାବ, ସୁପାରିଶ ଗ୍ରହଣ କରାଯାଇନାହିଁ , ଏପରିକି ଅନେକ ତଦନ୍ତ କମିଶନ ରିପୋର୍ଟ ବିଧାନସଭାରେ ଆଗତ ହୋଇନାହିଁ , ଅନେକ ଜନାର୍ପିତ ନ ହୋଇ ଅଳିଆ ଗଦାରେ ମାନ୍ୟବର ଉଇ ମାନଙ୍କ ସୁଷମ ଖାଦ୍ୟ ହୋଇଛି ।  ଶ୍ରୀମନ୍ଦିରରେ ନାଗାର୍ଜୁନ ଦଳାଚକଟା, ମୃତ୍ୟୁ ଘଟଣା ଠାରୁ ଆରମ୍ଭ କରି ଅନେକ ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ହୋଇ ନାହିଁ । କଳିଙ୍ଗନଗର ଗୁଳିକାଣ୍ଡ , ପାପୁଲି କଟା ଠାରୁ ଆରମ୍ଭ କରି ଖଣି, ପାଣି , ଜମି,ଜଳ, ଜଙ୍ଗଲ , ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି  ଠାରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତି , ବିଶ୍ବର ଅଙ୍କ ପରିମାଣରେ ଅକୀର୍ତ୍ତିକର କୀର୍ତ୍ତି ସୃଷ୍ଟି ଖଣି ଖନନ, ଲୁଣ୍ଠନ ତ ନୁହେଁ ରୀତିମତ ଡକାୟତି ଠାରୁ ଆରମ୍ଭ କରି ବିଷାକ୍ତ ମଦମୃତ୍ୟୁ ପର୍ଯ୍ୟନ୍ତ ପ୍ରଲମ୍ବିତ ଦନ୍ତହୀନ ବା ବେଦାନ୍ତ ତଦନ୍ତର ତାଲିକା ।  ଓଡ଼ିଶାରେ ଏହା କେବଳ ସମ୍ଭବ ହେଉଛି , ଯେହେତୁ ଓଡ଼ିଶାରେ ନାହିଁ ଏକ ଜାଗ୍ରତ ଜନମତ ।   ୧୯୮୦ ମସିହା ରୁ ବିଗତ ୪୫ ବର୍ଷ ଧରି ,ବିଶେଷ କରି ୨୦୦୨ ରୁ  ଓଡ଼ିଶାରୁ ଯେତିକି ବିଭିନ୍ନ ପ୍ରକାରର ଲୁଟ୍ ହୋଇଛି , ତାହା ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଦ୍ବାରା , ଅଣ ଓଡିଆ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରା ଏବଂ ସେମାନଙ୍କ ଲୁଟ୍ ପରିମାଣର ବୋଧେ ଶତକଡ଼ା ପାଞ୍ଚ ଭାଗ ଓଡିଆ ନେତା, ପ୍ରଶାସନିକ ଅଧିକାରୀ , ବିନା ମୂଳ ଧନରେ ପ୍ରଚୁର ଆୟ ପ୍ରଦାନକାରୀ ସଂସ୍ଥା ବେସରକାରୀ ତଥାକଥିତ ସ୍ବେଛାସେବୀ ସଂଗଠନ ବା ଏନ ଜିଓ ମାନଙ୍କ ଦ୍ଵାରା , ଏହାର ସମୁଦାୟ ପରିମାଣ ନିଶ୍ଚିତ ଭାବେ ଭାରତର ପାଞ୍ଚବର୍ଷର ଆୟ -ବ୍ୟୟ ଅଟକଳ , ଯାହାକୁ ପ୍ରାୟ ସମସ୍ତେ ହନୁକୀକରଣ ପ୍ରଭାବରେ ତୃଟିପୂର୍ଣ୍ଣ ଶବ୍ଦ ବଜେଟ ବୋଲି କହିଥାନ୍ତି  ( ବଜେଟ୍ ର ପ୍ରକୃତ ଅର୍ଥ ନିଲିଆ ବାକ୍ସ) ଠାରୁ ଅଧିକ ହେବ ବୋଲି ଜଣେ ଗଣିତ ଶାସ୍ତ୍ରର ବିଦ୍ୟାର୍ଥୀ ଭାବେ ଉଲ୍ଲେଖ କରୁଛୁ । ସାଧାରଣ ଲୋକଙ୍କର କେବଳ ନୁହେଁ , ପ୍ରାୟତଃ ସିଂହଭାଗ ଲୋକଙ୍କ କ୍ଷୀଣ ସ୍ମରଣ ଶକ୍ତି  , ସବୁ ଜାଣି ନ ଜାଣିବାର ଅଭିନୟ କଳାକୌଶଳ ଧୂରିଣ ଧୂର୍ତ୍ତ କ୍ଷମତା ବେପାରୀ ମାନଙ୍କ ଚଞ୍ଚକତା ପ୍ରଦର୍ଶି ସଫଳତା ହିଁ ଏହାର ପ୍ରମୁଖ କାରଣ ବୋଲି ବିଚାର କରୁ । ବିଗତ ଦିନରେ  ଦୈନିକ ସୁବାର୍ତ୍ତା ଅଗ୍ରଲେଖରେ ଖଣି ଦୁର୍ନୀତି ତ ନୁହେଁ ଡକାୟତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲୁ । ସରକାରୀ ଦଳ, ବିରୋଧୀ ଦଳ , ଗଣମାଧ୍ୟମ ନିୟନ୍ତ୍ରକ କାମଳିଆ ମାନଙ୍କ ଉପରେ ଯେତେବେଳେ ପ୍ରଭାବ ପଡିଲା ନାହିଁ , ସେତେବେଳେ ସାଧାରଣ ଲୋକଙ୍କ ଉପରେ ଯେ ପ୍ରଭାବ ପଡିଥିବ , ତାହା କାହିଁକି ବିଶ୍ବାସ କରିବୁ ?   ଅନେକ ତଦନ୍ତ ଆଧାରିତ ପ୍ରସଙ୍ଗ ଥିଲେ ମଧ୍ୟ ଆଜି  ବହୁ ଚର୍ଚ୍ଚିତ " ଚିଟଫଣ୍ଡ" ପ୍ରସଙ୍ଗକୁ ଉଦାହରଣ ସ୍ୱରୂପ ଆଲୋଚନା କରିବା ପାଇଁ ଯାଉଛୁ ।  ବିଗତ ୨୦୦୫ , ମାର୍ଚ୍ଚ,୩ ତାରିଖ , ଯାହା ଆମ ପାଇଁ "ଓଡ଼ିଶା ଦିବସ" , କାରଣ ,୧୯୩୬ , ମସିହା , ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ ସଂସଦରୁ ପ୍ରାଚୀନ ଉତ୍କଳର ଏକ କ୍ଷୁଦ୍ର ଅଂଶ କୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁ ଦିନ ସମଗ୍ର ବିଶ୍ଵରେ "ବୋକା ଦିବସ" ବା ଏପ୍ରିଲ ଫୁଲ୍ ଡେ ପାଳନ କରାଯାଇ ପ୍ରତ୍ୟେକ ପ୍ରତ୍ୟେକ ଙ୍କୁ ବୋକା ବନେଇବାର ପ୍ରତିଯୋଗିତା ଖେଳ ଖେଳିଥାନ୍ତି , ସେହି ଦିନ ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର୍ ଜହ୍ନ ଅଷ୍ଟିନ ହବାକ୍  Sir john Austen Hubback) ଦାୟିତ୍ୱ ଗ୍ରହଣ କରିଥିଲେ ।  ୧୯୭୫ ମସିହା , ଅପ୍ରେଲ ୧ ତାରିଖରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ବିରୁଦ୍ଧରେ ସମଗ୍ର ଭାରତବର୍ଷରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ଜୟ ପ୍ରକାଶ ନାରାୟଣଙ୍କର ଓଡ଼ିଶା ଗସ୍ତରେ ଆସି ସେତେବେଳେର ପ୍ୟାରେଡ ପଡିଆ , ବର୍ତ୍ତମାନର ଇନ୍ଦିରା ଗାନ୍ଧୀ ପାର୍କରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ କୁ ବାତିଲ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଘୋଷଣା କଲେ ଯେ ପ୍ୟାରେଡ ପଡିଆରେ ଅପ୍ରେଲ ୧ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର  ୪୦ ତମ ଉତ୍ସବ ପାଳନ କରାଯିବ । ସରକାରୀ ଦଳ ଓ କଳର ମିଳିତ ସହଯୋଗରେ  ବାଜା,ବାଣ ଫୁଟାଯାଇ ଉତ୍ସବ ପାଳନ କରାଯାଇ ଜୟ ପ୍ରକାଶ ନାରାୟଣଙ୍କର ସଭା କରାଇ ଦିଆ ଯାଇ ନଥିଲା । ସେହି ବର୍ଷ ଠାରୁ ଅପ୍ରେଲ ୧ ତାରିଖରେ ଉତ୍କଳ ଦିବସ ପାଳିତ ହୋଇ ଆସୁଛି ।  ଏହାକୁ ଆମେ ଗ୍ରହଣ ନ କରିବାର କାରଣ ହେଲା ,ଆମ ଭାଷାରେ ଓଡିଆ ମାନେ ବୋକା ନୁହନ୍ତି ଯେ  ବିଶ୍ବ ବୋକା ଦିବସରେ ଜନ୍ମଦିନ ପାଳନ କରିବେ । ସେହିପରି ଏଯାବତ ପ୍ରାଚୀନ ଉତ୍କଳର ସମସ୍ତ ଅଞ୍ଚଳକୁ ନେଇ ଉତ୍କଳ ପ୍ରଦେଶ ପୁନର୍ଗଠନ ହୋଇ ନାହିଁ । ଆଜିବି ଷଢେ଼ଇକଳା ଠାରୁ ଆରମ୍ଭ କରି ମେଦିନୀପୁର, ରାୟପୁର,ଜଗଦ୍ଦଳପୁର ଠାରୁ ବିଜୟ ନଗର ପର୍ଯ୍ୟନ୍ତ ବିସ୍ତୃତ ଓଡିଆ ଅଞ୍ଚଳ ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ଏବଂ ଝାଡ଼ଖଣ୍ଡରେ ରହିଛି , ବିଚ୍ଛିନ୍ନାଞ୍ଚଳର ଓଡିଆ ଭାଇ ଭଉଣୀମାନଙ୍କ ଆର୍ତ୍ତ ଚିତ୍କାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଓଡ଼ିଆମାନଙ୍କ କର୍ଣ୍ଣ ଗହ୍ଵର କୁ ଭେଦ କରିନାହିଁ । ଅତଏବ ଉପରୋକ୍ତ ଦୃଷ୍ଟିକୋଣରୁ ଆମେ ମାର୍ଚ୍ଚ ୩ ତାରିଖରେ ଓଡ଼ିଶା ପ୍ରଦେଶ ଗଠନ ଦିବସ ପାଳନ କରିଆସୁଛୁ, ଯଦିଓ ଆମକୁ ସେଭଳି ସମର୍ଥନ ମିଳି ଆସିନାହିଁ ।   ଅତଏବ  ଆମେ ୨୦୦୫ , ମାର୍ଚ୍ଚ ୩ ତାରିଖରେ " ଓଡିଆ ଅସ୍ମିତା ଜାଗରଣ ଅଭିଯାନ" ର ଶୁଭାରମ୍ଭ କରିଥିଲୁ । ଏବଂ ଏହି ଅଭିଯାନ ଫଳରେ ବ୍ୟକ୍ତିଗତ ଭାବେ ଆମେ ବହୁତ କିଛି ହରେଇଛୁ ସତ୍ୟ ମାତ୍ର,   ଅଭିଯାନର ସଫଳତାର ଫର୍ଦ୍ଦ ପ୍ରଲମ୍ବିତ , ଯାହା ଅନାଲୋଚିତ , ଅନାଲୋଚିତ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ । ଓଡ଼ିଶାରେ ଏକ ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତ୍ତନ କେବଳ ହେଲା ନାହିଁ , କେନ୍ଦ୍ରରେ ତୃତୀୟ ଥର ପାଇଁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାସୀନ ହେବା ପାଇଁ ଓଡିଆ ଅସ୍ମିତା ଦେଲା ୨୧ ରୁ ୨୦ ସାଂସଦ । ବିଶେଷ କଥା ହେଲା ଜଣେ ଏକଛତ୍ରବାଦୀ , ପ୍ରତିହିଂସା ପରାୟଣ , ଓଡିଶା ଲୁଣ୍ଠନକାରୀର ସକଳ ଚକ୍ରାନ୍ତ ବିଫଳ ହେଲା ,୨୪ ବର୍ଷର ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ହେଲା ।  ସିଏ ମୁହୂର୍ତ୍ତେ ମଧ୍ୟ ଭାବି ନଥିଲେ ଯେ ସେ କ୍ଷମତା ହରେଇବେ , ଏମାନେ ମଧ୍ୟ ଭାବି ନଥିଲେ ଯେ କ୍ଷମତାସୀନ ହେବେ ।  ଓଡ଼ିଆ ଅସ୍ମିତା ଶବ୍ଦ ଆଜି ସର୍ବତ୍ର ପ୍ରତିଧ୍ବନିତ । ବିଧାନସଭାରେ ଓଡିଆ ଅସ୍ମିତାର ସଂଜ୍ଞା କ'ଣ ବୋଲି ପ୍ରଶ୍ନ , ଉତ୍ତର ମଧ୍ୟ ବରେଣ୍ୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂଗୃହିତ ।  ଦୃଷ୍ଟି ବାଧିତ ଅଣ୍ଡାଳି  ଅଣ୍ଡାଳି ଗଜରାଜଙ୍କ ରୂପ ବର୍ଣନା କରିବା ଭଳି  ଅସ୍ମିତା ଶବ୍ଦର ଅର୍ଥ ନକରାତ୍ମକ ଭାବ କୁ ପରିପ୍ରଚାର କରାଯାଉଛି , ଯାହା ଆମକୁ କରୁଛି ଅତ୍ୟନ୍ତ ମର୍ମାହତ ।  ବିଗତ  ୨୪୮ ଦିନ ପରେ ଆଜି ଆମେ ଅନୁଭବ କରୁଛୁ ଯେ ବ୍ୟକ୍ତିଗତ ଭାବେ ଆମେ  କେବଳ ପ୍ରତାରିତ ହୋଇ ନାହୁଁ  , ସାମଗ୍ରିକ ଭାବେ ଓଡ଼ିଶାବାସୀ ପ୍ରତାରିତ ହୋଇଛନ୍ତି । ଶୀର୍ଷକ ପ୍ରସଙ୍ଗ ଆଧାରରେ ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା ଲୋକେ ଭୟଙ୍କର ଭାବେ ପ୍ରତାରିତ ହୋଇଛନ୍ତି । ବିରୋଧୀ ଦଳରେ ଥିବା ବେଳର ସ୍ବରରେ ଯେଉଁ ପରିବର୍ତ୍ତନ ହୋଇଛି , ତାହା ଜଳଜଳ ହୋଇ ଦିଶୁଛି ।୧୦୦ ଦିନ ଶାସନ ପୂର୍ଣ୍ଣ ହେବା ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ  ଚିଟଫଣ୍ଡ କ୍ଷତିଗ୍ରସ୍ତ ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ ପାଇବେ, ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି  , ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ,ଆଇନଗତ ତର୍ଜମା ଚାଲିଛି । ସେହିପରି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି। କହିଥିଲେ "ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କହିଥିଲେ  "୨୦୧୯ ମସିହାରେ ବିଭିନ୍ନ ସଂସ୍ଥାରେ ପଇସା ରଖିଥିଲେ, ନିଶ୍ଚିତ ଭାବରେ କେହି ନା କେହି ଚିଟଫଣ୍ଡର ଶିକାର ହୋଇଥିବେ। ମୁଁ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛି। ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ, ପରେ ଠକାମୀରେ ଶିକାର ହେବାକୁ ପଡ଼ୁଥିଲା। କଥା ହେଉଛି ଛଳନାର ମଧ୍ୟ ଏକ ସୀମା ସରହଦ ଅଛି । ଏହା ସର୍ବଜନ ବିଦିତ ଯେ ଗତ ୨୦୧୬ ମସିହା, ଫେବୃଆରୀ ୪ ତାରିଖରେ ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ସଂପର୍କିତ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଏବେ  ନଅ ବର୍ଷ ପୂରି ଯାଇଛି। ସେହିପରି ଗତ ୨୦୧୪, ମେ ୯ରେ ସର୍ବୋଚ୍ଚ ନ୍ୟାୟାଳୟର  ତତ୍କାଳୀନ ବିଚାରପତି ଜଷ୍ଟିସ ଟି.ଏସ୍‌ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଶାରଦା ସମେତ ଅନେକ ଅର୍ଥ ଲଗାଣକାରୀ ସଂସ୍ଥା ୧୦ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇବା ସହ ତଦନ୍ତଭାର ରାଜ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଆଣି ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ‌ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ ବୋଲି ଆଶା ସଂଚାର ହୋଇଥିଲା । ଅତଏବ ସେମାନେ ପ୍ରତାରିତ ହୋଇ ନାହାନ୍ତି କି ? ସେହିପରି ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟ ଦ୍ବାରା ଓଡ଼ିଶାରେ ଜମାକାରୀଙ୍କ ଅର୍ଥ ହଡ଼ପ କରିଥିବା ଅର୍ଥତତ୍ତ୍ବ, ସିସୋର ଓ ଶାରଦା ସମେତ ୪୪ ଟି କଂପାନି ବିରୋଧରେ ସିବିଆଇ ତଦନ୍ତ ପଥ ପରିଷ୍କାର ହୋଇଥିଲା। ତେବେ ତଦନ୍ତରେ ଶିଥିଳତା ଅଭିଯୋଗ କରି ଜମାକାରୀଙ୍କ ଟଙ୍କା ଫେରସ୍ତ ନି‌ମନ୍ତେ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ୨୦୨୨ ସେପ୍ଟେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ରିଟ୍‌ ପିଟସନ ଦାଖଲ କରାଯାଇଥିଲା। ଅକ୍ଟୋବର ୧୦, ୨୦୨୨ରେ ବିଚାରପତି ଜଷ୍ଟିସ ଏମ.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରି ଜବାବ ମାଗିବା ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଥିଲା। କୋର୍ଟ ଏହି ମାମଲାରେ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରି ନିଯୁକ୍ତି କରିଥିଲେ।
ମାମଲାର ଶୁଣାଣି ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦା‌ଖଲ ସତ୍ୟପାଠରେ କୁହାଯାଇଥିଲା ଯେ ଓପିଆଇଡି ଆଇନ ଅନୁଯାୟୀ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଉଛି। ନଭେମ୍ବର ୨୦୨୨ ସୁଦ୍ଧା ୨.୧୦ ଲକ୍ଷ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା ପ୍ରଦାନ କରାଗଲାଣି ବୋଲି ଏଥିରେ କୁହାଯାଇଥିଲା। ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ସମୁଦାୟ ୭ଟି ସଂସ୍ଥାର ତଦନ୍ତ ପିଏମ୍‌ଏଲ୍‌ଏ ଆଇନ, ୨୦୦୨ ଆଧାରରେ କରୁଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସିବିଆଇ ପକ୍ଷରୁ ମାମଲାଗୁଡ଼ିକର ନିରପେକ୍ଷ ଭାବେ ତଦନ୍ତ କରାଯାଉଥିବା ସତ୍ୟପାଠରେ ଅବଗତ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ଉପରେ ଗୁରୁତ୍ବାରୋପ କରିବା ସହ କେନ୍ଦ୍ର ସମବାୟ ମନ୍ତ୍ରାଳୟ ମାମଲାରେ ପକ୍ଷଭୁକ୍ତ ହୋଇଥିଲା। ସମବାୟ ମନ୍ତ୍ରାଳୟର ପ୍ରସ୍ତାବକୁ ଗ୍ରହଣ କରି ଗତ ମାର୍ଚ ୨୯ରେ ସୁପ୍ରିମକୋର୍ଟ ସାହାର ଗୋଷ୍ଠୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନଅ ମାସ ମଧ୍ୟରେ ଅର୍ଥ ଫେରସ୍ତ ପାଇଁ ରାୟ ପ୍ରକାଶ କରିଥିଲେ। ସାହାରା-ସେବି‌ ଫେରସ୍ତ ଖାତାରେ ପଡି ରହିଥିବା ୨୪,୯୭୯.୬୭ କୋଟିରୁ ୫ ହଜାର କୋଟି ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ରିଟ ପିଟିସନର ଶୁଣାଣି ଛଅ ଥର ହୋଇସାରିଛି ଓ ମାମଲା ଏବେ ବି ବିଚାରାଧୀନ ରହିଛି।
ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ୨୦୧୯ ଅଗଷ୍ଟ ୪ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ ୨୦୨୦ ‌ଫେବ୍ରୁଆରି ୪ରୁ ଜଷ୍ଟିସ୍‌ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।ସରକାର ଏହି ପ୍ରସଙ୍ଗରେ ୫ ବର୍ଷ ହେଲା ପୂରା ଚୁପ୍ ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ  ବଢ଼ାଇଥିଲେ, ନା’ ତଦନ୍ତ ବନ୍ଦ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମଧ୍ୟ ତଦନ୍ତ କମିସନ ପ୍ରସଙ୍ଗରେ ସ୍ଥିତି ଅସ୍ପଷ୍ଟ ରହିଛି। ତେବେ ତଦନ୍ତ କମିସନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ୨୦୨୦ରେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଏହି ୭ଟି ରିପୋର୍ଟରେ କ’ଣ ପରାମର୍ଶ ରହିଥିଲା ସେ ନେଇ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ। ତଦନ୍ତ କମିସନ ଅନ୍ତରୀଣ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ। ନୂଆ ସରକାର ମଧ୍ୟ ତଦନ୍ତ କମିସନ ରିପୋର୍ଟରେ ରହିଥିବା ପରାମର୍ଶ ଓ ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲେ ଚିଟ୍‌ଫଣ୍ଡ ‌କେଳେଙ୍କାରୀରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ ହୋଇଯିବ । ସେହିପରି ଚିଟ୍‌ଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ଦେଖା ଦେଇଥିବା ବେଳେ ୬.୧୯ କୋଟି ଟଙ୍କାରୁ ଅଧିକ ଏ ପର୍ଯ୍ୟନ୍ତ ସରକାରୀ ତହବିଲ୍‌ରୁ ଖର୍ଚ୍ଚ ହୋଇଛି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ପ୍ରଥମ ଘଟଣା ବୋଲି ଗୋଟିଏ ଗଣମାଧ୍ୟମରେ ପ୍ରକାଶ ପାଇଛି । ତଦନ୍ତରେ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା କ’ଣ ପାଣିରେ ପଡ଼ିଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଏଠାରେ ମଧ୍ୟ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଗତ ୨୦୨୦ ‌ଫେବୃଆରୀ ୪ ତାରିଖରୁ
ଚିଟ୍‌ଫଣ୍ଡ ମାମଲାର ବିଚାରବିଭାଗୀୟ ତଦନ୍ତ କରୁଥିବା କମିସନ୍‌ଙ୍କ କାର୍ଯ୍ୟକାଳ ‌ଶେଷ ହୋଇଥିଲା, ଏହା ଆଉ ବୃଦ୍ଧି କରାଯାଇ ନଥିଲା। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବାରୁ କମିସନ ଅଧ୍ୟକ୍ଷ ଆଉ ବସିବେ ନାହିଁ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ, ସେ ନେଇ ସରକାର କିଛି ନ କହିବାରୁ କମିସନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ୨୦୨୦ ଜୁନ୍‌ରେ ଚିଠି ଲେଖା ଯାଇଥିଲା। ଏହାପରେ ବି ସରକାରଙ୍କ ପକ୍ଷରୁ କିଛି ଉତ୍ତର ମିଳି ନଥିଲା। କାର୍ଯ୍ୟକାଳ ନ ବଢ଼ିବାରୁ କମିସନ ଅଧ୍ୟକ୍ଷ ଆସି ନଥିଲେ। କିଛି ମାସ ପର୍ଯ୍ୟନ୍ତ କିଛି କର୍ମଚାରୀ ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ କମିସନ କାର୍ଯ୍ୟାଳୟକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା କିଛି ମିଳି ନଥିଲା। ତେଣୁ କର୍ମଚାରୀମାନେ ମଧ୍ୟ ଆସିବା ବନ୍ଦ କରିଦେଲେ। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ ତଦନ୍ତ କମିସନ୍‌ଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି ବୋଲି ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବା ପରେ ମଧ୍ୟ ପରିବର୍ତ୍ତିତ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି , ଯାହା ଫଳରେ ସତ୍ୟପାଠ ସବୁ ପଡ଼ି ରହିଛି। ଆସବାବପତ୍ର, କମ୍ପ୍ୟୁଟର୍‌, ପ୍ରିଣ୍ଟର୍‌, ଜେରକ୍ସ ମେସିନ୍‌, ଫ୍ୟାକ୍ସ ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ ବୋଲି ସମ୍ବାଦ ପ୍ରକାଶ ପାଇବାପରେ ମଧ୍ୟ ଶାସନ କଳ ଦାରୁ ଭୂତ ମୁରାରି । ଯେପର୍ଯ୍ୟନ୍ତ ଲୋକେ ନ ତାତିବେ , ସେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେବେ ନାହିଁ । ଅତଏବ ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା ଲୋକେ ଅତୀତର ପ୍ରତାରଣା ଇତିହାସ କୁ ଭୁଲି , ପୁନଃ ସଙ୍ଗଠିତ ଭାବେ ପ୍ରତିବାଦର ସ୍ବରକୁ ପ୍ରକମ୍ପିତ କରିବା ହିଁ ସମୟର ଆହ୍ବାନ ।

ଦେବ ଭାଷା

------

ହଜାର ହଜାର ବର୍ଷ ଧରି ଭାରତୀୟ ପରମ୍ପରାରେ ସଂସ୍କୃତ ଭାଷା " ଦେବ ଭାଷା" ଭାବେ ହୋଇଆସୁଛି ବିବେଚିତ ।  ଆଜି ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀ ଙ୍କର ସୁଯୋଗ୍ୟ ସନ୍ତାନ ତଥା ସଂସ୍କୃତ ଶାସ୍ତ୍ର ବିଶାରଦ, ଆୟୁର୍ବେଦାଚାର୍ଯ୍ୟ, ସାରସ୍ବତ ସାଧକ , ସ୍ବାଧୀନତା ଆନ୍ଦୋଳନ ସମୟର ବିପ୍ଲବୀ ଛାତ୍ର ନେତା , ପରବର୍ତ୍ତୀ ସମୟରେ ସାମ୍ବାଦିକ ପଣ୍ଡିତ ରଘୁନାଥ ମିଶ୍ରଙ୍କର ସ୍ମୃତି ଚାରଣ ଦିବସ । ଆଜି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ଚାରଣ ସମୟରେ ଗତ ତିନିଦିନ ତଳେ ଅର୍ଥାତ୍ ଫେବୃଆରୀ ୧୧ ତାରିଖରେ ସଂସଦର ନିମ୍ନ ସଦନ ଲୋକସଭାରେ ତାମିଲନାଡୁର ଆଞ୍ଚଳିକ ଦଳ ଦ୍ରାବିଡ଼ ମୁନାତ୍ରା କାଜଗମ୍ ବା ଡିଏମକେ ଦଳର ଜଣେ ଚାରି ଥରର ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ , ଚେନ୍ନାଇ କେନ୍ଦ୍ରୀୟ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ଵ କରୁଥିବା ଦୟାନିଧି ମୁରୋସୋଲି ମାରନ ଙ୍କର ଆଚରଣ ଏବଂ ବ୍ୟବହୃତ ଭାଷା ଥିଲା ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣିତ । ୨୨ ଟି  ଭାଷାରେ ଅନୁବାଦିତ ବ୍ୟବସ୍ଥାକୁ ବିରୋଧ କରିବାକୁ ଯାଇ ସାଂସଦ ମାରାନ କହିଥିଲେ ଯେ  ସଂସ୍କୃତ ଭାଷା ଆଉ କେହି କହୁନଥିବାରୁ ଏବଂ ଏହା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବା ଆର ଏସ ଏସ ର ଭାଷା ହୋଇଥିବାରୁ , ସଂସଦର ବ୍ୟବହୃତ ନହେଉ କି ଅନୁବାଦକ ବ୍ୟବସ୍ଥା ଉଠିଯାଇ , ସେହି ଭାଷା କୁ ଦିଆଯାଉଥିବା ଲୋକଙ୍କ ଅର୍ଥକୁ ବରବାଦ କରା ନଯାଉ । ଏଥିରେ ହସ୍ତକ୍ଷେପ କରି ମାନ୍ୟବର ବାଚସ୍ପତିଙ୍କ ଭାଷା ଥିଲା ଅତ୍ୟନ୍ତ ପ୍ରଶଂସନୀୟ । ସେ କହିଥିଲେ ଆପଣ ଭାରତର ନାଗରିକ ତ ? ସଂସ୍କୃତ ଭାଷା ହେଉଛି ଦେବ ଭାଷା ଏବଂ ଭାରତୀୟ ଭାଷା ସମୂହର ଜନନୀ ।  ଏହି ଭାଷାରେ
ପୃଥିବୀର ପ୍ରାଚୀନତମ ଭାଷା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବିଶ୍ବ ସ୍ବୀକାର କରିଛି " ଋଗ୍ ବେଦ" ହିଁ ପୃଥିବୀର ପ୍ରାଚୀନତମ ସୃଷ୍ଟି, ଯାହା ସଂସ୍କୃତ ଭାଷାରେ ଲିଖିତ । ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଭାରତରେ ସଂସ୍କୃତ କୁ ପ୍ରତ୍ୟେକ ଭାଷା ଭାଷୀ ମାନେ ମାତୃଭାଷା ଭାବେ ଗ୍ରହଣ କରି ଆସୁଛନ୍ତି । ମାରାନ ଜଣେ ଅଭ୍ୟାସଗତ ଭାବେ ଭାରତୀୟ ସଂସ୍କୃତି ଓ ସଂସ୍କୃତ ବିରୋଧୀ ବ୍ୟକ୍ତି । ସଂସଦରେ ମାନ୍ୟବର ସାଂସଦ ମାନଙ୍କ ପାଇଁ ବାକ୍ ସ୍ବାଧୀନତା ଅଛି ଏବଂ ତାହା ଅଦାଲତରେ ବିଚାର ହୋଇପାରିବ ନାହିଁ ବୋଲି ଯିଏ ଯାହା କହିବ , ତାଙ୍କୁ ସାତ୍ ଖୁଣ ମାଫ୍ ? ଏବେ ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ମନର କଥା ର ଅଷ୍ଟାଦଶ ଅଭିଭାଷଣର ଭାଷା ଥିଲା ଅତ୍ୟନ୍ତ ପ୍ରଶଂସନୀୟ ।
ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ  ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ସଂସ୍କୃତ ଭାଷାରେ ଦର୍ଶନ ବା ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି। ଏହାର ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇ ପାରିବ। ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ ଜାରି ରହିଛି। ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏନେଇ ଶିକ୍ଷାଦାନ କରାଯାଉଛି। ରୁଟଜର କୋର୍ଟନହୋରଷ୍ଟ୍‌ ଜଣେ ଖ୍ୟାତି ସମ୍ପନ୍ନ ସଂସ୍କୃତ ଭାଷାବିତ୍‌। ସେ ଅୟାରଲାଣ୍ଡର ବାସିନ୍ଦା। ସେ ନିଜ ଦେଶରେ ପିଲାମାନଙ୍କୁ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଥାଇଲାଣ୍ଡରେ ମଧ୍ୟ ସଂସ୍କୃତ ଭାଷାର ବିକାଶ ପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏନେଇ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ଡ.ଚିରାପତ୍‌ ପ୍ରପାଣ୍ଡବିଦ୍ୟା ତଥା ଡ. କୁସୁମା ରକ୍ଷାମଣି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଫେସର ବୋରିସ୍‌ ଜଖାରିନ୍‌ ରୁଷିଆର ମସ୍କୋ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ପଢ଼ାଉଛନ୍ତି। ଅଷ୍ଟ୍ରେଲିଆର ସିଡ୍‌ନୀରେ ସଂସ୍କୃତ ସ୍କୁଲ ସ୍ଥାପନ କରାଯାଇଛି। ଏଠାରେ ପିଲାମାନଙ୍କ ସଂସ୍କୃତ ବ୍ୟାକରଣ ଏବଂ ଭାଷା ସମ୍ପର୍କରେ ଶିକ୍ଷାଦାନ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ। କଥା ହେଉଛି  ସଂସ୍କୃତ ଭାଷା  ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସକ୍ଷମ ହେଉଥିଲା। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଆର୍ଯ୍ୟ ସଂସ୍କୃତି ଓ ଗୁରୁକୂଳ ଆଶ୍ରମରେ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଯାଉଥିଲା। ଭାରତରେ ସଂସ୍କୃତ ଭାଷାରେ ବେଦ, ଉପନିଷଦ, ରାମାୟଣ, ମହାଭାରତ, ଭଗବଦ୍‌ ଗୀତା, ଗାଣିତିକ ସୂତ୍ର, ପାତଞ୍ଜଳିଙ୍କ ଯୋଗ, ଜୟଦେବଙ୍କ ଗୀତଗୋବିନ୍ଦ ଭଳି ଅନେକ ଉପାଦେୟ ଗ୍ରନ୍ଥ ଋଦ୍ଧିମନ୍ତ କରିଛି। ଏହି ଉପାଦେୟ ପୁସ୍ତକଗୁଡ଼ିକରେ କଳା, ସଂସ୍କୃତି, ଚାଲିଚଳଣି ଆଦି ଶିକ୍ଷଣୀୟ ତଥ୍ୟ ରହିଛି। ତେଣୁ ସଂସ୍କୃତ ଭାଷା ସହ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜନନୀ ସଂସ୍କୃତ ଭାଷାରୁ ବହୁ ଉପଭାଷାର ସୃଷ୍ଟି ହୋଇଛି, ଏହା ଭୁଲି ଯାଇଛନ୍ତି ନା ଏତିକି ଜ୍ଞାନ ତାଙ୍କର ନାହିଁ ନା ଜାଣି ଶୁଣି ସେ ଏଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି ?  ବାସ୍ତବ କଥା ହେଉଛି  ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ମୌଳିକ ଦର୍ଶନ । ଭାରତରେ ୧୨୧ ଟି ଭାଷା , ତନ୍ମଧ୍ୟରୁ ୨୨ଟି ସ୍ବୀକୃତି ପ୍ରାପ୍ତ
ଭାଷା । ଚିର ବନ୍ଦନୀୟ ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ସଦସ୍ୟ ମାନେ ଯଦି ସଂସ୍କୃତକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦେଇଥାନ୍ତେ , ତେବେ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଭାଷା କୁ ଆଧାର କରି ଅସଂଖ୍ୟ ବିଭେଦାୟନ ଦେଖା ଦେଇ ଆସିଛି , ତାହା ହୋଇ ନଥାନ୍ତା ।  ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ପ୍ରାଚୀନ କାଳରେ ବେଦ ଏକ ଅଧୀତବ୍ୟ ଭାଷା ଥିଲା ।  ବେଦ ସହିତ ବେଦାନ୍ତର ଅଧ୍ୟୟନ କରା ଯାଉଥିଲା । ଆମେ ମଧ୍ୟ ପଢିଛୁ ଯେ ବେଦାଙ୍ଗର ସଂଖ୍ୟା ହେଉଛି ଛଅ, ଯଥା ଶିକ୍ଷା, ବ୍ୟାକରଣ,ଛନ୍ଦ,ନିରୁକ୍ତ, ଜ୍ୟୋତିଷ ଓ କଳ୍ପ । ବ୍ୟାକରଣ ମଧ୍ୟରେ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି ପାଣିନି ଙ୍କ "ଅଷ୍ଟାଧ୍ୟାୟୀ"। ଏହାଙ୍କ ସମୟ ଖ୍ରୀଷ୍ଟ ପୂର୍ବ ପଞ୍ଚମ ବା ଷଷ୍ଠ ଶତାବ୍ଦୀ । କିନ୍ତୁ ସବୁଠାରୁ ପ୍ରାଚୀନ ହେଉଛି ମନୁ ସ୍ମୃତି । ଏତଦ୍ ବ୍ୟତୀତ ଯାଜ୍ଞବଲକ୍ୟ ସ୍ମୃତି, ନାରଦ ସ୍ମୃତି,ପରାସର ସ୍ମୃତି ପ୍ରଭୃତି ଭାରତୀୟ ଜନଜୀବନ ଓ ସାହିତ୍ୟରେ ବହୁ ପ୍ରଚାରିତ ଓ ସୁପ୍ରସିଦ୍ଧ ଗ୍ରନ୍ଥ ଭାବେ ପରିଗଣିତ ।ବେଦ ବେଦାଙ୍ଗ ବ୍ୟତୀତ ଆୟୁର୍ବେଦ, ଗାନ୍ଧର୍ଵ ବେଦ,ଧନୁର୍ବେଦ ଓ ଅର୍ଥବେଦ ସ୍ବୀକୃତ । ଆୟୁର୍ବେଦର ପୁରାତନ ଗ୍ରନ୍ଥ "ଚରକ ସଂହିତା" ରେ ସଂସ୍କୃତ ଭାଷାର ପ୍ରାଚୀନତା ପ୍ରମାଣିତ ହୋଇଛି ।  ସେହିପରି ଭରତଙ୍କ ନାଟ୍ୟ ଶାସ୍ତ୍ରରେ ବିଶେଷ ବିବରଣୀ ଉଲ୍ଲେଖ ରହିଛି । ସେହିପରି ଅର୍ଥବେଦ ର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର । ଏହି ଅର୍ଥଶାସ୍ତ୍ରରେ ରାଜ୍ୟ ପ୍ରସଙ୍ଗ,ରାଜନୀତି, ଲୋକ ନୀତି ଠାରୁ ଆରମ୍ଭ କରି ସାମାଜିକ ଆର୍ଥିକ ବ୍ୟବସ୍ଥା, କୃଷି କର୍ମଣ ଠାରୁ ଆରମ୍ଭ କରି ବାଣିଜ୍ୟ ବେପାର ପ୍ରଭୃତି ବିଷୟ ମାନଙ୍କର ସୁବିସ୍ତୃତ ଆଲୋଚନା ହୋଇଛି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ବିଶ୍ବର ସର୍ବକାଳୀନ ପଣ୍ଡିତ ଚାଣକ୍ୟ  ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି "ଅର୍ଥଶାସ୍ତ "  ଶୀର୍ଷକରେ ସେ ସମୟର ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ , ଯାହା ୨୪ ଶହ ବର୍ଷ ଧରି ସମଗ୍ର ବିଶ୍ଵରେ କେବଳ ପ୍ରାସଙ୍ଗିକତା ବହନ କରି ଆସୁନାହିଁ , ବିଶ୍ବ ଅର୍ଥନୀତିର ମୌଳିକ ଆହରଣୀୟ ଦର୍ଶନ ପ୍ରଦାୟକ ହୋଇ ଚାଲିଛି ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍‌ର ବିଚାର କରିବାର ଉପାୟ ମଧ୍ୟ ରହିଛି।
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ସବୁ ବିଷୟରେ ଜାଣିବା ଉଚିତ୍‌। ଯେ ସାମ୍ପ୍ରତିକ ସମୟ କିପରି ଚାଲିଛି, ଅର୍ଥାତ ସୁଖ ନା ଦୁଃଖ ଜାଣିବା ଉଚିତ୍‌। ସେ କହିଛନ୍ତି ଯେ, ଯିଏ ନିଜ ସମୟ ଅନୁଯାୟୀ କାର୍ଯ୍ୟ କରେ ଏବଂ ଆଚରଣ କରେ, ସେ ସଫଳତା ପାଏ। ମହାମନା ଚାଣକ୍ୟ ମଧ୍ୟ କହି ଯାଇଛନ୍ତି ଯେ ବନ୍ଧୁ କିଏ  ଏବଂ ତାଙ୍କୁ କେମିତି ଚିହ୍ନିବ । ସେହିପରି ବନ୍ଧୁ ମାନଙ୍କ ବିଷୟରେ ମଧ୍ୟ ଜାଣିବା ଉଚିତ୍‌। ସେହି ବନ୍ଧୁମାନେ ଚାକିରି କ୍ଷେତ୍ରରେ ଥାନ୍ତୁ କିମ୍ବା ବ୍ୟବସାୟରେ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଶତ୍ରୁକୁ ବନ୍ଧୁ ଭାବନ୍ତି, ସେମାନେ ଜୀବନରେ ସର୍ବଦା ବିଫଳ ହୁଅନ୍ତି, କାରଣ ଶତ୍ରୁମାନେ ଆପଣଙ୍କୁ ସଠିକ ପରାମର୍ଶ ଦେବା ପରିବର୍ତ୍ତେ ଆପଣଙ୍କ କାର୍ଯ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତି। ଆପଣ କାର୍ଯ୍ୟ କରୁଥିବା ସ୍ଥାନର ଅବସ୍ଥା ବିଷୟରେ ସର୍ବଦା ସୂଚନା ରଖିବା ଉଚିତ୍‌। ଏହା ସହିତ ଏହା ମଧ୍ୟ ଜାଣିବା ଉଚିତ୍‌ ଯେ, କର୍ମକ୍ଷେତ୍ରର ଲୋକମାନେ କିପରି  ?   ଏହି  ସତ୍ୟ ଜାଣିଥିବା ବ୍ୟକ୍ତିଙ୍କୁ କେବେ ଧୋକା ମିଳେ ନାହିଁ। ଏମାନେ ସଫଳତା ପାଇଥାଆନ୍ତି। ଆମେ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିବା ସମୟରେ ପାଠ୍ୟକ୍ରମରେ ଚାଣକ୍ୟ ନୀତି ପଢା ଯାଉଥିଲା , ଯାହା ଉଠି ଗଲାଣି । ଗତକାଲି ଦୈନିକ " ସୁବାର୍ତ୍ତା" ରେ ୧୮୩୫ ମସିହା, ଜୁନ୍ ୨ ତାରିଖରେ ବ୍ରିଟିଶ ସଂସଦରେ ବକ୍ତବ୍ୟ ରଖି ଲର୍ଡ ମ୍ୟାକନିଲ୍ ଯାହା କହିଥିଲେ , ତାହା ସଂକ୍ଷେପରେ ପ୍ରକାଶ ପାଇଥିଲା । ୧୮୬୦ ରୁ ୧୯୪୭ ଭିତରେ ତାଙ୍କର ଶିକ୍ଷା ନୀତି ଏବଂ ସ୍ବାଧୀନତା ପରେ ଭାରତର ବିଭିନ୍ନ ସମୟରେ ପରିବର୍ତ୍ତିତ ଶିକ୍ଷା ନୀତି କୁ ଉପଜିବ୍ୟ କରି ଆଲୋଚନା କଲେ , ଆମେ ଜାଣି ପାରିବା ଆମେ କେତେ ସ୍ବାଧୀନ ଭାରତୀୟ ଏବଂ କେତେ ଇଣ୍ଡିପେଣ୍ଡେନ୍ଟ ଇଣ୍ଡିଆନ୍ ? ସ୍ବାଧୀନତା ପରେ ଶିକ୍ଷା ନୀତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ ହୋଇଛି , ଫଳ ମିଳିଛି କେବଳ ୧୫ କୁ ଭାଗ ଭାଗ କରିବା ପ୍ରଣାଳି । ସୌଭାଗ୍ୟ କ୍ରମେ ଆମର ଓଡିଆ ପୁଅ ଆଜି ଦେଶର ଶିକ୍ଷା ମନ୍ତ୍ରୀ । ତାଙ୍କ ଭାଷାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଫଳରେ ଭାରତ ହେବ ଜ୍ଞାନର ପେଣ୍ଠସ୍ଥଳୀ । ନିକଟ ଅତୀତରେ ତାଙ୍କର ଏକ ଆଲେଖ୍ୟ ଆଲୋଚନା ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଜ୍ଞାନ ହେଉଛି ଶକ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଜ୍ଞାନର ବିଶାଳ ଉତ୍ସ ଭାବେ କାର୍ଯ୍ୟ କରୁଥିବା ବେଦ ଓ ଉପନିଷଦରେ ଭାରତର ସମୃଦ୍ଧ ଜ୍ଞାନ କ୍ଷମତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ । ନାଳନ୍ଦା ଏବଂ ତକ୍ଷଶିଳା ପରି ଆମର ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ ସହିତ ଭାରତ ଅତୀତରେ ଏକ ଅନ୍ତର୍ଜାତୀୟ ଜ୍ଞାନର ପେଣ୍ଠସ୍ଥଳୀ ହୋଇଛି। ସମୟ କ୍ରମେ ଭାରତର ଜ୍ଞାନ ଦକ୍ଷତା ଏବଂ ପ୍ରାଚୁର୍ଯ୍ୟ ; ମୋଗଲ, ମୋଙ୍ଗଲ, ବ୍ରିଟିଶ, ଡଚ୍ ଏବଂ ପର୍ତ୍ତୁଗୀଜଙ୍କ ସମେତ ଅନେକଙ୍କୁ ଆକର୍ଷିତ କରିଥିଲା। ଏହି ଶାସକମାନେ ଇତିହାସରେ ବିଭିନ୍ନ ସମୟରେ ଭାରତ ଉପରେ ଆକ୍ରମଣ କରିଥିଲେ ଓ ଏହି କାରଣରୁ ଭାରତର ଜ୍ଞାନ ଭଣ୍ଡାରର ଯଥେଷ୍ଟ ଧ୍ୱଂସ ଘଟିଥିଲା ; କିନ୍ତୁ ଏହା ଆମେ ସମସ୍ତେ ଜାଣିଛନ୍ତି ଏବଂ ସ୍ୱୀକାର କରାଯାଇପାରେ ଯେ ଆକ୍ରମଣକାରୀମାନେ ଆମ ଜମିକୁ ଲୁଟ୍ କରି ଆମ ବିଶ୍ୱବିଦ୍ୟାଳୟଗୁଡ଼ିକୁ ହୁଏତ ଧ୍ୱଂସ କରିଥାଇ ପାରନ୍ତି, କିନ୍ତୁ ସେମାନେ ଆମ ଦେଶର ଗୁରୁ ଏବଂ ଯୋଗୀଙ୍କ ଠାରୁ ପରାଜିତ ହୋଇଥିଲେ ।ଦ୍ୱିତୀୟ ଶିଳ୍ପ ବିପ୍ଳବ ସମୟରେ ବ୍ରିଟେନ ବିଶ୍ୱର ନେତୃତ୍ୱ ନେଇଥିବା ବେଳେ ତୃତୀୟ ଶିଳ୍ପ ବିପ୍ଳବରେ ଯୁକ୍ତରାଷ୍ଟ୍ର ଆମେରିକା ଆଗୁଆ ରହିଥିଲା। ଆଜି ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ନୂତନ ଓ ଉଭା ହେଉଥିବା ଜ୍ଞାନକୌଶଳର ଦ୍ରୁତ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱକୁ ପୁଣି ଥରେ ଜ୍ଞାନର କେନ୍ଦ୍ର ବିନ୍ଦୁ ପାଲଟି ଚତୁର୍ଥ ଶିଳ୍ପ ବିପ୍ଳବରେ ନେତୃତ୍ୱ ନେବାର ସମୟ ଆସିଯାଇଛି । ଏହି ଆଶାତୀତ ପରିବର୍ତ୍ତନ ମଧ୍ୟରେ, ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଏକ ବଡ଼ କଳ୍ପନା କରିଥିଲେ । ବର୍ତ୍ତମାନ ଆମ ଦେଶରେ ୨୬ କୋଟିରୁ ଅଧିକ ପିଲା ସ୍କୁଲ ଯାଉଥିବା ବେଳେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ସର୍ବବୃହତ୍‌ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟତମ ବୋଲି ଦର୍ଶାଉଛି । ଜନସାଧାରଣଙ୍କ ସମେତ ଷ୍ଟେକହୋଲଡରଙ୍କ ସହ ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ପ୍ରଣୟନ ହୋଇଛି।

କ୍ରମଶଃ

ମାତୃ ପୂଜନର ଅନ୍ତୁଡିଶାଳ

------
ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କହି ଓ ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଲେଖି ଆସିଛୁ ଯେ ଆମର ଏହି ପବିତ୍ର ମାଟି ହିଁ  ମାତୃ ପୂଜନର ଅନ୍ତୁଡିଶାଳ ।
ଖ୍ରୀଷ୍ଟ ପୂର୍ବ  ଦ୍ୱିତୀୟ ଶତକରେ ସଂରଚିତ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ ।ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର ।ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଅନ୍ତି  ।ଖାରବେଳଙ୍କ ପୂର୍ବଜ ସୁରଥ ହେଉଛନ୍ତି ଚେଦି ।ଚେତି ଚୈତ୍ୟବଂଶର ଜନୈକ କୌଣସି ରାଜାଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ବନରେ ଆତ୍ମଗୋପନ କଲେ ।ସେଠାରେ ନିଜ ସ୍ତ୍ରୀ ଓ ପୁତ୍ରଦ୍ୱାରା ପରିତ୍ୟକ୍ତ ସମାଧି ନାମକ ଜନୈକ ନିର୍ଦ୍ଧନ ସାଧବଙ୍କ ସହିତ ସାକ୍ଷାତ ହେଲା ।ଉଭୟ ମେଧସ୍ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇ ତାଙ୍କର ପରାମର୍ଶକ୍ରମେ ଶରତ ଋତୁରେ ନଦୀତଟରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣ ପୂର୍ବକ ପୁଷ୍ପଧୂପ ନୈବେଦ୍ୟ ସମର୍ପଣ କରି ଶ୍ରୀଶ୍ରୀ ଦେବୀସୂକ୍ତରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ।ପରବର୍ତ୍ତୀ ସମୟରେ ଏହା ଧରାପୃଷ୍ଠରେ ସର୍ବବିଦିତ ହେଲା । ସେହିପରି ଅନ୍ୟାନ୍ୟ ପୁରାଣରେ ବର୍ଣିତ ତଥ୍ୟାଧାରରେ ଚୈତ୍ ବଂଶରେ ସୁରଥ ନାମକ ଜଣେ ରାଜା ପୃଥିବୀକୁ ଶାସନ କରୁଥିଲେ ।ସେ ତାଙ୍କ ପ୍ରଜାଙ୍କୁ ପୁତ୍ରତୁଲ୍ୟ ପାଳନ କରୁଥିବା ସମୟରେ ବିଧ୍ୱଂସ ନାମକ ଜଣେ ରାଜା ତାଙ୍କ ସହିତ ଶତ୍ରୁତା କଲେ ।ରାଜା ସୁରଥଙ୍କ ସହିତ ତାଙ୍କର ଯୁଦ୍ଧ ହେଲା ।ଶତ୍ରୁମାନଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ରାଜା ସୁରଥ ଦୁର୍ଭାଗ୍ୟବଶତଃ ଶତ୍ରୁଙ୍କ ଠାରୁ ପରାସ୍ତ ହେଲେ ।କୌଶଳକ୍ରମେ ରାଜା ସୁରଥ ଶତ୍ରୁଙ୍କ କବଳରୁ ଖସି ଆସି ରାଜଧାନୀରେ ଦେଖିଲେ ଯେ, ଆତ୍ମୀୟମାନେ କୋଷାଗାର ଏବଂ ସୈନ୍ୟବାହିନୀକୁ ନଷ୍ଟ କରୁଛନ୍ତି ।ଏହିପରିଭାବେ ରାଜ୍ୟ ନଷ୍ଟ ହୋଇଯିବାରୁ, ରାଜା ସୁରଥ ଉପାୟଶୂନ୍ୟ ହୋଇ ଅଶ୍ୱ ଚଢି ଜଙ୍ଗଲକୁ ପଳାଇଗଲେ ।ଲକ୍ଷ୍ୟହୀନ ଭାବେ ଜଙ୍ଗଲରେ ଘୂରିବୁଲୁଥିବା ସମୟରେ ମେଧାଋଷିଙ୍କ ଆଶ୍ରମରେ ଆଶ୍ରୟ ନେଲେ ।କିଛିଦିନ ରହିବା ପରେ, ଆଶ୍ରମ ନିକଟରେ ବୁଲୁଥିବାନ ସମାଧି ନାମକ ବୈଶ୍ୟକୁ ଭେଟିଲେ ।ତାଙ୍କର ଆଗମନର କାରଣ ଥିଲା, ସେ ଜଣେ ଅତ୍ୟନ୍ତ ଧନଶାଳୀ ବୈଶ୍ୟ ।ଧନରତ୍ନରେ ଲୋଭ କରି ପତ୍ନୀ ଓ ପୁତ୍ରମାନେ ତାଙ୍କୁ ଗୃହରୁ ବିତାଡିତ କରିଦେଲେ ।ଆତ୍ମୀୟସ୍ୱଜନ କେହିନ ମଧ୍ୟ ଏପରି ଅବସ୍ଥାରେ ସାହାଯ୍ୟ କଲେନାହିଁ ।ଅଗତ୍ୟା, ଜଙ୍ଗଲକୁ ପଳାଇ ଆସିଲେ ।ରାଜା ସୁରଥ ବୈଶ୍ୟ ସମାଧିଙ୍କ ପ୍ରତି ହୋଇଥିବା ଅନ୍ୟାୟରେ ସମଦୁଃଖୀ ତାଙ୍କୁ ମେଧାଋଷିଙ୍କ ଆଶ୍ରମକୁ ନେଇ ଗଲେ ।ଦେବୀଙ୍କ ମାହାତ୍ମ୍ୟ ମହର୍ଷି ମେଧାଙ୍କଠାରୁ ଶୁଣିଲା ପରେ ରାଜା ସୁରଥ ଓ ବୈଶ୍ୟ ସମାଧି ଦେବୀଙ୍କ କୃପାଲାଭ କରିବା ନିମିତ୍ତ ମନ ବଳାଇଲେ ।ଗଙ୍ଗାନଦୀ କୂଳରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରି ଧୂପ,ଦୀପ, ଗନ୍ଧ, ପୁଷ୍ପ ଦେଇ ଅତ୍ୟନ୍ତ ନିଷ୍ଠାର ସହିତ ଆରାଧନା କଲେ ।ସେ ଦୁହେଁ ଉପବାସ ରହି କେବେ କେବେ ସ୍ୱଳ୍ପାହାର ଗ୍ରହଣ କରି ମାଆଙ୍କ ପୂଜା କରୁଥିଲେ ।ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଦେହର ରକ୍ତକୁ ଅର୍ପଣ କରିବାକୁ ପଛାଉନଥିଲେ ।ଏହିପରି ଭାବେ ତିନିବର୍ଷ ଅତିବାହିତ ହୋଇଯିବା ପରେ ଦେବୀ ସେଦୁହିଁଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଇପ୍‌ସିତ ବର ପ୍ରଦାନ କଲେ । ବାସ୍ତବରେ ଦୁର୍ଗା ଶବ୍ଦରଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା । ବିଭିନ୍ନ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ, ବିଶେଷ କରି  ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣିତ ଅଛି ଯେ ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ
କାତ୍ୟାୟନୀ: ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ କ୍ଷୁବ୍ ଧ ହୋଇ ସମଗ୍ର ଦେବଗଣ କ୍ରୋଧରେ ପ୍ରଜ୍ଜଳିତ ହେଲେ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କଲା । ସେହି କ୍ରୋଧପୁଞ୍ଜ କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା । ସେଥିରେ କାତ୍ୟାୟନଙ୍କ ବ୍ରହ୍ମତେଜ ମିଳିତ ହେବାରୁ ଦେବତାଙ୍କ ତେଜକୁ ଦ୍ୱିଗୁଣିତ କଲା । ସେହି ତେଜପୁଞ୍ଜରୁ ଏକ ଦିବ୍ୟ ଅଙ୍ଗସୈଷ୍ଠବ ବିଶିଷ୍ଟ ନାରୀ ଆବିର୍ଭୁତ ହେଲେ । କାତ୍ୟାୟନ ଋଷିଙ୍କ ଆଶ୍ରମର ଉପରିଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ ‘କାତ୍ୟାୟନୀ’ ।
ଦୁର୍ଗା: ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର (ମହିଷ ଆକୃତି ଥିବା ଏକ ରାକ୍ଷସ) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅତ୍ୟାଚାର କଲା, ଫଳରେ ଦେବଗଣ ଭୀତଗ୍ରସ୍ତ ହୋଇ ବ୍ରହ୍ମାଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହୋଇ ଦେବଗଣଙ୍କ ଦୁର୍ଦ୍ଦଶା ଜଣାଇଲେ ‌। ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ ଏବଂ କ୍ରୋଧରେ ଉଭୟଙ୍କ ମୁଖ ମଣ୍ଡଳ ଲାଲ୍ ହୋଇଗଲା । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଭ୍ରୂକୁଟୀ କୁଟିଳ ହେବାରୁ, ସେହି ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା । ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ତେଣୁ ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ ପ୍ରଦାନ କଲେ । ପ୍ରଥମେ ଶିବ ନିଜର ତ୍ରିଶୂଳ ପ୍ରଦାନ କଲେ । ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପବନ ଧନୁର୍ବାଣ, ଇନ୍ଦ୍ର ବଜ୍ର ଓ ଘଣ୍ଟା, ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ, ଦକ୍ଷ ପ୍ରଜାପତି ଅକ୍ଷମାଳା ଏବଂ ବ୍ରହ୍ମା ଦେବୀଙ୍କୁ କମଣ୍ଡଳୁ ପ୍ରଦାନ କଲେ । ଦେବୀଙ୍କର ସମଗ୍ର ଅବୟବ ପୂର୍ଣ୍ଣ ନହେବାରୁ, ସୂର୍ଯ୍ୟ ତାଙ୍କ ପ୍ରତି ଲୋମରେ କିରଣମାଳା ପୂର୍ଣ୍ଣ କରିଦେଲେ, ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ନା ସଦୃଶ ଗୋଟିଏ ଖଡ୍ ଗ ପ୍ରଦାନ କଲେ । କ୍ଷୀର ସମୁଦ୍ର ଦେବୀଙ୍କ ଶରୀରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରାଇ ବସ୍ତ୍ର, ଉତ୍ତରୀୟ, ମୋତିମାଳା, ଚୂଡାମଣି, ଦିବ୍ୟକୁଣ୍ଡଳ ତଥା କଙ୍କଣ ପ୍ରଦାନ କଲେ । ଚନ୍ଦ୍ରମା ଦେବୀଙ୍କ ଦୁଇପାଦରେ ରୁଣୁଝୁଣୁ ପାହୁଡ, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳିମାନଙ୍କରେ ରତ୍ନମୁଦ୍ରିକା ପିନ୍ଧାଇ ଦେଲେ । ବିଶ୍ୱକର୍ମା ଦେବୀଙ୍କୁ ଗୋଟିଏ ଅଭେଦ୍ୟ କବଚ ଓ ତୀକ୍ଷ୍ ଣ ଧାରଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ପାନପାତ୍ର, ଅନନ୍ତନାଗ ଗୋଟିଏ ମଣିଖଚିତ ନାଗହାର ପ୍ରଦାନ କଲେ । ପରିଶେଷରେ ହିମାଳୟ ଦେବୀଙ୍କ ବାହନ ରୂପେ ଏକ ସିଂହ ପ୍ରଦାନ କଲେ । ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ ।  ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।ଯୁଦ୍ଧରେ ଦେବୀ ବିଡାଳାକ୍ଷ, ଅସିଲୋମା, ମହାହନୁ ଆଦି ମହିଷାସୁରର ଅନେକ ମୁଖ୍ୟ ସେନାପତିମାନଙ୍କୁ ବଧ କଲେ। ଅନ୍ତିମରେ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ। ଦେବୀ ପୁନଶ୍ଚ ଯୁଦ୍ଧରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ । ତ୍ରେତା ଯୁଗରେ ରାବଣକୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
ଶତାକ୍ଷୀ: ଦୁର୍ଗା ଦୁର୍ଗମ ଅସୁରକୁ ବିନାଶ କରିଥିଲେ । ହିରଣାକ୍ଷ ବଂଶରେ ଦୁର୍ଗମ ଦୈତ୍ୟ ଜନ୍ମ ହୋଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ଦୈତ୍ୟର ଆସୁରିକ ପ୍ରଭାବରେ ସଂସାରର ଧାର୍ମିକ କ୍ରିୟା ନଷ୍ଟ ହେଲା । ଦେବତାଙ୍କ ଯାଗଯଜ୍ଞାଦି ବନ୍ଦ ହେବାରୁ ମର୍ତ୍ତ୍ୟରେ ଏକଶତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକରେ ହା ହା କାର ଖେଳିଗଲା । ସେ ସ୍ୱର୍ଗ ଅଧିକାର କଲା । ଦେବତାଗଣ ଦୁର୍ଗମର ଅତ୍ୟାଚାରରେ ଅତିଷ୍ଠ ହେଲେ । ଭୟରେ ସ୍ୱର୍ଗ ତ୍ୟାଗ କରି ହିମାଳୟ ପର୍ବତରେ ପହଞ୍ଚିଲେ ଏବଂ ଶକ୍ତିମୟୀ ଦେବୀଙ୍କୁ ସ୍ମରଣ କଲେ । ଦେବୀ ତତ୍ କ୍ଷଣାତ ଆବିର୍ଭାବ ହେଲେ । ଦୈତ ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ପରିସ୍ଥିତି ଦେଖି କୃପାମୟୀ ମା’ଙ୍କ ଆଖିରେ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକାଶିତ ହେଲା ନେତ୍ର । ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ । ମା’ଙ୍କ ନାମ ହେଲା ‘ଶତାକ୍ଷୀ’ ।
ଶାକମ୍ବରୀ:ଦେବୀଙ୍କ ଚକ୍ଷୁର ନୀର ତିନିଲୋକରେ ବୃଷ୍ଟିର ରୂପନେଲା । ନଦୀ ସମୁଦ୍ରରେ ଜଳ ଭରିଗଲା । ବନସ୍ପତି ମଧ୍ୟ ତୃପ୍ତ ହେଲେ । ଏହି ସମୟରେ ଭଗବତୀ ସମସ୍ତଙ୍କୁ ନିଜ ହାତରେ ଅନେକ ପ୍ରକାର ଶାକ ଓ ସ୍ୱାଦିଷ୍ଟ ଫଳ ପରସିଲେ ଏବଂ ଖୁଆଇଲେ । ତୃଣଭୋଜୀ ପ୍ରାଣୀଙ୍କ ପାଇଁ ସୁନ୍ଦର ଘାସ ଏବଂ ଅନ୍ୟପ୍ରାଣୀମାନଙ୍କ ପାଇଁ ଉପଯୁକ୍ତ ଭୋଜନ ଦେଲେ । ନିଜ ଶରୀରରୁ ତାଙ୍କର ଉତ୍ପନ ହୋଇଥିଲା ଶାକ । ତେଣୁ ତାଙ୍କ ନାମ ହେଲା ‘ଶାକମ୍ବରୀ" । ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।
ମନ୍ଦିରମାଳିନୀ ଓଡ଼ିଶା ସାରା ବିଶ୍ୱରେ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ବେଳେ ମନ୍ଦିର ଗାତ୍ର ହେଉ ବା ମନ୍ଦିର ବକ୍ଷରେ ହେଉ ବିଭିନ୍ନ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଥିବା ଦେଖା ଯାଏ I ସେହିପରି ଦୁର୍ଗାଙ୍କୁ ଦଶଭୁଜା ବୋଲି କୁହାଯାଉଥିଲେ ମଧ୍ୟ ବହୁ ମନ୍ଦିରରେ ତାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳିଥାଏ I କେଉଁଠି ଦ୍ୱିଭୁଜା ଆକାରରେ ତ କେଉଁଠି ଚତୁର୍ଭୁଜା ରୂପରେ I କେଉଁଠି ଷଡଭୁଜା ତ କେଉଁଠି ଅଷ୍ଟଭୁଜା I ଏପରିକି ଅଷ୍ଟାଦଶ ଭୁଜା ସମ୍ପନ୍ନ ଦେବୀ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟ ହୁଅନ୍ତି I ଦୁର୍ଗା ମୂର୍ତ୍ତିର ବିଭିନ୍ନ ରୂପ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ପ୍ରଥମେ ଏହା ଠାବ କରାହୁଏ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ମାଟି ନିର୍ମିତ ମୂର୍ତ୍ତିରୁ I ଖ୍ରୀ.ପୂ. ଦ୍ୱିତୀୟ-ପ୍ରଥମ ଶତାବ୍ଦୀର ଯେଉଁ ମୂର୍ତ୍ତି ଆବିଷ୍କାର କରାଯାଇଛି ସେଥିରେ ଜଣେ ନାରୀ ଗୋଟିଏ ମହିଷକୁ ବଧ କରିବା ଦେଖାଯାଇଛି I ତେବେ ବର୍ତ୍ତମାନର କଳା କୌଶଳ ସମ୍ପନ୍ନ ଦୁର୍ଗା ମୂର୍ତ୍ତି ସାଧାରଣତଃ ଖ୍ରୀ.ଅ.୪ର୍ଥ- ୫ମ ଶତାବ୍ଦୀରୁ ହିଁ ଦେଖାଯାଏ I ଦୁର୍ଗାଙ୍କର ୧୦୮ଟି ନାମ ଅଛି, ମାତ୍ର ଆମେ ଯେତେବେଳେ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଥିଲୁ ସେତେବେଳେ ଆମର କୋଶ ରେ ପଢିଥିଲୁ " ଉମା କାତ୍ୟାୟନୀ ଗୌରୀ କାଳୀ ହୈମେବତୀଶ୍ବରୀ, ଶିଵା ଭବାନୀ ରୁଦ୍ରାଣୀ ସର୍ବାଣୀ ସର୍ବ ମଙ୍ଗଳା,ଅପୂର୍ଣ୍ଣା ପାର୍ବତୀ ଦୁର୍ଗା ମୃଡାନୀ ଚଣ୍ଡିକା ଅମ୍ବା,ଆର୍ଯ୍ୟା ଦାକ୍ଷାୟଣୀଶ୍ଚୈବ ଗୀରିଜାମେନେକାତ୍ମଜ। ପୁରାଣ ଶାସ୍ତ୍ର ରେ ଯାହା ଉଲ୍ଲେଖ ଅଛି ,ସେଗୁଡିକ ହେଲା: ସତୀ,ସାଧ୍ୱୀ, ଭବପ୍ରିତା, ଭବାନୀ, ଭବମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳଧାରିଣୀ, ପିନାକଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦସ୍ୱରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞବିନାସିନୀ, ଅପର୍ଣ୍ଣା, ଅନେକବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବରପରିଧାନା, କଲମଞ୍ଜରୀରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁରସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗମୁନିପୂଜିତା, ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡବିନାଶିନୀ, ସର୍ବସୁର ବିନାଶା, ସର୍ବଦାନବଘାତିନୀ, ସର୍ବଶାସ୍ତ୍ରମୟୀ, ସତ୍ୟା, ସର୍ବଶସ୍ତ୍ରଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ୱାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ୱିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ୱରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଓ ବ୍ରହ୍ମାବାଦିନୀ ।
ତାଙ୍କର ବନ୍ଦନା ଦୁର୍ଗା ସ୍ତ୍ରୋତ ରେ ସଂସ୍କୃତ ଭାଷାରେ ଏହିପରି ଉଲ୍ଲେଖ ଅଛି -
"अयि गिरिनन्दिनि नन्दितमेदिनि विश्वविनोदिनि नंदी न्नुते
गिरिवरविन्ध्यशिरोऽधिनिवासिनि विष्णुविलासिनि जिष्णुनुते।
भगवति हे शितिकण्ठकुटुम्बिनि भूरिकुटुम्बिनि भूरिकृते
जय जय हे महिषासुरमर्दिनि रम्यकपर्दिनि शैलसुते॥१॥
सुरवर वर्षिणि दुर्धर धर्षिणि दुर्मुख मर्षिणि हर्षरते
त्रिभुवनपोषिणि शङ्करतोषिणि किल्बिष मोषिणि घोषरते।
दनुजनिरोषिणि दितिसुतरोषिणि दुर्मदशोषिणि सिन्धुसुते
जय जय हे महिषासुरमर्दिनि रम्यकपर्दिनि शैलसुते॥२॥
अयि जगदम्ब मदम्ब कदम्ब वनप्रिय वासिनि हासरते
शिखरि शिरोमणि तुङ्गहिमालय शृङ्गनिजालय मध्यगते।
मधुमधुरे मधुकैटभ गञ्जिनि कैटभ भञ्जिनि रासरते
जय जय हे महिषासुरमर्दिनि रम्यकपर्दिनि शैलसुते॥३॥
अयि शतखण्ड विखण्डित रुण्ड वितुण्डित शुंड गजाधिपते
रिपुगजगण्ड विदारणचण्ड पराक्रमशुण्ड मृगाधिपते।
निजभुजदण्ड निपातितखण्ड विपातितमुण्ड भटाधिपते
जय जय हे महिषासुरमर्दिनि रम्यकपर्दिनि शैलसुते॥४॥
अयि रणदुर्मद शत्रुवधोदित दुर्धरनिर्जर शक्तिभृते
चतुरविचार धुरीणमहाशिव दूतकृत प्रमथाधिपते।
दुरितदुरीह दुराशयदुर्मति दानवदुत कृतान्तमते
जय जय हे महिषासुरमर्दिनि रम्यकपर्दिनि शैलसुते॥५॥
अयि शरणागत वैरिवधुवर वीरवराभय दायकरे
त्रिभुवनमस्तक शुलविरोधि शिरोऽधिकृतामल शुलकरे।
दुमिदुमितामर धुन्दुभिनाद महोमुखरीकृत दिङ्मकरे
जय जय हे महिषासुरमर्दिनि रम्यकपर्दिनि शैलसुते॥६॥
अयि निजहुङ्कृति मात्रनिराकृत धूम्रविलोचन धूम्रशते
समरविशोषित शोणितबीज समुद्भव शोणित बीजलते।
शिवशिवशुम्भ निशुम्भमहाहव तर्पितभूत पिशाचरते
जय जय हे महिषासुरमर्दिनि रम्यकपर्दिनि शैलसुते॥७॥
धनुरनुषङ्ग रणक्षणसङ्ग परिस्फुरदङ्ग नटत्कटके
कनकपिशङ्ग पृषत्कनिषङ्ग रसद्भटशृङ्ग हताबटुके।
कृतचतुरङ्ग बलक्षितिरङ्ग घटद्बहुरङ्ग रटद्बटुके
जय जय हे महिषासुरमर्दिनि रम्यकपर्दिनि शैलसुते॥८॥
सुरललना ततथेयि तथेयि कृताभिनयोदर नृत्यरते
कृत कुकुथः कुकुथो गडदादिकताल कुतूहल गानरते।
धुधुकुट धुक्कुट धिंधिमित ध्वनि धीर मृदंग निनादरते
जय जय हे महिषासुरमर्दिनि रम्यकपर्दिनि शैलसुते॥९॥
जय जय जप्य जयेजयशब्द परस्तुति तत्परविश्वनुते
झणझणझिञ्झिमि झिङ्कृत नूपुर शिञ्जितमोहित भूतपते।
नटित नटार्ध नटी नट नायक नाटितनाट्य सुगानरते
जय जय हे महिषासुरमर्दिनि रम्यकपर्दिनि शैलसुते॥१०॥
अयि सुमनःसुमनःसुमनः सुमनःसुमनोहरकान्तियुते
श्रितरजनी रजनीरजनी रजनीरजनी करवक्त्रवृते।
सुनयनविभ्रमर भ्रमरभ्रमर भ्रमरभ्रमराधिपते
जय जय हे महिषासुरमर्दिनि रम्यकपर्दिनि शैलसुते॥११॥
सहितमहाहव मल्लमतल्लिक मल्लितरल्लक मल्लरते
विरचितवल्लिक पल्लिकमल्लिक झिल्लिकभिल्लिक वर्गवृते।
शितकृतफुल्ल समुल्लसितारुण तल्लजपल्लव सल्ललिते
जय जय हे महिषासुरमर्दिनि रम्यकपर्दिनि शैलसुते॥१२॥
अविरलगण्ड गलन्मदमेदुर मत्तमतङ्ग जराजपते
त्रिभुवनभुषण भूतकलानिधि रूपपयोनिधि राजसुते।
अयि सुदतीजन लालसमानस मोहन मन्मथराजसुते
जय जय हे महिषासुरमर्दिनि रम्यकपर्दिनि शैलसुते॥१३॥
कमलदलामल कोमलकान्ति कलाकलितामल भाललते
सकलविलास कलानिलयक्रम केलिचलत्कल हंसकुले।
अलिकुलसङ्कुल कुवलयमण्डल मौलिमिलद्बकुलालिकुले
जय जय हे महिषासुरमर्दिनि रम्यकपर्दिनि शैलसुते॥१४॥
करमुरलीरव वीजितकूजित लज्जितकोकिल मञ्जुमते
मिलितपुलिन्द मनोहरगुञ्जित रञ्जितशैल निकुञ्जगते।
निजगुणभूत महाशबरीगण सद्गुणसम्भृत केलितले
जय जय हे महिषासुरमर्दिनि रम्यकपर्दिनि शैलसुते॥१५॥
कटितटपीत दुकूलविचित्र मयुखतिरस्कृत चन्द्ररुचे
प्रणतसुरासुर मौलिमणिस्फुर दंशुलसन्नख चन्द्ररुचे।
जितकनकाचल मौलिमदोर्जित निर्भरकुञ्जर कुम्भकुचे
जय जय हे महिषासुरमर्दिनि रम्यकपर्दिनि शैलसुते॥१६॥
विजितसहस्रकरैक सहस्रकरैक सहस्रकरैकनुते
कृतसुरतारक सङ्गरतारक सङ्गरतारक सूनुसुते।
सुरथसमाधि समानसमाधि समाधिसमाधि सुजातरते
जय जय हे महिषासुरमर्दिनि रम्यकपर्दिनि शैलसुते॥१७॥
पदकमलं करुणानिलये वरिवस्यति योऽनुदिनं सुशिवे
अयि कमले कमलानिलये कमलानिलयः स कथं न भवेत्।
तव पदमेव परम्पदमित्यनुशीलयतो मम किं न शिवे
जय जय हे महिषासुरमर्दिनि रम्यकपर्दिनि शैलसुते॥१८॥
कनकलसत्कल सिन्धुजलैरनु षिञ्चतितेगुण रङ्गभुवम्
भजति स किं न शचीकुचकुम्भ तटीपरिरम्भ सुखानुभवम्।
तव चरणं शरणं करवाणि नतामरवाणि निवासि शिवम्
जय जय हे महिषासुरमर्दिनि रम्यकपर्दिनि शैलसुते॥१९॥
तव विमलेन्दुकुलं वदनेन्दुमलं सकलं ननु कूलयते
किमु पुरुहूतपुरीन्दु मुखी सुमुखीभिरसौ विमुखीक्रियते।
मम तु मतं शिवनामधने भवती कृपया किमुत क्रियते
जय जय हे महिषासुरमर्दिनि रम्यकपर्दिनि शैलसुते॥२०॥
अयि मयि दीन दयालुतया कृपयैव त्वया भवितव्यमुमे
अयि जगतो जननी कृपयासि यथासि तथानुमितासिरते।
यदुचितमत्र भवत्युररी कुरुतादुरुता पमपाकुरुते
जय जय हे महिषासुरमर्दिनि रम्यकपर्दिनि शैलसुते॥२१॥
ସେହିପରି  ଶାସ୍ତ୍ରରେ ଉଲ୍ଲେଖ ରହିଛି "ଏକୈବ ଶକ୍ତି ପରମେଶ୍ୱରସ୍ୟ,ବିବିଧା ବଦନ୍ତି ବ୍ୟବ‌ହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।"
ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରରେ ଓଡ଼ିଶା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।
"ଓଦ୍ରାଖ୍ୟମ୍ ପ୍ରଥମ ପୀଠ,ଦ୍ୱିତୀୟ ଜଳ ଶୈଳକାମୀ,
ତୃତୀୟ ପୂର୍ଣ୍ଣପୀଠସ୍ତୁ, କାମରୂପମ୍ ଚତୁର୍ଥକମ୍ ।।
ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ମତ ଦେଇଥିଲେ । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ହେଉଛି: ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବ୍ରହ୍ମ‌ପୁରର ଭଗବତୀ, ଖିଚିଙ୍ଗର କୀଚକେଶ୍ୱରୀ, ବାଙ୍କୀର ଚର୍ଚ୍ଚିକା, କାକଟପୁରର ମଙ୍ଗଳା ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ୱରୀ ଏବଂ ଭଦ୍ରକର ଭଦ୍ରକାଳୀ । ସେମାନେ ମହାକାଳ ଶିବଙ୍କର ଶକ୍ତି ।
ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଏ । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି । ଯଦି ଇତିହାସ ସଭ୍ୟତାର ଜୀବନ ହୁଏ, ତେବେ କଥା ହେଉଛି ଆମର ଆତ୍ମା । ଯଦିଓ ମହାପୁରୁଷଗଣ ଇତିହାସ ଭଳି ଅନୁସନ୍ଧାନ ମୂଳକ ତ‌ଥ୍ୟ ପାଇନାହାନ୍ତି, ତ‌ଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇ ଆସିଅଛନ୍ତି । ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସ‌ହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନ‌ଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।ଏକଦା ସ୍ଥାନୀୟ ପିଲାମାନେ ସେହି ନ‌ଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସ‌ହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା(ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି । ଅନ୍ୟ ଏକ କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ ।[୩] ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମ‌ପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନ‌ଦୀର ରୂପ ନେଲା ।
ଯେହେତୁ ଏହି ନ‌ଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନ‌ଦୀର ଜଳକୁ ପାନ କଲେ । ଏହାପରେ ତାଙ୍କର ଆତ୍ମା ପରମାତ୍ମାଙ୍କ ସ‌ହ ମିଳନ ହୋଇଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ । ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଲେ । ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ । ଅଚାନ‌କ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନ‌ଦୀର ଭସାଇବା ସ‌ହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସ‌ହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ । ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନ‌କ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପ‌ହ‌ଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା ।ସେହି କୁଡ଼ିଆରେ ର‌ହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସ‌ହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପ‌ହଞ୍ଚିଲେ । ସେଠାରେ ପ‌ହ‌ଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହାଦ୍ୱାରା ସେ ସେହି କ୍ଷେତ୍ରର ପଥପ୍ରଦର୍ଶକ ବନିପାରିବେ । ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସ‌ହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନ‌ଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ରତ୍ନ‌କୋଷର ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମ‌ହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର, କୁବେରର ଭୁଇଁଆ ଏବଂ ନ‌ଦୀଗାଆଁର କାନୁନ୍‌ଗୋ ପରିବାର ଭାବରେ ଜଣା । ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ । ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଲି ଭାଷାରେ ଉଲ୍ଲେଖ ରହିଛି । ଗବେଶକଙ୍କ ମତରେ ଏହି ଶିଳାଲେଖତି ୩ୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା । ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ, ଗୁପ୍ତ ରାଜବଂଶର ସଂସ୍ଥାପକ ଥିଲେ । କିନ୍ତୁ ଭୁଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି । ପୂର୍ବଜ ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ବରେଶ୍ୱରଙ୍କ ଅନୁସାରେ ବାଲେଶ୍ୱର, ସମଲେଇରୁ ସମ୍ବଲପୁର, ଭୁବନେଶ୍ୱରୀରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କଠାରୁ ଭଦ୍ରକ ହୋଇଛି । ଅନ୍ୟକେତେକ ମଧ୍ୟ ମତ ଦିଅନ୍ତି କି ମାଆ ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣନାମରୁ ଭଦ୍ରକ ଉଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ ହୋଇଛି ।

ନିର୍ଭିକ ନିର୍ଘୋଷକ , ସଂସ୍କାରକ

------

ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତିତ ନିୟମ । ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ସମୟାନ୍ତରରେ ଜଣେ ଜଣେ ଦେବଶିଶୁ  ଅମରାର ସନ୍ଦେଶ ବହନ କରି ଏ ଧରାପୃଷ୍ଠକୁ ଆସିଥାନ୍ତି, ଯେଉଁମାନେ ନିଜର ତଥା ନିଜ ପରିବାରର ସକଳ ସୁଖ ସମ୍ପଦକୁ ଜଳାଞ୍ଜଳି ଦେଇ,ଅପରର ଦୁଃଖରେ ବିଗଳିତ ହୃଦୟର ପରିଚୟ ସୃଷ୍ଟି କରି ହୋଇଥାନ୍ତି ପରିବର୍ତ୍ତନର ସୁବାର୍ତ୍ତାବାହୀ । ଏହି ମହିମା ମଣ୍ଡିତ ସୂଚିପତ୍ରରେ କାଳଜୟୀ ମହାପୁରୁଷ, ବିଶ୍ବ ମାନବ ସଭ୍ୟତାର ବିସ୍ମୟ ପ୍ରତିଭା, ସମାଜ ସଂସ୍କାରକ ,ଆର୍ଯ୍ୟ ସମାଜର ସଂସ୍ଥାପକ, ଅତୁଳନୀୟ ବେଦାନ୍ତ ଦର୍ଶନ ପ୍ରଦାତ୍ତା, ବହୁମୁଖି ପ୍ରତିଭାଦୀପ୍ତ ମହର୍ଷି ଦୟାନନ୍ଦ ସରସ୍ୱତୀ ଏକ ଉଜ୍ଜ୍ୱଳ ସ୍ବାକ୍ଷର । ଗତ ବର୍ଷ ଆଜିର ଦିନରେ ଏହି ଯୁଗସ୍ରଷ୍ଟାଙ୍କର 
 ସମଗ୍ର ବିଶ୍ଵରେ  ବର୍ଷ ତମାମ ପାଳିତ ହୋଇଆସିଛି
 ଦ୍ଵିଶତବାର୍ଷିକୀ ଜୟନ୍ତୀ ମହୋତ୍ସବ  । ଓଡ଼ିଶାରେ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ତଥା ଆଧ୍ୟାତ୍ମିକ ଦର୍ଶନାନୁରକ୍ତ
ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,  ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥୀ ପ୍ରମୁଖଙ୍କ ନେତୃତ୍ତ୍ବାଧୀନ ସଙ୍ଗଠନ  ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।  ସମଗ୍ର ବିଶ୍ଵରେ ପାଳିତ ହେବାର କାରଣ ତାଙ୍କର ଅବଦାନ କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବ ସଭ୍ୟତା ପାଇଁ ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜକୁ ୨୦୧ ବର୍ଷ ତଳେ ମହର୍ଷି ଦୟାନନ୍ଦଙ୍କର , ଅର୍ଥାତ୍  ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମର ଏକ ଧନାଢ୍ୟ ବ୍ରାହ୍ମଣ ପରିବାରରେ ହୋଇଥିଲା ଜନ୍ମ । ତାଙ୍କର ମାତାଙ୍କର ନାମ ଥିଲା ଅମୂବା ଅର୍ଥାତ ଅମୃତବେନ , ପିତାଙ୍କର ନାମ ଥିଲା କରଷନଜୀ (କର୍ଷନ ତିଓ୍ୱାରୀ), ମହାପୁରୁଷଙ୍କ ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର । ବଂଶାନୁକ୍ରମେ  ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ ।
ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ (ପୁଅକୁ) ରାତି ଉଜାଗର ରହି ଧ୍ୟାନଧାରଣାପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ । ତରୁଣ ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା । ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ । ଚାରିଆଡ଼େ ନିସ୍ତବ୍ଧ , ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା , ଅଥଚ ଦେବତା  ଥିଲେ ପ୍ରତିକ୍ରିୟାହୀନ । ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ ! ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା । ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା । ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା । ଏହା ତରୁଣ ମୂଳାଶଙ୍କର ଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା । ଇଶ୍ୱରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ । ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ । ସନ୍ନ୍ୟାସ ଦୀକ୍ଷା ଗ୍ରହଣ ପରେ ତାଙ୍କର  ନୂତନ ନାମ ହେଲା ଦୟାନନ୍ଦ । ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା । ସେ ବହୁ ପ୍ରତିବାଦୀ ପଣ୍ଡିତମାନଙ୍କଉପାଧି ସ୍ଵକୀୟ ପ୍ରଜ୍ଞାଧାରରେ ପ୍ରାପ୍ତ ହୋଇଥିଲେ । ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା । ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ସର୍ବ ପରିଚିତ ହେଲେ । ବୈଦିକ ଜ୍ଞାନର ସରଳ ତତ୍ତ୍ୱ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ୱିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀମାନଙ୍କର ଅପ୍ରିୟଭାଜନ ହେଇଥିଲେ । ସେତେବେଳେ ବାଲ୍ୟବିବାହ  ପ୍ରଥା ପ୍ରଚଳିତ ଥିଲା । ଦୟାନନ୍ଦ ଏହାର ବିରୋଧ କରିଥିଲେ । ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ । ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳକାମ ହୋଇପାରିଲେ । ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ । ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଭଳି ଅନ୍ୟ ଏକ ସଂସ୍ଥା ବ୍ରାହ୍ମ ସମାଜ ମଧ୍ୟ ହିନ୍ଦୁଧର୍ମୀ ପୌତ୍ତଳିକତା ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥାଏ । ଏହି ବ୍ରାହ୍ମ ସମାଜର ପୃଷ୍ଠପୋଷକ ଥିଲେ କେଶବଚନ୍ଦ୍ର ସେନ, ରାଜା ରାମମୋହନ ରାୟ, ଦେବେନ୍ଦ୍ରନାଥ ଠାକୁର ଓ ତାଙ୍କର ପୁତ୍ର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଦି । ତେବେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜ ପରସ୍ପର ପ୍ରତି ସମ୍ବେଦନଶୀଳ ସମକାଳୀନ ଦୁଇଗୋଟି ସମାଜ ସୁଧାରକ ସଂସ୍ଥା ଯାହାକି ଅଦ୍ୟାବଧି ଆପଣା ଲକ୍ଷ୍ୟ ସାଧନରେ ବ୍ରତୀ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ । ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଫଳତଃ ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ସୁଦୃଢ଼ ଆସନ ପାତି ପାରିଥିଲା ଓ ପାରିଅଛି ମଧ୍ୟ । ଦୟାନନ୍ଦଙ୍କର ଜୀବିତାବସ୍ଥାରେ ଦିଲ୍ଲୀ, ବନାରସ ,ଅଜମୀର, ଜୟପୁର ଆଦି ସ୍ଥାନମାନଙ୍କରେ ଡି.ଏ.ଭି ସ୍କୁଲ ଓ କଲେଜମାନ ସ୍ଥାପିତ ହୋଇପାରିଥିଲା I ଥରେ ପର୍ଯ୍ୟଟନ କ୍ରମରେ ଦୟାନନ୍ଦ "ଓଖା' ମଠର ମହନ୍ତଙ୍କ ସଂପର୍କରେ ଆସିଥିଲେ । ମହନ୍ତ ଦେଖିଲେ ଦୟାନନ୍ଦ ଜଣେ କର୍ମଠ-ବୁଦ୍ଧିମାନ-ସୁପଣ୍ଡିତ ଯୁବକ ।  ତେଣୁ ସେ ଦୟାନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ସମସ୍ତ ସଂପତ୍ତି ଲାଭର ପ୍ରଲୋଭନ ଦେଖାଇଲେ । ଉତ୍ତରରେ ସ୍ୱାମୀଜୀ ମହନ୍ତଙ୍କୁ ନାସ୍ତିବାଣୀ ଶୁଣାଇଲେ । ଯଦି ଧନପ୍ରତି ତାଙ୍କର ଲୋଭ ଥାଆନ୍ତା, ତେବେ ସେ ନିଜର ପୈତୃକ ସଂପତ୍ତି ଓ ଦେବାୟତନକୁ ଛାଡ଼ି ଆସିଥାନ୍ତେ କାହିଁକି ? ସ୍ୱାମୀଜୀଙ୍କର ଲକ୍ଷ୍ୟ ଥିଲା ସତ୍ୟର ଅନୁସନ୍ଧାନ ।  ଦେଶ ଓ ଜାତିକୁ ମୂଢ଼ତାରୁ ମୁକ୍ତ କରିବା ସହିତ ଋଢିମନ୍ତ ସାମାଜିକ ଅବ୍ୟବସ୍ଥାର ସକରାତ୍ମକ ପରିବର୍ତ୍ତନ । କଠିନ ପରିସ୍ଥିତିର ସମ୍ମୁଖିନ ହୋଇ
ଲୋକଙ୍କୁ ବିଦ୍ୟା କ'ଣ ବୁଝାଇ ଅବିଦ୍ୟା-ଅନ୍ଧକାରକୁ ଦୂରେଇ ଦେବା  ପାଇଁ ତାଙ୍କର ଜୀବନବ୍ୟାପୀ ସଂଘର୍ଷ ଅବର୍ଣ୍ଣନୀୟ।
ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପ (ଚର୍ଚ୍ଚର ମୁଖ୍ୟ ପୁରୋହିତ)ଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା । ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତିସଂପନ୍ନ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସାପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ,...ବର୍ତ୍ତମାନ ନୁହେ । ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ । ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହୋଇଥିଲେ । ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ । ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ ।୧୮୭୫, ଅପ୍ରେଲ ୭ ତାରିଖରେ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ "ଆର୍ଯ୍ୟସମାଜ' ପ୍ରତିଷ୍ଠା କଲେ । ବେଦମନ୍ତ୍ର ପଠନ କରାଗଲା । ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ । ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା । ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ । ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହି । ସମସ୍ତେ ପ୍ରଭୁଙ୍କର ସନ୍ତାନ । ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି । ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ । ତାହା ଗୁଣ-କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ । ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକର ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା । ପ୍ରକାଶ ଥାଉକି ବମ୍ବେ ଆର୍ଯ୍ୟ ସମାଜର ପ୍ରଥମ ସଭାପତି ଥିଲେ ଶ୍ରୀ ଗିରିଧରଲାଲ କୋଠାରୀ । ୧୮୭୮, ଡିସେମ୍ବର ୨୪ରେ ସ୍ୱାମୀଜୀ ପହଞ୍ଚିଲେ ରାଜସ୍ଥାନର ରେବାଡ଼ିଠାର । ତା' ପୂର୍ବରୁ ସେ ଦିଲ୍ଲୀ, ଆଜମୀର, ପୁଷ୍କର ଓ ମସୂଦାଠାରେ ଭାଷଣ ଦେଇସାରିଥିଲେ।  ଏବେ ରେବାଡ଼ିରେ ସେ ସଂସ୍କାରମୂଳକ କାର୍ଯ୍ୟନେଇ ୧୧ଟି ଭାଷଣ ଦେଇଥିଲେ । ମୂର୍ତ୍ତି ପୂଜାର ଅସାରତା, ମୃତକ ଶ୍ରାଦ୍ଧ ଏବଂ ବାଲ୍ୟବିବାହର କୁଫଳ ସଂବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥାମାନ କହିଥିଲେ । ତାଙ୍କ ପ୍ରେରଣାରେ ରେବାଡ଼ିରେ ଗୋ-ସଦନ ପ୍ରତିଷ୍ଠିତ ହେଲା , ଯାହା  ଆଧୁନିକ ଭାରତବର୍ଷର ପ୍ରଥମ ଗୋ-ଶାଳା । ସ୍ୱାମୀଜୀ ରାଜା ଜୟକୃଷ୍ଣ ଦାସଙ୍କ ଅତିଥି ହୋଇ ତାଙ୍କ ରାଜ ପ୍ରାସାଦରେ ଅବସ୍ଥାନ କରୁଥିଲ ।  ପରବର୍ତ୍ତୀ କାଳରେ ସେହି ରାଜାଙ୍କ ଅନୁରୋଧକ୍ରମେ ସେ ସତ୍ୟାର୍ଥ ପ୍ରକାଶ ଲେଖିଥିଲେ।ଥରେ ଜଣେ ପଣ୍ଡିତ ସ୍ୱାମୀଜୀଙ୍କ ପାଖକୁ ଆସି ତାଙ୍କ ନିମନ୍ତେ ସବୁଠାରୁ ଉଚ୍ଚ ଆସନର ବ୍ୟବସ୍ଥା ପାଇଁ ଅନୁରୋଧ କଲେ । ସେଠାରେ ଉପସ୍ଥିତ ଥିବା ଲୋକେ ପଣ୍ଡିତଙ୍କର ଅନ୍ୟାୟ ଅନୁରୋଧକୁ ପସନ୍ଦ କରୁନଥିଲେ । ସେତେବେଳେ ସ୍ୱାମୀଜୀ ବିନୋଦପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ- ଗଛରେ ବସିଥିବା କାଉ ସମସ୍ତଙ୍କଠାରୁ ଉଚ୍ଚ ଆସନରେ ବସିଛି । ଏବେ ପଣ୍ଡିତକୁ ବୁଝାପଡ଼ିଲା ତାଙ୍କ ପ୍ରଶ୍ନର ଉତ୍ତରଟି । ଶ୍ରୋତାଗଣ ମଧ୍ୟ ମନ୍ତବ୍ୟର ତାତ୍ପର୍ଯ୍ୟ ବୁଝିଲେ । ସେହି ଗହଣରେ ଥିଲେ ଉଧୋସିଂହ ନାମକ ଧନାଢ଼୍ୟ ବ୍ୟକ୍ତି । ବେଶ ମୂଲ୍ୟବାନ ବିଦେଶୀ ପୋଷାକ ପରିଧାନ କରି ଆସିଥିଲେ ସ୍ୱାମୀଜୀଙ୍କର ଦର୍ଶନ ଲାଭ ପାଇଁ । ତାଙ୍କ ପ୍ରତି ସ୍ୱାମୀ ଦୟାନନ୍ଦ କହିଥିଲେ- ଆପଣ ଏପରି ପୋଷାକ ପିନ୍ଧିଲେ ଆମ ଦେଶର କାରିଗରମାନଙ୍କର ଜୀବିକା ବୁଡ଼ିଯିବ । ପ୍ରକାଶ ଥାଉ କି, ଏହା ଥିଲା ଜାତୀୟ କଂଗ୍ରେସର ସ୍ୱଦେଶୀ ଦ୍ରବ୍ୟ ଆଦର ଓ ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନର ପାଖାପାଖି ଷାଠିଏ ବର୍ଷର ପୂର୍ବବର୍ତ୍ତୀ ଘଟଣା । ଏଥିରୁ ସ୍ୱାମୀ ଦୟାନନ୍ଦଙ୍କର ସ୍ୱଦେଶପ୍ରୀତି ଆକଳନ କରାଯାଇପାରେ ।୧୮୫୭-୧୮୬୦ ଖ୍ରୀ.ଅ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ । ତାହା ଥିଲା ସିପାହୀ ବିଦ୍ରୋହର କାଳ । ଐତିହାସିକ ପୃଥ୍ୱୀସିଂହଙ୍କ ମତରେ ସ୍ୱାମୀଜୀ ଥିଲେ ୧୮୫୭, ସିପାହୀ ବିଦ୍ରୋହରେ ପରୋକ୍ଷ ଭାବରେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ନେତୃବୃନ୍ଦଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ । ଏହିପରି "ଆର୍ଯ୍ୟସମାଜ'ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାର- ପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ । ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା । ଫଳତଃ ଏହାଥିଲା ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଖିରରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା । ବିଷ ଦେଇଥିବା ପାଚକକୁ ସ୍ୱାମୀଜୀ କ୍ଷମା କରିଥିଲେ ନିଜର ଉଦାର ଗୁଣରେ । ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ସେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ  ଗୋଟିଏ ମାସ ପରେ, ଅର୍ଥାତ୍ ୩୦ ଅକ୍ଟୋବର ,୧୮୮୩ରେ ଇହଲୀଳା ସମ୍ବରଣ କରିଥିଲେ ।
କ୍ରମଶଃ

ଇତିହାସର ଛିଣ୍ଡା ଫର୍ଦ୍ଦ-୧୧

------
୧୯୮୮ ମସିହା, ଅକ୍ଟୋବର ୧୧ତାରିଖ, ଜୟପ୍ରକାଶ ନାରାୟଣଙ୍କ ୮୭ତମ ଜୟନ୍ତୀ (୧୯୦୨, ଅକ୍ଟୋବର ୧୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜେପି) ଶୁଭାବସରରେ ବାଙ୍ଗାଲୋର ଠାରେ ଜନମୋର୍ଚ୍ଚା,ଜନତା ପାର୍ଟି ଓ ଲୋକଦଳର ମିଶ୍ରଣରେ ପୂର୍ବ ନିର୍ଦ୍ଧାରିତ ସୂତ୍ରାନୁଯାଇ ( ଜନତା ପାର୍ଟିରୁ ଜନତା+ଲୋକଦଳରୁ ଦଳ +ଜନମୋର୍ଚ୍ଚାର ନେତା ହେବେ ନୂତନ ଦଳର ନେତା) ଜନତା ଦଳ ଗଠିତ ‌ହୋଇଥିଲା । କର୍ଣାଟକ ମୁଖ୍ୟମନ୍ତ୍ରୀ ଏସ ଆର ବୋମାଇଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ଜନସଭାରେ ନବଗଠିତ ଦଳର ନେତା ଭାବେ  ଭି ପି ସିଂହ ଘୋଷିତ ହୋଇଥିଲେ । ସୈାଭାଗ୍ୟକୁ ଓଡ଼ିଶାର ଜଣେ ସର୍ବ କନିଷ୍ଠ ଯୁବ ବକ୍ତାଟି ସେହି ଐତିହାସିକ ସଭାରେ ନିଜର ବକ୍ତବ୍ୟ  ରଖିବାର ସୌଭାଗ୍ୟ ପାଇଥିଲା । ଉକ୍ତ ଦିନ ସନ୍ଧ୍ୟାରେ ହୋଟେଲ ଅଶୋକାରେ ସମସ୍ତ ବଡ଼ ବଡ଼ ଜନନେତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ନିଷ୍ପତ୍ତି ମଧ୍ୟରେ  ତେଲୁଗୁ ଦେଶମ ଭଳି ଆଞ୍ଚଳିକ ଦଳମାନଙ୍କୁ ନେଇ ଜାତୀୟ ସାମ୍ମୁଖ୍ୟ ଗଠନର ନି‌ଷ୍ପତ୍ତି  ନିଆଯାଇଥିଲା । ତଦ୍ ଅନୁଯାୟୀ ୧୯୮୯, ଜାନୁଆରୀରେ ଦିଲ୍ଲୀସ୍ଥିତ ଆନ୍ଧ୍ର ପ୍ରଦେଶ ଭବନରେ ଜାତୀୟ ସାମ୍ମୁଖ୍ୟ ଗଠିତ ହୋଇଥିଲା ଓ ଏନ୍ ଟି ରାମାରାଓ ଏହାର ଅଧ୍ୟକ୍ଷ,ଭିପି ସିଂହ ହେଲେ ଆବାହକ । ଦଳ ଗଠନ ପରେ ବିଭିନ୍ନ ରାଜ୍ୟରେ ଦଳର ସଭାପତି କିଏ ହେବେ ତାକୁ ନେଇ ରାଜନୈତିକ କସରତ ଚାଲିଲା , ଓଡ଼ିଶାରେ ଟିକେ ବେଶୀ ଚାଲିଥିଲା । ଯୁବ ସ୍ବଚ୍ଛ ନେତୃତ୍ବର କଥା ଉଠାଯାଇଥିଲା ।  ଅବଶେଷରେ ନିଷ୍ପତ୍ତି ହେଲା ବିଜୁବାବୁ  ସଭାପତି ରହିବେ ସତ୍ୟ ମାତ୍ର ଦଳୀୟ ପ୍ରାର୍ଥୀ ଚୟନ ଦାୟିତ୍ଵ ୧୨ ଜଣିଆ ସଂସଦୀୟ କମିଟି(ପାର୍ଲିଆମେଣ୍ଟ ବୋର୍ଡ)ର ଦାୟିତ୍ଵରେ ରହିବ ଏବଂ ଯାହାର ଦାୟିତ୍ଵ ନେବେ ଭଜମନ ବେହେରା । ଏଭଳି ବ୍ୟବସ୍ଥାରେ ଅସୁଖି ବିଜୁବାବୁ ଜଣେ ଯୁବ ନେତାଙ୍କୁ ଦାୟୀ କରି ଏତେ କ୍ରୋଧାନ୍ୱିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ସେହି ଯୁବନେତାକୁ ତଳିତଳାନ୍ତ କରିଦେଲେ । ଚତୁର ବିଜୁବାବୁ ଭଜମନ ବେହେରାଙ୍କୁ  ଭିନ୍ନ ଢ଼ଙ୍ଗରେ ପ୍ରଲୋଭିତ କରି ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିଲେ । ୨୪ ଜାନୁଆରୀରେ  ସାମ୍ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଆଗାମୀ ସଂସଦୀୟ ନିର୍ବାଚନରେ ବିଜେପି ସହ ମେଣ୍ଟ ଗଠନର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ କୈାଣସି ପ୍ରତିବାଦ ନ କରି ଓଡ଼ିଶା ଫେରି ଦଳର ବୈଠକ ଡାକି  ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ଆଲୋଚନା ହୋଇନଥିବା ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ  ଓଡ଼ିଶାରେ ଦଳ ବିଜେପି ସହ ମେଣ୍ଟ କରିବ ନାହିଁ । ବିଜେପି ର କିଛି ଜନସମର୍ଥନ ନାହିଁ ଏବଂ ତାହା ଏକ କ୍ୟାବିନ ପାର୍ଟି,ସାଇନବୋର୍ଡ ପାର୍ଟି ।  ସଂସଦୀୟ ଦଳର ନିଷ୍ପତ୍ତି ନ ଥାଇ ମଧ୍ୟ ଦଳ ଭିତରେ ଥିବା ତାଙ୍କର ପ୍ରତିଦ୍ବନ୍ଦୀ ଙ୍କୁ ନିର୍ବାଚନ ପ୍ରତିଦ୍ବନ୍ଦିତାରୁ ବଞ୍ଚିତ କରିବା ଚକ୍ରାନ୍ତରେ ଚକ୍ରାନ୍ତଙ୍କ କଥାରେ ସିପିଆଇକୁ ଆସ୍କା  ଛଡା ନଯାଇ ,ଜଗତସିଂହପୁର ଓ ସିପିଏମ କୁ ଭୁବନେଶ୍ୱର ଏବଂ ଅନ୍ୟ ୧୯ଟି ସଂସଦୀୟ କ୍ଷେତ୍ରରେ ଜନତା ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରି ଦେଇଥିଲେ , ଯଦିଓ ତାହା ସଂସଦୀୟ ବୋର୍ଡର ଦାୟିତ୍ଵ । ସଂସଦୀୟ ବୋର୍ଡ ବସିଲା, କେବଳ ରବି ରାୟ ବିରୋଧ କଲେ ଓ ଅନ୍ୟ ମାନେ ନିରବ ରହି ୧୯ ଟି ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ଚୟନ କରି ଦେବୀ ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ଅନୁମୋଦନ ପାଇଁ ପଠାଇବା ପରେ ସମ୍ପୃକ୍ତ ଯୁବନେତା କାଳେ‌ କେନ୍ଦ୍ରୀୟ ନେତୃତ୍ବ ଦ୍ବାରା ନିଷ୍ପତ୍ତିକୁ  ବଦଳାଇ ଦେବାପାଇଁ ଆଶଙ୍କା କରି ତାଙ୍କର ଅତ୍ୟନ୍ତ ବିଶ୍ବସ୍ତ ଶାରଦା ମହାନ୍ତିଙ୍କୁ ପଠାଇ ଡ଼କାଇ ଆଣିଲେ । ସମ୍ପୃକ୍ତ ଯୁବକ  ଫରେଷ୍ଟ ପାର୍କ ସମ୍ମୁଖରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କୁ ଦେଖାକରିବାକୁ  ଯିବା ସମୟରେ ତାଙ୍କ ନିକଟରେ ସ୍ବର୍ଗତ ଅଶୋକ ଦାସ,  ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ଡାକ୍ତର ଦାମୋଦର ରାଉତ ଥିଲେ । ସେ ଦିନ ସେ ଯୁବକଙ୍କୁ " ୟୁ ଵ୍ଲଡି,ହ୍ବାଟ ନନସେନସ ଭିପି, ବିଜେପି ଓଡ଼ିଶା ରେ ସାଇନ୍ ବୋର୍ଡ଼ ପାର୍ଟି, ନୋ ଆଡଜଷ୍ଟମେଣ୍ଟ,ନୋ କୋଶ୍ଚିନ"  ବୋଲି ଚିତ୍କାର କରି କହିଲେ । ବିଜୁବାବୁଙ୍କ କଥାରେ ପାଳି ଧରି ଡାକ୍ତର ରାଉତ  କହିଥିଲେ "କ୍ଯାଵିନ ପକା ଦଳ,ବେପାରୀ ଦଳ" । ତୋର ପ୍ରାର୍ଥୀ ହେବା ଦାୟିତ୍ଵ ମୋ'ର । ନିର୍ବାଚନ ମଣ୍ଡଳୀ ଯାଇ ଲୋକ ସମ୍ପର୍କ ରଖେ , ଶାରଦା ଠୁ ନେଇଯାଆ ।  ଅପମାନିତ ଯୁବନେତା କୌଣସି ପ୍ରତିବାଦ ନକରି , ଶାରଦା ମହାନ୍ତିଙ୍କୁ ଦେଖା ନକରି ଫେରି ଆସିଲା । ପଛେ ପଛେ ଶାରଦା ବାବୁ ଧାଇଁ ଆସି ଗୋଟିଏ ଲଫାପା ବଢେଇଲେ ,ସେ ନେବାକୁ ମନା କରିବାରୁ ଶାରଦା ବାବୁ କହିଲେ ,ଵୁଢା ଯାହା ଦେଇଛି ,ନ ନେଲେ ତୁମ ଭବିଷ୍ୟତ ଖରାପ ହେବ ।  ଯାହା ହେବ,ଦେଖାଯିବ କହି ଫେରି ଆସିବାବେଳେ  କମ୍ୟୁନିଷ୍ଟ ପାର୍ଟି ଯୁବନେତା ଅକ୍ଷୟ ପ୍ରଧାନ , ବରେଣ୍ୟ ଲୋକନାଥ ଚୌଧୁରୀ ଅଟକେଇ କ'ଣ ହେଲା ବୋଲି ପଚାରିଲେ । ଯେହେତୁ ଅକ୍ଷୟ ପ୍ରଧାନ ଓ ସମ୍ପୃକ୍ତ ଯୁବନେତା ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ସେହେତୁ ସେ ସମସ୍ତ ଘଟଣା ବର୍ଣ୍ଣନା କରିବା ପରେ ଦୁହେଁ କହିଲେ ଶାରଦା ମହାନ୍ତି ଯାହା କହିଛନ୍ତି, ଠିକ୍ କହିଛନ୍ତି । ଯୁବନେତା ନିଜର ମତ ରଖି ଠିକ୍ ଶାରଦା ମହାନ୍ତିଙ୍କୁ କହିଥିବା ଉତ୍ତର ପୁନରାବୃତ୍ତି କରି ଫେରି ଆସିଥିଲେ । ଏହା ପରେ ନବ ଗଠିତ ଜନତା ଦଳ କ୍ଷମତା ରାଜନୀତିରେ ବହୁତ ଘଟଣା ଘଟିଲା  ।  ସଂସଦୀୟ ବୋର୍ଡ ୧୯ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ଗଣମାଧ୍ୟମ କୁ ଦେଇଥିଲେ । କିଭଳି ପ୍ରାର୍ଥୀ ତାଲିକା ପରିବର୍ତ୍ତନ ହେଲା ଓ କିଭଳି ରବି ରାୟ, ସମରେନ୍ଦ୍ର କୁଣ୍ଡୁ ଓ ଭବାନୀ ଶଙ୍କର ହୋତା ଦଳୀୟ ପ୍ରାର୍ଥୀ ହେଲେ, ତାହା ଅନାଲୋଚିତ । ସେହି ନିର୍ବାଚନରେ ବିଜୁବାବୁଙ୍କ ବିରୋଧ ସତ୍ତ୍ଵେ  ଏହି ତିନି ଜଣ ବିଜୟୀ ହୋଇ ସ୍ଵକୀୟ   ପ୍ରତିଭାର ପରିଚୟ ଦେଇ ଥିଲେ । ଅନେକ ଅନାଲୋଚିତ ବିବଦମାନ ଘଟଣା ଇତିହାସରେ ଲୁଚିଯାଇଛି ସତ୍ୟ ମାତ୍ର ଡାକ୍ତର ରାଉତଙ୍କ ସେ ଟିପ୍ପଣୀ  ପ୍ରାସଙ୍ଗିକତାକୁ ବହନ କରେ । ସେହି ସମୟରେ ବିଜେପି ସମ୍ପର୍କରେ  ଏବଂ ଅତୀତରେ ଦଳରୁ ବିଦାହେଵା ପୂର୍ବରୁ ଅନେକ ଟିକ୍କା ଟିପ୍ପଣୀ ଦେଇଥିଲେ ଏହି ସ୍ବଘୋଷିତ   ବିଜୁ ବିଚାର ମହାମନ୍ତ୍ରର  ଅନନ୍ୟ  ଉଦ୍ ଘୋଷକ।  ପରବର୍ତ୍ତୀ ସମୟରେ ବିଜେପି ସହିତ ସମ୍ପର୍କ ବିଛିନ୍ନ କରି ଦେଇଆସୁଥିବା ମତ ଓ ମନ୍ତବ୍ୟ କୁ ଉପଜିବ୍ୟ କରି ଆଜିର  ପ୍ରଦୂଷିତ କ୍ଷମତା ରାଜନୀତିର କେତେକ ଅନାଲୋଚିତ ତଥ୍ୟ ସାର୍ବଜନୀନ କରିବା ହିଁ ଏହି ଉପସ୍ଥାପନର ଉଦ୍ଦେଶ୍ୟ । ସଂସଦୀୟ ପରିଷଦ ବା ପାର୍ଲ୍ୟାମେଣ୍ଟାରୀ ବୋର୍ଡ଼ ଅଧ୍ୟକ୍ଷ ଭଜମନ ବେହେରାଙ୍କ ପରିବର୍ତ୍ତେ ବିଜୁ ବାବୁଙ୍କ ପ୍ରାର୍ଥୀତ୍ବ ଘୋଷଣାକୁ ନୀତିଗତ ଭାବରେ ବିରୋଧ କରି ସମ୍ପୃକ୍ତ ଯୁବନେତାଙ୍କୁ ବିଜୁ ବାବୁଙ୍କ ଇଙ୍ଗିତରେ ସୂର୍ଯ୍ୟ ବହିଦାର, ନରେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ମହାପାତ୍ର ପ୍ରଭୃତି ୨୦/୨୫ ଜଣ ହୋହାଲ୍ଲା କରିଥିଲେ । ଅପମାନିତ ଯୁବ ନେତା ସେଠାରୁ ଭଜମନ ବେହେରାଙ୍କ ସରକାରୀ ବାସଭବନ ( ଏବେ ତାହା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନାଙ୍କ ସରକାରୀ ବାସଭବନ)କୁ ଆସି ଦେଖିଲେ ଯେ ପ୍ରାର୍ଥୀତ୍ବରୁ ବଞ୍ଚିତ ସମ୍ମାନନୀୟ ରବି ରାୟଙ୍କ ଆଖିରେ ଲୁହ, ତାଙ୍କ ଚାରିପାଖରେ ବସିଛନ୍ତି ସମ୍ମାନନୀୟ ବାଙ୍କ ବିହାରୀ ଦାସ, ତ୍ରିଲୋଚନ କାନୁନଗୋ, ଅନଙ୍ଗ ଉଦୟ ସିଂହଦେଓ,ବିବେକ ମେହେର, ଅନାଦି ଚରଣ ଦାସ, ଭଜମନ ବେହେରା ପ୍ରମୁଖ । ସମ୍ପୃକ୍ତ ଯୁବନେତା ରବି ରାୟଙ୍କ ଆଖିରେ ଲୁହ ଦେଖି ନିଜକୁ ନିୟନ୍ତ୍ରଣ ରଖିପାରିଲେ ନାହିଁ ଏବଂ ବିଜୁ ବାବୁଙ୍କ ସମ୍ମୁଖରେ କରିଥିବା ପ୍ରତିବାଦ ଓ ତତ୍ ପରବର୍ତ୍ତୀ ଗୁଣ୍ଡାଗିରି ସମ୍ପର୍କରେ ସୂଚନା ଦେଇ କହିଲେ ଯେ ସେ ଦିଲ୍ଲୀ ଯିବେ ଏବଂ ସମସ୍ତ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଅଭିଯୋଗ କରିବେ । ସମସ୍ତେ ପ୍ରସ୍ତାବକୁ ଠିକ୍ ବୋଲି କହି ଜଣଜଣ ହୋଇ ଉଠି ଚାଲିଗଲେ । କେମିତି ଦିଲ୍ଲୀ ଯିବେ , କୋଉଠୁ ଟଙ୍କା ଆଣିବା ଚିନ୍ତା କରି କୌଣସି ଉପାୟ ନ ପାଇ ଶେଷରେ  ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ ରେ ରହୁଥିବା ନବବିବାହିତା ପତ୍ନୀ ଙ୍କୁ କହିବା ପରେ ସେ ତାଙ୍କ କାନଫୁଲ ଦୁଇଟି ଦେଇ କହିଲେ ଏହାକୁ ବିକି ତୁମେ ଦିଲ୍ଲୀ ଯାଅ । ସମ୍ପୃକ୍ତ ଯୁବନେତା ଏହାକୁ ଏଚ ଏଲ ଜୁଏଲେରୀରେ ବିକି ପୁରୁଷୋତ୍ତମ ଏକ୍ସପ୍ରେସ ରେ ସାଧାରଣ ବଗିରେ ଦିଲ୍ଲୀ ଯାଇ ସାଂସଦ ଅନାଦି ଚରଣ ଦାସ ଙ୍କ ୧୪୭ ସାଉଥ୍ ଏଭିନ୍ୟୁ ଘରେ ରହିଲେ । ତତ୍ ପରଦିନ ସକାଳେ ଭିପି ସିଂହ ଙ୍କ ବାସଭବନ କୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରୁଥିବା ସମୟରେ ଶରଦ ଯାଦବ ଓ ପଛେ ପଛେ ରାମ ବିଳାସ ପାଶ୍ବାନ ଆସି ପହଞ୍ଚି ସମସ୍ତ ଘଟଣା ଶୁଣିଲେ । ପ୍ରଥମେ ଶରଦ ଯାଦବ କହିଲେ ଯେ ଓଡିଶା ପାର୍ଲ୍ୟାମେଣ୍ଟାରୀ ବୋର୍ଡ଼ ଦେଇଥିବା ତାଲିକା ପରିବର୍ତ୍ତନ ହେବ ଓ ରବି ରାୟ ନିଶ୍ଚିତ ପ୍ରାର୍ଥୀ ହେବେ । ଠିକ୍ ଏହି ସମୟରେ ଜର୍ଜ ପର୍ଣ୍ଣାଡିସ ଆସି ପହଞ୍ଚିଲେ ଏବଂ ତାଙ୍କୁ ପାଶ୍ବାନ ସମସ୍ତ କଥା କହିବା ପରେ ସେ କହିଲେ ଭବାନୀ ଶଙ୍କର ହୋତାଙ୍କ ନାମ ଅଛି କି ନାହିଁ ?  ଯୁବନେତା ମନା କରି କହିଥିଲେ ଯେ ସେଠାରୁ ବିଜୟ ମହାନ୍ତିଙ୍କ ନାମ ସୁପାରିଶ ହୋଇଛି ।  ସମରେନ୍ଦ୍ର କୁଣ୍ଡ ଙ୍କ ପ୍ରାର୍ଥୀତ୍ବ ? ସମ୍ପୃକ୍ତ ଯୁବନେତା କହିଲେ ବାଲେଶ୍ଵରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଙ୍କ ନାମ ସୁପାରିଶ ହୋଇଛି । ଫର୍ଣ୍ଣାଡିସ୍ ରାଗିକି ଭିପି ଙ୍କୁ କହିଥିଲେ  ନୋ ,ନୋ , ନଟ୍ ଆଟଅଲ୍ କହି ଉଠି ଚାଲିଗଲେ । ସମ୍ପୃକ୍ତ ଯୁବନେତାଙ୍କୁ ଭିପି ସିଂହ ଅତ୍ୟନ୍ତ ଭଲ ପାଉଥିଲେ । ବିଶେଷ କରି  ବୋଫର୍ସ ଘଟଣା ରେ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ ଆହ୍ଲାବାଦ ସଂସଦୀୟ ଆସନରୁ ଇସ୍ତଫା ଦେବା ପରେ ହୋଇଥିବା ଉପନିର୍ବାଚନରେ ଭିପି ସିଂହ ପ୍ରାର୍ଥୀ ହେବା, ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଭିପିଙ୍କୁ ନିର୍ବାଚନ ରେ ହରାଇଦେବା ପାଇଁ ସକଳ ଅପଚେଷ୍ଟା କରିଥିଲେ । ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ସ୍ତ୍ରୀ ଲଳିତା ଶାସ୍ତ୍ରୀ ଯେହେତୁ ଭିପି ଙ୍କୁ ପୁଅ କରିଥିଲେ, ସେହେତୁ ରାଜୀବ ଗାନ୍ଧୀ ଲାଲ୍ ବା‌ହାଦୁର ଶାସ୍ତ୍ରୀଙ୍କ ମଝିଆଁ ପୁଅ  ସୁନୀଲ ଶାସ୍ତ୍ରୀଙ୍କୁ କଙ୍ଗ୍ରେସ ଦଳର ପ୍ରାର୍ଥୀ କରାଇବା,୭୮ ଜଣ ସ୍ବାଧୀନ ପ୍ରାର୍ଥୀ ଠିଆ କରାଇବା ଏବଂ ବହୁଜନ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା କାଂଶିରାମଙ୍କୁ ପ୍ରଭାବିତ କରି ପ୍ରାର୍ଥୀ କରାଇବା ଏବଂ ସେହି ସମୟରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ " ରାମାୟଣ"ରେ ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଓ ଚଳଚ୍ଚିତ୍ର ଅଭିନେତା ରାଜେଶ ଖାନା ଆଦି ଅନେକ ଅଭିନେତା/ ଅଭିନେତ୍ରୀ ରାଜୀବ ଗାନ୍ଧୀଙ୍କ ଗୁଣଗାନ କରି ପ୍ରଚାର କରୁଥିବା ସମୟରେ ଭିପି ମଟର ସାଇକେଲରେ ବସି ନିର୍ବାଚନ ପ୍ରଚାର କରୁଥିଲେ  । ସେହି ଗାଡ଼ିକୁ ଚଲାଇବାର ସୁଯୋଗ ଏକ ଆକସ୍ମିକ ଘଟଣାକ୍ରମରେ ପାଇଥିଲେ ଏହି ଯୁବନେତା ।  ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ପଡ଼ିଆରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା , ଯେଉଁ ସଭାକୁ ସମ୍ବୋଧିତ କରିବା ପାଇଁ ଭାରତର ବିଭିନ୍ନ ଦଳର ପ୍ରତିଷ୍ଠିତ ଜନନେତା ଯଥା ଜାତୀୟ ସାମ୍ମୁଖ୍ୟ ( National Front) ଅଧ୍ୟକ୍ଷ ଏନ ଟି ରାମାରାଓ,ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ,ହରକିଶନ ସୁରଜିତ,ଏ ରାଜା,ଦେବୀ ଲାଲ୍, ରାମକୃଷ୍ଣ ହେଗେଡ, ରାମବିଳାଶ ପାଶୱାନ,ଶରଦ ଯାଦବ,ଅରୁଣ ନେହେରୁ ପ୍ରମୁଖ ନେତୃମଣ୍ଡଳୀ ।  ନେତା ମାନଙ୍କ ଆଗମନ ପୂର୍ବରୁ ସଭାକୁ ସମ୍ବୋଧନ କରିବାକୁ ଆହ୍ଲାବାଦର ଯୁବନେତା ,ଯୁବ ଅଧିବକ୍ତା ପ୍ରବୀଣ କୁମାର ଉକ୍ତ ଯୁବନେତାଙ୍କ ନାମ ଘୋଷଣା କରିଦେବା ପରେ ଉକ୍ତ ଯୁବନେତା ସମ୍ବୋଧନ କରୁଥିବା ସମୟରେ ନେତୃମଣ୍ଡଳୀ ଆସି ପହଞ୍ଚିବାରୁ ଭାଷଣ ବନ୍ଦ କରି ଯୁବକର୍ମୀମାନେ ବିଭିନ୍ନ ନେତାଙ୍କ ନାମ ନେଇ ଜିନ୍ଦାବାଦ ପକାଇବା ସହିତ ସ୍ବାଗତ କରୁଥିଲେ । ସମସ୍ତ ନେତୃତ୍ବମାନେ ମଞ୍ଚାସୀନ ହେବା ପରେ ରାମଧନ ସଭାକୁ ସମ୍ବୋଧିତ କରିବାକୁ ଯିବା ସମୟରେ ଭିପି  ସିଂହ କହିଲେ " ଉନକୋ ବୋଲେନ ଦୋ" । ଅତଏବ ଅଣ ହିନ୍ଦୀ ଭାଷୀ ଏହି ଯୁବ ନେତାଙ୍କ ଗୋଡ଼ ଥରିବାକୁ ଲାଗିଲା , କାରଣ ଲକ୍ଷାଧିକ ଜନସମାଗମ, ଅପର ପକ୍ଷରେ ହିନ୍ଦୀ ଭାଷାରେ ଦୁର୍ବଳତା , ମଞ୍ଚରେ ଦେଶର ବିରୋଧୀ ଦଳ ମାନଙ୍କର ପ୍ରାୟତଃ ସବୁ ବଡ଼ ବଡ଼ ନେତାମାନଙ୍କ ସମ୍ମୁଖରେ କେମିତି ବକ୍ତବ୍ୟ ରଖିବାକୁ ପଡିବ ଭାବି ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଯେଉଁ ବକ୍ତବ୍ୟ ରଖିଥିଲେ , ଉପସ୍ଥିତ ନେତା ଓ ଲକ୍ଷାଧିକ ଶ୍ରୋତାଙ୍କ ତାଳି ମାଡରେ ସଭା ହୋଇଥିଲା ପ୍ରକମ୍ପିତ ।
କ୍ରମଶଃ

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

-------
ବିଗତ ଚାରି ଦଶନ୍ଧି ଧରି ଆମେ କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ଭଳି ଗୋଟିଏ ଵାକ୍ୟକୁ କହି ଓ ଲେଖିଆସିଛୁ ଯେ ଏଯାବତ୍ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । କାରଣ ଦର୍ଶାଇ କହି ଲେଖି ଆସିଛୁ ଯେ " ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସେ ସ୍ବଭାବିକ ଭାବେ ନିଜକୁ ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ମସିଲିପ୍ତ କରିଥାଏ ।" ତାହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ବ୍ରିଟିଶ ଜାତିର ଦାୟାଦ ଓ ଓଡ଼ିଆ ଵିଦ୍ଵେଷୀ ଭଗାରି ଜାତିର ଲୋକମାନେ  ଯେଉଁ ଇତିହାସ ଲେଖିଥିଲେ , ତାହାକୁ  ସ୍ବତନ୍ତ୍ର ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଆମର ଐତିହାସିକମାନେ ଅନୁସରଣ କଲେ ଏବଂ  ତାହାକୁ "ଶାଗ ବଡ଼ି ଥୋଡ଼ି, ବଡ଼ି  ଥୋଡି ଶାଗ" ଲେଖା ଲେଖି ଉପାଧି (ପିଏଚଡ଼ି,ଡିଲିଟ୍) ମଣ୍ଡିତ ହୋଇ  ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ ସମ୍ମାନ ସାଉଁଟିଲେ । ୧୯୨୦ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଗବେଷକ, ଐତିହାସିକ ତଥା ବିଶ୍ବମଣି ପଣ୍ଡିତ ଗୋପବନ୍ଧୁଙ୍କ ଘନିଷ୍ଠ ସାଙ୍ଗ,ସହଯୋଗୀ , ପ୍ରବୀଣ ଅଧିବକ୍ତା ଜଗବନ୍ଧୁ ସିଂହଙ୍କ " ପ୍ରାଚୀନ ଉତ୍କଳ" କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଗଲା ନାହିଁ କି ତାହା ଗବେଷଣାର ଭିତ୍ତି କରାଗଲା ନାହିଁ । ଏପରିକି ଆମର ସାରସ୍ଵତ ପରିଚିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ତିଥି,ସାଲ, ତାହା ଆଧାରରେ ମସିହା, ତାରିଖ ନିର୍ଣ୍ଣୟ ଏପର୍ଯ୍ୟନ୍ତ କରାଯାଇ ପାରିଲା ନାହିଁ ।  କେତେକ ତାଙ୍କ ଜୀବନ କାଳ ୧୬୭୦ ରୁ ୧୭୪୦ କହିଯାଇଥିବା ବେଳେ କେତେକଙ୍କ ମତରେ ଏହା ୧୬୮୦ ରୁ ୧୭୨୦ । ସେହିପରି ତିଥି ମଧ୍ୟ ଭିନ୍ନ ଭିନ୍ନ । ସାମ୍ପ୍ରତିକ ସମୟରେ ଆମ ଭାଷାରେ ଜଣେ ପ୍ରାଜ୍ଞ, ଜନାଦୃତ ପ୍ରବଚକ, ଗବେଷକ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଙ୍କ ମତରେ ଶ୍ରୀପଞ୍ଚମୀ ତିଥି ତ କେତେକ ଙ୍କ ମତରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ।   ଆମର ସୀମିତ ଜ୍ଞାନ ଆଧାରରେ ଗର୍ବର ସହିତ କହିପାରୁ ଯେ କବି ସମ୍ରାଟ ହିଁ ବିଶ୍ଵର ସର୍ବ ଶ୍ରେଷ୍ଠ କବି ।  ବିଶ୍ଵର ଯେତେ ଶ୍ରେଷ୍ଠ କବି ଭାବେ ପରିଚିତ, ସେମାନେ ପ୍ରାୟତଃ ଏକ ଅବା ଦ୍ବିଧର୍ମୀୟ କବି ମାତ୍ର, କବି ସମ୍ରାଟ ସର୍ବାନ୍ତକରଣରେ କଵି । ରୀତି ଯୁଗର ଏହି ଶ୍ରେଷ୍ଠ କବିଙ୍କ ସମ୍ପର୍କରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ କହିଯାଇଛନ୍ତି -" ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ,ପଥ ପ୍ରାନ୍ତେ ହୃଷ୍ଟ ମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଶା ,ନୃତ୍ୟରଙ୍ଗେ ବାରଙ୍ଗନା " । ଆମର ପୂର୍ବ ଆଲେଖ୍ୟ ଅନୁସାରେ ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ । ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ  । ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ 'ରଘୁନାଥ ବିଳାସ' ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ । ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ୱାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ୱିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ, ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ ।
କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ । ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା ବୀରବର ,ମଙ୍ଗରାଜ,କବିସାର୍ବଭୌମ
କବିକୁଳକେଶରୀ,ବୀରବର ପଦ ଉପଇନ୍ଦ୍ର ମୋର ନାମ ।ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ "।
କାବ୍ୟକବିତା ଲେଖି ଉପେନ୍ଦ୍ର ସମଗ୍ର ଉତ୍କଳରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ "ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ 'ବୀରବର' ଉପାଧିରେ ଭୂଷିତ କରୁଛି"। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ । ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ "ରସକଲ୍ଲୋଳ" କାବ୍ୟଟିକୁ ସମ୍ପୁର୍ଣ୍ଣ ରୁପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ହେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ "ରସକଲ୍ଲୋଳ" କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢିଲେ, ତାପରେ ହସି ହସି କହିଲେ - "ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ "କ" ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା "କଳକଲ୍ଲୋଳ" ବା "କୃଷ୍ଣକଲ୍ଲୋଳ" ରଖିଥିଲେ ଭଲ ହୋଇଥାନ୍ତା"।
ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ" ନାମରେ କବିତାଟିଏ ଲେଖିଲେ ଯାହାର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ। ଚିର ବନ୍ଦନୀୟ ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ୱାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବାଦ୍ୱାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ । କବି ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଅଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା ଉତ୍କଳ ଦୀପିକାରେ ୧୮୬୬ ମସିହାରେ ଛପାଯାଇଥିଲା  ।“ ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଅଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରକାଶିତ କବି ରଚିତ ୨୦/୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ । କବି ସମ୍ରାଟ ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ. ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା ।
ବଇଦେହୀଶ ବିଳାସ ନାମ ଗୀତ ବ' ଆକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ ।
ଆଲେଖ୍ୟକୁ ଆଉ ଦୀର୍ଘ ନ କରି  ଆମ ଭାଷା ଜନନୀଙ୍କ ସର୍ବାନ୍ତକରଣରେ ପ୍ରଭାବଶାଳୀ ସନ୍ତାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ଓ ଆଶୀର୍ବାଦ ଭିକ୍ଷା କରୁଛୁ ଯେ ସେ ଆମକୁ ତାଙ୍କୁ ପଢିବାକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।

ଏକ ମହତ୍ତ୍ୱପୂର୍ଣ୍ଣ ଦିବସ

---------------
ଇଂରାଜୀ ଦିନ ପଞ୍ଜିକା ଓ ଆମର ଓଡିଆ ପାଞ୍ଜି ଆଧାରରେ ଆଜି ପ୍ରତ୍ୟେକ ଓଡ଼ିଆ ମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିବସ । ଆଜି ମାଘ ଶୁଳ୍କ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ, ଅତିବଡ଼ି ଜଗନ୍ନାଥ ଦାସ ଓ ଆଦି କବି ସାରଳା ଦାସ ଙ୍କ ଶ୍ରାଦ୍ଧ ତିଥି, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ପବିତ୍ର ଜୟନ୍ତୀ ତିଥି । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ମାଘ ଶୁକ୍ଳ ସପ୍ତମୀ ବା ରଥ ସପ୍ତମୀ ଅବା ସୂର୍ଯ୍ୟ ଙ୍କ ଜୟନ୍ତୀ, ଯାହା ସୂର୍ଯ୍ୟ ସପ୍ତମୀ ଓ କେତେକଙ୍କ ଭାଷାରେ ଅଚଳା ସପ୍ତମୀ,ରଥ ଆରୋଗ୍ୟ ସପ୍ତମୀ ଭାବେ ପାଳନ କରାଯାଏ । ଆମେ ଏହି ଦିନ ପବିତ୍ର ଚନ୍ଦ୍ରଭାଗା ସ୍ନାନ ଓ ମା'କାଳିଜାଇ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଆମର ଆଦି କବି ତଥା "ଓଡ଼ିଆ ମହାଭାରତ"ର ରଚୟିତା ସାରଳା ଦାସ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଶ୍ରାଦ୍ଧ ଦିବସ । ଆଜି ମଧ୍ୟ ଅଭିନବ ଭକ୍ତି ରସାତ୍ମକ କାବ୍ୟ ଓ କୋମଳ ପଦାବଳୀ ଅମୃତ ସୃଷ୍ଟି ସମୂହ ର ସ୍ରଷ୍ଟା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ପବିତ୍ର ଜୟନ୍ତୀ ତିଥି । ଆଜି ମଧ୍ୟ ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ସୁରକ୍ଷା ଅଭିଯାନର ମହାନ୍ କାଣ୍ଡାରୀ ତଥା ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତି ଯୋଦ୍ଧା ଗୋବିନ୍ଦ ମାହୁନ୍ତଙ୍କ ଜୟନ୍ତୀ । ଆଦିକବି , ବିଦଗ୍ଧ କବି ,ସନ୍ଥକବି ଓ ଆମର ପ୍ରିୟ ଗୋପବନ୍ଧୁ ଓରଫ୍ ଗୋବିନ୍ଦ ମାହୁନ୍ତଙ୍କ  ଅମ୍ଲାନ ସ୍ମୃତି ପ୍ରତି କୋଟି ପ୍ରଣାମ ଜଣାଉଛୁ ।  ଇଂରାଜୀ ତାରିଖ ଆଧାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦିବସ ।ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ବା କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଇ ଆସୁଛି ।  ଆଜି ପିଢ଼ି ପରେ ପିଢି ଓଡିଆଙ୍କ ପାଇଁ  ଆମର ଅସ୍ମିତା ଓ ସ୍ବାଭିମାନର ପ୍ରତିଭୂ ,ଭାରତ ଗୌରବ ମଧୁସୂଦନଙ୍କୁ ଇନ୍ଦ୍ରଦ୍ୟୁମ୍ନ ସଂସ୍କୃତି ଆଧାରରେ ଶ୍ରାଦ୍ଧ ଦେବା ଏକାନ୍ତ ଅପରିହାର୍ଯ୍ୟ  । ତାଙ୍କର ଅସୀମ ଅବଦାନ ଓ ଆହ୍ବାନ ସମୂହର ସ୍ମୃତି ଚାରଣ କରିବା ମଧ୍ୟ ଆମର ସାଂସ୍କୃତିକ ଅଲଙ୍ଘନୀୟ କର୍ତ୍ତବ୍ୟ । ସେହିପରି ପୂଜ୍ୟ ପୂଜା ସଂସ୍କୃତି ଆଧାରରେ ଖାଣ୍ଟି ଓଡ଼ିଆ , ଯଶସ୍ଵୀ ସାରସ୍ଵତ ସାଧକ, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ଅଧ୍ୟକ୍ଷ , ପ୍ରବୀଣ ଶିକ୍ଷାବିତ୍ ପ୍ରାଚାର୍ଯ୍ୟ ପଠାଣି ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ମଧ୍ୟ ଅନ୍ୟତମ କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ । ପ୍ରତିଭା ପୂଜନ ମଧ୍ୟ ଆମ ଓଡ଼ିଆ ମାନଙ୍କର ପାତାଳଭେଦୀ ସଂସ୍କୃତି ଆଧାରରେ  ଅନେକ କୀର୍ତ୍ତି ଓ କୃତି ସ୍ରଷ୍ଟା , ବିଶେଷ କରି ଜଣେ ବ୍ୟକ୍ତି ନୁହନ୍ତି ,ଆମ ଭାଷାରେ ଏକ ଅନୁଷ୍ଠାନ, ଏକ ଆଗ୍ନେୟ ଆହ୍ଵାନ,ଏକ ସମ୍ବେଦନଶୀଳ ଉଚ୍ଚାରଣ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ବିବେକ , ଅତୁଳନୀୟ ଓଡ଼ିଆ ବୁଦ୍ଧିବାଦୀ ,କଳି ହୋଇପାରୁ ନଥିବା ଅନେକ ଦିବ୍ୟଗୁଣ ସମୂହର ଅଧିକାରୀ, ଯାହାଙ୍କ ବ୍ୟକ୍ତିତ୍ଵର ସୌରଭ ମହମହ ବାସ୍ନାରେ ମହକିତ , ସେହି ମହାନ୍ ଓଡିଆ ଇଂ ଡଃ ରାଜେନ୍ଦ୍ର ନାରାୟଣ ଦାସଙ୍କ ଶୁଭ ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଇବା ମଧ୍ୟ ସଂସ୍କୃତି ସମ୍ପନ୍ନ କର୍ତ୍ତବ୍ୟ କର୍ମ ବୋଲି ବିଚାର କରୁ ।  ଆଜି ବିଶ୍ବ କର୍କଟ ଦିବସ ଅବସରରେ ବ୍ୟକ୍ତିଗତ ଭାବେ ଆମେ ଆମର ଏକମାତ୍ର ଅଲିଅଳି କନ୍ୟା ଡଃ ସୀମାଦ୍ରୀ ଶୁଭଦର୍ଶିନୀ (ଗୁଡୁଲି)କୁ ଶୁଭାଭିନନ୍ଦନ, ଶୁଭାଶୀର୍ବାଦ, ଶୁଭକାମନା ଜଣାଇଛୁ। ଦୀର୍ଘ ସାତବର୍ଷ ଧରି ସେ କର୍କଟ ରୋଗ ଉପରେ ଗବେଷଣା କରିଆସୁଛି । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ,( ଆଇ ଆଇ ଏସ ସି)(IISC),ବାଙ୍ଗାଲୋରରେ ପ୍ରଧାନମନ୍ତ୍ରୀ ଗବେଷଣା ଯୋଜନା ଚୟନ ପ୍ରକିୟାରେ ସଫଳତାର୍ଜନ କରି ଗବେଷଣାରେ ସଫଳତା ପାଇ, ଉଚ୍ଚତର ଗବେଷଣା ନିମନ୍ତେ ଟରୋଣ୍ଟୋରେ ସଫଳତା ଲାଭ କରି , ଅଧୁନା ପୁନଃ ଗବେଷଣା ଜାରି ରଖିଛି । ବାସ୍ତବରେ ଅନେକ ଭୁଲ୍ ସୂଚନା ଏବଂ ଅନ୍ଧବିଶ୍ୱାସକୁ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଠିକ୍ ସମୟରେ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥାଏ।  ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗ ହୋଇଥାଏ। ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି।  କର୍କଟଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଲାଗି କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି ।କର୍କଟ ରୋଗ ଚିହ୍ନଟ ପରେ ତା’ ସହ ଲଢ଼ିବା ପାଇଁ  ସମ୍ପାନ ବା ସେମିନାର,  ଜନ ଜାଗରଣ ଅଭିଯାନ ବା କ୍ୟାମ୍ପେନ୍‌, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇ ଆସୁଛି । ଅତଏବ ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗଠାରୁ ଦୂରେଇ ରହିବା ସହ ଏହାକୁ ପରାସ୍ତ କରିବା ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା। ବିଶ୍ୱରେ କର୍କଟ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ୨୦୨୦ରେ ଏହି ମୃତ୍ୟୁ ହାର ପ୍ରାୟ ୧ କୋଟି ଛୁଇଁଥିଲା। ସେହିପରି ଭାରତରେ ମଧ୍ୟ ୨୦୨୨ରେ କର୍କଟ ରୋଗଜନିତ ମୃତ୍ୟୁ ହାର ୧୯ ରୁ ୨୦ ଲକ୍ଷ ଥିଲା। ଆନ୍ତର୍ଜାତିକ କର୍କଟ ଗବେଷଣା ସଂସ୍ଥା ବା ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନସର(IARC)  ତଥ୍ୟ ବା ରିପୋର୍ଟ ଅନୁସାରେ, ୨୦୨୨ରେ ବିଶ୍ବରେ ୨୦ ମିଲିୟନ ଲୋକ କ୍ୟାନସରେ ପୀଡିତ ହୋଇଥିଲେ ଏବଂ ୯.୭ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି କର୍କଟ ରୋଗ ଚିହ୍ନଟ ପରେ ୫ ବର୍ଷ ମଧ୍ୟରେ ଜୀବିତ ଥିବା ଲୋକଙ୍କ ସଂଖ୍ୟା ୫୩.୩ ମିଲିୟନ ଥିଲା । ୨୦୫୦ରେ ବିଶ୍ବରେ ୩୫ ମିଲିୟନ ଲୋକେ କର୍କଟ ରୋଗୀରେ ପୀଡିତ ହେବା ନେଇ ପୂର୍ବାନୁମାନ କରାଯାଉଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ୨୦୨୨ ଭାରତରେ କ୍ୟାନସରେ ମାମଲାରେ ଅହେତୁକ ବୃଦ୍ଧି ହୋଇଥିଲା । ୨୦୨୨ରେ ଦେଶରେ ୧୪.୧  ଲକ୍ଷ ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୯.୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାସ୍ତବ କଥା ହେଉଛି ଏକ ସୁସ୍ଥ ଜୀବନଶୈଳୀ ବା ହେଲ୍‌ଦି ଲାଇଫଷ୍ଟାଇଲ ଆପଣାଇ କର୍କଟ ବା କ୍ୟାନସର ଭଳି ମାରତ୍ମକ ରୋଗର ସମ୍ଭାବନାକୁ କମ୍ କରାଯାଇପାରେ । ଏଥିପାଇଁ ଠିକ୍ ସମୟରେ ଶୋଇବା, ଉଠିବା, ସନ୍ତୁଳିତ ଆହାର ଭୋଜନ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଏଭଳି କରିବା ଦ୍ବାରା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ନାହିଁ ବରଂ ସୁସ୍ଥ ଜୀବନ ଜୀଇଁବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଯଦି ଆପଣଙ୍କ ଠାରେ କ୍ୟାନସରର କୌଣସି ଲକ୍ଷଣ ଦେଖାଯାଏ, ତାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । କ୍ୟାନସର ସ୍କ୍ରିନିଂ ସାହାଯ୍ୟରେ ଏହି ରୋଗର ଚିହ୍ନଟ ହୋଇପାରିବ । ଠିକ୍ ସମୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ, ଏହି ରୋଗକୁ ନିଶ୍ଚିତ ଭାବେ ପରାସ୍ତ କରାଯାଇପାରିବ , ଏହା ଆମର କନ୍ୟା ଗୁଡୁଲିର ଦାମ୍ଭିକ ଅଭିବ୍ୟକ୍ତି ।

ତ୍ରିନାଥ ମେଳା

--------
କେଉଁ ଅନାଦି ଅନନ୍ତ କାଳରୁ " ତ୍ରିନାଥ ମେଳା" ଓଡ଼ିଆ ଆଧ୍ୟାତ୍ମିକ ସଂସ୍କୃତି ର ଏକ ପ୍ରମୁଖ ଅଙ୍ଗ ହୋଇଆସିଛି ଏବଂ ଏହା ପୂର୍ବଜ ମାନଙ୍କ ର ପରବର୍ତ୍ତୀ ପିଢ଼ି ମାନଙ୍କ ପାଇଁ ଏକ ସାମାଜିକ ମାର୍ଗ ଦର୍ଶିକା ବୋଲି ଆମର ସ୍ବଳ୍ପ ଅଧ୍ୟବସାୟ ଆଧାର ରେ ସ୍ଵକୀୟ ମତାମତ ଉପସ୍ଥାପନ ପୂର୍ବକ କିଛି ତଥ୍ୟ ଏଠାରେ ସନ୍ନିବେଶିତ କରୁଛୁ । ଆମ ଭାଷାରେ ୧୫୬୮ ପରେ ଯେପରି ଓଡ଼ିଆ ଜନଜୀବନ ର ପ୍ରତି କ୍ଷେତ୍ରରେ ଉଲ୍ଲେଖନୀୟ ଅବକ୍ଷୟ ପରିଲକ୍ଷିତ ହୁଏ, ଠିକ୍ ସେହିପରି ଏହି ଆଧ୍ୟାତ୍ମିକ ଚେତନା ର ପରିପାଳନ ରେ ବିଚିତ୍ର ବିରୋଧାଭାସ ଦେଖିବାକୁ ମିଳିଥାଏ ।  ପୂର୍ବଜ ମହାନ୍ ଓଡ଼ିଆ ମାନେ ସାମାଜିକ ଦର୍ଶନ କୁ ଯେପରି ଆଧ୍ୟାତ୍ମିକ ଚେତନା ସହିତ ସନ୍ନିବେଶିତ କରିଯାଇଛନ୍ତି, ଠିକ୍ ସେହିପରି ନ୍ୟାୟ ରୁ " ତ୍ରିନାଥ ମେଳା" ର ସୃଷ୍ଟି ।  ଅବକ୍ଷୟୀ ଆଧାର ରେ ଏହା ଏବେ ଆହରଣୀୟ ଦର୍ଶନ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପରିବର୍ତ୍ତେ ସର୍ବସାଧାରଣ ରେ ଗଞ୍ଜେଇ ସେବନ ପାଇଁ ସାମାଜିକ ସ୍ବୀକୃତି ଅର୍ଜନ କରିଛି ।  ବାହାରେ ଗଞ୍ଜେଇ ସେବନ କଲେ ଲୋକେ ଘୃଣା କରି ଗଞ୍ଜଡ ସମ୍ବୋଧନ କରିବାର ସମ୍ଭାବନା ଥିବାରୁ , ତ୍ରିନାଥ ମେଳା କରି ଗଞ୍ଜେଇ ଟାଣିଲେ ଏହାକୁ ପ୍ରସାଦ ସେବନ ର ମାନ୍ୟତା ମିଳିଥାଏ । ଆମେ ଯଦି ଏଥିରେ ବର୍ଣ୍ଣିତ ପ୍ରତ୍ୟେକ ବାକ୍ୟ ର ଅର୍ଥ, ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ର ଗର୍ଭାନୁଶୀଳନ କରିବା , ତେବେ ସ୍ବତଃ ପୂର୍ବଜ ମାନଙ୍କ ପ୍ରଜ୍ଞା ଶ୍ରୀଚରଣ ରେ କୃତଜ୍ଞତା ଜ୍ଞାପନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବା ।  ଚାରବାକ୍ ଙ୍କ ପ୍ରଦତ୍ତ ତଥ୍ୟ " ଋଣଂ କୃତ୍ୱା ଘୃତଂ ପିବେତେ" କୁ ଯେପରି ଅନେକେ  ତର୍ଜମା ନକରି ଗ୍ରହଣ କରିଥାନ୍ତି, ଠିକ୍ ସେହିପରି " ତ୍ରିନାଥ ମେଳା" କୁ ପ୍ରାୟତଃ ପ୍ରତ୍ୟେକ ଗ୍ରହଣ କରୁଛନ୍ତି ।    ଗୋଟିଏ ଉଦାହରଣ ଏଠାରେ ଉପସ୍ଥାପନ କରିବା ପରେ  ବିସ୍ତୃତ ଭାବରେ ଆଲୋଚନା କରିବା । ଆମେ ଛୋଟ ପିଲା ଦିନେ ଗାଁ ମୁଣ୍ଡରେ  ପୂଜିତ " ହଟ୍ଟକେଶ୍ବର" ମନ୍ଦିର ସମ୍ମୁଖରେ ହେଉଥିବା ତ୍ରିନାଥ ମେଳା ଦେଖିଥିଲୁ । ଗୋଟିଏ ପଦ କୁ ବୋଲିବା ବେଳେ ମୃଦଙ୍ଗ ବାଦକ ଙ୍କ ଵଜେଇବା ଠାଣି ଓ କୀର୍ତ୍ତନ କରୁଥିବା ବ୍ୟକ୍ତି ଙ୍କ ଅଙ୍ଗର ଭାଷା ରେ ମୁଗ୍ଧ ହୋଇଥିଲୁ । ସେହି ପଦ ଟି ହେଲା -
" ଛୋଟା କୁ ବସାଇ କାନ୍ଧରେ , ଅନ୍ଧ ଚାଲଇ ଧିରେଧିରେ " ।
ଏହାକୁ ଆମେ ଯେତେବେଳେ ସଠିକ୍ ତର୍ଜମା କଲୁ , ସେତେବେଳେ ପୂର୍ବଜ ଓଡ଼ିଆ ପଣ୍ଡିତମାନଙ୍କ ପ୍ରତି ସ୍ବତଃ ମଥାନତ ପ୍ରଣିପାତାନ୍ତେ ଜୟ ପ୍ରଭୁ ତ୍ରିନାଥ ଠାକୁର ବୋଲି ସ୍ବକାରୋକ୍ତି ପ୍ରକାଶ କରିଥିଲୁ । ଛୋଟା ଚଳତ ଶକ୍ତି ହୀନ , ମାତ୍ର ପ୍ରଜ୍ଞାଦୀପ୍ତ ବା ଚକ୍ଷୁସ୍ମାନ, ଅନ୍ଧ  ଶକ୍ତିବାନ ମାତ୍ର ଦୃଶ୍ୟ ଶକ୍ତି ହୀନ । ଦୁହେଁ ପରସ୍ପର କୁ ସହଯୋଗ କରିବାରୁ ଗତି ସମ୍ଭବ ହେଲା । ଅର୍ଥାତ୍ ପ୍ରଜ୍ଞା + ଶକ୍ତି = ଗତି ବା ବିକାଶ । ମାର୍କିନ ସାମ୍ରାଜ୍ୟବାଦ ଆମେରିକା ଆଜି ବିଶ୍ବ କୁ ନିୟନ୍ତ୍ରଣ କରୁଛି, ଏହି ଦୁଇ ଶକ୍ତି ବଳରେ ।  ଅତଏବ ଏଥିରୁ ସାମାଜିକ ସହଭାଗିତା, ବିକାଶ, ସମର୍ପଣ ଆଦି ଅନେକ ଦର୍ଶନ ର ଶିକ୍ଷା ମିଳିଥାଏ ।
ସେହିପରି ଦ୍ବିତୀୟ ଉଦାହରଣୀୟ ଆଲୋଚନା ଟି କରୁଛୁ । ଯେତେବେଳେ ନିଜର ହଜି ଯାଇଥିବା ଗାଈ କୁ ଖୋଜିବାକୁ ଶ୍ରୀପୁର ଗାଁ ବ୍ରାହ୍ମଣ ମଧୁସୂଦନ  ହାଟ ଆଡ଼କୁ ଯାଉଛନ୍ତି , ସେତିକିବେଳେ  ବାଟରେ ତ୍ରିନାଥ ଗୋସେଇଁ  ( ଛଦ୍ମବେଶରେ ଠାକୁର) ବିପ୍ରଙ୍କୁ ଡ଼ାକି କହୁଛନ୍ତି -
"ବୋଲନ୍ତି ତ୍ରିନାଥ ଗୋସାଇଁ, ହାଟକୁ ଯେବେ ଯିବୁ ତୁହି
କିଛି ସଉଦା  ଆମ ପାଇଁ,ଆଣିବ ଦ୍ବିଜବର ତୁହି
ବ୍ରାହ୍ମଣ ବୋଲନ୍ତି ଉତ୍ତର,କିସ ସେ ସଉଦା ତୁମ୍ଭର
ବୋଲନ୍ତି ତ୍ରିନାଥ ଗୋସାଇଁ ପଇସା କର ଯେ ଗଞ୍ଜେଇ
ପାନ ସୁପାରି ପାହି କର ,ମାଲପା ଏକ ଯେ ପାହିର
ଏହି ସଉଦା ଆମ୍ଭ ପାଇଁ , ଆଣିବୁ ଦ୍ବିଜବର ତୁହି
ସଉଦା  ଏତକ ଆମ୍ଭର ମନରେ ରଖ ଦ୍ବିଜବର
ତା ଶୁଣି ବ୍ରାହ୍ମଣ କହି ,ପଇସା କାହୁଁ ପାଇବଇଁ
ଗରିବ ଦ୍ବିଜ ମୁଁ ଅଟକି , ଭିକ୍ଷା ମାଗିଣ ଦିନ ନେଇ
ତ୍ରିନାଥ ବୋଲନ୍ତି ଉତ୍ତର ,ଶୁଣରେ ତୁହି ଦ୍ବିଜବର
ଦେଖ ଏ ଯେଉଁ ବେଣାମୂଳ ,ପଇସା ଅଛି ତା'ର ତଳ
ଶୁଣିଣ ସେ ବ୍ରାହ୍ମଣ ଗଲା , ଵେଣା ମୂଳ କୁ ଉପାଡିଲା
ତିନି ପଇସା ତହୁଁ ପାଇଁ , ଆହୁରି ବେଣା ଓପାଡଇ
ବୋଲନ୍ତି ତ୍ରିନାଥ ଗୋସାଇଁ , ବ୍ରାହ୍ମଣ ହୋଇଲୁ କି ବାଇ ।"
ଏହାର ନିଗୁଢ ଅର୍ଥ କ'ଣ ?  ପ୍ରକୃତି ଆମର ମାଟି ତଳେ ଅମାପ ଖଣିଜ ସମ୍ପଦ ସାଇତି ରଖିଛି । ପୂର୍ବଜ ମାନେ ଏହାକୁ ପରବର୍ତ୍ତୀ ପିଢ଼ି ଙ୍କ ପାଇଁ ସାଇତି ରଖି ଯାଇଛନ୍ତି । ଆମ ପିଢ଼ି ଜଗୁଆଳି । ଆମର ଯାହା ଆବଶ୍ୟକ , ସେତିକି ଖୋଳି  , ତାହାକୁ ପରବର୍ତ୍ତୀ ପିଢ଼ି ଙ୍କ ପାଇଁ ସାଇତି ରଖିବା । ଲୋଭି ବ୍ରାହ୍ମଣ ଭଳି ଖୋଳିବା ନାହିଁ । ଏହା କଥା ରେ କୁହାଯାଏ ଅମାପ, ମାତ୍ର ଅମାପ ନୁହେଁ । ଏକ ନିର୍ଦ୍ଦିଷ୍ଟ ପରିମାଣ ର ସମ୍ପଦ ମାଟି ତଳେ ଅଛି ।  ମାଟି ମା ର ବକ୍ଷ ବିଦାରଣ କରି ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ହାତକୁ ଟେକି ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରି , ସେହି ଅର୍ଥର ଏକ ଶତାଂଶର ଏକ ଶତାଂଶ ଗରିବ ଲୋକଙ୍କୁ ଭିକ ଦେଇ, ସେମାନଙ୍କ ଶ୍ରମ ଶକ୍ତିକୁ ପଙ୍ଗୁ କରି ସିଂହାସନରେ ବସି ସମସ୍ତ ଇନ୍ଦ୍ରିୟ ଭୋଗ କରୁଥିବା ପାଷାଣ୍ଡ ମାନେ ପୂର୍ବଜ ମାନଙ୍କ ସତ୍ତର୍କ ବୁଝି ନାହାନ୍ତି ବା ଯଦି ବୁଝିଛନ୍ତି , ତେବେ ନ ବୁଝିବାର ଅଭିନୟ କରିଆସିଛନ୍ତି ।
ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ତଥା ପ୍ରକୃତି ରାଣୀଙ୍କ ମହାର୍ଘ୍ୟ ଉପହାର ସ୍ବରୁପ ସୃଷ୍ଟିର ପ୍ରାକ୍ କାଳରୁ ଅମାପ ଖଣିଜ ସମ୍ପଦର ବିପୁଳ ଉତ୍ସ ସହିତ ପ୍ରକୃତି ପ୍ରଦତ୍ତ ଅପୂର୍ବ ଶୋଭାର ଭଣ୍ଡାରର ସମୃଦ୍ଧା ଆମର ଉତ୍କଳ ଜନନୀ ।
ଓଡିଶା ଏକ ଖଣିଜ ସମ୍ପଦ ରାଜ୍ୟ ଭାବରେ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି  ବିଶ୍ବ ସ୍ବୀକୃତ ।
ଉଚ୍ଚ ମାନ ବା ଗ୍ରେଡ୍ ଆଇରନ୍ ଖଣି, ବକ୍ସାଇଟ୍, କ୍ରୋମାଇଟ୍, ମାଙ୍ଗାନିଜ୍ ଖଣିର ପ୍ରଚୁର ଭଣ୍ଡାର ସହିତ କୋଇଲା, ଚୂନ ପଥର, ଡୋଲୋମାଇଟ୍, ଟିନ୍, ନିକେଲ୍, ୱାନାଡିୟମ୍, ଲିଡ୍, ଗ୍ରାଫାଇଟ୍, ସୁନା, ରତ୍ନ ପଥର, ହୀରା, ପରିମାପ ଏବଂ ସାଜସଜ୍ଜା ପଥର ଇତ୍ୟାଦି ଅସୀମ  ସମ୍ପଦ ଆମ ରାଜ୍ୟରେ ବ୍ୟାପକ ଭାବରେ ଉପଲବ୍ଧ | ଇସ୍ପାତ, ଫେରୋ-ଆଲୋଇସ୍, ସିମେଣ୍ଟ, ଆଲୁମିନା / ଆଲୁମିନିୟମ୍, ରେଫ୍ରାକ୍ଟୋରୀ, ଥର୍ମାଲ୍ ପାୱାର ଇତ୍ୟାଦି ଉତ୍ପାଦନ ପାଇଁ ଖଣିଜ ଭିତ୍ତିକ ଶିଳ୍ପଗୁଡିକ ଖୋଜିବା ପାଇଁ ଏହା ଅପାର ସମ୍ଭାବନା  ଥିବା ସତ୍ତ୍ୱେ  ବହିରାଗତ ମାନେ ଯାହା ଲୁଟି ଥିଲେ ଏବଂ ସ୍ଵାଧୀନୋତ୍ତର ଭାରତରେ ୭୭ ବର୍ଷ ଧରି ଯାହା ଦେଶୀ ବିଦେଶୀ ସମ୍ପଦ ଲୁଟେରା ମାନଙ୍କ ଦ୍ବାରା ଯାହା ଲୁଟ୍ ହୋଇ ଚାଲିଛି , ବିଶେଷ କରି ଶାଗ ମାଛ ଦରରେ କଞ୍ଚାମାଲ , ତାହାର ହିସାବ କରିବାକୁ ବିଶ୍ବ ଶ୍ରେଷ୍ଠ ଗଣିତଜ୍ଞ ମଧ୍ୟ ବିଫଳ ହେବା ଥୟ । ବର୍ତ୍ତମାନ ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ – ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍‌, ଜାପାନ, ଆମେରିକା ପ୍ରଭୃତି ଦେଶକୁ  ରପ୍ତାନି ବା ଏକ୍ସପୋର୍ଟ କରୁଛୁ । ଚୀନ୍ ଦେଶରେ ଆମ ଭାରତ ଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚାଇନା ତା’ର ଉତ୍ତର ପିଢ଼ିଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି ।
ଆମ ଦେଶ ବିଶେଷ କରି ଓଡିଶାରୁ ଲୁହାପଥର, କ୍ରୋମାଇଟ୍ ଚଢା ଦାମ ଦେଇ ବୋହି ନେଉଛି । ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା ବିଶ୍ୱରେ ଛାଇ ହେଇଗଲାଣି । ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି । ଜାପାନ ମଧ୍ୟ ଆମ କ୍ରୋମାଇଟ୍‌ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି । ଆମେରିକା ଆମ କ୍ରୋମାଇଟ୍ ଲୁହାପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି ।
କମାରଶାଳ ଠାରୁ ଆରମ୍ଭ କରି ଇସ୍ପାତ କାରଖାନା ଆଲିପିନ୍‌ଠାରୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ସବୁଠି ଲୁହାପଥର, କ୍ରୋମ୍‌ପଥର, କୋଇଲା ଆବଶ୍ୟକ । ଇସ୍ପାତ ଦେଶ ତଥା ବିଶ୍ୱର ଅଗ୍ରଗତିରେ ବିଶେଷ ସହାୟକ ହୋଇପଡିଥାଏ । ଖଣିରୁ ଲୁହାପଥର ଖୋଳି ଇସ୍ପାତ କାରଖାନା ବା ଷ୍ଟିଲପ୍ଲାଣ୍ଟରେ ତରଳାଇ ଲୌହପିଣ୍ଡରୁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଠାରୁ ଆରମ୍ଭ କରି ସଭ୍ୟତାର ଅଗ୍ରଗତି ପାଇଁ  ଯାହା ଯାହା ଏକାନ୍ତ ଆବଶ୍ୟକ , ତାହା ପ୍ରସ୍ତୁତ ନକରି ଅତି ନଗଣ୍ୟ  ଅଂଶଧନ ବା ରୟାଲିଟ ବଦଳରେ ବିଦେଶୀ ମାନଙ୍କ ହାତରେ ଟେକି ଦିଆଯାଉଛି । ଆମ ଦେଶରେ ମୂଲ୍ୟଯୁକ୍ତ ଖଣିଜପଦାର୍ଥ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନି । ବିଶେଷକରି ମୋଜାମ୍ବକରୁ, ବଲଭିଆ, ଗୁଇଁନା, ଦକ୍ଷିଣ ଆଫ୍ରିକା ଦେଶମାନେ ଖଣିଜ ପଦାର୍ଥ ମୂଲ୍ୟଯୁକ୍ତ କରିବାରୁ ଆମଦାନୀ କରିବା ସମ୍ଭବ ହେଉନି । ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ- ଆମ ଦେଶରେ ଗଢିଉଠୁଥିବା ଇସ୍ପାତ ଶିଳ୍ପକୁ ଆମେ କଞ୍ଚାମାଲ ଯୋଗାଇ ପାରୁନୁ, ଏଣେ ଲକ୍ଷ ଲକ୍ଷ ଟନ୍ ଲୌହପଥର, କ୍ରୋମାଇଟ୍ ଚୀନକୁ ରତ୍ପାନୀ କରିଦେଉଛେ । ଚୀନ୍‌ରେ ଏକଦଳୀୟ ଶାସନ ଯୋଗୁ ଇସ୍ପାତଶିଳ୍ପରେ ଚଟାପଟ ଉତ୍ପାଦନ ଆରମ୍ଭ କରି ସମଗ୍ର ବିଶ୍ୱବଜାରରେ ଶସ୍ତା ସାମଗ୍ରୀ ଯୋଗାଇଦେଇ ପ୍ରଚୁର ଲାଭ କରୁଛନ୍ତି । ଯାହାଫଳରେ ଭାରତ ଇସ୍ପାତ ଶିଳ୍ପରେ ଚୀନ୍ ସହ ପ୍ରତିଯୋଗିତା କରିପାରୁନି । ସମଗ୍ର ବିଶ୍ୱରେ ବଜାରବିପ୍ଲବ ଦ୍ରୁତଗତିରେ ବଢିଚାଲିଛି । ଇସ୍ପାତଶିଳ୍ପରେ ପୁଞ୍ଜି ଓ କଞ୍ଚାମାଲ ଆବଶ୍ୟକ । ଶିଳ୍ପପତିମାନେ ପୁଞ୍ଜି ସଂଗ୍ରହ କରିପାରୁଛନ୍ତି, କିନ୍ତୁ ଶସ୍ତାରେ କଞ୍ଚାମାଲ ଖୋଜୁଛନ୍ତି- ପାଉନାହାଁନ୍ତି ଯାହାକି ପ୍ରଚୁର ଲାଭର ମୋହ ଛାହି ପାରୁନାହାଁନ୍ତି । ଏଣେ ସରକାରୀ କଳକୁ ହାତକରି ଖଣି ଆପଣେଇବା ପାଇଁ ଲାଗିପଡିଛନ୍ତି । ଅତିକମ୍‌ରେ ୧ ମିଲିୟନ୍ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫ ହଜାରରୁ ୬ ହଜାର କୋଟି ଟଙ୍କା ଆବଶ୍ୟକ ପୁଣି ଗୋଟିଏ ଟନ୍‌ ଇସ୍ପାତ ପ୍ରସ୍ତୁତ ପାଇଁ ୩ରୁ ସାଢେ ୩ ଟନ୍ କଞ୍ଚାମାଲ ଆବଶ୍ୟକ । ଇସ୍ପାତ କମ୍ପାନୀମାନେ ଲାଭ ଉଦ୍ଦେଶ୍ୟରେ ହିଁ କାରଖାନା କରିଥାନ୍ତି । ଯେଉଁଠି ଲାଭ ନାହିଁ ସେମାନେ ପଛଘୁଞ୍ଚା ଦିଅନ୍ତି । ଦେଶର ସ୍ୱାର୍ଥ ପାଇଁ ଇସ୍ପାତ ପ୍ରୟୋଜନ- ଏ ଧାରଣା କୌଣସି ଶିଳ୍ପପତି ରଖିନାହାଁନ୍ତି । ଇସ୍ପାତ ଚାହିଦା ବୃଦ୍ଧିଯୋଗୁ ଆମ ଦେଶର ଓଡିଶା, ଝାଡଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ଷ୍ଟିଲପ୍ଲାଣ୍ଟ ପାଇଁ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ବୁଝାମଣା କରିଛନ୍ତି । କିନ୍ତୁ ପରିବେଶ ଓ ଜଙ୍ଗଲ ବିଭାଗର ଅଙ୍କୁଶ, ଜମି ଅଧିଗ୍ରହଣ, ଖଣିିଲିଜ୍‌କୁ ସହଜରେ ସରକାର ସହଯୋଗ ଦେବାପାଇଁ ପ୍ରତିଶ୍ରୁତି ଦେଲେ ମଧ୍ୟ ଜନଗଣଙ୍କ ପ୍ରବଳ ବିରୋଧ ଯୋଗୁ ବହୁ ପ୍ରକଳ୍ପ ବିଳମ୍ବ ହେଉଛି ।କର୍ଣ୍ଣାଟକ, ଗୋଆ, ଓଡିଶାରେ ନାହିଁ ନଥିବା ଖଣିଚୋରୀ ଯୋଗୁ ବହୁ ଖଣିକୁ ବନ୍ଦ କରିଦିଆଯାଇଛି । ଦେଶର ପ୍ରାକୃତିକ ସମ୍ପଦକୁ ଖୋଲାଖୋଲି ଭାବେ ଅସାଧୁ କର୍ମଚାରୀ, ରାଜନେତା, ଶିଳ୍ପପତି, ମାଫିଆ ଗୋଷ୍ଠୀ ଲୁଟ୍‌କରି ବ୍ୟକ୍ତିଗତ ସମ୍ପତିକୁ
ଆକାଶଛୁଆଁ ଅବସ୍ଥାରେ ପହଞ୍ଚାଇ ଦେଇଛନ୍ତି । ଏମାନଙ୍କ ବିରୋଧରେ ରାଜ୍ୟ କି କେନ୍ଦ୍ର ସରକାର କୌଣସି ଦଣ୍ଡ ବ୍ୟବସ୍ଥା କରିପାରୁନାହାଁନ୍ତି । କାରଣ ସରକାରୀ କଳ ଏହି ବେଆଇନ୍ କାରବାରରେ ଲିପ୍ତ ଅଛନ୍ତି । ଯଦି ସବୁ ଖଣିଚୋରଙ୍କ ସମ୍ପତିକୁ ବ୍ୟାଜ୍ୟାପ୍ତ କରି ରାଜକୋଷକୁ ଅଣାଯାଆନ୍ତା, ତା’ହେଲେ ଆଖିଦୃଶିଆ ଦଣ୍ଡ ପାଇଁ ‘ବିରିମାଡ ଦେଖି କୋଳଥ ଚେପା’ ହୋଇଯାଆନ୍ତେ । ଖଣିବନ୍ଦ ଯୋଗୁ ଇସ୍ପାତଶିଳ୍ପ ସଙ୍କଟରେ ପଡିଯାଇଛନ୍ତି। କଞ୍ଚାମାଲ ଅଭାବରୁ ଇସ୍ପାତ ଜଡିତ ବହୁ ଛୋଟ ବଡ ପ୍ଲାଣ୍ଟରେ ଧୁଆଁ ବାହାରୁନି । ଏବେ ଅନିଶ୍ଚିତ ମଧ୍ୟରେ ଇସ୍ପାତ ଶିଳ୍ପ । ଶିଳ୍ପପତିମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବଡ ବ୍ୟଗ୍ର । କାରଣ ବିଦେଶୀ ମୁଦ୍ର ମିଳିବ । ଚାକିରି ମିଳିବ । ସହଯୋଗୀ ସଂସ୍ଥା ଗଢି ଉଠିବ । ଏ ସବୁ ଠିକ କଥା; କିନ୍ତୁ ଅସଲ କଥା ହେଉଛି- କେତେଜଣ ଘରୋଇ ଶିଳ୍ପପତି ଦେଶରେ ଜଳ ଜମି ଜଙ୍ଗଲ ଖଣି ଏବଂ ଶ୍ରମ ଶକ୍ତି ଶସ୍ତାରେ ହାତେଇ ନେବେ, ୟାଡେ କୋଟି କୋଟି ଜନଗଣ ଭୋକଉପାସରେ ଛଟପଟ ହେବେ । ଏହା ବିକାଶ ବଦଳରେ ବିନାଶରେ ପରିଣତ ହେବ ।

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ

-------------
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ତିନି ବର୍ଷ ତଳେ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା
୧୯୫୬ ମସିହାରେ ଟମ୍ ବ୍ରାଉନଙ୍କ ଦ୍ବାରା ଅଲ୍ଟ୍ରା ସାଉଣ୍ଡ ( ultrasound ) ଭାବେ ପ୍ରଥମେ ଭେଷଜ ବିଦ୍ୟାରେ ପ୍ରୟୋଗ (The first time ultrasound was used for clinical reasons was in 1956. It was used in Glasgow by an Obstetrician named Ian Donald and an engineer named Tom Brown. These two men developed the first prototype system for ultrasound,)ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।

ବଡ଼ ମାୟାବୀ ଜୀବ ନୋହେ କାହାରି
------------------------------------------
      ମହାତ୍ମା ଯଶୋବନ୍ତ ଦାସ
             ------------------
ବଡ଼ ମାୟାବୀ ଜୀବ ନୋହେ କାହାରି
  ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି  ।।
 ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର  ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ     ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ        ଶୂନ୍ୟେ ମେଳିଲୁ ଡାଳ
          ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି   । ବଡ଼ ...
    ପଞ୍ଚମେ ନାଭି କମଳ କଲା ଭିଆଣ
    ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।  
ସପ୍ତମେ ନାସା ଜିହ୍ୱା      ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ        କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ      ଵହଇ ଅନୁକ୍ଷଣ
     ଆପେ ମନକୁ କଲା ବିଚାରି   ।
 ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
    ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ     କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି     ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ      ମୁହିଁ କରିବି ଵାସ
     ‌     ତୋ ନାମ ଗାଉଥିବି ସୁମରି।
 ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
      ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ          ଲଗାଇଲା କବାଟ
ସୁଷୁମନା ଦୁଆରେ         ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ    ମାୟା କୁ ତୁହି କାଟ
          ଗୁରୁ  ସେଵିଣ ଦେଖ ଶ୍ରୀହରି  । ବଡ଼ ମାୟାବୀ....
        ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
       କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର  ।
   ଅନ୍ତୁଡିଶାଳେ ରହି     ହରି ଭଜିଲୁ ନାହିଁ
   ପାଞ୍ଚ ଵରଷ ଗଲା     ବାଳ ଭାବରେ ବହି
   ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
    ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
            ‌      ତେବେ ନ ଵୋଲୁ ମୁଖେ ଶ୍ରୀହରି  । ବଡ଼...
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।

         ପନ୍ଦର ଵରଷେ ହେଲୁ ଅମରମତା
         କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।

କାମିନୀ ସଙ୍ଗେ ରହି          ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର      ଯୁବା ଵୟସ ବହି
ହରି କଥା କୁ ଦିନେ           ମନେ ନ କଲୁ ତୁହି
                  ହେଵୁ କେମନ୍ତେ ଏ ଭବୁ ପାରି     । ବଡ଼

      ବୃଦ୍ଧ ଵୟସ ଏବେ ହେଲା ତୋହରି
       ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ      ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ    ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
          ‌  ବସିବୁ ବଇକୁଣ୍ଠ ଆବୋରି  । ବଡ଼ ମାୟାବୀ...

ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
                      —ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି  ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ 'ରାମ ରାମ' ଶବ୍ଦ ସମ୍ପର୍କରେ   ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ  ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
କ୍ରମଶଃ

ଛପା ଇତିହାସର ଅଛପା ସତ୍ୟ - ୧

------
ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ନହେବା ଅବା ସଠିକ୍ ଭାବରେ ଇତିହାସରେ ବିସ୍ତୃତ ଭାବରେ ବର୍ଣ୍ଣନା ନହେବା କେବଳ ଏକ ବିଡମ୍ବନା ନୁହେଁ, ଅଧିକନ୍ତୁ କୃତଜ୍ଞତା ତଥା ଚକ୍ରାନ୍ତିଆ ମସୀଲିପ୍ତ ଷଡ଼ଯନ୍ତ୍ର ବୋଲି ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଆମର ନିଜସ୍ୱ ମତ ପ୍ରଦାନ କରିଥିଲୁ ।‌ " ମୋତେ ତୁମ୍ଭେମାନେ ରକ୍ତ ଦିଅ, ମୁଁ ତୁମ୍ଭମାନଙ୍କୁ ସ୍ବାଧୀନତା ଦେବି" ଏହି ଦୃପ୍ତ କଣ୍ଠର ଆହ୍ବାନ ଥିଲା ଓଡ଼ିଶାର ପାଣି ପବନରେ କୈଶୋର ଜୀବନ କଟାଇ, ମାଧ୍ୟମିକ ଶିକ୍ଷା ସମାପ୍ତ କରି, ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଠାରେ ଗଭୀର ଭକ୍ତି ରଖିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର  ଆଜାଦ୍ ହିନ୍ଦ୍  ଫୌଜର  ଓଡ଼ିଆ ସୈନିକମାନଙ୍କ ସମ୍ମିଳନୀରେ ବଜ୍ର ନିନାଦିତ ଆହ୍ବାନ । ଏହି ସତ୍ୟ ଟି କେଉଁଠି ପ୍ରକାଶ ପାଇଛି କି ?  ଆଜାଦ୍ ହିନ୍ଦ୍ ଫୌଜରେ ସବୁଠାରୁ ଅଧିକ ସୈନ୍ୟ ଥିଲେ ଓଡ଼ିଆ ଏବଂ ଏହି ଓଡ଼ିଆ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଥିଲେ ଗଞ୍ଜାମ ଜିଲ୍ଲାର ବୋଲି  ତଥ୍ୟାର୍ପଣ ନହେବାର କାରଣ କ'ଣ ? ୧୯୨୮  ମସିହାରେ ମୋତି ଲାଲ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଲିକତା କର୍ପୋରେସନର  ମୁଖ୍ୟ କାର୍ଯ୍ୟନିର୍ବାହୀ ବା ଚିଫ୍  ଏକଜ୍ୟୁଟିଭ ନେତାଜୀଙ୍କ ବ୍ୟତୀତ ଅନ୍ୟ କେହି ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନକୁ ସମର୍ଥନ କରିନଥିଲେ ଏବଂ ମୋତିଲାଲ ନେହେରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଅପମାନିତ କରିଥିଲେ । ମାଟିଆ ବରଜୁଙ୍କ ନେତୃତ୍ବରେ ଦଶ ହଜାର ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ନେତାଜୀ ଓଡ଼ିଆ ଭାଷାରେ ବୁଝାଇବା ପରେ  ସଭାସ୍ଥଳକୁ ଯାଇ , ନେତାଜୀ ଏଭଳି ଭାଷାରେ ପ୍ରତିବାଦ କଲେ ଯେ ମୋତି ଲାଲ ନୀଳକଣ୍ଠ ଦାସଙ୍କୁ କ୍ଷମା ମାଗିଲେ, ଏହି ସତ୍ୟ କ'ଣ ଇତିହାସ ରେ ସ୍ଥାନିତ ହେବନାହିଁ ? All parties conference, 1928, Published by A.I.C.C, Page 63-64 reveals that we have also received a small book giving the case for Utkal,  But we regret, We have been unable to consider it in the absence of any special memorandum or representation. Our colleague, Mr Subhash Chandra Bose is however satisfied that the oriya speaking areas should be ammalgemated and constituted into a separate province, If it's financially possible."
ସେହିପରି ୧୯୩୮ , ଜାନୁଆରୀ ୧୮ ତାରିଖରେ ନେତାଜୀ କଙ୍ଗ୍ରେସର ସଭାପତି ହେବାପରେ ସେତେବେଳେର ଯୁବନେତା ହରେକୃଷ୍ଣ ମହତାବଙ୍କ ସମେତ ୧୨ ଜଣଙ୍କ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ, ଯାହା ଆନୁପାତିକ ଭାବେ ଅନ୍ୟ ରାଜ୍ୟ ଠାରୁ ଥିଲା ଅଧିକ । ୧୯୩୯ରେ ମହାତ୍ମାଗାନ୍ଧୀଙ୍କ ବିରୋଧ ସତ୍ତ୍ଵେ କଙ୍ଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରି ମହାତ୍ମାଗାନ୍ଧୀ ଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରାମେୟାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ମହାତ୍ମାଗାନ୍ଧୀ ଏତେ ମାତ୍ରାରେ କ୍ରୋଧିତ ହୋଇଗଲେ ଯେ ତାଙ୍କ ପାଟିରୁ ବାହାରିଗଲା " ପଟ୍ଟାଭି ସୀତାରାମାୟଙ୍କ ପରାଜୟ,ମୋର ପରାଜୟ" । ସେହି ନିର୍ବାଚନରେ ଓଡ଼ିଆ ନେତାଙ୍କ ସମର୍ଥନର ସଂଖ୍ୟା ଜାଣିଲେ ମୁଣ୍ଡରେ ହାତ ଦେବେ । ଏହା ସତ୍ତ୍ୱେ ଦ୍ବିତୀୟ ଥର କଙ୍ଗ୍ରେସ ସଭାପତି ଭାବେ ନିର୍ବାଚିତ ହେବାପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସି କଟକରେ ପହଞ୍ଚି  " ଯୁବ ଉତ୍କଳ ସଂଘ" ( ୟଙ୍ଗ ଉତ୍କଳ ଆସୋସିଏସନ୍) ସଭାରେ ଯୋଗଦେଇ ପୁରୀ ଆସିଥିଲେ ଏବଂ ଜଗନ୍ନାଥଙ୍କ ଦର୍ଶନ କରି ସାରି ପୁରୀ ର ଛାତ୍ର ନେତା ଗଙ୍ଗାଧର ମହାପାତ୍ର ଙ୍କ ଦ୍ଵାରା ଆୟୋଜିତ ( ପୁରୀ ଜିଲ୍ଲା ସ୍କୁଲ ପଡିଆ) ସଭାରେ ପହଞ୍ଚିଲେ । ସ୍ବାଗତ ଭାଷଣ ଦେଇ ଯେତେବେଳେ   ଛାତ୍ର ନେତା ଗଙ୍ଗାଧର ନେତାଜୀଙ୍କୁ ଓଡ଼ିଆ ଭାଷାରେ ବକ୍ତବ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କଲେ ସେତେବେଳେ ହସିହସି ନେତାଜୀ କହିଥିଲେ " ଗଙ୍ଗାଧର ! ମୁଁ ଜଣେ ଓଡ଼ିଆ, ମୋତେ ବଙ୍ଗୀୟ ବୋଲି କାହିଁକି ଭାବୁଛୁ  ?, ଓଡ଼ିଶାର ପାଣି ପବନରେ ମୋର କୈଶୋର ଜୀବନ କଟିଛି, ମୋର  କେବଳ ନୁହେଁ ମୋ ପରିବାରର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡ଼ିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ଓଡ଼ିଆ ନେତା ସ୍ବର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସ ମୋ'ର ଆଦର୍ଶ " । ତାଳି ମାଡ଼ରେ ସଭା ପ୍ରକମ୍ପିତ ହୋଇଥିଲା । ସେଠାରୁ ପଦବ୍ରଜରେ ଚନ୍ଦନପୁରରେ ଏକ ଜନସଭାରେ ଯୋଗଦେଇ ଓଡ଼ିଆ ଭାଷାରେ ଏଭଳି ଚମତ୍କୃତ ଭାଷଣ ଦେଲେ ଯେ ଲଜ୍ଜିତ ଗଙ୍ଗାଧର ତାଙ୍କ ପାଦତଳେ ଲମ୍ଵହୋଇ ପଡ଼ି କ୍ଷମା ଭିକ୍ଷା କରିଥିଲେ । ପ୍ରତ୍ୟୁତ୍ତର
ରେ ନେତାଜୀ କହିଥିଲେ , ଗଙ୍ଗାଧର, ଏତେ କମ୍ ସମୟ ମଧ୍ୟରେ ଏଭଳି ଜନସମାଗମ କରାଇ ତୁମେ ଧନ୍ୟବାଦର ପାତ୍ର।  ସଭା ସରିବା ପରେ ନେତାଜୀଙ୍କ ପାଇଁ ଗରମ୍ ଵରା,ପକଡି,ମଟର ଭୁଗୁନି ଖାଇବାକୁ ଦିଆଯାଇଥିଲା । ଥଟ୍ଟା ପରିହାସ କରି ନେତାଜୀ କହିଥିଲେ ଗଙ୍ଗାଧର !  ମାଛ ବେସର କେବେ ଖୁଆଇଵ ? ଓଡ଼ିଆ ଖାଦ୍ୟ ପ୍ରତି ରୁଚି ରଖୁଥିବା ନେତାଜୀ ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରୀତି ଅନାଲୋଚିତ ।
ଏହା ପରେ  ସମସ୍ତେ ଅବଗତ ଅଛେ ଯେ କେଉଁ ଭଳି ଘଟଣାଚକ୍ରରେ ନେତାଜୀ  କଙ୍ଗ୍ରେସରୁ ଇସ୍ତଫା ଦେବାକୁ ଉଚିତ ମନେ କଲେ ଏବଂ ଫରଓ୍ଵାର୍ଡ ବ୍ଲକ ଗଠନ କଲେ ଓ ସେଥିରେ ସଂଗ୍ରାମୀ ଦିବାକର ପଟ୍ଟନାୟକ ରାଜ୍ୟ ସଭାପତି ରହିଲେ ଏବଂ ତାଙ୍କ ସହିତ ସେମାନେ, ଯେଉଁ ମାନଙ୍କୁ ସେ ଜାତୀୟ ନେତୃତ୍ବ ଦେଇଥିଲେ ରହିଲେ ନାହିଁ, ରହିଲେ  ବିପ୍ଲବୀ ଯୁବନେତା ମାନେ, ଯଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ଅଶୋକ ଦାସ, ପୁରୀର ଯୁବନେତା ବିବୁଧେନ୍ଦ୍ର ମିଶ୍ର, ଗଙ୍ଗାଧର ମହାପାତ୍ର, ବଳରାମ ମହାନ୍ତି,ସୁରଜ ମଲ୍ଲ ସାହା, ବିଜୟ ପାଣି । ଏହା ମଧ୍ୟ ଜାଣିଛେ ଯେ ୧୯୪୧ ମସିହା, ଜାନୁଆରୀ ମାସ ୧୭ ତାରିଖ ବ୍ରିଟିଶ ସରକାରଙ୍କ ନଜରବନ୍ଦୀ ଥିବା ଅବସ୍ଥାରେ ଏକ ମୌଲଵୀ ବେଶରେ ସେ ଅନ୍ତର୍ଦ୍ଧାନ ହୋଇଥିଲେ   । ଆଲୋଚନା ହୋଇଛି କି  ନେତାଜୀଙ୍କୁ ଆଫଗାନୀ ବେଶ କରାଇ , ବ୍ରିଟିଶ ପୋଲିସ ଆଖିରେ ଧୂଳି ଦେଇ ନେତାଜୀଙ୍କ ବଡବାପାଙ୍କ ଘରୁ କିଏ ଖସେଇ ନେଇଥିଲେ ?  ଇତିହାସ ନିରବ । ସେ ଥିଲେ ଜଣେ ଓଡ଼ିଆ, ଯାହାଙ୍କ ନାମ ନାରାୟଣ ଚନ୍ଦ୍ର ଦାସ, ଯାହାଙ୍କ ନିଜ ଘର ପଣସଗଣ୍ଡ ଗାଁ , ଅବିଭକ୍ତ କଟକ ଜିଲ୍ଲା, ଅଧୁନା କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକରେ ।  ସେହିପରି ତାଙ୍କୁ ନେଇଥିବା ଗାଡ଼ି ଓଡ଼ିଶାର ଓ ଡ଼୍ରାଇଭର ଓଡ଼ିଆ । ୧୯୪୨ , ମାର୍ଚ୍ଚ ୨୯ ତାରିଖରେ ଜର୍ମାନରେ ହିଟଲରଙ୍କ ସହିତ ସାକ୍ଷାତ ଆଲୋଚନାର ସୂତ୍ରଧର ଥିଲେ ଜଣେ ଓଡ଼ିଆ । ୧୯୪୩, ଜୁନ ୧୩ ରେ ଟୋକିଓରେ କିଭଳି ପହଞ୍ଚି ଜାପାନର ପ୍ରଧାନମନ୍ତ୍ରୀ ତୋଜଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ତା'ର ଇତିହାସ ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ଵ ଅନୁଭବ କରିବେ ।  ଏପରିକି ଗତବର୍ଷ  ଇଣ୍ଡିଆ ଗେଟରେ ନେତାଜୀ ଙ୍କ ର ୧୨୬ ତମ ଜୟନ୍ତୀ ( ପ୍ରାୟ ସମସ୍ତେ ଭୁଲ୍ ରେ ୧୨୫ ତମ ଜୟନ୍ତୀ ବୋଲି କହିଥିଲେ) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଗ୍ରାନାଇଟ୍ ବା କଳା ମୁଗୁନି ପଥର (ବ୍ଲାକ ଗ୍ରାନାଇଟ୍) ହଲୋଗ୍ରାମ ପ୍ରତିମୂର୍ତ୍ତି  ( ୨୮' ରେ ୬')ଉନ୍ମୋଚନ କରିଥିଲେ , ତାହାକୁ ମଧ୍ୟ ନିର୍ମାଣ କରିଛନ୍ତି ଜଣେ ଓଡ଼ିଆ ଶିଳ୍ପୀ, ଯାହାଙ୍କ ନାମ ଅଦ୍ଵୈତ ଗଡ଼ନାୟକ ( ଢେଙ୍କାନାଳ ଜିଲ୍ଲା,ନେଉଳପୁର ) । ୧୯୪୩ ମସିହା, ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁର ଠାରେ   ନେତାଜୀ ଗଠନ କଲେ ଆଜାଦ୍ ହିନ୍ଦ୍ ସରକାର ।  ଏହି ସରକାର କୁ ଇଟାଲୀ, ଜର୍ମାନ, ଜାପାନ ସମେତ ଦଶଟି ଦେଶ ସେହି ଦିନ ସ୍ବୀକୃତି ଦେଇଥିଲେ, ଏହାକୁ ସମ୍ଭବ କରାଇ ପାରିଥିଲେ ଜଣେ ଓଡ଼ିଆ ଯିଏ ନେତାଜୀଙ୍କ ସରକାର ଙ୍କ ସୂଚନା, ଲୋକସମ୍ପର୍କ ଓ ବୈଦେଶିକ ବିଭାଗ ଦାୟିତ୍ବ ନେଇଥିଲେ, ସେ ଥିଲେ ଗଞ୍ଜାମର ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ।  ନେତାଜୀଙ୍କ ଯୋଜନା ଥିଲା ପ୍ରଥମେ ଓଡ଼ିଶା  ବାଟ ଦେଇ ସ୍ବାଧୀନତା ସଂଗ୍ରାମ ଅଭିଯାନ ଆରମ୍ଭ କରିବେ । ସମସ୍ତ ପ୍ରସ୍ତୁତି ସରିଥିଲା, ପୂର୍ବ ସୂଚନା ଦେବା ଓ ତାରିଖ ନିର୍ଦ୍ଧାରଣ ନିମନ୍ତେ  ଆଜାଦ୍ ହିନ୍ଦ୍ ଫୌଜର ଦୁଇ ଜଣ ଶିଖ ସୈନିକ ଵେଶ ବଦଳାଇ ଷ୍ଟିମରରେ ଆସି ଗଞ୍ଜାମ ର ପାଲୁର ରେ ପହଞ୍ଚି ଦିବାକର ପଟ୍ଟନାୟକଙ୍କ ଘର ଖୋଜି ପହଞ୍ଚିବା ସମୟରେ  ରାତି ଅଧରେ ପଡିଶା ଘର ଗଗନ ପଟ୍ଟନାୟକଙ୍କ କବାଟ ବାଡ଼େଇବାପରେ ସେ ଉଠି କହିଲେ କଣ ହେଲା, ଆପଣ ଦିବାକର ପଟ୍ଟନାୟକ ? ମିଛରେ ସେ ହଁ କରିବାରୁ ନେତାଜୀଙ୍କ  ଚିଠି ତାଙ୍କୁ ଧରାଇ ଦେଇଥିଲେ । ଏହାକୁ ଏକ ଅପୂର୍ବ ସୁଯୋଗ ମନେକରି କିଛି ପୁରସ୍କାର ଆଶାରେ ସେ ଦୁହିଁଙ୍କୁ ଖାଇବାକୁ ଦେବାକୁ ଡାକି ଗୋଟିଏ ଘରେ ତାଲା ପକାଇ ଦେଇଥିଲେ ।  ରାତା ରାତ୍ ପୋଲିସରେ ଖବର ଦେଇ ଦେବାରୁ ଉକ୍ତ ଶିଖ ସୈନିକ ଦ୍ବୟ ଗିରଫ ହେଲେ ଏବଂ ଦିବାକର ପଟ୍ଟନାୟକ , ଯିଏ ସମସ୍ତ ପ୍ରସ୍ତୁତି କରି ପାଞ୍ଚ ହଜାର ଯୁବକଙ୍କୁ ତାଲିମ୍ ଦେଇ ଜଙ୍ଗଲରେ ଥିଲେ , ସେ  କ୍ୟାମ୍ପରୁ ଗିରଫ ହେଲେ ଓ ଯୋଗାଯୋଗ ଦାୟିତ୍ଵରେ ଥିବା ଶ୍ରୀହର୍ଷ ମିଶ୍ରଙ୍କୁ କଲିକତାରୁ ଗିରଫ କରାଯାଇଥିଲା ।   ଏହି ଖବର ପାଇ ମର୍ମାହତ ନେତାଜୀ ବର୍ମାରେ ଓଡ଼ିଆ ରେଜିମେଣ୍ଟ କ୍ୟାମ୍ପକୁ ଯାଇ  ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଠାରୁ ଜଗନ୍ନାଥ ଜଣାଣ ଓ ତିନୋଟି ଦେଶାତ୍ମବୋଧକ ସଙ୍ଗୀତ  ଶୁଣି ଆଖିରେ ଆଖିଏ ଲୁହ ରଖି ସେହି ଚଟାଣରେ ଶୋଇପଡ଼ିଲେ । କର୍ଣ୍ଣେଲ ବ୍ରଜମୋହନ ପଟ୍ଟନାୟକ, ଡାକ୍ତର ବୀର କିଶୋର ଭୂୟାଁ, ନରସିଂହ ଚରଣ ଦାସ, ରଣପୁର ମାଟିର ଶହୀଦ ଦିବାକର ପରିଡ଼ାଙ୍କ ବଡ଼ଭାଇ ଚକ୍ରଧର ପରିଡ଼ା, ନାରୀ ସେନାର  ଝାନ୍ସି ରେଜିମେଣ୍ଟର ଅଧିନାୟିକା ଡା ଲକ୍ଷ୍ମୀ ସ୍ବାମୀନାଥନ , ଯିଏ ପରେ ସେହଗଲ ସାଙ୍ଗିଆରେ ପରିଚିତା, ଉପ ଅଧିନାୟିକା ଓଡ଼ିଆ ଝିଅ ଉର୍ମିଳା , ରଜନୀ,କାନ୍ତି ପ୍ରଭୃତି ଚାରିପଟେ ଶୋକାକୁଳ ହୋଇ ଅପେକ୍ଷା କରିଥାନ୍ତି । କିଛି ସମୟପରେ ନେତାଜୀ ଉଠି ଉଚ୍ଚାରଣ କଲେ " ଜୟ ଜଗନ୍ନାଥ " ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେତାଜୀଙ୍କ  " ନାରୀ ସେନା" ଓ ଝାନସୀ ବାହିନୀରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ଵ ନାରୀ ଯୋଗ ଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ରମଣୀ ଥିଲେ ।   ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟଯେ ଯେ ଗଞ୍ଜାମ ମାଟିର ଵୀରତ୍ବ, ଐଶ୍ୱର୍ଯ୍ୟ, ପାଣ୍ଡିତ୍ୟ ଏବଂ ସର୍ବାନ୍ତକରଣ ମାତୃଭାଷା, ମାତୃଭୂମି ପ୍ରତି ସମର୍ପିତ ମାନସିକତା ତଥା ପ୍ରଚଣ୍ଡ ସ୍ବାଭିମାନର ପରିଚୟ ଆମେ ବହୁ ପ୍ରାଚୀନ ଦଲିଲ୍ରୁ ପାଇ ଏତେ ଗର୍ବିତ ଯେ ସ୍ବତଃ ସେ ମାଟି ମା ପ୍ରତି ମଥାପାତି ଅଜସ୍ର ମୁଣ୍ଡିଆ ମାରୁଛୁ । ସବୁଠାରୁ ବଡ଼ ବିଡମ୍ବନା ଯେ ଏହି ସବୁ ଗର୍ବିତ ଇତିହାସ ସ୍ଥାନ ପାଇନାହିଁ ଭାରତ ଅବା ଓଡ଼ିଶା ଇତିହାସରେ । ଆଜି ସେହି ବୀର ମାଟି, ସୁଜଳା ସୁଫଳ ସ୍ଵର୍ଣ୍ଣ ପ୍ରସବିନୀ ମାଟିର ସନ୍ତାନମାନେ ସୁରଟ ସହର ରେ ଗୋତି ଖଟି କରୋନା ଭୂତାଣୁ ବୀଜାଣୁ ଆଣି ଗଞ୍ଜାମ ସମେତ ଓଡ଼ିଶାର ଜନଜୀବନ କୁ ଅସୀମ ଆତଙ୍କ ରେ ଆତଙ୍କିତ କରିଥିଲେ ।  ଫରାସୀ ବିରୋଧରେ ଘୁମୁସରର ରାଜା କୃଷ୍ଣ ଭଞ୍ଜଙ୍କ ବୀରତ୍ବର ଇତିହାସ ହେଉ ଅବା ୧୭୭୫ ରୁ ଦୀର୍ଘ ୪୫ ବର୍ଷ ଧରି ଶ୍ରୀକର ଭଞ୍ଜ ଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଂଘର୍ଷର ଇତିହାସ ସ୍ଥାନ ପାଇନାହିଁ । ଆମେ ପଢିଲୁ ଗଞ୍ଜାମ ଡିଷ୍ଟ୍ରକ୍ଟ ମାନୁଆଲ୍ ରେ ଫରାସୀ ଜେନେରାଲ ମନ୍ତବ୍ୟ, ଯାହା ଲିପିବଦ୍ଧ "  Krushna Bhanja was most powerful and a great hero "  ।‌ ସେହିପରି ଦେଶପ୍ରେମୀ ସଂଗ୍ରାମୀ , ମହାନ୍ ଯୋଦ୍ଧା ଦୋହରା ବିଷୋଇଙ୍କ ଇତିହାସ ପଢିଲେ ପ୍ରତ୍ୟେକ ଓଡ଼ିଆର ଲୋମ ଟାଙ୍କୁରି ଉଠିବ । ୧୭୮୦ ମସିହାରେ ପ୍ରାଚୀନ ଘୁମୁସର ରାଜ୍ୟର ରାଜଧାନୀ କୁଲାଡ଼ଗଡ ପାଖରେ ବିଞ୍ଜିଗିରି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଏହି ଅବର୍ଣ୍ଣନୀୟ ବୀରଙ୍କ ଅସୀମ ସମର ପ୍ରୀତି, ଚମକପ୍ରଦ ଅସୀ ଚାଳନା, ଅବ୍ୟର୍ଥ ଶର ସନ୍ଧାନ, ମଲ୍ଲ ଯୁଦ୍ଧରେ ନିପୁଣତା ଆଦି ଯେଉଁ ଭାଷାରେ ଉଲ୍ଲେଖ ରହିଛି, ତାକୁ ପଢିଲେ, ସମଗ୍ର ବିଶ୍ଵରେ ଏଭଳି ଜଣେ ବୀର ପୁରୁଷ ଖୋଜିଲେ ମିଳିବେ ନାହିଁ । ଗଞ୍ଜାମ ଜିଲ୍ଲାର ଅନେକ ବୀର ପୁରୁଷ ଓ ଵୀରାଙ୍ଗନାଙ୍କ ସମ୍ପର୍କରେ ନିଷ୍ଠୁର ଇତିହାସ କୁ-ଚକ୍ରାନ୍ତ ରଚି ନିରବ କରାଇଦିଆଯାଇଛି ।  ଗୋଟିଏ ଉଦାହରଣୀୟ ତଥ୍ୟାର୍ପଣ ଏଠାରେ ଉପସ୍ଥାପନ କରାଯାଉଛି ।  ଉଦାହରଣ ସ୍ୱରୂପ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଝାନସୀ ରେଜିମେଣ୍ଟର ଵୀରାଙ୍ଗନା ।  ସ୍ବାଧୀନତା ପରେ ସେ କୁଆଡେ ଗଲେ, କେଉଁଠି ରହିଲେ, ତାଙ୍କ ବିଷୟରେ ଇତିହାସ ନିରବ ରହିଲା, କେହି ଖୋଜିଲେ ନାହିଁ । ୨୦୦୮ ମସିହାରେ ମହାନ୍ ଗବେଷକ, ଐତିହାସିକ ଅନୀଲ ଧୀର  କଲିକତାର "  ନେତାଜୀ ରିସର୍ଚ୍ଚ ନ୍ୟାସନାଲ ଆର୍ମୀ"  ସମ୍ପର୍କରେ ଗବେଷଣା କରୁଥିବା ସମୟରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବିଷୟରେ ଜାଣି କୋରାପୁଟ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଥି ଖେଳେଇଲେ, କିଛି ଖବର ପାଇଲେ ନାହିଁ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରି ଖବର ପାଇ ଜୟପୁର ଗଲେ ଓ ଦେଖିବାକୁ ପାଇଲେ ଯେ ସେ ଅନେକ ଲୋକ ଙ୍କ ଘରେ ବାସନ କୁସନ ମାଜଣା କରି ବହୁ କଷ୍ଟରେ ଝୁମ୍ପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ହାଏରେ ବିଧାତା, ନେହେରୁଙ୍କ ଝିଅ ପ୍ରିୟଦର୍ଶିନୀ ଇନ୍ଦିରା ଦେଶର ପ୍ରଧାନମନ୍ତ୍ରୀ, ତାଙ୍କ ପୁଅ ପ୍ରଧାନମନ୍ତ୍ରୀ, ତାଙ୍କ ପରିବାର ପାଖରେ ପୁରୁଷ ପୁରୁଷ ଧରି କ୍ଷମତା, ଅସୀମ ଅର୍ଥ, ଅର୍ଥାତ୍ ଵୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ଗରିବୀ ସହ ଅକଥନୀୟ ନିର୍ଯାତନାକୁ ଉପଜିଵ୍ୟ କରି ସଂଘର୍ଷ । ଅନୀଲ ବାବୁ ତାଙ୍କୁ ଦେଖାକରିବାକୁ ଯିବା ସମୟରେ  ଉଦୁଉଦିଆ ଦ୍ୱିପ୍ରହର ବେଳେ ରୌଦ୍ର ତାପରେ ଫୁଙ୍ଗୁଳା ପିଠି ରେ ଗୋବର ପାରୁଛନ୍ତି । ଅନୀଲ ବାବୁ ତାଙ୍କ ପାଦ ଛୁଇଁ ପ୍ରଣାମ କଲାରୁ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସମସ୍ତ ବିଷୟ ଆଲୋଚନା କରି ତାଙ୍କୁ ଭୁବନେଶ୍ବରରେ ଆଣିବାକୁ ଚାହିଁବାରୁ ସେ ଆସିବାକୁ ରାଜି ହୋଇଗଲେ ମାତ୍ର କହିଲେ କ'ଣ ପିନ୍ଧି କରି ଯିବି ? ଅନୀଲ ବାବୁ ବଜାରକୁ ଆସି ଲୁଗା ତିନି ଖଣ୍ଡ କିଣି ଦେବାପରେ ସେ ସେଥିରୁ ଗୋଟିଏ ପିନ୍ଧି ଭୁବନେଶ୍ୱର ଆସିଲେ । ଅନୀଲ ବାବୁଙ୍କ ଠାରୁ ଆମେ ସମସ୍ତ ବିଷୟ ଅବଗତ ହୋଇ ସଙ୍ଗେ ସଙ୍ଗେ ଡିଏଭି, ଚନ୍ଦ୍ରଶେଖରପୁର ସ୍କୁଲର ଅଧ୍ୟକ୍ଷ ଡ଼ଃ କେଶବ ଚନ୍ଦ୍ର ଶତପଥୀ ଙ୍କ ସହିତ ଆଲୋଚନା କଲୁ । ସେଦିନ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କୁ ଚାରି ହଜାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତା କଲାପରେ ଏବଂ ତାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଆଲୋଡନ ସୃଷ୍ଟି ହୋଇଥିଲା । ଅନୀଲ ବାବୁଙ୍କ ଧାରାବାହିକ ତ୍ୟାଗ ଓ ସଂଘର୍ଷ ଫଳରେ ୨୦୦୮ ମସିହା, ଅଗଷ୍ଟ ୧୫ , ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କଲେ । ତିନି ଦିନ ପରେ ୧୮ ତାରିଖରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କ ଠାରୁ ସମସ୍ତ ବିବରଣୀ ଶୁଣି କାନ୍ଦି ପକାଇଥିଲେ ଓ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ସଙ୍ଗେ ସଙ୍ଗେ ସଂଗ୍ରାମୀ ଭତ୍ତା ମଞ୍ଜୁର କରିଥିଲେ ମାସକୁ ୩୦ ହଜାର ଟଙ୍କା । ମାସକୁ ୩୦ ହଜାର ଭତ୍ତା ପାଇବା ବଡ଼କଥା ନୁହେଁ,  ଓଡ଼ିଆ ବୀରାଙ୍ଗନା ରାଷ୍ଟ୍ର ଦ୍ବାରା ସମ୍ବର୍ଦ୍ଧିତା ହେବା ଗୈାରବ ର କଥା, ସମଗ୍ର ଓଡ଼ିଶାବାସୀ ଙ୍କ ପାଇଁ ଥିଲା ସୁବାର୍ତ୍ତା ।  ବିଧାତା ର ଚରମ ରସିକତା ଯେ ଏହି ଵୀରାଙ୍ଗନା ମାତ୍ର ଗୋଟିଏ ମାସ ର ଭତ୍ତା ପାଇ ଅକ୍ଟୋବର ୬ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଯଦି ଅନୀଲ ବାବୁ ନଥାନ୍ତେ, କି କିଛି କରିନଥାନ୍ତେ, ତେବେ ?  ଏଭଳି ପ୍ରଶ୍ନ ଏଇତି  ପାଇଁ ଉଠାଉଛୁ ଯେ ଆମ ପାଖରେ ଏଭଳି ଅନେକ ଅଭାବନୀୟ ଅପରିଣାମଦର୍ଶି ଉଦାହରଣୀୟ ଘଟଣାର ଇତିହାସ ଅଛି ଏବଂ ବ୍ୟକ୍ତିଗତ ଭାବେ ଆମେ କ୍ଷତାକ୍ତ ହୋଇଛୁ । ସେଥି ମଧ୍ୟରୁ ଏଇ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ସମ୍ପର୍କିତ ଏକ ଉଦାହରଣ ଦେଉଛୁ, ଯାହାର ସାକ୍ଷୀ ଅନେକ ଉକ୍ତ ମୁଖପୁସ୍ତକରେ ସଂଯୁକ୍ତ ଅଛନ୍ତି, ସିଏ ଇଂ ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ସତ୍ୟବାଦୀ ବଳିୟାର ସିଂହ ( ମହାନ୍ ସାରସ୍ଵତ ସାଧକ ତଥା ଐତିହାସିକ), କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ ( କଳିଙ୍ଗ ପାଇକ ସଙ୍ଗଠନ ର ଅନ୍ୟତମ ପ୍ରତିଷ୍ଠାତା), ଯୁବ ସାମ୍ବାଦିକ ସମରେନ୍ଦ୍ର ବଳିୟାର ସିଂହ ଅବା ବିଜେପି ଦଳର କୃଷକ ନେତା ସୁରଥ ବିଶ୍ବାଳ  ହୁଅନ୍ତୁ , ଏହି ସମୟରେ ଆମ ଆଖିରେ ପଡ଼ିଲା ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ " ଉତ୍କଳ ଗାଉଁଲି ଗୀତ" , ଏହାକୁ ପଢ଼ିବା ପରେ ତନ୍ମଧ୍ୟରୁ ସୂତ୍ର ପାଇ  ସ୍ବର୍ଗତ କହ୍ନେଇ ଚମ୍ପତିରାୟ ଙ୍କ " ପାଇକ ଖେଦା"  ପଢିଲୁ । ସେଥିରେ " ପାଇକ ଅଭିନନ୍ଦନ", " ପାଇକ ଦଣ୍ଡୁଆଳି", ପାଇକ କୁହାଟ ", " ହତିଆର ଜନ୍ମକଥା", " ନଳି ଜନ୍ମକଥା", " ଖଣ୍ଡା ରହସ୍ୟ", ପାଇକ ପଟୁଆର"," ପାଇକ ବେଶ"," ପାଇକ ଓଗାଳ ଓ ଫିଟାଣ" , ଆଦି ପଢ଼ିବା ପରେ ଦୃଢ଼ ନିଶ୍ଚିତ ହେଲୁ ଯେ " ଓଡ଼ିଶାର ସଠିକ୍ ଇତିହାସ " ଏଯାବତ୍ ଲେଖା ଯାଇନାହିଁ । ଏହା ମଧ୍ୟ ମନରେ ଆସିଲା ଯେ ଯେହେତୁ ଓଡ଼ିଶାର ଇତିହାସ ଓଡ଼ିଆ ଲେଖି ନାହାନ୍ତି, ଇଂରେଜୀ ଐତିହାସିକ, ଯେଉଁ ମାନେ ଓଡ଼ିଆ ଵିଦ୍ବେଷୀ ଲେଖିଛନ୍ତି ସେହେତୁ ଏଭଳି ହୋଇଛି । କାରଣ ବିଜେତା ଯେବେ ପରାଜିତ ର ଇତିହାସ ଲେଖିବ, ସିଏ ନିଶ୍ଚିତ ଭାବରେ ନିଜକୁ ମହିମା ମଣ୍ଡିତ କରିବ ଓ ପରାଜିତ କୁ ମସୀଲିପ୍ତ କରିବ । ଅତଏବ ବ୍ରିଟିଶ ଶାସକ ମାନଙ୍କୁ ସହଯୋଗ କରିବା ପାଇଁ ସେମାନେ ୧୭୫୭, ଜୁନ ୨୨ ତାରିଖ ଦିନ ୧୨ ଟା ସମୟରେ ବିନା ଯୁଦ୍ଧ ରେ ମାତ୍ର ୩୫୦ ଇଷ୍ଟ ଇଣ୍ଡିଆ କମ୍ପାନୀ ସୈନ୍ୟଙ୍କ ନିକଟରେ ପଲାସି ଯୁଦ୍ଧରେ ଆତ୍ମ ସମର୍ପଣ କରିଥିବା  ବଙ୍ଗଳାର କେତେକ ବିଶ୍ଵସ୍ତ କର୍ମଚାରୀଙ୍କୁ ଆଣି ଓଡ଼ିଶାକୁ ଶାସନ କଲେ ।  ଅତଏବ ଆମେ ଦୃଢ଼ ନିଶ୍ଚିତ ହେଲୁ ଯେ  ୧୮୫୭ ର କେତେକ ବେତନ ଭୋଗି ଆରକ୍ଷୀ କର୍ମଚାରୀ ମାନଙ୍କ  ବିଦ୍ରୋହ  "ସିପାହୀ ବିଦ୍ରୋହ" କୈାଣସି ସମୟରେ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ନୁହେଁ, ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିବା ପାଇକ ଆନ୍ଦୋଳନ , ଯାହାକୁ ଇତିହାସ "ପାଇକ ବିଦ୍ରୋହ" ନାମରେ ନାମିତ କରିଛି ( କରିବା ମଧ୍ୟ ସ୍ବାଭାବିକ, ଯେହେତୁ ବ୍ରିଟିଶ ଐତିହାସିକ ଲେଖିଛନ୍ତି , ଯେପରି ଇଂରେଜ ମାନଙ୍କ ଭାଷାରେ ଭଗତ ସିଂହ ଜଣେ ଆତଙ୍କବାଦୀ, ଆମ ଭାରତୀୟ ମାନଙ୍କ ଭାଷାରେ ଶହୀଦ ଭଗତ୍ ସିଂ) , ସେହି ଆନ୍ଦୋଳନ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏ ସମ୍ପର୍କରେ ଆମେ ଏକ ଆଲେଖ୍ୟ ପ୍ରଗତିବାଦୀରେ ପ୍ରକାଶିତ କରାଇଥିଲୁ ।‌ ଏହି ସମୟରେ ଆଦିମାତା କଲୋନୀର ଏକ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ଅବସର ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା  ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମ ସି ଏଲ)ର ଜଣେ ବରିଷ୍ଠ ପଦାଧିକାରୀ ,ଯିଏ ସେତେବେଳେ ଜଣେ ଜନାଦୃତ ପରିବେଶବିତ୍ ତଥା ରକ୍ତଦାନ, ବୃକ୍ଷରୋପଣ ଅଭିଯାନର ସମର୍ପିତ କାଣ୍ଡାରୀ ଥିଲେ, ସେହି ଭଦ୍ରବ୍ୟକ୍ତି ଇଂ ଶିଶିର ନାୟକଙ୍କ ସହିତ ସମ୍ପର୍କ ରେ ଆସିଲୁ ।  ସେ ଆମର ଆଲେଖ୍ୟ ପଢି କହିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅଧୁନା ୧୦୨ ବର୍ଷରେ ପଦାର୍ପଣ କରିଥିବା ବରେଣ୍ୟ ହଟ୍ଟନାଥ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ " କଳିଙ୍ଗ ପାଇକ ସଙ୍ଗଠନ" ଗଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ, ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଫୁଲ୍ଲ ବାହୁଵଳେନ୍ଦ୍ର ,ସୁରଥ ବିଶ୍ବାଳ , ଅମରେନ୍ଦ୍ର ମହାପାତ୍ର, ଭୀମସେନ ପ୍ରଧାନ, ସଂଗ୍ରାମ ଜଗଦ୍ଦେବ ପ୍ରମୁଖ ଏଥିରେ ସମ୍ପୃକ୍ତ ।  ୨୦୧୪ ରେ କେନ୍ଦ୍ରରେ ମୋଦିଙ୍କ ସରକାରରେ ଧର୍ମେନ୍ଦ୍ର ପ୍ରଧାନ  ପ୍ରଥମେ ମନ୍ତ୍ରୀ ହେବାପରେ  ଆମେ ତାଙ୍କୁ ଆମେ ପଢୁଥିବା ଗୋପୀନାଥ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କରିଥିଲୁ ପୁରାତନ ଛାତ୍ର ସଂଘର ସଭାପତି ଭାବରେ । ସେ ଆମ ନିମନ୍ତ୍ରଣ ରକ୍ଷା କରି ଆସିଥିବା ସମୟରେ ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହେବାପରେ ସେ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇ ଆଵେଗପୂର୍ଣ୍ଣ ଭାବରେ ଆମଠାରୁ  ସମସ୍ତ ପ୍ରକାର ପ୍ରାମାଣିକ ତଥ୍ୟ ମାଗିଲେ । ସମସ୍ତ ପ୍ରାମାଣିକ ତଥ୍ୟ ଶିଶିର ନାୟକ ଯୋଗାଡ଼ କରି ହଟନାଥ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହିତ ଆଲୋଚନା କରିଥିଲେ ।  ସେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିବା ସହିତ ଏକ ପ୍ରାମାଣିକ ଚିତ୍ର ସନ୍ନିବେଶିତ ସୁଦୃଶ୍ୟ ପୁସ୍ତକ ପ୍ରକାଶ କରାଇ ସମସ୍ତ ଙ୍କୁ ଦେଲେ ।‌ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ତାରିଖ ଯେତେବେଳେ ପ୍ରକାଶ ପାଇଲା , ସେତେବେଳେ ଶିଶିର ବାବୁ ଓ ବନ୍ଧୁ ଦଳସିଂହ ରାୟ ଆମକୁ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଲେ କେମିତି ହୁଅନ୍ତା ?  ଆମେ ଦୂରଭାଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଜଣାଇବା ପରେ ସେ କହିଲେ ବଢ଼ିଆ କଥା, ଆପଣ ଆଗରୁ କାହିଁକି କହିଲେ ନାହିଁ ? ଅପେକ୍ଷା କରନ୍ତୁ , ମୁଁ କଥା ହୋଇ ଖବର ଦେବି ।  ଠିକ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ପୂର୍ବ ଦିନ ଫୋନ କରି କହିଲେ ଯେ ଦାବି ପତ୍ର କ'ଣ, ଆପଣ  ୧୨ ଘଣ୍ଟା ଭିତରେ ପାଇକ ଆନ୍ଦୋଳନର ବୀର ମାନଙ୍କ ବଂଶଧର ମାନଙ୍କୁ ଭୁବନେଶ୍ୱର ଆଣାଇପାରିଵେ , ପ୍ରଧାନମନ୍ତ୍ରୀ ସେମାନଙ୍କୁ ଓଡ଼ିଶା ରାଜଭବନରେ ସମ୍ବର୍ଦ୍ଧିତ କରିବେ । ବୁଝି ମୋତେ ଶୀଘ୍ର କୁହନ୍ତୁ , କାରଣ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହେଉଛି ? ଏ ଅସମ୍ଭବ କଥା କେମିତି ସମ୍ଭବ, ଦୁଇଶହ ଵର୍ଷ ଭିତରେ କେତେ ପିଢ଼ି ଗଲେଣି, ଅସଲ ଦାୟାଦ ଆମେ କେମିତି ଜାଣିବା ? ଶ୍ରଦ୍ଧେୟ ପ୍ରଦୀପ ବିଶ୍ବାଳ ଓ ଶିଶିର ନାୟକ କହିଲେ ଆପଣ ହଁ କରନ୍ତୁ, ଦାୟିତ୍ଵ ଆମର । ଦାୟାଦ ମାନଙ୍କୁ ନୁହେଁ, ସେମାନଙ୍କ ମାଧ୍ୟମରେ ଵୀର ପାଇକ ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ର ସମ୍ମାନ ଦେବ, ଏଭଳି ସୁଯୋଗ ହାତଛଡ଼ା କରିବା ଅନୁଚିତ୍ ।  ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ,ପିଣ୍ଡିକୀ ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ,ତାପଙ୍ଗ ଗଡର ଦଳବେହେରା, ଦୀନବନ୍ଧୁ ସାମନ୍ତରାୟ ,ଦୀନା ଓ ଲୋଚନ କନ୍ଧଙ୍କ ଠାରୁ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏଙ୍କ ଠାରୁ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟାଦ ମାନଙ୍କୁ ଖବର ଦିଆଗଲା ଓ ଯୁଦ୍ଧ କାଳୀନ ଭିତ୍ତିରେ ଆୟୋଜନ କରାଗଲା । ଠିକ୍ ତା  ପରଦିନ ସକାଳ ୯ ଟା ସମୟରେ ପ୍ରଧାନମନ୍ତ୍ରୀ ବୀର ପାଇକ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ଏହି ସଂଗ୍ରାମକୁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନର ମାନ୍ୟତା ଦାବିରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କଲେ ।  ଏହାକୁ ପ୍ରଶଂସା କରିବା ବଦଳରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତିକୁ ଅପହରଣ କରାଇ ପ୍ରଚାର କରାଗଲା " ବାବୁଲା ହଜିଗଲା " । ଏବେ ଯେମିତି କରୋନା ଠାରୁ ବେରୋଜଗାରୀ, ମଧ୍ୟବିତ୍ତ ପରିବାରର ଅକଥନୀୟ ନିର୍ଯାତନା ଆଦି ସମ୍ପର୍କରେ ଆଲୋଚନା ନହୋଇ ଆଦିତ୍ୟ ହତ୍ୟା, ସୁଶାନ୍ତ ସିଂ ଆତ୍ମହତ୍ୟା, ବଚନ ପରିବାରକୁ କରୋନା ସମ୍ପର୍କରେ ଆଲୋଚନା, ଚରିତ୍ର ନଥିବା ଚିତ୍ର ଅଭିନେତ୍ରୀ- ଅଭିନେତାଙ୍କ ପ୍ରେମ, ବିବାହ,ବିଛେଦ, କଣ୍ଠଶିଳ୍ପୀଙ୍କ ପାରିବାରିକ କରି, ଟୁଙ୍ଗୁର ଭୋଳ ମାନଙ୍କ କଥା ଘଣ୍ଟା ଘଣ୍ଟା ଧରି ଆଲୋଚନା ହେଉଛି, ଠିକ୍ ସେହିପରି ହେଲା ଓ ଆମକୁ ତୈଳ ଅର୍ଥ ହିତାଧିକାରୀ ତ କିଏ ଗେରୁଆ ହୋଇଗଲା ବୋଲି କଟୁ ଆକ୍ଷେପ କଲେ । ବାବୁଲା ମିଳିଲା, ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଅସଲ ଚେହେରା ସମସ୍ତେ ଦେଖିଲେ, ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳର ଶେଷ ସଭାରେ, ନୁଆ ଦିଲ୍ଲୀର ବିଜ୍ଞାନ ଭବନରେ ବଜ୍ର ନିନାଦିତ ସ୍ଵରରେ ଘୋଷଣା କଲେ ଯେ ଓଡ଼ିଶା ରେ ୧୮୧୭ ମସିହାରେ ହୋଇଥିବା " ପାଇକ ଆନ୍ଦୋଳନ" ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏହା ପରେ କେନ୍ଦ୍ରୀୟ ଶିକ୍ଷା ପାଠ୍ୟକ୍ରମରେ ପରିବର୍ତ୍ତନ, ସମୁଦାୟ ୨୦୦ କୋଟି ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା, ଡ଼ାକ ଟିକଟ ଉନ୍ମୋଚିତ, ସାମରିକ କଳା ସଂସ୍କୃତି ପ୍ରତିଷ୍ଠାନ , ରାଷ୍ଟ୍ରପତି ଙ୍କ ଦ୍ଵାରା ଭୂମିପୂଜନ , ଏସମସ୍ତର ଶ୍ରେୟାଧିକାରୀ ଧର୍ମେନ୍ଦ୍ର ପ୍ରଧାନ ।‌ ଏହି ସତ୍ୟ ପ୍ରକାଶ କରିବାରୁ ଆମକୁ ଲୋକେ ଗେରୁଆ ବିଶେଷଣରେ ବିଭୂଷିତ କଲେ । ଗୋଟିଏ ରୋଗ ଏବେ ଗ୍ରାସ କରିଛି , କା‌ହାର ଭଲ କୁ ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ଗଳା କୁ ଚିପି ଦେଉଛି, ମାତ୍ର କାହାର ନିନ୍ଦା କଲାବେଳେ ସେହି ଅଦୃଶ୍ୟ ଶକ୍ତି ଗଳା ମେଲା କରି ଦେଉଛି । ପ୍ରଶଂସା କାତର,ନିନ୍ଦା ପ୍ରଵର ରୋଗରେ ରୋଗାକ୍ରାନ୍ତ ମାନେ ଆମକୁ ଯେତେ ଗାଳିଗୁଲଜ କଲେ, ଯେତେ ଅପପ୍ରଚାର କଲେ ମଧ୍ୟ ଆମର ଅଭିଯାନ ଓ ସଂଘର୍ଷର ପଥରୋଧ କରିପାରିନାହାନ୍ତି କି କରିପାରିବେ ନାହିଁ । ଏବେ ତ ଚାରି ବର୍ଷ ଧରି ଜଣେ ଚରଣିଆ ଅହଙ୍କାରୀ ଆମକୁ  ମୁଖ ପୁସ୍ତକରେ ମିଥ୍ୟାରୋପ କରି ଗାଳି ବର୍ଷଣ କରିଆସୁଛି ଏବଂ ନିଜେ ନିଜର ଅଭିଯୋଗ କୁ ପ୍ରତ୍ୟାହାର କରୁଛି ।
ଅତଏବ ଆମେ  ଯଦି ଏହି ଐତିହାସିକ ପାଇକ ଆନ୍ଦୋଳନର ଗର୍ଭାନୁଶୀଳନ କରିବା ତେବେ ମୂଳ ଶ୍ରେୟ ନିଶ୍ଚିତ ଗଞ୍ଜାମ କୁ ଯିବ । ଛପା ଇତିହାସର ଏକ ଅଛପା ସତ୍ୟ ଏଠାରେ ଉପସ୍ଥାପିତ ପ୍ରାମାଣିକ ଦଲିଲ୍ ସହ । ଜମିଜମା ଖତିଆନ ରେ ଭୀମପୁର ଦଳବେହେରା ପାଇଥିବା ଆଠ ବାଟି ଦଶମାଣ ଅର୍ଥାତ୍ ୭୬ ଏକର ଅନୁଗୃହୀତ ଜାଗିରିର ଇତିହାସକୁ ଅନୁଧ୍ୟାନ କଲେ ହିଁ ଛପା ଇତିହାସର ଚଞ୍ଚକତା ଧରାପଡିଯିବ । ୧୮୧୭ ମସିହା, ମାର୍ଚ୍ଚ ମାସ ୨୯ ତାରିଖରେ ଭଞ୍ଜଭୂମି ଘୁମୁସର ରୁ ଇଂରେଜ ବିରୋଧରେ ଯୁଦ୍ଧ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ଠାରେ ପହଞ୍ଚିଥିଲେ । ଏମାନଙ୍କ ସହିତ ଯୁଦ୍ଧରେ ହାରି  ଫିରିଙ୍ଗି ବାହିନୀ ଛତ୍ରଭଙ୍ଗ ଦେଇଥିଲେ । ଘଣ୍ଟଶିଳା ଗିରି ଶିଖରରେ ବାଜି ଉଠିଲା ଘଣ୍ଟା । ହଜାର ହଜାର ପାଇକ ସେନା ଯୋଗଦେଲେ, ଛତ୍ରଭଙ୍ଗ ଫିରିଙ୍ଗି ସେନାକୁ  ବିତାଡିତ କରି ଦିନା କନ୍ଧ ଓ ଲୋଚନ କନ୍ଧଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁରରେ ପହଞ୍ଚିଲେ ଏବଂ ଏହା ଦେଖି ପାଇକ ବୀର କୃତିବାସ ପାଟ୍ଟଶାଣୀଙ୍କ ମନୋବଳ ବୃଦ୍ଧି ପାଇଲା । ବାଣପୁର ପଲଟଣ ପଡ଼ିଆରେ  କୃତିବାସଙ୍କ ନେତୃତ୍ବରେ ପାଇକ ସେନା ସହିତ ଶହୀଦ ଦିନା ଓ ଲୋଚନ କନ୍ଧଙ୍କ ସେନାର ମିଳିତ ଦୃଶ୍ୟ ଦେଖି ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପୂର୍ବରୁ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ ମିଳିତ ବାହିନୀ । ତିନି ଶହରୁ ଉର୍ଦ୍ଧ୍ବ ଗୋରା ଫଉଜ ଏଥିରେ ନିହତ ହୋଇଥିଲେ ଏବଂ ଅସ୍ତ୍ରାଗାର ଖଜଣାଖାନାକୁ ଦଖଲକୁ ନେଲେ । ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପରେ  ବାଣପୁର ସ୍ବାଧୀନ ଘୋଷଣା କରି  ପଞ୍ଚୁ ନାୟକ କୁ ରାଜା ଘୋଷଣା କରି  ଚିଲିକା କୂଳ ଆଡେ ମାଡ଼ି ଚାଲିଲେ, ଛତ୍ରଭଙ୍ଗ ଦେଲେ ଫିରିଙ୍ଗି ସେନା, ଏହା ପରେ ସେନା ମାଡିଚାଲିଲା ଖୋର୍ଦ୍ଧା ଅଭିମୁଖେ । ଏପଟେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ପାଇକ ସେନା ଏହି ଅଭିଯାନରେ ଯୋଗଦେଲେ ।‌ ଇଂରେଜ ହଟାଅ ଅଭିଯାନଟି ପାଇକ ସଂଗ୍ରାମରେ ପରିଣତ ହେଲା ।  ଖବର ପାଇ ଖୋର୍ଦ୍ଧାରୁ ଫିରିଙ୍ଗି ସେନା ଭୟରେ ଛତ୍ରଭଙ୍ଗ ଦେଇ  ପଳାଇଗଲେ । ପାଇକ ବୀର ମାନେ ଖୋର୍ଦ୍ଧାର ସମସ୍ତ ଫିରିଙ୍ଗି  ସରକାରୀ କୋଠାବାଡ଼ି ଧ୍ବଂସ କରିଦେଲେ , ରାଜ କର୍ମଚାରୀ ମାନେ କାର୍ଯ୍ୟାଳୟ ଛାଡ଼ି ଲୁଚିଲେ । ଚରମ ବିଶ୍ବାସଘାତକ ଚରଣ ପଟ୍ଟନାୟକ କୁ ପାଇକ ବୀର ଗୋପାଳ ଛୋଟରାୟ ହତ୍ୟା କଲେ । ସଂଗ୍ରାମ ପ୍ରବଳ ଆକାର ଧାରଣ କଲା । ୫ ହଜାର ରୁ ଉର୍ଦ୍ଧ୍ବ ବୋଲି ଐତିହାସିକ ରାଖଲ ଦାସ ବାନାର୍ଜୀ ଯାହା ଲେଖିଛନ୍ତି, ତାହା ଭୁଲ୍, ଏଥିରେ ୨୦ ହଜାର ପାଇକ ସେନା ଖୋର୍ଦ୍ଧା ଦଖଲ କରି ସାରି  ପୁରୀ ଅଭିମୁଖେ ଅଭିଯାନ ଆରମ୍ଭ କଲେ । ବାଟରେ ସେମାନଙ୍କୁ ଗଙ୍ଗପଡା ଠାରେ  ଫିରିଙ୍ଗି ଲେପ୍ଟନାଣ୍ଟ ଫାରିସ୍ ଓ ଲେପ୍ଟନାଣ୍ଟ ଫ୍ରିକାସ ଙ୍କ ନେତୃତ୍ବରେ ଦୁଇ ପଟୁ ବ୍ରିଟିଶ ସୈନିକ ଯୁଦ୍ଧ କରି ପରାସ୍ତ ହୋଇ ଛତ୍ରଭଙ୍ଗ ଦେଲେ, ଲେପ୍ଟନାଣ୍ଟ ଫାରିସଙ୍କୁ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମୁଖ ଯୁଦ୍ଧ ରେ ବନ୍ଧୁକ ବନାମ ତଲଵାର ଯୁଦ୍ଧ ରେ ହତ୍ୟା କଲେ । ପାଇକ ବାହିନୀ  ସେଠାରୁ ତାପଙ୍ଗ ଦେଇ କଣାସରେ ପହଞ୍ଚିଥିଲେ ଏବଂ ଦୟାନଦୀ କୂଳରେ ଦୋକନ୍ଦା ମେଳଣ ପଡିଆ ଠାରେ ଅପେକ୍ଷାରତ କଣାସ ଅଞ୍ଚଳ ର ପାଇକମାନେ ଯୋଗଦେବା ପରେ ଏହା ଏକ ବିଶାଳ ପାଇକ ସେନା ରେ ପରିଣତ ହୋଇଥିଲା । ବକ୍ସି ଘୋଡ଼ା ଉପରେ ଠିଆ ହୋଇ ପାଇକମାନଙ୍କୁ  ସମ୍ବୋଧିତ କରି ଓଡ଼ିଶାର ବିଭିନ୍ନ ରାଜା, ଜମିଦାର ମାନଙ୍କୁ ଇଂରେଜ ହଟାଓ ଅଭିଯାନ ରେ  ଯୋଗ ଦେବାକୁ ନିବେଦନ କଲେ ଏବଂ କଣାସ ଶିବିର ରୁ ବିଭିନ୍ନ ରାଜାଙ୍କ ପାଖକୁ ଦୂତ ପଠାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର କୈାଣସି ସ୍ଥାନରେ ଅବା ଇତିହାସର କେଉଁଠି ଲେଖା ଯାଇନାହିଁ, ଯାହା ବ୍ରିଟେନର ସବୁଠାରୁ ପୁରୁଣା ପୋର୍ଟ ଗ୍ରୀନ ଉଇଚ ପୋର୍ଟର ଗ୍ରୀନ ଉଇଚ ପୋର୍ଟ ମ୍ୟୁଜିୟମରେ  ଏକ ସୁଦୃଶ୍ୟ ଫଳକରେ ଲେଖାଯାଇଛି ଯେ ଭାରତର ପୂର୍ବ ପ୍ରାନ୍ତରେ ହୋଇଥିବା " ପାଇକ ବିଦ୍ରୋହ କୁ ଦମନ କରାଯାଇନଥିଲେ, ପାଇକମାନଙ୍କ ଦାନ୍ତ ଭାଙ୍ଗିଦିଆଯାଇନଥିଲେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିବା ସମ୍ଭବ ହୋଇନଥାନ୍ତା" । ଏପରିକି ସେତେବେଳେ  ଫିରିଙ୍ଗି ସେନାର ନେତୃତ୍ବ ନେଇଥିବା ଓଲ୍ଡଫୟାର ଏହା ସ୍ବୀକାର ପୂର୍ବକ ଫଳକ ସେଠାରେ ସ୍ଥାନ ପାଇଛି । ଫଟୋ ଉଠାଇବା ସେଠାରେ ମନା ଥିବାରୁ ମୋହନ ସୁନ୍ଦର ଦଳସିଂହ ରାୟ ଯାହା ଲେଖା ଯାଇଛି, ତାକୁ ଟିପି ଆଣି ଆମକୁ ଦେଇଛନ୍ତି । ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ସଂଗ୍ରହ ହୋଇଛି , ଏପରିକି ଏଭଳି ତଥ୍ୟ ଆମର ହସ୍ତଗତ ହୋଇଛି, ତାହାର ପ୍ରାମାଣିକ ତଥ୍ୟ ଏଠାରେ ଉପସ୍ଥାପନ କଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣଙ୍କ ଲୋମ ଟାଙ୍କୁରି ଉଠିବ ,  ବିଶ୍ବ ଇତିହାସ ପରିବର୍ତ୍ତନ ହେବାକୁ ବାଧ୍ୟ ହେବ । ଆମେ ନିଜେ ଏକ ଭୟଙ୍କର ତୃଟି କରିଛୁ । ଆମର ଇଂରାଜୀ ଭାଷା ରେ ଏତେ ଗଭୀରତା ନଥିବାରୁ ଅତି ସତର୍କତାର ସହିତ ଜଣେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ପ୍ରଶାସକଙ୍କୁ ଓଡ଼ିଆରେ ଅନୁବାଦ କରିବାକୁ ଦେଇଥିଲୁ, ତିନି ମାସ ପରେ   ଆଜି ଯେତେବେଳେ ପଚାରିଲୁ, ସେ ମହାଶୟ କହିଲେ, ମୁଁ କୋଉଠି ରଖି ଦେଇଛି, ପାଉନାହିଁ । ଖୋଜୁଛି, ମିଳିଲେ ଆପଣଙ୍କୁ ଦେଇଆସିବି । ଏକ ଭୟଙ୍କର ବିଶ୍ବାସଘାତକତା ର ଆମେ ଶିକାର ହେଲୁ । ଏଠାରେ ଉଲ୍ଲେଖ କରୁଛୁ ଯେ ଅନେକ ମାଟି ପ୍ରାଣ, ଇତିହାସ ପ୍ରାଣ ମାନଙ୍କ ପରାମର୍ଶକୁ ଆଦେଶ ଭାବେ ଗ୍ରହଣ କରି ଆଜି ଠାରୁ " ଛପା ଇତିହାସ ର ଅଛପା ସତ୍ୟ" ଶୀର୍ଷକ ରେ ଲେଖା ପ୍ରକାଶ ପାଇବ ।
କ୍ରମଶଃ

ଦୁର୍ନୀତି ମୁକ୍ତ ଗଣତନ୍ତ୍ର

-----
ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଅନୁଚିନ୍ତା କୁ ଉପଜିବ୍ୟ କରି ଅନନ୍ତ ବଳିଆ ସେବା ସଂଘ, ବିଶ୍ବ ସନାତନ ସେବା ସଂଘ ଓ  ଗୀତା ସାବିତ୍ରୀ ଚକ୍ରର ସମ୍ମିଳିତ  ସଙ୍ଗଠନ ଆନୁକୁଲ୍ୟରେ , ବିଶେଷ କରି ପଦ୍ମଶ୍ରୀ ବାବା ବଳିଆ ଙ୍କ ମାର୍ଗଦର୍ଶନରେ  ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ,ଶ୍ରୀମଦ୍ ଭଗବତ ଗୀତା ଆଧାରରେ ଜ୍ଞାନ ଓ ବିଜ୍ଞାନ ସମ୍ବଳିତ ପଞ୍ଚଦିବସୀୟ ସାମାଜିକ ଓ ଆଧ୍ୟାତ୍ମିକ ଆଲୋଚନା ସଭାର  ଆଜି ଥିଲା ଚତୁର୍ଥ ଦିବସ ଏବଂ ଆଲୋଚ୍ୟ ଶୀର୍ଷକ ଥିଲା "ଦୁର୍ନୀତି ମୁକ୍ତ ଗଣତନ୍ତ୍ର ପାଇଁ ଆମ କର୍ତ୍ତବ୍ୟ ଓ ଅଧିକାର । ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଞ୍ଚାଳନରେ ଆୟୋଜିତ ଏହି ସମ୍ପାନରେ   ଆମ ସମେତ ଡଃ ଭଗବାନ ପ୍ରକାଶ , ପ୍ରଖ୍ୟାତ ସାରସ୍ବତ ସାଧକ ତଥା ରାଜନୀତି ବିଜ୍ଞାନ ବିଶେଷଜ୍ଞ ପ୍ରାଚାର୍ଯ୍ୟ ଜୀତେନ୍ଦ୍ର ନାରାୟଣ ଦାଶ ( ଦାଶ ବେନହୁର) , ପ୍ରଧ୍ୟାପକ ସୁଧୀର ଚନ୍ଦ୍ର ଜେନା, ପ୍ରାକ୍ତନ ଆରକ୍ଷୀ ମହା ନିର୍ଦ୍ଦେଶକ ଶିଶିର ମିଶ୍ର , ପ୍ରାକ୍ତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପ୍ରାକ୍ତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରଭୃତି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ପ୍ରଥମ ଆଲୋଚକ ଭାବେ ଆମେ ଯେଉଁ ମତାମତ ଦେଇଥିଲୁ ତାହାକୁ ଉପଜିବ୍ୟ କରି ଆଜିର ଅଗ୍ରଲେଖ । ଆମର ବକ୍ତବ୍ୟ ସହିତ କିଏ ଏକମତ ହୁଅନ୍ତୁ ଅବା ନହୁଅନ୍ତୁ ,କିଏ ମାନନ୍ତୁ ଅବା ନମାନନ୍ତୁ ,ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ,ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିକୋଣରୁ ଗଣତନ୍ତ୍ରକୁ ବୁଝିଥାଆନ୍ତି  , ବୁଝାଇଥାନ୍ତି , ଏପରିକି ବୁଝ,ନବୁଝ , ବୁଝିଛ ବୋଲି ହଁ କରିବାକୁ ବାଧ୍ୟ କରିଥାନ୍ତି । ବାସ୍ତବରେ ନିରଙ୍କୁଶ ରାଜତନ୍ତ୍ର ବିରୋଧରେ ସଂଗଠିତ ଜନମତରୁ ଗଣତନ୍ତ୍ରର ସୃଷ୍ଟି   । ଜନଚେତନା ଓ ବୌଦ୍ଧିକ ଚେତନାର ମିଶ୍ରଣରୁ ଜନ୍ମ ନିଏ ଆଜିର ଗଣତାନ୍ତ୍ରିକ ଚିନ୍ତାଧାରା । ସମ୍ରାଟଙ୍କ ଅଖଣ୍ଡ ଆଧିପତ୍ୟକୁ ଜନସାଧାରଣ ଗ୍ରହଣ କରିବାକୁ ଅନିଚ୍ଛୁକ ହେବାରୁ ପୃଥିବୀରେ ତିନିଗୋଟି “ ଜନବିପ୍ଲବ “ ଜନ୍ମ ନେଲା   । ଲୋକମାନେ ଦାବି କଲେ “ ସମାନତା , ସ୍ଵତନ୍ତ୍ରତା ଓ ନ୍ୟାୟ   । ଇଂଲଣ୍ଡର ୧୬୮୮ ମସିହାର “ ଗ୍ଲୋରିୟସ ବିପ୍ଲବ ବା ରିଭଲ୍ୟୁସନ , ୧୭୭୬ ମସିହାର ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ ୧୭୮୯ ମସିହାର ଫରାସୀ ବିପ୍ଲବ  ବିଶ୍ଵ -ଇତିହାସକୁ ଓଲଟ ପାଲଟ କରିଦେଲା ଏବଂ ଅସୀମ ରାଜତନ୍ତ୍ର ସମାଧିରୁ ଜନ୍ମ ନେଲା ଗଣତନ୍ତ୍ର  ବୋଲି  ପାଠ କୁହେ । ଏହା ମାତ୍ର ୪00 ବର୍ଷ ତଳର କଥା   । ଜନସାଧାରଙ୍କ ଦାବି ପୂରଣ ହେଲା ଓ ସେମାନେ ପାଇଲେ “ ସାର୍ବଭୌମ ଶାସନ କ୍ଷମତା “ । ଆମେ ଆର୍ଯ୍ୟାବର୍ତ୍ତରେ ବା ଭାରତୀୟ ସଭ୍ୟତା ଏଭଳି ଉଦ୍ୟମ ଦେଖିଲେ ନାହିଁ, ଯଦିଓ ସ˚ସ୍କୃତ ଭାଷାରେ ଓ ବେଦ ସମେତ ସମଗ୍ର ଭାରତୀୟ ଜ୍ଞାନ ପ୍ରକରଣରେ ଅସ˚ଖ୍ୟ ଅର୍ଥପୂର୍ଣ୍ଣ ବ୍ୟାଖ୍ୟାନ ଥିଲେ। ଭାରତୀୟ ଜ୍ଞାନ ବ୍ୟବସ୍ଥା ସାମ୍ରାଜ୍ୟବାଦୀ ଅଭିଯାନର ଅସ୍ତ୍ରାଗାର ନ ଥିଲା। ଭାରତୀୟ ଜ୍ଞାନ ବ୍ୟବସ୍ଥାର ଉପପାଦ୍ୟ-କରଣ (ଥିଓରାଇଜେସନ୍‌) ନ ହେବା ଫଳରେ ସବୁ କ୍ଷେତ୍ରରେ ପ୍ରୟୋଗ ହେଲା ଭଳି ତର୍କସ˚ଭୂତ ନିଷ୍କର୍ଷ (ଡିଡକ୍‌ସନ୍‌) ସମ୍ଭବ ହେଲାନାହିଁ। ତେଣୁ ‘ଡିମୋକ୍ରାସି’କୁ ‘ଗଣତନ୍ତ୍ର’ ଅର୍ଥରେ ବୁଝାଯାଉଥିବା ଏକ ଶବ୍ଦ ଭାବରେ ଆମେ ଗ୍ରହଣ କରିନେଲେ। ପ୍ରକୃତରେ ‘ଗଣତନ୍ତ୍ର’ର ନୂଆ ଅର୍ଥ ବିକାଶ ଓ ବିସ୍ତାର ପାଇଁ ଏବେ ତିନିଟି କାରଣରୁ ବାଟ ଫିଟିଚି। ପ୍ରଥମ କାରଣ ଏଥେନିଆନ୍‌ ନଗର-ରାଷ୍ଟ୍ରର ଡିମୋକ୍ରାସି ଆମର ଚଳନ୍ତି ସମୟର ପ୍ରତିନିଧିମୂଳକ ଗଣତନ୍ତ୍ରର ଛାୟା ମଧୢ ନୁହଁ। ଏ ଶବ୍ଦକୁ ଅର୍ଥ ମିଳିଲା ମାନବିକ ଅଧିକାରର ପ୍ରତିଷ୍ଠାରେ ଓ ଯଥେଚ୍ଛାଚାରୀ ଶାସନ ବିରୋଧରେ ଘଟିଥିବା ଦୁଇଟି ପାଶ୍ଚାତ୍ୟ ଘଟନାକ୍ରମରୁ। ପ୍ରଥମଟି ଆମେରିକା ଅଧିକାର ପାଇଁ ୟୁରୋପୀୟଙ୍କ ଭାଇ-ଭାଇ ଯୁଦ୍ଧ ପରେ, ଭୟଙ୍କର କ୍ଷୟକ୍ଷତି ପରେ, ଆମେରିକା ସମ୍ବିଧାନରେ ଏବଂ ଦ୍ବିତୀୟଟି ଫରାସୀ ବିପ୍ଳବ ଫଳରେ ଫ୍ରାନ୍‌ସରେ ‘ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ’ (ଲିବେର୍ଟି, ଇକ୍ବାଲିଟି, ଫ୍ରାଟରନିଟି) ଆଧାରରେ ନୂଆ ରାଜନୈତିକ ଆଦର୍ଶର ପ୍ରତିଷ୍ଠା ସହିତ ରାଜତନ୍ତ୍ରର ସମାପ୍ତିରେ। ଆମେରିକାନ୍‌ ଵାର ଅଫ୍‌ ଇଣ୍ତିପେଣ୍ତେନ୍‌ସ ଥିଲା ୧୭୭୫ରୁ ୧୭୮୩ର ଘଟନା। ଫରାସୀ ବିପ୍ଳବ ଥିଲା ୧୭୮୯ରୁ ୧୭୯୯ର ଘଟନା। ସମ୍ବିଧାନର ପ୍ରତିଷ୍ଠା, ମାନବାଧିକାର, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ ଏ ସବୁ ଥିଲା ଗଣତନ୍ତ୍ରର ଉପାଦାନ ।  ଏହା ସବୁ ପୋଥି ବାଇଗଣ । ଆମେ ଆମ ଭାଷାରେ ଯେଉଁ ବାଡି ବାଇଗଣ କଥା ଉଲ୍ଲେଖ କରିବାକୁ ଯାଉଛୁ , ତାହାକୁ ପାଶ୍ଚାତ୍ୟ ଦର୍ଶନାନୁରକ୍ତ ପଣ୍ଡିତ ବର୍ଗ ଯେ ଗ୍ରହଣ କରିବେ ନାହିଁ , ସେଥିରେ ଆମେ ଦୃଢ ନିଶ୍ଚିତ ।
କାରଣ ସେମାନେ ସେମାନଙ୍କର ସଂକୀର୍ଣ୍ଣ ସ୍ୱାର୍ଥ ପରିତ୍ୟାଗ କରି ସତ୍ୟକୁ ସ୍ୱୀକାର କରିବାକୁ ଅସମର୍ଥ ; ନୂତନ ଚିନ୍ତାକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ସମୟର ଗତି ସହ ପରିବର୍ତ୍ତନର ଆବଶ୍ୟକତା ଯେ ଅପରିହାର୍ଯ୍ୟ, ସେମାନେ ନବୁଝି, ସେଇ ‘ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ’ ତାଳରେ ଚିରକାଳ ରଡି  ଛାଡି ଚାଲିଛନ୍ତି। ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, ସେମାନେ କହୁଛନ୍ତି ‘ମେଘ ଦୁଲୁକୁଛି’। ପଢାଯାଇ ଓ କୁହାଯାଇ ଆସୁଛି ଯେ  କୁଆଡେ ଗଣତନ୍ତ୍ରର ସର୍ବକାଳୀନ ସଂଜ୍ଞା ଆବ୍ରାହାମ ଲିଙ୍କନଙ୍କ ଦ୍ୱାରା ପ୍ରଦତ୍ତ ହୋଇଛି ,ଯାହାର ସରଳାର୍ଥ ହେଲା ‘ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା, ଯାହା ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ନିମିତ୍ତ ଏବଂ ଲୋକମାନଙ୍କର ହିତ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ବା ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କର ଶାସନ ବ୍ୟବସ୍ଥା । ୧୬୮୮ ବା ୧୭୭୬ ଅବା ୧୭୮୯  ର ହଜାର ହଜାର ବର୍ଷ ପୂର୍ବେ ଗଣତାନ୍ତ୍ରିକ ବ୍ୟବସ୍ଥା ଥିଲା । ଓଡ଼ିଶାର ଆଦିମ ଜନଜାତି ଙ୍କ ଠାରୁ ତଥାକଥିତ କଳିଙ୍ଗ ଯୁଦ୍ଧ , ତଥାକଥିତ କହିବାର କାରଣ ଆମ ଭାଷାରେ କଳିଙ୍ଗ ଯୁଦ୍ଧ ଏକ କାଳ୍ପନିକ ବିଷୟବସ୍ତୁକୁ ଇତିହାସର ମୋହର ମରାଯାଇଛି । ଏପରିକି ପାଶ୍ଚାତ୍ୟରେ ଗ୍ରୀସ୍‍ ଭୂଖଣ୍ଡରେ ଛୋଟ ରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରବର୍ତ୍ତିତ ଥିଲା ; କିନ୍ତୁ କ୍ରୀତଦାସ ଓ ଶିକ୍ଷା ସଂସ୍କୃତି ଦୃଷ୍ଟିରୁ ଅନଗ୍ରସର ନିମ୍ନବର୍ଗର ଲୋକଙ୍କର ମତଦାନର ଅଧିକାର ନଥିଲା। ସେମାନେ ଗଣତନ୍ତ୍ରର ପ୍ରକୃତ ଅର୍ଥ ବୁଝିବାକୁ ସକ୍ଷମ ବୋଲି ମନେ କରାଯାଉନଥିଲା। ଏହି ବ୍ୟବସ୍ଥା ପରବର୍ତ୍ତୀ କାଳରେ ପ୍ରତ୍ୟେକ ସାବାଳକ ନାଗିରକ ନିମିତ୍ତ ଉନ୍ମୁକ୍ତ ଗଣତନ୍ତ୍ରରେ ପରିଣତ ହେଲା ଏବଂ ବିଶ୍ୱ ମାନ୍ୟତା ଲାଭ କଲା।
ଉଦ୍ଦେଶ୍ୟ ହେଲା ଲୋକେ ଆପଣାର ସୁଖଦୁଃଖ ବୁଝିବା ଲାଗି ଆପଣା ପସନ୍ଦର ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ। ସାମ୍ୟତା ମାପଦଣ୍ଡରେ କେହି ପ୍ରଭୁ ହେବେନାହିଁ କିମ୍ବା କାହାରିକୁ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ିବ ନାହିଁ। ମାନବିକତା ଓ ମୂଲ୍ୟବୋଧ ଭିତ୍ତିରେ ପ୍ରତିଷ୍ଠିତ ହେବା ଦ୍ୱାରା ଏହା ହିଁ ଗଣତନ୍ତ୍ରର ଅନ୍ତଃ ସୌନ୍ଦର୍ଯ୍ୟ। ଆଜି ତାରିଖରେ, ଭାରତକୁ ବାଦ ଦେଇ ପୃଥିବୀର ଦୁଇ ସଫଳ ଗଣତନ୍ତ୍ର କହିଲେ, ଲିଖିତ ସମ୍ବିଧାନ ଶୂନ୍ୟ , ବଂଶାନୁକ୍ରମିକ ଭାବରେ ରାଜା/ରାଣୀଙ୍କୁ ରାଷ୍ଟ୍ରମୁଖ୍ୟ ପଦରେ ଗ୍ରହଣ କରିଥିବା ବିଲାତ ଦେଶ ଏବଂ ସବୁଠାରୁ ସଂକ୍ଷିପ୍ତ କେବଳ ସାତଗୋଟି ଧାରା ସମ୍ବଳିତ ଲିଖିତ ସମ୍ବିଧାନ ଏବଂ ଶାସନ ମୁଖ୍ୟ ଭାବରେ ନିର୍ବାଚିତ ରାଷ୍ଟ୍ରପତି ପ୍ରଥା ଗ୍ରହଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ବୁଝାଇଥାଏ ନା ନାହିଁ ? ବିଲାତରେ ସଂସଦ ଦୁଇଟି ଗୃହରେ ବିଭକ୍ତ ଏବଂ ଯୁକ୍ତରାଷ୍ଟ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳିତ। ବିଲାତରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକାରେ ରାଷ୍ଟ୍ରପତି ଶାସନମୁଖ୍ୟ ଅଟନ୍ତି। ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥା ବିଲାତରେ ପ୍ରଚଳିତ ପଦ୍ଧତିର ମୂଳ ଢାଞ୍ଚାରେ ଗ୍ରହଣ କରି ପ୍ରସ୍ତୁତ କରାଯାଇଥିଲା, ଏହା ସମସ୍ତଙ୍କୁ ଜଣା; କିନ୍ତୁ ଆମର ଦେଶର ପ୍ରଥମ ନାଗରିକ, ମହାମାନ୍ୟ ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି।
ଆମର ସମ୍ବିଧାନ ଆକାରରେ ବିଶାଳ; ଅଗ୍ରଗାମୀ ଯୁଗୋପଯୋଗୀ ଚିନ୍ତାଧାରା ପ୍ରବର୍ତ୍ତନର ଦ୍ୱାହି ଦେଇ ବହୁ ସଂଶୋଧନ ଦ୍ୱାରା ଅନେକ ପରିବର୍ତ୍ତନର ଚିହ୍ନ ସେଥିରେ ସୁସ୍ପଷ୍ଟ। ତଥାପି ଦୃଢ଼ଭାବରେ କହି ହୁଏ ନାହିଁ ଯେ ଭାରତୀୟ ପରିସ୍ଥିତିରେ ଆମ ଗଣତାନ୍ତ୍ରିକ ଜୀବନଧାରା ସଫଳକାମ। ଆମ ବିଫଳତାର କାରଣ ଅନେକ : ଅଶିକ୍ଷା, ଆର୍ଥିକ ଅନଟନ, ରାଜନୈତିକ ଚିନ୍ତନରେ ଦାରିଦ୍ର୍ୟ, ରୁଗ୍‍ଣ ମାନସିକତା, ବ୍ୟକ୍ତିଗତ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ସାମୂହିକ ସ୍ତରରେ ସ୍ୱାର୍ଥାନ୍ୱେଷୀ ଗୋଷ୍ଠୀ ଦ୍ୱାରା ବିଭେଦକୁ ପ୍ରୋତ୍ସାହନ  ତାହା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ସମ୍ପ୍ରଦାୟକୁ ଉପଜିବ୍ୟ କରି । ବିଭିନ୍ନ ରାଜନୈତିକ ଦଳ ର ନେତୃତ୍ବ ମଧ୍ୟ ଏହି ଆଧାରରେ  ଏବଂ ବ୍ୟବସ୍ଥା ମଧ୍ୟ ଏହା ଦ୍ବାରା ପ୍ରଭାବିତ । ପ୍ରତିବାଦର ସ୍ୱର ଆମ ସମାଜରେ ଅତ୍ୟନ୍ତ କ୍ଷୀଣ। ଆମ ସମ୍ବାଦପତ୍ରଗୁଡ଼ିକର ସନ୍ଦେହପୂର୍ଣ୍ଣ ଭୂମିକା। କାରଣ ପ୍ରାୟତଃ ପ୍ରକାଶିତ ଆଲେଖ୍ୟମାନ ତୋଷାମୋଦର ବୃନ୍ଦଗାନ, ବ୍ୟକ୍ତି, ବଂଶ, ପରିବାର ଇତ୍ୟାଦିର ଭାଟସ୍ତୁତି। ଇତିହାସକାରଙ୍କଠାରୁ ଚିତ୍ରକରମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ନିରପେକ୍ଷତା ଏକ ପାସୋରି ଯାଇଥିବା ଗୁଣ ହୋଇଗଲାଣି। ଫଳରେ ଆମ ଗଣତନ୍ତ୍ର ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ନିମିତ୍ତ ଉତ୍ତମ ବ୍ୟବସାୟର କୌଳିକ କର୍ମ ପାଲଟି ଯାଇଛି କହିଲେ ଚଳେ ; ସେମାନଙ୍କର ଲାଭ ପ୍ରଚୁର, ଦେଶର କ୍ଷତି ପ୍ରଚୁର।
ଏହି ଭୁଶୁଡ଼ି ପଡ଼ୁଥିବା ପ୍ରଥାର ସଂସ୍କାର ଲୋଡ଼ା ଏବଂ ପରିବର୍ତ୍ତନ ଆମ ସମୟର ଆହ୍ୱାନ, ଏ କଥା ପ୍ରତ୍ୟେକ ସଚେତନ ନାଗରିକ ନିଶ୍ଚୟ ସ୍ୱୀକାର କରିବେ। ଏହି ପରିପ୍ରେକ୍ଷୀରେ ଆମ ନିର୍ବାଚନ ପଦ୍ଧତି ଏବଂ ସେଥିରୁ ଉଦ୍‍ଭବ ପରିଣତି ପ୍ରତି ସତର୍କ ଦୃଷ୍ଟିପାତ ସବୁଠାରୁ ଜରୁରୀ ମନେହୁଏ। ମଧ୍ୟମ ବର୍ଗ ଶିକ୍ଷିତ ଗୋଷ୍ଠୀ ଭୋଟଦାନ ପ୍ରତି ବୀତସ୍ପୃହ। ସେମାନେ ବିବେକବନ୍ତ ହୋଇପାରନ୍ତି କିନ୍ତୁ ସଂଖ୍ୟା ଦୃଷ୍ଟିରୁ ପରିଣତିକୁ ପ୍ରଭାବିତ କରିବାକୁ ହୁଏତ ସମର୍ଥ ନୁହନ୍ତି। ଭୋଟଦାନ ସମୟରେ ସେମାନଙ୍କର ଉଦାସୀନ ବିରତି ଗଣତନ୍ତ୍ର ପ୍ରତି ବିପତ୍ତିର କାରଣ ହୋଇପାରେ, ଗ୍ରାମୀଣ କ୍ଷେତ୍ରରୁ ସଂସଦ ଭବନ ଯାଏ। ପ୍ରତି ନିର୍ବାଚନରେ ଜାତୀୟସ୍ତରଠାରୁ ଆଞ୍ଚଳିକସ୍ତର ପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚର ମିଶାଣ ଫର୍ଦ ପ୍ରସ୍ତୁତ କଲେ ଜଣାଯିବ ଯେତିକି ମାନବସମ୍ବଳ, ସମୟ, ଦେଶର ସମ୍ପଦ ସତ୍‍ – ଅସତ ଉପାୟରେ ଖର୍ଚ୍ଚ ହୁଏ, ପରିମାଣ ହିସାବରେ ତାହା ଦେଶର ଯୋଜନା କ୍ଷେତ୍ରର ବ୍ୟୟ ପରିମାଣଠାରୁ ହୁଏତ ଅଧିକ ହୋଇପାରେ। ଏହା କାହାରିକୁ ଅଜଣା ନାହିଁ ଯେ, ବିଜୟଲାଭ ନିମିତ୍ତ ସବୁବର୍ଗର ପ୍ରାର୍ଥୀ ଅସହାୟ, ନିରୁପାୟ ଜନତାର ଭୋଟ ହାସଲ କରିବା ଲାଗି ସେମାନଙ୍କର ମନୋରଞ୍ଜନ, ମାନଭଞ୍ଜନ ଠାରୁ ସେମାନଙ୍କୁ ହିଂସା ଆଚରଣ ମାଧ୍ୟମରେ ଭୟଭୀତ କରିବା ପର୍ଯ୍ୟନ୍ତ ସବୁ ସୂତ୍ର ପ୍ରୟୋଗ କରିଥାନ୍ତି।  ଅବକାରୀ ପାନୀୟ ସଂଯୁକ୍ତ ଭୋଜନର ବ୍ୟବସ୍ଥାଟି ଆଜି ଅତ୍ୟନ୍ତ ମାମୁଲି ଉପଚାର ହୋଇ ଗଲାଣି। ଯାହା ହାତରେ ଡମ୍ବରୁ ଅଥବା ଚଣା ପୁଡ଼ିଆ ରହିବ ସେ ହିଁ କେବଳ ମାଙ୍କଡ଼ ନଚାଇ ପାରିବାକୁ ସମର୍ଥ – ଏହା ହିଁ ସାଧାରଣରେ ବିଶ୍ୱାସ କରାଯାଉଛି। ବିଚାର କଲେ ବୁଝି ହେବ ଯେ କତିପୟ ସମର୍ପିତ ବ୍ୟକ୍ତିଙ୍କୁ ବାଦଦେଲେ ବିଜୟୀପ୍ରାର୍ଥୀ ଏବଂ ବିଜିତ ପ୍ରାର୍ଥୀମାନଙ୍କର ମଧ୍ୟରେ ଗୁଣାତ୍ମକ ଦୃଷ୍ଟିରୁ, ମୂଲ୍ୟବୋଧ ଭିତ୍ତିରେ, କୌଣସି ବିଶେଷ ତାରତମ୍ୟ ଦୃଷ୍ଟି ଗୋଚର ହେବ ନାହିଁ। ପୁନଶ୍ଚ ରାଜନୈତିକ ଦଳ , ଯେଉଁ ଦଳମାନଙ୍କରେ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, ଯେପରି  ୧୧୪୦ ବର୍ଷୀୟ ସବୁଠାରୁ ପୁରୁଣା ଦଳ ବୋଲି ଢୋଲ ବଜାଇ ଗାନ୍ଧୀ ସଙ୍କୀର୍ତ୍ତନ କରାଯାଇ ଆସୁଛି , ସେହି ଦଳ ନେହେରୁ ପରିବାର, ଯାହାକୁ ଗାନ୍ଧୀ ପରିବାର ବୋଲି ଭୁଲ୍ ରେ କରା ଯାଇ ଆସୁଛି  , ସେହି ପରିବାର ର ବିନା ନେତୃତ୍ବ ରେ ଦଳର ସ୍ଥିତି ନାହିଁ ,  ଏପରିକି ଅନେକ ଆଞ୍ଚଳିକ ଦଳ ଗୋଟିଏ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ପରିଣତ , ଜଣେ ତା'ର ମଙ୍ଗୁଆଳ ତ ଅନେକ କ୍ୟାବିନ ପକାଙ୍କ ସମେତ ବିଭିନ୍ନ ଦଳମାନଙ୍କ ମଧ୍ୟରେ ଦଳୀୟ ମୂଲ୍ୟବୋଧର ପ୍ରକାର, ପଦ୍ଧତି ବିଶ୍ଳେଷଣ କଲେ ମନେ ହେବ ପ୍ରାର୍ଥୀମାନଙ୍କର ଭୋଟ ଦାବି କରିବାର କୌଣସି ବିଶେଷ କାରଣ/ଅଧିକାର ମଧ୍ୟ ନଥାଇପାରେ।  କେବଳ କ୍ଷମତା ମାଧ୍ୟମରେ ଆପଣାର ସ୍ୱାର୍ଥ ହାସଲ , ଏହା ହିଁ ରଙ୍ଗବେରଙ୍ଗର ‘ଦେଶସେବା’ ମୁଖା ପିନ୍ଧିଥିବା ନେତା ଓ ଦଳମାନଙ୍କର ଏକ ଓ ଅପରିବର୍ତ୍ତନୀୟ ଲକ୍ଷ୍ୟ। ଗଣତନ୍ତ୍ରର ସଫଳ ପ୍ରୟୋଗ ଓ ପ୍ରଚଳନ ନିମିତ୍ତ ବହୁ ପରୀକ୍ଷା ନିରୀକ୍ଷା କରାଯାଇଛି। ଯେପରି କି ବିଲାତ ଓ ଆମେରିକାରେ ଦୁଇ ଭିନ୍ନଧାରାର ପ୍ରବର୍ତ୍ତନ, ଭୋଟଦାନର ବୟସରେ ପରିବର୍ତ୍ତନ ଆଣିବା ଏବଂ ସମସ୍ତଙ୍କୁ ବିବିଧତା ନିର୍ବିଶେଷରେ ଭୋଟଦାନର ସମାନ ଅଧିକାର ପ୍ରଦାନ ଇତ୍ୟାଦି; କିନ୍ତୁ ଏ ପର୍ଯ୍ୟନ୍ତ ଏତେ ବର୍ଷ ପରେ ଆମକୁ କ’ଣ ମିଳିଛି ? 
ଅର୍ଥ, ଶ୍ରମ, ଶକ୍ତିର ପ୍ରଭୂତ ଅପଚୟ ଘଟିଛି। ସାମାଜିକ ବ୍ୟକ୍ତିଗତ ସ୍ତରରେ, ଜାତୀୟ ଜୀବନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ, ପ୍ରାନ୍ତ ଆଳରେ ବହୁ ବିଭାଜନର ଫାଟ ସୃଷ୍ଟି ହୋଇଛି। ଅସୂୟା ଓ ହିଂସା ଭାବର ବିସ୍ଫୋରଣ ତିକ୍ତତା ଓ ରକ୍ତପାତ ବଢ଼଼ାଇଛି। ଜାତୀୟ ଏକତା, ସମନ୍ୱୟ, ସଂହତିର ଅବକ୍ଷୟ ସହ ପ୍ରଦୂଷଣରେ ବୃଦ୍ଧି ଏବଂ ଉତ୍ପାଦନ ହ୍ରାସ ଆମ ଜନଜୀବନରେ ଉନ୍ନତି, ପ୍ରଗତିକୁ ବ୍ୟାହତ କରିଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ନଥିବା ଦୃଷ୍ଟିରୁ ମନେହୁଏ ଯେପରି, ନିର୍ବାଚନ ମାଧ୍ୟମରେ ମେଣ୍ଢାମାନେ ସ୍ଥିର କରନ୍ତି, ସେମାନଙ୍କୁ କେଉଁ ଜନ୍ତୁଟି ଭକ୍ଷଣ କରିବ। ରାଜନୀତି ବିଜ୍ଞାନ ବିଷୟରେ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତି ଗଣତନ୍ତ୍ରର ନାନାଦି ବ୍ୟାଖ୍ୟା କରିପାରେ। ତେବେ ଦେଶର ଏକ ସାଧାରଣ ଜନତା ଲାଗି ଗଣତନ୍ତ୍ର ଏକ ବ୍ୟାଖ୍ୟାର ବିଷୟବସ୍ତୁ ନୁହେଁ ବରଂ ଅନୁଭବର ବିଷୟ। ଭାରତର ଜନତା ଗଣତନ୍ତ୍ରକୁ ଅନୁଭବ କରନ୍ତି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଦିନ ଏବଂ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ। ଏହି ଦିନ ଦେଶର ଗଣତନ୍ତ୍ରରେ ରଙ୍ଗଲାଗେ, ଗଗନପବନ ମୁଖରିତ ହୁଏ ଗଣତନ୍ତ୍ରର ଜୟଗାନରେ। ନେତାମାନେ ବହୁପରିମାଣରେ ବିନମ୍ର ଦିଶନ୍ତି। ତ୍ରିରଙ୍ଗା ଫରଫର ଉଡ଼େ ସର୍ବତ୍ର। ହେଲେ ଠିକ୍‌ ପରଦିନ ଯେଉଁକଥାକୁ ସେଇକଥା। ଦେଶର ଗଣଟିଏ ଖୋଜିବାକୁ ଲାଗେ କେଉଁଠି ଅଛି ତା’ର ଶାସନ। ଅନୁଭବ କରିବାକୁ ସେ ଅସମର୍ଥ ହୁଏ ଯେ ଏ ଦେଶରେ ତା’ର କିଛି ମୂଲ୍ୟ ଅଛି ! ଦେଶରେ ସରକାର ଗଣତନ୍ତ୍ର କହିଲେ କେବଳ ନିର୍ବାଚନକୁ ବୁଝନ୍ତି। ନିର୍ବାଚନରେ ଜିତି କ୍ଷମତାକୁ ଆସିବା ପରେ ପୁଣି ପରବର୍ତ୍ତୀ ନିର୍ବାଚନ କେମିତି ଜିତିବେ, ଶାସନ ଡୋରିକୁ ନିଜ ହାତରେ ସବୁଦିନ ଲାଗି ରଖିପାରିବେ ସେଇ ଚିନ୍ତାରେ ରୁହନ୍ତି ଓ ସେଇ ଅନୁଯାୟୀ ଯୋଜନା କରିଚାଲନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଲୋକପ୍ରତିନିଧିର ଗୁରୁଦାୟିତ୍ୱ ରହିଛି। ଜଣେ ନେତା ହେବାର ଅର୍ଥ କେବଳ ବିଧାୟକଟିଏ , ସାଂସଦଟିଏ ବା ମନ୍ତ୍ରୀଟିଏ ହେବା ନୁହେଁ। ଜଣେ ବ୍ୟକ୍ତି ଯଦି ବାସ୍ତବରେ ଲୋକମାନଙ୍କର ପ୍ରତିନିଧି ହେବାକୁ ଚାହୁଁଥାନ୍ତି ତେବେ ସେ ସବୁବେଳେ ଲୋକମାନଙ୍କର ହିତ ସମ୍ବନ୍ଧରେ ଚିନ୍ତା କରିବା ଆବଶ୍ୟକ। ନିଜ ଅଞ୍ଚଳର ଲୋକେ ତାକୁ ଭୋଟ ଦେଇ ବିଧାୟକ ଅଥବା ସାଂସଦ କରି ନ ପାରନ୍ତି, ମାତ୍ର ମନରେ ଯଦି ଲୋକଙ୍କ ସେବା କରିବାକୁ ଇଚ୍ଛା ଥାଏ ତେବେ ଲୋକଙ୍କ ଲାଗି ସେ କିନ୍ତୁ ସ୍ଥିରମନସ୍କ ହୋଇ କାର୍ଯ୍ୟ କରିବା ଉଚିତ। ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଯେମିତି ପରିଶ୍ରମ କରି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗଳିକନ୍ଦି ବୁଲନ୍ତି ସେ ଅଭ୍ୟାସ ଜାରି ରହିବା ଦରକାର। ଏହାଫଳରେ ନିଜ ଲୋକମାନଙ୍କର ବାସ୍ତବ ସମସ୍ୟା ସମ୍ବନ୍ଧରେ ପ୍ରତ୍ୟକ୍ଷ ତଥ୍ୟ ଓ ଅନୁଭୂତି ସବୁବେଳେ ସେମାନଙ୍କ ପାଖରେ ରହିବ। ମାତ୍ର ଦୁଃଖର କଥା ଏ ଦେଶରେ ତାହା ହୁଏନା। ନିର୍ବାଚନ ପରେ ନେତା ରାଜଧାନୀବାସୀ ହୋଇଯାଆନ୍ତି। ଧାରଣା, ପ୍ରତିବାଦ ଆଦି ନିମନ୍ତେ ସାଧାରଣ ଜନତାଙ୍କୁ ରାଜଧାନୀ ରାଜରାସ୍ତାକୁ ବୁହାଯାଏ। ସାଧାରଣ ଜନତା ନେତାଙ୍କ କ୍ୱାର୍ଟର ଦୁଆରମୁହଁରେ ଯୋଡ଼ହସ୍ତ ହୋଇ ଛିଡ଼ା ହୁଅନ୍ତି। ଗଣତନ୍ତ୍ରର ମାଲିକ ପୁଣି ଗୁହାରିଆ ବନିଯାଏ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ।

କିଏ ମହାନ୍ ?

-----
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ଗତ ବର୍ଷ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା ଉନବିଂଶ ଶତାବ୍ଦୀରେ ନୋବେଲ ପୁରସ୍କାର ବିଜେତା ଭେଷଜ ବିଶାରଦ ବିଶ୍ବକୁ ଜଣାଇଥିଲେ ବୋଲି ପ୍ରଚାରିତ, ସାବ୍ୟସ୍ତ, ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ  ଏଠାରେ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । "ବଡ଼ ମାୟାବୀ ଜୀବ ନୋହେ କାହାରି "
" ବଡ଼ ମାୟାବୀ ଜୀବ ନୋହେ କାହାରି
  ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି  ।।  
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର  ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ     ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ        ଶୂନ୍ୟେ ମେଳିଲୁ ଡାଳ
          ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି   । ବଡ଼ ...
    ପଞ୍ଚମେ ନାଭି କମଳ କଲା ଭିଆଣ
    ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ। 
ସପ୍ତମେ ନାସା ଜିହ୍ୱା      ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ        କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ      ଵହଇ ଅନୁକ୍ଷଣ
     ଆପେ ମନକୁ କଲା ବିଚାରି   ।
    ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
    ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ     କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି     ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ      ମୁହିଁ କରିବି ଵାସ
     ‌     ତୋ ନାମ ଗାଉଥିବି ସୁମରି।
       ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
      ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ          ଲଗାଇଲା କବାଟ
ସୁଷୁମନା ଦୁଆରେ         ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ    ମାୟା କୁ ତୁହି କାଟ
          ଗୁରୁ  ସେଵିଣ ଦେଖ ଶ୍ରୀହରି  । ବଡ଼ ମାୟାବୀ....
        ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
       କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର  ।

   ଅନ୍ତୁଡିଶାଳେ ରହି     ହରି ଭଜିଲୁ ନାହିଁ
   ପାଞ୍ଚ ଵରଷ ଗଲା     ବାଳ ଭାବରେ ବହି

    ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
    ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
            ‌      ତେବେ ନ ଵୋଲୁ ମୁଖେ ଶ୍ରୀହରି  । ବଡ଼...
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।
         ପନ୍ଦର ଵରଷେ ହେଲୁ ଅମରମତା
         କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।
କାମିନୀ ସଙ୍ଗେ ରହି          ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର      ଯୁବା ଵୟସ ବହି
ହରି କଥା କୁ ଦିନେ           ମନେ ନ କଲୁ ତୁହି
                  ହେଵୁ କେମନ୍ତେ ଏ ଭବୁ ପାରି     । ବଡ଼
      ବୃଦ୍ଧ ଵୟସ ଏବେ ହେଲା ତୋହରି
       ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ      ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ    ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
          ‌  ବସିବୁ ବଇକୁଣ୍ଠ ଆବୋରି  । ବଡ଼ ମାୟାବୀ...
ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
                      —ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି  ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ 'ରାମ ରାମ' ଶବ୍ଦ ସମ୍ପର୍କରେ   ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ  ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।

ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ

-----------------------------
ଉପରୋକ୍ତ ଶୀର୍ଷକରେ ଗତ ୨୦୧୦ ମସିହାରେ " ସୁବାର୍ତ୍ତା" ରେ ଅଗ୍ରଲେଖ ପ୍ରକାଶିତ ହୋଇଥିଲା ସେତିକିବେଳେ , ଯେତେବେଳେ ଅତୁଳନୀୟ ଓଡିଆ ଭାଷା, ସାହିତ୍ୟ ପ୍ରାଣ, ପ୍ରବୀଣ ସାରସ୍ବତ ସାଧକ,ଉତ୍କଳ ସମ୍ମିଳନୀର ସମ୍ପାଦକ ତଥା ସେବା ନିବୃତ ପ୍ରଶାସନିକ ଅଧିକାରୀ ବରେଣ୍ୟ ସ୍ବର୍ଗତ ଗୋପାଳକୃଷ୍ଣ ଶ୍ରୀଚନ୍ଦନଙ୍କ ସୁପୁତ୍ର ଯୁବ କୃଷି ବିଜ୍ଞାନୀଙ୍କ ଅକାଳ ବିୟୋଗ ଘଟିଥିଲା । ଶାସନକଳର ପେଞ୍ଚପାଞ୍ଚରେ ନିର୍ଯ୍ୟାତିତ ହୋଇ ନ୍ୟାୟାଳୟର ଆଶ୍ରୟ ନେଇ ବିଳମ୍ବିତ ନ୍ୟାୟର ଶିକାର ହୋଇଥିଲେ । ବିଧାୟିକା ଅବା କାର୍ଯ୍ୟପାଳିକା ଦ୍ବାରା ନିଷ୍ପେସିତ ସାଧାରଣ ମଣିଷଟି ନ୍ୟାୟ ଆଶାରେ ଧାଇଁ ଯାଇଥାଏ ନ୍ୟାୟାଳୟକୁ , ମାତ୍ର ସେ କିଭଳି ମାର୍କଣ୍ଡେଶ୍ବର ପୁଷ୍କରିଣୀ ଉପରିସ୍ଥ କେଶ ବିନ୍ୟାସ ବିଶାରଦ ଦର୍ଶନଗ୍ରାହୀ ଅଧିବକ୍ତା ମାନଙ୍କ କପଟ ପଶାର ଗୋଟି ହୋଇଥାଏ, ଗୋକୁଳାନନ୍ଦ ବଂଶଜ ଶକୁନି କପଟ ପଶାକାଠି ଇଙ୍ଗିତରେ ଯନ୍ତ୍ରଣା ଜର୍ଜରିତ ହୁଏ, ତାହା କେବଳ ଅନୁଭବି ହିଁ କହିପାରିବେ । ଗତବର୍ଷ ସଂସଦରେ ନିଜେ ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘଓ୍ବାଲା ପ୍ରକାଶ କରିଥିଲେ ଯେ ୫ କୋଟି ୨୦ ଲକ୍ଷ ମକଦ୍ଦମା ଭାରତର ନ୍ୟାୟାଳୟ ମାନଙ୍କରେ ବିଚାର ଅପେକ୍ଷାରେ ବର୍ଷବର୍ଷ ଧରି ପଡ଼ିରହିଛି । ତନ୍ମଧ୍ୟରୁ ଶତକଡା ୮୫ ଭାଗ କେବଳ ନିମ୍ନ ଅଦାଲତରେ ପଡ଼ିରହିଛି । ଏହା ନିର୍ବିବାଦୀୟ ସତ୍ୟ ଯେ ସାଧାରଣ ମଣିଷଟି ଯେତେବେଳେ ତା'ର ଜୀବନ ଯାତ୍ରା ପଥରେ ଉଚିତ୍ ନ୍ୟାୟ ଟିକିଏ ନପାଏ, ସେତେବେଳେ ସେ ଅସହାୟ ହୋଇ, ଅନେକ ଅର୍ଥ ବ୍ୟୟ କରି ତ୍ବରତ ନ୍ୟାୟ ପାଇବା ପାଇଁ ଅଧିବକ୍ତା ଙ୍କ ମାଧ୍ୟମରେ ନ୍ୟାୟାଳୟ ର ଆଶ୍ରୟ ନେଇଥାଏ । ନ୍ୟାୟ ତ ପାଇବା ଭାଗ୍ୟରେ ଥିଲେ ମିଳିପାରେ ମାତ୍ର ସେ ଯେଭଳି ବର୍ଷବର୍ଷ ଧରି ମାନସିକ ନିର୍ଯ୍ୟାତନା ଠାରୁ ଚଞ୍ଚକତା, ଛଳନା, ମିଥ୍ୟା ପ୍ରତିଶୃତିର ଶୀକାର ହୁଏ, ତାହା ଜଣେ ଅନୁଭବି ଭାବେ ପ୍ରକାଶ କରିବା ପାଇଁ ଆମର ଭାଷା ଅକୁଳାଣ । କ୍ରମଶଃ

ଏମାନେ ଯେବେ ହୁଅନ୍ତି ବିସ୍ମୃତ ?

-------
ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିଶିଷ୍ଟ ଅର୍ଥଶାସ୍ତ୍ର ବିଶାରଦ,ବିଶ୍ବ ପ୍ରସିଦ୍ଧ ଶ୍ରମିକ ନେତା, ନୀତି ଓ ନୈତିକତାର ମୂର୍ତ୍ତିମନ୍ତ ପ୍ରତୀକ, ଭାରତର ପ୍ରଥମ ଯୋଜନା ଆୟୋଗର ଉପାଧ୍ୟକ୍ଷ, ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ, ଶତାୟୁ ପୁରୁଷ ଗୁଲଜାରି ଲାଲ୍ ନନ୍ଦା ( ୧୮୯୮-୧୯୯୮) ଙ୍କ ୨୭ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।  ୧୯୨୧ ମସିହାରେ ଅର୍ଥନୀତି ଶାସ୍ତ୍ର ପ୍ରାଚାର୍ଯ୍ୟ ପଦବୀ ତ୍ୟାଗ କରି ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇ ବାରମ୍ବାର କାରାବରଣ କରିଥିବା,୧୯୩୭ ରେ ବିଧାୟକ, ୧୯୫୦ ରେ ଯୋଜନା ଆୟୋଗ ଉପାଧ୍ୟକ୍ଷ, ଶ୍ରମ, ଜଳସେଚନ ପରି ଅନେକ ବିଭାଗ ର କେନ୍ଦ୍ର ମନ୍ତ୍ରୀ , ପଣ୍ଡିତ ନେହେରୁ ଙ୍କ ମୃତ୍ୟୁ ପରେ  ମେ ୨୭,୧୯୬୪ ରେ ପ୍ରଧାନମନ୍ତ୍ରୀ , ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ମୃତ୍ୟୁ ପରେ ଜାନୁଆରୀ ୧୧,୧୯୬୬ ରେ ପୁନଃ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଯାଇଥିବା ଏହି ମହାନ ଜନନେତା ଙ୍କୁ ଯେଉଁଦିନ ଘରଭଡ଼ା ଦେଇ ନପାରିବାରୁ  ଘର ମାଲିକ ତାଙ୍କର ଆସାବପତ୍ର ବାହାରେ ଫୋପାଡି ଦେଇଥିବା ସମ୍ବାଦ ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା ।  ଘର ଟିଏ କ'ଣ, ଜୀବନରେ ଗୋଟିଏ ଟଙ୍କା ର ନିଜସ୍ଵ ସମ୍ପତ୍ତି ନଥିବା ଏହି ମହାପୁରୁଷଙ୍କୁ ଏଜାତି ଭୁଲି ଗଲାଣି । ସେତେବେଳେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଲେଖା ଏଠାରେ ଉଲ୍ଲେଖଯୋଗ୍ୟ ।
"A 94-year-old man was thrown out of a rented house by the landlord for not paying the rent. The old man had hardly any belongings except an old bed, some aluminum utensils, a plastic bucket and a mug etc. The old man requested the owner to give him some time to pay the rent. The neighbors also took pity on the old man, and they convinced the landlord to give him some time to pay the rent. The landlord reluctantly gave him some time to pay the rent.
The old man took his belongings inside.  
A journalist passing by stopped and saw the whole scene. He thought it would be useful to publish the matter in his newspaper. He even thought up a headline, "Cruel landlord kicks old man out of rented house for money." Then he took some pictures of the old tenant and also took some pictures of the rented house.  
The journalist went and told his press owner about the incident. The owner of the press looked at the pictures and was shocked. He asked the journalist, did he know the old man? The journalist said no.  
The next day the big news appeared on the front page of the newspaper. The title was "Gulzarilal Nanda, the former Prime Minister of India, leading a miserable life". It was further written in the news that how the former Prime Minister was unable to pay the rent and how he was thrown out of the house. It was commented that nowadays freshers also earn a lot of money. Whereas a person who has been a former Prime Minister twice and has also been a Union Minister for a long time, does not even have a house of his own.  
Actually Gulzarilal Nanda got Rs. 500/- per month allowance, .but he had rejected this money saying that he did not fight for the allowance of freedom fighters. Later friends forced him to accept saying that he had no other source of origin. With this money, he used to live by paying his rent.  
The next day the then Prime Minister sent ministers and officials with a fleet of vehicles to their homes. The landlord was stunned to see the fleet of so many VIP vehicles. It was then that he came to know that his tenant, Mr. Gulzarilal Nanda was the former Prime Minister of India. The landlord immediately bowed down at the feet of Gulzarilal Nanda for his misbehavior.  
Officials and VIPs requested Gulzarilal Nanda to accept government accommodation and other facilities. Mr. Gulzarilal Nanda did not accept his offer by saying that what is the use of such facilities in this old age. Till his last breath, he lived as a simple life, like an ordinary citizen. In 1997, the government honored him with the Bharat Ratna.  
*A True Politician*
Just compare his life with the politicians of the present times.  ।"
ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରକାଶିତ ଏହି ଅଭାବନୀୟ ଖବରଟି ଆମର ସାମାଜିକ ଅବ୍ୟବସ୍ଥା ଉପରେ ଯେ  ସାମାନ୍ୟ ପ୍ରଭାବ ପକାଇ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ ।
ଅପରପକ୍ଷରେ ଅନ୍ୟ ଦିବଙ୍ଗତ ପ୍ରଧାନମନ୍ତ୍ରୀ କ'ଣ , ଲେଡି ଡାଇନାଙ୍କ ଜନ୍ମ ଦିନ, ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ବିବରଣୀ ସହିତ ଏହାକୁ ତୁଳନା କଲେ , ପୂଜ୍ୟପୂଜା ସଂସ୍କୃତି ର ଅବକ୍ଷୟୀ ଗତି ସହଜରେ ହେବ ଅନୁମେୟ । ଗୁଲଜାରି ଲାଲ୍ ଙ୍କ ଜୀବନୀ ଯଦି ନହେବ ଶିକ୍ଷଣୀୟ, ପାଠ୍ୟକ୍ରମରେ ନହେବ ସ୍ଥାନିତ , ତେବେ ଯେଉଁ  ମଣିଷ ଭଳି ଦେଖାଯାଉଥିବା , ଅନ୍ୟ ଏକ ଅଜଣା ଗ୍ରହରୁ ଖସିପଡ଼ି ଥିବା ଭଳି ପ୍ରତୀୟମାନ, ଯେଉଁମାନେ ନିଜର
ଚରିତ୍ରକୁ କଳିଙ୍ଗ ମହାସାଗରକୁ ଫିଙ୍ଗି ଦେଇଥିବା ତଥା କଥିତ ତାରକା ବା ସିଲିବ୍ଚିଟି , ସେମାନେ ପୁଣି ଚରିତ୍ରାଭିନେତା ,  ଅଭିନେତ୍ରୀ,ସର୍ବଗିଳା ଖାଉ ମହାବାହୁ ନେତା,ପ୍ରଶାସକ,ନକଲ କଳା ଧୂରୀଣ ,ଲବି ପଟୁ ପୁରସ୍କାର ପ୍ରାପ୍ତ ସାହିତ୍ୟିକ, ଅର୍ଥ ପାଇଁ ଘୋଡ଼ା ଭଳି ନିଲାମ ହେଉଥିବା ଡାହୁପୁଆ ଖେଳାଳିମାନଙ୍କ ମିଛ ଜୀବନୀ ଯେବେ ହୁଏ ପାଠ୍ୟକ୍ରମରେ ସ୍ଥାନିତ, ସେବେ ଏ ଦେଶର ଭବିଷ୍ୟତ କ'ଣ ?  ଗୋଟିଏ ଦେଶର ପିଢ଼ି ପରେ ପିଢି ବିଦ୍ୟାର୍ଥୀ, ଯେଉଁମାନେ ଦେଶର ଭବିଷ୍ୟତ ନାଗରିକ, ସେମାନଙ୍କ ସମ୍ମୁଖରେ ଆଦର୍ଶ କିଏ ? ପ୍ରତିବର୍ଷ ନଭେମ୍ବର ,୧୯ ତାରିଖରେ  ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଇ ଆସୁଛି । ବାସ୍ତବରେ କିଭଳି ମଣିଷ  ଆମ ସମାଜ ପାଇଁ ଆଦର୍ଶ ହୋଇଥାନ୍ତି ? ସେମାନଙ୍କ ନିକଟରେ  କେଉଁ ସବୁ ସକାରାତ୍ମକ ଗୁଣ ରହିବା ଏକାନ୍ତ ଆବଶ୍ୟକ ?  ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିବା ସମୟରେ ଆମର ଘୋଷିତ ପଂକ୍ତି ଥିଲା " ପୁଷ୍ପେଷୁ ମଲ୍ଲି ,ନଗରେଷୁ ଦିଲ୍ଲୀ , ନାରୀଷୁ ରମ୍ଭା , ପୁରୁଷେଷୁ ବିଷ୍ଣୁ , ନଦୀଷୁ ଗଙ୍ଗା ,ନୃପତେଷୁ ରାମ , କାଵ୍ୟେଷୁ ମାଘ,କବି କାଳିଦାସ ' ।   ବିଷ୍ଣୁ ଙ୍କୁ ସର୍ବଶ୍ରେଷ୍ଠ ପୁରୁଷର ମାନ୍ୟତା କାହିଁକି ପୁରାଣ ଠାରୁ ଆରମ୍ଭ କରି ସମାଜ ଶାସ୍ତ୍ରୀ ମାନେ ଦେଇଛନ୍ତି ? କ'ଣ ଆଜି କାଲିର ସମ୍ମାନ ବେପାରୀ ମାନଙ୍କ ଅମୋଘ ଆଶାୟୀ ପଣ୍ୟ ଆଧାରରେ ?  ପୁରାଣ ଶାସ୍ତ୍ର କୁହେ ଯେ ମହାଭାରତ ଯୁଦ୍ଧ ଦ୍ୱାରା ଯେତେବେଳେ ଆର୍ଯ୍ୟବର୍ତ୍ତ ଜ୍ଞାନୀ ପଣ୍ଡିତଶୂନ୍ୟ ହୋଇଗଲା , ଯେତେବେଳେ ବେଦ, ଉପନିଷଦ ଓ ଦର୍ଶନ ଶାସ୍ତ୍ରର ପଠନ  ପ୍ରକୋଷ୍ଠ ରୁଦ୍ଧ ହୋଇଗଲା , ସେତେବେଳେ ବେଦ ଜ୍ଞାନକୁ ବୁଝିବା ପାଇଁ ବ୍ୟାସଦେବ ଯେଉଁ  ଚାରି ବେଦକୁ ସଂକଳିତ କରିଥିଲେ ତାହାକୁ ଅଜ୍ଞାନୀ ପଣ୍ଡିତମାନେ ବୁଝିବା ପାଇଁ ସକ୍ଷମ ହେଲେ ନାହିଁ। ତେଣୁ ମନଇଚ୍ଛା ମୂଳ ଶାସ୍ତ୍ରରେ ମିଶ୍ରଣ କରି ଅବାସ୍ତବ, ଅଲୌକିକ ଓ କାଳ୍ପନିକ କାହାଣୀ ଲେଖି ବ୍ୟାସଦେବଙ୍କ ନାମରେ ଭଣିତ କଲେ । ଏପରିକି ମହାଭାରତର ହଜାର ହଜାର ବର୍ଷ ପରେ ଗୁପ୍ତକାଳରେ ରଚିତ ଅଷ୍ଟାଦଶ ପୁରାଣକୁ ପୁରାତନ ବା ପ୍ରାଚୀନ କହି ଏହା ବ୍ୟାସଦେବଙ୍କ ଦ୍ୱାରା ପ୍ରଣୀତ ବୋଲି କୁହାଗଲା। ଏହାଦ୍ୱାରା ମୂଳଶାସ୍ତ୍ରର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ। ମୁଖ୍ୟ କାବ୍ୟରୁ ବିଚ୍ୟୁତ ହୋଇ ବିଭିନ୍ନ ପର୍ଯ୍ୟାୟରେ ଲେଖାଯାଇଥିବା ମହାଭାରତ ଗ୍ରନ୍ଥର ଅନେକ ମିଶ୍ରଣ ଥିବାରୁ ତାହା ପାଠକ ଗୋଷ୍ଠୀଙ୍କୁ ଭ୍ରମରେ ପକାଇ ଚାଲିଛି । ସଠିକ୍ ଭାବେ କୃଷ୍ଣ ବାସୁଦେବଙ୍କୁ ଯଥୋଚିତ ମୂଲ୍ୟାଙ୍କନ କରାଯାଇ ନାହିଁ ।  ସେତେବେଳେର ଶାସକୀୟ ଚରିତ୍ର , ଲୋକ ଚରିତ୍ର , ଭୌଗୋଳିକ ସ୍ଥିତି  ସମୂହକୁ ସଠିକ୍ ଗର୍ଭାନୁଶୀଳନ ପୂର୍ବକ ଆଲୋଚନା କରା ଯାଇଥିଲେ , ଏକ ସମାଜ ବିଜ୍ଞାନ , ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଠାରୁ ଆରମ୍ଭ କରି ଖଗ ବିଜ୍ଞାନ ସମ୍ପର୍କରେ ଯେଉଁ ଗୁଢ ତତ୍ତ୍ଵ  ପରବର୍ତ୍ତୀ ସମାଜ ପାଇଥିଲେ ଭାରତ ଆଜି ବିଜ୍ଞାନ ଜଗତର ଗୁରୁ ଆସନରେ ପୂଜିତ ହେଉଥାନ୍ତା ଏବଂ ଭାରତୀୟ ଙ୍କ ବ୍ୟତୀତ ଅନ୍ୟ କୌଣସି ଦେଶର ବ୍ୟକ୍ତି ନୋବେଲ ବିଜେତା ହୋଇ ନଥାନ୍ତେ । ୧୮୩୫  , ଜୁନ,୨ ତାରିଖରେ ର ଏହି ସତ୍ୟ କୁ ସଠିକ୍ ଭାବେ ଜାଣି ଲର୍ଡ ମ୍ୟାକନିଲ୍  ବ୍ରିଟିଶ ସଂସଦର ଯେଉଁ ମତବ୍ୟକ୍ତ କରିଥିଲେ , ତାହା ପ୍ରଣିଧାନଯୋଗ୍ୟ । ଆମ ଶାସ୍ତ୍ର ପୁରାଣ , ତାଳପତ୍ର ପୋଥୀ କୁ ଚୋରାଇ ନେଇ , କିଣି ନେଇ , ପ୍ରତ୍ନତତ୍ତ୍ଵ ଖନନରୁ ,ଗୁମ୍ଫା ରୁ ଉଦ୍ଧାର କରି ନେଇ , ତାହାକୁ ଗବେଷଣା କରି ସେମାନେ ହେଲେ ସଫଳ ମାତ୍ର , ଆମେମାନେ ?   ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ କେବଳ ଶ୍ରୀକୃଷ୍ଣ - ଶ୍ରୀ ରାଧାଙ୍କର  ହେଉ ଅବା ଶ୍ରୀକୃଷ୍ଣଙ୍କର ମୟୂର ଚୂଳ ସମ୍ପର୍କିତ ହେଉ , ତାହାକୁ ଆଲୋଚନା କରାଯାଉ । ଅନେକ ପ୍ରବଞ୍ଚକ ପ୍ରବଚକ ଭୂମିକାରେ ଏଭଳି ବର୍ଣ୍ଣନା କରିଆସୁଛନ୍ତି , ଯାହା କେବଳ ହାସ୍ୟାସ୍ପଦ ପରିବେଶ ସୃଷ୍ଟି କରେ ।  ମୂଳ ମହାଭାରତ ଓ ଭାଗବତରେ କୌଣସିଠାରେ ରାଧାଙ୍କ ନାମ  ଅଛି କି ?
ବ୍ରହ୍ମବୈବର୍ତ୍ତ ପୁରାଣରେ ପ୍ରଥମକରି ରାଧାଙ୍କ ନାମ ଦେଖିବାକୁ ମିଳେ। ଏହି ପୁରାଣ ଷୋଡ଼ଶ ଶତାବ୍ଦୀର ଏକ କାଳ୍ପନିକ ରଚନା, ଯେଉଁଥିରେ ୫୦୦୦ ବର୍ଷ ପୂର୍ବବର୍ତ୍ତୀ ମହାଭାରତ ଯୁଦ୍ଧର କୌଣସି ଐତିହାସିକ ପ୍ରମାଣ ମିଳେ ନାହିଁ। ଏହି ପୁରାଣରେ ରାଧାଙ୍କୁ କୃଷ୍ଣଙ୍କର ପ୍ରେମିକା ଓ କେତେକ ସ୍ଥଳରେ ମାତା, ମାତୁଳା, ପୁତ୍ରୀ ଓ ପତ୍ନୀ ଭାବରେ ଦର୍ଶାଯାଇଛି। ଏପରିକି ରାଧା-କୃଷ୍ଣ ପ୍ରସଙ୍ଗ ସାଂଖ୍ୟ ଦର୍ଶନର ପ୍ରକୃତି-ପୁରୁଷ ବୋଲି କୁହାଯାଇଛି। କାମ-କ୍ରୋଧ ବିବର୍ଜିତ, ସର୍ବଦୋଷ ରହିତ, ବ୍ରହ୍ମଚାରୀ, ସତ୍ୟବାଦୀ, ମହାଜ୍ଞାନୀ, ଈଶ୍ୱରଭକ୍ତ, ନିର୍ଭୀକ, ନିର୍ଲୋଭ, ନମ୍ର, ସହିଷ୍ଣୁ, ସଂକଳ୍ପବାନ୍‌, ରାଷ୍ଟ୍ର ନିର୍ମାତା, ଧର୍ମନିରପେକ୍ଷ ଶାନ୍ତିଦୂତ, ବ୍ରହ୍ମଜ୍ଞାନର ଉପଦେଷ୍ଟା ଓ ସର୍ବଲୋକୋତ୍ତମ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ଲମ୍ପଟ, ବହୁପତ୍ନୀକ, ଲବଣି ଚୋର, କୁଚକ୍ରୀ, ମିଥ୍ୟାବାଦୀ, ରିପୁବଶୀଭୂତ, ଚିର ହରଣକାରୀ, ଲୀଳାମୟ, ଅବତାର ପୁରୁଷ ତଥା ଭଗବାନ ବୋଲି ବିଭିନ୍ନ ପୁରାଣରେ ଦର୍ଶାଯାଇଛି। କାଳ୍ପନିକ ରାଧା ସହିତ ଯୋଡ଼ି ଶ୍ରୀକୃଷ୍ଣଙ୍କର ଚରିତ୍ର ସଂହାର କରାଯାଇଛି। ଶ୍ରୀକୃଷ୍ଣ ଥିଲେ ସଂଯମୀ ଓ ଏକ ପତ୍ନୀବ୍ରତ ସଦାଚାର ପୁରୁଷ। ସେ ବିଦର୍ଭ ନରେଶ ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ହିମାଳୟ ପାଦଦେଶରେ ରୁକ୍ମିଣୀଙ୍କ ସହିତ ୧୨ ବର୍ଷ କାଳ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପରେ ଫଳ ସ୍ବରୂପ ତେଜସ୍ବୀ ପୁତ୍ର ପ୍ରଦ୍ୟୁମ୍ନଙ୍କୁ ଲାଭ କରିଥିଲେ। ତେଣୁ ରୁକ୍ମିଣୀଙ୍କ ବ୍ୟତୀତ କୃଷ୍ଣଙ୍କର ଆଉ କୌଣସି ପତ୍ନୀ ନ ଥିଲେ ବୋଲି ମୂଳ ମହାଭାରତରେ ଉଲ୍ଲେଖ ଅଛି। ବିଭିନ୍ନ ପୁରାଣରେ କୃଷ୍ଣ ବହୁପତ୍ନୀକ ବୋଲି ବର୍ଣ୍ଣନା କରାଯାଇଛି। ବିଭିନ୍ନ ପୁରାଣରେ କୃଷ୍ଣ ବହୁପତ୍ନୀକ ବୋଲି ବର୍ଣ୍ଣନା କରାଯାଇଛି। ବିଷ୍ଣୁ ପୁରାଣ ଅନୁସାରେ କୃଷ୍ଣଙ୍କର ୩ ଜଣ ପତ୍ନୀ ଥିଲେ- ରୁକ୍ମିଣୀ, ଜାମ୍ବବତୀ ଓ ସତ୍ୟଭାମା। ଭାଲୁକ ପତ୍ନୀ ଜାମ୍ବବତୀ ଓ ଯାଦବ କନ୍ୟା ସତ୍ୟଭାମାଙ୍କ ସହିତ କୃଷ୍ଣଙ୍କର ପରିଣୟ ଏକ କାଳ୍ପନିକ ବ୍ୟାଖ୍ୟା। ପୌରାଣିକମାନେ କୃଷ୍ଣଙ୍କର କାଳିନ୍ଦୀ, ସତ୍ୟା, ଲକ୍ଷ୍ମାଣା, ମିତ୍ରବୃନ୍ଦା ଓ ଭଦ୍ରା ଆଦି ମହିଳାମାନଙ୍କ ସହିତ ବିବାହ ହୋଇଥିଲା ବୋଲି ବର୍ଣ୍ଣନା କରିଛନ୍ତି। ଏହି ତଥ୍ୟ ଅପ୍ରମାଣିତ, ଯୁକ୍ତିହୀନ ଓ ଅମୂଳକ। ପଦ୍ମପୁରାଣରେ କୃଷ୍ଣଙ୍କର ଷୋଡ଼ ସହସ୍ର ନାରୀ ଥିଲେ ବୋଲି ବର୍ଣ୍ଣନା କରାଯାଇଛି। ବ୍ରହ୍ମବୈବର୍ତ୍ତ ପୁରାଣରେ ଦର୍ଶାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ତିରିଶ କୋଟି ଗୋପୀ ଗୋଲକ ଧମାରୁ ଆସି ଧରାପୃଷ୍ଟରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣ ଏକାଧିକ ପୁରୁଷ ହୋଇ ଏହି ନାରୀମାନଙ୍କୁ ରମଣ କରୁଥିଲେ। ଷୋଡ଼ଶ ଶତାବ୍ଦୀରେ ରଚିତ ବ୍ରହ୍ମବୈବର୍ତ୍ତ ପୁରାଣରେ କୃଷ୍ଣଙ୍କ ଚରିତ୍ରକୁ କଳଙ୍କିତ କରି କୁହାଯାଇଛି, ରାଧାଙ୍କ ବ୍ୟତୀତ ଗଙ୍ଗା ଓ ବିରଜା ଆଦି ନାରୀମାନଙ୍କ ସହ କୃଷ୍ଣଙ୍କର ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ରାଧା କୃଷ୍ଣଙ୍କୁ ଧୂର୍ତ୍ତ, ରତିଚୋର ଓ ଲମ୍ପଟ ଆଦି ଅପଶବ୍ଦରେ ଭର୍ତ୍ସନା କରୁଥିଲେ। ଷୋହଳ ଶତାବ୍ଦୀରେ ନବାବ ଓ ରାଜା ମହାରାଜାମାନେ କାମୁକ ଓ ଲମ୍ପଟ ଥିଲେ। ତାହାକୁ ଆଦର୍ଶ କରି ତତ୍କାଳୀନ ପୁରାଣକର୍ତ୍ତାମାନେ ନିଜର କାମନା ରଚିତ ବିକାରଗ୍ରସ୍ତ ମନରୁ କୃଷ୍ଣଙ୍କ ଚରିତ୍ରକୁ ଏପରି ଭାବରେ ବର୍ଣ୍ଣନା କରିଛନ୍ତି। ଏପରିକି ପୁରାଣର କୁପ୍ରଭାବ ଦ୍ୱାରା ଜୟଦେବ, ବିଦ୍ୟାପତି ଓ ଚଣ୍ଡିଦାସ ପ୍ରମୁଖ ଶୃଙ୍ଗାର କବିମାନେ ନିଜ ନିଜର ରଚନା ମାଧ୍ୟମରେ ଯୋଗେଶ୍ୱର କୃଷ୍ଣଙ୍କର ଚରିତ୍ରକୁ ଭକ୍ତମାନଙ୍କ ସମ୍ମୁଖରେ ନିକୃଷ୍ଟ ଭାବରେ ପ୍ରତିପାଦନ କରିଛନ୍ତି। ବିଷ୍ଣୁ ପୁରାଣ ଅନୁସାରେ କୃଷ୍ଣଙ୍କର ସମସ୍ତ ପତ୍ନୀଙ୍କଠାରୁ ଜନ୍ମିତ ସନ୍ତାନମାନଙ୍କର ସଂଖ୍ୟା ଥିଲା ମୋଟ୍‌ ଏକଲକ୍ଷ ଅଶୀ ହଜାର। ପୁରାଣରେ ବର୍ଣ୍ଣିତ ଅଛି ଯେ କୃଷ୍ଣ ୧୨୫ ବର୍ଷ ବଞ୍ଚିଥିଲେ। ହିସାବ ଅନୁସାରେ ସେ ବର୍ଷକୁ ୧୪୪୦ ବା ଦିନକୁ ୪ ଗୋଟି ସନ୍ତାନର ଜନକ ହେଉଥିଲେ କି ? ପୁରାଣରେ ଏହି ପ୍ରକାର ବର୍ଣ୍ଣନା ହାସ୍ୟାସ୍ପଦ ଓ ଅମୂଳକ।
ମିଶ୍ରିତ ମହାଭାରତ କାବ୍ୟରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଯେପରି କପୋଳକଳ୍ପିତ ଠିକ୍‌ ସେହିପରି ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପ କନ୍ୟାଙ୍କର ଚିତ୍ତହରଣ ଉପାଖ୍ୟାନ ସମ୍ପୂର୍ଣ୍ଣ ମିଥ୍ୟା ଓ କାଳ୍ପନିକ ବୋଲି ଆମର ସ୍ଵକୀୟ ଅଧ୍ୟବସାୟ ଆଧାରରେ ଦୃଢ ମତ । ବାସ୍ତବ କଥା ହେଉଛି କୃଷ୍ଣ ଥିଲେ ଦ୍ୱାପରଯୁଗର ଜଣେ ସର୍ବାଧିକ ଜନାଦୃତ ଆଦର୍ଶ ଓ ନୀତିବାନ୍‌ ପୁରୁଷ। ମନୁଷ୍ୟଠାରେ କୌଣସି ଅଲୌକିକ ଶକ୍ତି ନ ଥାଏ। ତେଣୁ ମିଶ୍ରିତ ମହାଭାରତ ଓ ପୁରାଣରେ କୃଷ୍ଣଙ୍କର ଯେଉଁ ଅଲୌକିକ ଶକ୍ତି ସମ୍ବନ୍ଧର ବର୍ଣ୍ଣନା କରାଯାଇଛି ତାହା ଅମୂଳକ ଓ ପ୍ରକ୍ଷିପ୍ତ। ଉଭୟ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ଥିଲେ ସତ୍ୟବାଦୀ। ‘ଅଶ୍ୱତ୍ଥମା ହତ ଇତି ଗଜଃ’- ଏହି କଥାଟି ମୂଳ ମହାଭାରତରେ ନାହିଁ। ଏହି ଘଟଣା ଦ୍ୱାରା ପ୍ରକ୍ଷିପ୍ତକାରୀମାନେ କୃଷ୍ଣ ଓ ଯୁଧିଷ୍ଠିରଙ୍କୁ ମିଥ୍ୟାବାଦୀ ବୋଲି ଅଭିହିତ କରିଛନ୍ତି। ଉକ୍ତ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। କୃଷ୍ଣ ଈଶ୍ୱରଙ୍କ ଅବତାର ଏହା ଅବୈଜ୍ଞାନିକ। ବେଦ କହେ, ଈଶ୍ୱର ହେଉଛନ୍ତି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ଓ ନିୟନ୍ତା। ତାଙ୍କ ଦ୍ୱାରା ସଂସ୍ଥାପିତ ନିୟମରେ ସମଗ୍ର ଜଗତ କ୍ରିୟାଶୀଳ। ସ୍ବୟଂ ଈଶ୍ୱର ଏହି ସ୍ବୟଂଚାଳିତ ପ୍ରକ୍ରିୟାରେ ହସ୍ତକ୍ଷେପ କରନ୍ତି ନାହିଁ। ସୁତରାଂ ସର୍ବବ୍ୟାପୀ, ନିରାକାର ପରମାତ୍ମା ମାନବ ଦେହ ଧାରଣ କରି ଭୂମଣ୍ଡଳରେ ଅବତୀର୍ଣ୍ଣ ହେବା ବେଦ ବିରୁଦ୍ଧ । ସାଧାରଣ ମନୁଷ୍ୟ ରାଜସିକ ଗୁଣର ଅଧିକାରୀ ହୋଇଥିବାରୁ  ସ୍ବାଭାବିକ ଭାବେ ଅଲୌକିକ ଓ
  ଆବେଗଭରା ଘଟଣାଗୁଡ଼ିକ ପ୍ରତି ଆକର୍ଷିତ ହୋଇଥାଏ। ଏବେ ବି ସନ୍ତୋଷ ରାଉଳ ମାନେ ବାବା ସାରଥୀ , ବାବା ଅମୁକାନନ୍ଦ,ସମୁକାନନ୍ଦ ମାନଙ୍କ ତଥାକଥିତ  କଳ୍ପିତ ଅଲୌକିକ  ଘଟଣା ଯଥା କଂକ୍ରିଟ ଗାଈ ଚିରରୁ ଖିର ବାହାରିବା ଠାରୁ  ଭଣ୍ଡ ପାଦରୁ ମହୁ ବାହାରିବା, ତାକୁ ତଥାକଥିତ ଭକ୍ତ ମାନେ ପାଦୁକ ଭାବେ ସେବନ କରିବା ଭଳି ଅନେକ  ଘଟଣା  ମୁଦ୍ରିତ ଗଣମାଧ୍ୟମ, ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ରେ ପୃଷ୍ଠା ଓ ପରଦା ମଣ୍ଡନ କରୁ ନଥାଏ କି ?ପାଠକଗଣଙ୍କୁ ଆକର୍ଷିତ କରିବା ପାଇଁ ଲେଖକମାନେ ମୂଳ ରଚନାରେ ଅନେକ ଅତିରଞ୍ଜିତ ତଥ୍ୟ ମିଶ୍ରଣ କରିଥାନ୍ତି ଯାହା ଆଧୁନିକ ମହାଭାରତ ଓ ପୁରାଣଗୁଡ଼ିକରେ କୃଷ୍ଣଙ୍କ ଚରିତ୍ର ସମ୍ବନ୍ଧରେ ଦୃଶ୍ୟମାନ ହୋଇଥାଏ। ମୌଳ ଶାସ୍ତ୍ରଗୁଡ଼ିକରେ ଭୀଷ୍ମ, ଦ୍ରୋଣ, ବ୍ୟାସ, ଯୁଧିଷ୍ଠିର, ସଞ୍ଜୟ ଓ ବିଦୁର ପ୍ରମୁଖ ସମକାଳୀନ ମହାତ୍ମାମାନଙ୍କ ଦ୍ୱାରା କୃଷ୍ଣଙ୍କ ଆଦର୍ଶ ବ୍ୟକ୍ତିତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଥିବା ବେଳେ ବିଭିନ୍ନ ପୁରାଣର ରଚୟିତାମାନେ କୃଷ୍ଣଙ୍କ ଚରିତ୍ରକୁ ବିକୃତ ଭାବରେ ପ୍ରତିପାଦନ କରିଛନ୍ତି।
ମୂଳଶାସ୍ତ୍ରକୁ ଅଧ୍ୟୟନକଲେ ପୁରାଣର ଲେଖାଗୁଡ଼ିକ ଆମ  ଜେଜେ ମାଆ ରେବତୀ ଦେବୀର ବୁଢ଼ୀ ଅସୁରୁଣୀ ଗପ ଭଳି ପ୍ରତୀୟମାନ ହୁଏ।  ଗୁଲଜାରିଲାଲ୍ ନନ୍ଦାଙ୍କ ଭଳି ମହାପୁରୁଷଙ୍କ ସମ୍ପର୍କରେ ଉଲ୍ଲେଖ କରିବା ସମୟରେ ପଥଚ୍ୟୁତ ହୋଇ ଅନ୍ୟ ପ୍ରସଙ୍ଗକୁ  ଭାବ ପ୍ରବଣ ହୋଇ ଚାଲି ଯାଇଥିବାରୁ ପାଠକ ମାନଙ୍କ ଠାରୁ କ୍ଷମା ଭିକ୍ଷୁ । ଅତଏବ ଆମ ପାଇଁ ଚିର ବନ୍ଦନୀୟ ପ୍ରାତଃ ସ୍ମରଣୀୟ ମହାତ୍ମା, ଆଦର୍ଶ ଦର୍ଶନ ପ୍ରଦାତା ଗୁଲଜାରି ଲାଲ୍ ନନ୍ଦାଙ୍କ  ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ଭାଷା ପ୍ରବନ୍ଧେ ଭାଗବତ

----------------------
ମହାନ୍  ଚିନ୍ତାନାୟକ, ପ୍ରବୀଣ ସାରସ୍ଵତ ସାଧକ, ସମାଜ ସଂସ୍କାରକ , ବିଶେଷ କରି ଜଣେ ଜନାଦୃତ ପ୍ରାବନ୍ଧିକ ତଥା
ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ , ସମସ୍ତଙ୍କର ପ୍ରିୟ ଚିତ୍ତ ଭାଇ ଓରଫ୍  ପ୍ରଫେସର ଚିତ୍ତରଞ୍ଜନ ଦାସ( ୦୩-୧୦- ୧୯୨୩, ଵାଗଲପୁର -୧୬-୦୧-୨୦୧୧) ଙ୍କର ଆଜି ଚତୁର୍ଦ୍ଦଶ ଶ୍ରାଦ୍ଧ ଦିବସ । ଏହି ମହାନ ସାରସ୍ଵତ ସାଧକ ତାଙ୍କର କାଳଜୟୀ ସୃଷ୍ଟି "ବିଶ୍ୱକୁ ଗବାକ୍ଷ, ଓଡ଼ିଶା ଓ ଓଡ଼ିଆ ଜୀବନ ବିଦ୍ୟାଳୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ପାଇଥିଲେ ।ସେ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ସୃଷ୍ଟି କରିଯାଇଛନ୍ତି । ଅନେକ ଦୈନିକ ଖବରକାଗଜରେ ତାଙ୍କ ସ୍ତମ୍ଭ, ଆଲେଖ୍ୟ ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ ମଧ୍ୟ ଓଡ଼ିଆ ଭାଷାରେ ହିଁ କଥା ବାର୍ତ୍ତା କରି ଓଡ଼ିଆ ଭାଷା ଜନନୀଙ୍କ ଗୈାରବ ବିମଣ୍ଡିତ ଐତିହ୍ୟକୁ ଅତି ସରଳ ସୁନ୍ଦର ଭାଷାରେ ଵ୍ୟକ୍ତ କରିଯାଇଛନ୍ତି । ୧୬ ଜାନୁଆରୀ ୨୦୧୧ରେ ଭୁବନେଶ୍ୱରରେ ସେ ଇହଧାମ ତ୍ୟାଗ କରିଥିଲେ । ଅନୁଗୁଳର ଚମ୍ପତିମୁଣ୍ଡାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ନାମ ଜୀବନ ବିଦ୍ୟାଳୟ ରଖା ଯାଇଥିଲା । ତାଙ୍କର ଜଙ୍ଗଲ ଚିଠି ବହିରୁ ଏହି ବିଦ୍ୟାଳୟ ବିଷୟରେ ଅନେକ କିଛି ଜାଣିବାକୁ ମିଳେ । ପରେ ଏହା ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା ।ଜୀବନ ବିଦ୍ୟାଳୟ,,ଜଙ୍ଗଲ ଚିଠି,ଶିଳା ଓ ଶାଳଗ୍ରାମ,ତରଙ୍ଗ ଓ ତଡ଼ିତ୍, ଜାତିରେ ମୁଁ ଯବନ,ସମାଜ: ପରିପର୍ତ୍ତନ ଓ ବିକାଶ,ସଂସ୍କୃତି ଓ ଓଡ଼ିଶା,ଓଡ଼ିଶା ଓ ଓଡ଼ିଆ
ଏକଲବ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ, ଶିଳାତୀର୍ଥ,ମା ନିଷାଦ
ନଖ ଦର୍ପଣେନ,ପଶ୍ୟତି ଦଶଦିଶି, ରୋହିତର ଡାଏରୀ,ନେତା ଓ ନାରାୟଣ,ବିଶ୍ୱକୁ ଗବାକ୍ଷ,ଗାନ୍ଧୀ ଗୋପବନ୍ଧୁ । ତାଙ୍କର
ଅନୁବାଦ  ସୃଷ୍ଟି ଦିବ୍ୟ ଜୀବନ, ୩ ଖଣ୍ଡ (ଶ୍ରୀ ଅରବିନ୍ଦଙ୍କ Life Divineର ଅନୁବାଦ),ଡେନମାର୍କ ଚିଠି (ଡେନମାର୍କ ଉପରେ ଲେଖା ଦାନିସ ବହି "The Pilgrim Kamanita"ର ଅନୁବାଦ),ସେଣ୍ଟ-ଏକ୍ସୁପେରିଙ୍କ ଇଂରାଜୀ ବହି "The Little Prince"ର ଓଡ଼ିଆରେ ଅନୁବାଦ,ଜିବ୍ରାନଙ୍କ ଇଂରାଜୀ ବହି "The Prophet"ର ଓଡ଼ିଆରେ ଅନୁବାଦପାଷ୍ତେର୍ଣ୍ଣାକ ଙ୍କ ଇଂରାଜୀ ବହି "Doctor Zhivago"ର ଓଡ଼ିଆରେ ଅନୁବାଦ,ଏହା ସହ ସେ ଆଶାପୂର୍ଣ୍ଣା ଦେବୀ, ଆଲବର୍ଟ ସ୍ୱେଟଜର, ଫ୍ରାଙ୍କୋଇସ ମଉରିଆକ, ବେରିଅର ଅଲବିନ, ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକୃଷ୍ଣନ ଓ ମାର୍ଟିନ ଲୁଥର କିଙ୍ଗ ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଥିଲେ ।  ଶେଷ ଜୀବନରେ ତାଙ୍କୁ ଉତ୍କଳ ରତ୍ନ ସମ୍ମାନ, ୨୦୦୨ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- (ବିଶ୍ୱକୁ ଗବାକ୍ଷ, ୧୯୯୮) ଏବଂ ଶାରଳା ପୁରସ୍କାର - (ଓଡ଼ିଶା ଓ ଓଡ଼ିଆ,୧୯୮୯)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - (ଜୀବନ ବିଦ୍ୟାଳୟ, ୧୯୬୦)ସାହିତ୍ୟ ଭାରତୀ ସମ୍ମାନ,ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ମିଳିଥିଲା ।  ପ୍ରାବନ୍ଧିକ ବରେଣ୍ୟ ଚିତ୍ତରଞ୍ଜନ ଦାସଙ୍କ ଭଳି ଜଣେ ବିଚକ୍ଷଣ ପ୍ରାବନ୍ଧିକ ସାମ୍ପ୍ରତିକ ସମୟରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଅଧୁନା ଓଡିଆ ଭାଷା ସାହିତ୍ୟ କୁ ନିରୀକ୍ଷଣ କଲେ ଜଣେ ଓଡିଆ ଭାବ ପ୍ରବଣ ପ୍ରାଣର ବିଗଳିତ ହୃଦୟର ଭାଷା ବୁଝି ହେବ । ଆମେ ନିକଟରେ ଯୁବ ସାମ୍ବାଦିକ ତଥା କବି ବିମଳ ପତି ଙ୍କ ସମ୍ପାଦନାରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଦୀର୍ଘ ୨୫ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା " ସାହିତ୍ୟ ଦର୍ପଣ" ର ରଜତ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମୁଖ୍ୟ ଅତିଥି ପରମ ସମ୍ମାନନୀୟ ପ୍ରାଚାର୍ଯ୍ୟ କଳାଭୂଷଣ ଜୀତେନ୍ଦ୍ର ନାରାୟଣ ( ଦାଶ ଦାଶ ବେନହୁର) ଙ୍କ ସହିତ ଯୋଗ ଦେବାକୁ ଯାଇ ସଭା ପୂର୍ବରୁ ଆୟୋଜିତ କବିତା ପାଠୋତ୍ସବରେ ଜଣେ ଦର୍ଶକ ଭୂମିକା ନିର୍ବାହ କରି ଆମର ବେଦନା ନିଜ ବକ୍ତବ୍ୟରେ ରଖିଥିଲୁ । ଆମର ପ୍ରଶ୍ନ ଥିଲା " ଲେଖକ କିଏ ? ଯିଏ ଲେଖେ,ସିଏ ଯଦି ଲେଖକ , ତେବେ ସବୁଠାରୁ ବଡ ଲେଖକର ମାନ୍ୟତା ଲାଭ କରିବେ  ବିଭିନ୍ନ ନ୍ୟାୟାଳୟ ବା କୋର୍ଟ କଚେରୀରେ ଥିବା ନଶି ବନ୍ଧା ମୋହରିର ବା ବିଭିନ୍ନ ଆରକ୍ଷୀ କେନ୍ଦ୍ର ବା ଥାନା ଗୁଡିକରେ ଥିବା ପ୍ରଥମ ଅଭିଯୋଗ ତଥ୍ୟ ଦରଜକାରୀ ବା ଏଫ୍ ଆଇ ଆର କନେଷ୍ଟବଳ ।   ବିପ୍ଲବୀ କବି ରବି ସିଂ ଅନେକ ଥର ନିଜ ବକ୍ତବ୍ୟରେ , ନିଜର ଆଲେଖ୍ୟ ଆଲୋଚନା ରେ କହିଥାନ୍ତି " କବି ହୋଇଗଲେ ଅନେକ ଲୋକେ ,ରବି ଯେସନେ ରଙ୍ଗୀଣ ଲୋକେ" । ଆଜି କାଲି ପ୍ରାୟତଃ ଅଧିକାଂଶ ଧାଡି ତଳକୁ ଧାଡ଼ି ଲେଖି କବି ପରିଚୟ ପ୍ରାପକ ହେବାକୁ , ବିଶେଷ କରି ପ୍ରତିଭା ନାସ୍ତି ଯଶଃ କାଙ୍ଗାଳି ମାନଙ୍କ ସଂଖ୍ୟା ହୁତୁ ହୁତୁ ହୋଇ ବଢି ଚାଲିଛି । " ଖଜୁରୀ ଗଛ ମୂଳେ ଅଜାଡିଲି ପାଉଁଶ, କାହିଁ ତୁ ଗଲୁ ଲୋ ନୁଖୁରା ମୁଣ୍ଡି" ଭଳି ଲେଖା ଲେଖି ବିଶିଷ୍ଟ କବି ପୁରସ୍କାରରେ ସମ୍ମାନିତ , ଯେଭଳି ଗତକାଲି ଜଣେ ଲଙ୍ଗୁଳୀ , ଅପସଂସ୍କୃତି ବୀଜାଣୁ ବାହିକାକୁ ଗୋଟିଏ ସଙ୍ଗଠନ ସଂସ୍କୃତି ସମ୍ମାନରେ ସମ୍ମାନିତ କରିଥିବା ସମ୍ପର୍କରେ ଖବରକାଗଜରେ ପ୍ରକାଶ ପାଇଛି ।  ଆମେ ଜୀବନରେ ଅନେକ ଜାତୀୟ ସମ୍ମାନ କୁ ପ୍ରତ୍ୟାଖ୍ୟାନ କରିଛୁ । ହଁ , ଅନେକ ସମୟରେ ବନ୍ଧୁତା ମୁହଁ ମତରେ କେତେକ ସ୍ଥଳେ ଅନିଚ୍ଛାକୃତ ଭାବେ ସମ୍ମାନିତ ହୋଇଛୁ । ଗୋଟିଏ ଭୟଙ୍କର ରୋଗରେ ପୀଡିତ ସଂଖ୍ୟାଧିକ ସ୍ବଘୋଷିତ କବି, ଲେଖକ ବର୍ଗ । ସେହି ରୋଗ ସମ୍ପର୍କରେ ସାହିତ୍ୟ ଦର୍ପଣ ରଜତ ଜୟନ୍ତୀ ସଭାରେ ଆମେ କହିଥିଲୁ । ଆମର ଅଧିକାଂଶ ଲେଖକ ମାନେ ଆଶା କରନ୍ତି କି ସେମାନଙ୍କ ଯେକୌଣସି ବା ଯେଭଳି ମାନର ସୃଷ୍ଟି କୁ ସମସ୍ତେ ପଢ଼ି ପ୍ରଶଂସା ଅଜାଡ଼ି ପକାନ୍ତୁ  , ବିଭିନ୍ନ ପୁରସ୍କାର ମିଳୁ ଅଥଚ ସେମାନେ ଅନ୍ୟ କାହାର ଲେଖା ପଢନ୍ତି ନାହିଁ, ଯଦି ବା ଭୁଲରେ ପଢ଼ିଛନ୍ତି , ମତାମତ ଦିଅନ୍ତି ନାହିଁ । ଏବେ ତ କବି ସମ୍ମିଳନୀର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର । ସମ୍ମିଳନୀରେ ଶେଷ କବି ତାଙ୍କର କବିତା ପଢିବା ସମୟକୁ କେବଳ ସମୀକ୍ଷକ ଥାଆନ୍ତି । ଅନେକ ସମୟରେ  କବି ସମ୍ମିଳନୀଟି ପରସ୍ପର ଟେକା ଟେକି ମଞ୍ଚରେ ପରିଣତ ହୋଇଥାଏ । ଆମର ମନେ ଅଛି ପିଲା ଦିନେ ଦେଖିଥିବା ବ୍ରାହ୍ମଣ ଶାସନର କେତେକ କଥା । ଉଚ୍ଚାପିଣ୍ଢାସୀନ ଜଣେ ଯୁବ ବ୍ରାହ୍ମଣ ତାଙ୍କର ସମ୍ମୁଖ ରାସ୍ତାର ସେପାଖରେ ଥିବା ବୟସ୍କ ବ୍ରାହ୍ମଣ ମହାଶୟ ଙ୍କୁ କହୁଥିଲେ " କକେଇ, ଗୋଟିଏ କଥା କହିବି ?  କ'ଣ କହୁନୁ । କକେଇ ! ସେ ତେଲି ଘର ଟୋକା ଏବେ ଇସ୍କୁଲରେ ସଂସ୍କୃତ ପଢାଉଛି , ଏ କିଭଳି କଥା ? ଏ ଖଣ୍ଡ ମଣ୍ଡଳରେ ତମେ କକେଇ ଜଣେ ସଂସ୍କୃତ ଶାସ୍ତ୍ର ବିଶାରଦ , ଆପଣ ଜାଣିଛନ୍ତି ଆଉ ମୁଁ କିଛି ଜାଣିଛି , ଆଉ କିଏ ଅଛି କହୁନ ? କକେଇ କୁହନ୍ତି " ହଁ , ସେୟା ତ " । ଅର୍ଥାତ୍ ଆମେ ଦୁଇ  ଶ୍ରେଷ୍ଠ । ଏହି ଭଳି ଦୃଶ୍ୟ ସର୍ବତ୍ର ପ୍ରତିଫଳିତ ।  ଅତଏବ ପ୍ରବନ୍ଧ ସାହିତ୍ୟ , ସମାଲୋଚନା ମୂଳକ ସାହିତ୍ୟ , ଏପରିକି ଅନୁବାଦ ସାହିତ୍ୟ ସ୍ରଷ୍ଟା ମାନଙ୍କର ସଂଖ୍ୟା ଦେଖିଲେ ହାତ ଗଣତି ।  ହଁ , ଏହା ସତ୍ୟ ଯେ ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ସମାଜର ଅପରିବର୍ତ୍ତିତ ନିୟମ ଆଧାରରେ ବୈଷୟିକ ଜ୍ଞାନକୌଶଳରେ ମଣିଷ ଯୁକ୍ତି ନିଷ୍ପ ହେବା ପରିବର୍ତେ ସହଜିଆ ପନ୍ଥା କାହିଁକି ଅବଲମ୍ବନ କରେ ?  ଆମ ଭାଷାରେ ଯୁକ୍ତି ନିଷ୍ଠ ମଣିଷ ପ୍ରବନ୍ଧ କୁ ଭାବ ଅଭିବ୍ୟକ୍ତିର ସର୍ବଶ୍ରେଷ୍ଠ ମାଧ୍ୟମ ରୂପେ ଗ୍ରହଣ କରିବା ଅଧିକ ପ୍ରାସଙ୍ଗିକତା ବହନ କରେ । ସ୍ରଷ୍ଟା ଲେଖକ ନିଜର କଳ୍ପନା ଓ ପ୍ରଜ୍ଞା ପ୍ରକଳ୍ପକୁ ଅବଲମ୍ବନ କରି ଯେକୌଣସି ବିଷୟରେ ଆତ୍ମ ସଚେତନ ହୋଇ ଯୁକ୍ତି ନିଷ୍ଠ ଭାବରେ ନାତି ଦୀର୍ଘ ଗଦ୍ୟାତ୍ମକ ରଚନା ପ୍ରଣୟନ କଲେ ତାହାକୁ ହିଁ ପ୍ରବନ୍ଧ କୁହାଯାଏ । ଅତଏବ ପ୍ରବନ୍ଧ ଏକ ଗଦ୍ୟାତ୍ମକ କଳା ଶିଳ୍ପ , ଯେଉଁଥିରେ ପ୍ରକାଶ ପାଏ ସ୍ରଷ୍ଟା ଲେଖକ ଙ୍କର ତତ୍ତ୍ଵ, ଦର୍ଶନ, ଯୁକ୍ତି, ଚିନ୍ତା ଚେତନା, ସ୍ଵକୀୟ ବ୍ୟକ୍ତିତ୍ବର ସ୍ପର୍ଶ ଏବଂ ସର୍ବୋପରି ସ୍ରଷ୍ଟା ଲେଖକ ଙ୍କର ରସମୟ ଦୃଷ୍ଟିଭଙ୍ଗୀ ।  ଆମର ଓଡିଆ ମାନଙ୍କର ସର୍ବକାଳୀନ ଗର୍ବଗୌରବ କବିରାଜ ଜୟଦେବ , ଯାହାଙ୍କୁ ବଙ୍ଗାଳୀ ମାନେ ଶହଶହ ବର୍ଷ ଧରି ବଙ୍ଗାଳୀ ବୋଲି ଦାବି କରୁଥିଲେ ଏବଂ ୧୯୯୨  ମସିହାରେ ଦିଲ୍ଲୀ ଠାରୁ ଓଡ଼ିଶା ର କୋଣ ଅନୁକୋଣରେ ଆନ୍ଦୋଳନ କରି, କାରାବରଣ କରି  ପ୍ରମାଣିତ ହେଲା ଯେ କବିରାଜ ଜୟଦେବ ଥିଲେ ଓଡିଆ , ସେହି କବିରାଜ ଜୟଦେବ ଙ୍କ ଅମୃତ କାଳଜୟୀ ସୃଷ୍ଟି " ଗୀତ ଗୋବିନ୍ଦ" ରେ ଉଲ୍ଲେଖ ରହିଛି ଯେ " ଶ୍ରୀ ବାସୁଦେବ ରତି କେଳି କଥା ସମେତମେତଂ କରୋତି ଜୟଦେବ କବି ପ୍ରବନ୍ଧଂ" । ସେହିପରି ଅତିବଡ଼ି ଜଗନ୍ନାଥ ଦାସଙ୍କର ଶ୍ରୀମଦ୍ ଭଗବତରେ କୁହାଯାଇଛି " ଭାଷା ପ୍ରବନ୍ଧେ ଭାଗବତ" । ଏପରିକି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ବିଦଗ୍ଧ ଚିନ୍ତାମଣି ରେ ଉଲ୍ଲେଖ ରହିଛି ଯେ " ସମକାଦି ଚିତ୍ର କାବ୍ୟ ପ୍ରବନ୍ଧ " ।  ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ରେ କବି ଯଦୁମଣି ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ " ଦ୍ଵିବିଧ ପୂର୍ଣ୍ଣଚନ୍ଦ୍ର ସିଦ୍ଧି ନିର୍ବନ୍ଧେ, ପ୍ରବନ୍ଧ ହୋଇଲା ଖ୍ୟାତ ଯେ " ।  ଏପରିକି କବି ବ୍ରଜନାଥ ବଡ଼ଜେନା ତାଙ୍କର ଚତୁର ବିନୋଦ ରେ ଉଲ୍ଲେଖ କରିଛନ୍ତି ଯେ " ମିଥ୍ୟା ଗ୍ରନ୍ଥ ପ୍ରବନ୍ଧରେ କାଳଃ ଗଛତି ଧୀମତାଂ" । ଏହିପରି ପ୍ରଚୁର ଉଦାହରଣ ରହିଛି ଯେ ପଦ୍ୟାତ୍ମକ ରଚନା କୁ ମଧ୍ୟ ପ୍ରାଚୀନ ସାହିତ୍ୟରେ ପ୍ରବନ୍ଧ କୁହାଯାଉଥିଲା । ଅତଏବ ଆମ କବି ମାନେ ଯଦି ଏଭଳି ମଧ୍ୟ କାବ୍ୟ ପ୍ରବନ୍ଧ ଲେଖନ୍ତେ, ଯେପରି ଏବେ ଆମର ଅତ୍ୟନ୍ତ ସମ୍ମାନନୀୟ ପ୍ରାଚାର୍ଯ୍ୟ କଳାଭୂଷଣ ବ୍ରଜବନ୍ଧୁ ପଣ୍ଡା ପାଞ୍ଚ ଜଣ ବୀରାଙ୍ଗନାଙ୍କ ଐତିହାସିକ ଭିତ୍ତିଭୂମିକୁ ଊପଜିବ୍ୟ କରି  କାବ୍ୟ ପ୍ରବନ୍ଧ ଲେଖିଛନ୍ତି । ବାସ୍ତବରେ ପ୍ରବନ୍ଧ ହେଉଛି ପ୍ର+ବନ୍ଧ+ଅ , ଅର୍ଥାତ୍ ଯାହା କୌଣସି ବିଷୟକୁ ପ୍ରକୃଷ୍ଟ ଭାବରେ ବାନ୍ଧି ରଖିପାରେ , ଯାହା ବରେଣ୍ୟ ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ସୃଷ୍ଟି ରେ ଦେଖାଯାଏ । ସେହିପରି ଅନୁବାଦ ସାହିତ୍ୟ କଥା ଆଲୋଚନା କରାଯାଉ । ଏହା ସତ୍ୟ ଯେ ଆମେ ଜଣେ ଗଣିତ ର ଛାତ୍ର ସାହିତ୍ୟର ଛାତ୍ର ନଥିଲୁ । ଆମର ସୀମିତ ଅଧ୍ୟବସାୟ ଆଧାରରେ ଦୃଢ ଭାବେ କହିପାରୁଯେ ଅନୁବାଦ ସାହିତ୍ୟ ର ଅନ୍ତୁଡିଶାଳ ହେଉଛି ଓଡିଆ ସାରସ୍ବତ ଜଗତ । ଏକଦା ଗୋଟିଏ ଆଲୋଚନା ସଭା ରେ ବରେଣ୍ୟ ଚିତ୍ତରଞ୍ଜନ ଦାସ କହିଥିଲେ " ସାହିତ୍ୟ ଭାଷାର ଅନେକ ପଛରେ, ମାତ୍ର ସାହିତ୍ୟ ପରିଧି ଭାଷା ଯେତେବେଳେ ଭାଷାର ପରିଧି ଠାରୁ ଅନେକ ବଡ଼ । ଭାଷା ସ୍ଥାନୀୟ ହୋଇପାରେ, ଜାତୀୟ ହୋଇପାରେ, ମାତ୍ର ସାହିତ୍ୟ ବିଶ୍ବଜନୀନ। ସ୍ଥାନୀୟ କୌଣସି ସାହିତ୍ୟରେ ମଧ୍ୟ ଏକ ବିଶ୍ବଜନୀନ ଆବେଦନ ରହି ପାରିଲେ ଯାଇ ତାହା ହିଁ ଯଥାର୍ଥ ସାହିତ୍ୟର ସୋପାନ ଭିତରେ ସୁମାରି ହୋଇପାରେ । ଯେତେବେଳେ ଭାଷା ସମୂହ ବା ଗୋଟିଏ ଭାଷା ନିର୍ଦ୍ଧିଷ୍ଟ ଅଞ୍ଚଳରେ ଅଥବା ଜନପଦୀୟ ସୀମା ଭିତରେ ଆବଦ୍ଧ ହୋଇ ରହିଥାଏ , ସେତେବେଳେ ସେମାନେ ନିଜର ଭାଷା ଯେ ଶ୍ରେଷ୍ଠ ଭାଷା, ଆନ୍ତର୍ଜାତିକ ସ୍ତର ବିସ୍ତାରିତ ଭାଷା ବୋଲି ସ୍ବଢୋଲ ପ୍ରହାର କରିବା ସହିତ  ଏକ ଭାଷା ଉପନିବେଶବାଦ ସୃଷ୍ଟି କରିଥାନ୍ତି । ଆମେ ଦୃଢ଼ତାର ସହ କାହିଁକି କରିଥାଉ ଯେ ଆମ ଭାଷା ହେଉଛି ଅତି ପ୍ରାଚୀନ, ରସାନନ୍ଦ ପୂର୍ଣ୍ଣ , ବ୍ୟାକରଣ ସିଦ୍ଧ , ସାମାଜିକ ବିଜ୍ଞାନ ସମ୍ମତ ଭାଷା ବୋଲି , ତା'ର ବହୁବିଧ ପ୍ରମାଣ ଆଧାରରେ କହି ଓ ଲେଖି ଆସିଛୁ । ଗବେଷକ ମାନେ ଯଦି ଆମର ପୋଥି ସମ୍ପଦ ଉପରେ ଆଲୋକପାତ କରିବେ , ତେବେ ଆମ ସହିତ ଏକମତ ହେବେ । ଯଦିଓ ଆମର ଅନେକ ପୋଥି ସମ୍ପଦ ନଷ୍ଟ ଭ୍ରଷ୍ଟ ହୋଇଯାଇଛି । ୧୫୬୮ ରେ ଓଡ଼ିଶା ପରାଧିନତା ଭିତରେ କେବଳ ତା'ର ଅସ୍ମିତା ହରାଇ ନଥିଲା , ଅଧିକନ୍ତୁ ତା'ର ପୋଥି ସମ୍ପଦ ହରାଇଥିଲା , ବହିରାଗତ ଙ୍କ ଭୟରେ ଲୁଚାଇ ରଖିଥିଲା , ଲୁଚେଇ କରି ଖଟୁଲିରେ ପୂଜା କରୁଥିଲା , ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯଥା ଘରପ , ବନ୍ୟାରେ ନଷ୍ଟ ଭ୍ରଷ୍ଟ ହୋଇଗଲା ଏବଂ ଅନେକ ବିଦେଶୀ ଶାସକଙ୍କ ଦ୍ବାରା ଅପହୃତ ହେଲା ଏବଂ ଅନେକ ମଧ୍ୟ ଯତ୍ନ ଅଭାବରୁ ଊଇ ମାନଙ୍କ ଖାଦ୍ୟ ହୋଇଗଲା । ଏହା ସତ୍ତ୍ୱେ ଆମର ଏହି ପବିତ୍ର ଜନ୍ମଭୂମି , ତାହା କେତେବେଳେ ଉଡ୍ର ତ କେତେବେଳେ କଳିଙ୍ଗ, ଉତ୍କଳ ଆଦି ହୋଇ ୧୯୩୬ ମସିହା, ମାର୍ଚ୍ଚ ୩ ତାରିଖରୁ ( ଅପ୍ରେଲ ୧ ନୁହେଁ , କାରଣ ଏହି ବିଶ୍ବ ଵୋକା ଦିବସ ଏକ ରୋପିତ, ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ ସଂସଦରୁ ପ୍ରାଚୀନ ଉତ୍କଳ ର କିଛି ଅଂଶକୁ ନେଇ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିବା ରାଜପତ୍ର ବା ବିଜ୍ଞପ୍ତି ପ୍ରକାଶ ପାଇଥିଲା) ରୁ ଓଡ଼ିଶା ଯେ ପ୍ରାଚୀନ ଗ୍ରନ୍ଥମାନଙ୍କର ଏକ ଗନ୍ତାଘର, ଏହି ଆପ୍ତ ବାକ୍ୟର  ରହିଛି ଅନେକ ଅନେକ ପ୍ରମାଣ। କର୍ପୂର ଉଡ଼ି ଯାଇ କନା ପଡ଼ିବା ନ୍ୟାୟରେ ଏବେ ବି ଓଡ଼ିଶାର ଗାଁ ଗହଳିରେ , ଏପରିକି ଅଖ୍ୟାତ ପୁରପଲ୍ଲୀରେ ଯେତେ ଲୁପ୍ତ ସାରସ୍ବତ ପୋଥିସମ୍ପଦ ଲୁକ୍କାୟିତ ହୋଇ ରହିଛି , ତାହା ଆମର ବାରମ୍ବାର ଦାବି ସତ୍ତ୍ୱେ ସରକାର ଉଦ୍ଧାର କରି ନାହାନ୍ତି । ଏହା ମଧ୍ୟ ସତ୍ୟ ଯେ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନମତ ଚାପ ଅତ୍ୟଧିକ ଗୁରୁତ୍ବପୂର୍ଣ୍ଣ । ଆମର ଦାବି ,ଆମର ଆଲେଖ୍ୟ ଆଲୋଚନା ପାଇନାହିଁ  ଜନ ସମର୍ଥନ । ଜୀବନର ଅନେକ ଆନ୍ଦୋଳନର ସଫଳତା ପୃଷ୍ଠଭୂମିରେ ରହିଛି ଜନ ସମର୍ଥନ , ଯେଉଁଠି ନାହିଁ , ସେଠାରେ ହୋଇଛୁ ବିଫଳ । ଅପରପକ୍ଷରେ ଆମକୁ ସମର୍ଥନ ତ ମିଳେନାହିଁ , ସ୍ବୀକୃତି କଥା ପଚାରେ କିଏ , ମାତ୍ର ପ୍ରତି ପଦକ୍ଷେପରେ ବିରୋଧାଭାସ, ମିଥ୍ୟା ଅପବାଦ ,କୁତ୍ସା ପ୍ରଚାର ହୋଇଛି ପ୍ରବଳ ।  କେବଳ ପ୍ରଭୁ ଜଗନ୍ନାଥଙ୍କ ବ୍ୟତିତ ଆମେ ସେଭଳି କାହାଠାରୁ କୌଣସି ଆନ୍ଦୋଳନରେ ପାଇଁ ନାହୁଁ ପ୍ରୋତ୍ସାହନ ।  ବିଚାର କରନ୍ତୁ ଏହି ପୋଥି ସମ୍ପଦ କଥା । ସୁବାର୍ତ୍ତା ର ଅଗ୍ରଲେଖ , ଆଲେଖ୍ୟ ଆଲୋଚନା ଠାରୁ ଆରମ୍ଭ କରି ମୁଖ ପୁସ୍ତକରେ ଧାରାବାହିକ ଭାବେ ଆମେ ପୋଥି ସମ୍ପଦ ସମ୍ପର୍କରେ ଆଲୋଚନା କରିଆସୁଥିଲେ ମଧ୍ୟ ପାଇଁ ନାହୁଁ ଜନସମର୍ଥନ । ହଁ  , ଏହା ସତ୍ୟ ଯେ  ସଂଘର୍ଷର ଫଳପ୍ରସୂ ଘଟଣା ହେଲା ଯେ  ଅନେକ ସ୍ବୀକାର କଲେଣି ଅଥର୍ବବେଦ ଓ ବେଦୀ ମାନଙ୍କର କେନ୍ଦ୍ର ପୀଠ ଓଡ଼ିଶା ।  ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ୧୯୫୬ ମସିହାରେ କେନ୍ଦ୍ର ସରକାର ଗଠନ କରିଥିଲେ ସଂସ୍କୃତ ଆୟୁକ୍ତ ବା କମିଶନ । ଏହି ଆୟୁକ୍ତ ଓଡ଼ିଶାର କେତେକ ଅଞ୍ଚଳ ବୁଲି ଅନୁସନ୍ଧାନ କରିବା ବାହାନାରେ ଆମର ଅନେକ ପୋଥି ସମ୍ପଦ ଲୁଟି ନେଲେ । ଗୋଟିଏ ଉଦାହରଣ ଏଠାରେ ପ୍ରଣିଧାନଯୋଗ୍ୟ । ଜଣେ ଓଡିଆ ଙ୍କ ଅର୍ଥରେ ସ୍ଥାପିତ କୋଲକତା ସଂସ୍କୃତ ମହାବିଦ୍ୟାଳୟର ଗବେଷଣା ବିଭାଗର ବେଦାଧ୍ୟାପକ ଦୁର୍ଗା ମୋହନ ଭଟ୍ଟାଚାର୍ଯ୍ୟ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରୁ ଅଥର୍ବବେଦର ପ୍ରଧାନତମ ଶାଖାର ମୂଳ ଗ୍ରନ୍ଥ ପୈପପାଳାଦ ସଂହିତା, ବିଶେଷ କରି ଓଡିଆ ଲିପି ରେ ଲିଖିତ ତାଳପତ୍ର ପୋଥୀ ମାନଙ୍କରୁ ଉଦ୍ଧାର କରି ୧୯୬୪ ମସିହାରେ ପ୍ରକାଶ କରାଇଥିଲେ । ସେ ମହାଶୟ ଙ୍କୁ ଧନ୍ୟବାଦ ଯେ ସେ ତାଙ୍କର ସୃଷ୍ଟିରେ ସତ୍ୟ କୁ ସ୍ବୀକାର କରି ସମଗ୍ର ମାନବ ଜାତିକୁ ଓଡ଼ିଶାର ମହନୀୟ ଅବଦାନ ଜଣାଇଥିଲେ ।  ଏଠାରେ ପ୍ରକାଶଯୋଗ୍ୟ ଯେ ଅଥର୍ବବେଦର ୯ ଟି ପ୍ରଧାନ ଶାଖା ମଧ୍ୟ ପୈପଳାଦିକ ଓ ଶୌନକ ଶାଖା ଦ୍ବୟ ହିଁ ମୁଖ୍ୟ ସ୍ଥାନ ଅଧିକାର କରି ଆସିଛନ୍ତି । ଅନ୍ୟ ଶାଖା ଗୁଡିକ ହେଲେ  ତୌଡ,ମୌଡ,ଜାଜଳ,ଜଳଦ,ବ୍ରହ୍ମବାଦ, ଓ ଚରଣବୈଦ୍ୟ । ଅଗ୍ନି ପୁରାଣ ଶ୍ଲୋକାୟନୀ ନାମକ ଅନ୍ୟ ଏକ ଶାଖା ବା ଉପଶାଖା ଏଥିରେ ସଂଯୁକ୍ତ କରାଯାଇଛି । ସେହିପରି ସ୍କନ୍ଦ ପୁରାଣରେ ଉଲ୍ଲିଖିତ ଯେ ଅଥର୍ବବେଦର ଶହେ ଶାଖା ଅଛି । ମୁକ୍ତିକୋପନିଷଦରେ ଶାଖା ସଂଖ୍ୟା ଅର୍ଦ୍ଧ ଶତକ ବୋଲି ଉଲ୍ଲେଖ ରହିଛି । ଏଠାରେ ପୋଥି ଚୋରି ର ଗଭୀରତା ଉପରେ ଉଦାହରଣ ଆଧାରରେ ଉପସ୍ଥାପନ କରୁଛୁ । ଆମେ ସହସ୍ର ବାର ଲେଖି ଓ କହି ଆସିଛୁ ଯେ ୧୯୨୫ ମସିହାରେ  କିଭଳି ଜଣେ ଜର୍ମାନୀ ଓଡ଼ିଶାରୁ ଦୁଇଟି ପୋଥି ବୋଝେଇ ଜାହାଜ ନେଇ ଯାଉଥିବା ବେଳେ ଆଜିର ଗୁଜରାଟର ପୋରବନ୍ଦରରେ ଧରାପଡିଥଲା, ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା , ବିଶେଷ କରି ଏ ସମ୍ପର୍କରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ଐକାନ୍ତିକ ସାଥୀ, ସହଯୋଗୀ ,ଅନୁଗତ ତଥା ଓଡିଶା - ବିହାର ବିଧାନସଭା ସଦସ୍ୟ, ଐତିହାସିକ ଗବେଷକ ଚିର ବନ୍ଦନୀୟ ଜଗବନ୍ଧୁ ସିଂହ ତାଙ୍କର " ପ୍ରାଚୀନ ଉତ୍କଳ " ପୁସ୍ତକରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଆମେ ଓଡ଼ିଶା ସରକାରଙ୍କୁ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଏହାର ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ଦାବି,ଆକୁଳ ଆବେଦନ ନିବେଦନ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ୧୯୩୭ ମସିହାରେ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଠାରୁ ଦ୍ବିତୀୟ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାଶ , ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉପରେ ମହାତ୍ମା ଜଗବନ୍ଧୁ ସିଂହ ଙ୍କ ଆବେଦନ ପ୍ରଭାବ ପକାଇ ପାରିଲା ନାହିଁ । ଅତଏବ ୮୮ ବର୍ଷ ମଧ୍ୟରେ ଏହା ସମ୍ଭବ ହେଲା ନାହିଁ । କାରଣ ଏହା ହୋଇପାରେ ଯେ ଜନମତ ସୃଷ୍ଟି ହୋଇପାରିଲା ନାହିଁ । ଏଠାରେ ପ୍ରକାଶଯୋଗ୍ୟ ଯେ ଶୌନକ ସଂହିତା ୧୮୫୪ ମ

ମିଳିଲା କେତେ ?

---------
ଅଙ୍କ ପରିମାଣରେ ବିଶ୍ବାପକୀର୍ତ୍ତି ସୃଷ୍ଟି କରିଥିବା ଖଣି ଡକାୟତି ଓ ତତ୍ ପରବର୍ତ୍ତୀ ସମୟର ସମ୍ବିଧାନର  ପ୍ରମୁଖ ତିନି ଅଙ୍ଗ ର ଭୂମିକା, ଜୋରିମାନା ର ପରିମାଣ, ଶାହା କମିଶନଙ୍କ ସୁପାରିଶ, ସିବିଆଇ ତଦନ୍ତ ପାଇଁ ମୋଦି ସରକାରଙ୍କ ନିରବତା,  ଚାରି ଲକ୍ଷ କୋଟି ଟଙ୍କାର ଖଣି ଡକାୟତି ଟି ୬୫ ହଜାର କୋଟି ଟଙ୍କା ର ଜୋରିମାନା, ଶାହା କମିଶନ କମାଇ  କଲେ ୫୯ ହଜାର କୋଟି ଟଙ୍କା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଲେ ୧୭ ହଜାର କୋଟି ଟଙ୍କା, ଓଡ଼ିଶା ରାଜକୋଷକୁ ଆସିଲା କେତେ ?  କୋୖଣସି ବିରୋଧୀ ଦଳ କ'ଣ ଲୋକେ ମଧ୍ୟ  ନିର୍ଲୀପ୍ତ । ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ଦର୍ଶାଇ ଥିଲେ ତାହା ଅବିକଳ ଭାବେ ଉପସ୍ଥାପନ କରି ଆପଣ ମାନଙ୍କ ମତାମତ ଅପେକ୍ଷା ରଖୁ  ।"The Supreme Court (SC) has come down heavily on the mining companies that have been illegally extracting iron and manganese ore in Odisha in the past. Due to various illegalities, these mine leases have been earlier suspended by the apex court.
A two-judge bench of Justice Madan B Lokur and Justice Deepak Gupta has directed the state government to recover 100 per cent compensation from the mining companies. The compensation will be payable “from 2000-2001 onwards at 100 per cent of the price of the mineral”, and should be deposited on or before December 31, 2017, directed the SC. The apex court will separately hear cases of illegal mining by Jindal Steel and Power Ltd., Rungta Mines Ltd., Sarda Mines Pvt. Ltd. and Essel Ltd, for resumption of mining will be heard separately by the court.
The compensation on the companies has been levied as per provisions of the Mines and Minerals (Development and Regulation) Act, 1957 (as amended in 2015). Section 21(5) of the Act, empowers the state government to recover the price of the illegally-mined ore from each defaulting lessee. In addition, the government can also recover any rent, royalty or tax, for the period during which such illegal mining activity was being carried out outside the mining lease area, which the SC has also noted.
The Odisha mining case at the SC
The issue of illegal iron and manganese ore mining in Odisha before the SC particularly involves three districts, Kendujhar, Sundargarh and Mayurbhanj. The first two are also among the top two iron ore mining districts of India. The apex court noted that while such illegal mining fetched “megabucks” to the violators, on the other hand it has “destroyed the environment and forests and perhaps caused untold misery to the tribals in the area”.
The SC had taken up the matter of illegal mining in Odisha in early 2012, following a petition, filed by non-profit Common Cause. The petitioner had sought judicial intervention to terminate all mining leases that are involved in illegal mining activities in Odisha, highlighting the observations of the report of the Justice M B Shah Commission.  The Shah Commission was set up by the central government in November, 2010, to look into the illegal mining of iron ore and manganese in the country and had pointed to large-scale illegal mining in Odisha.
In 2014, the court had asked its Central Empowered Committee (CEC) to investigate the matter and identify the lessees who are operating the leases in violation of the law. The Odisha government and the Union Ministry of Environment, Forests and Climate Change (MoEF & CC) were asked to cooperate with the investigation. The CEC report of April 2014 had observed that at that time, out of the 187 mine leases granted in the three concerned districts in Odisha, a total of 102 leases were in violation of various statutory clearances and permits. These included violations of required environmental clearance (EC), forest clearance (FC), consents from state pollution control boards (SPCBs), operating beyond permissible limits etc.
Observing such violations, by its interim order of May 2014, the SC had restrained operation in the 102 mining leases. Restraints were also put on additional 29 leases, whose lease applications were rejected or had lapsed. Among the remaining 56 operational mines, the SC had put a further suspension order in 26 mines, saying they have not received the required renewals under the mining law. However, these 26 leases were later allowed to operate in 2016, after the amendment to the MMDR Act in 2015. After the amendment, the renewal clause for mine leases was removed and a flat leasing period of 50 years was given (except coal, lignite and atomic minerals).
However, for all suspended leases, the apex court had left it open to apply for modification of the May interim order on obtaining necessary clearances. In due course, the mining companies had filed a number of applications before the apex court, seeking revocation of the suspension order, asserting that they had obtained all necessary approvals and thus were eligible to recommence mining operations.
Odisha Government should spend compensation money to benefit tribals, says SC
The Odisha Government in all likelihood will now recover big bucks from the mining companies. The SC has also clearly noted this saying that “we also expect that as a result of the orders that we are passing today, very large amounts will again be made available to the state of Odisha”. On the basis of irregularities observed, the CEC had earlier estimated a recovery amount over Rs 61,000 crore, from various illegal leases. The bucks can get bigger.
The SC has directed that the compensation amount recovered should to be used for “benefit of tribals in the affected districts”. These districts such as Kendujhar and Sundergarh are also currently receiving huge amounts of money by the way of district mineral foundations (DMFs) for benefitting people in mining affected areas. Just as an estimate, Kendujhar currently has a corpus or nearly Rs. 1,000 crore in DMFs.
The money recovered from compensation will go towards a Special Purpose Vehicle (SPV). This SPV was earlier created by the government of Odisha in 2014, pursuant to another order of the apex court. At that time, the SC had directed “ad hoc CAMPA to transfer to the SPV 50 per cent of the additional amount of the Net Present Value (NPV) for undertaking tribal welfare development works”. Now, combining this with the recovered compensation amount, this SPV will have a huge corpus for tribal development. Being wary of this, the SC in the present order has directed that the Chief Secretary of Odisha may “file an affidavit stating the work done as well as providing the audited accounts”.
Central government directed to revise National Mineral Policy
Finally, the SC has directed the Centre to revise the National Mineral Policy by December 2017, as it is outdated to deal with present day challenges. Speaking of the ineffectiveness of it, the bench said that the policy “seems to be only on paper and is not being enforced perhaps due to the involvement of very powerful vested interests or a failure of nerve.” The court directed that the new policy should be “fresh and more effective, meaningful and implementable ।"

ବୈଦିକ ଗଣିତ

-----------------
ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ନୈମିତ୍ତିକ ଅକଳ୍ପନୀୟ ଲୀଳା କ୍ଷେତ୍ର ପବିତ୍ର ପୁରୁଷୋତ୍ତମଧାମର ଅଚିନ୍ତନୀୟ ଦର୍ଶନାଧାରିତ ମାଟିରୁ ଯେତେ ଯେତେ ଜ୍ଞାନାଲୋକ ସମଗ୍ର ବିଶ୍ବର ଅଜ୍ଞାନ ରୂପକ ଅନ୍ଧକାରକୁ ଚିରି ଜ୍ଞାନାଲୋକରେ ଆଲୋକିତ କରିଆସୁଅଛି , ସେ ସମ୍ପର୍କରେ ବୀର ଓଡ଼ିଆଙ୍କ ଧୀର ଦାୟାଦମାନେ ଯେ ଏଯାବତ୍ ସଠିକ୍ ଭାବେ ଗବେଷଣା କରି ନଥିବାରୁ ଗର୍ବବୋଧ ଅନୁଭବ କରିବା ପ୍ରଶ୍ନ  ଉଠୁଛି କେଉଁଠୁ  ?  ଆମର ଗୌରବମୟ ଐତିହ୍ୟ ସମ୍ପର୍କରେ ମଧ୍ୟ ଆମେ ଯେ ସଚେତନ ନୁହେଁ,ଏହା ସ୍ବୀକାର କରିବାକୁ ହେବ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଅନେକ ପ୍ରଜ୍ଞାଦୀପ୍ତ ସାଧକ ସନ୍ତାନ ଥିଲେ ମଧ୍ୟ କାହିଁକି ଯେ କେଜାଣି ସେମାନେ ଏକ୍ଷେତ୍ରରେ ନିଷ୍କ୍ରିୟ, ତା'ର କାରଣ ମଧ୍ୟ ଏଯାବତ୍ ଆମେ ଜାଣି ପାରିଲୁ ନାହିଁ । ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଐତିହ୍ୟ କ'ଣ ଓ  ଏହାକୁ ଉପଜିବ୍ୟ କରି ଉପସ୍ଥାପନ କାହିଁକି ?ଆମ ଭାଷାରେ କେବଳ ନୁହେଁ, ଅନେକ ବିଦ୍ୱାନ ଗବେଷକ, ପ୍ରାଜ୍ଞ ମାନଙ୍କ ଭାଷାରେ ଐତିହ୍ୟ ହେଉଛି ଗୋଟିଏ ଗୋଷ୍ଠୀ ବା ଜାତିର ଅବା ସମାଜର ଅତୀତ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ସୂତ୍ରରେ ଗଡି ଆସୁଥିବା  ବସୁଧୈବ କୁଟୁମ୍ବକମ୍ ଦର୍ଶନ, ଆମର ଗୌରବାମୟ ସାମରିକ,ବାଣିଜ୍ୟିକ, ନୈସର୍ଗିକ ପ୍ରାକୃତିକ ଶୋଭା ଭଣ୍ଡାର, ଆମର ପ୍ରଥା,ବସ୍ତୁ, ମନ୍ଦିର ଓ ସୌଧ ଭଳି କୀର୍ତ୍ତିରାଜିର ଏକ ସାମଗ୍ରିକ ପରିସର । ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ନତାତ୍ବିକ ସର୍ବେକ୍ଷଣ,ଖନନ, ପ୍ରଦର୍ଶନ ଓ ସଂରକ୍ଷଣ ସହିତ ଐତିହ୍ୟ ଓତଃପ୍ରୋତ ଭାବେ ବିଜଡ଼ିତ । କେବଳ ଏହାକୁ ଏତିକିରେ ସଂଜ୍ଞାୟୀତ କରିହେବ ନାହିଁ । ଏହାର ପ୍ରାଚୀନତମ , ବିଶେଷ କରି ଭୌତିକ ରୁପକୁ ଉପଜିବ୍ୟ କରି ବିଭାଗିକରଣ କରାଯାଇପାରେ । ବିଶେଷ କରି ମୌଳିକ ଭାବେ ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ , ଏହି ପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯେପରିକି ଯେଉଁ ଐତିହ୍ୟ ପ୍ରତ୍ନତତ୍ତ୍ଵ ଖନନରୁ ଉପଲବ୍ଧ ତାହା ସ୍ପର୍ଶନୀୟ ।  ଆମର ଲୋକ କଳା, ସଂସ୍କୃତି,  ବିଶେଷ କରି ଆମର ସଙ୍ଗୀତ, ଆମର ନୃତ୍ୟ , ଆମର ଧର୍ମ ଧାରଣା, ଉପାସନା ଓ ପାରମ୍ପରିକ ଜ୍ଞାନ ଅସ୍ପର୍ଶନୀୟ । ଯଦିଓ ଏହା ବିଭାଜିତ, ତଥାପି ଏ ଦୁହିଁଙ୍କ ଭିତରେ ରହିଛି ନିଗୁଢ ସମ୍ପର୍କ । ଅନେକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ଥିଲେ ମଧ୍ୟ ଏଠାରେ ପ୍ରସଙ୍ଗକ୍ରମେ ଗୋଟିଏ ଉଦାହରଣ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ । ଆମର ଏହି ବୈଷୟିକୀକରଣ ଗଣମାଧ୍ୟମ
  ବା ଅନ୍ ଲାଇନ୍ ଖବରକାଗଜ ସୁବାର୍ତ୍ତାର ଜ୍ଞାନବନ୍ତ ଧାରାବାହିକ ପାଠକ, ଯେଉଁ ମାନେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ଅଛନ୍ତି , ଯେଉଁମାନଙ୍କର ସନ୍ତାନ ମାନେ ଆମେରିକା, ବ୍ରିଟେନ, ଜର୍ମାନ , ଚୀନ, କୋରିଆ ପ୍ରଭୃତି ଦେଶରେ ବୃତ୍ତି ଗତ ଜୀବନ ନିର୍ବାହ କରୁଛନ୍ତି ,  ସେମାନଙ୍କ ନିକଟକୁ ଆମର ଏହି ବିଦ୍ୱାନ ବନ୍ଧୁମାନେ ଯାଇଥିବେ ନିଶ୍ଚୟ । ସେମାନଙ୍କ ନାତି ନାତୁଣୀ ମାନେ ସେଠାରେ ପ୍ରାଥମିକ ଓ ମାଧ୍ୟମିକ ଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢୁଥିବେ । ସେମାନଙ୍କ ପାଠ୍ୟକ୍ରମ ଯଦି ଦେଖିଥିବେ ଓ ତାହାର ମୂଳାଧାର ସମ୍ପର୍କରେ ସାମାନ୍ୟ ଚିନ୍ତା କରିଥିବେ, ତେବେ ଗର୍ବବୋଧ ନିଶ୍ଚିତ ଅନୁଭବ କରିଥିବେ ବୋଲି ଆମର ଦୃଢ ବିଶ୍ବାସ । ବିଦେଶରୁ ଫେରି ଏବିଷୟରେ ଯଦି ସ୍ଵକୀୟ ଚିନ୍ତା ପ୍ରକଟ କରିଥାନ୍ତେ, ତେବେ ଜନଚେତନା ଜାଗ୍ରତ ହୋଇ ଆମର ଗୌରବମୟ ଐତିହ୍ୟ ଉପରେ ଅଧିକ ଗବେଷଣା ହୋଇପାରିଥାନ୍ତା ଓ ଓଡ଼ିଶାର ସଠିକ୍ ଇତିହାସ ଲେଖା ହୋଇପାରନ୍ତା,ତଦାଧାରରେ ବିଶ୍ବ ଇତିହାସର ପୁନଃ ଲିଖନର ଆବଶ୍ୟକତାକୁ ବିଶ୍ବ ଅନୁଭବ କରିଥାନ୍ତା । ଆମେ ଜାଣିବାରେ ଜଣେ ମାତ୍ର ପ୍ରତିଭାଧର ଓଡ଼ିଆ ଏହି ସତ୍ୟକୁ ଉପଲବ୍ଧି କରି ତାଙ୍କର ସୀମିତ ସମ୍ବଳରେ କେତେକ ପଦକ୍ଷେପ ନେଇଛନ୍ତି । ଆମେ ଗର୍ବବୋଧ ଅନୁଭବ କରୁଛୁ ଯେ ସେ ମହାଶୟଙ୍କ ଜନ୍ମ ମାଟିରେ ଆମର ଜନ୍ମ । ୧୯୩୯ ମସିହା, ଜୁଲାଇ ମାସ ୨୦ ତାରିଖରେ ମୈତ୍ର ତ୍ରିଲୋଚନପୁର ( କଣାସ ମଣ୍ଡଳାଧୀନ, ନିରାକାରପୁର ସନ୍ନିକଟ)  ପ୍ରଥିତଯଶା କବିରାଜ,ଆୟୁର୍ବେଦାଚାର୍ଯ୍ୟ ଗଣେଶ୍ୱର ମହାପାତ୍ର ଓ ମହିୟସୀ ପିତାମ୍ବରୀ ଦେବୀ ଙ୍କ କୋଳମଣ୍ଡନ କରି ଜନ୍ମ ଗ୍ରହଣ କରିଥିବା ଗଣିତ ଶାସ୍ତ୍ର ବିଶାରଦ, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ , ବିଶେଷ କରି ଶତାୟୁ ଶିକ୍ଷାନୁଷ୍ଠାନ ଓଳସିଂହ, ସତ୍ୟବାଦୀ, ବିଶ୍ବମ୍ବର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ  ବରେଣ୍ୟ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର । ୨୦୦୬ ମସିହାରେ ସେ ଆମେରିକା ଯାଇଥିଲେ , ସେତେବେଳେ ତାଙ୍କର ନାତି ଭାଲିରାଞ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର । ଜଣେ ଶିକ୍ଷକ ଭାବେ ସେ ସ୍ବାଭାବିକ ତାଙ୍କର ନାତି ଙ୍କ ପାଠ୍ୟପୁସ୍ତକ ଉପରେ ଆଖି ବୁଲେଇ ଆଣିଛନ୍ତି । ଯହୁଁ ଯହୁଁ ଦେଖୁଛନ୍ତି ତହୁଁ ତହୁଁ ତାଙ୍କ ଆଖିରୁ ଝରି ଚାଲିଛି ଲୋତକ । ଆମେରେକୀୟମାନେ ମୋ ପବିତ୍ର ପୀଠ ର , ମୋ ଦେଶର ବିଦ୍ୟାକୁ ନେଇ ବିଦ୍ୟାର୍ଥୀ ମାନଙ୍କୁ ପଢ଼ାଉଛନ୍ତି , ଅଥଚ ଆମେ ? ଫେରି ଆସିଛନ୍ତି ପୁରୀ, ଶପଥ ନେଇଛନ୍ତି ନିଜ ଜୀବଦ୍ଦଶାରେ ଯେତିକି ପାରିବେ ସେତିକି ସତ୍ୟ ଉନ୍ମୋଚନ କରିବେ । ପ୍ରଥମେ ପ୍ରକାଶ କରିଛନ୍ତି " ପ୍ରାଚୀନ ଭାରତୀୟ ଗଣିତ" , ବୈଦିକ ଗଣିତ ଏକ ବିସ୍ମୟ "( ପୁରୀ ଗୋବର୍ଦ୍ଧନ ପୀଠର ୧୪୩ ତମ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଜଗତଗୁରୁ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ଙ୍କ କୀର୍ତ୍ତି ଓ କୃତିକୁ ଉପଜିଵ୍ୟ କରି) ,"ଗଣିତ ରହସ୍ୟ ସନ୍ଧାନୀ", ମୋ ଦେଶର ଗଣିତ ସ୍ରଷ୍ଟା ଓ ସୃଷ୍ଟି ", " ଶିଶୁ ପ୍ରିୟ ଗଣିତ" ଭଳି ଅନେକ ଗଣିତ ଶାସ୍ତ୍ରର ସିଦ୍ଧାନ୍ତ ଆଧାରିତ ପୁସ୍ତକ , "ଲୀଳାବତୀ ଓ ଅନ୍ୟାନ୍ୟ ପ୍ରବନ୍ଧ" ଭଳି ମଧ୍ୟ ଅନେକ ସାରସ୍ବତ ସୃଷ୍ଟି । ପାଟି ଗଣିତ ଓ ବୈଦିକ ସୂତ୍ରାବଳୀ ଓ ସଂଖ୍ୟାର ବିକାଶ, ଯେଉଁଥିରେ ଷୋଡ଼ଶ ସୂତ୍ରାବଳୀ, ତ୍ରୟୋଦଶ ଉପସୂତ୍ରାବଳୀ ରହିଛି, ସଙ୍କଳନ ପ୍ରକ୍ରିୟା,ବ୍ୟବକଳନ ପ୍ରକ୍ରିୟା,ଗୁଣନ ପ୍ରକ୍ରିୟା, ଭାଗ ପ୍ରକ୍ରିୟା,ବର୍ଗ ପ୍ରକ୍ରିୟା, ବର୍ଗ ମୂଳ ପ୍ରକ୍ରିୟା,ଘନ ପ୍ରକ୍ରିୟା,ଘନମୂଳ ପ୍ରକ୍ରିୟା, ପୌନଃପୁନିକ ଦଶମିକ,ବିଭାଜ୍ୟତା,ବର୍ଗରାଶିର ଯୋଗ ଓ ବିୟୋଗ ଠାରୁ ଆରମ୍ଭ କରି ସରଳ ସମୀକରଣ, ସମ୍ମିଶ୍ରଣ ଜାତୀୟ ସହଜ ସରଳ ସମୀକରଣ, ବିବିଧ ସରଳ ସମୀକରଣ, ଦ୍ବିଘାତ ସମୀକରଣ,ତ୍ରିଘାତୀ,ଚତୁର୍ଘାତୀ ସମୀକରଣ, ଆଂଶିକ ଭଗ୍ନାଂଶ,ସ୍ଥାନାଙ୍କ ଜ୍ୟାମିତି ଓ ବୈଦିକ ସୂତ୍ର,କଳନ ଗଣିତ ଓ ବୈଦିକ ସୂତ୍ର ପ୍ରଭୂତି ଅନେକ ଗଣିତ ତତ୍ତ୍ବାଧାରିତ ବିଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଏହି ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ କିଏ ଓ ତାଙ୍କର ବିଶ୍ବ ଗଣିତ ଜଗତକୁ ଦାନ କ'ଣ, ଦେଶର ମୁକ୍ତି ଆନ୍ଦୋଳନ, ଜାତୀୟ ସଂହତି ପାଇଁ ତାଙ୍କର ଅବଦାନ କ'ଣ , ସେସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଦୁଇ ଵର୍ଷ ତଳେ
ମନ୍ଦିରକୁ ସମସ୍ତଙ୍କୁ ପ୍ରବେଶ ଅନୁମତି ସମ୍ପର୍କରେ ମତାମତ ଦେଇ ଓଡ଼ିଶାର ଜନପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମାଲୋଚିତ ହେବା ଓ ଶ୍ରୀମନ୍ଦିରର ବିଶୃଙ୍ଖଳିତ ରୀତି ନୀତି କୁ ନେଇ ଯେତେ ଯେତେ ବିବଦମାନ, ଅଭାବନୀୟ ଘଟଣା ଘଟିଛି , ଆମ ଭାଷାରେ ସେ ସବୁର ସମାଧାନ ମୁହୂର୍ତ୍ତକ ମଧ୍ୟରେ ହୋଇପାରିବ, ଯଦି ଆମେ ଏହି ମହାନ ସାଧକଙ୍କ ଜୀବନାଲେଖ୍ୟକୁ ଗର୍ଭାନୁଶୀଳନ ସଠିକ୍ ଭାବେ କରିପାରିବା । ଅତଏବ ବରେଣ୍ୟ ମହାପାତ୍ରଙ୍କ ସୌଜନ୍ୟରୁ " ବୈଦିକ ଗଣିତ ରହସ୍ୟ ସନ୍ଧାନୀ ଶ୍ରୀମଦ୍ ଭାରତୀକୃଷ୍ଣ " ଆଲେଖ୍ୟରେ ଉଲ୍ଲିଖିତ ତଥ୍ୟାର୍ପଣ କରୁଛୁ । ବିଗତ ମେ ୨୧-୨୭ ,୨୦୧୭ " ସୁବାର୍ତ୍ତା" ସଂଖ୍ୟାରେ " ପରିବର୍ତ୍ତନ ହିଁ ପରିବର୍ତ୍ତିତ ସମାଜର ଅପରିବର୍ତ୍ତନୀୟ ନିୟମ " ଶୀର୍ଷକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏବେ ନିକଟରେ " ବୈଦିକ ଗଣିତର ଚମତ୍କାରିତା " " ଚନ୍ଦ୍ରଯାନ -୨ ସଫଳତା ପଛରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୈଦିକ ଗଣିତ ସୂତ୍ର " ଶୀର୍ଷକରେ ସମ୍ବାଦ ପ୍ରକାଶ ପାଇଥିଲା । ବୈଦିକ ଗଣିତ 

-----------------

ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ନୈମିତ୍ତିକ ଅକଳ୍ପନୀୟ ଲୀଳା କ୍ଷେତ୍ର ପବିତ୍ର ପୁରୁଷୋତ୍ତମଧାମର ଅଚିନ୍ତନୀୟ ଦର୍ଶନାଧାରିତ ମାଟିରୁ ଯେତେ ଯେତେ ଜ୍ଞାନାଲୋକ ସମଗ୍ର ବିଶ୍ବର ଅଜ୍ଞାନ ରୂପକ ଅନ୍ଧକାରକୁ ଚିରି ଜ୍ଞାନାଲୋକରେ ଆଲୋକିତ କରିଆସୁଅଛି , ସେ ସମ୍ପର୍କରେ ବୀର ଓଡ଼ିଆଙ୍କ ଧୀର ଦାୟାଦମାନେ ଯେ ଏଯାବତ୍ ସଠିକ୍ ଭାବେ ଗବେଷଣା କରି ନଥିବାରୁ ଗର୍ବବୋଧ ଅନୁଭବ କରିବା ପ୍ରଶ୍ନ  ଉଠୁଛି କେଉଁଠୁ  ?  ଆମର ଗୌରବମୟ ଐତିହ୍ୟ ସମ୍ପର୍କରେ ମଧ୍ୟ ଆମେ ଯେ ସଚେତନ ନୁହେଁ,ଏହା ସ୍ବୀକାର କରିବାକୁ ହେବ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଅନେକ ପ୍ରଜ୍ଞାଦୀପ୍ତ ସାଧକ ସନ୍ତାନ ଥିଲେ ମଧ୍ୟ କାହିଁକି ଯେ କେଜାଣି ସେମାନେ ଏକ୍ଷେତ୍ରରେ ନିଷ୍କ୍ରିୟ, ତା'ର କାରଣ ମଧ୍ୟ ଏଯାବତ୍ ଆମେ ଜାଣି ପାରିଲୁ ନାହିଁ । ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଐତିହ୍ୟ କ'ଣ ଓ  ଏହାକୁ ଉପଜିବ୍ୟ କରି ଉପସ୍ଥାପନ କାହିଁକି ?ଆମ ଭାଷାରେ କେବଳ ନୁହେଁ, ଅନେକ ବିଦ୍ୱାନ ଗବେଷକ, ପ୍ରାଜ୍ଞ ମାନଙ୍କ ଭାଷାରେ ଐତିହ୍ୟ ହେଉଛି ଗୋଟିଏ ଗୋଷ୍ଠୀ ବା ଜାତିର ଅବା ସମାଜର ଅତୀତ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ସୂତ୍ରରେ ଗଡି ଆସୁଥିବା  ବସୁଧୈବ କୁଟୁମ୍ବକମ୍ ଦର୍ଶନ, ଆମର ଗୌରବାମୟ ସାମରିକ,ବାଣିଜ୍ୟିକ, ନୈସର୍ଗିକ ପ୍ରାକୃତିକ ଶୋଭା ଭଣ୍ଡାର, ଆମର ପ୍ରଥା,ବସ୍ତୁ, ମନ୍ଦିର ଓ ସୌଧ ଭଳି କୀର୍ତ୍ତିରାଜିର ଏକ ସାମଗ୍ରିକ ପରିସର । ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ନତାତ୍ବିକ ସର୍ବେକ୍ଷଣ,ଖନନ, ପ୍ରଦର୍ଶନ ଓ ସଂରକ୍ଷଣ ସହିତ ଐତିହ୍ୟ ଓତଃପ୍ରୋତ ଭାବେ ବିଜଡ଼ିତ । କେବଳ ଏହାକୁ ଏତିକିରେ ସଂଜ୍ଞାୟୀତ କରିହେବ ନାହିଁ । ଏହାର ପ୍ରାଚୀନତମ , ବିଶେଷ କରି ଭୌତିକ ରୁପକୁ ଉପଜିବ୍ୟ କରି ବିଭାଗିକରଣ କରାଯାଇପାରେ । ବିଶେଷ କରି ମୌଳିକ ଭାବେ ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ , ଏହି ପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯେପରିକି ଯେଉଁ ଐତିହ୍ୟ ପ୍ରତ୍ନତତ୍ତ୍ଵ ଖନନରୁ ଉପଲବ୍ଧ ତାହା ସ୍ପର୍ଶନୀୟ ।  ଆମର ଲୋକ କଳା, ସଂସ୍କୃତି,  ବିଶେଷ କରି ଆମର ସଙ୍ଗୀତ, ଆମର ନୃତ୍ୟ , ଆମର ଧର୍ମ ଧାରଣା, ଉପାସନା ଓ ପାରମ୍ପରିକ ଜ୍ଞାନ ଅସ୍ପର୍ଶନୀୟ । ଯଦିଓ ଏହା ବିଭାଜିତ, ତଥାପି ଏ ଦୁହିଁଙ୍କ ଭିତରେ ରହିଛି ନିଗୁଢ ସମ୍ପର୍କ । ଅନେକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ଥିଲେ ମଧ୍ୟ ଏଠାରେ ପ୍ରସଙ୍ଗକ୍ରମେ ଗୋଟିଏ ଉଦାହରଣ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ । ଆମର ଏହି ବୈଷୟିକୀକରଣ ଗଣମାଧ୍ୟମ

  ବା ଅନ୍ ଲାଇନ୍ ଖବରକାଗଜ ସୁବାର୍ତ୍ତାର ଜ୍ଞାନବନ୍ତ ଧାରାବାହିକ ପାଠକ, ଯେଉଁ ମାନେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ଅଛନ୍ତି , ଯେଉଁମାନଙ୍କର ସନ୍ତାନ ମାନେ ଆମେରିକା, ବ୍ରିଟେନ, ଜର୍ମାନ , ଚୀନ, କୋରିଆ ପ୍ରଭୃତି ଦେଶରେ ବୃତ୍ତି ଗତ ଜୀବନ ନିର୍ବାହ କରୁଛନ୍ତି ,  ସେମାନଙ୍କ ନିକଟକୁ ଆମର ଏହି ବିଦ୍ୱାନ ବନ୍ଧୁମାନେ ଯାଇଥିବେ ନିଶ୍ଚୟ । ସେମାନଙ୍କ ନାତି ନାତୁଣୀ ମାନେ ସେଠାରେ ପ୍ରାଥମିକ ଓ ମାଧ୍ୟମିକ ଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢୁଥିବେ । ସେମାନଙ୍କ ପାଠ୍ୟକ୍ରମ ଯଦି ଦେଖିଥିବେ ଓ ତାହାର ମୂଳାଧାର ସମ୍ପର୍କରେ ସାମାନ୍ୟ ଚିନ୍ତା କରିଥିବେ, ତେବେ ଗର୍ବବୋଧ ନିଶ୍ଚିତ ଅନୁଭବ କରିଥିବେ ବୋଲି ଆମର ଦୃଢ ବିଶ୍ବାସ । ବିଦେଶରୁ ଫେରି ଏବିଷୟରେ ଯଦି ସ୍ଵକୀୟ ଚିନ୍ତା ପ୍ରକଟ କରିଥାନ୍ତେ, ତେବେ ଜନଚେତନା ଜାଗ୍ରତ ହୋଇ ଆମର ଗୌରବମୟ ଐତିହ୍ୟ ଉପରେ ଅଧିକ ଗବେଷଣା ହୋଇପାରିଥାନ୍ତା ଓ ଓଡ଼ିଶାର ସଠିକ୍ ଇତିହାସ ଲେଖା ହୋଇପାରନ୍ତା,ତଦାଧାରରେ ବିଶ୍ବ ଇତିହାସର ପୁନଃ ଲିଖନର ଆବଶ୍ୟକତାକୁ ବିଶ୍ବ ଅନୁଭବ କରିଥାନ୍ତା । ଆମେ ଜାଣିବାରେ ଜଣେ ମାତ୍ର ପ୍ରତିଭାଧର ଓଡ଼ିଆ ଏହି ସତ୍ୟକୁ ଉପଲବ୍ଧି କରି ତାଙ୍କର ସୀମିତ ସମ୍ବଳରେ କେତେକ ପଦକ୍ଷେପ ନେଇଛନ୍ତି । ଆମେ ଗର୍ବବୋଧ ଅନୁଭବ କରୁଛୁ ଯେ ସେ ମହାଶୟଙ୍କ ଜନ୍ମ ମାଟିରେ ଆମର ଜନ୍ମ । ୧୯୩୯ ମସିହା, ଜୁଲାଇ ମାସ ୨୦ ତାରିଖରେ ମୈତ୍ର ତ୍ରିଲୋଚନପୁର ( କଣାସ ମଣ୍ଡଳାଧୀନ, ନିରାକାରପୁର ସନ୍ନିକଟ)  ପ୍ରଥିତଯଶା କବିରାଜ,ଆୟୁର୍ବେଦାଚାର୍ଯ୍ୟ ଗଣେଶ୍ୱର ମହାପାତ୍ର ଓ ମହିୟସୀ ପିତାମ୍ବରୀ ଦେବୀ ଙ୍କ କୋଳମଣ୍ଡନ କରି ଜନ୍ମ ଗ୍ରହଣ କରିଥିବା ଗଣିତ ଶାସ୍ତ୍ର ବିଶାରଦ, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ , ବିଶେଷ କରି ଶତାୟୁ ଶିକ୍ଷାନୁଷ୍ଠାନ ଓଳସିଂହ, ସତ୍ୟବାଦୀ, ବିଶ୍ବମ୍ବର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ  ବରେଣ୍ୟ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର । ୨୦୦୬ ମସିହାରେ ସେ ଆମେରିକା ଯାଇଥିଲେ , ସେତେବେଳେ ତାଙ୍କର ନାତି ଭାଲିରାଞ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର । ଜଣେ ଶିକ୍ଷକ ଭାବେ ସେ ସ୍ବାଭାବିକ ତାଙ୍କର ନାତି ଙ୍କ ପାଠ୍ୟପୁସ୍ତକ ଉପରେ ଆଖି ବୁଲେଇ ଆଣିଛନ୍ତି । ଯହୁଁ ଯହୁଁ ଦେଖୁଛନ୍ତି ତହୁଁ ତହୁଁ ତାଙ୍କ ଆଖିରୁ ଝରି ଚାଲିଛି ଲୋତକ । ଆମେରେକୀୟମାନେ ମୋ ପବିତ୍ର ପୀଠ ର , ମୋ ଦେଶର ବିଦ୍ୟାକୁ ନେଇ ବିଦ୍ୟାର୍ଥୀ ମାନଙ୍କୁ ପଢ଼ାଉଛନ୍ତି , ଅଥଚ ଆମେ ? ଫେରି ଆସିଛନ୍ତି ପୁରୀ, ଶପଥ ନେଇଛନ୍ତି ନିଜ ଜୀବଦ୍ଦଶାରେ ଯେତିକି ପାରିବେ ସେତିକି ସତ୍ୟ ଉନ୍ମୋଚନ କରିବେ । ପ୍ରଥମେ ପ୍ରକାଶ କରିଛନ୍ତି " ପ୍ରାଚୀନ ଭାରତୀୟ ଗଣିତ" , ବୈଦିକ ଗଣିତ ଏକ ବିସ୍ମୟ "( ପୁରୀ ଗୋବର୍ଦ୍ଧନ ପୀଠର ୧୪୩ ତମ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଜଗତଗୁରୁ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ଙ୍କ କୀର୍ତ୍ତି ଓ କୃତିକୁ ଉପଜିଵ୍ୟ କରି) ,"ଗଣିତ ରହସ୍ୟ ସନ୍ଧାନୀ", ମୋ ଦେଶର ଗଣିତ ସ୍ରଷ୍ଟା ଓ ସୃଷ୍ଟି ", " ଶିଶୁ ପ୍ରିୟ ଗଣିତ" ଭଳି ଅନେକ ଗଣିତ ଶାସ୍ତ୍ରର ସିଦ୍ଧାନ୍ତ ଆଧାରିତ ପୁସ୍ତକ , "ଲୀଳାବତୀ ଓ ଅନ୍ୟାନ୍ୟ ପ୍ରବନ୍ଧ" ଭଳି ମଧ୍ୟ ଅନେକ ସାରସ୍ବତ ସୃଷ୍ଟି । ପାଟି ଗଣିତ ଓ ବୈଦିକ ସୂତ୍ରାବଳୀ ଓ ସଂଖ୍ୟାର ବିକାଶ, ଯେଉଁଥିରେ ଷୋଡ଼ଶ ସୂତ୍ରାବଳୀ, ତ୍ରୟୋଦଶ ଉପସୂତ୍ରାବଳୀ ରହିଛି, ସଙ୍କଳନ ପ୍ରକ୍ରିୟା,ବ୍ୟବକଳନ ପ୍ରକ୍ରିୟା,ଗୁଣନ ପ୍ରକ୍ରିୟା, ଭାଗ ପ୍ରକ୍ରିୟା,ବର୍ଗ ପ୍ରକ୍ରିୟା, ବର୍ଗ ମୂଳ ପ୍ରକ୍ରିୟା,ଘନ ପ୍ରକ୍ରିୟା,ଘନମୂଳ ପ୍ରକ୍ରିୟା, ପୌନଃପୁନିକ ଦଶମିକ,ବିଭାଜ୍ୟତା,ବର୍ଗରାଶିର ଯୋଗ ଓ ବିୟୋଗ ଠାରୁ ଆରମ୍ଭ କରି ସରଳ ସମୀକରଣ, ସମ୍ମିଶ୍ରଣ ଜାତୀୟ ସହଜ ସରଳ ସମୀକରଣ, ବିବିଧ ସରଳ ସମୀକରଣ, ଦ୍ବିଘାତ ସମୀକରଣ,ତ୍ରିଘାତୀ,ଚତୁର୍ଘାତୀ ସମୀକରଣ, ଆଂଶିକ ଭଗ୍ନାଂଶ,ସ୍ଥାନାଙ୍କ ଜ୍ୟାମିତି ଓ ବୈଦିକ ସୂତ୍ର,କଳନ ଗଣିତ ଓ ବୈଦିକ ସୂତ୍ର ପ୍ରଭୂତି ଅନେକ ଗଣିତ ତତ୍ତ୍ବାଧାରିତ ବିଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଏହି ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ କିଏ ଓ ତାଙ୍କର ବିଶ୍ବ ଗଣିତ ଜଗତକୁ ଦାନ କ'ଣ, ଦେଶର ମୁକ୍ତି ଆନ୍ଦୋଳନ, ଜାତୀୟ ସଂହତି ପାଇଁ ତାଙ୍କର ଅବଦାନ କ'ଣ , ସେସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଦୁଇ ଵର୍ଷ ତଳେ 

ମନ୍ଦିରକୁ ସମସ୍ତଙ୍କୁ ପ୍ରବେଶ ଅନୁମତି ସମ୍ପର୍କରେ ମତାମତ ଦେଇ ଓଡ଼ିଶାର ଜନପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମାଲୋଚିତ ହେବା ଓ ଶ୍ରୀମନ୍ଦିରର ବିଶୃଙ୍ଖଳିତ ରୀତି ନୀତି କୁ ନେଇ ଯେତେ ଯେତେ ବିବଦମାନ, ଅଭାବନୀୟ ଘଟଣା ଘଟିଛି , ଆମ ଭାଷାରେ ସେ ସବୁର ସମାଧାନ ମୁହୂର୍ତ୍ତକ ମଧ୍ୟରେ ହୋଇପାରିବ, ଯଦି ଆମେ ଏହି ମହାନ ସାଧକଙ୍କ ଜୀବନାଲେଖ୍ୟକୁ ଗର୍ଭାନୁଶୀଳନ ସଠିକ୍ ଭାବେ କରିପାରିବା । ଅତଏବ ବରେଣ୍ୟ ମହାପାତ୍ରଙ୍କ ସୌଜନ୍ୟରୁ " ବୈଦିକ ଗଣିତ ରହସ୍ୟ ସନ୍ଧାନୀ ଶ୍ରୀମଦ୍ ଭାରତୀକୃଷ୍ଣ " ଆଲେଖ୍ୟରେ ଉଲ୍ଲିଖିତ ତଥ୍ୟାର୍ପଣ କରୁଛୁ । ବିଗତ ମେ ୨୧-୨୭ ,୨୦୧୭ " ସୁବାର୍ତ୍ତା" ସଂଖ୍ୟାରେ " ପରିବର୍ତ୍ତନ ହିଁ ପରିବର୍ତ୍ତିତ ସମାଜର ଅପରିବର୍ତ୍ତନୀୟ ନିୟମ " ଶୀର୍ଷକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏବେ ନିକଟରେ " ବୈଦିକ ଗଣିତର ଚମତ୍କାରିତା " " ଚନ୍ଦ୍ରଯାନ -୨ ସଫଳତା ପଛରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୈଦିକ ଗଣିତ ସୂତ୍ର " ଶୀର୍ଷକରେ ସମ୍ବାଦ ପ୍ରକାଶ ପାଇଥିଲା ।ବୈଦିକ ଗଣିତ
-----------------
ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ନୈମିତ୍ତିକ ଅକଳ୍ପନୀୟ ଲୀଳା କ୍ଷେତ୍ର ପବିତ୍ର ପୁରୁଷୋତ୍ତମଧାମର ଅଚିନ୍ତନୀୟ ଦର୍ଶନାଧାରିତ ମାଟିରୁ ଯେତେ ଯେତେ ଜ୍ଞାନାଲୋକ ସମଗ୍ର ବିଶ୍ବର ଅଜ୍ଞାନ ରୂପକ ଅନ୍ଧକାରକୁ ଚିରି ଜ୍ଞାନାଲୋକରେ ଆଲୋକିତ କରିଆସୁଅଛି , ସେ ସମ୍ପର୍କରେ ବୀର ଓଡ଼ିଆଙ୍କ ଧୀର ଦାୟାଦମାନେ ଯେ ଏଯାବତ୍ ସଠିକ୍ ଭାବେ ଗବେଷଣା କରି ନଥିବାରୁ ଗର୍ବବୋଧ ଅନୁଭବ କରିବା ପ୍ରଶ୍ନ  ଉଠୁଛି କେଉଁଠୁ  ?  ଆମର ଗୌରବମୟ ଐତିହ୍ୟ ସମ୍ପର୍କରେ ମଧ୍ୟ ଆମେ ଯେ ସଚେତନ ନୁହେଁ,ଏହା ସ୍ବୀକାର କରିବାକୁ ହେବ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଅନେକ ପ୍ରଜ୍ଞାଦୀପ୍ତ ସାଧକ ସନ୍ତାନ ଥିଲେ ମଧ୍ୟ କାହିଁକି ଯେ କେଜାଣି ସେମାନେ ଏକ୍ଷେତ୍ରରେ ନିଷ୍କ୍ରିୟ, ତା'ର କାରଣ ମଧ୍ୟ ଏଯାବତ୍ ଆମେ ଜାଣି ପାରିଲୁ ନାହିଁ । ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଐତିହ୍ୟ କ'ଣ ଓ  ଏହାକୁ ଉପଜିବ୍ୟ କରି ଉପସ୍ଥାପନ କାହିଁକି ?ଆମ ଭାଷାରେ କେବଳ ନୁହେଁ, ଅନେକ ବିଦ୍ୱାନ ଗବେଷକ, ପ୍ରାଜ୍ଞ ମାନଙ୍କ ଭାଷାରେ ଐତିହ୍ୟ ହେଉଛି ଗୋଟିଏ ଗୋଷ୍ଠୀ ବା ଜାତିର ଅବା ସମାଜର ଅତୀତ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ସୂତ୍ରରେ ଗଡି ଆସୁଥିବା  ବସୁଧୈବ କୁଟୁମ୍ବକମ୍ ଦର୍ଶନ, ଆମର ଗୌରବାମୟ ସାମରିକ,ବାଣିଜ୍ୟିକ, ନୈସର୍ଗିକ ପ୍ରାକୃତିକ ଶୋଭା ଭଣ୍ଡାର, ଆମର ପ୍ରଥା,ବସ୍ତୁ, ମନ୍ଦିର ଓ ସୌଧ ଭଳି କୀର୍ତ୍ତିରାଜିର ଏକ ସାମଗ୍ରିକ ପରିସର । ହଁ , ଏହା ମଧ୍ୟ ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ନତାତ୍ବିକ ସର୍ବେକ୍ଷଣ,ଖନନ, ପ୍ରଦର୍ଶନ ଓ ସଂରକ୍ଷଣ ସହିତ ଐତିହ୍ୟ ଓତଃପ୍ରୋତ ଭାବେ ବିଜଡ଼ିତ । କେବଳ ଏହାକୁ ଏତିକିରେ ସଂଜ୍ଞାୟୀତ କରିହେବ ନାହିଁ । ଏହାର ପ୍ରାଚୀନତମ , ବିଶେଷ କରି ଭୌତିକ ରୁପକୁ ଉପଜିବ୍ୟ କରି ବିଭାଗିକରଣ କରାଯାଇପାରେ । ବିଶେଷ କରି ମୌଳିକ ଭାବେ ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ , ଏହି ପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯେପରିକି ଯେଉଁ ଐତିହ୍ୟ ପ୍ରତ୍ନତତ୍ତ୍ଵ ଖନନରୁ ଉପଲବ୍ଧ ତାହା ସ୍ପର୍ଶନୀୟ ।  ଆମର ଲୋକ କଳା, ସଂସ୍କୃତି,  ବିଶେଷ କରି ଆମର ସଙ୍ଗୀତ, ଆମର ନୃତ୍ୟ , ଆମର ଧର୍ମ ଧାରଣା, ଉପାସନା ଓ ପାରମ୍ପରିକ ଜ୍ଞାନ ଅସ୍ପର୍ଶନୀୟ । ଯଦିଓ ଏହା ବିଭାଜିତ, ତଥାପି ଏ ଦୁହିଁଙ୍କ ଭିତରେ ରହିଛି ନିଗୁଢ ସମ୍ପର୍କ । ଅନେକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ଥିଲେ ମଧ୍ୟ ଏଠାରେ ପ୍ରସଙ୍ଗକ୍ରମେ ଗୋଟିଏ ଉଦାହରଣ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ । ଆମର ଏହି ବୈଷୟିକୀକରଣ ଗଣମାଧ୍ୟମ
  ବା ଅନ୍ ଲାଇନ୍ ଖବରକାଗଜ ସୁବାର୍ତ୍ତାର ଜ୍ଞାନବନ୍ତ ଧାରାବାହିକ ପାଠକ, ଯେଉଁ ମାନେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ଅଛନ୍ତି , ଯେଉଁମାନଙ୍କର ସନ୍ତାନ ମାନେ ଆମେରିକା, ବ୍ରିଟେନ, ଜର୍ମାନ , ଚୀନ, କୋରିଆ ପ୍ରଭୃତି ଦେଶରେ ବୃତ୍ତି ଗତ ଜୀବନ ନିର୍ବାହ କରୁଛନ୍ତି ,  ସେମାନଙ୍କ ନିକଟକୁ ଆମର ଏହି ବିଦ୍ୱାନ ବନ୍ଧୁମାନେ ଯାଇଥିବେ ନିଶ୍ଚୟ । ସେମାନଙ୍କ ନାତି ନାତୁଣୀ ମାନେ ସେଠାରେ ପ୍ରାଥମିକ ଓ ମାଧ୍ୟମିକ ଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢୁଥିବେ । ସେମାନଙ୍କ ପାଠ୍ୟକ୍ରମ ଯଦି ଦେଖିଥିବେ ଓ ତାହାର ମୂଳାଧାର ସମ୍ପର୍କରେ ସାମାନ୍ୟ ଚିନ୍ତା କରିଥିବେ, ତେବେ ଗର୍ବବୋଧ ନିଶ୍ଚିତ ଅନୁଭବ କରିଥିବେ ବୋଲି ଆମର ଦୃଢ ବିଶ୍ବାସ । ବିଦେଶରୁ ଫେରି ଏବିଷୟରେ ଯଦି ସ୍ଵକୀୟ ଚିନ୍ତା ପ୍ରକଟ କରିଥାନ୍ତେ, ତେବେ ଜନଚେତନା ଜାଗ୍ରତ ହୋଇ ଆମର ଗୌରବମୟ ଐତିହ୍ୟ ଉପରେ ଅଧିକ ଗବେଷଣା ହୋଇପାରିଥାନ୍ତା ଓ ଓଡ଼ିଶାର ସଠିକ୍ ଇତିହାସ ଲେଖା ହୋଇପାରନ୍ତା,ତଦାଧାରରେ ବିଶ୍ବ ଇତିହାସର ପୁନଃ ଲିଖନର ଆବଶ୍ୟକତାକୁ ବିଶ୍ବ ଅନୁଭବ କରିଥାନ୍ତା । ଆମେ ଜାଣିବାରେ ଜଣେ ମାତ୍ର ପ୍ରତିଭାଧର ଓଡ଼ିଆ ଏହି ସତ୍ୟକୁ ଉପଲବ୍ଧି କରି ତାଙ୍କର ସୀମିତ ସମ୍ବଳରେ କେତେକ ପଦକ୍ଷେପ ନେଇଛନ୍ତି । ଆମେ ଗର୍ବବୋଧ ଅନୁଭବ କରୁଛୁ ଯେ ସେ ମହାଶୟଙ୍କ ଜନ୍ମ ମାଟିରେ ଆମର ଜନ୍ମ । ୧୯୩୯ ମସିହା, ଜୁଲାଇ ମାସ ୨୦ ତାରିଖରେ ମୈତ୍ର ତ୍ରିଲୋଚନପୁର ( କଣାସ ମଣ୍ଡଳାଧୀନ, ନିରାକାରପୁର ସନ୍ନିକଟ)  ପ୍ରଥିତଯଶା କବିରାଜ,ଆୟୁର୍ବେଦାଚାର୍ଯ୍ୟ ଗଣେଶ୍ୱର ମହାପାତ୍ର ଓ ମହିୟସୀ ପିତାମ୍ବରୀ ଦେବୀ ଙ୍କ କୋଳମଣ୍ଡନ କରି ଜନ୍ମ ଗ୍ରହଣ କରିଥିବା ଗଣିତ ଶାସ୍ତ୍ର ବିଶାରଦ, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ , ବିଶେଷ କରି ଶତାୟୁ ଶିକ୍ଷାନୁଷ୍ଠାନ ଓଳସିଂହ, ସତ୍ୟବାଦୀ, ବିଶ୍ବମ୍ବର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ  ବରେଣ୍ୟ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର । ୨୦୦୬ ମସିହାରେ ସେ ଆମେରିକା ଯାଇଥିଲେ , ସେତେବେଳେ ତାଙ୍କର ନାତି ଭାଲିରାଞ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର । ଜଣେ ଶିକ୍ଷକ ଭାବେ ସେ ସ୍ବାଭାବିକ ତାଙ୍କର ନାତି ଙ୍କ ପାଠ୍ୟପୁସ୍ତକ ଉପରେ ଆଖି ବୁଲେଇ ଆଣିଛନ୍ତି । ଯହୁଁ ଯହୁଁ ଦେଖୁଛନ୍ତି ତହୁଁ ତହୁଁ ତାଙ୍କ ଆଖିରୁ ଝରି ଚାଲିଛି ଲୋତକ । ଆମେରେକୀୟମାନେ ମୋ ପବିତ୍ର ପୀଠ ର , ମୋ ଦେଶର ବିଦ୍ୟାକୁ ନେଇ ବିଦ୍ୟାର୍ଥୀ ମାନଙ୍କୁ ପଢ଼ାଉଛନ୍ତି , ଅଥଚ ଆମେ ? ଫେରି ଆସିଛନ୍ତି ପୁରୀ, ଶପଥ ନେଇଛନ୍ତି ନିଜ ଜୀବଦ୍ଦଶାରେ ଯେତିକି ପାରିବେ ସେତିକି ସତ୍ୟ ଉନ୍ମୋଚନ କରିବେ । ପ୍ରଥମେ ପ୍ରକାଶ କରିଛନ୍ତି " ପ୍ରାଚୀନ ଭାରତୀୟ ଗଣିତ" , ବୈଦିକ ଗଣିତ ଏକ ବିସ୍ମୟ "( ପୁରୀ ଗୋବର୍ଦ୍ଧନ ପୀଠର ୧୪୩ ତମ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଜଗତଗୁରୁ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ଙ୍କ କୀର୍ତ୍ତି ଓ କୃତିକୁ ଉପଜିଵ୍ୟ କରି) ,"ଗଣିତ ରହସ୍ୟ ସନ୍ଧାନୀ", ମୋ ଦେଶର ଗଣିତ ସ୍ରଷ୍ଟା ଓ ସୃଷ୍ଟି ", " ଶିଶୁ ପ୍ରିୟ ଗଣିତ" ଭଳି ଅନେକ ଗଣିତ ଶାସ୍ତ୍ରର ସିଦ୍ଧାନ୍ତ ଆଧାରିତ ପୁସ୍ତକ , "ଲୀଳାବତୀ ଓ ଅନ୍ୟାନ୍ୟ ପ୍ରବନ୍ଧ" ଭଳି ମଧ୍ୟ ଅନେକ ସାରସ୍ବତ ସୃଷ୍ଟି । ପାଟି ଗଣିତ ଓ ବୈଦିକ ସୂତ୍ରାବଳୀ ଓ ସଂଖ୍ୟାର ବିକାଶ, ଯେଉଁଥିରେ ଷୋଡ଼ଶ ସୂତ୍ରାବଳୀ, ତ୍ରୟୋଦଶ ଉପସୂତ୍ରାବଳୀ ରହିଛି, ସଙ୍କଳନ ପ୍ରକ୍ରିୟା,ବ୍ୟବକଳନ ପ୍ରକ୍ରିୟା,ଗୁଣନ ପ୍ରକ୍ରିୟା, ଭାଗ ପ୍ରକ୍ରିୟା,ବର୍ଗ ପ୍ରକ୍ରିୟା, ବର୍ଗ ମୂଳ ପ୍ରକ୍ରିୟା,ଘନ ପ୍ରକ୍ରିୟା,ଘନମୂଳ ପ୍ରକ୍ରିୟା, ପୌନଃପୁନିକ ଦଶମିକ,ବିଭାଜ୍ୟତା,ବର୍ଗରାଶିର ଯୋଗ ଓ ବିୟୋଗ ଠାରୁ ଆରମ୍ଭ କରି ସରଳ ସମୀକରଣ, ସମ୍ମିଶ୍ରଣ ଜାତୀୟ ସହଜ ସରଳ ସମୀକରଣ, ବିବିଧ ସରଳ ସମୀକରଣ, ଦ୍ବିଘାତ ସମୀକରଣ,ତ୍ରିଘାତୀ,ଚତୁର୍ଘାତୀ ସମୀକରଣ, ଆଂଶିକ ଭଗ୍ନାଂଶ,ସ୍ଥାନାଙ୍କ ଜ୍ୟାମିତି ଓ ବୈଦିକ ସୂତ୍ର,କଳନ ଗଣିତ ଓ ବୈଦିକ ସୂତ୍ର ପ୍ରଭୂତି ଅନେକ ଗଣିତ ତତ୍ତ୍ବାଧାରିତ ବିଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଏହି ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ କିଏ ଓ ତାଙ୍କର ବିଶ୍ବ ଗଣିତ ଜଗତକୁ ଦାନ କ'ଣ, ଦେଶର ମୁକ୍ତି ଆନ୍ଦୋଳନ, ଜାତୀୟ ସଂହତି ପାଇଁ ତାଙ୍କର ଅବଦାନ କ'ଣ , ସେସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଦୁଇ ଵର୍ଷ ତଳେ
ମନ୍ଦିରକୁ ସମସ୍ତଙ୍କୁ ପ୍ରବେଶ ଅନୁମତି ସମ୍ପର୍କରେ ମତାମତ ଦେଇ ଓଡ଼ିଶାର ଜନପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମାଲୋଚିତ ହେବା ଓ ଶ୍ରୀମନ୍ଦିରର ବିଶୃଙ୍ଖଳିତ ରୀତି ନୀତି କୁ ନେଇ ଯେତେ ଯେତେ ବିବଦମାନ, ଅଭାବନୀୟ ଘଟଣା ଘଟିଛି , ଆମ ଭାଷାରେ ସେ ସବୁର ସମାଧାନ ମୁହୂର୍ତ୍ତକ ମଧ୍ୟରେ ହୋଇପାରିବ, ଯଦି ଆମେ ଏହି ମହାନ ସାଧକଙ୍କ ଜୀବନାଲେଖ୍ୟକୁ ଗର୍ଭାନୁଶୀଳନ ସଠିକ୍ ଭାବେ କରିପାରିବା । ଅତଏବ ବରେଣ୍ୟ ମହାପାତ୍ରଙ୍କ ସୌଜନ୍ୟରୁ " ବୈଦିକ ଗଣିତ ରହସ୍ୟ ସନ୍ଧାନୀ ଶ୍ରୀମଦ୍ ଭାରତୀକୃଷ୍ଣ " ଆଲେଖ୍ୟରେ ଉଲ୍ଲିଖିତ ତଥ୍ୟାର୍ପଣ କରୁଛୁ । ବିଗତ ମେ ୨୧-୨୭ ,୨୦୧୭ " ସୁବାର୍ତ୍ତା" ସଂଖ୍ୟାରେ " ପରିବର୍ତ୍ତନ ହିଁ ପରିବର୍ତ୍ତିତ ସମାଜର ଅପରିବର୍ତ୍ତନୀୟ ନିୟମ " ଶୀର୍ଷକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏବେ ନିକଟରେ " ବୈଦିକ ଗଣିତର ଚମତ୍କାରିତା " " ଚନ୍ଦ୍ରଯାନ -୨ ସଫଳତା ପଛରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୈଦିକ ଗଣିତ ସୂତ୍ର " ଶୀର୍ଷକରେ ସମ୍ବାଦ ପ୍ରକାଶ ପାଇଥିଲା ।

ମତଦାତା ଦିବସର ଅନୁଚିନ୍ତା

----
ନିର୍ବାଚନ କମିସନର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ସେହିପରି ଆଜି ମଧ୍ୟ ଜାତୀୟ ପର୍ଯ୍ୟଟନ ଦିବସ । ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରାଇବା ।୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ରାଷ୍ଟ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଏକ ସ୍ୱାଧୀନ ନିର୍ବାଚନ କମିସନ ପ୍ରତିଷ୍ଠା କରାଯାଇଥିଲା । ଏଥି ସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଥିଲା । ୧୯୮୮ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ମତଦାତାଙ୍କ ବୟସ ସୀମା ୨୧ରୁ ୧୮କୁ ଖସାଇ ଦିଆଯାଇଥିଲା । ଏଠାରେ ଆଜି ଆମେ ବିଗତ ୩୬ବର୍ଷ ଧରି ପ୍ରକାଶ କରିନଥିବା ଏକ ଅନାଲୋଚିତ ତଥ୍ୟାର୍ପଣ କରିବାକୁ ସମ୍ପ୍ରତି ଉଚିତ ମନେ କରୁ । ଆମେ  ଏହି ଅବଧି ମଧ୍ୟରେ ଆଶା କରିଥିଲୁ ଯେ ଅନ୍ୟ ମାନେ ଏହି ତଥ୍ୟ ଉପସ୍ଥାପନ କରନ୍ତୁ, କାରଣ ଆମେ ଏହାକୁ ପ୍ରକାଶ କରିବା ଅର୍ଥ ସ୍ଵଢୋଲ ପ୍ରହାର  କରିବା ଭଳି ହେବ।  ୨୧ ବର୍ଷ ରୁ ୧୮ ବର୍ଷ କୁ ମତଦାତା ଙ୍କ ବୟସ କମାଇବା ପୃଷ୍ଠଭୂମିରେ ଏକ ରୋଚକ କାହାଣୀ ଠିକ୍ " ବନ୍ଦେ ଉତ୍କଳ ଜନନୀ" କୁ ରାଜ୍ୟ ସଙ୍ଗୀତ ର ମାନ୍ୟତା ଦେବାପାଇଁ ହୋଇଥିବା କାହାଣୀ ପରି ।  ଯେହେତୁ
" ବନ୍ଦେ ଉତ୍କଳ ଜନନୀ" ପ୍ରସଙ୍ଗରେ ଆମ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ଶ୍ରଦ୍ଧେୟ ଆଶିଷ ରଞ୍ଜନ ମହାପାତ୍ର ଓ ସୁରେନ୍ଦ୍ର ନାଥ ଦାସ  ଏହି ତଥ୍ୟକୁ ସାର୍ବଜନୀନ କରାଇଥିଲେ, ସେହେତୁ ଅନେକେ ଏହା ଜାଣି ପାରିଲେ । ମାତ୍ର ମତଦାତା ବୟସ ସମ୍ପର୍କିତ ଘଟଣା ରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନେ ସାକ୍ଷୀ  ଥିଲେ, ଯେଉଁ ମାନଙ୍କ ମଧ୍ୟରେ ସ୍ବଳ୍ପ କେତେକଙ୍କ ବ୍ୟତୀତ ପ୍ରାୟ ସମସ୍ତେ ଅଛନ୍ତି ଏବଂ ତନ୍ମଧ୍ୟରୁ ଅନେକ ମଧ୍ୟ ଆମ ସହିତ ଏହି ମୁଖ ପୁସ୍ତକରେ ବନ୍ଧୁତା ସୂତ୍ରରେ ସମ୍ପର୍କିତ , ଆଶା କରିବା ସ୍ବାଭାବିକ ଯେ ସେମାନେ ଏହି ତଥ୍ୟ ଉପସ୍ଥାପନ କରିବେ, ଯାହା ସେମାନେ କରିନାହାନ୍ତି । ଏକ ସାମାଜିକ ବ୍ୟାଧି ଭୟଙ୍କର ଭାବେ ଗ୍ରାସ କରିଛି ଯେ କାହାର ପ୍ରଶଂସା କରିବା ସମୟରେ କୈାଣସି ଅଦୃଶ୍ୟ ଶକ୍ତି ଗଳାକୁ ଚାପି ଦେଇଥାଏ ବା କଣ୍ଠ ରୋଧ କରେ , ମାତ୍ର କାହାର ନିନ୍ଦା କଲାବେଳେ, ସେହି ଅଦୃଶ୍ୟ ଶକ୍ତି ଗଳାକୁ ମେଲାଇ ଦେଇଥାଏ । ଅର୍ଥାତ୍ "ପ୍ରଶଂସା କାତର, ନିନ୍ଦା ପ୍ରଵର " ରୋଗାକ୍ରାନ୍ତଙ୍କ ପ୍ରାବଲ୍ୟରେ ସାମାଜିକ ଜନଜୀବନ  ଦୁର୍ବିସହ। ଅତଏବ ଅତ୍ୟନ୍ତ କୁଣ୍ଠାର ସହିତ ଆମେ ସମ୍ପୂର୍ଣ୍ଣ ତଥ୍ୟ ଏଠାରେ ଉପସ୍ଥାପନ କରୁଅଛୁ । ନୂଆଦିଲ୍ଲୀ ଠାରେ ମହାତ୍ମାଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଦିବସ, ଅକ୍ଟୋବର ୨ ତାରିଖରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭି. ପି ସିଂହଙ୍କ ନେତୃତ୍ବରେ  ଗଠିତ ଜନମୋର୍ଚ୍ଚାର ସାଧାରଣ ଅଧିବେଶନ ଭିପିହାଉସ( ବିଥଲଭାଇ ପଟେଲ୍ ହାଉସ୍) ପଡିଆରେ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।  ସମ୍ମାନାଷ୍ପଦ ସର୍ବଶ୍ରୀ ଭଜମନ ବେହେରା, ସ୍ବର୍ଗତ ଅନାଦି ଚରଣ ଦାସ ଓ ତ୍ରିଲୋଚନ କାନୁନଗୋ, ପଞ୍ଚାନନ କାନୁନଗୋ, ବିବେକ ମେହେର, ସ୍ବର୍ଗତ ଡ଼ଃ ହୁସେନ ରବି ଗାନ୍ଧୀଙ୍କ ସମେତ ପ୍ରାୟ ପାଞ୍ଚ ଶହ କର୍ମୀ ଯୋଗ ଦେଇଥିଲେ । ଆମେ ନିଷ୍ପତ୍ତି କଲୁ ଯେ  ଅନ୍ୟ ରାଜ୍ୟର ନେତା ମାନଙ୍କ ପୂର୍ବରୁ ଆମେ ସେଠାରେ ପହଞ୍ଚି ଗଲେ ଓଡ଼ିଶାର ସ୍ବର ଓ ପରିଚୟ ସ୍ପଷ୍ଟ ହୋଇଯିବ । ଅତଏବ ନିର୍ଦ୍ଧାରିତ ସମୟ ବହୁ  ପୂର୍ବରୁ ଆମେମାନେ ଯାଇ ଵସିଯାଇଥିଲୁ ଠିକ୍ ମଞ୍ଚ ସମ୍ମୁଖରେ , ବଡ଼ବଡ଼ ନେତାମାନଙ୍କୁ ଠିକ୍ ଭାବେ ଦେଖିବା ଓ ଶୁଣିବାକୁ ।  ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ନେତା ମାନଙ୍କ ନିରାପତ୍ତା ବଢାଇ ଦିଆଯାଇଥାଏ । ସମୟ ନିକଟ ହେବାରୁ ଧିରେ ଧିରେ ବଡ଼ବଡ଼ ନେତା ମାନଙ୍କ ଆଗମନ ଓ ମଞ୍ଚ ଉପଵେସନ ହୋଇଥିଲା। ଅଧ୍ୟକ୍ଷ ରାମଧନ, ଅରୁଣ ନେହେରୁ, ରାମକୃଷ୍ଣ ହେଗେଡେ, ସତପାଲ୍ ମଲ୍ଲିକ, ଅରିଫ୍ ମହମ୍ମଦ ଖାଁ , ମହାତ୍ମା ଗାନ୍ଧୀଙ୍କ ନାତି ରାଜ୍ ମୋହନ ଗାନ୍ଧୀ , ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପୁତ୍ର ଅନୀଲ ଶାସ୍ତ୍ରୀଙ୍କ ସମେତ ଅନେକଙ୍କୁ ପ୍ରଥମେ ସମ୍ମୁଖରେ ଦେଖିବାକୁ ପାଇଲୁ । ଏହି ସମୟରେ ସୌମ୍ୟଦର୍ଶୀ ଚଳଚ୍ଚିତ୍ର ଅଭିନେତା ରାଜ୍ ବାବର ଆସି ସେମାନଙ୍କ ସହିତ ମଞ୍ଚରେ ବସିବା ସମୟରେ ଶାନ୍ତ ସଭାଟି କୋଳାହଳ ମୟ ହୋଇଥିଲା । ଠିକ୍ ପରେ ପରେ ମୁଖ୍ୟ ଆକର୍ଷଣ ବିଶ୍ଵନାଥ ପ୍ରତାପ ସିଂହ ଓରଫ୍ ଭିପି ଆସିବା ପରେ ରାମଧନଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହେଲା । ଆମ ଯୁବକମାନଙ୍କର ସମସ୍ତଙ୍କ ନଜରର କେନ୍ଦ୍ର ବିନ୍ଦୁ ଥିଲେ ରାଜ୍ ବାବର । ଆମ ନିକଟରେ ବସିଥିବା ହୁସେନ ଭାଇ କହିଲେ ରାଜ୍ ବାବର୍ଙ୍କ ସହିତ କେମିତି ପରିଚୟ ହୁଅନ୍ତା । ସେତେବେଳେ ଡ଼ଃ ହୁସେନ ରବି ଗାନ୍ଧୀ ଥିଲେ ଓଡ଼ିଶା ଯୁବ ଜନମୋର୍ଚ୍ଚାର ସଭାପତି ।  ଆମେ ବା଼ହାଦୁରୀ ମାରି କହିଥିଲୁ ଏଇ କଥା, ମୁଁ ମଞ୍ଚ ଉପରକୁ ଯାଇ ତାଙ୍କ ସହିତ ସମୟ ନିର୍ଦ୍ଧାରଣ କରିଦେବି । କବି ରମେଶ ଅଲ୍ଲୀ ବେସାନ୍ତ କହିଲେ " କାହିଁକି ସେ ବାହାଦୁରିଆ କଥା କହୁଚ, ସେଠିକି ଯାଇ ପାରିବା ଦୂରର କଥା, ଛୁଇଁ ପାରିବ ?" । ଏହା ଆମକୁ ଭାରି ବାଧିଲା । ସେତେବେଳକୁ ନିରାପତ୍ତା ରକ୍ଷୀ ମାନେ ବିଭିନ୍ନ ରାଜ୍ୟର ବିଧାୟକ, ସାଂସଦ ମାନଙ୍କୁ ମଧ୍ୟ ମଞ୍ଚ ଉପରକୁ ଛାଡ଼ୁ ନଥାନ୍ତି । ନିକଟରେ ବସିଥିବା  ରବି ଭାଇ( ରବି ନାୟକ, ଯାଜପୁର) ଆମକୁ ଟିହାଇବା ପାଇଁ ଏକ ଆହ୍ୱାନ ଦେଇ କହିଲେ ଯଦି ତୁ ମଞ୍ଚସ୍ଥ ହୋଇଯିବୁ ତେବେ  ଯାହା ଖାଇବାକୁ ଇଚ୍ଛା କରିବୁ, ତାହା ମୁଁ ଦେବି । ଅନ୍ୟମାନେ ମଧ୍ୟ ସେହି ସ୍ବରରେ ସ୍ବର ମିଳେଇ ଆମକୁ ଲଜ୍ଜିତ କରିବା ପାଇଁ ରିତିମତ ପ୍ରତିଯୋଗିତା କଲେ । ଆମେ ଦେବାଶିଷ ନାୟକ ( ଯିଏ ପରବର୍ତ୍ତୀ ସମୟରେ ବିଧାୟକ, ମନ୍ତ୍ରୀ) ଙ୍କୁ କହିଲୁ ଡାଇରୀରୁ ଫାଳେ କାଗଜ ଚିରି ଦିଅ । ସେ ଦେବା ପରେ ଆମେ ଦୁଇଟି ପ୍ରସ୍ତାବ ଲେଖି ( କେବଳ ମଞ୍ଚ ଉପରକୁ ଯିବା ବାହାନାରେ) ଯେତେବେଳେ ମଞ୍ଚ ନିକଟକୁ ଗଲୁ ସେତେବେଳେ ନିରାପତ୍ତା ରକ୍ଷୀ ଅବରୋଧ କରିଥିଲେ ।  ଆମେ କହିଲୁ ସଭାପତିଙ୍କୁ ଏହି ଚିରିକୁଟି ଟି ଦେଇ ଫେରିଆସିବୁ । ଠିକ୍ ଏତିକିବେଳେ ଭିପିଙ୍କ ଦୃଷ୍ଟି ଆମ ଉପରେ ପଡ଼ିବାରୁ ସେ ଆସିବା ପାଇଁ ଠାରି ଦେଲେ, ଆମେ ମଞ୍ଚ ଉପରକୁ ଯାଇ କାଗଜ ରାମଧନଙ୍କ ହାତକୁ ଦେଇ  ରାଜବାବରଙ୍କ ପାଖରେ  ଯାଇ ବସିରହିଲୁ । ସ୍ଥିର ଚିତ୍ର ଉତ୍ତୋଳନ ପରେ ଆମେ ବୀରଦର୍ପରେ ଆସି ନିଜ ସ୍ଥାନରେ ବସି ନିଶରେ ହାତମାରି ବଡ଼ ବାହାଦୁରିରେ କହିଲୁ ଦେଖିଲ ତ ।  ଚିରିକୁଟି ଦେବା ଏକ ବାହାନା ଥିବାରୁ ସେଥିରେ କ'ଣ ଲେଖିଛୁ, ସେଥିରେ ଗୁରୁତ୍ବ ଦେଇନଥିଲୁ । କିଛି ସମୟ ପରେ ସେ କାଗଜଟି କୁ ରାମଧନ ପଢି , ତାହାକୁ ଭିପି ଙ୍କ ହାତକୁ ବଢାଇ ଦେଲେ । ଭିପି ପଢି ଅରୁଣ ନେହେରୁ,ସିଏ ପଢି ରାମକୃଷ୍ଣ ହେଗେଡ୍ ଙ୍କୁ ଦେଲେ । ଏହା ଦେଖି  ଭିପି ଟୋପି ପିନ୍ଧା ରବି ଭାଇ ତାଙ୍କ ସ୍ବଭାବ ସୁଲଭ ଢଙ୍ଗରେ କହିଲେ ଆରେ କ'ଣ ଲେଖୁଛୁ ? ଓଡ଼ିଶାକୁ ବଦନାମ୍ କରିଦେବୁ ବୋଧେ , ତାଙ୍କ ସମର୍ଥନ କରି ଅନ୍ୟ ମାନଙ୍କ ଟିପ୍ପଣୀ ସହିତ ଭଜମନ ବେହେରା କହିଲେ " ଏଭଳି ପିଲାଳିଆମୀ କରିବା ଉଚିତ ନୁହେଁ । ବଡ଼ ମନସ୍ତାପରେ ବସି ଦେଖୁଥାଏ ସେ କାଗଜ ଖଣ୍ଡିକ ବୁଲି ବୁଲି ଆସି ଭିପି ଙ୍କ ହାତରେ । ଆମ ଛାତି ଧକଧକ୍ ହେଲାଣି,ଆଉ କିଛି ସମୟ ପରେ ବୋଧେ ହୃଦାଘାତ୍ ସମ୍ମୁଖୀନ ହେବାକୁ ଯାଉଛି, ତାହା ଅନୁଭବ କରୁଥାଏ,କାହା ଭାଷଣ ଶୁଣିବାକୁ ମନ ନଥାଏ । ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥାଉ କି ଏହାକୁ ଭିପି ଚିରି ଫିଙ୍ଗି ଦିଅନ୍ତୁ । ସମସ୍ତଙ୍କ ବକ୍ତବ୍ୟ ପରେ ଭିପି ଉଠିବା ମାତ୍ରେ ଜିନ୍ଦାବାଦ ଧ୍ବନିରେ ସଭାସ୍ଥଳ ମୁଖରିତ ହୋଇଗଲା । କିନ୍ତୁ ଆମର ମନ ଅନ୍ୟ ଚିନ୍ତାରେ ଥାଏ ।  ବୋଧେ ଦଶ ମିନିଟ କହିବା ପରେ କହିଲେ ଯାହା ହିନ୍ଦୀ ଭାଷାରେ, ତା'ର ଓଡ଼ିଆ ମର୍ମାନୁଵାଦ ହେଲା, " ଓଡ଼ିଶାର ଯୁବନେତା ପ୍ରଦ୍ୟୁମ୍ନ ଶତପଥୀଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଉଛି । ଏହା କହି ସେହି କାଗଜ ଧରି ନିଜ ଭାଷା ରେ ପ୍ରସ୍ତାବ ଆଗତ କରିଥିଲେ । ଆମେ ଯେମିତି ଲେଖିଥିଲୁ ତାହା ପଢିଥିଲେ ଆମର ଇଂରାଜୀ ଭାଷାର ବ୍ୟାକରଣ ଜ୍ଞାନ ଯେ କେତେ ଦୁର୍ବଳ ତାହା ଜଣାପଡ଼ି ଥାନ୍ତା । ଘନ ଘନ କରତାଳିରେ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ସରିବା ପରେ ହୁସେନ ଭାଇ ଓ ପଞ୍ଚୁ ଭାଇ( ପଞ୍ଚାନନ କାନୁନଗୋ) ଆମକୁ କାନ୍ଧରେ ଟେକି ନେଇ ଫୁଲମାଳରେ ପୋତି ପକାଇଥିଲେ । ଆମେ  ଉକ୍ତ କାଗଜରେ ଲେଖିଥିଲୁ ଯେ ଦେଶର ଶାସନ ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ଆପଣ ଅର୍ଥମନ୍ତ୍ରୀ ଭାବେ ଟିକସ ଫାଙ୍କି କରିଆସୁଥିବା ହିନ୍ଦୁଜା ବ୍ରଦର୍ସ,ଲଳିତ ଥାପ୍ପର ପ୍ରଭୃତି ଵଡଵଡ ଶିଳ୍ପପତିଙ୍କ ଘର ଖାନତଲାସୀ କରି ଧରିବା ଫଳରେ  ସେମାନଙ୍କ ଚାପରେ ଅର୍ଥମନ୍ତ୍ରୀ ପଦରୁ ବିଦାୟ ହୋଇଥିଲେ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ରହିଥିଲେ ଏବଂ ପ୍ରତିରକ୍ଷା ବିଭାଗର ଦୁର୍ନୀତି ଯଥା ବୋଫର୍ସ କିଣା କାରବାରରେ ହୋଇଥିବା ବ୍ୟାପକ ଦୁର୍ନୀତି ଧରିବାରୁ ମନ୍ତ୍ରିତ୍ବରୁ ବିଦାୟ ନେଲେ । ନିଜର ସ୍ବାଭିମାନ ରଖି ସଂସଦ ଓ କଙ୍ଗ୍ରେସ ଦଳରୁ ଇସ୍ତଫା ଦେଇ ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ଜନମୋର୍ଚ୍ଚା ଗଠନ କରି ଆହ୍ବାନ ଦେବା ଫଳରେ ଆମ ଭଳି ଯୁବକ ମାନେ ଆକର୍ଷିତ ହୋଇ ଆପଣଙ୍କ ସହିତ ସାମିଲ ହୋଇଛୁ । ଆପଣଙ୍କ ନେତୃତ୍ବରେ ଯଦି ୧୯୮୯ରେ ସରକାର ଗଠିତ ହୁଏ ତେବେ ଆମର ନିମ୍ନ ପ୍ରସ୍ତାବ କୁ ଗ୍ରହଣ କରିବେ କି ?
୧- ଆଗାମୀ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିଜର ସମ୍ପତ୍ତି ତାଲିକା, ଯଦି ଅପରାଧ ଅଭିଯୋଗ ଅଛି ତା'ର ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯିବାର ବ୍ୟବସ୍ଥା ରହିବ କି ? ଏଥି ପାଇଁ ଏହି ଅଧିବେଶନ ଉକ୍ତ ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ କରାଇ ଦାବି କରିବ କି ?
୨- ଯଦି ଜଣେ ଯୁବକ ବା ଯୁବତୀ ୧୮ ବର୍ଷ ବୟସରେ ଯେକୌଣସି ଅପରାଧ କଲେ ସାବାଳକ/ ବାଳିକା ଭାବେ ଗ୍ରହଣ କରାଯାଉଛି, ତେବେ ସିଏ କାହିଁକି  ସାବାଳକ ଭାବେ ତା'ର ମତଦାନ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ? ଅତଏବ ମତଦାନ ସାବ୍ୟସ୍ତ କରିବାର ବୟସ ୨୧ ବର୍ଷ ରୁ ୧୮ ବର୍ଷକୁ କମ୍ କରାଯିବା ପାଇଁ ଉକ୍ତ ସଭା ପ୍ରସ୍ତାବ ଗୃହୀତ କରାଇଵ ‌କି ?
୩-  କେନ୍ଦ୍ର ଓ ରାଜ୍ୟ ର ଥିବା ସମସ୍ତ ମନ୍ତ୍ରୀ ଓ ପ୍ରଶାସକ ମାନେ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କଲେ ନାଗରିକ ମାନେ ଜାଣି ପାରିବେ ଯେ କ୍ଷମତା ରେ ଥିବା ନେତା ଓ ପ୍ରଶାସକମାନେ କେତେ ଦୁର୍ନୀତି କରିଛନ୍ତି କି ନାହିଁ ? ଏହି ପ୍ରସ୍ତାବକୁ ସମ୍ମିଳନୀ ଗୃହୀତ କରିବ କି ?
ତତ୍ ପରଦିନ ସମସ୍ତ ଇଂରାଜୀ ଓ ହିନ୍ଦୀ ତଥା ବିଭିନ୍ନ ଭାଷାର ଦୈନିକ ଖବରକାଗଜରେ ଏହା ବିସ୍ତୃତ ଭାବରେ ପ୍ରକାଶ ପାଇଥିଲା । ସମଗ୍ର ଦେଶରେ ବୋଫର୍ସ ବିରୋଧୀ ଜନମତର ସୂଚନା ପାଇ ରାଜୀବ ଗାନ୍ଧୀ ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ଯାଇ ଏହି ଦାବି କୁ ଗ୍ରହଣ କରିଥିଲେ ଏବଂ ୧୯୮୮ ମସିହାରେ ଏହା ସଂସଦର ଉଭୟ ସଦନରେ ଗୃହୀତ ହୋଇଥିଲା ।
  କ୍ରମଶଃ

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ

-------------
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ତିନି ବର୍ଷ ତଳେ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା
୧୯୫୬ ମସିହାରେ ଟମ୍ ବ୍ରାଉନଙ୍କ ଦ୍ବାରା ଅଲ୍ଟ୍ରା ସାଉଣ୍ଡ ( ultrasound ) ଭାବେ ପ୍ରଥମେ ଭେଷଜ ବିଦ୍ୟାରେ ପ୍ରୟୋଗ (The first time ultrasound was used for clinical reasons was in 1956. It was used in Glasgow by an Obstetrician named Ian Donald and an engineer named Tom Brown. These two men developed the first prototype system for ultrasound,)ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।

ବଡ଼ ମାୟାବୀ ଜୀବ ନୋହେ କାହାରି
------------------------------------------
      ମହାତ୍ମା ଯଶୋବନ୍ତ ଦାସ
             ------------------
ବଡ଼ ମାୟାବୀ ଜୀବ ନୋହେ କାହାରି
  ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି  ।।
 ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର  ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ     ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ        ଶୂନ୍ୟେ ମେଳିଲୁ ଡାଳ
          ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି   । ବଡ଼ ...
    ପଞ୍ଚମେ ନାଭି କମଳ କଲା ଭିଆଣ
    ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।  
ସପ୍ତମେ ନାସା ଜିହ୍ୱା      ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ        କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ      ଵହଇ ଅନୁକ୍ଷଣ
     ଆପେ ମନକୁ କଲା ବିଚାରି   ।
 ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
    ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ     କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି     ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ      ମୁହିଁ କରିବି ଵାସ
     ‌     ତୋ ନାମ ଗାଉଥିବି ସୁମରି।
 ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
      ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ          ଲଗାଇଲା କବାଟ
ସୁଷୁମନା ଦୁଆରେ         ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ    ମାୟା କୁ ତୁହି କାଟ
          ଗୁରୁ  ସେଵିଣ ଦେଖ ଶ୍ରୀହରି  । ବଡ଼ ମାୟାବୀ....
        ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
       କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର  ।
   ଅନ୍ତୁଡିଶାଳେ ରହି     ହରି ଭଜିଲୁ ନାହିଁ
   ପାଞ୍ଚ ଵରଷ ଗଲା     ବାଳ ଭାବରେ ବହି
   ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
    ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
            ‌      ତେବେ ନ ଵୋଲୁ ମୁଖେ ଶ୍ରୀହରି  । ବଡ଼...
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।

         ପନ୍ଦର ଵରଷେ ହେଲୁ ଅମରମତା
         କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।

କାମିନୀ ସଙ୍ଗେ ରହି          ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର      ଯୁବା ଵୟସ ବହି
ହରି କଥା କୁ ଦିନେ           ମନେ ନ କଲୁ ତୁହି
                  ହେଵୁ କେମନ୍ତେ ଏ ଭବୁ ପାରି     । ବଡ଼

      ବୃଦ୍ଧ ଵୟସ ଏବେ ହେଲା ତୋହରି
       ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ      ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ    ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
          ‌  ବସିବୁ ବଇକୁଣ୍ଠ ଆବୋରି  । ବଡ଼ ମାୟାବୀ...

ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ' ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ 'ଉଦୟ କାହାଣୀ' ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
                      —ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା' ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ 'ଦାସ' ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି  ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ 'ରାମ ରାମ' ଶବ୍ଦ ସମ୍ପର୍କରେ   ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ 'ରାମ ରାମ' ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ 'ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା'ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ 'ଗୋବିନ୍ଦଚନ୍ଦ୍ର' ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର "ସ୍ୱରୋଦୟଲେଶ"ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ  ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । 'ଭବିଷ୍ୟ ମାଳିକା' ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । 'ଯନ୍ତ୍ରବୋଲି'ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
କ୍ରମଶଃ

ଶୂନ୍ୟ ତତ୍ତ୍ଵ

------
୧୯୮୦ ମସିହାରେ ଆମେ ନିଷ୍ପତ୍ତି ନେଇଥିଲୁ ଶୂନ ଉପରେ ଗବେଷଣା କରିବା ପାଇଁ । ସେତେବେଳେ ଆମର ପରମ ପୂଜ୍ୟ ଗୁରୁ ତଥା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଗଣିତ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ଚିର ବନ୍ଦନୀୟ ଦେବକୀ ନନ୍ଦନ ମହାନ୍ତି ଆମକୁ ପରାମର୍ଶ ଦେଲେ ଯେ ପ୍ରଥମେ ହାବାର୍ଡ ବିଶ୍ବ ବିଦ୍ୟାଳୟର ପ୍ରାଚାର୍ଯ୍ୟ ( ପ୍ରଫେସର)କପ୍ଲାନ ଙ୍କ ଶୂନ ଉପରେ " ଦି ନଥିଙ୍ଗ ଡ୍ୟାଟ୍ ଇଜ୍" ପୁସ୍ତକ ପଢିବାକୁ । ଆମେ କେବଳ ଏହି ବହି ଖଣ୍ଡିକ ପାଇଁ କଲିକତା ବହୁ କଷ୍ଟରେ ଯାଇ କିଣି ଆଣି ପଢିବା ସମୟରେ ସେଥିରୁ ଜାଣିଲୁ ଯେ ଗୌତମ ବୁଦ୍ଧ ଜଣେ ମହାନ ଗଣିତଜ୍ଞ ଥିଲେ । ଆମର ଆଗ୍ରହ ବଢ଼ିଲା , ଯାହା ସମ୍ପର୍କରେ ଆମେ କେବେ କୌଣସି ବହିରେ ପଢି ନଥିଲୁ । ପ୍ରାଚାର୍ଯ୍ୟ କପ୍ଲାନ ବୌଦ୍ଧ ଗ୍ରନ୍ଥ " ଲଳିତ ବିସ୍ତର"କୁ ଅଧ୍ୟୟନ କରି ବୁଦ୍ଧଦେବଙ୍କ ବିବାହ ବିଷୟ କୁ ଉପଜୀବ୍ୟ କରି ଏକ ସୁନ୍ଦର ଆଖ୍ୟାୟିକା ଅବତାରଣା କରିଛନ୍ତି, ଯାହା ମଧ୍ୟ ଆମେ ପଢି ନଥିଲୁ । ମହାନ୍ତି ଗୁରୁଜୀଙ୍କ ପରାମର୍ଶ ପୂର୍ବରୁ ଆମର ଅନ୍ୟତମ ଗୁରୁ ପ୍ରାଚାର୍ଯ୍ୟ ଶୁକଦେବ ରଥ ଆମକୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ ମହିଳା ଚିର ବନ୍ଦନୀୟା ସରଳା ଦେବୀ ଙ୍କ ଦ୍ବାରା ୧୯୫୨ ମସିହାରେ ପ୍ରକାଶିତ " ପଞ୍ଚସଖାଙ୍କ ଧର୍ମ ଓ ଶୂନ୍ୟ ସାହିତ୍ୟ" ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ପରମ ପୂଜ୍ୟା ସରଳା ଦେବୀ ଖୁବ୍ ମନେ ପଡ଼ନ୍ତି, ଯେତେବେଳେ ନୂତନ ସଂସଦ ଭବନରେ ପ୍ରଥମ ସମ୍ବିଧାନ ସଂଶୋଧନ ଅର୍ଥାତ ୧୨୮ ତମ ସଂଶୋଧନ ବିଧେୟକ " ନାରୀ ଶକ୍ତି ବନ୍ଦନ ଅଧିନିୟମ" ନିମ୍ନ ସଦନ ଅର୍ଥାତ୍ ଲୋକସଭାରେ ୪୫୪ ଜଣ ସାଂସଦ ଙ୍କ ସମର୍ଥନ ଓ ମାତ୍ର ୨ ଜଣ ସାଂସଦ ଙ୍କ ବିରୋଧ ସଂଖ୍ୟା ଆଧାରରେ ଗୃହୀତ ହେଲା । ଗତ ଅଗଷ୍ଟ ୧୯ ତାରିଖରେ ତାଙ୍କର ୧୨୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାବଚନାର୍ପିତ ଉପସ୍ଥାପନ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ । ଶହେ ବର୍ଷ ତଳେ ସେ ଯାହା ଚିନ୍ତା ପ୍ରକଟ କରି କାର୍ଯ୍ୟାରମ୍ଭ କରିଥିଲେ, ତାହା ଆଜି ଫଳବତୀ ହୋଇଛି । ଓଡିଶା ବିଧାନସଭା ର ବାଚସ୍ପତି ଥିବା ସମୟରେ ଓଡିଆ ଭାଷାରେ ଗୃହ ପରିଚାଳନା କରିବା ସମୟରେ ନିଜର ବକ୍ତବ୍ୟ ରେ ଉଲ୍ଲେଖ କରିଥିବା ଭବିଷ୍ୟତ କଥନ ସତ୍ୟ ହେଲା । ତଥ୍ୟ ଜାଣିନଥିବା ଲୋକେ କହୁଛନ୍ତି ଓ ଲେଖିଛନ୍ତି ଯେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି । ଛାଡ଼ନ୍ତୁ, ସେ ଦିଗକୁ ପରେ ଯିବା । ପ୍ରଥମେ ଗଣିତଜ୍ଞ ଗୌତମ ବୁଦ୍ଧ ଙ୍କୁ ପଢ଼ିବା । ତାଙ୍କୁ ପଢିଥିବାରୁ ହିଁ ଆମେ ଦୃଢ଼ତାର ସହିତ କହି ଆସୁଛୁ ଯେ ଗୌତମ ବୁଦ୍ଧ ଙ୍କ ଜନ୍ମ ଆଜିର ଭୁବନେଶ୍ଵର ର କପିଳେଶ୍ୱର, ସେତେବେଳେର କପିଳେଶ୍ୱର ଜନପଦ । ଆମେ ରାମାୟଣ ରେ ସୀତା ବିବାହ, ମହାଭାରତରେ ଦ୍ରୌପଦୀ ସ୍ଵୟମ୍ବର ପଢି ଆସିଥାଏ । ଶିବ ଧନୁ ଭଙ୍ଗ ଠାରୁ ଅର୍ଜୁନ ଙ୍କ ଲକ୍ଷ୍ୟଭେଦ ପଢିଆସୁଛେ । କେଉଁ ସର୍ତ୍ତ ପୂରଣ କରି ଗୌତମ ଗୋପା ଙ୍କୁ ବିବାହ କରିଥଲେ, ତାହା ଆମେ ପଢିନଥିଲୁ । କପ୍ଲାନ ଆମକୁ ଜଣାଇ ଦେଲେ । ଯେଉଁ ଯୁବକ କୁସ୍ତିବିଦ୍ୟା, ଧନୁର୍ବିଦ୍ୟା, ଦୌଡ଼,ସନ୍ତରଣ, ସାହିତ୍ୟ ଓ ଗଣିତରେ ପାରଦର୍ଶିତା ଦେଖାଇ ପାରିବେ, ସେହି ଯୁବକଙ୍କୁ ଗୋପା ବର ରୂପେ ବରଣ କରିବେ ବୋଲି ଥିଲା ସର୍ତ୍ତାବଳୀ । ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଗୌତମ ଙ୍କୁ ଗଣିତ ପରୀକ୍ଷା ର ସମ୍ମୁଖୀନ ହେବାକୁ ପଡିଥିଲା । ତତ୍କାଳୀନ ଗଣିତ ବିଚାରକ ଅର୍ଜୁନ ପଣ୍ଡିତ ଗୌତମଙ୍କୁ କରିଥିଲେ ପ୍ରଥମ ପ୍ରଶ୍ନ " କୋଟି ପରେ ଶହେ ଶହେ ଗୁଣ ବିଶିଷ୍ଟ ସଂଖ୍ୟା ଗୁଡ଼ିକର ନାମ କହିପାରିବେ ?
ଉତ୍ତରରେ ଗୌତମ କହିଥିଲେ ଗୁରୁଦେବ !
ଶହେ କୋଟି= ୧ ଅୟୁତ
ଶହେ ଅୟୁତ=ଏକ ନିୟୁତ
ଶହେ ନିୟୁତ=ଏକ କଙ୍କର
ଶହେ କଙ୍କର=ଏକ ଭିଭର
ଶହେ ଭିବର=ଏକ ଅଚୋବ୍ୟ
ଶହେ ଅଚୋବ୍ୟ= ଏକ ଭିଭାହ
ଶହେ ଭିଭାହ=ଏକ ଉତ୍ସଙ୍ଗ
ଶହେ ଉତ୍ସଙ୍ଗ=ଏକ ବହୁଳ
ଶହେ ବହୁଳ=ଏକ ନାଗଵଳ
ଶହେ ନାଗବଳ=ଏକ ତଇତଇଲମ୍ବ
(ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ତିତିଲମ୍ଵ ହେଉଛି ଦଶର ସତେଇଶତମ ଘାତ)
ଉପସ୍ଥିତ ସଭାସଦ୍ ତାଳି ମାରି ଗୌତମ ଙ୍କ ପ୍ରଶଂସା କରିଥିଲେ। ଅର୍ଜୁନ ପଣ୍ଡିତେ କହିଥିଲେ " ମୁଁ ନୁହେଁ, ଆପଣ ବିରାଟ ଗଣିତଜ୍ଞ " । ଏହା ପରେ ଗୌତମ ନିଜର ବୃଦ୍ଧ ଆଙ୍ଗୁଠି ଓ ତର୍ଜ୍ଜନୀ ଆଙ୍ଗୁଠିର ଅଗ୍ରଭାଗ ଯୋଡ଼ି ଏକ ଶୂନ ଆକୃତି ର ମୁଦ୍ରା ଗୋପାଙ୍କୁ ଦେଖାଇ କହିଥିଲେ, ଆଗାମୀ ଦିନରେ ଏହା ସଂସାର କୁ ନିୟନ୍ତ୍ରଣ କରିବ " । ରବର୍ଟ କପ୍ଲାନ ଲେଖିଛନ୍ତି ଯେ ବୁଦ୍ଧଦେବଙ୍କ ସମୟରେ ଦଶ ଭିତ୍ତିକ ସଂଖ୍ୟା ସୃଷ୍ଟି ହୋଇନଥିଲା । କାରଣ ବୈଦିକ ଦର୍ଶନରେ ଶୂନ୍ୟତା ଭରି ରହିଥିଲେ ମଧ୍ୟ ଗଣନା ବିଜ୍ଞାନ ରେ ଶୂନ ପ୍ରବେଶ କରିନଥିଲା । ଛଅ ଶହ ବର୍ଷ ତଳେ ସନ୍ଥ ପଞ୍ଚସଖା ତାହା ଉଲ୍ଲେଖ କରିଯାଇଛନ୍ତି , ଯାହା ବିଶ୍ବର ଅନ୍ୟ କେହି ଏସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ସନ୍ଥକବି ଅଚ୍ୟୁତାନନ୍ଦ ଦାସ ଙ୍କ " ଶୂନ୍ୟ ସଂହିତା" ର ଏଯାବତ୍ ସଠିକ୍ ମୂଲ୍ୟାଙ୍କନ ହୋଇ ପାରିନାହିଁ ବୋଲି ଆମର ବ୍ୟକ୍ତିଗତ ମତ । ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ସନ୍ଥ ବଳରାମ ଙ୍କ ବିରାଟ ଗୀତା ରେ ଅର୍ଜୁନ ଙ୍କ ମୁଖରେ ଶ୍ରୀକୃଷ୍ଣ ଙ୍କୁ ବୁଝାଇଛନ୍ତି - " ତୋହର ରୂପରେଖ ନାହିଁ
ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ
ବୋଇଲି ଶୂନ୍ୟ ତୋର ଦେହୀ
ଆବର ନାମ ଥିବ କାହିଁ ?
ଶୂନ୍ୟରେ ବ୍ରହ୍ମ ସିନା ଥାଇ
ସେଠାରେ ନାମ ଥିବ ରହି।।
ଅର୍ଥାତ୍ ତୁମର ଦେହ ନାହଁ,ତୁମେ ଶୂନ୍ୟରୂପୀ ଶୂନ୍ୟ ଶରୀର,ଯଦିଓ ତୁମେ ଶରୀର ଧାରୀ କିନ୍ତୁ ମୁଁ ତୁମକୁ ଶୂନ୍ୟରୂପୀ ବୋଲି ଜାଣିଛି ।ତୁମର ବହୁ ନାମ କାହୁଁ ଆସିଲା? ବିଶ୍ବ ଶୂନ୍ୟରେ ଅବସ୍ଥିତ, ସେଠାରେ ଶୂନ୍ୟନାମ ଛଡା ଆଉ କିଛି ନାହିଁ । ଏହି ଶୂନ୍ୟରୁ ଯାହା ଯେ ନାମ ଉତ୍ପତ୍ତି ହୋଇଛି ତାହା କେବଳ ଶବ୍ଦ ବା ନାଦ , ଏହାକୁ ନାଦବ୍ରହ୍ମ ବୋଲାଯାଏ । ସନ୍ଥ ବଳରାମ ଶୂନ୍ୟ ବ୍ରହ୍ମ ଙ୍କୁ ନିର୍ଗୁଣ ଏବଂ ସଗୁଣ ଭାବେ ବର୍ଣ୍ଣନା କରିଥିବାବେଳେ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କର " ତୁଳାଭିଣା ଗ୍ରନ୍ଥ ରେ ଲେଖିଛନ୍ତି -
"ସକଳ ମନ୍ତ୍ର ତୀର୍ଥ ଜ୍ଞାନ
ବୋଇଲେ ଶୂନ୍ୟ ଏ ପ୍ରମାଣ
ଏତେ କହିଲୁ ଗୋ ପାର୍ବତୀ
ଏ ସର୍ବେ ଶୂନ୍ୟରେ ଅଛନ୍ତି
ମହାଶୂନ୍ୟରୁ ଶୂନ୍ୟ ଜାତ
ସେ ଶୂନ୍ୟ ପ୍ରଣବ ସମ୍ଭୁତ
ପ୍ରଣବ ପରମକୁ କହି
ସକଳ ଶାସ୍ତ୍ର ସେ ବୋଲାଇ ।।"
ସନ୍ଥ ଅଚ୍ୟୁତାନନ୍ଦ ତାଙ୍କର ଶୂନ୍ୟ ସଂହିତା ରେ ଶୂନ୍ୟ ଦର୍ଶନ ତତ୍ତ୍ଵ ସମ୍ପର୍କରେ ଯାହା ଅବତାରଣା କରି ଯାଇଛନ୍ତି,ତାହା ହେଲା -
" ଭଲା ପଚାରିଲୁ ଗୁପତ ସନ୍ଧି
ଶୂନ୍ୟ ପୁରୁଷ ଶୂନ୍ୟ ପରେ ବନ୍ଦୀ
ଶୂନ୍ୟ ପୁରୁଷ ଉଦାସ ରେ ରହେ
ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାୟେ
ଶୂନ୍ୟ ପୁରୁଷ ଦୟାଳୁ ଅଟଇ
ଶୂନ୍ୟ ପୁରୁଷ ସର୍ବ ଘଟେ ରହି
ଶୂନ୍ୟ ପୁରୁଷ କରେ ନଟ ଘଟ
ଶୂନ୍ୟ ପୁରୁଷ ଜାଣେ ଛନ୍ଦ କୂଟ
ଶୂନ୍ୟ ପୁରୁଷ ଶୂନ୍ୟ ରେ ମାରି
ମାରି ଶୂନ୍ୟ ପୁଣି ଗତି କରି ।।"
ସନ୍ଥ ବଳରାମ ତାଙ୍କର ଗଣେଶ ବିଭୂତି ଟୀକା ରେ ଉଲ୍ଲେଖ କରିଯାଇଛନ୍ତି -
" ଅଣାକାର ରୂପଂ ଶୂନ୍ୟଂ ଶୂନ୍ୟ ମଧ୍ୟେ ନିରଞ୍ଜନଃ
ନିରାକାର ମଧ୍ୟେ ଜ୍ୟୋତିଃ ସ ଜ୍ୟୋତିଃ
ର୍ଭଗବାନମୟ ।।"
ବୌଦ୍ଧଧର୍ମରେ ଯେପରି ଭାବେ ପୂଜା ଉପାସନା ପଦ୍ଧତି ବର୍ଣ୍ଣିତ, ଅର୍ଥାତ୍ ଯେଉଁ ପୂଜା ପଦ୍ଧତି ଓ ମାର୍ଗ ବୌଦ୍ଧ ଧର୍ମର ଅଗ୍ନିରେ ଚିରନ୍ତନ ଭାବେ ପ୍ରଜ୍ଜ୍ଵଳିତ, ସେହି ପଦ୍ଧତିରେ ଈଶ୍ବର ଉପାସନା କରିବା ପାଇଁ ସନ୍ଥ ଅଚ୍ୟୁତାନନ୍ଦ କହି ଯାଇଛନ୍ତି । ସେ କହିଛନ୍ତି -
"ଚଉଦ ବ୍ରହ୍ମାଣ୍ଡ ଉପରେ ଅଛ ଶୂନ୍ୟଶୂନ୍ୟ ମହାଶୂନ୍ୟରେ ଗଛ
ନିରାକାର ଭଜି ମା'ଦୁର୍ଗା ଦେବୀ
ତେଣୁ ନିର୍ଲେପକୁ ଥାଆନ୍ତି ସେବି

ମକର ସଂକ୍ରାନ୍ତି

------------------
ପବିତ୍ର ମକର ସଂକ୍ରାନ୍ତି,ଯାହା ହଜାର ହଜାର ବର୍ଷ ଧରି ସମଗ୍ର ଭାରତ ବର୍ଷରେ କେବଳ ନୁହେଁ, ଅବିଭକ୍ତ ଭାରତ ତଥା ବିଦେଶର ଅନେକ ଦେଶରେ ସୂର୍ଯ୍ୟ ଉପାସନା ର କେବଳ ପର୍ବ ନୁହେଁ ଅଧିକନ୍ତୁ ବହୁବିଧ ଦର୍ଶନ ଆଧାରିତ ପର୍ବ ଭାବେ ପାଳିତ ହୋଇଆସୁଛି । ଆଜି ମହାଭାରତ ର ପିତାମହ ଭୀଷ୍ମ ଙ୍କ ମହାପ୍ରୟାଣ ଦିବସ ହୋଇଥିବା ବେଳେ ଓଡ଼ିଆ ଭାଷା ଆନ୍ଦୋଳନ ର ପିତାମହ ଭୀଷ୍ମ କଥା ସମ୍ରାଟ, ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ଙ୍କ ଆବିର୍ଭାବ ତିଥି । ମହାଭାରତ ଯୁଦ୍ଧ ସମୟରେ ଶର ଶଯ୍ୟାଶାୟୀ ପିତାମହ ଭୀଷ୍ମ ସୂର୍ଯ୍ୟ ଙ୍କ ଉତ୍ତରାୟଣ ସମୟରେ ଦେହ ତ୍ୟାଗ କରିବେ ବୋଲି  ଶରଶଯ୍ୟା ରେ ଅପେକ୍ଷା କରିଥିଲେ । ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଉତ୍ତରାୟଣ ହେବା ମାତ୍ରେ ସେ ଦେହତ୍ୟାଗ କରିଥିଲେ । ଅତଏବ ଆଜି ତାଙ୍କର ମହାପ୍ରୟାଣ ତିଥି, ଶ୍ରାଦ୍ଧ ତିଥି । ବହୁ ବିଧ କାରଣରୁ ମକର ସଂକ୍ରାନ୍ତି ଏକ  ସାର୍ବଜନୀନ ମହାପାର୍ବଣ ପର୍ବ ।  ହଜାର ହଜାର ବର୍ଷ ଧରି ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନ କରାଯାଏ । ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ।"ରବି ସଂକ୍ରମଣ ପ୍ରାପ୍ତେ ନ ସ୍ନାୟ ଦ୍ୟଷ୍ତୁ ମାନବାଃ,ସପ୍ତ ଜନ୍ମସୁ ରୋଗୀସ୍ୟାର୍ଧନଶ୍ଚୈବ ଜାୟତେ ।" ( ଧର୍ମ ସିନ୍ଧୁ) । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଆସୁଛି । ଏହି ଯାତ୍ରା ସମ୍ବନ୍ଧରେ ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ ।ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜୀଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଭୋଗଟେରା (ଭୋଗପୂଜା ସମୟରେ ସାଧାରଣଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନାର ଲୁଗା) ବନ୍ଧାହେବା ପରେ ଦିଗପାଳ ବଳି ନୀତି ହୋଇଥାଏ । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ (ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ାଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା) ହୋଇ ଟେରା ବନ୍ଧାଯାଏ । ଇତି ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା ଯାଇଥାଏ । ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି । ଏହାପରେ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ (ଶ୍ରୀଛାମୁରେ କୋଠଭୋଗ ବାଢ଼ିବା ସେବକ) ସେବକମାନେ ମୁହଁରେ ବାଘମୁହାଁ (ଭୋଗ ନେବାବେଳେ ପାଟିରୁ ଛେପ ନ ପଡ଼ିବା ପାଇଁ ମୁହଁରେ ବନ୍ଧାଯାଉଥିବା କନା) ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ (ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧି)ଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ଏହାପରେ ମହାଭୋଇ (ଶ୍ରୀମନ୍ଦିରର ମୁଖ୍ୟ ଗଉଡ଼ ସେବକ) ଦୁଧ, ଗୁଡ଼ିଆ ଶାକର ଓ ଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ହଡ଼ପ ନାୟକ ସେବକ (ମହାପ୍ରଭୁଙ୍କ ପାଇଁ ବିଭିନ୍ନ ନୀତିରେ ରୂପାବଟାରେ ବିଡ଼ିଆପାନ ଯୋଗାଉଥିବା ସେବକ) ହଡ଼ପ (ଖିଲିପାନର ଉପକରଣ) ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ / ମୁଦିହସ୍ତ / ମୁଦିରଥ (ବିବିଧ ନାମରେ ପରିଚିତ ସେବକ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କ ସେବାକାରୀ) ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମାଙ୍କର ଏକଦିନ ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ । ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି । ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ (ମକରାନ୍ନ କୈବଲ୍ୟ) ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କଠାରେ ପ୍ରବଳ ଆଗ୍ରହ ଦେଖାଦିଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ‘ଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ । ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା'ନ୍ତି । ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ । ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା'ନ୍ତି । ମକର ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି । ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ । ସେମାନଙ୍କ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ ।କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆସାମ, ବଙ୍ଗଳା ଓ ଓଡ଼ିଶା ପ୍ରଭୃତି ସ୍ଥାନରେ କୃଷକମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥା'ନ୍ତି । ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଭୋଗୀ ପର୍ବ ଭାବେ ପରିଚିତ । ଏହିଦିନଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହି ପର୍ବଟିକୁ ଦାକ୍ଷିଣାତ୍ୟରେ ତିନିଦିନ ଧରି ପାଳନ କରାଯାଇଥାଏ । ଓଡ଼ିଆ ଜନ ଜୀବନ ଓ ଆଧ୍ୟାତ୍ମିକ ଚେତନା ରେ ମକର ସଂକ୍ରାନ୍ତି ପାରମ୍ପରିକ ସନାତନ ହିନ୍ଦୁ ସଂସ୍କୃତି ପାଇଁ ଏକ ସ୍ମରଣୀୟ ଦିବସ । ଏହା ମଧ୍ୟ ନିର୍ଵିବାଦୀୟ ସତ୍ୟ ଯେ ଓଡ଼ିଶା ର ୧୨ ମାସରେ ୧୩ ପର୍ବ ପାଳନ ପାଳନ ର ଭିତ୍ତି ହିଁ କୃଷି ଆଧାରିତ । ମକର ସଂକ୍ରାନ୍ତି ସମୟ କୁ ଓଡ଼ିଶା ରେ ଅମଳ ହେଉଥିବା ଶସ୍ୟ ମଧ୍ୟରେ ପ୍ରମୁଖ ଧାନ ଓ ଆଖୁ  ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ କୃତଜ୍ଞ ଚାଷୀ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ ଆଦି ମିଶାଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବୀ ଦେବତା ଓ ଧାନ ଖଳାରେ ଭୋଗ କରାଯାଇଥାଏ, ଯାହା ମକର ଚାଉଳ ଭାବେ ପରିଚିତ ଏବଂ ଏବେବି ପଶ୍ଚିମା ସଂସ୍କୃତି ର ପ୍ରାବଲ୍ୟ ରେ ଭୟଙ୍କର ଭାବେ ବିପର୍ଯ୍ୟସ୍ତ ଆମ ସାମାଜିକ ଜନ ଜୀବନ ରେ ପ୍ରତିପାଳିତ । ଏବେ ଏହା ଗୁଡ଼ି ଉଡାଇବାର ପରମ୍ପରା ରେ ପରିଗଣିତ ହୋଇଛି । ଅବଶ୍ୟ ଏହି ଗୁଡ଼ି ଉଡାଇବା ପରମ୍ପରା ମହାଭାରତ ସମୟରୁ ଚଳିଆସିଥିବା ସମ୍ପର୍କରେ ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ଆମକୁ ତୁଳସୀ ଦାସ ଙ୍କ ରାମଚରିତ ମାନସ ରୁ ତଥ୍ୟ ଉଦ୍ଧାର କରି କହିଥିଲେ । ଭଗବାନ ରାମଚନ୍ଦ୍ର ଛୋଟ ପିଲା ଦିନେ ଆଜି ର ତିଥି ରେ ନୂଆ ଗୁଡ଼ି ଉଡ଼ାଇବା ବର୍ଣ୍ଣନା " ରାମ ଇକ୍ ଦିନ ଚଙ୍ଗ ଉଡାଇ,ଇନ୍ଦ୍ର ଲୋକ ମେଁ ପହୁଞ୍ଚି ଜାଇ ।" ଅର୍ଥାତ୍ ରାମଚନ୍ଦ୍ର ଏହି ତିଥିରେ ଗୁଡ଼ି ଉଡ଼ାଇବା ସମୟରେ ତାହା ଚନ୍ଦ୍ରଲୋକ ରେ ପହଞ୍ଚି ଯାଇଥିଲା । ସେହିପରି ତାମିଲ ଭାଷା ରେ ରଚିତ " ନନ୍ଦନାରାମାୟଣ" ରେ ଉଲ୍ଲେଖ ରହିଛି ଯେ ମକର ସଂକ୍ରାନ୍ତି ରୁ ପବିତ୍ର ଅବସରରେ ଭଗବାନ ରାମଚନ୍ଦ୍ର ଓ ହନୁମାନ ଙ୍କ ମଧ୍ୟରେ ମିତ୍ରତା ସ୍ଥାପନ ହୋଇଥିଲା ।  ସେହିପରି ଆଜି ପିଢ଼ି ପରେ ପିଢି ପ୍ରତ୍ୟେକ ଓଡ଼ିଆ ମାନଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଓଡ଼ିଆ ଭାଷା ରକ୍ଷକ, ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ, ଓଡ଼ିଆ ଜାତୀୟ ଆନ୍ଦୋଳନର ପ୍ରମୁଖ ସମର୍ପିତ କାଣ୍ଡାରୀ, ସଂକ୍ରାନ୍ତି ପୁରୁଷ ,ଚିର ବନ୍ଦନୀୟ, ସ୍ମରଣୀୟ, କାଳଜୟୀ ସାରସ୍ଵତ କୀର୍ତ୍ତି ସ୍ରଷ୍ଟା ବ୍ୟାସକବି ଫକୀରମୋହନଙ୍କ ୧୮୩ ତମ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।କଥା ସମ୍ରାଟ,ବ୍ୟାସକବି ଫକୀର ମୋହନ ସେନାପତି, ଭାରତ ଗୌରବ ମଧୁସୂଦନ ଦାସ, ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀ ଓ ଭଗାରି ମାନଙ୍କ  ଭୟଙ୍କର ଚକ୍ରାନ୍ତ ରୁ ବଞ୍ଚାଇ ଆମ ଭାଷା ଜନନୀଙ୍କ ସୁଯୋଗ୍ୟ ସନ୍ତାନ ଭାବେ ପିଢ଼ି ପରେ ପିଢ଼ିଙ୍କ ପାଇଁ ଆଦର୍ଶ ପ୍ରେରଣା ପ୍ରଦାତା ତଥା ସର୍ବାନ୍ତକରଣ ଚିର ବନ୍ଦନୀୟ,ସ୍ମରଣୀୟ ମହାତ୍ମା ।  ଆମ ଭାଷା ଜନନୀ ଉପରେ ଯେତେବେଳେ ଚତୁର୍ଦ୍ଦିଗରୁ ପ୍ରଚଣ୍ଡ ମରଣାନ୍ତକ ଆକ୍ରମଣ , ଠିକ୍ ସେତିକିବେଳେ , ସେହି ଭୟାନକ ପରିସ୍ଥିତିରେ ବ୍ୟାସକବି ଫକୀରମୋହନଙ୍କର ଆବିର୍ଭାବ ଯଥାର୍ଥରେ ବିସ୍ମୟ ସୃଷ୍ଟି କରେ । ଚିର ଅମର ସାରସ୍ଵତ ଶିଳ୍ପୀ ଫକୀର ମୋହନ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ରଚନାରେ ଅସାଧାରଣ ଶିଳ୍ପ- ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ମଧ୍ୟ କବିତା ରଚନା ରୁ ହିଁ ତାଙ୍କ ପ୍ରତିଭା ର ସ୍ଫୁରଣ ପ୍ରତିଫଳିତ ହୋଇଥିଲା । କ୍ଷୁଦ୍ର କ୍ଷୁଦ୍ର ଘଟଣାବଳୀକୁ ଉପଜିଵ୍ୟ କରି ପଦ୍ୟ ରଚନା କରିବା ଓ ଜୀବନର ନାନା ପ୍ରକାର ଘଟଣା ରେ ଆବେଗମୟ ଅନୁଭୂତିକୁ ସରଳ କୋମଳ ପଦ୍ୟରେ ପ୍ରକାଶ କରିବା ସୂତ୍ରରେ ଗଦ୍ୟ ରଚନା କରିବା ପୂର୍ବରୁ ଜଣେ ଜନାଦୃତ କବି ଭାବରେ ଅସୀମ ଖ୍ୟାତି ଅର୍ଜନ କରି ସାରିଥିଲେ । ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି " ଉପହାର","ପୁଷ୍ପମାଳା",
" ଅବସର ବାସରେ"ର କ୍ଷୁଦ୍ର କବିତାଗୁଡ଼ିକ ଓଡ଼ିଆ ଗୀତି-କଵିତା ରାଜ୍ୟରେ ତାଙ୍କୁ ଜଣେ ସଫଳ ଗୀତିକାର ରୂପେ ସ୍ଵୀକୃତି ଦେଇସାରିଥିଲା । ରାମାୟଣ ଓ ମହାଭାରତର ଅନୁବାଦ ସେ ପଦ୍ୟ ରେ ରଚନା କରିବା ସଙ୍ଗେ ସଙ୍ଗେ ବୁଦ୍ଧଦେବଙ୍କ ଜୀବନ ଚରିତକୁ ଅବଲମ୍ବନ କରି " ବୌଦ୍ଧାବତାର" ଶୀର୍ଷକ ଏକ ସମ୍ପୂର୍ଣ୍ଣ କାବ୍ୟ ରଚନା କରିଥିଲେ । ଏହି ଯୁଗଜୟୀ ସାରସ୍ଵତ କୀର୍ତ୍ତି ସ୍ରଷ୍ଟା ବ୍ୟାସକବି ଫକୀରମୋହନ  ୧୩ ଜାନୁଆରୀ ,୧୮୪୩, ସଂକ୍ରାନ୍ତି ତିଥିରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ ।ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଇଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।
ଫକୀରମୋହନଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିଲେ । ସେ ଫକୀରମୋହନଙ୍କୁ ପାଠ ପଢ଼ିବାର ଅନୁମତି ଦେଉ ନ ଥିଲେ । ଫକୀରମୋହନ ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ । ବିଦ୍ୟା ଆହରଣ କରିବାରେ ସେ କେବେ ସନ୍ତୁଷ୍ଟ ନ ଥିଲେ । ଯେତେ ବିଦ୍ୟା ଅଧ୍ୟୟନ କଲେ ବି ସେ ଆହୁରି ଆଧିକ ଜ୍ଞାନ ପ୍ରାପ୍ତ କରିବାରେ ଲାଗୁଥିଲେ । ନିଜ ମାତୃଭାଷାରେ ଜ୍ଞାନ‌କୋଷ ଭରିବା ସ‌ହିତ ସେ ପାର୍ସୀ ଭାଷା ମଧ୍ୟ ଶିକ୍ଷା କରିଥିଲେ । ପିଲାଦିନେ ସେ ଶ୍ରମିକ ଭାବରେ ବାଲେଶ୍ୱରରେ ଥିବା ବନ୍ଦରରେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ସେଠାରେ ସେ ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।ମା‍ଇନର ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନ‌କୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ । ଫକୀରମୋହନ ନିଜ ପରିଶ୍ରମ ବଳରେ ଇଂରାଜୀ ଶିକ୍ଷା କରିଥିଲେ । ଆରବିଆନ ନାଇଟସ୍, ରବିନସନ କୃଷେ, ଇଂରାଜୀ ବାଇବେଳ ଭଳି କିଛି ଇଂରାଜୀ ବ‌ହି ପଢ଼ିବା ବେଳେ ସେ ଇଂରାଜୀ ଅଭିଧାନର ସାହାଯ୍ୟ ନେଇଥିଲେ । ଯଦିଓ ଫକୀର ମୋହନ ୨୩ ବର୍ଷ ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ପ୍ରକୃତିଦତ୍ତ ଦକ୍ଷତା ପାଇଁ ସେ ବିଦେଶୀମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ, ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବ‌ହୁତ ଉପରକୁ କରିଦେଇଥିଲେ । ଖ୍ରୀଷ୍ଟୀଆନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ ।ଏହି ସୂତ୍ରରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ’ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ଏହି କାଳରେ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ । ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦେୱାନ ପଦ ଗ୍ରହଣ କରିବା ଲାଗି ଆଗ୍ରହ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ତାଙ୍କର ମାସିକ ଦରମା ରହିଲା ୧୦୦୦ ଟଙ୍କା । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦେୱାନ ଦାୟିତ୍ୱ ତୁଲାଇଥିଲେ । ୧୮୭୧ରୁ ୧୮୭୫ ଯାଏଁ ନୀଳଗିରିରେ, ୧୮୭୬-୭୭ ଯାଏଁ ଡମପଡାରେ, ୧୮୭୭-୮୩ ଯାଏଁ ଢେଙ୍କାନାଳରେ, ୧୮୮୪-୮୬ ଯାଏଁ ଦଶପଲ୍ଲାରେ, ୧୮୮୬-୮୭ ଯାଏଁ ପାଲଲହଡ଼ାରେ, ୧୮୮୭-୯୨ ଯାଏଁ କେଉଁଝରରେ ଓ ୧୮୮୪-୮୬ ଯାଏଁ ପୁନର୍ବାର ଡମପଡାରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । ୧୮୯୬ରୁ ୧୯୦୫ ଯାଏଁ ସେ କଟକରେ ଅବସ୍ଥାନ କରିଥିଲେ ଓ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ମାନଙ୍କରେ ଅଂଶଗ୍ରହଣ କରିଥିଲେ । ଏତଦ୍ ପରେ ସେ ମୃତ୍ୟୁ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ ।ଫକୀରମୋହନ ୧୮୫୬ରେ ବିବାହ କରିଥିଲେ । ତେବେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୮୭୧ରେ ପୁନର୍ବାର ବିବାହ କରିଥିଲେ । ତାଙ୍କର ପ୍ରଥମ ପୁତ୍ରର ୧୮୭୭ରେ ଛ’ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଲା । ୧୮୮୧ରେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଔରସରୁ ଦ୍ୱିତୀୟ ପୁତ୍ର ଜନ୍ମଗ୍ରହଣ କରିଥିଲା । ତାଙ୍କର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ୧୮୯୪ରେ ହ‌ଇଜାରେ ପରଲୋକଗାମୀ ହୋ‍ଇଥିଲେ । ପରବର୍ତ୍ତୀ କାଳରେ ନିଜ ପୁତ୍ର ସହ ମଧ୍ୟ ତାଙ୍କର ମନାନ୍ତର ଘଟିଥିଲା । ଏହିପରି ତାଙ୍କର ପାରିବାରିକ ଜୀବନ ନିତାନ୍ତ କଷ୍ଟଦାୟକ ଓ ଦୁର୍ଘଟଣାପୂର୍ଣ୍ଣ ଥିଲା ।
ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ - ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।
ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଫକୀରମୋହନଙ୍କ କାଳଜୟୀ ସୃଷ୍ଟି କ୍ଷୁଦ୍ରଗଳ୍ପଗୁଡିକ  ମଧ୍ୟ ରେ ରେବତୀ (୧୮୯୮),ବାଲେଶ୍ୱରୀ ପଙ୍ଗାଲୁଣ (୧୯୦୭),ବାଲେଶ୍ୱରୀ ରାହାଜାନୀ (୧୯୦୭),ମୌନାମୌନୀ (୧୯୦୭),ପୁନର୍ମୂଷିକୋଭବ (୧୯୦୯)
ଡାକମୁନିସୀ (୧୯୧୨),କାଳିକାପ୍ରସାଦ ଗୋରାପ (୧୯୧୩)
କମଳାପ୍ରସାଦ ଗୋରାପ (୧୯୧୩),ଧୂଳିଆ ବାବା (୧୯୧୩),
ପେଟେଣ୍ଟ ମେଡିସିନ (୧୯୧୩),ସୁନାବୋହୂ (୧୯୧୩)
ବିରେଇ ବିଶାଳ (୧୯୧୩),ରାଣ୍ଡିପୁଅ ଅନନ୍ତା (୧୯୧୩)
ବଗଲାବଗୁଲୀ (୧୯୧୪),ସଭ୍ୟ ଜମିଦାର (୧୯୧୪),ଅଜାନାତି କଥା (୧୯୧୫),ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫),
ଅଧର୍ମ ବିତ୍ତ (୧୯୧୫),ପାଠୋଈ ବୋହୂ (୧୯୧୫)
ଗାରୁଡିମନ୍ତ୍ର (୧୯୧୬) । ଏତଦବ୍ୟତୀତ ତାଙ୍କର ଅନେକ ସାରସ୍ଵତ ସୃଷ୍ଟି କବିତା କାଳଜୟୀ ।ତାଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ' ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’ ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି । ତତ୍କାଳୀନ ବାମରାର ରାଜାଙ୍କଦ୍ୱାରା ସେ ମଧ୍ୟ "ସରସ୍ୱତୀ" ଉପାଧିରେ ଭୂଷିତ ହୋ‍ଇଥିଲେ । ୧୮୬୮ରେ ନିଜସ୍ୱ ପ୍ରଚେଷ୍ଟା ବଳରେ ସେ ବାଲେଶ୍ୱରରେ ’ଉତ୍କଳ ପ୍ରେସ’ ନାମରେ ଏକ ଛାପାଖାନା ପ୍ରତିଷ୍ଠା କଲେ, ଯାହା ହେଉଛି ଓଡ଼ିଶାର ଦ୍ୱିତୀୟ ଛାପାଖାନା । ଏହିଠାରୁ ସେ ଓଡ଼ିଆରେ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରମାନ ସମ୍ପାଦନା ଓ ପ୍ରକାଶନ କଲେ । ଏଥିମଧ୍ୟରୁ "ବୋଧଦାୟିନୀ", "ନବସମ୍ବାଦ" ଓ "ସମ୍ବାଦ ବାହିକା" ଆଦି ପ୍ରଧାନ । ପ୍ରଥମାବସ୍ଥାରେ ସେ ପ୍ରକାଶକ, ଲେଖକ, ସମ୍ପାଦକ, ମୁଦ୍ରଣକାରୀ, ବଣ୍ଟନ‌କାରୀ ଏବଂ ମାଲିକ ଥିଲେ । ପରବର୍ତ୍ତୀ ସମୟରେ ସେ ରାଧାନାଥ ରାୟ ଏବଂ ମଧୁସୂଦନ ରାଓଙ୍କୁ ନିଜର ସ‌ହକର୍ମୀ ଭାବରେ ନେଇଥିଲେ ଏବଂ ସେମାନେ ବୋଧଦାୟିନୀ ପାଇଁ ଗଳ୍ପ ଲେଖୁଥିଲେ ।ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ "ଉତ୍କଳ ଭାଷା ଉନ୍ନତି ବିଧାନି ସଭା" ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ’ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୧୫ ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।

ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା

--------
ଭାରତୀୟ ମେଧା ପତାକା ବିଶ୍ଵାକାଶରେ ଉଡ୍ଡୟନ କର୍ତ୍ତା ,କ୍ଷଣ ଜନ୍ମା , ପିଢ଼ି ପରେ ପିଢି ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ସର୍ବକାଳୀନ ଆଦର୍ଶ ଦର୍ଶନ ପ୍ରଦାୟକ ,ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ ମହାଯୋଗୀ ମହାତ୍ମା ସ୍ବାମୀ ବିବେକାନନ୍ଦଙ୍କର ଆଜି ୧୬୩ ତମ ଜୟନ୍ତୀ ।  ମାତ୍ର ୩୯ ବର୍ଷର ଜୀବନ, ଅଥଚ ଯୁଗଜୟୀ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟାଙ୍କୁ ପଢି ବୋଧେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ କହିଯାଇଛନ୍ତି -" ମୁହୂର୍ତ୍ତେ ମାତର ଉଜ୍ଜ୍ବଳି ପ୍ରଖର ଶିଖା ଟେକି ହୂତାଶନ, ଜଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହିବ ତାହାର ଯଶ , କି ଲାଭ ତହିଁରେ ବଞ୍ଚି ଏ ସଂସାରେ କୁହୁଳି ସହସ୍ର ବର୍ଷ ? " । ଆଜି ମନେପଡେ ୧୮୯୩, ୧୧ ସେପ୍ଟେମ୍ବରରେ ଆମେରିକାର ଚିକାଗୋ ସହରସ୍ଥିତ କଲମ୍ବସ୍ ହଲରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଶ୍ବ ଧର୍ମ ମହାସଭାର ଗର୍ବିତ ବିବରଣୀ । ସେହି ସମୟରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଧର୍ମ ମହାସଭାରେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ ଯୋଗ ଦେଇଥାନ୍ତି ।ହେଲେ ସେଦିନ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ  ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ଘନଘନ କରତାଳିରେ କଲମ୍ବସ ହଲ୍ ଗୁଞ୍ଜରିତ ହୋଇଥିଲା । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ ।  ଆମେରିକାବାସୀ, ଭାଇ ଓ ଭଉଣୀ । ବାସ୍ ଏଇ କଥା ପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ ସଞ୍ଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଘନ ଘନ କରତାଳିରେ ପ୍ରକମ୍ପିତ ହୋଇଥିଲା କଲମ୍ବସ୍ । ଯେଉଁଠି ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଶ୍ବ ଧର୍ମ ମହାସଭା । ଏହି ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିଲେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ । ହେଲେ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ଏଭଳି ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ । ନିଜ ଭାଷଣରେ ବିବେକାନନ୍ଦ କେବଳ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମର କଲ୍ୟାଣାକାରୀ ବାର୍ତ୍ତା ସମସ୍ତଙ୍କ ସାମ୍ନାରେ ରଖିଥିଲେ ତାନୁହେଁ, ମାନବ ଧର୍ମ ଏବଂ ମାନବ କଲ୍ୟାଣ ସଂପର୍କରେ ସନ୍ଦେଶ ବି ଦେଇଥିଲେ । ନିଜ ଭାଷଣରେ ସେ କହିଥିଲେ ଯେ, “ଆମେରିକାର ଭାଇ ଓ ଭଉଣୀମାନେ । ଆପଣଙ୍କର ଏହି ସ୍ନେହଭରା ଏବଂ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଅତ୍ୟନ୍ତ ଖୁସି । ମୁଁ ଆପଣଙ୍କୁ ବିଶ୍ବର ସର୍ବପ୍ରାଚୀନ ସନ୍ଥ ପରମ୍ପରା ପକ୍ଷରୁ ଧନ୍ୟବାଦ ଦେଉଛି । ସମସ୍ତ ଧର୍ମର ଜନନୀଙ୍କ ତରଫରୁ ଧନ୍ୟବାଦ ଦେଉଛି । ଏବଂ ସମସ୍ତ ଜାତି, ଧର୍ମ, ସଂପ୍ରଦାୟର କୋଟି କୋଟି ହିନ୍ଦୁବାସୀଙ୍କ ପକ୍ଷରୁ ଆପଣଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଯେଉଁ ବକ୍ତା ମାନେ ଏହି ମଞ୍ଚରେ କହିଛନ୍ତି ଯେ, ବିଶ୍ବରେ ସହନଶୀଳତାର ବିଚାର ସୁଦୂର ଦେଶ ଗୁଡିକ ପାଇଁ ପ୍ରଚାର ପ୍ରସାର ହୋଇଛି ସେହି ବକ୍ତାମାନଙ୍କୁ ମଧ୍ୟ ମୋ ତରଫରୁ ଧନ୍ୟବାଦ ।ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । କାରଣ ମୁଁ ଏଭଳି ଏକ ଧର୍ମ ସହ ଜଡ଼ିତ ଯିଏ, ବିଶ୍ବରେ ସହନଶୀଳତା ଏବଂ ସାର୍ବଭୌମିକ ସ୍ବୀକୃତୀର ପାଠ ପଢାଇଛି । ତେବେ ଆମେ କେବଳ ଏହି ସାର୍ବଭୌମିକତାରେ ବିଶ୍ବାସ ରଖୁ ତାନୁହେଁ, ବରଂ ବିଶ୍ବର ସବୁ ଧର୍ମକୁ ସ୍ବୀକାର କରୁଛୁ । ଧର୍ମ ନାଁରେ ଲୋକଙ୍କୁ ଯାତନା ସହିବାକୁ ପଡୁଥିବା ବେଳେ ଯେଉଁ ଦେଶ ସେମାନଙ୍କୁ ଶରଣ ଦେଇଛି, ସେଇ ଦେଶରେ ଜନ୍ମ ହୋଇ ମୁଁ ଗର୍ବିତ ।ମୋର ଆଶା ଯେ, ଏହି ସମ୍ମିଳନୀର ଶଂଖନାଦ ପ୍ରତ୍ୟେକ ମଣିଷଙ୍କ ଭିତରେ ଏକତା ଓ ସଦଭାବନା ସୃଷ୍ଟି କରିବ । ତେବେ ସେ ଅସ୍ତ୍ର ହେଉ ଅବା କଲମରେ ।”  ମାତ୍ର ଦୁଇ ମିନିଟ ପାଇଁ ଏଭଳି ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିଲେ ବିବେକାନନ୍ଦ ।ସବୁଠୁ ବଡ଼ କଥା ହେଲା, ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିଙ୍କୁ ବାଦ୍ ଦେଇ ପ୍ରାୟ ସାତ ହଜାରରୁ ଅଧିକ ଦର୍ଶକ କଲମ୍ବସ୍ ହଲରେ ଆୟୋଜିତ ଧର୍ମ ମହାସଭାରେ ଉପସ୍ଥିତ ଥିଲେ ।ଆଉ ସମସ୍ତ ଶ୍ରୋତାଙ୍କ ମନ କିଣି ନେଇଥିଲେ ତେଜସ୍ବୀ ବିବେକାନନ୍ଦ ।
ଅମିତ ତେଜସ୍ବୀ ଯୁବ ସନ୍ୟାସୀ ଆମେରିକାର ଏହି ବିଶ୍ବ ଧର୍ମ  ମହାସଭା ସମ୍ମିଳନୀରେ ଅଂଶ ଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ଆମେରିକା ଯାତ୍ରା କରିଥିଲେ । ସ୍ବାମୀଜୀଙ୍କର ଏହି ଐତିହାସିକ ଶିକାଗୋ ବକ୍ତବ୍ୟ ତାଙ୍କୁ ସମଗ୍ର  ବିଶ୍ବରେ ଜ୍ଞାନର ଏକ ପ୍ରଦୀପ୍ତ  ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା । ଶିକାଗୋ ଧର୍ମ ମହାସଭାରେ ବିବେକାନନ୍ଦ ବିଶ୍ବ ଭାତୃତ୍ବର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ବ ଭାତୃତ୍ବ ଦିବସ ଭାବେ ପାଳନ କରାଯାଉଛି ।  ୧୮୯୩ରେ ବିଶ୍ବ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ନିଜ ଭାଷଣ ମାଧ୍ୟମରେ ବିଶ୍ବକୁ ଯେଉଁ ସନ୍ଦେଶ ଦେଇଥିଲେ ତାହା ଆଜି ବି ସେତିକ ପ୍ରାସଙ୍ଗିକ ହୋଇଛି ରହିଛି  । ସ୍ବାମୀ ବିବେକାନନ୍ଦ ଙ୍କ ମହତ୍ ଆହ୍ବାନ  ପିଢ଼ି ପରେ ପିଢ଼ି ଙ୍କ ପାଇଁ ସର୍ବକାଳୀନ ଆଦର୍ଶ ପଣ୍ୟ । " ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ । ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ । "
ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ
ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।
ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍‌ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ । ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍‌ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ । ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍‌ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍‌ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ । ନାରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍‌ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀ ବଂଶନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି। ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ । ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍‌ ନିବୋଧତ’-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ ,ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା । ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍‌ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।‌ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍‌ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି !  ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ ।ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।
ଦେହଟାକୁ ଖୁବ୍‌ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍‌ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର ।
ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।
ଚାଲାକିଦ୍ୱାରା କୌଣସି ମହତ୍‌ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ  । ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।
ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ । ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ ।
ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ ।
ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ ।ମନେରଖ, ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ ।
ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।
ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍‌ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ ।  ୧୩୦ ବର୍ଷ ତଳେ  ଏହି ଭବିଷ୍ୟତ ଦ୍ରଷ୍ଟା, ଆଧ୍ୟାତ୍ମିକ ସମାଜ ବିଜ୍ଞାନୀ , ନିର୍ଭିକ ନିର୍ଘୋଷକ ସ୍ବାମୀ  ବିବେକାନନ୍ଦ ଦେଇଥିବା ଆହ୍ବାନକୁ ଆମେ ଭାରତୀୟ ମାନେ କେତେ ଦୂର ଗ୍ରହଣ କରିଛେ , କେତେ ଦୂର ତାହାର ଗର୍ଭାନୁଶୀଳନ ପୂର୍ବକ ପ୍ରଭାବିତ ହୋଇ ଅପରଙ୍କୁ ପ୍ରଭାବିତ କରିଛେ , ତାହାର ସମୀକ୍ଷା ହେବା ଏକାନ୍ତ ଆବଶ୍ୟକ , ବିଶେଷ କରି ଆଜିର ଦିବସରେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟଯେ ଭାରତରେ ସମସାମୟିକ ହିନ୍ଦୁ ସଂସ୍କାର ଅଭିଯାନ ତାଙ୍କ ଯୋଗୁଁ ଗତିଶୀଳ ହୋଇଥିଲା। ସେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ ଭଳି ସଂଗଠନର ସ୍ଥାପନାକାରୀ। ସେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ। ୧୯୦୨ ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ସେ ଛାଡ଼ିଯାଇଥିବା ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ଛାପ ଭାରତୀୟମାନଙ୍କୁ ସ୍ବାଧୀନତାଚେତା କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା। ସେ ଭାରତ ସମେତ ଆମେରିକା, ଇଂଲାଣ୍ଡ୍ ଆଦି ଦେଶର ଲୋକଙ୍କୁ ବ୍ରିଟିସ୍ ଶାସନାଧୀନ ଭାରତୀୟଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରିଥିଲେ। ମହାତ୍ମା ଗାନ୍ଧୀ, ଅରବିନ୍ଦ ଘୋଷ, ବାଘା ଯତୀନ, ହେମଚନ୍ଦ୍ର ଘୋଷ ପ୍ରମୁଖ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରିବା ଲାଗି ୧୯୮୫ ମସିହାରୁ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି।  ନେତାଜୀ ସୁଭାଷ  ଚନ୍ଦ୍ର ବୋଷ ସ୍ବାମୀ ବିବେକାନନ୍ଦ ଙ୍କୁ ସ୍ମରଣ କରି କହିଥିଲେ ଯେ  "ସେ ନୂଆପିଢ଼ିର ଯୁବକମାନଙ୍କ ଭିତରେ ଭାରତର ଅତୀତ ଗର୍ବ ଓ ଗୌରବର ଭାବ ସଞ୍ଚାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଓ ଆତ୍ମମର୍ଯ୍ୟାଦା ଜାଗ୍ରତ କରିଥିଲେ। ଯଦିଓ ସେ କେବେ ରାଜନୈତିକ ବାର୍ତ୍ତା ଦେଇନାହାନ୍ତି, ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ବା ତାଙ୍କ ବାଣୀ ଶୁଣିଛି ସେ ଦେଶାତ୍ମବୋଧ ଭାବଧାରାରେ ଉଦ୍‌ବୁଦ୍ଧ ହୋଇଛି। ସେ ଯଦି ବଞ୍ଚିଥାନ୍ତେ , ତାଙ୍କ ପାଦତଳେ ପଡ଼ିଥାନ୍ତି। ସେ ହୋଇଥାନ୍ତେ ମୋ ଗୁରୁ। ଆଜିର ସ୍ବାଧୀନତା ଆନ୍ଦୋଳନର ଭିତ୍ତି ସ୍ବାମିଜୀଙ୍କ ବାର୍ତ୍ତାରୁ ହିଁ ଆରମ୍ଭ ହୋଇଛି।“ କେବଳ ନେତାଜୀ ନୁହନ୍ତି , ମହାତ୍ମା ଗାନ୍ଧୀ ୧୯୦୧ରେ ଦକ୍ଷିଣ ଆଫ୍ରିକାରୁ କିଛିଦିନ ପାଇଁ ଭାରତ ଆସିଥିବାବେଳେ କଲିକତାରେ ବିବେକାନନ୍ଦଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସ୍ବାମିଜୀଙ୍କ ଦେହ ଭୀଷଣ ଅସୁସ୍ଥ ଥିବାରୁ ସେ ତାଙ୍କ ସହ ସାକ୍ଷାତ କରି ପାରି ନ ଥିଲେ। ତା’ପରେ ସେ ପୁଣି ଦକ୍ଷିଣ ଆଫ୍ରିକା ଫେରିଗଲେ। ୧୯୦୨ ରେ ସ୍ବାମିଜୀଙ୍କ ମୃତ୍ୟୁ ହୋଇଥିଲା। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ବିଦାୟ ନେଇ ଭାରତ ଚାଲିଆସିବା ପରେ ୧୯୨୧ ରେ ସ୍ବାମିଜୀଙ୍କୁ ସମ୍ମାନ ଜଣାଇବା ପାଇଁ ବେଲୁର ମଠକୁ ଯାଇଥିଲେ। ସେତେବେଳେ ସେ କହିଥିଲେ ”ମୁଁ ଏଠାକୁ ଆସିଛି ସ୍ବାମିଜୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ। ମୁଁ ତାଙ୍କର ସମସ୍ତ କୃତିକୁ ଅଧ୍ୟୟନ କରିଛି ଓ ତଦ୍ଦ୍ବାରା ମୋର ଦେଶପ୍ରେମ ଯାହାଥିଲା ତାହା ଏକ ହଜାର ଗୁଣ ବର୍ଦ୍ଧିତ ହୋଇଛି।“  କେବଳ ନେତାଜୀ, ଗାନ୍ଧିଜୀ  ,ଯୋଗୀ ଅରବିନ୍ଦ ଘୋଷ ନୁହନ୍ତି ପ୍ରାୟ ଅନେକ ମହାପୁରୁଷମାନେ ସ୍ବାମିଜୀ ଙ୍କ ଦ୍ବାରା ପ୍ରଭାବିତ ହୋଇ ଯଶୋଦେହେ ଅଜର ଅମର ।  ବିଗତ ୩୯ ବର୍ଷ ଧରି ପାଳିତ ହେଉଥିବା ଯୁବ ଦିବସର ପ୍ରଭାବ ଯେ ଭାରତୀୟ ସମାଜ ବ୍ୟବସ୍ଥା କୁ ପ୍ରଭାବିତ କରିନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ।
ସେ  କହିଥିଲେ ଯେ "ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍‌ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ ।" କେବଳ ଏତିକି ନୁହେଁ ସେ ମଧ୍ୟ କହିଥିଲେ ଯେ
ଏହି ସେହି ଭାରତ, ଯାହା ବହୁ ଶତାବ୍ଦୀର ଘାତ-ପ୍ରତିଘାତ, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ଅଭିନବ ସାମାଜିକ ପ୍ରଥା ଓ ଆଚାରର ଆବିର୍ଭାବ ସତ୍ତ୍ୱେ ଏପର୍ଯ୍ୟନ୍ତ ବଞ୍ଚି ରହିଛି । ବାସ୍ତବିକ ଭାରତର ଜୀବନ ଅମର, ପ୍ରାଣଶକ୍ତି ଅଫୁରନ୍ତ । ତାହା ଭୂପୃଷ୍ଠର ଯେ କୌଣସି ପର୍ବତ ଅପେକ୍ଷା ବି ଅଟଳ, ବସ୍ତୁତଃ ଭାରତର ଜୀବନ ଆତ୍ମା ପରି ଅନାଦି, ଅନନ୍ତ ଓ ଅନିର୍ବାଣ ।
ବିଶ୍ୱର ଇତିହାସ ପର୍ଯ୍ୟାଲୋଚନା କର-ଯେଉଁଠି କୌଣସି ସୁମହାନ୍‌ ଆଦର୍ଶର ସନ୍ଧାନ ମିଳିବ, ଦେଖିବାକୁ ପାଇବ ଜନ୍ମ ତା’ର ଭାରତବର୍ଷରେ । ସ୍ମରଣାତୀତ କାଳରୁ ଭାରତ ମାନବସମାଜ ପାଖରେ ଅମୂଲ୍ୟ ଭାବସମୂହର ଖଣିସ୍ୱରୂପ ହୋଇ ରହିଛି । ବସ୍ତୁତଃ ଏହି ଦେଶରୁ ହିଁ ଦାର୍ଶନିକ ଓ ଆଧ୍ୟାତ୍ମିକ ଭାବତରଙ୍ଗ ଉଚ୍ଛ୍ୱସିତ ହୋଇ ବାରମ୍ବାର ଜଗତକୁ ପ୍ଳାବିତ କରିଛି । ପୁନରାୟ ଭାରତବର୍ଷରୁ ହିଁ ଏପରି ଏକ ମହାପ୍ଳାବନ ନିର୍ଗତ ହୋଇ ମୁମୂର୍ଷୁ ଜାତିଗୁଡ଼ିକର ଅନ୍ତରରେ ନୂତନ ଜୀବନ ଓ ବଳବୀର୍ଯ୍ୟର ଅପୂର୍ବ ଶକ୍ତି ସଞ୍ଚାର କରିବ ।
ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍‌ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍‌ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ ।
ଆମର ଏହି ପୁଣ୍ୟଭୂମିରେ ଏକମାତ୍ର ଧର୍ମ ହିଁ ଜାତୀୟ ଜୀବନର ବୁନିୟାଦ । ଭାରତବାସୀ ଜୀବନ-ସଙ୍ଗୀତରେ ଧର୍ମ ହିଁ ମୂଳ ସ୍ୱର । ପରିଣାମରେ ଶୁଭ ହେଉ ବା ଅଶୁଭ ହେଉ ଆମର ଜୀବନଶକ୍ତି ନିହିତ ଆମର ଧର୍ମରେ । ଏଥିପାଇଁ ଏହି ଧର୍ମର ଆଦର୍ଶ ଆମେ କଦାପି ବର୍ଜନ କରି ନ ପାରୁ । ତାହା କରିବାକୁ ଗଲେ ପ୍ରଚଣ୍ଡ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହେବ ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ଜୀବନର ଗୋଟିଏ ଲକ୍ଷ୍ୟ ସ୍ଥିର କରି ନେବାକୁ ହୁଏ, ପ୍ରତ୍ୟେକ ଜାତିକୁ ମଧ୍ୟ ତାହା କରିବାକୁ ହୁଏ । ଶତ ଶତ ଯୁଗ ପୂର୍ବେ ଭାରତ ସେହିପରି ଗୋଟିଏ ଲକ୍ଷ୍ୟ ବାଛି ନେଇଛି ଏବଂ ତାକୁ ହିଁ ସେ ଧରି ରଖିବ । ଯାହା କୁହନା କାହିଁକି, ଏହି ଲକ୍ଷ୍ୟ ନିର୍ବାଚନରେ ଭାରତ କୌଣସି ଭୁଲ କରିନାହିଁ । ଯୁଗ ଯୁଗ ଧରି ଜାତୀୟ ଜୀବନ ଯେଉଁ ଲକ୍ଷ୍ୟ ଦିଗକୁ ପ୍ରବାହିତ ହୋଇଛି, ତାହାକୁ ପରିତ୍ୟାଗ କଲେ ଜାତିର ଧ୍ୱଂସ ଅବଶ୍ୟମ୍ଭାବୀ । ରାଜନୈତିକ ବା ସାମାଜିକ ଉନ୍ନତିର ପ୍ରୟୋଜନ ନାହିଁ-ଏ କଥା ମୁଁ କହୁ ନାହିଁ; ଖାଲି ତୁମକୁ ମନେ ରଖିବାକୁ କୁହେ ଯେ ଏହି ଦେଶରେ ଏହିସବୁ ଲକ୍ଷ୍ୟ ଗୌଣ, ଧର୍ମ ହିଁ ମୁଖ୍ୟ । ତୁମେମାନେ ଧର୍ମରେ ବିଶ୍ୱାସ କର ବା ନ କର, ଯଦି ଜାତୀୟ ଜୀବନକୁ ଅବ୍ୟାହତ ରଖିବାକୁ ଚାହଁ, ତେବେ ଅଧ୍ୟାତ୍ମବିଦ୍ୟାକୁ ସବଳ ହସ୍ତରେ ଧରି ରଖିବାକୁ ହେବ । ଏକ ହାତରେ ତାହା ଧରିଥାଅ, ଅନ୍ୟ ହାତ ବଢ଼ାଇ ଅପରାପର ଜାତି ନିକଟରେ ଯାହା ଶିକ୍ଷଣୀୟ ଅଛି, ତାହା ଆହରଣ କର । ଅବଶ୍ୟ ଲକ୍ଷ୍ୟ ରଖ ଯେ, ସେସବୁ ଆହୃତ ବିଦ୍ୟା ଯେପରି ହିନ୍ଦୁର ମୂଳ ଜୀବନ ଦର୍ଶନ ଅନୁଗତ ରହେ ,ତାହା କରିପାରିଲେ ଭାବୀ ଭାରତ ଏପରି ମହିମାମୟ ସମୁଜ୍ଜ୍ୱଳ ହୋଇ ଉଠିବ, ଯେପରି ପୂର୍ବେ କୌଣସି କାଳରେ ନ ଥିଲା । ମୋର ଦୃଢ଼ ବିଶ୍ୱାସ, ସେ ଶୁଭଦିନ ଆସିବାକୁ ଆଉ ବିଳମ୍ବ ନାହିଁ । ଇତିହାସପ୍ରସିଦ୍ଧ ପ୍ରାଚୀନ ମହାପୁରୁଷମାନଙ୍କ ଅପେକ୍ଷା ମଧ୍ୟ ଅଧିକତର ପ୍ରଭାବଶାଳୀ ମହର୍ଷି ଓ ବ୍ରହ୍ମର୍ଷି ଏ ଦେଶରେ ଜନ୍ମଗ୍ରହଣ କରିବେ । ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ । ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ । ୧୩୦ ବର୍ଷ ତଳର ଉଦ୍ଦାତ ଆହ୍ବାନ ଅଧୁନା କେତେ ପ୍ରାସଙ୍ଗିକତା ବହନ କରେ , ତାହା ଆପଣ ମାନଙ୍କ ବାଚାର୍ଯ୍ୟ । ଯେତେବେଳେ ବ୍ୟକ୍ତି ବିଶୃଙ୍ଖଳିତ , ପରିବାର ବିଶୃଙ୍ଖଳିତ , ସେତେବେଳେ ସମାଜ କିଭଳି ହେବ ଶୃଙ୍ଖଳିତ ? ଚଟୁ ଆଇଁଷ ହେବ , ବେଣ୍ଟ କେମିତି ନିରାମିଷ ହେବ ?  ସମାଜ ଜୀବନରେ ଯେଉଁଭଳି ଅଭାବନୀୟ ଘଟଣା ସମୂହ ଘଟି ଚାଲିଛି , ସେଥିରୁ ସ୍ବାମିଜୀ ଙ୍କ କଳ୍ପିତ ଭାରତ କ'ଣ ସମ୍ଭବ ?  ଯୌଥ  ପାରିବାରିକ ସଂସ୍କୃତିର  କବର ଉପରେ  ବ୍ୟକ୍ତି କୈନ୍ଦ୍ରୀୟତା, ଉପଭୋକ୍ତାବାଦୀ ମାନସିକତା ଫଳରେ ଜରା ନିବାସ ସଂଖ୍ୟା ବୃଦ୍ଧି ପାଉଛି । ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ପିତା -ମାତା କେଉଁଠି ଜରା ନିବାସରେ ତ କେଉଁଠି ମାନସିକ ନିର୍ଯ୍ୟାତନାରେ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତିି ତ ଅନେକ କ୍ଷେତ୍ରରେ  ପ୍ରତିଷ୍ଠିତ ପିତା -ମାତା ମାନେ ନିଜର ସନ୍ତାନ ଙ୍କୁ ହତାଦର କରି , କେଉଁଠି ପୁଅ -ଝିଅ ଭିତରେ ପାର୍ଥକ୍ୟ ଦେଖାଇ ପୈତୃକ ଅଧିକାରରୁ , ଉତ୍ତରାଧିକାରୀ ଅଧିକାରରୁ ବଞ୍ଚିତ କରାଇ ଦିଆଯାଉଛି । ଅଧୁନା ଛାଡ଼ପତ୍ର ସଂଖ୍ୟା ଗାଣିତିକ ପ୍ରକ୍ରିୟାରେ ବୃଦ୍ଧି ପାଉଛି । ସମାଜ ଜୀବନ ପ୍ରତି ବୀତସ୍ପୃହ ହୋଇ ଅନେକ ଆତ୍ମହତ୍ୟା କରୁଛନ୍ତି , ଯାହାର ସଂଖ୍ୟା ମଧ୍ୟ ଜ୍ୟାମିତିକ ପ୍ରକ୍ରିୟାରେ ବୃଦ୍ଧି ପାଉଛି । ଯଦି ସ୍ବାମିଜୀଙ୍କ କଥନୀକୁ ଜାତୀୟ ଦର୍ଶନର ମାନ୍ୟତା ଦିଆଯିବା ସଙ୍ଗେ ସଙ୍ଗେ  ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ କରାଯିବ , ତେବେ ନୈତିକ ଶିକ୍ଷା ପ୍ରଭାବରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆସିବା ଅବଧାରିତ । ପବିତ୍ର ଜୟନ୍ତୀ ଅବସରରେ ପୁନଃ ପୁନଃ  ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ଅଦୃଶ୍ୟ, ଅନାଲୋଚିତ

-------------
ବିଶ୍ବ ଇତିହାସକୁ ସଠିକ୍ ଭାବେ ଗର୍ଭାନୁଶୀଳନ କରି ତଥ୍ୟବନ୍ତ ହୋଇଥିବା ଯେକୌଣସି ଭାରତୀୟ  ଅଧୁନା  ଭାରତର ଗଣତନ୍ତ୍ରର ପବିତ୍ର ମନ୍ଦିର " ସଂସଦ" ରେ ଓ ସଂସଦ ବାହାରେ ଯେଉଁ ସବୁ ନାଟକୀୟତା ,  ବିଶେଷ କରି ସମ୍ବିଧାନକୁ ଆଧାର କରି ହେଉ ଅବା ଆମ୍ବେଦକରଙ୍କୁ ଆଧାର କରି ହେଉ କିମ୍ବା ଆଦାନୀ, ଅମ୍ବାନୀଙ୍କୁ ଆଧାର କରି ଢଗ ଢମାଳି, ପ୍ରବଚନ, ତଥାକଥିତ ଆଦର୍ଶର ଉଦଘୋଷଣା ଭଳି ସୁଆଙ୍ଗ , ଦାବି,ପ୍ରତିବାଦ, ହିଂସାର ବାତାବରଣ ସୃଷ୍ଟି ହୋଇଛି ଏବଂ  ଗଣମାଧ୍ୟମ, ତାହା ମୁଦ୍ରିତ ହେଉ ଅବା ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ,ଅବା ସାମାଜିକ ଗଣମାଧ୍ୟମ ସମୂହରେ ଆଲୋଚନା, ପର୍ଯ୍ୟାଲୋଚନା ହେଉଛି , ତାହା ସବୁ ଯେ କଣ୍ଢେଇ ଖେଳର ଅଦୃଶ୍ୟ ନିୟନ୍ତ୍ରକଙ୍କ କରାମତି , ତାହା ବୁଝି ବୁଝାଇବାରେ ଅସୁବିଧା ହେବ ନାହିଁ ।‌ କଣ୍ଢେଇ ଖେଳ ଖେଳାଉଥିବା ବ୍ୟକ୍ତିଟି ମଞ୍ଚା ଉପରେ ଅଦୃଶ୍ୟ ଭାବେ ବସି ସୁଆଙ୍ଗ  ବିଷୟ ଆଧାରରେ କଣ୍ଢେଇ ମାନଙ୍କୁ ନଚେଇ ଥାଏ ,  ଯିଏ ଉପଭୋକ୍ତା ଦର୍ଶକ ମାନଙ୍କ ପାଇଁ ଅଦୃଶ୍ୟ ଓ ଅନାଲୋଚିତ ।‌ ଅତଏବ   ସାମ୍ପ୍ରତିକ ସମୟରେ  କ୍ଷମତା ରାଜନୀତିରେ ପ୍ରତିଫଳିତ  ଏହି ଘଟଣା ସମୂହର ତୀକ୍ଷ୍ଣାନୁଶୀଳନ କରିବାକୁ ହେଲେ ୨୦୧୭ ରୁ ୨୦୨୧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ କାର୍ଯ୍ୟକାଳ  ଠାରୁ ଗତକାଲି ପର୍ଯ୍ୟନ୍ତ ଘଟଣାକ୍ରମ ସହିତ ଇରାନର ଇତିହାସ, ମହମ୍ମଦ ମୋସେଦେଘଙ୍କର ୧୯୫୧ ରେ କ୍ଷମତାସୀନ , ମୃତ୍ୟୁ ପର୍ଯ୍ୟନ୍ତ ଗୃହବନ୍ଦୀ , ପରବର୍ତ୍ତୀ ସମୟର ଇତିହାସକୁ ଉପଜିବ୍ୟ କରି ଆଲୋଚନା କଲେ ହିଁ ଅଦୃଶ୍ୟ ଶକ୍ତି ଓ ଅନାଲୋଚିତ ତଥ୍ୟାର୍ପଣ ସମ୍ଭବ ହୋଇପାରିବ । ଅତ୍ୟନ୍ତ  ବିଡମ୍ବନାର ବିଷୟ ଯେ ବିଶାଳ ଭାରତ ବର୍ଷର ଲକ୍ଷ ଲକ୍ଷ ସାମ୍ବାଦିକ, ବିଭିନ୍ନ ବର୍ଗର ଅନେକ ଗଣମାଧ୍ୟମ , ଅନେକ ଜ୍ଞାନବନ୍ତ, ତଥ୍ୟବନ୍ତ ବଳିଷ୍ଠ ବ୍ୟକ୍ତିତ୍ବ , ବୈଦେଶିକ ନୀତି ବିଶାରଦ , ବିଶିଷ୍ଟ କୂଟନୀତିଜ୍ଞ ମାନେ ଥିବା ସତ୍ତ୍ୱେ  ଏହି ଅଦୃଶ୍ୟ ଶକ୍ତି ଏବଂ ଅନାଲୋଚିତ ତଥ୍ୟ ସମୂହକୁ ସାର୍ବଜନୀନ କରୁନାହାନ୍ତି କାହିଁକି , ତାହାର କାରଣ ଜାଣିବାକୁ ଆମେ ଅକ୍ଷମ ବୋଲି ସ୍ବୀକାର କରୁ । " ସୁବାର୍ତ୍ତା" ଏକ କ୍ଷୁଦ୍ର ଗଣମାଧ୍ୟମ , ତାହା ପୁଣି ଜଣେ ମାତ୍ର ନୀତି ନିଷ୍ଠ , ଗବେଷଣା ଧର୍ମା ବରିଷ୍ଠ ସାମ୍ବାଦିକ ସତ୍ୟ ଓରଫ୍ ସାକସେନାଙ୍କ ସତ୍ୟ ସପକ୍ଷବାଦୀ ମାନସିକତା ବିଜଡ଼ିତ ପ୍ରତିବଦ୍ଧତାଧର୍ମୀ ବ୍ୟକ୍ତିଙ୍କ ଐକାନ୍ତିକ ସହଯୋଗରେ ବୈଷୟିକ ବାର୍ତ୍ତା ପେଟିକାରେ ପ୍ରକାଶିତ , ଅର୍ଥାତ୍ ଅନ୍ ଲାଇନ ଡେଲି ନ୍ୟୁଜ ପେପର , ଏହା କେତେ ଜଣ ଭାରତୀୟଙ୍କ ପାଖରେ ପହଞ୍ଚିବ,  ଦୀର୍ଘ ଆଲେଖ୍ୟକୁ ଧୈର୍ଯ୍ୟ ଧରି କେତେ ଜଣ ପଢ଼ିବେ, ଯେତେ ଜଣ ପଢ଼ିବେ , ସେମାନଙ୍କ ମଧ୍ୟରୁ କେତେଜଣ ବୁଝିବେ  , ଏଥିରେ ଆମର ସନ୍ଦେହ ରହିବା ମଧ୍ୟ ସ୍ବାଭାବିକ । ପ୍ରଥମେ ଆସନ୍ତୁ ଆମେ ଇରାନର ଇତିହାସ ଜାଣିବା ସଂକ୍ଷେପରେ ପଢ଼ିବା ପରେ ଆମେରିକା ପ୍ରସଙ୍ଗ ଚର୍ଚ୍ଚା କରିବା । ୨୪୦୦ ବର୍ଷ ତଳେ ଡେରାୟସ୍‌ ଓ ପରେ ଜର୍‌କ୍ସିଜ୍‌ଙ୍କ ନେତୃତ୍ୱରେ ଇରାନୀ ସେନା ଗ୍ରୀସ୍‌ ଉପରେ ଆକ୍ରମଣ କରି ଏଥେନ୍ସକୁ ଧ୍ୱଂସ କରି ଦେଇଥିଲା। ସେତେବେଳେ ଇରାନୀ ସେନାରେ ବହୁସଂଖ୍ୟକ ଭଡ଼ାଟିଆ ଭାରତୀୟ ସୈନିକ ଥିଲେ ବୋଲି ଗ୍ରୀକ୍‌ ଇତିହାସକାର ହେରୋଡଟସ ଲେଖିଛନ୍ତି। ମାସିଡୋନିଆର ସମ୍ରାଟ୍‌ ଆଲେକ୍‌ଜାଣ୍ଡର ଇଜିପ୍ଟ, ଇରାନ, ଆଫ୍‌ଗାନିସ୍ତାନ ଓ ପଞ୍ଜାବ ପ୍ରଭୃତି ଦେଶ ଜୟ କରିଥିଲେ। ୩୩ ବର୍ଷ ବୟସରେ ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁ ହେବା ପରେ ତାଙ୍କ ସାମ୍ରାଜ୍ୟ ଭାଗ ଭାଗ ହୋଇ ତାଙ୍କ ସେନାପତିମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ପଞ୍ଜାବଠାରୁ ତୁର୍କୀ ପର୍ଯ୍ୟନ୍ତ
ସବୁଠାରୁ ବଡ଼ଭାଗର ଶାସକ ଥିଲେ ସେଲ୍ୟୁକସ ନିକେଟର। ପାର୍ଥିଆନ୍‌ ଶାସକ ଆର୍ସାସେସ୍‌ଙ୍କ ସମୟରେ ଇରାନୀମାନେ ତାଙ୍କ ଦେଶକୁ ନିଜ ଅଧୀନକୁ ନେଇପାରିଥିଲେ। ସେମାନେ ଥିଲେ ଜୋରାଷ୍ଟ୍ରିଆନ। ପାର୍ଥିଆନ୍‌ମାନେ ଦ୍ୱିତୀୟ ବୃହତ୍‌ ପାଶ୍ଚାତ୍ୟ ଶକ୍ତି ରୋମ୍‌ ସହ ତିନି ଶତାବ୍ଦୀ ଧରି ଯୁଦ୍ଧ କରିଥିଲେ। ପରବର୍ତ୍ତୀ ଇରାନୀ ବିଜେତା ଥିଲେ ସାସାନିଆମାନେ ଯେଉଁମାନେ ସପ୍ତମ ଶତାବ୍ଦୀରେ ଆରବୀୟମାନଙ୍କ ଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଇରାନକୁ ଶାସନ କରିଥିଲେ। ୪୦୦ ବର୍ଷ ତଳେ ଇରାନ ସାଫାଭିଡମାନଙ୍କ ଅଧୀନରେ ଶିଆରାଷ୍ଟ୍ର ହେଲା, ଯଦିଚ ଭାରତର ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିଥିବା ପ୍ରସିଦ୍ଧ ଶାସକ ନାଦିର ଶାହ ସୁନ୍ନି ଥିଲେ। ଆଧୁନିକ ଯୁଗରେ ଆମେରିକା ଇରାନୀ ରାଜନୀତିରେ ହସ୍ତକ୍ଷେପ କରିଆସୁଛି।  ଘଟଣାକ୍ରମେ ଆମେ ୧୯୫୧ ମସିହାକୁ ଯିବା । ଜଣେ ଅତୁଳନୀୟ ମାଟି ମନସ୍କ , ସମର୍ପିତ ଦେଶ ପ୍ରାଣ , ପ୍ରଚଣ୍ଡ ସ୍ଵାଭିମାନୀ ବ୍ୟକ୍ତି ମହମ୍ମଦ ମୋସାଦେଘ ଇରାନ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇ ଶାସନ ମୁଖ୍ୟ ଭାବେ ଦାୟିତ୍ବ ନେବା ପରେ ଦେଖିଲେ ଯେ ବ୍ରିଟିଶ ଉପନିବେଶବାଦ ଶହଶହ ବର୍ଷ ଧରି ତାଙ୍କ ଦେଶର ଆର୍ଥିକ ମେରୁଦଣ୍ଡ କ୍ଷେତ୍ର ତୈଳ ବଜାରକୁ କରାୟତ କରିଆସିଛି ।  ତୈଳ ଉତ୍ପାଦନର ୮୪ ଭାଗର ସତ୍ତ୍ବାଧୀକାରୀ ବ୍ରିଟିଶ ଏବଂ ମାତ୍ର ୧୬ ଭାଗର ଅଧିକାରୀ ତାଙ୍କ ଦେଶ ଇରାନ । ଏହି ତଥ୍ୟ ଜାଣିବା ପରେ ଦେଶର ତୈଳ ସମ୍ପଦ ଉପରେ ବିଦେଶୀ ଶକ୍ତିର ପ୍ରାଧାନ୍ୟତା ତାଙ୍କ ପାଇଁ ହେଲା ଅସହ୍ୟ । ୧୯୫୧ ମସିହା, ମାର୍ଚ୍ଚ ୧୫ ତାରିଖରେ  ମୋସେଦେଘ ସଂସଦରେ ତୈଳ ଜାତୀୟ କରଣ ବିଧେୟକ ଆଗତ କଲେ , ଯାହା ସର୍ମସମ୍ମତି କ୍ରମେ ଗୃହୀତ ହୋଇଥିଲା ।   ଏଥିରେ ବ୍ରିଟିଶ ଶାସନ ବ୍ୟବସ୍ଥା ପ୍ରତିବାଦ, ପ୍ରତିବନ୍ଧକ ଲଗାଇ ବ୍ୟର୍ଥ ହୋଇଥିଲା , କାରଣ ମୋସେଦେଘ ଥିଲେ ଅତ୍ୟନ୍ତ ଜନପ୍ରିୟ ନେତା । ବ୍ରିଟିଶର ସମସ୍ତ କୂଟନୀତି , ବିଭେଦ ରାଜନୀତି ବା ଡିଭାଇଡ ଆଣ୍ଡ ରୁଲ, ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ମୋସେଦେଘ ଙ୍କ ଶାସନକୁ ଦୋହଲାଇ ନ ପାରି ଆମେରିକାର ଶରଣ ପଶିଲା । ଆମେରିକା ପ୍ରଶାସନ ଏକ ମିଲିଅନ ଡଲାର  , ଯାହା ଇରାନର ମୁଦ୍ରା ରିଆଲରେ ପରିମାଣ ୪୨୫୦ ମିଲିୟନ ରିଅଲ ଥିଲା । ଏଥିରୁ ମୁଦ୍ରା ବିନିମୟ ମୂଲ୍ୟ ଆଧାରରେ ଅନୁମାନ କରିହେବ ଯେ  କେତେ ପରିମାଣରେ ବ୍ରିଟେନ ଲୁଟୁଥିଲା ଇରାନକୁ ।   ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ  ଇରାନର ଗଣମାଧ୍ୟମ , ସାମ୍ବାଦିକ , ଖବର କାଗଜର ସମ୍ପାଦକ , ସାଂସଦ , ବିଭିନ୍ନ ଗଣ ସଙ୍ଗଠନର ନେତାମାନଙ୍କୁ ବିପୁଳ ପରିମାଣର ଅର୍ଥ ଠାରୁ ବିଭିନ୍ନ ପ୍ରକାର ପ୍ରଲୋଭନରେ ବଶିଭୂତ କରି ମୋସେଦେଘଙ୍କ ଶାସନ ବ୍ୟବସ୍ଥାକୁ ଅସ୍ଥିରତା ଭିତରକୁ ଠେଲି ଦେବାରେ ସକ୍ଷମ ହେଲା । ସିଆଇଏର ଅର୍ଥବଳରେ ଇରାନର ବିଭିନ୍ନ ସଙ୍ଗଠନର ନେତାମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିକ୍ଷୋଭ, ଧର୍ମଘଟ, ଶୋଭାଯାତ୍ରା, ସଂସଦ ଘେରାଉ କଲେ , ସେମାନଙ୍କୁ ସିଆଇଏ ଉତ୍କୋଚ ଖିଆ ଗଣମାଧ୍ୟମ ପ୍ରୋତ୍ସାହିତ କରୁଥିଲେ , ମିଥ୍ୟା ସମ୍ବାଦ ପରିବେଷଣ କରି ଜନାକ୍ରୋଶ ସୃଷ୍ଟି କରିବାରେ ସଫଳତା ପାଇଥିଲେ । ଅପରପକ୍ଷରେ ସିଆଇଏ ଶାହାଙ୍କୁ  ୨୧୦ ମିଲିୟନ ରିଅଲ ଉତ୍କୋଚ ଦେଇ ପ୍ରଭାବିତ କରିଥିଲେ  ।  ଭ୍ରଷ୍ଟ ସାଂସଦ ମାନେ ତାଙ୍କୁ କ୍ଷମତାଚ୍ୟୁତ କରିଦେବାର ସମ୍ଭାବନା ଦେଖି ମୋସେଦେଘ ସଂସଦକୁ ଭଙ୍ଗ କରିଦେଲେ । ଏହି ସମୟରେ ସିଆଇଏ ନିର୍ଦ୍ଦେଶରେ ଶାହା ତାଙ୍କର ସୈନିକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋସେଦେଘଙ୍କୁ ଗିରଫ କରିବା ପାଇଁ ।  ୮୫ ବର୍ଷ ବୟସରେ ମୃତ୍ୟୁ ପର୍ଯ୍ୟନ୍ତ ମୋସେଦେଘ ଥିଲେ ଗୃହବନ୍ଦୀ । ଏହା ପରେ ତୈଳ ସମ୍ପଦ ର ସତ୍ତ୍ବାଧୀକାର ବଣ୍ଟନ କରାଯାଇଥିଲା , ଯେଉଁଥିରେ ସମଗ୍ର ତୈଳ ସମ୍ପଦର ୪୦ ଭାଗ ଆମେରିକାର, ୪୦ ଭାଗ ବ୍ରିଟେନର ଏବଂ ଅବଶିଷ୍ଟ ୨୦ ଭାଗ ଇରାନର ।  ୧୯୭୦ ମସିହାରେ ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ୧୯୫୩ ମସିହାରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋସାଦେଘ ତୈଳଶିଳ୍ପର ଜାତୀୟକରଣ କରିବା ଯୋଗୁ ସିଆଇଏର କୂଟନୀତି ବଳରେ ଗାଦିଚ୍ୟୁତ ହୋଇଥିଲେ।  ସେହିପରି ଆମେରିକା ଇରାକର ଶାସକ ସଦ୍ଦାମ ହୁସେନଙ୍କୁ ସମର୍ଥନ କରି ଇରାକ-ଇରାନ ଯୁଦ୍ଧକୁ ଇନ୍ଧନ ଯୋଗାଇଥିଲା। ୧୯୭୯ରେ ଜିମ୍ମି କାର୍ଟର ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ତେହେରାନସ୍ଥିତ ଆମେରିକୀୟ ଦୂତାବାସକୁ ଇରାନୀ ବିପ୍ଳବୀମାନେ କବ୍ଜା କରିନେଇଥିଲେ ଏବଂ ଦୂତାବାସର କର୍ମଚରୀମାନଙ୍କୁ ଅନେକ ସପ୍ତାହ ଧରି ପଣବନ୍ଦୀ କରି ରଖିଥିଲେ। ସେବେଠାରୁ ଇରାନ ସହ ଆମେରିକାର ତିକ୍ତତା ରହିଆସିଛି। ଆମେରିକାରେ ରହୁଥିବା ଇରାନୀମାନେ ପାକିସ୍ତାନୀ ଦୂତାବାସଠାରୁ ସେବା ପାଇ ଆସୁଥିଲେ। ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଆମେରିକାର ଓବାମା ପ୍ରଶାସନ ସହ ଏକ ରାଜିନାମା କରାଇନେଇ ପାରିଥିଲା। ଆଶା କରାଯାଉଥିଲା ଶେଷରେ ଏହି ଦୁଇ ଦେଶ ବନ୍ଧୁ ହୋଇଯିବେ।  ଚଳିତ ନିର୍ବାଚନରେ ପୁନଃ ଚାରି ବର୍ଷ ପରେ ଟ୍ରମ୍ଫ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇ ଆଗାମୀ ଜାନୁଆରୀ ୨୦ ରୁ ଶାସନ ବ୍ୟବସ୍ଥା ହାତକୁ ନେବେ । ବିଗତ ଦିନର ଇତିହାସ ଆଧାରରେ ବିଚାର କଲେ ସେମାନଙ୍କ ଆଶା ଯେ ଧୂଳିସାତ ହୋଇଯିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ । ଇରାନର ଜାତୀୟ ଧର୍ମ ହେଉଛି ଶିଆ ଇସ୍‌ଲାମ। ଶିଆ ଧର୍ମ ସ୍ବଭାବତଃ ଶାନ୍ତିବାଦୀ। ସେମାନଙ୍କ ବିଶ୍ୱାସ ଅନୁସାରେ ୮୬୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ଦ୍ୱାଦଶ ଇମାମ ମହମ୍ମଦ ଅଲ ମହଦି ମରିନାହାନ୍ତି। ଆଲ୍ଲାଙ୍କ ଦ୍ୱାରା ସେ ଲୁକ୍କାୟିତ ହୋଇ ରହିଛନ୍ତି ଏବଂ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତାଙ୍କ ଫେରିବା ବାଟକୁ ଶିଆ ମୁସଲମାନମାନେ ଚାହିଁବସିଛନ୍ତି। ସେ ପର୍ଯ୍ୟନ୍ତ ସେମାନେ ବାହ୍ୟ ଦୁନିଆ ସହ ଯୁଦ୍ଧବିଗ୍ରହରେ ବ୍ୟାପୃତ ନ ହେବା ଏବଂ ନିଜ ଧର୍ମ ପାଳନ କରି ଶାନ୍ତିରେ ରହିବାକୁ ଚାହାନ୍ତି। ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହୁଥିବା କୌଣସି ପାକିସ୍ତାନୀ ବା କଶ୍ମୀରୀ ମୁସଲମାନ ଶିଆ ନୁହନ୍ତି। ଜୈଶ୍‌, ଲଶ୍କର, ହିଜ୍‌ବୁଲ ମୁଜାହିଦ୍ଦିନ, ଅଲ୍‌ ଉମର, ଅଲ୍‌ କାଏଦା, ଆଇଏସ୍‌ ପ୍ରଭୃତି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ହେଉଛନ୍ତି ସୁନ୍ନି ସମ୍ପ୍ରଦାୟର। ଜିହାଦୀ ଆତଙ୍କବାଦ ସହ ଶିଆମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଇସ୍ରାଏଲକୁ ବିରୋଧ କରୁଥିବା ସୁନ୍ନି ଗୋଷ୍ଠୀ ସହ ପାଲେଷ୍ଟିନୀୟମାନଙ୍କୁ ଇରାନ ସମର୍ଥନ କରିଆସୁଛି। ଏହି କାରଣରୁ ଆମେରିକା ଇରାନକୁ ଘୃଣା କରୁଛି। ଆମେରିକା ସହ ଇରାନର କୌଣସି ବିବାଦ ନାହିଁ। ଆମେରିକାର ମଧ୍ୟ ଇରାନକୁ ଘୃଣା କରିବାର କୌଣସି କାରଣ ନାହିଁ। କିନ୍ତୁ ଇରାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଇସ୍ରାଏଲ ଆମେରିକାକୁ ଉସ୍‌କେଇ ଆସୁଛି କାରଣ ଇରାନ ପାଲେଷ୍ଟାଇନର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରୁଛି।
ଭାରତର ଶିଆମାନେ ପୁଣି ବିଭିନ୍ନ ଭାଗରେ ବିଭକ୍ତ କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଗୋଷ୍ଠୀ ହେଉଛି ଟ୍ବେଲ୍‌ଭର ଶିଆ। ସେମାନଙ୍କର ଇମାମମାନେ ଇରାକ ଓ ଇରାନରେ ରହୁଛନ୍ତି। ଭାରତର ଇରାନ ସହ ସଭ୍ୟତାର ସମ୍ପର୍କ ରହିଛି। ଆରବୀୟମାନେ ଉର୍ଦ୍ଦୁ ବୁଝନ୍ତି ନାହିଁ କିନ୍ତୁ ଇରାନୀମାନେ ବୁଝନ୍ତି। ଇରାନ ଭାରତର ବନ୍ଧୁରାଷ୍ଟ୍ର ହୋଇ ରହିଆସିଛି, ଏପରି କି ଭାଜପା ନେତୃତ୍ୱାଧୀନ ଶାସନରେ ମଧ୍ୟ। ଭାରତ ସେହି ସମ୍ପର୍କକୁ ଭାଙ୍ଗିବା ଭଳି କୌଣସି କାର୍ଯ୍ୟକରିବା ଉଚିତ ନୁହେଁ ବୋଲି ଆମର ଦୃଢ ମତ । ଅପରପକ୍ଷରେ  ଆସନ୍ତା ୨୦୨୫ , ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରି ଶାସନ କ୍ଷମତା ହାତକୁ ନେବେ   ଡୋନାଲ୍ଡ ଟ୍ରମ୍ପ। ତେବେ ଶପଥ ପୂର୍ବରୁ ପୁଣି ଥରେ ସେ ଭାରତକୁ ଦେଖାଇଛନ୍ତି ନାଲି ଆଖି। ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି।ଆମେରିକୀୟ ଉତ୍ପାଦ ଉପରେ ଭାରତ ଯେତିକି ଟିକସ ଲାଗୁ କରିବ, ଆମେ ମଧ୍ୟ ଭାରତୀୟ ଉତ୍ପାଦ ଉପରେ ସମାନ ଟିକସ ଲାଗୁ କରିବୁ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି କିଛି ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ଭାରତର ଉଚ୍ଚ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ବିରୋଧ କରିଆସୁଛନ୍ତି। ଏହାର ଉତ୍ତରରେ, ସେ ଏବେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛନ୍ତି।  ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଇବେ, ଆମେ ମଧ୍ୟ ସେମାନଙ୍କୁ ଉପରେ ଟ୍ୟାକ୍ସ ଲଗାଇବୁ। ଚାଇନା ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି।ପ୍ରାୟ ସମସ୍ତ କ୍ଷେତ୍ରରେ ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ। ଆମେ ମଧ୍ୟ ତାଙ୍କ ଉପରେ ଏଥର ସମାନ ଟ୍ୟାକ୍ସ ଲଗାଇବୁ। କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ କମର୍ସ ସକ୍ରେଟ୍ରି ହାଓ୍ୱର୍ଡ ଲୁଟନିକ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ସରକାରରେ ପ୍ରତିକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଆପଣ ଆମ ସହ ଯେପରି ବ୍ୟବହାର କରିବେ, ଆମେ ମଧ୍ୟ ଆପଣଙ୍କ ସହ ସେଭଳି ବ୍ୟବହାର କରିବୁ ବୋଲି ସେ ଭାରତକୁ ଇଙ୍ଗିତ କରି କରିଛନ୍ତି।ସେପଟେ ଭାରତକୁ ଏଭଳି ଧମକ ଦେବା ପରେ ଏହାକୁ ନେଇ ଜୋ ବାଇଡେନ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆଭିମୁଖ୍ୟକୁ ଏକ ବଡ଼ ଭୁଲ ବୋଲି କହିଛନ୍ତି। ଟ୍ରମ୍ପ ଏହି ଦେଶରେ ଆମଦାନୀ ହୋଇଥିବା ସମସ୍ତ ସାମଗ୍ରୀ ଉପରେ ବ୍ୟାପକ ସର୍ବଭାରତୀୟ ଶୁଳ୍କ ଲାଗୁ କରିବାକୁ ସଂକଳ୍ପବଦ୍ଧ। ଏହି ଭୁଲ ଧାରଣା ସହିତ ଆମେରିକାର ଗ୍ରାହକ ଅପେକ୍ଷା ବିଦେଶୀ ଦେଶ ଶୁଳ୍କର ମୂଲ୍ୟ ବହନ କରିବେ ବୋଲି ସେ କହିଛନ୍ତି। ଏହି ସବୁକୁ ଏକତ୍ରିତ କରି ଯଦି ବିଚାର କରାଯାଏ , ତେବେ  ଶହଶହ ବର୍ଷ ଧରି ଭାରତକୁ ଲୁଟ୍ କରି ଆସିଥିବା ବିଦେଶୀ ଶକ୍ତି , ସେମାନେ ଆମେରିକା, ବ୍ରିଟେନ,ଋଷ, ଚାଇନା , ଯେ କେହି ହୁଅନ୍ତୁ  , ଏଭଳି ଅସ୍ଥିରତା ପୃଷ୍ଠଭୂମିରେ ସେମାନଙ୍କର ଅଦୃଶ୍ୟ, ଅନାଲୋଚିତ ଚକ୍ରାନ୍ତ ସମୂହ କୁ କ'ଣ ଅସ୍ବୀକାର କରା ଯାଇପାରେ ?

Create Your Own Website With Webador